Unknown

 

 

 

 

 

 

 

 

ସମ୍ମାନର ସହିତ ବିକାଶ

(ପୂର୍ଣ୍ଣ କର୍ମନିଯୁକ୍ତି ପାଇଁ ବିତର୍କଟିଏ)

ଅମିତ ଭାଦୁଡ଼ୀ

 

ଅନୁବାଦ

ଚିତ୍ତରଞ୍ଜନ ଦାସ

 

 

 

 

 

 

 

 

ଉତ୍ସର୍ଗ

 

ମୋର ଭାଇ ଅମରନାଥ ଭାଦୁଡ଼ୀଙ୍କର

ସସ୍ନେହ ସ୍ମୃତିରେ

 

ସୂଚୀପତ୍ର

 

 

ମୁଖବନ୍ଧ

୧.

ସମ୍ମାନର ସହିତ ବିକାଶ : ମୋଟେ କଳ୍ପନା ନୁହେଁ

୨.

ବଜାର ସଫଳ ହୁଏ, ବିଫଳ ବି ହୁଏ : କିପରି, କେଉଁଠାରେ, କେତେବେଳେ ?

୩.

ଅର୍ଥବ୍ୟବସ୍ଥା ତଥା ରାଜ୍ୟବ୍ୟବସ୍ଥା : ଗୋଟିକର କ୍ରିୟା ଅନ୍ୟଟି ଉପରେ

୪.

ସମ୍ମାନର ସହିତ ବିକାଶ : ସଂଜ୍ଞାଗୁଡ଼ିକର ନିରୂପଣ

୫.

ଏକ ଅନ୍ୟଭଳି ବିକାଶ ସକାଶେ :

୬.

‘ସରକାର କରି ପାରିବେ ନାହିଁ’ :

 

ସରକାରୀ ଅର୍ଥବ୍ୟବସ୍ଥାର ସେହି ଲକ୍ଷଣଟା

 

ସନ୍ଦର୍ଭ-ପୁସ୍ତକ ଏବଂ ଅଧିକ ଅଧ୍ୟୟନ ଲାଗି ସୂଚନା

Image

 

ମୁଖବନ୍ଧ

 

୧୯୪୭ ମସିହାରେ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ସ୍ଵାଧୀନତା ଲାଭ କରିବା ପରେ ଭାରତବର୍ଷରେ ଲୋକତନ୍ତ୍ର ଏବଂ ଅର୍ଥନୀତି ବିକାଶ ମଧ୍ୟରେ ଯେଉଁ ପାରସ୍ପରିକ ପ୍ରଭାବ ପକାଇବାର ପ୍ରକ୍ରିୟାଟି ଚାଲିଛି, ଅର୍ଥନୀତି କ୍ଷେତ୍ରରେ ସେଇଟିରୁ ଜନ୍ମଲାଭ କରିବାରେ ଲାଗିଥିବା ନାନାବିଧ ଆହ୍ଵାନ, ଏହି ପୁସ୍ତକଟି ତାହାକୁ ହିଁ ଆଲୋଚ୍ୟରୂପେ ଗ୍ରହଣ କରିଛି । ସମସ୍ତେ ଜାଣନ୍ତି ଯେ ଭାରତ ହେଉଛି ଗୋଟିଏ ଅତ୍ୟନ୍ତ ଦରିଦ୍ର ଦେଶ; ଏହି ଦେଶରେ ଧନ, ଭାଷା, ପ୍ରଜାତିବାଦ, ପରିଚିତି ପ୍ରଭୃତି ଯାବତୀୟ କ୍ଷେତ୍ରରେ କେତେ ନା କେତେ ଭିନ୍ନତା ରହିଆସିଛି ଏବଂ ସେହି ପରିପ୍ରେକ୍ଷୀରେ ଭାରତବର୍ଷରେ ଗଣତନ୍ତ୍ରର ବ୍ୟବସ୍ଥାଟି ଯେ କ୍ରମେ ପରିପକ୍ଵତା ହାସଲ କରି ଆସିଛି, ତାହାକୁ ବସ୍ତୁତଃ ଖୁବ୍ ଉଲ୍ଲେଖଯୋଗ୍ୟ ବୋଲି କୁହାଯିବ ଏବଂ ରାଜନୀତିର ଇତିହାସରେ ତାହାର ପ୍ରାୟ କୌଣସି ସମାନ୍ତର ଦେଖିବାକୁ ମିଳିବ ନାହିଁ । କିନ୍ତୁ ସେହି ବିଶେଷ ସ୍ମରଣଯୋଗ୍ୟ ସଫଳତାଟିରେ ଏହି ନିତାନ୍ତ ବିନାଶକାରୀ ଦୋଷଟି ମଧ୍ୟ ରହିଛି ଯେ, ଆମେ ଦୁର୍ଭାଗ୍ୟବଶତଃ ଏହି ଦେଶରେ ପ୍ରାୟ ସର୍ବତ୍ର ବ୍ୟାପ୍ତ ହୋଇ ରହିଥିବା ଦାରିଦ୍ର୍ୟର ଅବସ୍ଥାଟିକୁ ସଫଳତାର ସହିତ ଆଦୌ ସମ୍ମୁଖୀନ ହୋଇ ପାରିନାହୁଁ । ଏହାକୁ କୌଣସି ପ୍ରକାରେ ମଧ୍ୟ କ୍ଷମଣୀୟ ବୋଲି କହି ହେବନାହିଁ । ଦାରିଦ୍ର୍ୟ ସହିତ ନିରକ୍ଷରତା ଏବଂ ବିଭିନ୍ନ କିସମର ଧର୍ମୀୟ, ସାମାଜିକ ଓ ପୁରୁଷ–ସ୍ତ୍ରୀ ପ୍ରଭେଦକୁ ନେଇ ଭଳି ଭଳି ବାଛବିଚାର । ଏହି ସକଳ ସମସ୍ୟା ପରସ୍ପର ସହିତ ଏକତ୍ର ଛନ୍ଦି ହୋଇ ରହିଛନ୍ତି-। ରାଷ୍ଟ୍ରବ୍ୟବସ୍ଥାର ଯୋଜନାରେ ନାନା ବିଫଳତା ଅଥବା ବଜାର–ବ୍ୟବସ୍ଥାର ନାନା ଗଲତି, ସେଥିପାଇଁ ଯାହାକୁ ମଧ୍ୟ ଦାୟୀ କରାଯାଉ ପଛକେ, ସମସ୍ୟାଗୁଡ଼ିକ ପ୍ରକୃତରେ ଗୋଟିଏ ଆଉ ଗୋଟିଏ ସହିତ ଛନ୍ଦି ହୋଇ ରହିଛନ୍ତି । ବାମ ଅଥବା ଡାହାଣ କହିଲେ ଦଳ ବା ପକ୍ଷଗୁଡ଼ିକୁ ଆମେ ସାଧାରଣତଃ ଯେପରି ବୁଝୁ, ସେମାନଙ୍କର ମଧ୍ୟରେ ସେଗୁଡ଼ିକ ମଧ୍ୟରୁ କେହି ହେଲେ ସଂଗତି ସହିତ ଏହାର ଏକ ସନ୍ତୋଷଜନକ ଉତ୍ତର ଦେଇ ପାରିନାହାନ୍ତି ଅଥବା ଭାରତବର୍ଷର ଆଗାମୀ ବିକାଶଟିର ମାର୍ଗଟି କିପରି ହେବ, ସେହି ବିଷୟରେ ବିଶେଷ କୌଣସି ଚିତ୍ର ଉପସ୍ଥାପିତ କରିନାହାନ୍ତି ।

 

ବେଶ୍ ଯୁକ୍ତିର ସହିତ ବି କୁହାଯାଇ ପାରିବ ଯେ, ସେପରି କୌଣସି ଚିତ୍ରଟିଏ ଆଙ୍କି ରଖିଲେ ମଧ୍ୟ ତଦ୍ଦ୍ୱାରା କୌଣସି ଫଳ ହେବନାହିଁ; ଯଥାସମ୍ଭବ ସତ୍ଵରତା ସହିତ ଲୋକସଧାରଣଙ୍କ ମଧ୍ୟରେ ବ୍ୟାପ୍ତ ହୋଇ ରହିଥିବା ଦାରିଦ୍ର୍ୟ ତଥା ନିରପକ୍ଷତାର ବିଲୋପ ସାଧନ କରିବା ତଥା ଯୁଗପତ୍ ଭାବରେ ଜାତି, ଧର୍ମ ଏବଂ ଲିଙ୍ଗଗତ ଭେଦଭାବନାରୁ ଉପୁଜୁଥିବା ଯାବତୀୟ ସମାଜଗତ ବାଧାକୁ ଅତିକ୍ରମ କରିବା ନିମନ୍ତେ ସେଥିରୁ କିଛି ବାଟ ନପାଇଲେ ସେହିସବୁ ଚିତ୍ରର କଳ୍ପନାରୁ ମଧ୍ୟ କେଉଁ ସାନ୍ତ୍ଵନା ବା ମିଳିବ ? ଏକ ଜଗତୀକରଣର ମାର୍ଗକୁ ଗ୍ରହଣ କରି ନେଇଥିବା ଏହି ବର୍ତ୍ତମାନର ପୃଥିବୀରେ ବଜାର–ଅଭିମୁଖୀ ଉଚ୍ଚ ଅଭିବୃଦ୍ଧିଟିଏ ଅବଶ୍ୟ ସମ୍ଭବ ହେବ ଅଥବା କେନ୍ଦ୍ରୀକରଣର ନୀତି ଅନୁସରଣ କରି ପ୍ରସ୍ତୁତ କୌଣସି ଯୋଜନା ଦ୍ଵାରା ଏକ ଅମଲାତାନ୍ତ୍ରିକ ରାଷ୍ଟ୍ର ସକଳ ଅବସରରେ ହସ୍ତକ୍ଷେପ କରିବା ଦ୍ଵାରା ଉକ୍ତ ଲକ୍ଷ୍ୟଟିକୁ ହାସଲ କରିହେବ ବୋଲି ଛଳନା କରିବାରେ ଲାଗିଗଲେ ମଧ୍ୟ ଆଉ ତାହାକୁ ମୋଟେ ବିଶ୍ଵାସ କରାଯାଇ ପାରିବ ନାହିଁ । ପୂର୍ବର ଅଭିଜ୍ଞତାରୁ ଏହି ସବୁକିଛି ପ୍ରମାଣିତ ହୋଇଯାଇଛି ଏବଂ, ସେହି ଅଭିଜ୍ଞତାରୁ ଯଥୋଚିତ ଭାବରେ ଶିକ୍ଷା କରିପାରିବା ହିଁ ବରଂ ଅଧିକ ଉଚିତ ହେବ । ମାତ୍ର ସେଥିପାଇଁ ଆବଶ୍ୟକ ସାହସଟିଏ ମଧ୍ୟ ରହିଥିବା ଆବଶ୍ୟକ । ଅର୍ଥନୀତିର ଯୁକ୍ତି ଓ ରାଜନୀତିକ ବିଶ୍ଳେଷଣକୁ ଭୂମି କରି ଏହି ଗ୍ରନ୍ଥଟି ସେହି କ୍ଷେତ୍ରରେ ଏକ ବିକଳ୍ପ ଚିତ୍ର ଦେଇଛି ଏବଂ, ସୁସ୍ପଷ୍ଟ ତଥା ଲୋକବୋଧ୍ୟ ଭାବରେ ଉକ୍ତ ପ୍ରକ୍ରିୟାଟିକୁ କିପରି ଆରମ୍ଭ କରାଯାଇ ପାରିବ, ସେହି ଦିଗରେ କେତେକ ବାସ୍ତବ ପଦକ୍ଷେପକୁ ମଧ୍ୟ ସୂଚିତ କରିଛି । କୌଣସି ଅବାସ୍ତବ ଉଚ୍ଚ କଳ୍ପନାରେ ଭସାଇ ନେବାକୁ ଆଦୌ ଚେଷ୍ଟା କରିନାହିଁ; ବରଂ, ଅର୍ଥନୀତିର ବିଚାରଯୁକ୍ତି ତଥା ପରିସଂଖ୍ୟାନର ପ୍ରକୃତ ତଥ୍ୟକୁ ଭୂମି କରି, ଯେତେ ଯାହା ଅଭାବ ଓ ପ୍ରତିକୂଳତା ରହିଥିଲେ ମଧ୍ୟ ଆମର ଏହି ଉପସ୍ଥିତ ରାଜନୀତିକ ବ୍ୟବସ୍ଥାଟିର ଆୟତନ ମଧ୍ୟରେ ହିଁ ବିକାଶର ଏକ ବିକଳ୍ପ ପ୍ରକୃତରେ ସମ୍ଭବ ବୋଲି ବୁଝାଇ ଦେବାକୁ ଇଚ୍ଛା କରିଛି । ସମ୍ମୁଖରେ ସେଥିପାଇଁ କିପରି ଏକ ବାଟରେ ଯିବା ଉଚିତ ତାହାରି ଏକ ନକ୍‍ସାର ଅବଧାରଣା ପ୍ରଦାନ କରିବାକୁ ହିଁ ଏହି ପୁସ୍ତକ ଆପଣାର ଲକ୍ଷ୍ୟ ଭାବେ ଗ୍ରହଣ କରିଛି; ସେହି ବାଟର ଶେଷରେ ଏପରି ଏକ ସ୍ଥିତିରେ ଯାଇ ପହଞ୍ଚିହେବ, ଯେଉଁଠାରେ କି ଭାରତର ଅଧିବାସୀ ସବୁ ନାଗରିକ ସମ୍ମାନର ସହିତ ଜୀବନଧାରଣ କରିପାରିବେ । ଆର୍ଥିକ, ସାମାଜିକ ଏବଂ ରାଜନୀତିକ ସମ୍ମାନ ସହିତ, ପୁସ୍ତକର ଶୀର୍ଷକ ‘ବିକାଶ ସମ୍ମାନର ସହିତ’ ଦ୍ଵାରା ଏହି ଉଦ୍ଦେଶ୍ୟଟିକୁ ବ୍ୟକ୍ତ କରାଯାଇଛି ।

 

ଏଇଟି ହେଉଛି ଆମ ସମ୍ମୁଖରେ ରହିଥିବା ସବା ବଡ଼ ଆହ୍ଵାନ । ଏବଂ ଆମ ଦେଶରେ ଲୋକତନ୍ତ୍ରକୁ ଯେକୌଣସି ପ୍ରକାରେ ତାହାର ସାମ୍‍ନା କରିବାକୁ ହିଁ ପଡ଼ିବ । ଏଇଟି ହେଉଛି ଆମର ଏହି ବର୍ତ୍ତମାନ କାଳଟିର ଏକ ଖାସ୍ ଆବଶ୍ୟକତା । ଏହି ଆହ୍ଵାନଟିର ଆମେ ଯେ ଏପର୍ଯ୍ୟନ୍ତ ସମ୍ମୁଖୀନ ହୋଇନାହୁଁ, ତାହାର କାରଣ ହେଉଛି ଯେ, ଅର୍ଥନୈତିକ ଉନ୍ନୟନର କ୍ଷେତ୍ରରେ ଆମେ ଆମ ପାରମ୍ପରିକ ତଥା ନିତ୍ୟପରିଚିତ ଆଲଚାନା ଗୁଡ଼ିକର ଗାରଟିକୁ ଡେଇଁ ଅଧିକ ଆଗକୁ ଯିବା ନିମନ୍ତେ ଅସମର୍ଥତାର ପ୍ରମାଣ ଦେଇଛୁ । ଅଥଚ ତଥାପି, ଯାବତୀୟ ଯଥାର୍ଥ ବୌଦ୍ଧିକ କ୍ରିୟାଶୀଳତା ତ ପ୍ରକୃତରେ ଏହିପରି ଗୋଟିଏ ବିକଳ୍ପର କଳ୍ପନା କରାଇବାରେ ଆମକୁ ସମର୍ଥ ହିଁ କରନ୍ତା ଏବଂ ତାହା ଯେ ସମ୍ଭବ, ତାହାର ଉପାୟଗୁଡ଼ିକୁ ଦର୍ଶାଇ ମଧ୍ୟ ଦେଇ ପାରନ୍ତା । ପ୍ରସ୍ତୁତ ଗ୍ରନ୍ଥଟି ଠିକ୍ ସେହି କଥାଟିକୁ ହିଁ କରିଛି ।

 

ଗ୍ରନ୍ଥଟିକୁ ଲେଖିବା ସମୟରେ ମୁଁ ଶ୍ରୀମତୀ ମଧୁ ଭାଦୁଡ଼ୀଙ୍କଠାରୁ ନିରନ୍ତର ସମର୍ଥନ ତଥା ପ୍ରୋତ୍ସାହନ ଲାଭ କରିଛି । ସିଏ ମୋତେ ପୂର୍ଣ୍ଣ ପ୍ରତ୍ୟୟ ଦେଇ ପାରିଛନ୍ତି ଯେ ଏକ ଲୋକବୋଧ୍ୟ ଭାଷା ଏବଂ ଶୈଳୀରେ ଏପରି ପୁସ୍ତକଟିଏ ଅବଶ୍ୟ ଲେଖାଯିବା ଉଚିତ ଏବଂ, ସେ ଉତ୍ସାହ ଦେଇନଥିଲେ ବହିଟି ସମ୍ଭବତଃ ମୋଟେ ଲେଖା ହୋଇନଥାନ୍ତା । ଅରୁଣା ରାୟ, ନିଖିଳ ଦେ, ଜାଁ ଦ୍ରେଜ୍ ଓ ଅରବିନ୍ଦ କେଜ୍‌ରିୱାଲ୍, ପ୍ରଧାନତଃ ସେମାନଙ୍କର ନିଜ ନିଜ କ୍ଷେତ୍ରରେ ସତତ ସକ୍ରିୟ ରହି ଏବଂ ମଝିରେ ମଝିରେ ମୋ ସହିତ ଆଲୋଚନାମାନ କରି ମୋତେ ଅଧିକାଂଶତଃ ସେମାନଙ୍କର ଅଜାଣତରେ ଏହି ପୁସ୍ତକରେ ଚର୍ଚ୍ଚା କରାଯାଇଥିବା ବହୁତସଂଖ୍ୟକ ସମସ୍ୟା ବିଷୟରେ ବିଧିବଦ୍ଧ ଭାବରେ ଚିନ୍ତା କରିବାଲାଗି ବାଧ୍ୟ କରିଛନ୍ତି । ଶ୍ରୀ ବିପନ ଚନ୍ଦ୍ର ମଧ୍ୟ ସର୍ବଦା ସବୁଠାରୁ ଅଧିକ ଉତ୍ସାହ ପ୍ରଦର୍ଶନ କରିଛନ୍ତି ଏବଂ ଆପଣାର ସମର୍ଥନ ବ୍ୟକ୍ତ କରିଛନ୍ତି । ମୁଁ ସେମାନଙ୍କ ସଭିଙ୍କ ପାଖରେ ସବୁଠାରୁ ଅଧିକ ମାତ୍ରାରେ କୃତଜ୍ଞ; ମାତ୍ର ଏହି ଗ୍ରନ୍ଥରେ ଉପସ୍ଥାପିତ ସକଳ ମତ ତଥା ଯୁକ୍ତିଗୁଡ଼ିକ ନିମନ୍ତେ ଏକୁଟିଆ ମୁଁ ନିଜେ ହିଁ ସକଳ ଦାୟିତ୍ଵ ବହନ କରୁଛି ।

 

ଦିଲ୍ଲୀ

ଅମିତ ଭାଦୁଡ଼ୀ

୧୪ ସେପ୍ଟେମ୍ବର, ୨୦୦୫

 

Image

 

ସମ୍ମାନର ସହିତ ବିକାଶ : ମୋଟେ କଳ୍ପନା ନୁହେଁ

 

ଏତେ ଏତେ ଶତାବ୍ଦୀର ଏକ ପୁରାତନ ସଭ୍ୟତା, କେତେ ଦୀର୍ଘକାଳର ଅଭିଜ୍ଞତା ଏବଂ ଇତିହାସ ରହିଥିବା ଗୋଟିଏ ପ୍ରାଚୀନ ଦେଶ, ଏହି ଭାରତବର୍ଷ ୧୯୪୭ ମସିହାରେ ଗୋଟିଏ ଅପେକ୍ଷାକୃତ ଅଳ୍ପ ବୟସର ଜାତିରୂପେ ସତେଅବା ଜନ୍ମଲାଭ କରିଥିଲା । ସେହିବର୍ଷ ଭାରତବର୍ଷ ସ୍ଵାଧୀନ ହେଲା, ଇଂରେଜ ଔପନିବେଶିକ ଶାସନରୁ ମୁକୁଳି ବାହାରି ଆସିଥିଲା । ଅଧିକ ପରିମାଣରେ ଏକ ଅହିଂସା ଅଭିନବ ସଂଗ୍ରାମ ଦ୍ଵାରା ନିଜକୁ ମୁକ୍ତ କଲା । ଶ୍ରୀଯୁକ୍ତ ମୋହନଦାସ କରମଚାନ୍ଦ ଗାନ୍ଧୀ ସେହି ସଂଗ୍ରାମରେ ନେତୃତ୍ଵ ଦେଇଥିଲେ । ଯେଉଁ ଜାତୀୟ ମୁକ୍ତିଲାଭର ଆଦର୍ଶ ଅଗ୍ରଭାଗରେ ରହି ପ୍ରାୟ ସର୍ବତ୍ର ଔପନିବେଶିକ ଶାସନ ସହିତ ଏକ ସଂଗ୍ରାମର ପ୍ରେରଣା ଦେଇଥିଲା, ଭାରତବର୍ଷରେ ଲଢ଼ାଯାଇଥିବା ସ୍ଵାଧୀନତାର ସଂଗ୍ରାମରେ ତାହାର ଅବଶ୍ୟ ଏକ ସ୍ଵତନ୍ତ୍ର ନାନାମୁଖୀ ସ୍ଵତନ୍ତ୍ରତା ରହିଛି । ଏବଂ, ସେହି ଜାତୀୟତାବାଦକୁ ଏକ ବହୁବିଧ ବିଭିନ୍ନତା ମଧ୍ୟରୁ ହିଁ ଗଠିତ କରି ଆଣିବାକୁ ପଡ଼ିଥିଲା । ଗୋଟିଏ ଦେଶ, ତଥାପି ସେଥିରେ ପୁଣି ଏତେ ବୈଚିତ୍ର୍ୟ; କେବଳ ଭୂଗୋଳ ଓ ଜଳବାୟୂର କ୍ଷେତ୍ରରେ ନୁହେଁ,–ଧର୍ମ, ଭାଷା ତଥା ଦାୟିତ୍ୱର ବିଚାର କରି ଦେଖିଲେ ସମ୍ଭବତଃ ଭାରତବର୍ଷ ନାମକ ଏହି ଦେଶଟି ହିଁ ସମଗ୍ର ପୃଥିବୀରେ ସବୁଠାରୁ ଅଧିକ ଭଳି ଭଳି ଗଢ଼ଣରେ ଗଠିତ ହୋଇ ଆସିଛି । ୨୦୦୪ ମସିହାର ହିସାବରୁ ପ୍ରାପ୍ତ ତଥ୍ୟଟି ଅନୁସାରେ, ଏହି ଦେଶରେ ବାସ କରୁଥିବା ପ୍ରାୟ ଶହେ କୋଟିଙ୍କ ଭିତରୁ ମୋଟମୋଟି ଶତକଡ଼ା ଏଗାରଜଣ ମୁସଲମାନ ଥିଲେ । ଏଠାରେ ଧର୍ମ ଦୃଷ୍ଟିରୁ ହିନ୍ଦୁମାନଙ୍କର ସଂଖ୍ୟା ସର୍ବାଧିକ (୮୦.୫%) ସତ ମାତ୍ର ବହୁସଂଖ୍ୟକ ଅନ୍ୟ ଧର୍ମାବଲମ୍ବୀମାନେ (ଖ୍ରୀଷ୍ଟିଆନ୍ ୨.୩%), (ଶିଖ ୧.୯%), (ବୌଦ୍ଧ ୦.୮%) ଏବଂ (ଜୈନ ୦.୪%) ଯେତେ ଅଳ୍ପସଂଖ୍ୟକ ହୋଇଥିଲେ ମଧ୍ୟ ତଥାପି ସେମାନଙ୍କ ମହତ୍ତ୍ଵ ରହିଆସିଛି । ପୁଣି ସଂଖ୍ୟାରେ ଏତେ ବେଶି ହୋଇ ରହିଥିବା ହିନ୍ଦୁମାନେ ଏକ ଜାତିଭେଦ ପ୍ରଥା ଦ୍ଵାରା ମଧ୍ୟ ଥାକ ଥାକ ଅର୍ଥାତ୍ ଉଚ୍ଚ ଓ ନୀଚ ହୋଇ ବାସ କରୁଛନ୍ତି । ଏବଂ, ସେହି ଭେଦଟି ମଧ୍ୟରେ ଅଚ୍ଛବ ଅର୍ଥାତ୍ ଦଳିତମାନଙ୍କ ଲାଗି କୌଣସି ସ୍ଥାନ ନାହିଁ-। ଏପରିକି ଦେଶ ସ୍ଵାଧୀନତା ଲାଭ କରିବାର ଷାଠିଏ ବର୍ଷ ପରେ ମଧ୍ୟ ଏବଂ ଶତାବ୍ଦୀ ଶତାବ୍ଦୀର ପୁରାତନ ସେହି ଅତ୍ୟାଚାରକୁ ବନ୍ଦ କରିବା ନିମନ୍ତେ କେତେ ନା କେତେ ଆଇନ୍ ପାସ୍ ହୋଇ ଯାଇଥିଲେ ମଧ୍ୟ ସେହି ଅତ୍ୟାଚାର ବଳବତ୍ତର ରହିଛି ଏବଂ ଭାରତବର୍ଷରେ ବହୁ ଅନ୍ୟାୟର ମୂଳ କାରଣ ହୋଇ ରହିଛି । ସେହିପରି, ବହୁ ଆଦିବାସୀ, ଏବଂ ଏମାନେ କାଳକାଳରୁ ଭାରତବର୍ଷରେ ବାସକରି ଆସୁଛନ୍ତି–ସେମାନେ ବର୍ତ୍ତମାନ ମଧ୍ୟ ଅତ୍ୟାଚାରିତ ହେବାରେ ଲାଗିଛନ୍ତି ଏବଂ, କେତେ କେତେ ଆଇନ୍‍ ଲେଖା ହୋଇ ରହିଥିଲେ ସୁଦ୍ଧା ଅତ୍ୟନ୍ତ ହୀନ ଭାବରେ ଶୋଷିତ ହେଉଛନ୍ତି-

 

ଭାରତବର୍ଷରେ ବହୁସଂଖ୍ୟାରେ ଭାଷାମାନେ ମଧ୍ୟ ରହିଛନ୍ତି । ମୋଟାମୋଟି ଷୋହଳଟି ମୁଖ୍ୟ ଭାଷା,–ସେମାନଙ୍କର ପୁଣି ଅନେକ ସମୟରେ ଲିପି ମଧ୍ୟ ଭିନ୍ନ ଭିନ୍ନ । ହଁ, ମୁଖ୍ୟବୋଲି ଗୁଡ଼ିକ ବି ପାଞ୍ଚ ଶହରୁ ବେଶି ହେବେ । ତଥାପି ଏତେଗୁଡ଼ିଏ ଭାଷା ରହିଥିଲେ ମଧ୍ୟ ଭାରତ ସେଗୁଡ଼ିକ ମଧ୍ୟରେ ସବୁଠାରୁ ବହୁଭାଷାଭାଷୀ ହିନ୍ଦୀ ଭାଷାକୁ ଦେଶର ରାଷ୍ଟ୍ରଭାଷା ରୂପେ ବାଛିଛି । ଭାରତବର୍ଷ ଏବେ ମଧ୍ୟ ଇଂରାଜୀକୁ ସମଗ୍ର ଦେଶର ଯୋଗସୂତ୍ର ରକ୍ଷାକାରୀ ଭାଷା ହିସାବରେ ବ୍ୟବହାର କରୁଛି । ଶାସନର କ୍ଷେତ୍ରରେ ଦେ’ଣ ନେ’ଣ ସବୁ ଇଂରାଜୀରେ ହେଉଛି । ଉଚ୍ଚତର ଶିକ୍ଷାର ଯାବତୀୟ ବ୍ୟବସ୍ଥା ମଧ୍ୟ ଇଂରାଜୀରେ । ଏବଂ, ତାହାରି ଏକ ପରିମାଣ ସ୍ୱରୂପ ଭାଷାର କ୍ଷେତ୍ରରେ ଏକ ପାରସ୍ପରିକ ଦୂରତା ମଧ୍ୟ ଆସି ପ୍ରବେଶ କରିଛି; ଅର୍ଥାତ୍, ଯେଉଁମାନେ ଇଂରାଜୀ ଜାଣନ୍ତି ଏବଂ ଆଉ ଯେଉଁମାନେ ଇଂରାଜୀ ଜାଣନ୍ତି ନାହିଁ, ଦୁହିଁଙ୍କ ଭିତରେ ସୁଯୋଗମାନ ପ୍ରାପ୍ତ ହେବାର କ୍ଷେତ୍ରରେ ବେଶ୍ ଏକ ଅସମାନତା ମଧ୍ୟ ସୃଷ୍ଟି ହୋଇ ରହିଛି ।

 

ଏତେ ଧର୍ମ, ଏତେ ଭାଷା, ଏତେ ଜାତି ଏବଂ ଗୋଷ୍ଠୀ ଓ ସେମାନଙ୍କର ଏତେ ପ୍ରକାରର ସଂସ୍କୃତି, ଏବଂ ଏଥିରୁ କାଳେ କାଳେ ନାନା ସଙ୍ଘାତ ଲାଗି ହିଁ ରହିଛି, ତଥାପି ଏହି ବୃହତ୍ ଦେଶଟି ଯେ ଅଧିକରୁ ଅଧିକ ପରିମାଣରେ ଆପଣାକୁ ଏକ ଜାତି ରୂପେ କ୍ରମଗଠିତ କରି ଆସିଛି, ଆଧୁନିକ ରାଜନୀତିର ଇତିହାସରେ ତାହାକୁ ପ୍ରକୃତରେ ଗୋଟିଏ ଅନନ୍ୟ ଘଟଣା ବୋଲି ହିଁ କୁହାଯିବ । ସ୍ଵାଧୀନତା ହାସଲ କରିବାର ପ୍ରଥମକାଳୀନ କେତୋଟି ବର୍ଷରେ ଉପନିବେଶ ଶାସନ ବିରୁଦ୍ଧରେ କରାଯାଇଥିବା ସଂଗ୍ରାମଟି ହିଁ ଲୋକମାନଙ୍କୁ ଏକତ୍ର ଗୋଟିଏ ଭାବନାରେ ଖୁବ୍ ବାନ୍ଧି ରଖିଥିଲା । ବିଦେଶୀ ଶାସନରୁ ମୁକୁଳି ଆସିବା ପରେ ଏଠାରେ ଏକ ଅଧିକ ଭଲ ଅର୍ଥନୈତିକ ଜୀବନ ଓ ମୁକ୍ତତର ରାଜନୀତିକ କ୍ରିୟାଶୀଳତାର ପ୍ରତିଷ୍ଠା ହେବ ବୋଲି ଖୁବ୍ ଆଶା କରାଯାଉଥିଲା-। ଏବଂ ତାହାହିଁ ପ୍ରକ୍ରିୟାଟିକୁ ଅଗ୍ରସର କରାଇ ଦେଶର ପ୍ରେରଣା ରୂପେ କାର୍ଯ୍ୟ କରୁଥିଲା-। ସ୍ଵାଧୀନତା ଲାଭର ଏହି ବିଗତ ଛଅଟି ଦଶନ୍ଧି ମଧ୍ୟରେ ସେହି ଆଶା ଓ ଆସ୍ପୃହାଗୁଡ଼ିକ କେତେ ମାତ୍ରାରେ ଅବଶ୍ୟ ପୂରଣ ହୋଇ ପାରିଛି ସତ, ମାତ୍ର ଆଉ କେତୋଟି ନିତାନ୍ତ ଶୋଚନୀୟ ଭାବରେ ବ୍ୟର୍ଥ ବି ହୋଇ ଯାଇଛନ୍ତି । ଅର୍ଥାତ୍, ସ୍ଵାଧୀନତାର ପରବର୍ତ୍ତୀ ଭାରତବର୍ଷର ଇତିବୃତ୍ତଟି ଏକାଧାରରେ ସ୍ପଷ୍ଟ ସଫଳତାମାନ ହାସଲ କରିଥିବାର ଏବଂ ତେଣେ ଆହୁରି କେତେ କେତେ ଅକ୍ଷମଣୀୟ ବିଫଳତାର ଦୃଷ୍ଟାନ୍ତ ହୋଇ ରହିଛି ।

 

ଦାରିଦ୍ର୍ୟରେ ଭର୍ତ୍ତି ହୋଇ ରହିଥିବା ଏହି ବିରାଟ ଦେଶଟି ଭାଷା, ଧର୍ମ ଏବଂ ଗୋଷ୍ଠୀଜୀବନରେ ଏତେ ନାନାଭଳି, ବିଗତ ଷାଠିଏ ବର୍ଷ ଭିତରେ ଆପଣାର ଗଣତାନ୍ତ୍ରିକ ବ୍ୟବସ୍ଥାଟିକୁ କ୍ରମେ ମଜବୁତ କରିଆଣିଛି । ଯେଉଁ ମାନଦଣ୍ଡରେ ବିଚାର କଲେ ମଧ୍ୟ, ଏହି ସଫଳତାଟି ହିଁ ସର୍ବଆଗ ଆଖିରେ ଅବଶ୍ୟ ପଡ଼ିଯିବ । ଏହି ସଫଳତା ପ୍ରକୃତରେ ଆହୁରି ଅଧିକ ଅଦ୍ଭୁତ ଏହି କାରଣରୁ ଲାଗିବ ଯେ, ଭାରତବର୍ଷରେ ତାହାର ଘୋର ଦାରିଦ୍ର୍ୟ ସତ୍ତ୍ୱେ ଏଠାରେ ସେହି ଗଣତନ୍ତ୍ର ସତକୁ ସତ ଚାଲି ବି ପାରିଛି । ପଶ୍ଚିମ ଇଉରୋପର ଦେଶଗୁଡ଼ିକ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଜାପାନରେ, ଯେଉଁସବୁ ଦେଶରେ ସ୍ଥାୟୀ ଭାବରେ ଗଣତନ୍ତ୍ରର ବ୍ୟବସ୍ଥାଟିଏ ସମ୍ଭବ ହୋଇଛି, ସେଠାରେ ସମସ୍ତେ ଭୋଟ୍‌ଅଧିକାର ପାଇଛନ୍ତି କାରଣ ସେଠି ମୂଳରେ ଲୋକମାନଙ୍କର ମୁଣ୍ଡପିଛା ଆୟ ଅନେକ ଅଧିକ ରହିଛି । ସର୍ବନିମ୍ନ ମୁଣ୍ଡପିଛା ଆୟ ଆମେରିକାନ୍ ଡଲାରରେ ହିସାବ କରି କହିଲେ ଅଢ଼େଇ ହଜାରରେ ଯାଇ ରହିଛି । ସ୍ଵାଧୀନତାପ୍ରାପ୍ତି ସମୟରେ ଭାରତବର୍ଷରେ ତାହା ଶହେ ଡଲାରକୁ ମଧ୍ୟ ସ୍ପର୍ଶ କରି ପାରିନଥିଲା (ସେତେବେଳର ମୁଦ୍ରା ବିନିମୟର ହିସାବ ଅନୁସାରେ ) । ଭାଷା, ଧର୍ମ, ସଂସ୍କୃତି ଏବଂ ଗୋଷ୍ଠୀଜୀବନର ଏତେ ଏତେ ବୃହତ୍ ତାରତମ୍ୟ ସତ୍ତ୍ୱେ ଗୋଟିଏ ଅତିଶୟ ବୃହତ୍ ଦେଶରେ ଯେ ତଥାପି ଏକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସ୍ଥାୟୀ ଭାବରେ ସକ୍ରିୟ କରି ରଖିହେବ ଏବଂ ତାହାକୁ ଅଧିକ ମଜବୁତ ମଧ୍ୟ କରାଯାଇ ପାରିବ, ଭାରତବର୍ଷ ପ୍ରକୃତରେ ତାହା ପ୍ରମାଣ କରିଦେଇ ପାରିଛି । ଏହି ଅନନ୍ୟ ସଫଳତାର ରାଜନୀତିକ ଇତିହାସରେ ପ୍ରକୃତରେ କୌଣସି ସମାନ୍ତର ହିଁ ନଥିବ । ତଥାପି, ସେହି ସଫଳତାରେ କେତେ ନା କେତେ ଦାରୁଣ ଦୋଷର ତ୍ରୁଟିମାନ ମଧ୍ୟ ରହିଯାଇଛି ।

 

ଆମର ଏଠାରେ ଏକ ଅକ୍ଷମଣୀୟ ବିଫଳତା ହେଉଛି ଯେ, ଏଠାରେ ତଥାପି ଏତେ ମନୁଷ୍ୟ ଦାରିଦ୍ର୍ୟ ଓ ନିଃସହାୟତା ମଧ୍ୟରେ କାଳାତିପାତ କରୁଛନ୍ତି । ଅତ୍ୟନ୍ତ ଲଜ୍ଜାର ବିଷୟ ଯେ, ସ୍ଵାଧୀନତାର ପ୍ରାୟ ଷାଠିଏ ବର୍ଷ ପରେ ମଧ୍ୟ ଆମ ଦେଶରେ ପ୍ରାୟ ତିନି କିମ୍ବା ଚାରିଭାଗରୁ ଭାଗେ ଅଧିବାସୀ ଜଣେ ଜଣେ ମନୁଷ୍ୟ ପରି ଜୀବନ ବଞ୍ଚିବାର ନିମ୍ନତମ ଆବଶ୍ୟକତା ଗୁଡ଼ିକରୁ ବଞ୍ଚିତ ହୋଇ ରହିଛନ୍ତି । ସେମାନେ ନିତାନ୍ତ ଦରିଦ୍ର ଅବସ୍ଥାରେ ବାସ କରୁଛନ୍ତି । କୋଟି କୋଟି ମନୁଷ୍ୟ ନିରକ୍ଷର ରହିଛନ୍ତି, ଯଥେଷ୍ଟ ଖାଦ୍ୟସାର ପାଉନଥିବାରୁ ନିୟୂତ ସଂଖ୍ୟାର ପିଲା ଛୋଟା ଅଥବା ଅନ୍ଧ ହୋଇ ଯାଉଛନ୍ତି । ଗୋଟିଏ ହିସାବର କଳନା ଅନୁସାରେ, ବିଂଶ ଶତାବ୍ଦୀର ଶେଷ ବେଳକୁ ଭାରତରେ ପ୍ରାୟ ଛବିଶି କୋଟି ଲୋକ ବାସ କରୁଥିଲେ,–ସମଗ୍ର ଜନସଂଖ୍ୟାର ପ୍ରାୟ ଚାରିଭାଗରୁ ଭାଗେ,–ତଥାକଥିତ ଦାରିଦ୍ର୍ୟର ସୀମାରେଖାର ତଳେ ଯାଇ ବାସ କରୁଥିଲେ । ନିହାତି ଜୀବନଧାରଣ ନିମନ୍ତେ ନିମ୍ନତମ ଯେତିକି ଆବଶ୍ୟକ, ତାହାଠାରୁ ଆହୁରି କମ୍ । ସେମାନଙ୍କ ମଧ୍ୟରୁ ପ୍ରାୟ କୋଡ଼ିଏ କୋଟି ଦେଶର ଗ୍ରାମାଞ୍ଚଳରେ ବାସ କରୁଥିଲେ । ଏବଂ ଅନ୍ୟମାନେ ସହର ଅଞ୍ଚଳରେ । ଆଉ ଗୋଟିଏ ହିସାବ ବି କହୁଛି ଯେ, ପ୍ରତି ତିନିଜଣରେ ଜଣକରୁ ଅଧିକ ମନୁଷ୍ୟ ଦାରୁଣ ଦାରିଦ୍ର୍ୟ ମଧ୍ୟରେ ବାସ କରୁଛନ୍ତି,–ଏମାନେ ଦିନକୁ ଗୋଟିଏ ଆମେରିକୀୟ ଡଲାରରୁ ମଧ୍ୟ କମ୍ କ୍ରୟଶକ୍ତିର ସମର୍ଥ ହେଉଛନ୍ତି । (ଏହି କ୍ରୟଶକ୍ତିର ସମାନତା ବିଷୟରେ ଏହି ଅଧ୍ୟାୟରେ ପରେ ବ୍ୟାଖ୍ୟା କରି ଦିଆଯିବ ।)

 

ମାତ୍ର ଦେଶରେ ଏତେ ସଂଖ୍ୟାରେ ଲୋକେ ଯେ ଦାରିଦ୍ର୍ୟର ସୀମାରେଖା ତଳେ ରହିଛନ୍ତି, ସେଥିରୁ ଆମ ବ୍ୟବସ୍ଥାଟିର ବିଫଳତାର ଦୁଃଖଦ କାହାଣୀ ବିଷୟରେ ବସ୍ତୁତଃ କ୍ଵଚିତ୍ ଏକ ପ୍ରକୃତ ସତ ଚିତ୍ର ମିଳିପାରିବ । ସେଥିଲାଗି ଆମକୁ ହୁଏତ ଆଉ ଗୋଟିଏ ସମଷ୍ଟିଗତ ପରିସଂଖ୍ୟାନର ସାହାଯ୍ୟ ନେବାକୁ ହେବ ଓ ତଥାକଥିତ ଚଳଣିରେ ତାହାକୁ ‘ମାନବିକ ବିକାଶର ସୂଚନା ଦେଉଥିବା ପଦ୍ଧତି’ ବୋଲି କୁହାଯାଇ ପାରିବ । ଏଇଟି ହେଉଛି ଏକ ସଂଯୁକ୍ତ ନିର୍ଦ୍ଦେଶିକାର ପ୍ରଣାଳୀ, ଯେଉଁଥିରେ ଲୋକମାନଙ୍କର ସ୍ୱାସ୍ଥ୍ୟ-ଅବସ୍ଥାର ସ୍ଥିତିକୁ ମଧ୍ୟ ବିଚାରକୁ ନିଆ ଯାଇଥାଏ (ମନୁଷ୍ୟମାନେ ହାରାହାରି କେତେ ଦୀର୍ଘକାଳ ବଞ୍ଚୁଛନ୍ତି), ତାହାରି ଏକ ଅନୁମାନ । ପୁନଶ୍ଚ, ଶିକ୍ଷାଲାଭ କରିବାର ସୁଯୋଗ ଏବଂ ଆୟର ମଧ୍ୟ ହିସାବ କରାଯାଏ । ଏଥିରେ ମଧ୍ୟ କିଛି ଅପୂର୍ଣ୍ଣତା ରହିଥିଲେ ହେଁ ଲୋକମାନଙ୍କର ଜୀବନଧାରଣ କରୁଥିବାର କିଛି ନା କିଛି ଧାରଣା ମିଳିଥାଏ । ୨୦୦୨ ମସିହାରେ ମିଳିତ ଜାତିସଂଘର ୧୭୫ଟି ଦେଶର ମାନବବିକାଶର ମାନତାଲିକାରେ ଭାରତବର୍ଷର ସ୍ଥାନ ୧୨୭ରେ ଯାଇ ରହିଥିଲା । ପୁନଶ୍ଚ ମୁଣ୍ଡପିଛା ଆୟର ଏକ ତୁଳନାତ୍ମକ ଫର୍ଦ୍ଦରେ କ୍ରୟଶକ୍ତିର ସମତାର କ୍ଷେତ୍ରରେ ୯୫ରେ ରହିଥିବା ଭାରତର ସ୍ଥାନ ଏକଥା ମଧ୍ୟ ଖୁବ୍ ସୂଚାଇ ଦେଉଥିଲା ଯେ,୧୨୭ ତମ ସ୍ଥାନ ଭଳି ନିମ୍ନ ଅବସ୍ଥାଟିଏ; ଆୟ-ପରିମାଣ ସହିତ ତୁଳନା କଲେ ସେହି ଦେଶର ଦରିଦ୍ରମାନେ ସ୍ୱାସ୍ଥ୍ୟ ତଥା ଶିକ୍ଷାର ସୁଯୋଗ ପାଇବାର କ୍ଷେତ୍ରରେ ସମ୍ଭବତଃ ଆହୁରି ଅଧିକ ଶୋଚନୀୟ ସ୍ଥିତିରେ ଯାଇ ରହିଥିଲେ । ଭାରତବର୍ଷରେ ପ୍ରତି ପାଞ୍ଚଜଣରେ ଦୁଇଜଣ ବୟସ୍କ ଲୋକ ୨୦୦୨ ମସିହା ବେଳକୁ ନିରକ୍ଷର ହୋଇ ରହିଥିଲେ । ସ୍ୱାସ୍ଥ୍ୟ ବିଷୟରେ ମିଳୁଥିବା ଚିତ୍ରଟି ମଧ୍ୟ ସମାନ ଭାବରେ ଅତ୍ୟନ୍ତ ନୈରାଶ୍ୟଜନକ ହୋଇ ରହିଛି । ଆହୁରି ଅଧିକ ଦୁଃଖଦ ବାସ୍ତବତାଟି ହେଉଛି ଯେ, ମହିଳା ଓ ଦଳିତଙ୍କର କ୍ଷେତ୍ରରେ ସଂଖ୍ୟାମାନେ ଅଧିକ ଆଶାଶୂନ୍ୟ ହୋଇ ରହିଛନ୍ତି । ଏଗୁଡ଼ିକ ଦର୍ଶାଇ ଦେଉଛନ୍ତି ଯେ, ସ୍ତ୍ରୀ-ପୁରୁଷ ଓ ଜାତି ଜାତି ମଧ୍ୟରେ ରହିଥିବା ପାର୍ଥକ୍ୟ ଦ୍ଵାରା ସମାଜରେ ରହି ଆସିଥିବା ଅସମାନତା ହେତୁ ଏହିସବୁ ଆର୍ଥିକ ଅସମାନତା ମଧ୍ୟ ଅଧିକ ବଳ ପାଇବାରେ ଲାଗିଛି । ସେଥିରେ ପୁଣି ବେଳେ ବେଳେ ଧର୍ମଗତ ବାଛବିଚାରମାନ ରହିଛି, ଯାହାକି ସେହି ଅସମାନତା ମାନଙ୍କୁ ଉତ୍କଟ କରିଦେଉଛି । ତେଣୁ ଏହି ଅକ୍ଷମଣୀୟ ସ୍ଥିତିଟି ଏପରି ହୋଇ ରହିଛି ଯେ ଭାରତବର୍ଷର ଗଣତାନ୍ତ୍ରିକ ରାଜ୍ୟବ୍ୟବସ୍ଥାଟି ମଧ୍ୟ ସେହି ସ୍ଥୂଳ ଅସମାନତା ଗୁଡ଼ିକରେ କୌଣସି ପରିବର୍ତ୍ତନ ସମ୍ଭବ କରି ପାରୁନାହିଁ;–ସ୍ଵାଧୀନତା ପରେ ଛଅଟି ଦଶନ୍ଧି ଚାଲିଗଲାଣି, ତଥାପି ଅସମର୍ଥ ହୋଇ ରହିଛି ।

 

ଗୋଟିଏ ଜାତିର ରାଷ୍ଟ୍ର-ବ୍ୟବସ୍ଥା କହିଲେ ଆମେ ଏବେ ଯେଉଁସବୁ କଥାକୁ ଅବଶ୍ୟ ବୁଝିବା, ସେଥିରେ ସର୍ବପ୍ରଥମେ ମନୁଷ୍ୟମାନେ ବାସ କରୁଥିବା ଗୋଟିଏ ସମୂହକୁ ହିଁ ବୁଝିବାକୁ ହେବ । ସେହି ସମୂହକୁ ନେଇ ଗୋଟିଏ ଶାସନ ବ୍ୟବସ୍ଥା ଓ ତା’ ସହିତ ଏକ ଅର୍ଥନୀତି । ଏହି ତିନୋଟି ଯାକ ବାସ୍ତବତଃ ଏକତ୍ର ଏକ ରାଷ୍ଟ୍ର-ବ୍ୟବସ୍ଥା ଦ୍ଵାରା ଗୁନ୍ଥା ହୋଇ ରହିଥାଏ । ସେହି ରାଷ୍ଟ୍ର ବ୍ୟବସ୍ଥାର ଏହି ତିନୋଟି କ୍ଷେତ୍ର ମଧ୍ୟରେ ନିରନ୍ତର ଯେଉଁ କ୍ରିୟା ଓ ପ୍ରତିକ୍ରିୟାମାନ ଲାଗି ରହିଥାଏ, ସେହି ବିବିଧମୁଖୀ ପ୍ରକ୍ରିୟାଟି ଦ୍ଵାରା ହିଁ ଜାତୀୟ ଲୋକଜୀବନର ଆର୍ଥିକ ବିକାଶ ଏବଂ ସାମାଜିକ ସକଳ ପରିବର୍ତ୍ତନ ଅବ୍ୟାହତ ରହିଥାଏ । ସେହି ନକ୍‍ସାଟି ଉପରେ ଭାରତବର୍ଷ ବିଷୟରେ ଆଲୋଚନା କରି କହିଲେ, ବିଗତ ଷାଠିଏ ବର୍ଷ ଭିତରେ ଏଠି ଯେତେ ଯେତେ କ୍ରିୟା ଓ ପ୍ରତିକ୍ରିୟା ଘଟି ଆସିଛି, ସେଥିରେ ଏହି ଦେଶର ଆର୍ଥିକ ଅଭିବୃଦ୍ଧି ମୋଟାମୋଟି ପ୍ରାୟ ମଜବୁତ ତଥା ଗତିଶୀଳ ରହିଆସିଛି ଓ ଏବେ ତ ତାହା ସମଗ୍ର ପୃଥିବୀର ହାରାହାରି ଅଙ୍କଟି ତୁଳନାରେ ବେଶ୍ ସନ୍ତୋଷଜନକ ଭାବରେ ଊର୍ଦ୍ଧ୍ଵରେ ହିଁ ରହିଛି । ତଥାପି, ଭାରତବର୍ଷରେ ଯେ କୋଟି କୋଟି ମନୁଷ୍ୟ ନିତାନ୍ତ ଦାରିଦ୍ର୍ୟର ଅବସ୍ଥା ଭିତରେ ପଡ଼ି ରହିଛନ୍ତି, ସେହି ସମସ୍ୟାଟିର ସମାଧାନ କରିବାରେ ଦେଶର ବ୍ୟବସ୍ଥା ଆଦୌ ଯଥେଷ୍ଟ ଭାବରେ ଫଳପ୍ରଦ ହୋଇ ପାରିନାହିଁ ।

 

୧୯୬୦ ରୁ ୧୯୭୦ର ଦଶନ୍ଧିଟି ମଧ୍ୟରେ ପୃଥିବୀର ଅର୍ଥନୀତି-ବ୍ୟବସ୍ଥାର ଖାଉଟି ବର୍ଷକୁ ପ୍ରାୟ ୫% ବୃଦ୍ଧିଲାଭ କରିଥିବା ସମୟରେ ଭାରତବର୍ଷ ବେଶ୍ ମନ୍ଥର ଗତିରେ ଯାଇ ପ୍ରାୟ ୩.୫% ଯାଇ ପଡ଼ି ରହିଥିଲା । ଏହି ଦଶବର୍ଷରେ ଦେଶର ଜନସଂଖ୍ୟା ୨% ରୁ କିଞ୍ଚିତ୍ ଅଧିକ ବୃଦ୍ଧି ପାଇଥିଲେ ମଧ୍ୟ ମୁଣ୍ଡପିଛା ଆୟର ପରିମାଣ ୨%ରୁ ତଳେ ଯାଇ ରହିଥିଲା । ୧୯୮୦ ମସିହା ପରଠାରୁ ବିଶ୍ଵ-ଆର୍ଥିକ-ବୃଦ୍ଧିର ହାର ଅତ୍ୟନ୍ତ ଆଖିଦୃଶିଆ ଭାବରେ ପ୍ରାୟ ୩%କୁ ଖସି ଆସିଲା ଏବଂ ଏବେ ତ ତାହା ଆହୁରି ତଳକୁ ମଧ୍ୟ ଚାଲିଯିବା ପରି ସୂଚନା ସବୁ ମିଳିଯାଉଛି । କିନ୍ତୁ, ଏହି ସମୟଟିରେ ଭାରତବର୍ଷ ବହୁତ ପରିମାଣରେ ଆଗୁଆ ହୋଇଯାଇ ଅଶୀ-ଦଶକର ମଧ୍ୟଭାଗରେ ପ୍ରାୟ ୫-୬% ଯାଏ ବାର୍ଷିକ ଅଭିବୃଦ୍ଧି ଦର୍ଶାଇ ପାରିଛି । ଲୋକସଂଖ୍ୟାରେ ବୃଦ୍ଧିହାର ମଧ୍ୟ ୨% ରୁ ଊଣା ହୋଇ ଯାଇଛି । ତେଣୁ, ଗତ ଦୁଇ ଦଶନ୍ଧି ମଧ୍ୟରେ ମୁଣ୍ଡପିଛା ଆୟରେ ବି ପ୍ରାୟ ୪% ବୃଦ୍ଧି ଘଟିଛି । ମାତ୍ର ମୁଣ୍ଡପିଛା ଆୟରେ ଏହି ବୃଦ୍ଧି ପ୍ରାୟ ଦୁଇଗୁଣ ହୋଇଥିଲେ ମଧ୍ୟ ଜନଗଣଙ୍କ ମଧ୍ୟରେ ରହି ଆସିଥିବା ଦାରିଦ୍ର୍ୟ-ଅବସ୍ଥାରେ ଅନୁରୂପ ଆଦୌ କୌଣସି ପରିବର୍ତ୍ତନ ସମ୍ଭବ ହୋଇପାରିନାହିଁ ।

 

ଭାରତବର୍ଷ ବର୍ତ୍ତମାନ ମଧ୍ୟ ଗୋଟିଏ ଦରିଦ୍ର ଦେଶ ହୋଇ ରହିଛି,୨୦୦୪ ମସିହାରେ ଏଠି ମୁଣ୍ଡପିଛା ବାର୍ଷିକ ଆୟ ସମସାମୟିକ ଦରଦାମ୍ ଅନୁସାରେ ବିଚାରକଲେ ଭାରତୀୟ ମୁଦ୍ରାରେ ୨୩,୦୦୦ଟଙ୍କାରୁ ଅଳ୍ପ କିଛି ଊର୍ଦ୍ଧ୍ଵରେ ରହିଛି । ସାଂପ୍ରତିକ ମୁଦ୍ରା-ବିନିମୟର ପରିମାଣ ଅନୁସାରେ ହିସାବ କଲେ ତାହାକୁ ଆମେରିକୀୟ ପ୍ରାୟ ୫୩୦ ଡଲାର୍ ବୋଲି କୁହାଯିବ । ଅବଶ୍ୟ, ବିଦେଶୀ ମୁଦ୍ରାମୂଲ୍ୟ ଅନୁସାରେ ତୁଳନା କରି କହିବା ଦ୍ଵାରା ସ୍ଥିତିଟି ପ୍ରକୃତରେ ଅହେତୁକ ଭାବରେ ହିଁ ନିତାନ୍ତ ଶୋଚନୀୟ ବୋଲି ଧାରଣା ନିଶ୍ଚୟ ହେବ । କାରଣ, ଏହି ଗୋଟିଏ ଡଲାର୍ (ଏବେ ଗୋଟିଏ ଡଲାର୍‌କୁ ଭାରତୀୟ ପ୍ରାୟ ୪୫ଟଙ୍କା ବୋଲି ହିସାବ କରାଯାଉଛି ।)ର କ୍ରୟଶକ୍ତି ଯୁକ୍ତରାଜ୍ୟ ଆମେରିକା ତୁଳନାରେ ଭାରତବର୍ଷରେ ନିଶ୍ଚୟ ବହୁତ ଅଧିକ ହିଁ ହେବ । ତେଣୁ, ୨୩,୦୦୦ଟଙ୍କାରେ ଭାରତବର୍ଷରେ ଯେତିକି ପ୍ରକୃତ ଦ୍ରବ୍ୟ କ୍ରୟ କରିହେବ ତଥା ଯେତିକି ସେବା ଉପଲବ୍ଧ ହେବ, ଆମେରିକାରେ ସେହି ପରିମାଣର ଡଲାର୍ ବଳଦରେ କ’ଣ ସବୁ ପ୍ରାପ୍ତ ହେବ, ତାହାର ଏକ ତୁଳନାତ୍ମକ ଚିତ୍ରର ମଧ୍ୟ ବେଶ୍ କଳ୍ପନା କରାଯାଇପାରେ । ‘କ୍ରୟଶକ୍ତି କ୍ଷେତ୍ରରେ ସମନୁପାତିକତା’ର ସେହି ମାନଦଣ୍ଡର ପରିସଂଖ୍ୟାନ ଏବଂ ଅର୍ଥନୀତିକ୍ଷେତ୍ରର ବିଦ୍ଵାନ୍‌ମାନେ ହିସାବ କରି କହୁଛନ୍ତି ଯେ, ଆନ୍ତର୍ଜାତିକ କ୍ରୟଶକ୍ତିର ମାପକାଠି ଅନୁସାରେ ଭାରତବର୍ଷରେ ସେହି ପରିମାଣ ପ୍ରାୟ ୨୮୦୦ ଡଲାର୍‌ର ସମତୁଲ ହୋଇଯିବ । ଆନ୍ତର୍ଜାତିକ ମୁଦ୍ରା-ବିନିମୟ-କ୍ଷେତ୍ରରେ ସଂପ୍ରତି ତାହାକୁ ପାଞ୍ଚଗୁଣରୁ ମଧ୍ୟ ଅଧିକ ପରିମାଣର ବୋଲି ଅବଶ୍ୟ କୁହାଯିବ । ତଥାପି ଆନ୍ତର୍ଜାତିକ ମାନଦଣ୍ଡ ଅନୁସାରେ ସ୍ଥିତିଟି ପ୍ରକୃତରେ ଖୁବ୍ ନିମ୍ନରେ ଯାଇ ରହିଛି । ‘କ୍ରୟଶକ୍ତି କ୍ଷେତ୍ରର ସମାନୁପାତିକତା’ର ହିସାବ ଅନୁସାରେ ତାହାକୁ ବିଶ୍ଵ-ହାରାହାରିର ପ୍ରାୟ କେବଳ ତିନିଭାଗରୁ ଏକଭାଗ ବୋଲି କୁହାଯିବ । ପୂର୍ବରୁ ଯେପରି ଉଲ୍ଲେଖ କରାଯାଇଛି, ଉକ୍ତ ଆନୁପାତିକତାର ପରିମାଣ ଅନୁସାରେ ପୃଥିବୀର ଜାତିଚୟଙ୍କର କ୍ରମଟିରେ ଭାରତବର୍ଷର ସ୍ଥାନ ବହୁତ ନିମ୍ନରେ–୯୫ରେ ଯାଇ ରହିଛି ।

 

ପୁନଶ୍ଚ, ଯେଉଁପରି ଗୋଟିଏ ମାପକାଠିରେ ପକାଇ ହିସାବ କରା ଯାଉଥାଉ ପଛକେ, ମୁଣ୍ଡପିଛା ଆୟର ଏହିସବୁ ହାରାହାରି ସ୍ଥିତି-ନିର୍ଦ୍ଧାରଣ ଦ୍ଵାରା ବାସ୍ତବ ଅବସ୍ଥାଟିର କ୍ଵଚିତ୍ ଏକ ଚିତ୍ର ଉପଲବ୍‍ଧ ହୋଇଥାଏ ତଥା କୌଣସି ଏକ ଜନସମୂହର ନାଗରିକମାନଙ୍କ ବିଷୟରେ ସେମାନେ ପ୍ରକୃତରେ କେତେ ପରିମାଣରେ ଭଲରେ ଅଛନ୍ତି, ସେହି କଥାଟିକୁ କହିହୁଏ । ସେଇଟିକୁ ଜାଣିବାକୁ ହେଲେ, ଉତ୍ପାଦିତ ମୋଟ ଦ୍ରବ୍ୟପରିମାଣଟିର ବଣ୍ଟନ-ବ୍ୟବସ୍ଥାଟି ବସ୍ତୁତଃ କିଭଳି ହେଉଛି, ସେହି ଅସଲ କଥାଟିକୁ ମଧ୍ୟ ଜାଣିବାକୁ ହେବ । କିଞ୍ଚିତ୍ ନାଟକୀୟତା ସହିତ ସେହି କଥାଟିକୁ ଯଦି ବୁଝାଇ କୁହାଯାଏ, ତେବେ ଚାଲନ୍ତୁ ଆମେ ଦୁଇଟି ଜନ ସମୁଦାୟର ବିଚାର କରିବା ଯାହାର ବାସ୍ତବ ସ୍ଥିତି ପରସ୍ପରର ତୁଳନାରେ ଏକାବେଳେକେ ବିପରୀତ ହିଁ ହୋଇଥିବ । ପ୍ରଥମ ସମୁଦାୟଟିରେ ଜଣେ ବ୍ୟକ୍ତି ୨୩,୦୦୦ଟଙ୍କା ଆୟ କରୁଛନ୍ତି ଏବଂ, ଏହିପରି ଭାବରେ ସେଠି ଏକ ପୂର୍ଣ୍ଣ ସମାନତା ହିଁ ରହିଛି । ସମୁଦାୟଟିରେ ଶହେଜଣ ମନୁଷ୍ୟ ବାସ କରୁଛନ୍ତି । ତେଣୁ ସେହି କ୍ଷେତ୍ରରେ ମୁଣ୍ଡ ପିଛା ହାରାହାରି ଆୟ ପୂରାପୂରି ସମାନ ରହିଛି । ଏବଂ, ଆମର ଉଲ୍ଲିଖିତ ଦ୍ଵିତୀୟ ସମୂହଟିରେ, ସକଳ ଅର୍ଥରେ ଦାସତ୍ଵର ଶୃଙ୍ଖଳ ମଧ୍ୟରେ ବାନ୍ଧି ହୋଇ ରହିଥିବା ସେହି ସମୂହରେ ଶହେରେ ଅନେଶ୍ଵତ ଜଣ ଦାସ ଜଣ ପିଛା କେବଳ ୧୦୦ ଟଙ୍କା ହିଁ ରୋଜଗାର କରି ପାରୁଛନ୍ତି ଏବଂ ଅବଶିଷ୍ଟ ବିତ୍ତରାଶି ଜଣେମାତ୍ର ବ୍ୟକ୍ତିର ହାତକୁ ଯାଉଛି ଯିଏକି ସେହି ଦାସମାନଙ୍କ ଉପରେ ଖାମିନ୍ଦ ହୋଇ ରହିଛି । ସେହି ଖାମିନ୍ଦ ଜଣକର ଆୟ କହିଲେ ବସ୍ତୁତଃ ସମୁଦାୟ ସମାଜର ଆୟକୁ ବୁଝାଉଛି, ଅର୍ଥାତ୍ ସ୍ଥୂଳ ମୋଟାମୋଟି ଉପାର୍ଜନ (୧୦୦ ଜଣ ଲୋକ × ଜଣ ପିଛା ୨୩୦୦ ଟଙ୍କା)ରୁ ଆମକୁ ମୋଟେ ଅନେଶ୍ଵତ ଜଣ ଦାସଙ୍କର ମୋଟ ଆୟ (୯୯ × ୧୦୦)କୁ ବାଦ୍ ଦେବାକୁ ପଡ଼ୁଛି । ଅର୍ଥାତ୍, ଏକୁଟିଆ ସେହି ମାଲିକଙ୍କର ଆୟଟି ହିଁ ୨୨,୯୦,୧୦୦ ଟଙ୍କା ବୋଲି ହିସାବ ଦ୍ଵାରା ଜାଣି ହେଉଛି । ଅର୍ଥାତ୍, ସେହି ସମୂହଟିରେ ମାଲିକ ଜଣେମାତ୍ର ହିଁ ପ୍ରତ୍ୟେକ ଭୃତ୍ୟ ବା ଦାସର ୨୨,୯୦୦ଗୁଣ ଅଧିକ ରୋଜଗାର କରୁଛି ବୋଲି ଜଣା ପଡ଼ିଯାଉଛି ।

 

ଅନେଶ୍ଵତ ଦାସ ବାସ କରୁଥିବା ସେହି ସମାଜର ଦୃଷ୍ଟାନ୍ତରେ ଆମକୁ ଗୋଟିଏ ମହତ୍ତ୍ଵପୂର୍ଣ୍ଣ ସତ୍ୟର ଅବଶ୍ୟ ପରିଚୟ ମିଳିଯିବ । ଏଥିରୁ ଆମକୁ ସମ୍ପୂର୍ଣ୍ଣ ଭାବରେ ଏକ ନଜିର ମିଳିଯାଉଛି ଯେ, ହାରାହାରି ଆୟର ହିସାବଟିଏ ବାହାର କରିଦେଲେ ତଦ୍ୱାରା ବରଂ ଅଧିକତର ପରିମାଣରେ ପ୍ରକୃତ ସ୍ଥିତିଟି ଢାଙ୍କି ହୋଇ ହିଁ ରହି ଯାଉଛି । ଉକ୍ତ ସମାଜରେ ବାସ କରୁଥିବା ଭୃତ୍ୟମାନଙ୍କର ଉତ୍କଟ ଦାରିଦ୍ର୍ୟ ବିଷୟରେ ସେଥିରୁ ଆଦୌ କିଛି ବି ଆଭାସ ମିଳୁନାହିଁ, ଏବଂ ବହୁ ବିତ୍ତ ଥିବା ସେହି ଜଣେମାତ୍ର ମାଲିକର ପ୍ରାୟ ଏକ ବର୍ବର ସ୍ତରର ଧନାଢ଼୍ୟତାଟା ମଧ୍ୟ ଆଦୌ ଜଣା ପଡ଼ୁନାହିଁ । ଏହି ଅଡ଼ୁଆଟିର ପରିପ୍ରେକ୍ଷୀରେ ବିଚାର କଲେ, ଆର୍ଥିକ ପରିସଂଖ୍ୟାନଗତ ତଥ୍ୟରୁ କିଛି ସିଦ୍ଧାନ୍ତରେ ଉପନୀତ ହେବା ଯେ ପ୍ରକୃତରେ କେତେ ପରିମାଣରେ ଭ୍ରମରହିତ ହେବ ବା ନାହିଁ, ସେହି ବିଷୟରେ ମଧ୍ୟ ଏକ ସନ୍ଦେହ ଜାତ ହେଉଛି । ଉଦାହରଣ ସ୍ୱରୂପ, ଏତେ ସଂଖ୍ୟାରେ ଦାସମାନେ ବାସ କରୁଥିବା ଗୋଟିଏ ସମାଜର ଆର୍ଥିକ ସମ୍ବନ୍ଧ ଓ ବ୍ୟବସ୍ଥା ସୁସ୍ଥ ଏବଂ ଉତ୍ତମ ଅଛି କି ନାହିଁ, ତାହାର ସିଦ୍ଧାନ୍ତ ପର୍ଯ୍ୟବେକ୍ଷଣକାରୀ ବ୍ୟକ୍ତିଟିର ପର୍ଯ୍ୟବେକ୍ଷଣ ଉପରେ ହିଁ ନିର୍ଭରଶୀଳ ହୋଇ ରହିଛି । ଭୃତ୍ୟମାନଙ୍କ ତରଫରୁ ଦେଖିଲେ ଏହି ସମାଜଟାରେ ନ୍ୟାୟ ବୋଲି ଆଦୌ କିଛି ନାହିଁ ବୋଲି ସ୍ପଷ୍ଟ ହୋଇ ଯାଉଛି । ଅପର ପକ୍ଷରେ, ଭୃତ୍ୟମାନଙ୍କର ମାଲିକର ପକ୍ଷରେ ରହି ଅବଲୋକନ କଲେ ହୁଏତ ତାହା ପ୍ରାୟ ସକଳ ଯୌକ୍ତିକତା ସହିତ ଏକ ଚମତ୍କାର ଉତ୍ତମ ସମାଜ ବୋଲି ଦାବି କରାଯାଇ ପାରିବ । ଏପରିକି ସ୍ଵୟଂ ସେହି ସମାଜର ଖାମିନ୍ଦ ମଧ୍ୟ ସମାଜଟି ନ୍ୟାୟରେ ଚାଲିଛି ବୋଲି ଦାବି କରିପାରିବେ; ସିଏ ଆପଣାକୁ ଏପରି ଏକ ଯୁକ୍ତି ଦେଇ ବୁଝାଇଦେଇ ପାରିବେ ଯେ, ଏହି ଏତେ ବୃହତ୍ ପରିମାଣ ଚିତ୍ତର ମାଲିକ ହୋଇ ରହିବାଟା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସମୀଚୀନ; ଅର୍ଥାତ୍, ସେଥିପାଇଁ ସିଏ ବିଶେଷ ଭାବରେ ଯୋଗ୍ୟ, ସିଏ ଅଧିକ ଶିକ୍ଷା ଲାଭ କରିଛନ୍ତି, ହୁଏତ ପୂର୍ବଜନ୍ମରେ ବହୁତ ଉତ୍ତମ କର୍ମ କରିଛନ୍ତି ଓ ତେଣୁ ଏହି ଅପ୍ରମିତ ସୁଖଭୋଗ ଲାଗି ତାଙ୍କର ପ୍ରକୃତ ସକଳ ଯୋଗ୍ୟତା ଅବଶ୍ୟ ରହିଛି । ନିଜର ଆତ୍ମ ତୋଷାମୋଦକାରୀ ବୁଦ୍ଧିକୁ ଖଟାଇ ଧନୀମାନେ ଯେପରି ଆପଣାକୁ ସମର୍ଥନ କରିବାରେ ଲାଗିଥାନ୍ତି, ଗାନ୍ଧିଜୀ ଠିକ୍ ସେହି କଥାଟି ବିଷୟରେ ହିଁ ଆମକୁ ସାବଧାନ କରି ଦେଉଥିଲେ । ସିଏ ଦୃଢ଼ ଭାବରେ କହୁଥିଲେ ଯେ, ଗୋଟିଏ ସମାଜର ସବୁଠାରୁ ଅଧିକ ପ୍ରତିକୂଳତା ମଧ୍ୟରେ ବାସ କରୁଥିବା ଜଣେ ମନୁଷ୍ୟ ତାହାରି ଦୃଷ୍ଟିରୁ ହିଁ ଏକ ସମାଜର ବିକାଶ ସମ୍ବନ୍ଧରେ ବିଚାର କରାଯାଇ ପାରୁଥିବା ଉଚିତ ।

 

ବେଶ୍ କେତେକ ପରିମାଣରେ ଜଟିଳ ହୋଇଥିଲେ ହେଁ କୌଣସି ବର୍ଦ୍ଧିଷ୍ଣୁ ଆର୍ଥିକ ବ୍ୟବସ୍ଥାରେ ଏହି ବିଷୟଗୁଡ଼ିକ ମୂଳତଃ ଏକାଭଳି ହେବାକୁ ବାଧ୍ୟ ହୋଇଥାନ୍ତି । ଉଦାହରଣସ୍ୱରୂପ, ଆମେ ଗୋଟିଏ ସମୂହରେ ମୋଟାମୋଟି ଉତ୍ପାଦନ ଏବଂ ଆୟତ୍ତ କ୍ଷେତ୍ରରେ ଏକ ଉଚ୍ଚ ଅଭିବୃଦ୍ଧି ହେଉଛି ବୋଲି ଅବଶ୍ୟ ଭାବି ପାରିବା ଏବଂ ସେହି ଅଭିବୃଦ୍ଧି ଦ୍ଵାରା ଦରିଦ୍ରମାନଙ୍କର ଅବସ୍ଥାରେ କୌଣସି ପରିବର୍ତ୍ତନ ହେଉନଥିଲେ ମଧ୍ୟ ତଥାପି ସେହିଭଳି ଭାବିବାରେ ଲାଗିଥିବା । ଉପର ଲିଖିତ ଉଦାହରଣଟିର ସାହାଯ୍ୟ ନେଇ ପୁନର୍ବାର କହିଲେ, ମନେ କରାଯାଉଯେ ସେହି ସମାଜରେ ମୋଟ ଉତ୍ପାଦନର କ୍ଷେତ୍ରରେ ୧୦% ଅଭିବୃଦ୍ଧି ହେଉଛି (୧.୧ × ୧୦୦ × ୨୩୦୦) ସତ ମାତ୍ର ତାହାର ଅନେଶ୍ଵତ ଜଣ ଦାସଙ୍କର ଆୟ ସେହି ୧୦୦ ଟଙ୍କାରେ ରହିଛି ଓ ତେଣୁ ସେମାନଙ୍କର ଅବସ୍ଥାରେ ଆଦୌ କୌଣସି ପରିବର୍ତ୍ତନ ହେଉନାହିଁ । କେବଳ ମାଲିକ ହିଁ ଆଗ ଅପେକ୍ଷା ଅଧିକ ଉତ୍ତମ ସ୍ଥିତିରେ ରହିଛି, ତା’ ନିଜ ଆୟ ବହୁତ ବୃଦ୍ଧିଲାଭ କରିଛି । ବର୍ତ୍ତମାନ ସିଏ ଜଣେ ଭୃତ୍ୟ ଅପେକ୍ଷା ୨୫,୨୦୦ ଗୁଣ ଅଧିକ ଆୟର ଅଧିକାରୀ ହୋଇଛି । ଅର୍ଥାତ୍, ଉପାର୍ଜନରେ ଏହି ଅଭିବୃଦ୍ଧି ଏକୁଟିଆ ଭୃତ୍ୟମାନଙ୍କର ମାଲିକକୁ ହିଁ ଲାଭବାନ୍ କରିଛି ଏବଂ ଭୃତ୍ୟମାନଙ୍କର କୌଣସି ଉପକାର ହୋଇନାହିଁ । ଏହିଭଳି ତଥାକଥିତ ଅଭିବୃଦ୍ଧି ହେତୁ ସମୂହରେ ଆୟ-ବିଭାଜନର କ୍ଷେତ୍ରରେ ଅସମତାଟା ହିଁ ବୃଦ୍ଧିଲାଭ କରିଛି । ଭୃତ୍ୟମାନେ ଆଗଠାରୁ ଅଧିକ ଦରିଦ୍ର ହୋଇ ଯାଇଛନ୍ତି । ମାଲିକ ତୁଳନାରେ ଆହୁରି ଅଧିକ ନିମ୍ନ ସ୍ତରକୁ ଚାଲି ଯାଇଛନ୍ତି । ସେମାନଙ୍କର ଜଣ ପିଛା ଆୟ ସେହି ୧୦୦ ଟଙ୍କାରେ ରହିଛି ଓ ସେମାନେ ଠିକ୍ ପୂର୍ବ ପରି ଦରିଦ୍ର ହୋଇ ରହିଛନ୍ତି ।

 

ଏହି ଉଦାହରଣଟି ଦ୍ଵାରା ତେଣୁ ଦେଖାଇ ଦିଆଯାଇଛି ଯେ, ଆର୍ଥିକ କ୍ଷେତ୍ରରେ ଖାଲି ଅଭିବୃଦ୍ଧି ଘଟିଲେ ହିଁ ତଦ୍ଦ୍ୱାରା ଅସଲ ସମାଧାନଟା ମୋଟେ ହେବନାହିଁ । ବିଶେଷ କରି ଯେଉଁ ଦେଶରେ ବହୁତ ବହୁତ ସଂଖ୍ୟାରେ ଗରିବ ମନୁଷ୍ୟ ବାସ କରୁଛନ୍ତି, ସେହି ଦେଶରେ ତାହା ଆଦୌ ସମ୍ଭବ ହେବନାହିଁ । ଅର୍ଥାତ୍, ଅଭିବୃଦ୍ଧିର ସୁଫଳମାନ କେତେଦୂର ଓ କେଉଁ ପ୍ରକାରେ ସୁବିତରିତ ହୋଇ ପାରୁଛନ୍ତି, ତାହାରି ଉପରେ ହିଁ ବହୁତ କିଛି ନିର୍ଭର କରିବ । ଏବଂ, ସେହି ବିତରଣ ପ୍ରଣାଳୀ ବିଭିନ୍ନ ସମୂହରେ ଭିନ୍ନ ଭିନ୍ନ ଭାବରେ ହିଁ କ୍ରିୟାଶୀଳ ହୋଇଥାଏ ଓ ଅଭିବୃଦ୍ଧି ପ୍ରକ୍ରିୟାର ସ୍ଵଭାବଟି ଉପରେ ତାହା ପ୍ରାୟ ସର୍ବତ୍ର ଖୁବ୍ ନିର୍ଭରଶୀଳ ହୋଇ ରହିଥାଏ । ସାଧାରଣ ଭାବରେ କହିବାକୁ ଗଲେ, ଏକ ସମୂହରେ ଯଦି ମୋଟେ ଅଭିବୃଦ୍ଧି ଶତକଡ଼ା ୧୦ ହୋଇଥାଏ, ତେବେ ତଦ୍ଦ୍ୱାରା ଧନୀମାନେ ଯଦି ସେଥିରେ ୧୦ରୁ ଅଧିକ ପ୍ରତିଶତ ଆୟ କରନ୍ତି ଓ ତେଣୁ ଦରିଦ୍ରମାନଙ୍କର ଆୟ ୧୦% କମ୍ ହୋଇଥାଏ, ତେବେ ଉକ୍ତ ଅଭିବୃଦ୍ଧି ଧନୀମାନଙ୍କୁ ହିଁ ଅଧିକ ଉପକୃତ କରାଏ । ଅର୍ଥାତ୍ ଧନୀମାନେ ଅଧିକ ଧନୀ ହେଉଥାନ୍ତି ଏବଂ ସେହି ତୁଳନାରେ ଦରିଦ୍ରବର୍ଗ ଅଧିକ ଦରିଦ୍ର ହେବାରେ ଲାଗିଥାନ୍ତି । ଭାରତବର୍ଷ ପରି ଏକ ଦରିଦ୍ର ଦେଶରେ ଏହାଦ୍ୱାରା ତୁଳନାତ୍ମକ ଦାରିଦ୍ର୍ୟଟା ବୃଦ୍ଧି ହିଁ ପାଉଥାଏ । ଦରିଦ୍ରମାନେ ଧନୀଙ୍କ ତୁଳନାରେ ଅଧିକ ଦରିଦ୍ର ହୋଇ ରହିଥାନ୍ତି, ମାତ୍ର ତଥାପି କିଛି ନା କିଛି ଅଧିକ ଆୟ ଅବଶ୍ୟ କରନ୍ତି । ସତକୁ ସତ ଦାରିଦ୍ର୍ୟ ଆବୋରି ରହିବାକୁ ହେଲେ ସେମାନଙ୍କର ଆୟରେ ମଧ୍ୟ କ୍ରମହ୍ରାସ ଘଟିବା ଆବଶ୍ୟକ ହୋଇଥାଏ ଅର୍ଥାତ୍ ମୋଟ୍‍ ଆୟ ପରିମାଣଟି କମି କମି ହିଁ ଯାଉଥାଏ । ଅନ୍ୟ ପକ୍ଷରେ ଯଦି ଅଧିକ ଧନୀମାନଙ୍କର ତୁଳନାରେ ଦରିଦ୍ରମାନଙ୍କର ଜୀବନରେ ଆର୍ଥିକ ଅଭିବୃଦ୍ଧି ଅର୍ଥାତ୍ ଆୟ ଦ୍ରୁତତର ହେଉଥାଏ, ତେବେ ସମଗ୍ର ଅଭିବୃଦ୍ଧିଟି ସେମାନଙ୍କର ଅନୁକୂଳ ହେଉଛି ବୋଲି ଅବଶ୍ୟ କୁହାଯାଇ ପାରିବ । ଏହାର ଏପରି ଅର୍ଥ ମଧ୍ୟ ହେବ ଯେ, ତାହା ଫଳରେ ଉଭୟ ସଂପୂର୍ଣ୍ଣ ତଥା ଆପେକ୍ଷିକ ଦାରିଦ୍ର୍ୟର ପ୍ରକ୍ରିୟା କ୍ଷେତ୍ରରେ ପ୍ରକୃତରେ ଏକ କ୍ରମହ୍ରାସ ସମ୍ଭବ ହୋଇପାରିଛି । ଯଦି ଆର୍ଥିକ ଅଭିବୃଦ୍ଧିର ଏହି ପ୍ରକ୍ରିୟା ଆୟ-ବିତରଣ-କ୍ଷେତ୍ରର ସ୍ଥିତିଟିକୁ କୌଣସି ପ୍ରକାରେ ପ୍ରଭାବିତ କରୁନଥାଏ, ତେବେ ତାହା ଆପେକ୍ଷିକ ଦାରିଦ୍ର୍ୟର ସ୍ଥିତିଟିକୁ ମଧ୍ୟ ମଧ୍ୟ ପ୍ରଭାବିତ କରି ପାରିବ ନାହିଁ । କିନ୍ତୁ, ସମ୍ପୂର୍ଣ୍ଣତଃ ପ୍ରତ୍ୟେକ ବ୍ୟକ୍ତିର ଆର୍ଥିକ-ଅବସ୍ଥା ତଦ୍ଦ୍ୱାରା ଅଧିକ ସମ୍ପନ୍ନତା ଲାଭ କରୁଥିବ ।

 

ଭାରତବର୍ଷରେ ତ ଏପରି କୋଟି କୋଟି ସଂଖ୍ୟାରେ ଦରିଦ୍ରମାନେ ଅଛନ୍ତି, ଯେଉଁମାନେ କି ଆପଣାର ମିହନ୍ତ ଦ୍ଵାରା ଯେନ ତେନ ପ୍ରକାରେ ନିଜ ଉଦରକୁ ହୁଏତ ମୁଠାଏ ଦାନା ଆଣି ଦେଇ ପାରୁଛନ୍ତି ଏବଂ ଏହି କ୍ଷେତ୍ରରେ ପ୍ରକୃତ କଥା ଜାଣିବାକୁ ହେଲେ ଆମକୁ ବିତରଣ କ୍ଷେତ୍ରଟି ବିଷୟରେ ଯଥାସମ୍ଭବ ପ୍ରକୃତ କଥାଗୁଡ଼ିକର ଅବଗତି ଲାଭ କରିବାକୁ ପଡ଼ିବ । ଆର୍ଥିକ ବୃଦ୍ଧିର ପ୍ରକ୍ରିୟାଦ୍ଵାରା ଏଠାରେ ଧନ ଅର୍ଥାତ୍ ଆୟ-ବିତରଣର କ୍ଷେତ୍ରରେ ପ୍ରକୃତରେ କିପରି କ’ଣ ସବୁ ଘଟୁଛି ? ଏଥିରେ କ୍ରିୟା କରୁଥିବା ପ୍ରକୃତ କାରଣ ଗୁଡ଼ିକ ବସ୍ତୁତଃ ଅତ୍ୟନ୍ତ ସରଳ । ଯେଉଁ ଆର୍ଥିକ ବୃଦ୍ଧି ଦରିଦ୍ର ବର୍ଗଟିର ସ୍ତରରେ ବିତରଣର ପ୍ରକ୍ରିୟାଟିକୁ ଆହୁରି ଅଧିକ ଖରାପ ଆଡ଼କୁ ନେଇଯାଏ, ତାହା ସେମାନଙ୍କୁ କ୍ରମଶଃ କେବଳ ଉଦର ଭରଣର ସର୍ବନିମ୍ନ ଆବଶ୍ୟକତାଟିରେ ମଧ୍ୟ ଅସମର୍ଥ କରି ଦେଉଥାଏ । ଅଭିବୃଦ୍ଧିର ହାର ଯେତେ ଉପରେ ରହିଥିଲେ ମଧ୍ୟ ଯେ ତାହା ଆପେ ଆପେ ସବୁ ମନୁଷ୍ୟଙ୍କର ଅବସ୍ଥାକୁ ଭଲ କରି ପକାଇବ, ସେକଥା ଆଦୌ ନୁହେଁ । ନିତାନ୍ତ ଅକୁଳାଶ ଅବସ୍ଥାରେ ରହିଥିବା ବହୁସଂଖ୍ୟକ ପକ୍ଷଟି ସେଇଟି ଦ୍ଵାରା କେତେଦୂର କ’ଣ ଉପକୃତ ହୋଇଛି କି ନାହିଁ, ସେହି କଥାଟିକୁ ମଧ୍ୟ ଉତ୍ତମ ରୂପେ ଜାଣିବାକୁ ହେବ । ପୁନଶ୍ଚ ଆମ ଦେଶର ଏହି ଉପଲବ୍ଧ ଗଣତନ୍ତ୍ର ନାମକ ରାଜନୀତିକ ଶାସନ ବ୍ୟବସ୍ଥାରେ ମଧ୍ୟ, ଯେଉଁଥିରେ ଦରିଦ୍ରମାନଙ୍କର ମଧ୍ୟ ନିଜର କଥାମାନ କହିବା ଲାଗି ସର୍ବଦା ଅଧିକାର ରହିଛି (ଅବଶ୍ୟ କେବଳ ଭୋଟ୍ ଦେବା ସମୟରେ ହିଁ ସେମାନେ ସେହି ଅଧିକାରଟିକୁ ସାବ୍ୟସ୍ତ କରି ପାରୁଛନ୍ତି), ସେଥିରୁ ଆମକୁ ଚର୍ଚ୍ଚିତ ସମସ୍ୟାଟି ବିଷୟରେ କେବଳ ଏକ ଆଂଶିକ ଉତ୍ତର ହିଁ ମିଳିବ । ତାହାର ଗୋଟିଏ ସ୍ପଷ୍ଟ ଦୃଷ୍ଟାନ୍ତ ହେଉଛି ଯେ, ଏବେ (୨୦୦୦ ମସିହାରେ) ଦେଶରେ ଯେଉଁ ସାଧାରଣ ନିର୍ବାଚନ ହେଲା ସେଥିରେ ବିପୁଳ ସଫଳତା ଲାଭ କରିଥିବା ଏକ ଷ୍ଟକ୍ ମାର୍କେଟ ଏବଂ ଧନ-ଉପାର୍ଜନର କ୍ଷେତ୍ରରେ ଅଧିକରୁ ଅଧିକ ପୃଥୁଳ ହେବାରେ ଲାଗିଥିବା ଏକ ସହରୀ ମଧ୍ୟବର୍ଗ ବି.ଜେ.ପି.ର ନେତୃତ୍ଵର ଗଠିତ ମିଳିତ ଶାସନକୁ କ୍ଷମତାରୂଢ଼ କରାଇଥିଲେ; ସମଗ୍ର ଦେଶଟା ବର୍ତ୍ତମାନ ପୂର୍ବ ତୁଳନାରେ ଅଧିକ ଭଲ ଅବସ୍ଥାଟିଏ ଆସୁଥିବାର ଏକ ପ୍ରତ୍ୟୟ ମଧ୍ୟ ଦେଇପାରିଲେ । ସେହି ଅବସରରେ ‘ଭାରତବର୍ଷ ଅଧିକ ଉଜ୍ଜ୍ଵଳ ହେଉଛି’ ବୋଲି ଏକ ସ୍ଲୋଗାନ୍ ମଧ୍ୟ ତିଆରି ହୋଇଯାଇଥିଲା ଏବଂ ତା’ପରେ ଯେତେବେଳେ ଦଳ ନିର୍ବାଚନରେ ପରାଜୟ ଲାଭ କଲା, ସେତେବେଳେ ଉକ୍ତ ସ୍ଲୋଗାନ୍‌ଟି ମଧ୍ୟ ଚୂରମାର ହୋଇ ଯାଇଥିଲା । ସେତେବେଳେ କେତେ ନା କେତେ ଅର୍ଥନୀତି ନିପୁଣ ପଣ୍ଡିତ ତଥା ମେଡ଼ିଆ-ବ୍ୟାଖ୍ୟାକାରମାନେ କ’ଣ କମ୍ ଚକିତ ହୋଇଯାଇଥିଲେ !

 

ଆମେ ଏକଥାଟିକୁ ମୋଟେ ଭୁଲି ଯିବାନାହିଁ ଯେ, ଏଥିପୂର୍ବରୁ ଦେଶର ଶାସନରେ ଥିବା କଂଗ୍ରେସ ଦଳ ଦ୍ଵାରା ପରିଚାଳିତ ମିଳିତ ସରକାର,–ଯିଏକି ଅର୍ଥନୀତିର ଉଦାରୀକରଣ କରାଇ ଦେଶରେ ଏକ ଉଚ୍ଚତର ଅଭିବୃଦ୍ଧିର ପ୍ରତିଷ୍ଠା ନିମନ୍ତେ ଦ୍ଵାର ଉନ୍ମୋଚନ କରି ଦେଇଛନ୍ତି ବୋଲି କେତେ କ’ଣ ବଢ଼ାଇ କହି ହେଉଥିଲେ, ସେମାନଙ୍କୁ ମଧ୍ୟ ୧୯୯୬ ସାଧାରଣ ନିର୍ବାଚନରେ ସେହିଭଳି ଏକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ହୋଇଥିଲା । ପରିସଂଖ୍ୟାନ ତଥା ସେଥିରୁ ଉପୁଜୁଥିବା ଯାବତୀୟ ମତପାର୍ଥକ୍ୟ ସତ୍ତ୍ୱେ ଆମ ଆଗରେ ଗୋଟିଏ କଥା ଅବଶ୍ୟ ସ୍ପଷ୍ଟ ହୋଇଯିବା ଉଚିତ୍ ଯେ, ଆମର ଏହି ଦେଶରେ ଆର୍ଥିକ ଓ ରାଜନୀତି ବ୍ୟବସ୍ଥାଦ୍ୱୟ ମଧ୍ୟରେ କେଉଁଠି ଗୋଟିଏ ବୃହତ୍ ବିସଙ୍ଗତି ନିରନ୍ତର ହୋଇଆସିଛି । ଅର୍ଥନୀତିର କ୍ଷେତ୍ରରେ ଗୁର୍ଦ୍ଦୁ ଅଭିବୃଦ୍ଧି ଘଟିଲେ ଯେ ତାହାରିଦ୍ଵାରା ଭାରତୀୟ ଦରିଦ୍ରମାନଙ୍କର ଏହି ଅଧିକ ପକ୍ଷଟିକୁ ତା’ର ଇପ୍‌ସିତ ଫଳଗୁଡ଼ିକ ଅବଶ୍ୟ ମିଳି ଯାଉଛି, ସେକଥା ମୋଟେ ନୁହେଁ । ମାତ୍ର, ଆପଣାର ଅସନ୍ତୋଷକୁ ବ୍ୟକ୍ତ କରିବା ସକାଶେ କେବଳ ଭୋଟ୍ ଦେବାର ବେଳଟି ବ୍ୟତୀତ ତା’ ପାଇଁ ଆଉ କୌଣସି ସୁଯୋଗ ହିଁ ନାହିଁ । ଅପର ପକ୍ଷରେ, ଆର୍ଥିକ ଅଭିବୃଦ୍ଧି-ପ୍ରକ୍ରିୟାର ନିୟମ ଗୁଡ଼ିକୁ ବଦଳାଇ ଦେବା କିମ୍ବା ଅନ୍ୟ କୌଣସି ପ୍ରକାରେ ପ୍ରଭାବିତ କରିବା ପାଇଁ ସେମାନଙ୍କର ଆଉ କୌଣସି ସାମର୍ଥ୍ୟ ନାହିଁ । ଏବଂ ତେଣେ, ଶାସନ-କ୍ଷମତାକୁ ଆସୁଥିବା ସବୁ ସରକାର ଭାରତବର୍ଷର ଭାଗ୍ୟ ଅଧିକରୁ ଅଧିକ ଉଜ୍ଜ୍ଵଳ ହେବାରେ ଲାଗିଛି ବୋଲି କୀର୍ତ୍ତନ କରିବାରେ ଲାଗିଛନ୍ତି । ଯେତେ ଯେତେ ଫରକ ରହିଥିଲେ ମଧ୍ୟ ମଧ୍ୟବିତ୍ତ ଶ୍ରେଣୀଟା ଅଧିକ ଧନୀ ହେଉଛି, ଷ୍ଟକ୍ ମାର୍କେଟ୍ କେବଳ ସଫଳତାର ପ୍ରଦର୍ଶନ କରୁଛି ଏବଂ ଜାତୀୟ ଥୋକ୍ ଉତ୍ପାଦନର ପରିମାଣଟା ମଧ୍ୟ ଉଚ୍ଚରେ ଯାଇ ରହିଛି । ପରବର୍ତ୍ତୀ ନିର୍ବାଚନଟା ପର୍ଯ୍ୟନ୍ତ ଏହି ବିଷୟରେ ଆଉ କିଛିହେଲେ କରିପାରିବାର ସମ୍ଭାବନା ନାହିଁ । ସେତିକିବେଳେ ହିଁ ବିରୋଧରେ ଭୋଟ ଦେଇ ସରକାରର ପତନ ଘଟାଇବା ବ୍ୟତୀତ ଏହି ଗରିବମାନଙ୍କ ପାଇଁ ଆଉ କି ବଳ ରହିଛି ? ଯେଉଁ ରାଜନୀତି ଦେଶର ଦରିଦ୍ର ବର୍ଗଟିର ଜୀବନରେ କ୍ଷିପ୍ରତର ପରିବର୍ତ୍ତନମାନ ଘଟାଇ ପାରିବ, ସେଥିଲାଗି ଯଥେଷ୍ଟ ପରିମାଣରେ ସଚଳ ହୋଇ ପାରିବା ନିମନ୍ତେ ଆମ ଗଣତାନ୍ତ୍ରିକ ରାଜନୀତିକ ବ୍ୟବସ୍ଥାର ଛାଞ୍ଚଟା ଆମକୁ ଆଦୌ କୌଣସି ବାଟ ଏପର୍ଯ୍ୟନ୍ତ ଦେଖାଇ ପାରୁନାହିଁ । ତେଣୁ, ସଂପ୍ରତି ଅସଲ ଆହ୍ଵାନଟି ହେଉଛି ଏହିପରି: ଆମର ଆର୍ଥିକ ବ୍ୟବସ୍ଥାଜାଲ ଓ ଆମ ରାଜନୀତିକ ବାସ୍ତବ ସଚଳତାଟି ମଧ୍ୟରେ ଥିବା ଉପସ୍ଥିତ ବିସଙ୍ଗତି ଗୁଡ଼ିକୁ କିପରି ଦୂର କରାଯାଇ ପାରିବ ? ଏବଂ, ଭାରତବର୍ଷ ଆଉ ଅଧିକ କାଳଯାଏ ଏହି ଆହ୍ଵାନଟିର ସାମ୍ନା କରିବାର କାର୍ଯ୍ୟଟିକୁ ଏଡ଼ି ଆଦୌ ରହି ପାରିବ ନାହିଁ ।

 

ଏହି ସନ୍ଦର୍ଭରେ ହୁଏତ ଗୋଟିଏ ପ୍ରଶ୍ନ ପଚରା ଯାଇ ପାରିବ: ବର୍ତ୍ତମାନର ଦୂରବସ୍ଥା ନିମନ୍ତେ ଆମେ ଅସମାନ ବଣ୍ଟନ ବ୍ୟବସ୍ଥାକୁ ହିଁ ଏକମାତ୍ର କାରଣ ବୋଲି କହିପାରିବା କି ? ହଁ, ଏକ ଆପେକ୍ଷିକ ଭାବରେ ଅବଶ୍ୟ ସେହି ପ୍ରଶ୍ନଟିର ଆଂଶିକ ଜବାବ ଦିଆଯାଇ ପାରିବ । ଅନ୍ୟ କେତେକ ବିକାଶଶୀଳ ଦେଶ ସହିତ ଆମ ଦେଶର ତୁଳନା କରି ଆମେ ଖୁବ୍ ସମ୍ଭବ କିଛି ଫଇସଲା ନିଶ୍ଚୟ ପାଇ ପାରିବା । ସେହି ମାନବ-ବିକାଶ ସମ୍ପର୍କୀୟ ରିପୋର୍ଟ୍‌ର (୨୦୦୪) ତଥ୍ୟଚୟ ମୁତାବକ, ଭାରତବର୍ଷର ଆୟ-ବିତରଣ-କ୍ଷେତ୍ରରେ ଯେଉଁ ଢାଞ୍ଚାଟି ରହିଛି, ସେଥିରେ ଅସମଞ୍ଜସତା ରହିଥିଲେ ମଧ୍ୟ ବିବଶମାନ ଅନ୍ୟ ଏକାଧିକ ଦେଶମାନଙ୍କର ତୁଳନାରେ ତାହା ସେତେ ଅସମ୍ପନ୍ନତାର ଗାରକୁ ତଥାପି ସ୍ପର୍ଶ କରିନାହିଁ । ଉଦାହରଣ ସ୍ୱରୂପ, ଭାରତୀୟ ଜନସମଷ୍ଟିର ସମ୍ପନ୍ନତମ ୨୦% ଓ ଦରିଦ୍ରତମ ୨୦% ଲୋକ ଆମ ଜାତୀୟ ଆୟରେ ଯଥାକ୍ରମେ ୪୨% ଓ ୯% ର ଅଧିକାରୀ ହୋଇ ରହିଛନ୍ତି । ତୁଳନା କରି ଦେଖିଲେ, ସମସାମୟିକ ଉଦାରୀକରଣର ପରବର୍ତ୍ତୀ ଚୀନ୍‌ଦେଶରେ ଏହି ଅଙ୍କ ୫୦% ଓ ୫% ରେ ରହିଛି-। ଭିଏତ୍‌ନାମ୍‌ରେ ୪୫% ଓ ୫% ଯାଇ ରହିଛି । ମଧ୍ୟ ଓ ଲାଟିନ୍ ଆମେରିକାର ଏବଂ ଆଫ୍ରିକାର ଏକାଧିକ ପ୍ରଧାନ ଦେଶରେ ବିତରଣ ବ୍ୟବସ୍ଥା ଆହୁରି ଅଧିକ ଅସନ୍ତୁଳିତ ଅବସ୍ଥାରେ ମଧ୍ୟ ରହିଛି-। ବ୍ରାଜିଲ୍‌ରେ ସେହି ଅଙ୍କଗୁଡ଼ିକ (ହୁଏତ ସବୁଠାରୁ ଅଧିକ ଏକ ଚିନ୍ତାଜନକ ସ୍ଥିତି) ୬୪% ଏବଂ ୨% ବୋଲି ହିସାବ କରାଯାଇଛି । ମେକ୍ସିକୋରେ ଯଥାକ୍ରମେ ୫୯% ଓ ୩%, ଜିମ୍ବାଗୁଏରେ ୫୬% ଏବଂ ୫% ଓ ନାଇଜିରିଆରେ ୫୬% ଓ ୪% । ଏବଂ ଆମେ ଏ କଥାଟିକୁ ମଧ୍ୟ ଅବଶ୍ୟ ମନେ ରଖିବା ଯେ, ମେକ୍ସିକୋ (୫୩ତମ ସ୍ଥାନ), ବ୍ରାଜିଲ (୭୨ତମ ସ୍ଥାନ) ଓ ଚୀନ୍ (୯୪ତମ ସ୍ଥାନ) ମାନବସମ୍ବଳ ବିକାଶର ନକ୍‍ସା ପଟଟି ଉପରେ ବରଂ ଅଧିକ ଆଶାଜନକ ସ୍ତରରେ ଯାଇ ରହିଛନ୍ତି ।

 

ଏକଥା ଅଧିକତଃ ଏଇଥିପାଇଁ ସମ୍ଭବ ହୋଇଛି ଯେ, ସେହିସବୁ ଦେଶ ଗୁଡ଼ିକର ମୁଣ୍ଡପିଛା ହାରାହାରି ଆୟ ଭାରତୀୟ ମାନଙ୍କର ମୁଣ୍ଡପିଛା ଆୟଠାରୁ ଯଥେଷ୍ଟ ପରିମାଣରେ ହିଁ ଅଧିକ । ଏବଂ, କେତେକ କ୍ଷେତ୍ରରେ ସେସବୁ ଦେଶରେ ଏକ ସମାଜବାଦୀ ବ୍ୟବସ୍ଥାତନ୍ତ୍ରର ଯେଉଁ ପାରମ୍ପରିକ ଆବେଦନଟି ରହିଛି, ତାହାରି ଫଳରେ ସମ୍ଭବତଃ ସେଠାରେ ଦରିଦ୍ରମାନଙ୍କର ସ୍ଵାସ୍ଥ୍ୟ ତଥା ଶିକ୍ଷାର ଅପେକ୍ଷାକୃତ ଅଧିକ ଉତ୍ତମ ଇନ୍ତଜାମ ମଧ୍ୟ ସମ୍ଭବ ହୋଇ ପାରିଛି । ଏଥିରୁ ଅଧିକ ପ୍ରାସଙ୍ଗିକତା ସହ ପ୍ରମାଣିତ ହୋଇ ଯାଉଛି ଯେ, ସଂପ୍ରତି ଭାରତବର୍ଷରେ ମୁଣ୍ଡପିଛା ହାରାହାରି ଆୟର ପରିମାଣ ଏତେ ନିମ୍ନରେ ଯେ ରହିଛି, ଅଭିବୃଦ୍ଧିର ପ୍ରକ୍ରିୟାଟିରେ ଆୟ-ବିତରଣର କ୍ଷେତ୍ରରେ ନିମ୍ନ ଆଡ଼କୁ ସେପରି କିଛି ହେରଫେର କରିବା ନିମନ୍ତେ ପ୍ରାୟ ସେପରି କୌଣସି ଅବକାଶ ନାହିଁ । ଅଭିବୃଦ୍ଧିର ହାର ତେଣେ ଯଥେଷ୍ଟ ଉପରେ ରହିଥିଲେ ମଧ୍ୟ ସେପରି ହୋଇ ପାରୁନାହିଁ । ଆୟ-ବିତରଣର କ୍ଷେତ୍ରରେ ଆଦୌ କୌଣସି ପ୍ରକାରେ ଅଧିକ ବିପର୍ଯ୍ୟୟ ଘଟିବା ମାତ୍ରେ ଅଧିକ ସଂଖ୍ୟକ ଦରିଦ୍ର ମନୁଷ୍ୟ ନିତାନ୍ତ ପକ୍ଷେ ଦେହଟାକୁ ବଞ୍ଚାଇ ରଖିବା ସକାଶେ କମ୍‌ରୁ ଆହୁରି କମ୍ ଯେତିକି ସମ୍ବଳ ଦରକାର, ସେମାନଙ୍କ ପାଖରେ ସେତିକିର ମଧ୍ୟ ଅଭାବ ହେଉଛି । ଆମର ଏହି ଗଣତନ୍ତ୍ରୀୟ ବ୍ୟବସ୍ଥାରେ ଆଗ ବୃଦ୍ଧି ଘଟିଲେ ସିନା ତାହାରି ଆନୁଷଙ୍ଗିକ ଭାବରେ ଆୟ ବିତରଣର କ୍ଷେତ୍ରରେ ମଧ୍ୟ କ୍ରମାଗତ ଉନ୍ନତି ଘଟିବାଟି ମଧ୍ୟ ସମ୍ଭବ ହୁଅନ୍ତା । ଅଧିକ ସ୍ପଷ୍ଟ କରି କହିଲେ, ଦରିଦ୍ରମାନଙ୍କର ଆୟ ପରିମାଣ ବଢ଼ନ୍ତା ଏବଂ ଅତ୍ୟାବଶ୍ୟକ ସ୍ତରର ସୁସ୍ଵାସ୍ଥ୍ୟ ତଥା ଶିକ୍ଷା ନିମନ୍ତେ ମଧ୍ୟ ଦ୍ଵାର ଉନ୍ମୁକ୍ତ ହୋଇ ରହିଥାଆନ୍ତା । ଅଳପ କଥାରେ ସେହି କଥାଟିକୁ କହିବାକୁ ଗଲେ, ଦେଶରେ ଯାହା କିଛି ଆର୍ଥିକ ଅଭିବୃଦ୍ଧି ହେଉଛି, ତାହା ନ୍ୟାୟତଃ ଦରିଦ୍ରମାନଙ୍କର ଲାଗି ହିଁ ଅଧିକ ଅନୁକୂଳତା ମାନ ସୃଷ୍ଟି କରି ପାରୁଥାନ୍ତା ।

 

ସ୍ଵାଧୀନତା ପ୍ରାପ୍ତିର ପରବର୍ତ୍ତୀ ଭାରତବର୍ଷରେ ଆର୍ଥିକକ୍ଷେତ୍ରରେ ଯେଉଁ ଅକ୍ଷମଣୀୟ ବିଫଳତାମାନ ଘଟିଛି, ତାହାରି ଫଳରେ ଏହି ଦେଶରେ ଠିକ୍ ଆମରି ଭଳି କୋଟି କୋଟି ନାଗରିକ ମଣିଷ ସଦୃଶ ଜୀବନଟିଏ ବଞ୍ଚି ପାରିବାର ନିମ୍ନତମ ସାମର୍ଥ୍ୟରୁ ଅତି ଶୋଚନୀୟ ଭାବରେ ବଞ୍ଚିତ ହୋଇ ରହିଛନ୍ତି । ଏହି ଦୂରବ୍ୟବସ୍ଥାଟିକୁ ଟାଳି ପାରିବାକୁ ହେଲେ ଆମକୁ ଯୁଗପତ୍ ଭାବରେ ଅନ୍ତତଃ ପରସ୍ପର ସମ୍ବନ୍ଧିତ ତିନିଗୋଟି କ୍ଷେତ୍ରରେ ଆଗକୁ ପାହୁଣ୍ଡ ପକାଇବାକୁ ପଡ଼ିବ । ପ୍ରଥମତଃ, ଭାରତବର୍ଷ ଗୋଟିଏ ଦରିଦ୍ର ଦେଶରୂପେ ମୁଣ୍ଡପିଛା ଆୟର କ୍ଷେତ୍ରରେ କେତେ ପଛରେ ଯାଇ ପଡ଼ିରହିଛି । ଉପଲବ୍ଧ ଆହାରର ପରିମାଣଟି ନିତାନ୍ତ ଅଳପ ହୋଇଥିବାରୁ, ଆୟର ବିତରଣ କ୍ଷେତ୍ରରେ ମଦ୍ୟ ଦରିଦ୍ରମାନେ ଆହୁରି ଅଧିକ ପରିମାଣରେ ହିଁ ବହୁ ବହୁ ଦୈନ୍ୟ ଭିତରେ ପଡ଼ି ରହିଛନ୍ତି । କେବଳ ଏହି କଥାଟିର ପର୍ଯ୍ୟାଲୋଚନା କରିବାକୁ ଗଲେ, ଭାରତବର୍ଷକୁ ଯଥାସମ୍ଭବ ଶୀଘ୍ରାତିଶୀଘ୍ର ହିଁ ଏକ ଆବଶ୍ୟକ ଆର୍ଥିକ ଅଭିବୃଦ୍ଧି ହାସଲ କରିବାକୁ ହେବ । ଦ୍ଵିତୀୟ କଥାଟି ହେଉଛି, ଅଭିବୃଦ୍ଧିର ସେହି ପ୍ରକ୍ରିୟାଟି ମଧ୍ୟରେ ହିଁ ଏପରି ଏକ ଅନୁକୂଳତା ରହିଥିବ, ଯାହା ହେତୁ କି ଅଭିବୃଦ୍ଧି ହାସଲ ହେଉଥିବା ସଙ୍ଗେ ସଙ୍ଗେ ଶୀଘ୍ରାତିଶୀଘ୍ର ଆୟ ବିତରଣର କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇପାରିବ । ସେହି ଦୃଷ୍ଟିରୁ ବିଚାର କଲେ, ଆମକୁ ମୋଟ୍ ଥୋକ୍ ଉତ୍ପାଦନରେ ବୃଦ୍ଧି ହାସଲ କରିବାର ପ୍ରକ୍ରିୟାଟି ସହିତ ତାହାର ଆନୁଷଙ୍ଗିକ ଭାବେ ବିତରଣ-କ୍ଷେତ୍ରରେ ବ୍ୟବସ୍ଥା ତଥା ପରିମାଣଗୁଡ଼ିକ ଦରିଦ୍ରଗଣଙ୍କୁ ମଧ୍ୟ କେତେଦୂର ପ୍ରକୃତରେ ଉପକୃତ କରୁଛି, ସେହି କଥାଟି ଉପରେ ନିରନ୍ତର ଦୃଷ୍ଟି ରଖିବାକୁ ପଡ଼ିବ । ଅର୍ଥାତ୍ ଆୟ ତଥା ବିତରଣ ଦୁହିଁଙ୍କୁ ମୂଳତଃ ଗୋଟିଏ ସମଗ୍ର ସମୂହବ୍ୟବସ୍ଥାର ଦୁଇ ଅବିଚ୍ଛିନ୍ନ ଅଙ୍ଗରୂପେ ଦେଖି ଶିଖିବାକୁ ହେବ । ଏବଂ, ଦେଶଲାଗି ଆର୍ଥିକ ଯାବତୀୟ ନୀତିନିର୍ଦ୍ଦେଶନାର ବିଚାର କଲାବେଳେ ଗୋଟିଏ ଆଉ ଗୋଟିକୁ ଯେପରି ସର୍ବତୋଭାବେ ସମ୍ବଳିତ କରୁଥିବ, ସେଇଟି ଉପରେ ସବୁବେଳେ ନିଘା ରହିବ । ଏବଂ, ସର୍ବଶେଷରେ ଭାରତୀୟ ସାମାଜିକ ଗଢ଼ଣରେ ଜାତି, ସ୍ତ୍ରୀ ପୁରୁଷ ଏବଂ ଧର୍ମୀୟ ଦୂରତାଭାବ ଇତ୍ୟାଦିର ବେଶରେ ଯେଉଁସବୁ ଅସମାନତା ବହୁ କାଳରୁ ରହି ଆସିଛି, ସେଗୁଡ଼ିକୁ ଜନ୍ମ ଦେଉଥିବା ବେଶରେ ଯେଉଁସବୁ ଅସମାନତା ବହୁ କାଳରୁ ରହି ଆସିଛି, ସେଗୁଡ଼ିକୁ ଜନ୍ମ ଦେଉଥିବା ନାନାବିଧ ସମସ୍ୟାର ସାମନା ନକରି ବିତରଣ ଏବଂ ଆୟ ବୃଦ୍ଧିକୁ ଏକାଠି ଗୁନ୍ଥି ରଖିବାର ଆମର ସକଳ ପ୍ରୟାସ ଆଦୌ ଫଳପ୍ରଦ ହେବନାହିଁ । ଏହି ଯାବତୀୟ ସାମାଜିକ ସମସ୍ୟା ଦରିଦ୍ରମାନଙ୍କର ଅନୁକୂଳ ଆର୍ଥିକ ଅଭିବୃଦ୍ଧିର ଉଦ୍ୟମମାନଙ୍କରେ ବିଶେଷ ପ୍ରତିବନ୍ଧକମାନ ହିଁ ସୃଷ୍ଟି କରିବାରେ ଲାଗିଥାନ୍ତି । ତେଣୁ, ଆର୍ଥିକ ବୃଦ୍ଧିର ହାରକୁ ବଢ଼ାଇବା ନିମନ୍ତେ ଆମ ଦ୍ଵାରା ଅନୁସୃତ ନାନାଭଳି ପଦକ୍ଷେପଠାରୁ ଏହି ସାମାଜିକ ସମସ୍ୟାଗୁଡ଼ିକ ଉପରେ କମ୍ ଧ୍ୟାନ ଦେଲେ ମଧ୍ୟ ମୋଟେ କୌଣସି ଉଦ୍ୟମ ଫଳପ୍ରଦ ହେବନାହିଁ ।

 

ଉପସଂହାର କରି କହିବାକୁ ଗଲେ, ଭାରତରେ ଆମେ ବିକାଶର ଯେଉଁ ପ୍ରକ୍ରିୟାଟିକୁ ଗ୍ରହଣ କରିବାକୁ ଚେଷ୍ଟା କରିବା, କେବଳ ବୃଦ୍ଧିର ଗାରମାନଙ୍କୁ ଉପରକୁ ନେବାର ପ୍ରୟାସ ଦ୍ଵାରା ତାହା କଦାପି ସିଦ୍ଧ ହେବ ନାହିଁ ଅଥବା, ଦରିଦ୍ରମାନଙ୍କ ନିମନ୍ତେ ଅଧିକ ଅନୁକୂଳତା ସୃଷ୍ଟି କରିବାର ଅଭିପ୍ରାୟରେ ଆୟ-ବିତରଣର ପ୍ରକ୍ରିୟାରେ ଆୟ ବିତରଣର କ୍ଷେତ୍ରରେ କେବଳ ଅମଲାତାନ୍ତ୍ରିକ ଟିକିନିଖି ଯାନ୍ତ୍ରିକତା ଗୁଡ଼ିକୁ ଆଣି ଭର୍ତ୍ତି କରିଦେଲେ ମଧ୍ୟ ତାହା କଦାପି ଯଥେଷ୍ଟ ହେବ ନାହିଁ । ପ୍ରକୃତରେ ଏକ ସଂପୂର୍ଣ୍ଣ ଭିନ୍ନ ଦୃଷ୍ଟିରେ ହିଁ ସମସ୍ୟାଟିର ସମ୍ମୁଖୀନ ହେବାକୁ ପଡ଼ିବ, ଯେପରିକି ଅଭିବୃଦ୍ଧି ଏବଂ ବିତରଣ ସଂପୂର୍ଣ୍ଣ ଭାବରେ ଗୋଟିଏ ପ୍ରକ୍ରିୟା ରୂପେ ହିଁ ଏକତ୍ର ସଂଶ୍ଳିଷ୍ଟ ହୋଇ ରହିଥିବେ ଏବଂ ଯୁଗପତ୍ ଭାବରେ ତେଣେ ସ୍ତ୍ରୀ-ପୁରୁଷ ତଥା ଜାତିଗତ ଭେଦ କିମ୍ବା ଧର୍ମ ବା ପ୍ରଜାତୀୟ ବାଛବିଚାର ଆଦି ସମାଜସ୍ଥ ବାଧାମାନେ ମଧ୍ୟ ପ୍ରାୟ ସୁନିବଦ୍ଧ ଭାବରେ ଭୁଷୁଡ଼ି ମଧ୍ୟ ପଡ଼ୁଥିବେ । ଭାରତବର୍ଷରେ ‘ସମ୍ମାନର ସହିତ ବିକାଶ’ର ମାର୍ଗ କହିଲେ ପ୍ରକୃତରେ ଆମେ ସେହି କଥାଟିକୁ ହିଁ ବୁଝି ପାରୁଥିବା ଉଚିତ୍ । ଏହା ଆଦୌ କୌଣସି ପ୍ରକାରେ ହିଁ ଏକ ସ୍ଵପ୍ନ ବା କଳ୍ପନା ହୋଇ କାହିଁକି ରହିଥିବ ? କେବଳ ଏହିପରି ଏକ ସମୀଚୀନ ଅର୍ଥନୈତିକ ମାର୍ଗକୁ ଗ୍ରହଣ କରି ପାରିଲେ ବର୍ତ୍ତମାନ ବହୁଭଳି ମାତ୍ରାରେ ଦରିଦ୍ର ହୋଇ ରହିଥିବା ସର୍ବାଧିକ-ସଂଖ୍ୟକ ନାଗରିକ ତାହାକୁ ସମର୍ଥନ କରିବେ । ଏବଂ, ଅର୍ଥନୀତିକ୍ଷେତ୍ରରେ ଆଚରିତ ନୀତିଗୁଡ଼ିକ ଜନ ସମୂହର ସମର୍ଥନ ଲାଭ କରିବା ଦ୍ଵାରା ହିଁ ତାହାର ଆଦୌ କୌଣସି ମହତ୍ତ୍ଵ ମଧ୍ୟ ରହିବା ସମ୍ଭବ ହେବ ।

Image

 

ବଜାର ସଫଳ ହୁଏ, ବିଫଳ ହୁଏ : କିପରି, କେଉଁଠାରେ, କେତେବେଳେ ?

 

ଗଣତନ୍ତ୍ର ବୋଲି ପରିଚିତ ଏକ ରାଜନୀତି ବ୍ୟବସ୍ଥାରେ ଗୋଟିଏ ପକ୍ଷରେ ପ୍ରତ୍ୟେକ ସାବାଳକ ବ୍ୟକ୍ତିକୁ ଗୋଟିଏ ଭୋଟ ଦେବାର ଅଧିକାର ମିଳିଥାଏ, ଏବଂ ତାହାରି ସହିତ ଏପରି ଏକ ବଜାର ମଧ୍ୟ ରହିଥାଏ, ଯେଉଁଠାରେ କି ସଂପୃକ୍ତ ବ୍ୟକ୍ତିମାନଙ୍କର କ୍ରୟଶକ୍ତି ଅନୁସାରେ ହିଁ ସେମାନଙ୍କ ଜୀବନଧାରାର ନିରୂପଣମାନ ହେବାରେ ଲାଗିଥାଏ । ଦରିଦ୍ରମାନଙ୍କର ତୁଳନାରେ ଧନୀମାନଙ୍କର ଇଚ୍ଛାପୂରଣର ଅଧିକ ସୁଯୋଗ ଥାଏ । କିନ୍ତୁ, ଆପଣା ଲୋକପ୍ରତିନିଧି ମାନଙ୍କୁ ବାଛିବା ସମୟରେ ସେମାନଙ୍କର ସେପରି କୌଣସି ବିଶେଷ ଅବକାଶ ଆଦୌ ନଥାଏ । ଯେତେ ଅପୂର୍ଣ୍ଣ ଭାବରେ ସକ୍ରିୟ ହୋଇ ରହିଥିଲେ ମଧ୍ୟ ସେହି ବ୍ୟବସ୍ଥାରେ ଧନୀମାନେ ତଥାପି ଭୋଟ୍ ଗୁଡ଼ିକୁ କିଣି ନିଅନ୍ତି । ଏସବୁ ହେଉଥିଲେ ମଧ୍ୟ ଭାରତବର୍ଷରେ ଗଣତନ୍ତ୍ରର ବରାଦ ଗୁଡ଼ିକ କ୍ରମେ ଅଧିକରୁ ଅଧିକ ପରିପକ୍ଵତା ଲାଭ କରୁଥିବା ସଙ୍ଗେ ସଙ୍ଗେ ଏହି କଥାଟି ମଧ୍ୟ ପ୍ରମାଣିତ ହୋଇଯାଇଛି ଯେ, ଧନିକ ଓ ଅଧିକ ଶକ୍ତିସମ୍ପନ୍ନ ବର୍ଗଗୁଡ଼ିକ ଆମ ପ୍ରତିନିଧି-ନିର୍ବାଚନର ଫଳାଫଳକୁ ଆଉ ଆଗଭଳି ସ୍ଵ-ଆୟତ୍ତରେ ରଖି ପାରୁନାହାନ୍ତି । ଫଳରେ, ବଜାର କାରବାରର ନିର୍ଣ୍ଣୟ ମାନଙ୍କରେ ଦରିଦ୍ରମାନଙ୍କର ଇଚ୍ଛା ଅନୁସାରେ ସେପରି କିଛି ହେଉନଥିଲେ ମଧ୍ୟ, ରାଜନୀତିର କ୍ଷେତ୍ରରେ ସେମାନଙ୍କର ଏକ ଶକ୍ତିମନ୍ତ ହାତ ଅବଶ୍ୟ ରହିଛି । ସେମାନଙ୍କର ସଂଖ୍ୟାଗରିଷ୍ଠତା ହିଁ ତାହାକୁ ସମ୍ଭବ କରିଛି । ଏହାଦ୍ୱାରା ପ୍ରାୟ ଅନିବାର୍ଯ୍ୟ ଭାବରେ ହିଁ ଦ୍ଵନ୍ଦ୍ୱ ଓ ସଙ୍ଘାତମାନ ଘଟୁଛି ଏବଂ, ଏକ ବ୍ୟଘ୍ୟାତ ତଥା ନିସଙ୍ଗତି ମଧ୍ୟ ଉପୁଜିବାରେ ଲାଗିଛି ।

 

ଗୋଟିଏ ପାଖରେ ଗଣତନ୍ତ୍ରର ଏହି ଗଢ଼ଣଟି ଏବଂ ଅପର ପାର୍ଶ୍ଵରେ ବଜାର ଅନୁସାରେ ଚଳୁଥିବା ଆମର ଅର୍ଥନୀତି ଓ ତା’ ସହିତ ଆମ ଦେଶର ଏହି ବହୁବ୍ୟାପୀ ଦାରିଦ୍ର୍ୟ–ଏହି ସବୁକିଛି ଏକାଠି ମିଶି ଏପରି ଏକ ଦ୍ଵିମୁଣ୍ଡବିଶିଷ୍ଟ ପ୍ରାଣୀଟିଏ ପରି ଅନେକ ସମୟରେ ଏଭଳି ଆଚରଣମାନ କରିବାରେ ଲାଗିଛି, ଯାହା ଫଳରେ କି ସିଏ ମୋଟେ ସହଜରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ମାର୍ଗରେ ଚାଲୁଥିବା ପରି ମୋଟେ ବୋଧ ହେଉନାହିଁ । ଦକ୍ଷିଣପନ୍ଥୀମାନେ ଆମେ ଯଥେଷ୍ଟ ବେଗରେ ବଜାରର ଅର୍ଥନୀତି ଆଡ଼କୁ ଯିବାରେ ସମର୍ଥ ହେଉନାହୁଁ ବୋଲି ନିରାଶ ହୋଇ ଯାଉଛନ୍ତି, ଆବଶ୍ୟକ ସଂସ୍କାରଗୁଡ଼ିକ ହୋଇ ପାରୁନାହିଁ ବୋଲି ଆପତ୍ତି ମଧ୍ୟ କରୁଛନ୍ତି । ବାମପନ୍ଥୀମାନେ ବି ନୈରାଶ୍ୟ ପ୍ରକାଶ କରୁଛନ୍ତି ଯେ, ଦକ୍ଷତାର ଦ୍ଵାହି ଦେଇ ଆମ ରାଷ୍ଟ୍ର ବିତରଣର କ୍ଷେତ୍ରରେ ଉଚିତ୍ ନ୍ୟାୟର ନିଦର୍ଶନ ଦେଖାଇ ପାରୁନାହିଁ, ସେ ଦିଗରେ ଯଥେଷ୍ଟ ଧ୍ୟାନ ବି ଦେଉନାହିଁ । ଏବଂ ସାଧାରଣ ମେଡ଼ିଆର ପ୍ରଚାରଟା ଉପରେ ବିଶ୍ଵାସ କରି ଆମେ ଅଧିକ ସଂଖ୍ୟାର ମନୁଷ୍ୟମାନେ ଏଣେ କହିବାରେ ଲାଗିଛୁ ଯେ, ମୂଳତଃ ଏହି କାରଣଟି ହେତୁ ଆମେ ଭାରତବର୍ଷରେ ଭାରି ଅସମର୍ଥ ହୋଇ ରହିଛୁ । ଆମେ ବିଚାର କରୁଛୁ ଯେ, ବଜାରର କାରବାର-ଧାରାଟି ଯଦି ଏହି କ୍ଷେତ୍ରରେ ଅଧିକ ଦାୟିତ୍ଵ ଗ୍ରହଣ କରିପାରନ୍ତା ଓ ତଦନୁରୂପେ ସକ୍ରିୟ ହୁଅନ୍ତା, ତେବେ ଦେଶ ଅବଶ୍ୟ ଏକ ଖୁବ୍ ଉଚ୍ଚ ଅଭିବୃଦ୍ଧିସ୍ତର ହାସଲ କରି ପାରନ୍ତା । ଏହି ଯାବତୀୟ ଯୁକ୍ତି ହେଉଛି ଗୋଟିଏ ଗୋଟିଏ ଭୁଲ୍ ଯୁକ୍ତି, ନୈତିକତା ଦୃଷ୍ଟିରୁ ଭୁଲ୍‍ ଏବଂ ଅର୍ଥନୀତି କ୍ଷେତ୍ରରେ ନ୍ୟାୟ-ଯୁକ୍ତି ଅନୁସାରେ ମଧ୍ୟ ଭୁଲ୍‍ । ନୈତିକତା ଦୃଷ୍ଟିରୁ ଏହି କଳ୍ପିତ ଯାବତୀୟ ଆର୍ଥିକ ସମ୍ପନ୍ନତାର ଅଭିବୃଦ୍ଧି ଯେ ଆମେ ପ୍ରକୃତରେ କ’ଣ ପାଇଁ ଇଚ୍ଛା କରୁଛୁ, ସେଇଟି ବିଷୟରେ କୌଣସି ପ୍ରକାରେ ନିଶ୍ଚିତ ନହୋଇ କେବଳ ବୃଦ୍ଧିର କାମନା କରିବାଟାକୁ ମୋଟେ ସୁସ୍ଥ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ । ସେହି ଅଭିବୃଦ୍ଧି ଦ୍ଵାରା ସମାଜର କେଉଁ ବର୍ଗମାନେ ଉପକୃତ ହେବେ, ସେହି ବିଷୟରେ ପ୍ରଥମରୁ ହିଁ ଆମର ଯଥେଷ୍ଟ ସ୍ପଷ୍ଟତା ରହିଥିବା ଉଚିତ । ପୂର୍ବ ଅଧ୍ୟାୟଟିରେ ଆମେ ଦାସମାନଙ୍କର ଯେଉଁ ସମାଜଟି ବିଷୟରେ ଆଲୋଚନା କରିଥିଲୁ, ପାଠକମାନେ ସେଇଟିକୁ ଅବଶ୍ୟ ସ୍ମରଣ କରି ପାରିବେ । ଯେଉଁ ଅଭିବୃଦ୍ଧି କେବଳ ଦାସମାନଙ୍କ ଉପରେ ମାଲିକ ହୋଇ ରହିଥିବା ଜଣେ ବ୍ୟକ୍ତିକୁ ହିଁ ଉପକୃତ କରୁଥାଏ, ତାହାର ଦାସମାନଙ୍କ ଲାଗି ପ୍ରକୃତରେ ଆଦୌ କୌଣସି ମୂଲ୍ୟ ନଥାଏ । ଏବଂ ଅନ୍ୟ ପକ୍ଷରେ, କେବଳ ଦାସମାନଙ୍କୁ ଉପକୃତ କରୁଥିବା ବୃଦ୍ଧିଟା ଲାଗି ମଧ୍ୟ ଦାସମାନଙ୍କର ମାଲିକ ମୋଟେ କୌଣସି ଉତ୍ସାହ ଦେଖାଇବ ନାହିଁ । ଅର୍ଥାତ୍, ଏହି ଦୃଷ୍ଟିରୁ ବିଚାର କଲେ ଅର୍ଥନୀତିରେ ଅଭିବୃଦ୍ଧି ହେଉଛି କେବଳ ଏକ କୌଣସି ଖାସ୍ ଅର୍ଥ ନଥିବା ବ୍ୟାପାର ଏବଂ, ଆମ ନିଜର ପ୍ରକୃତରେ ଏକ ନିର୍ଦ୍ଦିଷ୍ଟ ବିଚାର ତଥା ଦୃଷ୍ଟି ରହିଥିଲେ ଯାଇ ତାହାର ଆଦୌ କୌଣସି ତାତ୍ପର୍ଯ୍ୟ ରହିବ । ଅର୍ଥନୀତିକ୍ଷେତ୍ରର, ପ୍ରାୟ ସର୍ବବିଧ ପରିସଂଖ୍ୟାନରେ ସେହି ଅନୁସାରେ ବ୍ୟାଖ୍ୟାଗୁଡ଼ିକୁ କରାଯାଇଥାଏ । ଏବଂ, ତେଣୁ ଅସଲ ସମସ୍ୟାଟିକୁ ଏଡ଼ିଦେବା ଅପେକ୍ଷା ଏହି କ୍ଷେତ୍ରରେ ଏକ ସାଧୁତା ଅବଲମ୍ବନ କରି ବିଚାର କରିବା ହିଁ ସର୍ବଦା ଶ୍ରେୟସ୍କର ହେବ ।

 

ଭାରତର ଅର୍ଥନୀତିଗତ ବ୍ୟବସ୍ଥାରେ ଯଦି ଅଧିକ ସଂଖ୍ୟାରେ ଦେଶବାସୀ ଉପକୃତ ହୁଅନ୍ତୁ ବୋଲି ଆମେ ଲକ୍ଷ୍ୟ ରୂପେ ଗ୍ରହଣ କରିଥାଉ, କେବଳ ଖାସ୍ କେତେକ ଅଳ୍ପ ସଂଖ୍ୟାର ମନୁଷ୍ୟ ନୁହନ୍ତି, ଯେଉଁମାନେ କି ପୂର୍ବରୁ ହିଁ ଅଧିକ ଧନୀ ହୋଇ ରହିଛନ୍ତି, ତେବେ ଅଭିବୃଦ୍ଧି ନିମନ୍ତେ ସର୍ବବିଧ ନୀତିର ନିର୍ଦ୍ଧାରଣ କଲାବେଳେ ଆମକୁ ଗଣତନ୍ତ୍ରର ବିଚାରନ୍ୟାୟଟିକୁ ହିଁ ଅଧିକ ସମ୍ମାନ ଦେବାକୁ ପଡ଼ିବ ଏବଂ ମହାତ୍ମା ଗାନ୍ଧୀଙ୍କର ଶବ୍ଦବ୍ୟଞ୍ଜନା ଦେଇ କହିବାକୁ ଗଲେ, ଯଦି ଭାରତବର୍ଷର ଦରିଦ୍ରମାନଙ୍କର ଅବସ୍ଥାରେ ଉନ୍ନତି ସାଧନ କରିବା ଆମର ଉଦ୍ଦେଶ୍ୟ ହୋଇ ନରହେ, ତେବେ ଆର୍ଥିକ ଅଭିବୃଦ୍ଧିରେ ଯେତେ ଯାହା ସାଫଲ୍ୟ ହାସଲ କରାଯାଉଥିଲେ ମଧ୍ୟ ତାହାର ଆଦୌ ସେପରି କିଛି ମୂଲ୍ୟ ହିଁ ରହିବ ନାହିଁ । ଏଥିପାଇଁ ଆମେ ବର୍ତ୍ତମାନ ସେହି ନିର୍ଦ୍ଦିଷ୍ଟ ସୁପରିଚିତ ରାଜନୀତିକ ବ୍ୟାଖ୍ୟାଟିକୁ ଯଥେଷ୍ଟ ତନ୍ନ ତନ୍ନ ଭାବରେ ପରଖି କରି ଦେଖିବା, ଯେଉଁଟି ସଂପ୍ରତି ଏହି କେତେ ବର୍ଷ ମଧ୍ୟରେ ଅଧିକତର ଶୁଣିବାକୁ ମିଳିଥାଏ । ସେଥିରେ ଅନେକ ସମୟ କୁହାଯାଏ ଯେ, ଅର୍ଥନୈତିକ କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ଘଟିଲେ ଗୋଟିଏ ଜାତିକୁ ଆନ୍ତର୍ଜାତିକ କ୍ଷେତ୍ରରେ ଖୁବ୍ ସମ୍ମାନ ମିଳେ ଏବଂ ସେଥିଲାଗି ସେଇଟି ନିମନ୍ତେ ମଧ୍ୟ ସର୍ବଦା ଆକାଙ୍‍କ୍ଷାଟିଏ ରହିଥିବା ଏକାନ୍ତ ଆବଶ୍ୟକ । ଏଇଟି ହେଉଛି ଏକ ଅପଥ ଆଡ଼କୁ ହୁଡ଼ି ଯାଇଥିବା ଜାତିହୀନ ଜାତୀୟତାବାଦିତାର କଥା ଏବଂ ସଚରାଚର ଧନୀ ବର୍ଗଟା ହିଁ ଏହିଭଳି ମତଟିଏ ପୋଷଣ କରିଥାଏ । ଯେଉଁ ଦେଶ ବହୁ ପକ୍ଷରେ ରହିଥିବା କୋଟି କୋଟି ମନୁଷ୍ୟଙ୍କୁ ଅନ୍ନ, କପଡ଼ା ଏବଂ ସର୍ବନିମ୍ନ ଶିକ୍ଷାର ବ୍ୟବସ୍ଥାଟିଏ ଯୋଗାଇ ପାରେ ନାହିଁ, ଆନ୍ତର୍ଜାତିକ କ୍ଷେତ୍ରରେ ଆଦୌ କୌଣସି ସମ୍ମାନର ଦାବି କରିବା ସକାଶେ ତା’ର କ୍ଵଚିତ୍ ଆଦୌ କୌଣସି ଅଧିକାର ରହିବା ଉଚିତ୍ । ଏବଂ, ସେଥି ନିମନ୍ତେ ମଧ୍ୟ ଆର୍ଥିକ-ଅଭିବୃଦ୍ଧି-ଜନିତ ସୁଫଳଟି ତଥାପି ଯଥେଷ୍ଟ ତ୍ଵରାନିତ ହେବ । ଦରିଦ୍ରମାନଙ୍କ ପାଖରେ ଯାଇ ପହଞ୍ଚି ପାରିବା ବି ଉଚିତ୍, ଯାହାଦ୍ୱାରା କି ଧନୀମାନଙ୍କୁ ମଧ୍ୟ ଯଥାର୍ଥରେ ଏକ ଆତ୍ମ-ସମ୍ମାନ ପ୍ରାପ୍ତ ହୋଇ ପାରିବ ।

 

ସୁଫଳ ଅଥବା କୁଫଳ ଯାହା ଯେଉ ପଛକେ, ତଥାପି ଆର୍ଥିକ ଅଭିବୃଦ୍ଧି ଅବଶ୍ୟ ହେଉ ବୋଲି ଯେଉଁ ଯୁକ୍ତିଟିଏ ହୋଇଥାଏ, ସେଇଟିରେ ମୂଳ ଆଦୌ କୌଣସି ଯୁକ୍ତିଯୁକ୍ତ ନ୍ୟାୟ ନଥାଏ । ଏପରି ଏକ ଅବସ୍ଥାର କଳ୍ପନା କରାଯାଉ, ଯେଉଁଠି କି ବୃଦ୍ଧିର ଫଳସ୍ୱରୂପ ବହୁସଂଖ୍ୟକ କର୍ମଧନ୍ଦା ଏବଂ ଜୀବିକା ହରାଇବାକୁ ପଡ଼େ ଏବଂ ଖୁବ୍ ଅଳପ ସଂଖ୍ୟାର କର୍ମସଂସ୍ଥାନ ଓ ନୂଆ ଜୀବିକା ସମ୍ଭବ ହୋଇଥାଏ ଓ ଦାରିଦ୍ର୍ୟର କ୍ଷେତ୍ରଟା ମଧ୍ୟ ପୂର୍ବାପେକ୍ଷା ଅଧିକ ବିସ୍ତାରିତ ହୋଇଯାଏ । ଅର୍ଥାତ୍ ଅଧିକ ସଂଖ୍ୟକ ମନୁଷ୍ୟଙ୍କର କ୍ଷତି ହିଁ ହୁଏ ଏବଂ ଅତି ଅଳପ ଲୋକ ଲାଭବାନ୍ ହୁଅନ୍ତି । କ୍ଷତି ସହୁଥିବା ଲୋକେ ମୁହଁ ଫିଟାଇ ପ୍ରତିବାଦ କରିପାରନ୍ତି ନାହିଁ,–ସେମାନଙ୍କର କ୍ରୟଶକ୍ତି ହ୍ରାସ ହୋଇଯିବା ହେତୁ ସେମାନେ ବଜାର ଦୃଷ୍ଟିରୁ କ୍ରମେ ଗାର ବାହାରେ ଯାଇ ରହିଯିବାକୁ ବାଧ୍ୟ ହୁଅନ୍ତି-। ଏପରି ଅବସ୍ଥାରେ ବଜାର ନିମନ୍ତେ ଦ୍ରବ୍ୟ-ଉତ୍ପାଦନର ଯୋଜନାମାନେ ସେମାନଙ୍କୁ ବସ୍ତୁତଃ କୌଣସି ବିଚାରକୁ ନିଅନ୍ତି ନାହିଁ ଏବଂ ଫଳରେ ସ୍ଵୟଂ ହାଟ-ବ୍ୟବସ୍ଥାର ସମୁଦାୟ କ୍ଷେତ୍ରଟି ମଧ୍ୟ ମୂଳଭୂତ ନାନା ବିକୃତି ଭିତରେ ଯାଇ ପଡ଼ି ଯାଇଥାଏ । ଯେ କୌଣସି ପ୍ରକାରେ ଉତ୍ପାଦନରେ ବୃଦ୍ଧି ଲାଗି ରହିଥାଉ ବୋଲି ଅନୁକୂଳ ପଦକ୍ଷେପମାନ ନିଆ ଯାଉଥାଉ ବୋଲି ଇଚ୍ଛା କରୁଥିବା ପକ୍ଷଟି ଏହି କଥାଟିକୁ କ୍ଵଚିତ୍ ସୁସ୍ପଷ୍ଟ ଭାବରେ ଘ୍ରାଣ କରି ପାରନ୍ତି । ଏବଂ, କ୍ରୟ-ଶକ୍ତି ମୁତାବକ ହିଁ ଉତ୍ପାଦନର କ୍ଷେତ୍ରଟି ସାଧାରଣତଃ ଆପଣାର ନିଷ୍ପତ୍ତିମାନ କରୁଥିବାରୁ ହାଟର ବ୍ୟବସ୍ଥାଟା ମଧ୍ୟ ଅନେକ ସମୟରେ ଅତ୍ୟନ୍ତ ଆବଶ୍ୟକ ହେଉଥିବା ବହୁ ଦ୍ରବ୍ୟର ଉତ୍ପାଦନକୁ ମଧ୍ୟ ପ୍ରାୟ ଆଖିବୁଜା ଭାବରେ ହ୍ରାସ କରି ଆଣିବାଟିକୁ ଉଚିତ୍ ମନେ କରିଥାଏ । ସେଗୁଡ଼ିକୁ ଅତ୍ୟାବଶ୍ୟକ ବୋଲି ଲୋଡ଼ୁଥିବା ଜନସମଷ୍ଟିଟି ଲାଗି ଆପଣାର ଇଚ୍ଛାଟିକୁ ବ୍ୟକ୍ତ କରିବା ନିମନ୍ତେ କୌଣସି ସାମର୍ଥ୍ୟ ନଥିବାରୁ ହିଁ ସିନା ତାହା ସମ୍ଭବ ହୁଏ ।

 

ବଜାରରେ ବିକ୍ରି ହେବା ସକାଶେ ଯେଉଁସବୁ ଦ୍ରବ୍ୟର ଉତ୍ପାଦନ କରାଯାଉଛି, ଯଦି ସେଗୁଡ଼ିକ ଅଧିକ ସଂଖ୍ୟାରେ ନାଗରିକ-ପକ୍ଷଟିର ଚାହିଦା ଦୃଷ୍ଟିରୁ ପ୍ରଧାନତଃ ଗୌଣ ହୋଇଥାଏ, ତେବେ ବଜାର ନିମନ୍ତେ ସୁଚିନ୍ତିତ ଭାବରେ ନିର୍ଣ୍ଣୟ କରି ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବୁଥିବାର ସେଗୁଡ଼ିକୁ ପ୍ରଭୂତ ଦକ୍ଷତା ସହିତ ଉତ୍ପନ୍ନ କରାଯାଉଥିଲେ ମଧ୍ୟ ତାହାର କେବଳ ଏକ ଗୌଣ ମହତ୍ତ୍ଵ ହିଁ ରହିବ । ଆମ ଦେଶର ବଜାରରେ ସେହି ଅନୁଚିତ୍ ଘଟଣାଟି ଘଟୁଥିବାର ବହୁ ବହୁ ଦୈନନ୍ଦିନ ଦୃଷ୍ଟାନ୍ତ ଘଟୁଥିଲେ ମଧ୍ୟ, ଆମ ଆଖିରେ ସେଗୁଡ଼ିକ ପ୍ରକୃତରେ ସେପରି ମୋଟେ ପଡ଼ି ପାରନ୍ତି ନାହିଁ । ଇହାଦେ ତ ବଡ଼ ବଡ଼ ସହରମାନଙ୍କରେ ଏବଂ ଏପରିକି ସାନ ଅନେକ ସହରରେ ମଧ୍ୟ ପିଇବା ପାଇଁ ପାଣି ଯେଉଁ ଦାମରେ ବିକ୍ରି ହେଉଛି, କେବଳ ସବା ଉପରର ମାତ୍ର ଶତକଡ଼ା ଦଶଜଣ ମଣିଷ ହିଁ ନିଜ ରୋଜଗାର ସୀମା ଦୃଷ୍ଟିରୁ ନିର୍ଦ୍ଧାରିତ ମୂଲ୍ୟ ଦେଇ ତାହାକୁ କ୍ରୟ କରିପାରିବେ । ଏବଂ ତଥାପି ଦରିଦ୍ରମାନେ କ୍ରୟ କରି ପାରିଲାଭଳି ନିରାପଦ ପାନୀୟ ଜଳ ପରି ଏକ ଅତ୍ୟାବଶ୍ୟକ ଦ୍ରବ୍ୟ ଉତ୍ପାଦନ କରିବା ସକାଶେ ଆମ ବଜାର ବ୍ୟବସ୍ଥାରେ ସ୍ଵଭାବତଃ କୌଣସି ବାଧ୍ୟବାଧକତା ନଥିବାରୁ ତଥାପି ବୋତଲମୁଦା ପିଇବା ପାଣିର ଉତ୍ପାଦନକୁ ବଜାର ଲାଗି ଆହୁରି ଅଧିକ ବଢ଼ାଯାଇ ପାରିବ ଏବଂ ତାହା ଆମ ଉତ୍ପାଦନ-ହାରରେ ପରିସଂଖ୍ୟାନ ଅନୁସାରେ ବୃଦ୍ଧି ହେଉଛି ବୋଲି ନିଶ୍ଚୟ ଦର୍ଶାଇ ଦେଇ ପାରିବ । ଠିକ୍ ସେହିପରି, ଆମ ଦେଶରେ ଘରୋଇ ଭାବରେ ପରିଚାଳିତ ଡାକ୍ତରଖାନାମାନ ବି ରହିଛି, ଯେଉଁଠାରେ କି ପଇସା ଦେଇ ଚିକିତ୍ସାର ଉପଚାରମାନ ଉପଲବ୍ଧ ହୋଇପାରୁଛି । ମାତ୍ର, ସେହି ମୂଲ୍ୟର ଏକ ନିତାନ୍ତ କ୍ଷୁଦ୍ର ଅଂଶ ଦେଇ ପ୍ରାୟ ମୃତ୍ୟୁମୁଖରେ ପଡ଼ିଥିବା ଯକ୍ଷ୍ମାପୀଡ଼ିତ ରୋଗୀମାନଙ୍କ ଲାଗି ଶଯ୍ୟା ତଥା ଔଷଧ ଆଦି ଆଦୌ ଯୋଗାଇ ହେଉନାହିଁ । ଉଚିତ ଚିକିତ୍ସା ପାଇଲେ ଅନ୍ଧ ହେବାର ଦୁର୍ଦ୍ଦଶାରୁ ରକ୍ଷା ପାଇ ପାରିବାର ସମ୍ଭାବନା ରହିଥିବା ଲକ୍ଷ ଲକ୍ଷ ପିଲାଙ୍କ ଲାଗି ମଧ୍ୟ ବିହିତ ଉପଚାର କରି ହେଉନାହିଁ । ସାଂପ୍ରତିକ ଭାରତବର୍ଷର ଦୈନନ୍ଦିନ ଜୀବନର ପ୍ରାୟ ସକଳ କ୍ଷେତ୍ରରୁ ହିଁ ଏହିଭଳି ଉଦାହରଣମାନ ନିଶ୍ଚୟ ଦିଆଯାଇ ପାରିବ । ସଂକ୍ଷିପ୍ତ ଭାବରେ କହିଲେ, ଦୀର୍ଘ ବିସ୍ତାରର ଦାରିଦ୍ର୍ୟମାନ ଘୋଟି ରହିଥିବା ଏହି ଦେଶରେ ଚାଲିଥିବା ଆମର ଅର୍ଥନୀତିର ବଜାରରେ ସର୍ବଦା ଏକ ମୂଳ ସମସ୍ୟା ସର୍ବତ୍ର ରହିଛି । କେଉଁସବୁ ପଦାର୍ଥର ଉତ୍ପାଦନ କରିବାକୁ ହେବ, ତାହା ସ୍ଥିର କରିବାର କାର୍ଯ୍ୟଟିକୁ ଆମ ବଜାର ଉପରେ ଯଦି ନ୍ୟସ୍ତ କରି ଦିଆଯାଏ, ତେବେ ଏପରି ଘଟିବାର ଏକ ବୃହତ୍ ଆଶଙ୍କା ରହିଛି ଯେ, ତାହା ଆମ ଦେଶର କୋଟି କୋଟି ଦରିଦ୍ରମାନଙ୍କର ପକ୍ଷଟିକୁ ସବୁଠାରୁ ଅଧିକ ମୌଳିକ, ତଥା ଆବଶ୍ୟକ କରୁଥିବା ଦ୍ରବ୍ୟଗୁଡ଼ିକୁ ଉତ୍ପାଦନ କରିବାରେ କୌଣସି ଆଗ୍ରହ ପ୍ରକାଶ କରିବ ହିଁ ନାହିଁ । ବରଂ, ସେହି କ୍ଷେତ୍ରରେ ତାହା ଅତୀବ ଦକ୍ଷତାର ସହିତ ଏପରି କେତେକ ଦ୍ରବ୍ୟର ଉତ୍ପାଦନରେ ମନଦେବ, ଯାହାକୁ କି କେବଳ ଆମ ଦେଶର ଅତି ଧନୀ ଲୋକମାନେ କିଣି ବ୍ୟବହାର କରି ପାରିବେ । ଦେଶରେ କେଉଁସବୁ ଦ୍ରବ୍ୟର ଉତ୍ପାଦନ କରାହେବ ଏବଂ ଦେଶର ଦରିଦ୍ର ମନୁଷ୍ୟମାନେ ପ୍ରକୃତରେ କେଉଁସବୁ ଦ୍ରବ୍ୟକୁ ସବାଆଗ ଆବଶ୍ୟକ ବୋଲି ମନେ କରନ୍ତି ତଥା ସେଗୁଡ଼ିକୁ ଆପଣାର ଆୟସୀମା ମଧ୍ୟରେ କ୍ରୟ କରି ପାରିବେ, ଦୁଇଟି ମଧ୍ୟରେ କୌଣସି ସମଞ୍ଜସତା ରହୁ ବୋଲି ଏହି କ୍ଷେତ୍ରରେ ହୁଏତ ଚିନ୍ତା ହିଁ କରାଯାଏ ନାହିଁ ।

 

ଏଠାରେ ଆମ ଅର୍ଥନୀତି-ସମ୍ବନ୍ଧୀ ଚିନ୍ତାରେ ଗୋଟିଏ ସାଧାରଣ ଭ୍ରାନ୍ତ ଭାବନା ରହିଯାଇଥିବାର ବେଶ୍ ସ୍ପଷ୍ଟ ହୋଇଯିବ । ଉତ୍ପାଦିତ ପଦାର୍ଥ ଗୁଡ଼ିକର ଦରିଦ୍ର ନାଗରିକ ମାନଙ୍କର ଅତ୍ୟାବଶ୍ୟକତା ସହିତ ସମଞ୍ଜସତା ନରଖି କେବଳ ଅଧିକରୁ ଅଧିକ ଦକ୍ଷତା ହାସଲ କରିବାରେ ଲାଗିଥିଲେ ତଦ୍ଦ୍ୱାରା ପ୍ରକୃତରେ ଆଦୌ କୌଣସି ସମାଧାନ ସମ୍ଭବ ହେବନାହିଁ । ସେଇଟି ହେତୁ ହିଁ କେତେକ ଅତି ମୌଳିକ ସୁଯୋଗ ଏବଂ ସେବା ଦରିଦ୍ରମାନଙ୍କ ପାଇଁ ସର୍ବ ମୌଳିକ ସ୍ୱାସ୍ଥ୍ୟ, ଶିକ୍ଷା ତଥା ବାସଗୃହ ଆଦିର ବ୍ୟବସ୍ଥା କରିବାକୁ ହିଁ ହେବ: ଅଳ୍ପ କ୍ରୟ-ଶକ୍ତି ଥିବା ଲୋକ ପକ୍ଷଟି ନିମନ୍ତେ ଚଳନ୍ତି ବଜାର ବ୍ୟବସ୍ଥା ଏକ ଅନୁକୂଳ ଉତ୍ପାଦନନୀତି ଗ୍ରହଣ କରୁନଥିଲେ ରାଷ୍ଟ୍ର ହିଁ ସେହି ଦାୟିତ୍ଵ ଗ୍ରହଣ କରିବ । ସେଗୁଡ଼ିକୁ ସମ୍ଭବ କରିବା ନିମନ୍ତେ ରାଷ୍ଟ୍ରର ଅନୁରୂପ ଦକ୍ଷତା ବି ଥିବ । ତେଣୁ, କେବଳ ଦକ୍ଷତାଟାକୁ ବଢ଼ାଇବାରେ ଆମର ଉତ୍ସାହ ଆମକୁ ଯେପରି ଅନ୍ଧ କରି ନ ପକାଏ, ସେଥିଲାଗି ଦୃଷ୍ଟି ଦେବାକୁ ପଡ଼ିବ । ନିଶ୍ଚିତ ଭାବରେ ଦେଖିବାକୁ ହେବ ଯେ, ସେହି ବସ୍ତୁଗୁଡ଼ିକର ଉତ୍ପାଦନ ଏପରିଭାବରେ ପ୍ରକୃତରେ ହୋଇପାରୁଛି, ଯେପରିକି ଦରିଦ୍ର ଲୋକମାନେ ସେଗୁଡ଼ିକୁ କ୍ରୟ କରିବା ନିମନ୍ତେ ସମର୍ଥ ହେବେ । ଏହି ସମସ୍ୟାକୁ ରାଷ୍ଟ୍ର ବନାମ ବଜାର-ବ୍ୟବସ୍ଥା ବୋଲି ଏକ ଯୁକ୍ତି ମଧ୍ୟରେ ଅଡ଼ୁଆ କରି ରଖିବାର କୌଣସି ପ୍ରୟାସ କରିବା ଆଦୌ ଉଚିତ ହେବ ନାହିଁ ।

 

ଏହି ବିତର୍କଟିର ସର୍ବଥା ଏକ ତାତ୍କାଳିକ ବାସ୍ତବ ପ୍ରାସଙ୍ଗିକତା ମଧ୍ୟ ରହିଛି । ଏଠାରେ ଆମେ ପୁନର୍ବାର ବଡ଼ ସହରମାନଙ୍କରେ ପାଣିର ବ୍ୟବସ୍ଥାକୁ ଘରୋଇ କାରବାର ମଧ୍ୟରେ ନିୟନ୍ତ୍ରିତ କରି ରଖିବାର ସେହି ଉଦାହରଣଟିକୁ ମନେ ପକାଇବା । ଏକ ସୀମିତ ଅର୍ଥରେ ବିଚାର କଲେ ସେହି ଘରୋଇ କାରବାରର ବ୍ୟବସ୍ଥା ପାଣିର ଦାମ୍‍କୁ ଅତିରିକ୍ତ ପରିମାଣରେ ଆସି ବଢ଼ାଇଦେବ ଏବଂ ସହରରେ ରହୁଥିବା ବହୁସଂଖ୍ୟକ ଦରିଦ୍ର ମନୁଷ୍ୟ କଦାପି ଏତେ ପଇସା ଦେଇ ତାହା କିଣି ପାରିବେ ନାହିଁ । ଏବଂ ଚାହିଦା ଅନୁସାରେ ଉପଲବ୍ଧ ଜଳର, ଯୋଗାଣ ପରିମାଣ ଯଥେଷ୍ଟ ହୋଇନଥିଲେ କାର୍ଯ୍ୟତଃ ତାହା ଏପରି ଏକ ପଡ଼ି ବ୍ୟବସ୍ଥାକୁ ଡାକି ଆଣିବ, ଯେଉଁଟି ଭିତରୁ କି ଦରିଦ୍ରମାନେ ନିଶ୍ଚୟ ବାଦ୍ ପଡ଼ିଯିବେ । ଅର୍ଥନୀତି-ତତ୍ତ୍ଵର ପରିଭାଷାରେ ଏହାକୁ ‘ମୂଲ୍ୟଗତ ପଡ଼ି-ବ୍ୟବସ୍ଥା’ ବୋଲି କୁହାଯାଇଥାଏ । ପାଣି ଭଳି ଗୋଟିଏ ଅତ୍ୟନ୍ତ ମୌଳିକ ଆବଶ୍ୟକତାରେ କ୍ଷେତ୍ରରେ ଘରୋଇକରଣର ଏକ ଫନ୍ଦା ସାହାଯ୍ୟରେ ଉଚ୍ଚ ଦାମ୍ ନିର୍ଦ୍ଧାରଣ କରିବାର ଏହି ରୀତିଟି, ଏଥିରେ ଆଦୌ କୌଣସି ମଣିଷପଣିଆ ନାହିଁ, କୌଣସି ସମୀଚୀନତା ମଧ୍ୟ ନାହିଁ । କେବଳ ମୂଲ୍ୟର କ୍ଷେତ୍ରରେ ଏକ ଯଥେଚ୍ଛାଚାର ସହିତ କୌଣସି ପଡ଼ି ବ୍ୟବସ୍ଥାର ପ୍ରଣୟନ କରିଦେଲେ ଏହି ସମସ୍ୟାଟିର ଆଦୌ କୌଣସି ସଂଶୋଧନ ଅର୍ଥାତ୍ ସମାଧାନ ସମ୍ଭବ ହେବ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟଯେ, ଏହି କ୍ଷେତ୍ରରେ ଭାରି ନିର୍ଦ୍ଦିଷ୍ଟ ଭାବରେ ଯେଉଁ ପରାମର୍ଶ ଦିଆ ଯାଇଥାଏ ଏବଂ ବଜାରର ସ୍ତରରେ ହିଁ ଯେଉଁ ଫଇସଲାଟିଏ କରିନେବାର ଯେଉଁ ପ୍ରସ୍ତାବ ବାଢ଼ି ଦିଆଯାଏ, ତାହାକୁ ପ୍ରାୟ ଗୋଟିଏ ଉଦ୍ଭଟ-ବ୍ୟାପାର ବୋଲି ହିଁ କୁହାଯିବା ଉଚିତ୍ । ଦରଦାମରେ ବୃଦ୍ଧି କଲେ ତଦ୍ଦ୍ଵାରା ଉତ୍ପାଦନକାରୀମାନେ କ୍ରମେ ସେହି ଦ୍ରବ୍ୟଟିର ଉତ୍ପାଦନରେ ମଧ୍ୟ ବୃଦ୍ଧି କରିବା ଲାଗି ଉତ୍ସାହିତ ହେବେ ବୋଲି ଯାହା କୁହାଯାଇଥାଏ (ଏଠାରେ ଆମେ ଜଳ ବିଷୟରେ କଥା ପକାଇଛୁ), ସେଥିରେ ପ୍ରାୟ ଆଦୌ କୌଣସି ସମୀଚୀନତା ହିଁ ନାହିଁ, କାରଣ ଜଳର ଅଭାବ ଘଟିଲେ କେବଳ ଦୂର କୌଣସି ଭବିଷ୍ୟରେ ନୁହେଁ, ଉପସ୍ଥିତ ଏହି ସମୟଟାରେ ମଧ୍ୟ ମନୁଷ୍ୟମାନଙ୍କର ପ୍ରାଣହାନି ଘଟିବ, ଏଥିରୁ ଆମକୁ ଏହି ସାଧାରଣ ଶିକ୍ଷାଟି ହିଁ ମିଳିବା ଉଚିତ୍ ଯେ, ମୌଳିକ ତଥା ଅତ୍ୟାବଶ୍ୟକ ପଦାର୍ଥଗୁଡ଼ିକୁ ଘରୋଇ ଉତ୍ପାଦନର ଅଧୀନ କରି ଏତେ ଅଧିକ ସଂଖ୍ୟାରେ ଲୋକମାନେ ଘୋର ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବା ଗୋଟିଏ ଦେଶରେ ବଜାରର ଅନୁଗ୍ରହ ଉପରେ କଦାପି ଛାଡ଼ି ଦିଆଯାଇ ପାରିବ ନାହିଁ । ଆଇନ୍ ଶୃଙ୍ଖଳା ବା ପ୍ରତିରକ୍ଷା ବେଳକୁ ଯେଉଁପରି, ଏହିସବୁ ଦ୍ରବ୍ୟ ଆଣି ଯୋଗାଇ ଦେବାର କ୍ଷେତ୍ରରେ ଯଦି ରାଷ୍ଟ୍ରର ଭୂମିକାରେ ଦକ୍ଷତାର ଭାରି ଅଭାବ ରହି ଯାଉଥିବ, ତେବେ ତାହାର ଉତ୍ତରଦାୟିତ୍ଵ-ବୋଧକୁ ବଢ଼ାଇ ପାରିବା ନିମନ୍ତେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସେଥିଲାଗି ଏକ ସମାଧାନକୁ ଖୋଜି ଅବଶ୍ୟ ବାହାର କରିବାକୁ ପଡ଼ିବ; ମାତ୍ର, ଏଠାରେ ଘରୋଇକରଣ ସମାଧାନଟି ମୋଟେ କୌଣସି କାମର ହିଁ ହେବନାହିଁ । ବଜାର-ସ୍ତରୀୟ ସମାଧାନଟା ଦ୍ଵାରା ପ୍ରକୃତରେ କେତେ କ’ଣ ଫଳ ମିଳିବ ବା ନମିଳିବ, ଏହି ସନ୍ଦର୍ଭରେ ସେହି ବୃହତ୍ତର ପ୍ରଶ୍ନଟିର ମଧ୍ୟ କିଞ୍ଚିତ୍ ଆଲୋଚନା କରାଯାଇପାରେ ।

 

ସିଦ୍ଧାନ୍ତ-ନିଷ୍ପାଦନର ଜଗତରେ ଅର୍ଥନୀତିର ବିଶାରଦମାନେ ନିଖୁଣ ଏବଂ ପୂର୍ଣ୍ଣତାଯୁକ୍ତ ଭାବରେ ଆପଣାକୁ କାର୍ଯ୍ୟକାରୀ କରି ପାରୁଥିବା ‘ପୂର୍ଣ୍ଣ ପ୍ରତିଦ୍ୱନ୍ଦିତା’ ନାମରେ ଯେଉଁ ନିତାନ୍ତ କୃତ୍ରିମ ଅନୁମାନ ଗୁଡ଼ିକୁ କରିଥାନ୍ତି, ସେଗୁଡ଼ିକରୁ ବେଶ୍ ହଠାତ୍ ପ୍ରତୀତ ହେଉଥାଏ ଯେ, ବଜାରର ସେହି ବ୍ୟବସ୍ଥାଟିରୁ ଗୋଟାଏ ପ୍ରକାରର ସମାଧାନ ନିଶ୍ଚୟ ମିଳିବ । ଏହି ସମାଧାନର ମୁଖ୍ୟ ନିବେଦନଟି ହେଉଛି ଯେ, ଉତ୍ପାଦନ ଦୃଷ୍ଟିରୁ ସେଥିରେ ଦକ୍ଷତାର ଆଦୌ କୌଣସି ଅଭାବ ନଥାଏ, କିନ୍ତୁ ଯୁଗପତ୍ ଭାବରେ, ଆୟର ସମୁଚିତ ବିତରଣର କ୍ଷେତ୍ରରେ ତାହା ସମ୍ପୂର୍ଣ୍ଣ ଭାବରେ ନିତାନ୍ତ ଉଦାସୀନ ହୋଇ ରହିଥାଏ । ତାହାର ଅର୍ଥ ହେଉଛି ଯେ, ଏକ ସିଦ୍ଧାନ୍ତରୂପେ ସେଇଟିର ବିଚାର କଲେ ମଧ୍ୟ ବଜାର-ବ୍ୟବସ୍ଥାଟି ଆମ ଦ୍ଵାରା କଳ୍ପିତ ଯାବତୀୟ ମାନଦଣ୍ଡ ଅନୁସାରେ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭାବରେ କାର୍ଯ୍ୟ କରୁଥିଲେ ମଧ୍ୟ, ଆୟର ଅବଶ୍ୟ ଏକ ସୁବିତରଣ ସେଠାରେ ସମ୍ଭବ ହେଉଥିବ ବୋଲି ସେଥିରୁ ଆମକୁ କୌଣସି ସୁନିଶ୍ଚିତ ନିର୍ଭର କେବେହେଲେ ମିଳିବ ନାହିଁ । ସେହି ସମ୍ପର୍କିତ ଏକ ନିତାନ୍ତ ଚରମ ସ୍ଥିତିରେ, ନିଜର ଜୀବନଧାରଣ ପାଇଁ କେତେ ମନୁଷ୍ୟଙ୍କ ପାଖରେ ହୁଏତ ସର୍ବନିମ୍ନ ସମ୍ବଳଟି ନଥିବ ଏବଂ ସେମାନେ ନିଜର ମୂଳଭୂତ ପ୍ରୟୋଜନଗୁଡ଼ିକର ବି ପୂରଣ କରି ପାରୁନଥିବ । ଏବଂ ପରିମାଣ ସ୍ୱରୂପ, ସେହି କ୍ଷେତ୍ରରେ ସେମାନେ ଉପବାସରେ କାଳ କାଟିବା ହିଁ ବଜାର-ସମାଧାନର ଏକ ଅଙ୍ଗୀଭୂତ ଘଟଣା ହୋଇ ରହିଥିବ ।

 

ଏବଂ, ତା’ଠାରୁ ସମ୍ଭବତଃ ଆହୁରି ଅଧିକ ପରିମାଣରେ ଆଖିରେ ପଡ଼ୁଥିବା କଥାଟି ହେଉଛି, ଅର୍ଥନୀତି-ତତ୍ତ୍ଵର ସେହି ଚର୍ଚ୍ଚାଟି ମଧ୍ୟରେ ଏପରି କୌଣସି ଉପାଦାନ ନାହିଁ, ଯାହାଦ୍ୱାରା କି ନିଖୁଣ ଏବଂ ନିପୁଣ ଭାବରେ ପ୍ରତିଦ୍ୱନ୍ଦିତା ରତ ବଜାର ବ୍ୟବସ୍ଥାଟା କେତେ ସମୟ ମଧ୍ୟରେ ଯେ ଆଦୌ ଏକ ସଫଳ ସମାଧାନରେ ଆସି ପହଞ୍ଚି ପାରିବ, ସେହି କଥାଟି ବିଷୟରେ ଆମକୁ ନିର୍ଦ୍ଦିଷ୍ଟ ଏକ ଉତ୍ତର ମଧ୍ୟ ମିଳିଯିବ । ସିଦ୍ଧାନ୍ତୀ ଅର୍ଥନୀତିଜ୍ଞମାନେ ସାଧାରଣତଃ ତିନୋଟି ଭିନ୍ନ ଭିନ୍ନ ବିଶ୍ଳେଷଣାତ୍ମକ ପଦକ୍ଷେପର ସାହାଯ୍ୟରେ ସମସ୍ୟାଟିର ବିଚାର କରିଥାଆନ୍ତି । ଏହିପରି ଗୋଟିଏ ଅନୁକୂଳତମ ସାମର୍ଥ୍ୟଯୁକ୍ତ ସମାଧାନ ଆଦୌ ଅଛି କି ନାହିଁ ଅର୍ଥାତ୍ ଆମେ ବସ୍ତୁତଃ ସତକୁ ସତ ସେଠାରେ ନଥିବା କଳା ବିଲେଇଟାର ଗୋଟାଏ ଅନ୍ଧାର ଘରଭିତରେ ପଶି ତଲାଶ କରୁନାହୁଁ ତ–ଏଇଟି ହେଉଛି ସର୍ବ ପ୍ରଥମ କଥା । ନିଖୁଣ ପ୍ରକାରେ ପ୍ରତିଦ୍ୱନ୍ଦିତା ହୋଇପାରୁଥିବା ଏକ ବଜାର ବିଷୟରେ ଏହି ଯେଉଁ ନିତାନ୍ତ ଅବାସ୍ତବ ଅନୁମାନଟାକୁ ନକଲେ ମଧ୍ୟ ଅନୁକୂଳତମ ବଜାର ବିଷୟକ ସମାଧାନଟି ପ୍ରକୃତରେ ‘ରହିଛି’ ବୋଲି ବି ଆଖର ଆଦୌ ବିପତ୍ତି ଗ୍ରହଣ କରାଯାଇ ପାରିବ; ଅନ୍ୟ ଭାଷାରେ କହିଲେ, ନିଖୁଣ ପ୍ରତିଦ୍ୱନ୍ଦିତାର ସେହି ତୁଚ୍ଛା ଅବାସ୍ତବତାଟିକୁ ଆଖିବୁଜା ଗର୍ଭସ୍ଥ କରି ନପାରିଲେ, ସେହି ବଜାର ସମ୍ବନ୍ଧୀ ବିଚାରଟିରୁ ଆମକୁ ଏକ ଯଥାର୍ଥ ସମାଧାନ ମିଳିବ ବୋଲି ଆମେ କଦାପି ସୁନିଶ୍ଚିତ ହୋଇପାରିବା ନାହିଁ । ସର୍ବଶେଷରେ ବଜାର ବିଷୟକ ସେହି ସମାଧାନଟିରେ ପ୍ରକୃତରେ ଏକ ‘ସ୍ଥାୟୀ ନିର୍ଭରଯୋଗ୍ୟତା’ ମଧ୍ୟ କେତେଦୂର ରହିଛି, ସେହି କଥାଟିର ବି ବିଚାର କରା ଯାଇପାରେ । ମାତ୍ର, ସେଥିପାଇଁ ସର୍ବଦା ଏକ ଅପେକ୍ଷା ମଧ୍ୟ ରହିଥିବ ଯେ, ସରକାରଙ୍କ ତରଫରୁ ଦରଦାମ୍ ନିରୂପଣର କ୍ଷେତ୍ରରେ ଆଦୌ ହସ୍ତକ୍ଷେପ ହେଉନଥିବ, କାରଣ ତେବେଯାଇ ତ ତାହା ପ୍ରଚଳିତ ଅର୍ଥନୀତିକୁ ଅନୁରୂପ ପଥପ୍ରଦର୍ଶନ କରାଇ ସେହି ଅନୁକୂଳତମ ବଜାର ସମାଧାନଟି ଆଡ଼କୁ ନେଇଯାଇ ପାରିବ !

 

ଏହି ଦ୍ଵିତୀୟ ପଦକ୍ଷେପଟି ବିଷୟରେ ଯାଇଥିବା ଅଧ୍ୟୟନ ଗୁଡ଼ିକରୁ ସୂଚନା ମିଳୁଛି ଯେ, ଯଦି ବଜାର ଯେପରି ଇଚ୍ଛା କରିବ, ସେହିପରି ଭାବରେ ହିଁ ଦ୍ରବ୍ୟଗୁଡ଼ିକର ମୂଲ୍ୟକୁ ଧାର୍ଯ୍ୟ କରି ଆପଣାର ମାର୍ଗଚାରଣାଟିକୁ ଆରମ୍ଭ କରିବ, ତେବେ ତାହା ଏହି ବିଷୟରେ ଆଦୌ କୌଣସି ସମାଧାନରେ ଆସି ପହଞ୍ଚି ପାରିବ କି ନାହିଁ, ତାହାର ମଧ୍ୟ କିଛି ଅନ୍ଦାଜ କରିବା ଉଚିତ୍ ହେବ । ସେହିସବୁ ଅଧ୍ୟୟନରୁ ଧାରଣା କରି ହେଉଛି ଯେ, ଏକ ନିଖୁଣ ପ୍ରତିଦ୍ୱନ୍ଦିତାର କଳ୍ପନା ସହିତ ଆମକୁ ଆଉ କିଛି ବିଶ୍ଵାସ ବାହାର ଅନୁମାନର ମଧ୍ୟ ଆଶ୍ରୟ ନେବାକୁ ହେବ, ଏବଂ ତେବେଯାଇ ଆମେ କିଞ୍ଚିତ ନିଶ୍ଚିତ ଭାବରେ ନିଜକୁ ବୁଝାଇ ଦେଇ ପାରିବା ଯେ ଚାହିଦା ତଥା ଯୋଗାଇ ଦେବାର ସମ୍ପର୍କଗତ ସ୍ଥିତିଟି ଅନୁସାରେ କ୍ରିୟାଶୀଳ ହୋଇ ରହିଥିବା ଏକ ଦରଦାମ୍ ସ୍ଥିର କରିବାର ରୀତିକୁ ଅନୁସରଣ କରି ଆମେ ପ୍ରକୃତରେ ଏକ ବଜାର ନିର୍ଭର ସମାଧାନରେ ଯାଇ ପହଞ୍ଚି ପାରିବା । ତାହାର ଅର୍ଥ ହେଉଛି ଯେ, କେବଳ କେତେଗୋଟି ଏପରି ନିତାନ୍ତ ଉଦ୍‍ଭଟ ଅନୁମାନ ଦ୍ଵାରା ବଜାରର ମାର୍ଗରେ ଆମେ ଏକ ଅଭିଳଷିତ ସମର୍ଥ ସମାଧାନରେ ଯାଇ ପହଞ୍ଚି ପାରିବା, ଯାହାକୁ ଆଦୌ କୌଣସି ପ୍ରକାରେ ପ୍ରଭାବିତ କରିବା ନିମନ୍ତେ ଉତ୍ପାଦନକାରୀ ଅଥବା ଉପଭୋକ୍ତା କାହାର ହେଲେ କୌଣସି ଶକ୍ତି ନଥିବ । ମାତ୍ର, ସେତେବେଳେ ମଧ୍ୟ, ତୃତୀୟ ପଦକ୍ଷେପଟିରେ ଉପନୀତ ହୋଇ ସଂପୃକ୍ତ ସିଦ୍ଧାନ୍ତଟି ଖୁବ୍ ସମ୍ଭବ ସେହି ସମ୍ରାଟ୍‍ଙ୍କର ଅଜବ ଦଶାଟିକୁ ଲାଭ କରିବ, ଯିଏ କି ଏକ ଅପୂର୍ବ ପରିଚ୍ଛଦ ପିନ୍ଧି ଝଲମଲ ଦେଖା ଯାଉଛନ୍ତି ବୋଲି ଭାବୁଥିବେ ସିନା, କିନ୍ତୁ ଯାହାଙ୍କ ଦେହ ଉପରେ ପରିଚ୍ଛଦ ବୋଲି ଆଦୌ କିଛି ବି ନଥିବ । ତେଣୁ, ଏକ ସିଦ୍ଧାନ୍ତ-ନିର୍ଦ୍ଧାରଣ ବାସ୍ତବ ଆବଶ୍ୟକତାରୁ, ଏହି ବଜାର-ସମ୍ବନ୍ଧିତ ସମାଧାନଟି ପ୍ରକୃତରେ କେତେ ବେଗରେ ଉପଲବ୍ଧ ହେବ କି ନାହିଁ, ସେଇଟି ମଧ୍ୟ ଆମର ଜ୍ଞାତସାର ମଧ୍ୟରେ ରହିଥିବା ଉଚିତ୍ ହେବ । ଏହି ସିଦ୍ଧାନ୍ତଟିରେ ବସ୍ତୁତଃ ସେପରି କିଛି ମଧ୍ୟ ନାହିଁ, ସେହି ଇପ୍‍ସିତ ଅବଧିଟି ବିଷୟରେ ଯାହାଦ୍ୱାରା କି ଆମକୁ କିଛି ଆଲୋକର ପ୍ରତୀତି ପ୍ରାପ୍ତ ହୋଇ ପାରିବ । ତେଣୁ, ସତେଅବା ଜଣେ ଡିକ୍ଟେଟର୍ ସଦୃଶ ବଜାର ଆମ ସମ୍ମୁଖରେ ଏକ ପ୍ରତିଶ୍ରୁତିକୁ ସିନା ଉତ୍ତୋଳିତ କରି ଅବଶ୍ୟ ରଖିଥିବ, ଅଥଚ ଆମକୁ ବସ୍ତୁତଃ ଆଦୌ କୌଣସି ଫଳ ଦେଇ ପାରୁନଥିବ । ଏବଂ, ସେଇଟିର ସୁଯୋଗଟା ନେଇ ରାଜନୀତିର ଜଣେ ବ୍ୟକ୍ତି ଖୁବ୍ କହିବାରେ ଲାଗିଥିବଯେ, ବଜାର ଆଡ଼କୁ ଅନୁକୂଳିତ ହୋଇଥିବା ଏକ ପରବର୍ତ୍ତୀ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରା ନ ଯାଇ ପାରିବା ପର୍ଯ୍ୟନ୍ତ ଏହି କ୍ଷେତ୍ରରେ କଦାପି ସୁଫଳ ମିଳି ପାରିବ ନାହିଁ । ଆକାଶରୁ କଇଁଆ ଆଣି ଦେବାର ଏହି ପ୍ରତ୍ରିଶ୍ରୁତିଟି ମଧ୍ୟରେ ଭାଗ୍ୟକୁ ଅନ୍ତତଃ ରାଜନୀତିର କ୍ଷେତ୍ରରେ କିଞ୍ଚିତ୍ ମାତ୍ରାରେ କ୍ରିୟାଶୀଳ ହୋଇ ରହିଥିବା ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ପ୍ରତିକୂଳ ପରିଣାମ ବି ରହିଥାଏ । ରାଜନୀତିରେ ଥିବା ନେତାମାନେ ଯାହାସବୁ ଆଣିଦେବେ ତଥା କରିବେ ବୋଲି ଲୋକଙ୍କ ଆଗରେ ଭରସା ଦେଇଥାଆନ୍ତି, ସୁଯୋଗ ପାଇବା ପରେ ସେମାନେ ସେହି ଦିଗରେ ପ୍ରକୃତରେ କେତେ କ’ଣ କରିପାରିଲେ କି ନାହିଁ, ପରବର୍ତ୍ତୀ ନିର୍ବାଚନଟି ସମୟରେ ସେମାନଙ୍କୁ ତାହାର ଜବାବ ଦେବାକୁ ହିଁ ପଡ଼ିଥାଏ । ଅଧିକନ୍ତୁ, ନିର୍ବାଚନ-ମଣ୍ଡଳୀଟିରେ ବାସ କରୁଥିବା ଅଧିକ ସଂଖ୍ୟକ ଦରିଦ୍ରମାନଙ୍କ ପାଖରେ ମଧ୍ୟ ଜବାବ ଦେଇ ପାରିବାକୁ ହୁଏ । ଏବଂ, ବଜାର-ଅର୍ଥନୀତି ମଧ୍ୟରେ ତାହାର କୌଣସି ଅବକାଶ ନଥିଲେ ମଧ୍ୟ ଆମ ଗଣତାନ୍ତ୍ରିକ ରାଜନୀତିକ କାରବାରର ଛାଞ୍ଚଟିକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ବି ଆପଣାର ସକଳ ସକ୍ରିୟତାର ପ୍ରମାଣ ଦେବାକୁ ହୋଇଥାଏ । ଏବଂ, ସେହି କାରଣରୁ ବିଶୁଦ୍ଧ ଭାବରେ ବଜାରନିଷ୍ଠ ସମାଧାନମାନଙ୍କରେ ପ୍ରାୟ ଆଦୌ କୌଣସି ରାଜନୀତିକ ସମୀଚୀନତା ରହିଥିବାର ନଜିର ପ୍ରାପ୍ତ ହୁଏ ନାହିଁ ।

 

ସୁତରାଂ, ବଜାର ଅର୍ଥନୀତିର ଚଳନ୍ତି ଛାଞ୍ଚଟା ମଧ୍ୟରେ ଅନ୍ତର୍ନିହିତ ହୋଇ ରହିଥିବା ସମସ୍ୟାଗୁଡ଼ିକର ଦୃଷ୍ଟିରୁ ହିଁ ଯଥାର୍ଥ ସହାନୁଭୂତି ସହିତ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାଟା ନିଶ୍ଚୟ ଅଧିକ ସାଧୁତାର ପରିଚୟ ଦେଇପାରିବ ଏବଂ ତେଣୁ ଏପରି କେତେକ ବ୍ୟାବହାରିକ ସମାଧାନ ଖୋଜି ବାହାର କରିବାକୁ ହେବ ହୁଏତ ଯେଉଁଥିରେ ଉଭୟ ବଜାର ଏବଂ ରାଷ୍ଟ୍ରର କର୍ମାନୁଶୀଳନ ଶୈଳୀ ପରସ୍ପର ସହିତ ସଂଯୁକ୍ତ ହୋଇ ରହିଥିବେ । ଏବଂ ତେବେ ଯାଇ ନିର୍ଦ୍ଦିଷ୍ଟ କୌଣସି ସମୟସୀମା ମଧ୍ୟରେ ଉତ୍ତର ଦାୟିତ୍ଵର ଆବଶ୍ୟକତାଟିର ମଧ୍ୟ ସାମ୍ନା କରିବା ସମ୍ଭବ ହେବ । କିନ୍ତୁ, ଆମ ରାଜନୀତିବାଲା ଓ ସେମାନଙ୍କର ଅର୍ଥନୀତି-କ୍ଷେତ୍ରୀୟ ପରାମର୍ଶଦାତାମାନେ ଏବେ କ୍ଵଚିତ୍ ହିଁ ସେପରି କରୁଛନ୍ତି ଓ ଓଲ୍‍ଟି ସେମାନେ ଏକ ସୁବିଧାଜନକ ଅଦର୍ଶବାଦୀ ଅଳପଦୂର ପରି ପ୍ରତୀତ ହେଉଥିବା ବାଟକୁ ଅଧିକ ଗ୍ରହଣୀୟ ବୋଲି ମନେ କରୁଛନ୍ତି ଏବଂ ଏଥିରେ ସେମାନଙ୍କୁ ପ୍ରାୟ ସର୍ବତ୍ର ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଓ ବିଶ୍ଵବ୍ୟାଙ୍କ୍ ପ୍ରଭୃତି ସଙ୍ଗଠନମାନେ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି । ଏପରି କରି ସେମାନେ ଗୋଟିଏ ଅବାଟରେ ନେଇ ଯାଉଥିବା ପରି ବଜାର ବନାମ ରାଷ୍ଟ୍ର ବାଗିର୍ ଏକ ଅଠାବରେ ଆଣି ପକାଇ ଦିଅନ୍ତି । ଏବଂ, ଯଦି ଜଣେ ରାଜନୀତିବାଲା ଏକ ବଜାର ନାମକ ଏକ ଅମୂର୍ତ୍ତ ପ୍ରାୟ ସଂସ୍ଥାକୁ ଆମର କଠିନ ଅର୍ଥନୀତିଗତ ସମସ୍ୟାଗୁଡ଼ିକ ନିମନ୍ତେ ବିଶେଷ କରି ଦାୟୀ ବୋଲି କହି ବୁଲନ୍ତି, ତେବେ ତାହା ସେମାନଙ୍କୁ ଅତ୍ୟନ୍ତ ସୁବିଧାଜନକ ବୋଲି ଖୁବ୍ ମନେ ହୋଇଥାଏ । ଏବଂ, ଏହା ସତକୁ ସତ ବିଶେଷ ଭାବରେ ସୁବିଧାଜନକ ମନେ ହୁଏ, କାରଣ, ‘ବଜାର’କୁ ଦାୟୀ କରି ଆସୁଥିବା ସମାଧାନଟାରେ ନିର୍ଦ୍ଦିଷ୍ଟ ଭାବରେ କୌଣସି ସମୟସୀମା ନଥାଏ ଏବଂ, ତେଣୁ ଏହାପରେ ଆଉ କିଛି ସଂସ୍କାର ନହେବା ପର୍ଯ୍ୟନ୍ତ ଆର୍ଥିକ କ୍ଷେତ୍ରରେ ବାସ୍ତବ ସ୍ଥିତିର ମୋଟେ କୌଣସି ଉନ୍ନତି ସମ୍ଭବ ହେବନାହିଁ ବୋଲି ଜଣେ ରାଜନୀତିବାଲା ଲଗାତାର ଦାବି କରିବାରେ ଲାଗିଥାଏ । ତଥାପି, ଅର୍ଥନୀତିର କ୍ଷେତ୍ରରେ ବାସ୍ତବରେ କ’ଣ ସବୁ ଫଳ ମିଳିଲା କି ନାହିଁ, ରାଜନୀତିବାଲାଏ ସେଥିଲାଗି ଉତ୍ତର ଦେବାକୁ ବାଧ୍ୟ ହେଉଥିବାରୁ, ଅର୍ଥନୈତିକ ସଂସ୍କାରର ପରବର୍ତ୍ତୀ କାଳରେ (ମୋଟାମୋଟି ପ୍ରାୟ ୧୯୯୨ରୁ) ଦେଶରେ ହୋଇଥିବା ନିର୍ବାଚନଗୁଡ଼ିକର ଫଳାଫଳରୁ ଆମକୁ ଆପାତତଃ ଏକ ବିରୋଧାଭାସର ସ୍ଥିତି ହିଁ ଦେଖିବାକୁ ମିଳୁଛି । ଅଭିବୃଦ୍ଧିର ଗାର ବେଶ୍ ଉଚ୍ଚରେ ରହିଥିଲେ ମଧ୍ୟ ଓ ଷ୍ଟକ୍ ମାର୍କେଟରେ ଏକ ଊର୍ଦ୍ଧାୟନ ସହିତ ଅତୀବ ମାତ୍ରାରେ ସନ୍ତୋଷପ୍ରଦ ବିଦେଶୀ ମୁଦ୍ରା ଗଚ୍ଛିତ ହୋଇପାରିଥିଲେ ମଧ୍ୟ କଂଗ୍ରେସ ଅଥବା ଭାରତୀୟ ଜନତା ପାର୍ଟିର ନେତୃତ୍ଵରେ ବହୁଦଳୀୟ ସରକାରମାନେ ପଛକୁ ପଛ କ୍ଷମତାକୁ ଆସିଛନ୍ତି, ମାତ୍ର ସେମାନେ ପରବର୍ତ୍ତୀ ସାଧାରଣ ନିର୍ବାଚନରେ ହାରି ଯାଇଛନ୍ତି । ଏବଂ, ସଂସାରର ପକ୍ଷ ସମର୍ଥନ କରି ଯେତେ ଯାହା ପରିସଂଖ୍ୟାନ ବାଢ଼ି ଦିଆଗଲେ ମଧ୍ୟ ଏହି ସହଜ ସତକଥାଟିକୁ କଦାପି ଘୋଡ଼ାଇ ରଖିହେବ ନାହିଁ । ନିର୍ବାଚନମଣ୍ଡଳୀ ଗୁଡ଼ିକର ଜନଗଣଙ୍କ ଆଗରେ ନିଜ ସମର୍ଥତାର ପ୍ରମାଣ ଦେବାର ପ୍ରୟୋଜନଟିର ପରିପ୍ରେକ୍ଷୀରେ କହିଲେ, ଭାରତବର୍ଷରେ କରାଯାଇଥିବା ଅର୍ଥନୀତିଗତ ସକଳ ସଂସ୍କାର ସାଧାରଣ ଭାବରେ କେବେ ମଧ୍ୟ ସୁସ୍ପଷ୍ଟ ଭାବରେ କୌଣସି ସଫଳତାର ପ୍ରମାଣ ପ୍ରଦାନ କରିନାହିଁ ।

 

ଯଦି ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାଟି ବିଷୟରେ ଆମର ଏକ ଉଚିତ ସମ୍ମାନବୋଧ ରହିଥିବ, ତେବେ ରାଜନୀତିର ଜଣେ ବ୍ୟକ୍ତି ନିଜର ଏକ ଉତ୍ତରଦାୟିତ୍ଵ ବିଷୟରେ ସଚେତନ ରହିଥିବାର ଏହି ସତ୍ୟଟିକୁ ଆମେ ଆମ ବଜାର-ବ୍ୟବସ୍ଥାର ଅନ୍ୟ କ୍ଷେତ୍ରଟିରେ ମଧ୍ୟ ଅବଶ୍ୟ ପ୍ରୟୋଗ କରିବାକୁ ଚେଷ୍ଟା କରିବା । ଏହି ଦୃଷ୍ଟିରୁ ବିଚାରି ଦେଖିଲେ, ବଜାର-ନୀତି ଏବଂ ରାଷ୍ଟ୍ରର ବିଧାନ ମଧ୍ୟରେ ଯେଉଁ ଏଇଟି ଅଥବା ସେଇଟିର ବିତର୍କଟି ଲାଗି ରହିଛି, ସେଇଟିର ଆଦୌ କୌଣସି ମହତ୍ତ୍ଵ ରହିଛି ବୋଲି ଆଦୌ ମନେ ହେବନାହିଁ । ବରଂ, ଅନ୍ୟପକ୍ଷରେ ମୂଳ ଅସଲ ସମସ୍ୟାଟି ହେଉଛି ଯେ, ଆମେ ଆମ ବଜାର-ବ୍ୟବସ୍ଥା ସହିତ ଆମ ରାଜନୀତିକ ଗଣତନ୍ତ୍ରର ଏକ ସଙ୍ଗତି ରକ୍ଷା କରି ପାରିବା ଲାଗି ଉପାୟ ଗୁଡ଼ିକୁ ଅନୁସନ୍ଧାନ କରି ବାହାର କରିବାକୁ ଚେଷ୍ଟା କରିବା । ଏଠାରେ ଯେପରି କୌଣସି ଭୁଲ୍‍ ବୁଝାମଣାର ଅବକାଶ ନରହେ, ସେଥିପାଇଁ ଏଠାରେ ଯଥେଷ୍ଟ ମହତ୍ତ୍ଵଦେଇ କହି ରଖିବା ଉଚିତ୍ ହେବ ଯେ ରାଷ୍ଟ୍ର ଆପଣାର ନୀତି ନିର୍ଦ୍ଧାରଣରେ ବଜାର ପକ୍ଷ ଅବଲମ୍ବନ କରି ଅଥବା ତାହାର ବିରୋଧ କରି ସାଧାରଣ ଭାବରେ ଗୋଟିଏ ଏକପାଖିଆ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମୋଟେ ଏକ ପରାମର୍ଶ ଦିଆ ଯାଉନାହିଁ । ବରଂ ଏଭଳି ଆବଶ୍ୟକ ପ୍ରୟାସଗୁଡ଼ିକ ହେବ, ରାଷ୍ଟ୍ର ତଥା ବଜାର ଉଭୟେ ଆମ ଦେଶର ରାଜନୀତିକ ଏବଂ ଆର୍ଥିକ ଗଣତନ୍ତ୍ରକୁ ପରସ୍ପରର ଆହୁରି ଅଧିକ ନିକଟ କରି ଆଣିବାର ଲକ୍ଷ୍ୟ ରଖି ଯେପରି ଗୋଟିଏ ଆରଟିକୁ ଅଧିକ ଶକ୍ତିଯୁକ୍ତ ହିଁ କରି ପାରୁଥିବେ । ଏବଂ ଏହା ହିଁ ହେଉଛି ସମ୍ମାନର ସହିତ ଆର୍ଥିକ ବିକାଶର ବାଟଟିକୁ ଚାଲିବା ବିଷୟରେ ସର୍ବମୂଳ କଥାଟି, ଯାହାର ଦୃଷ୍ଟି-ଆୟତନଟି ମଧ୍ୟରେ ଆମ ଦେଶର ସକଳ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବ । ଆମେ ଏହାକୁ ହିଁ ଆମ ସାଂପ୍ରତିକ କାଳର ଆର୍ଥିକ ନୀତିର ସମ୍ମୁଖରେ ଆସି ଦଣ୍ଡାୟମାନ ହୋଇଥିବା ଅସଲ ଆହ୍ଵାନରୂପେ ଅବଶ୍ୟ ଜାଣି ରଖିବା ।

 

ସମୁଚିତ କଳ୍ପନାଯୁକ୍ତ ଭାବରେ ତଥା ଏକ ଉନ୍ମୁକ୍ତ ମାନସିକତା ସହିତ ଆମେ ଯେପରି ସେହି ସମସ୍ୟାଟିର ସମ୍ମୁଖୀନ ହୋଇ ପାରିବା ଏବଂ ସେହି କ୍ଷେତ୍ରରେ ମୋଟେ କୌଣସି ଆଦର୍ଶଗତ ଏକାଗ୍ରହ ଆମକୁ ଅସ୍ପଷ୍ଟତା ମଧ୍ୟରେ ପକାଇ ରଖି ନ ପାରୁଥିବ, ସେହି ଦୃଷ୍ଟିରୁ ଆମେ ଏକ ନିର୍ଣ୍ଣାୟକ ସକାରାତ୍ମକ ଆଭିମୁଖ୍ୟ ରଖି ପ୍ରଥମେ ଆମ ବଜାରର ସକ୍ରିୟ ରୀତିଗୁଡ଼ିକୁ ପ୍ରଥମେ ପରଖି ଦେଖିବା ନିମନ୍ତେ ଚେଷ୍ଟା କରିବା । ଐକାନ୍ତିକ ଭାବରେ ଗୋଟିଏ କେନ୍ଦ୍ରରୁ ଲଦା ଯାଉଥିବା ଏକ ଅମଲାତାନ୍ତ୍ରିକ ଯୋଜନାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ବଜାରବ୍ୟବସ୍ଥାରେ ଏହି ବିଶେଷ ଆକର୍ଷକ ଲକ୍ଷଣଟିଏ ପ୍ରଧାନତଃ ରହିଥାଏ ଯେ, ତାହା ପ୍ରାୟ ଅଭ୍ୟସ୍ତ ଭାବରେ ଆପଣାକୁ ସତତ ସଂଶୋଧିତ କରି ପାରିବା ଲାଗି ସମର୍ଥ ହୁଏ । କାରବାରକ୍ଷେତ୍ରରେ ଚାହିଦା ଏବଂ ତାହାର ଜବାବରେ କରାଯାଉଥିବା ଦ୍ରବ୍ୟଯୋଗାଣ ଅନୁସାରେ ସେଠାରେ ନିର୍ଦ୍ଧାରିତ ହୋଇ ରହିଥିବା ଦରଦାମ୍ ମାଧ୍ୟମରେ ସ୍ଥିତିଗୁଡ଼ିକର ଏକ ନିତ୍ୟ-ପ୍ରତିଫଳନ ଲାଗି ରହିଥାଏ ଏବଂ ସମ୍ବଳଗୁଡ଼ିକର ବଣ୍ଟନରେ ଘୋର ପ୍ରମାଦଟିଏ ରହିଗଲା ବୋଲି ଧରା ବି ପଡ଼ି ଯାଉଥାଏ । ଅମଲାତାନ୍ତ୍ରିକ କେନ୍ଦ୍ର ନିର୍ଭର ଯୋଜନା ଦ୍ଵାରା ଘଟୁଥିବା ପ୍ରମାଦ ଗୁଡ଼ିକୁ ଏଡ଼ିପାରିବା ନିମନ୍ତେ ବଜାର-ଅର୍ଥନୀତିର ଏହି ସୁବିଧାଟିକୁ ସ୍ଥାୟୀ କରି ରଖିବାର ପ୍ରୟୋଜନ ରହିଥିଲେ ମଧ୍ୟ, ସେଇଟିକୁ କଦାପି ଏପରି ଅଧିକ ଅତିରଞ୍ଜିତ କରିଦେବା ମଧ୍ୟ ଉଚିତ୍ ହେବନାହିଁ, କାରଣ ସେପରି କଲେ ତଦ୍ଦ୍ୱାରା ଆଖର କ୍ଷତି ହିଁ ହେବ । ତେଣୁ, ଏହି କ୍ଷେତ୍ରରେ ଯେ ଏକ ଯଥାର୍ଥ ଭାରସାମ୍ୟ ରହିଥିବା କମ୍ କଠୋରମତି ଦୃଷ୍ଟିକୋଣ ସହିତ ଆମକୁ କଥାଟିର ବିଚାର କରିବାକୁ ହେବ ତାହାର ପ୍ରକୃତରେ ଦୁଇଗୋଟି ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ କାରଣ ରହିଛି । ପ୍ରଥମତଃ ଯେପରି ପୂର୍ବରୁ ଉଲ୍ଲେଖ କରାଯାଇଛି, ଆୟର ବିତରଣ-ଶୈଳୀଟି ଯେଉଁ ନିର୍ଦ୍ଦିଷ୍ଟ ଢାଞ୍ଚାରେ ଆପଣାକୁ କାର୍ଯ୍ୟକାରୀ କରୁଥାଏ, ସେଇଟିର ପ୍ରେରଣାରୁ ହିଁ ଚାହିଦାର ସ୍ଥୂଳ ଛାଞ୍ଚଟି ମଧ୍ୟ ନିଷ୍ପନ୍ନ ହୋଇଥାଏ । ଏବଂ ବିତରଣର ସେହି ପ୍ରକାରଟି ହୁଏତ ଚଳନ୍ତି ରାଜନୀତିଟା ନିମନ୍ତେ ଗ୍ରହଣୀୟ ହୋଇପାରେ ଅଥବା ନହୋଇ ବି ପାରେ । ଏତେ ପୃଥୁଳ ପରିମାଣରେ ଦାରିଦ୍ର୍ୟ ଘୋଟି ରହିଥିବା ଗୋଟିଏ ଦେଶ ଏହି ଭାରତବର୍ଷରେ ଆମେ ସେଇଟିକୁ ଆଦୌ ଗ୍ରହଣୀୟ ବୋଲି ବିଚାର କରି ପାରିବା ନାହିଁ । କାରଣ, ସେପରି ଏକ ସ୍ଥିତିରେ ବଜାରର ଗତି ଓ ପ୍ରକୃତି ଉପରେ ଅତିମାତ୍ରାରେ ନିର୍ଭରଶୀଳ ହୋଇ ରହିବା ଦ୍ଵାରା ଭାରତବର୍ଷରେ ପ୍ରଭୂତ ଦୋଷତ୍ରୁଟିମାନ ରହିଯାଉଛି ଓ ଚାହିଦା ତଥା ଯୋଗାଣର ଚରିତ୍ରଟି ମଧ୍ୟରେ ବହୁ ବ୍ୟାଘାତ ଆସି ପହଞ୍ଚି ଯାଉଛି । ଏହି କଥାଟିକୁ କିଞ୍ଚିତ ଅଧିକ ସରଳ କରି କହିଲେ, ଏହାର ଅର୍ଥ ହେଉଛି ଯେ କ୍ରେତାମାନଙ୍କର କ୍ରୟଶକ୍ତିକୁ ଦେଖି ସେହି ଅନୁସାରେ ଉତ୍ପାଦନର ମଙ୍ଗଳଗୁଡ଼ିକୁ ନିର୍ଦ୍ଦେଶିତ କରିବା ଆବଶ୍ୟକ ହେଉଛି ଅର୍ଥାତ୍, ଏପରି ଦ୍ରବ୍ୟଗୁଡ଼ିକୁ ଉତ୍ପାଦନ କରିବାକୁ ହେଉଛି, ଯେଉଁଥିରେ କି ସବୁ ଲୋକଙ୍କର ପ୍ରୟୋଜନ ରହିଥିଲେ ମଧ୍ୟ ଯାହାକୁ କେବଳ ଧନୀମାନେହିଁ କ୍ରୟ କରିପାରୁଛନ୍ତି । ଆଗରୁ ଏହି ପୁସ୍ତକରେ ବୋତଲ ଭିତରେ ରହିଥିବା ପିଇବା ପାଣିକୁ ଦୃଷ୍ଟାନ୍ତ ରୂପେ ବ୍ୟବହାର କରି କିଞ୍ଚିତ୍ ଆଲୋଚନା ବି ହୋଇସାରିଛି: କେତେ ଭଳି ଭଳି ପ୍ରକାରର ବୋତଲ ମୁଦା ପିଇବା ପାଣି, ଯାହାକୁ କି ଦରିଦ୍ର ଲୋକେ କେବେହେଲେ କ୍ରୟ କରି ପାରିବେ ନାହିଁ । ଏବଂ, ତେଣେ ବହୁ ବହୁ ସଂଖ୍ୟାର ଗ୍ରାମରେ ପିଇବା ପାଣିର ଘୋର ଅଭାବ ରହିଛି; ଏହି ସଂକ୍ରାନ୍ତୀୟ ଦ୍ଵିତୀୟ କାରଣଟି ହେଉଛି, ପ୍ରକୃତରେ କେଡ଼େ ଅଧିକ ଅଥବା କମ୍ ବେଗରେ ଆମେ ସତକୁ ସତ ଏକ ସମାଧାନରେ ଉପନୀତ ହୋଇପାରିବା । ଏଥିରେ ମଧ୍ୟ ସାଧାରଣତଃ ଭ୍ରାନ୍ତ ଭାବରେ କୁହାଯାଉଛି ଯେ, ଲୋକମାନଙ୍କର ଚାହିଦା ତଥା ଦ୍ରବ୍ୟମାନ ଯୋଗାଇଦେବାର ପ୍ରକୃତିଟି ଉପରେ ଦୃଷ୍ଟି ରଖି ସେହି ଅନୁସାରେ ଏକ ବଜାରର ପଦ୍ଧତିକୁ ଚାଲୁ ରଖିବାକୁ ପରାମର୍ଶ ଦିଆଯାଉଛି । କୁହାଯାଉଛି ଯେ ଏହାରିଦ୍ଵାରା ହିଁ ଏହି କ୍ଷେତ୍ରରେ ଉପୁଜୁଥିବା ଯାବତୀୟ ଅସୁବିଧାକୁ ଶୀଘ୍ର ଅଥବା ବିଳମ୍ବରେ ଯେପରି ହେଉ ପଛକେ, ନିଶ୍ଚୟ ଦୂର କରାଯାଇପାରିବ । ଏବଂ, ଯେପରି ପୂର୍ବରୁ ଦର୍ଶାଇ ଦିଆଯାଇଛି, ଏହି ବେଗଟି ହୁଏତ ଏପରି ମନ୍ଥର ହୋଇ ରହିପାରେ ଯେ, ସେହି ଯାବତୀୟ ସଂଶୋଧନର ବ୍ୟାବହାରିକ କ୍ଷେତ୍ରରେ ତାହାରି ଫଳରେ ପ୍ରକୃତରେ ଆଉ କୌଣସି ପ୍ରାସଙ୍ଗିକତା ହିଁ ନଥିବ ।

 

ଜଣେ ଯେକୌଣସି ମନୁଷ୍ୟର ଜୀବନରେ ଯେଉଁସବୁ ବସ୍ତୁର ଅତ୍ୟାବଶ୍ୟକତା ଥାଏ, ଖାଦ୍ୟ, ବାସଗୃହ, ବସ୍ତ୍ର, ସ୍ୱଚ୍ଛ ଜଳ ଏବଂ ସ୍ୱାସ୍ଥ୍ୟବ୍ୟବସ୍ଥା ଆଦିର କ୍ଷେତ୍ର କଦାପି ଅନିର୍ଦ୍ଦିଷ୍ଟ କାଳ ଲାଗି ମୋଟେ ଅପେକ୍ଷା କରି ପାରିବ ନାହିଁ । ଆପଣାର କର୍ତ୍ତବ୍ୟ ସମ୍ବନ୍ଧରେ ସଚେତ କୌଣସି ଗଣତନ୍ତ୍ର-ଶାସନ ସେହି କାରଣରୁ ହିଁ ପ୍ରତ୍ୟକ୍ଷ ଭାବରେ ଏଗୁଡ଼ିକୁ ଯୋଗାଇ ଦେବାର ଦାୟିତ୍ଵ ଅବିଳମ୍ବେ ଗ୍ରହଣ କରିବ । ଆର୍ଥିକ ଉଦାରୀକରଣର ନୀତିଟିଏ ଅବଲମ୍ବନ କରି ‘ଯଥାର୍ଥ ରୀତିରେ ତଥା ଯଥାର୍ଥ ସମୟରେ’ ବଜାର ସେହି କାର୍ଯ୍ୟଟିକୁ କରିବାରେ ଅବଶ୍ୟ ସମର୍ଥ ହେବ ବୋଲି କୌଣସି ରାଷ୍ଟ୍ର ବାହାନା କରି କଦାପି ରହିଯିବ ନାହିଁ । ରାଜନୀତି ମଧ୍ୟରେ ରହିଥିବା ଯେଉଁ ବ୍ୟକ୍ତିସକଳ ଉଦାରୀକରଣ ଏବଂ ଘରୋଇକରଣ ବିଷୟରେ ବିଶେଷ ଉତ୍ସାହ ପ୍ରଦର୍ଶନ କରନ୍ତି, ସେମାନେ ବହୁ ସମୟରେ କହନ୍ତି ଯେ, ଚଳନ୍ତି ଅର୍ଥନୀତିଟା ଉତ୍ତମ ଫଳ ଦେଖାଉଥିବା ସମୟରେ ମଧ୍ୟ କ୍ଷମତାସୀନ ହୋଇ ରହିଥିବା ଗୋଟିଏ ସରକାର ତଥାପି ନିର୍ବାଚନ ମାନଙ୍କରେ ପରାଜିତ ହୋଇପାରେ, କାରଣ ଲୋକମାନଙ୍କର ପ୍ରତ୍ୟାଶାଗୁଡ଼ିକ ଏପରି ପ୍ରଖରତା ସହିତ ବଢ଼ିବାରେ ଲାଗିଥାନ୍ତି ଯେ, ସେଇଟି ସହିତ ତାଳ ରଖି ଅଗ୍ରସର ହେବା ମୋଟେ ସମ୍ଭବ ହୁଏନାହିଁ । ଏହିପରି ବିଶ୍ଳେଷଣ କରି ସେମାନେ ସାଧାରଣତଃ ଏକ ଭୁଲ ହିଁ କରନ୍ତି; ଅର୍ଥନୀତି ‘ବେଶ୍ ଚାଲିଛି ଏବଂ ଉନ୍ନତି କରୁଛି’ର କଦାପି ଅର୍ଥ ନୁହେଁ ଯେ ଲୋକମାନଙ୍କର ଜୀବନ ମଧ୍ୟ ଉନ୍ନତିଲାଭ କରୁଛି ଏବଂ ସୁଖକର ହେଉଛି । ଏବଂ, ଯେଉଁ ସରକାରର ଆଖି ଓ କାନମାନେ କେବଳ ବଜାରଟା ବ୍ୟତୀତ ଆଉ କିଛି ହେଲେ ଦେଖି ପାରନ୍ତି ନାହିଁ ଅଥବା ଶୁଣି ପାରନ୍ତି ନାହିଁ, ତାହା ଦରିଦ୍ରମାନଙ୍କୁ ମଧ୍ୟ ମୋଟେ ଦେଖି ପାରୁନଥାଏ, ସେମାନଙ୍କର କଥାକୁ ମଧ୍ୟ ଶୁଣି ପାରେ ନାହିଁ ।

Image

 

Unknown

ଅର୍ଥବ୍ୟବସ୍ଥା ତଥା ରାଜ୍ୟବ୍ୟବସ୍ଥା : ଗୋଟିକର କ୍ରିୟା ଅନ୍ୟଟି ଉପରେ

 

ଆମ ଦେଶରେ ଗଣତନ୍ତ୍ରକୁ ସର୍ବମୂଳ ଭୂମି ବୋଲି ସ୍ଵୀକାର କରି ଯେଉଁ ବ୍ୟବସ୍ଥାମାନ ବହୁଭାବେ କ୍ରିୟାଶୀଳ ହୋଇ ରହିଛି, ସେଥିରେ ଗର୍ବ ଅନୁଭବ କରିବାର ଅବଶ୍ୟ ଏକାଧିକ କାରଣ ରହିବ ହିଁ ରହିବ । ତଥାପି, ସେହି ଧାରାରେ ବିଘ୍ନ ସୃଷ୍ଟି କରୁଥିବା ତତ୍ତ୍ଵ ତଥା ତରିକାଗୁଡ଼ିକର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିବ । ଏଭଳି କ’ଣ ପାଇଁ ହେଉଛି ଯେ ଯେଉଁ ଦେଶରେ ଏତେ କୋଟି କୋଟି ସଂଖ୍ୟାରେ ଦରିଦ୍ର ମନୁଷ୍ୟମାନେ ବାସ କରୁଛନ୍ତି, ସେହି ଦେଶ ଆଜିଯାଏ ବି ଏପରି ଏକ ସତକୁ ସତ ଲୋକାଭିମୁଖୀ ସରକାରକୁ କ୍ଷମତାରେ ନେଇ ବସାଇ ପାରୁନାହିଁ, ଯିଏ କି ଅଧିକ ଦକ୍ଷତା ସହିତ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ ଚଳାଇ ପାରୁଥାନ୍ତା ଏବଂ ଏକ ସ୍ଥିର ଓ ଏକନିଷ୍ଠ ସଂକଳ୍ପ ସହିତ ସେହି କାର୍ଯ୍ୟଟିକୁ କରି ମଧ୍ୟ ପାରୁଥାନ୍ତା ? ସଂପ୍ରତି ଆମ ଦେଶରେ ହୋଇଥିବା କେତୋଟି ନିର୍ବାଚନର ଫଳରୁ ଯାହା ବାରମ୍ବାର ଦେଖିବାକୁ ମିଳିଛି, ସେଥିରୁ ତ ଠିକ୍ ତାହାର ଓଲଟା କଥାଟା ହିଁ ଦିଶୁଛି ! ଯେତେବେଳେ ଲୋକମାନେ କୌଣସି ସରକାରର କୁଶାସନ ବିଷୟରେ ନିତାନ୍ତ କ୍ଷୁବ୍ଧ ହୋଇ ପଡ଼ୁଛନ୍ତି, ସେମାନେ ତାହାର ବିରୁଦ୍ଧରେ ହିଁ ଭୋଟ ଦେଉଛନ୍ତି । ଦୂରଦର୍ଶନର ପଣ୍ଡିତମାନେ ତାହାକୁ ଏକ ତାତ୍କାଳିକ ଅସନ୍ତୋଷ ଦ୍ଵାରା ପରିଚାଳିତ ହୋଇ ଏକ ପ୍ରତିକ୍ରିୟା ପ୍ରକାଶ କରିବାର ଘଟଣାଟିଏ ବୋଲି ବର୍ଣ୍ଣନା କରୁଛନ୍ତି । ତଦ୍ଦ୍ୱାରା ଏହିପରି ଏକ ଫଳ ଫଳିବାରେ ଲାଗିଛି ଯେ, ଏକ ସୁନିଶ୍ଚିତ ଅବସ୍ଥା-ପରିବର୍ତ୍ତନର ଆଶା ରଖି ଆମେ କ୍ଵଚିତ୍ ନିଜର ଭୋଟ୍-ଅଧିକାରଟିକୁ କାର୍ଯ୍ୟକାରୀ କରୁଛୁ । ଏହି ରାଜନୀତି-ଘରର ମାନବ ମୂର୍ତ୍ତିମାନଙ୍କୁ ସାଧାରଣତଃ ମୋଟେ ନିର୍ଭରଯୋଗ୍ୟ ଭାବରେ ବିଶ୍ଵାସ କରି ପାରୁନାହୁଁ ଏବଂ ସେହି ପ୍ରକ୍ରିୟାରେ ସରକାର ବୋଲି ଯେଉଁମାନଙ୍କୁ ଆଣି ବସାଇ ପାରିଥାନ୍ତୁ, ସେଇଟି ମଧ୍ୟ ପ୍ରକୃତରେ ଆମର ସତକୁ ସତ କିଛି ଉପକାର କରିବ ବୋଲି ଆସ୍ଥା ରଖିପାରୁନାହୁଁ ଏବଂ ଏହିଭଳି ଏକ ବାସ୍ତବତା ମଧ୍ୟରେ ସମ୍ମାନର ସହିତ କୌଣସି ବିକାଶ ହୋଇ ପାରିବାର କଳ୍ପନା କ୍ଵଚିତ୍ ହିଁ କରାଯାଇପାରିବ । ଏବଂ, ଏକ ଅଧିକ ନ୍ୟାୟପ୍ରତିଷ୍ଠ ସମୃଦ୍ଧ ସମାଜ ଆଡ଼କୁ ଅଗ୍ରଗତି କରିବା ମଧ୍ୟ ଏହି କ୍ଷେତ୍ରରେ କିଭଳି ସମ୍ଭବ ହେବ !

 

ଏହି ସମସ୍ୟାଟିକୁ ଯଥା ସମ୍ଭବ ଅଧିକ ସ୍ପଷ୍ଟ ଭାବରେ ବୁଝିବା, ଭାରତବର୍ଷର ଉଭୟ ଦକ୍ଷିଣ ତଥା ବାମ ରାଜନୀତିର ଶିବିର ନିମନ୍ତେ ତାହା ପ୍ରକୃତରେ ଏକାନ୍ତ ଆବଶ୍ୟକ । ବଜାରର ଅର୍ଥନୀତି ସପକ୍ଷରେ ଢଳି କରି ରହିଥିବା ଦକ୍ଷିଣପନ୍ଥୀ ମାନଙ୍କର କର୍ତ୍ତବ୍ୟ ହେଉଛି ଯେ, ଆର୍ଥିକ ଉଦାରୀକରଣର ପ୍ରାୟ ଦୁଇ ଦଶନ୍ଧି ହୋଇ ଯାଇଥିଲେ ମଧ୍ୟ ଦାରିଦ୍ର୍ୟର ସେହି ସମସ୍ୟାଟିର ସମାଧାନ ଦିଗରେ ପ୍ରାୟ ମଜବୁତ ଭାବରେ ଆଦୌ କୌଣସି ପଦକ୍ଷେପ ହୋଇନାହିଁ, ସେମାନେ ସେହି କଥାଟିକୁ ସଂପୃକ୍ତ ସମସ୍ତଙ୍କୁ ବୁଝାଇଦେବେ । ବାମ ଶିବିରଟି ତ ଆହୁରି ଅଧିକ ଗଭୀର ଭାବରେ ସେମାନେ ପ୍ରକୃତରେ ଦରିଦ୍ରମାନଙ୍କର ପ୍ରତିନିଧିତ୍ଵ କରୁଛନ୍ତି କି ନାହିଁ, ସେହି କଥାଟିକୁ ଚିନ୍ତା କରିବେ । କେବଳ ପାରମ୍ପରିକ ଅଳ୍ପ କେତୋଟି ନିଜସ୍ୱ ଦୁର୍ଗବତ୍ ଅଞ୍ଚଳକୁ ବାଦ୍ ଦେଲେ ସେମାନେ ବୃହତ୍ତର ଏହି ଦେଶରେ ନିଜ ପାଇଁ ରାଜନୀତିକ ଆସ୍ଥା ତଥାପି ସମ୍ଭବ କରି ପାରିନାହାନ୍ତି, ସେମାନେ ତାହାର କାରଣ ଗୁଡ଼ିକୁ ଅନୁମାନ କରିବାକୁ ଚେଷ୍ଟା କରନ୍ତୁ । ଏବଂ, ଅର୍ଥନୀତିର ସନ୍ଦର୍ଭ ଉପରେ ହିଁ ଏହି ଯାବତୀୟ ରାଜନୀତିକ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବାକୁ ହିଁ ପଡ଼ିବ । ଆମ ଦେଶର ସବୁ ନାଗରିକଙ୍କ ସକାଶେ ସମ୍ମାନର ସହିତ ଆର୍ଥିକ ବିକାଶକୁ ସମ୍ଭବ କରିବାକୁ ହେଲେ ଯେଉଁ ନୂତନ ମାର୍ଗଟିଏ ଆମେ ଅନୁସନ୍ଧାନ କରି ବାହାର କରିବା, ସେଥିପାଇଁ ତାହାକୁ ଗୋଟିଏ ଜରୁରୀ କର୍ତ୍ତବ୍ୟ ବୋଲି ଗ୍ରହଣ କରିବାକୁ ପଡ଼ିବ ।

 

ଏବେ ତ ଆମେ ପ୍ରାପ୍ତ ଅଭିଜ୍ଞତାଗୁଡ଼ିକରୁ ବେଶ୍ ଜାଣି ପାରିଲୁଣି ଯେ, କୌଣସି ଗୋଟିଏ ମାତ୍ର କଥାକୁ ସମାଧାନ ବୋଲି ଧରିନେଇ ଏହି ପ୍ରଶ୍ନଗୁଡ଼ିକର ସେହି ପୁରୁଣା ଉତ୍ତର ଗୁଡ଼ିକୁ ଧରି ପଡ଼ି ରହିଥିବା ପର୍ଯ୍ୟନ୍ତ ଆମ ଅର୍ଥନୀତି ତଥା ରାଜନୀତି ଉଭୟ କ୍ଷେତ୍ରରେ ଗଣତନ୍ତ୍ର ମଧ୍ୟରେ ରହିଥିବା ବିସଙ୍ଗତିକୁ ହ୍ରାସ କରିବାରେ ଆମେ ଅତ୍ୟନ୍ତ ନିର୍ବୋଧ ଭାବରେ ଅସଫଳ ହେବାରେ ହିଁ ଲାଗିଥିବା । ଦୁଇ ଶିବିରର ଆଦର୍ଶବାଦୀ ଅର୍ଥନୀତି-ମହାପ୍ରବୀଣମାନେ ହୁଏତ ଗୋଟିଏ ପକ୍ଷରେ ରାଷ୍ଟ୍ରର ହସ୍ତକ୍ଷେପ ଅଥବା ସ୍ଥାନୀୟ ତଥା ବିଶ୍ଵସ୍ତରୀୟ ବଜାର-ବ୍ୟବସ୍ଥା ଦ୍ଵାରା ସତେଅବା କୌଣସି କିମିଆ ଦ୍ଵାରା ଇପ୍‍ସିତ ଲକ୍ଷ୍ୟଗୁଡ଼ିକ ଅବଶ୍ୟ ହାସଲ ହୋଇ ପାରିବ ବୋଲି କେଡ଼େ ଟାଣ ଭାବରେ ଯୁକ୍ତି କରିବାରେ ଲାଗିଥିବେ । ସେମାନେ ଉଦାରୀକରଣ ତଥା ଜଗତୀକରଣର ମାଧ୍ୟମରେ ସବୁ ହୋଇଯିବ ବୋଲି କହିବେ । ମାତ୍ର, ଅଭିଜ୍ଞତାଗୁଡ଼ିକ କହୁଛନ୍ତି ଯେ, ଯଦି ରାଷ୍ଟ୍ରର ବରାଦ ଉପରେ ଆଖିବୁଜି ନିର୍ଭର କରାଯିବ, ତେବେ ଅବଶ୍ୟମ୍ଭାବୀ ଭାବରେ ଏକ ଦୁର୍ନୀତିଗ୍ରସ୍ତ, ଅପବ୍ୟୟୀ ତଥା ମତିହୀନ ଅମଲାତନ୍ତ୍ରର ଯାବତୀୟ ଗଞ୍ଜଣାକୁ ହିଁ ଭୋଗ କରିବାକୁ ପଡ଼ିବ । ଏବଂ ଅନ୍ୟ ପକ୍ଷରେ ବଜାର-ଅର୍ଥନୀତିର ସକଳ କିମିଆ ଧନୀ ଓ ଦରିଦ୍ରବର୍ଗଙ୍କ ମଧ୍ୟରେ ରହିଥିବା ବ୍ୟବଧାନଟାକୁ ଆହୁରି ଅଧିକରୁ ଅଧିକ ବଢ଼ାଇ ମଧ୍ୟ ଦେବ ଏବଂ ଦରିଦ୍ର ପକ୍ଷଟିର ନିଃସହାୟତା ବୃଦ୍ଧି ପାଇବାରେ ଲାଗିଥିବ । ଗୋଟିଏ ଗୋଟିଏ ଚରମ ସ୍ଥିତିରେ ପ୍ରାୟ ନାଟକୀୟ ଭାବରେ କେବଳ ଆପେକ୍ଷିକ ନୁହେଁ, ତୁଚ୍ଛା ଦାରିଦ୍ର୍ୟଟା ହିଁ ନିରପେକ୍ଷ ଭାବରେ ବଢ଼ି ଚାଲିଥିବ । ଏହି କ୍ଷେତ୍ରରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ସର୍ତ୍ତଚୟ ମଧ୍ୟରେ ନିୟନ୍ତ୍ରିତ ହେଉଥିବ । ଆର୍ଜେଣ୍ଟାଇନା ଦେଶଟି ଏକ ସ୍ପଷ୍ଟ ଏକର ଦୃଷ୍ଟାନ୍ତ ହୋଇ ରହିଛି: ସେଠାରେ କାର୍ଯ୍ୟକାରୀ ହେଉଥିବା ଯାବତୀୟ କେତେ କ’ଣର ବହୁଳ ଓ ପୃଥୁଳ ପ୍ରଚାରମାନ ହେବାରେ ଲାଗିଥିଲା । ଅପେକ୍ଷାକୃତ କମ୍ ଆଖିଦୃଶିଆ ହେଲେ ମଧ୍ୟ ସେହି ଧାଡ଼ିରେ ମଧ୍ୟ-ଏସିଆ ଓ ସହରାଞ୍ଚଳର ଆଉ କେତୋଟି ଦେଶର ଫଳାଫଳରୁ ମଧ୍ୟ କଥାଟିର ବିଚାର କରାଯାଇ ପାରିବ । ତେଣୁ, ଯଥା ଶକ୍ତି ଅଧିକ ନିଷ୍ଠାର ସହିତ ଆମକୁ ସମ୍ଭବ ହେଲେ କେତୋଟି ନୂଆ ଉତ୍ତରକୁ ସନ୍ଧାନ କରିବାକୁ ପଡ଼ିବ । ଅର୍ଥାତ୍ ଆମେ ରାଜନୀତିର କୌଣସି ସ୍ଲୋଗାନରେ ପଛରେ ଲୁଚିବାପାଇଁ ଚେଷ୍ଟା କରିବାନାହିଁ, କୌଣସି ଅନମନୀୟ ମତାଗ୍ରହର ଶିକାର ହେବାନାହିଁ ଅଥବା ରୂଢ଼ିଗତ ଧାରଣାକୁ ମଧ୍ୟ ମୋଟେ ଜାବୁଡ଼ି ଧରିବା ନାହିଁ ।

 

ଏଠାରେ ଆମେ କେବଳ ଭାରତବର୍ଷ ନାମକ ଏହି ଗୋଟିଏ ଭୂମି ତଥା ରାଷ୍ଟ୍ର ବିଷୟରେ ହିଁ ଯେହେତୁ ଚର୍ଚ୍ଚା କରୁଛୁ, ତେଣୁ ଆମେ ତିନୋଟି ଭିନ୍ନ ଭିନ୍ନ ଅଥଚ ପରସ୍ପର-ସଂଲଗ୍ନ ସ୍ତରରେ ଏକ ଉତ୍ତର ପାଇବା ନିମନ୍ତେ ଉଦ୍ୟମଟିଏ କରିବା । ବ୍ୟକ୍ତିଜୀବନର କ୍ଷୁଦ୍ରତମ ସ୍ତରରେ, ଆଞ୍ଚଳିକ ରାଜ୍ୟ ରାଜନୀତିର ମଧ୍ୟ-ସ୍ତରରେ ଏବଂ ସମଗ୍ର ଭାରତବର୍ଷର କେନ୍ଦ୍ରସ୍ଥ ସ୍ତରରେ ସେହି ବିଚାରଟିକୁ କରିବା ଉଚିତ ହେବ । ବ୍ୟକ୍ତିମାନଙ୍କର ସ୍ତରରେ, ସମ୍ଭବତଃ ସକାରାତ୍ମକ ଓ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଆବଶ୍ୟକ ହେଉଛି ଯେ, ଦେଶରେ ଗୃହୀତ ହୋଇଥିବା ଗଣତାନ୍ତ୍ରିକ ପ୍ରକ୍ରିୟାଟିକୁ ସବୁମନ୍ତେ ଅଧିକ ମଜବୁତ କରା ହିଁ ଯିବ । ଅର୍ଥାତ୍, ଏହିଦେଶର ଅଧିକାଂଶ ମନୁଷ୍ୟ ନିଜ ନିଜ ଜୀବନରେ ଏକ ସାର୍ବଜନୀନ ସାମାଜିକ-ଅର୍ଥନୈତିକ ସଚଳତାକୁ ଅନୁଭବ କରି ପାରୁଥିବେ । ଆମର ଏହି ଛଅଟି ଦଶନ୍ଧିର ଅବଧି ମଧ୍ୟରେ ଭାରତର ଆର୍ଥିକ କ୍ଷେତ୍ରରେ ବେଶ୍ ଯଥୋଚିତ ଅଭିବୃଦ୍ଧି ହୋଇ ପାରିଛି; ସାଧାରଣ ଆୟୁଷ ସୀମା ୧୯୫୧ ମସିହାରେ ନିତାନ୍ତ ନୈରାଶ୍ୟଜନକ ଭାବରେ ୪୦ରୁ ନିମ୍ନରେ ଥିଲା ଏବଂ ୨୦୦୪ ମସିହା ବେଳକୁ ତାହା ୬୫ କୁ ଟପି ଯାଇପାରିଛି । ପ୍ରଧାନତଃ ଶିଶୁମୃତ୍ୟୁର ହାରରେ ସନ୍ତୋଷଜନକ ହ୍ରାସ ଘଟିବା ଫଳରେ ହିଁ ତାହା ସମ୍ଭବ ହୋଇଛି । ଶିକ୍ଷାଲାଭର ସୁଯୋଗ ଗୁଡ଼ିକ ବିଭିନ୍ନ ସ୍ତରରେ ଖୁବ୍ ପ୍ରସାର ଲାଭ କରିଛି ଏବଂ ଏବେ ଅଧିକ ପ୍ରତିଶତ ପିଲା ସ୍କୁଲମାନଙ୍କରେ ପାଠ ପଢ଼ୁଛନ୍ତି । ନିରକ୍ଷରମାନଙ୍କର ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି । ସହର-ସଭ୍ୟତା ବଢ଼ିଛି: ଏକଦା ମୋଟ ଲୋକସଂଖ୍ୟାର ମୋଟେ ୧୭% ସହରରେ ରହୁଥିଲେ ଏବଂ ଏବେ ତାହା ପ୍ରାୟ ୩୦%କୁ ବୃଦ୍ଧି ପାଇଲାଣି । ଏହି ସଂଖ୍ୟା ବୃଦ୍ଧି ଫଳରେ ସମ୍ଭବତଃ ସଂପୃକ୍ତ ସହରୀ ଜୀବନରେ କେତେକ ବିସଙ୍ଗତି ମଧ୍ୟ ଆସି ପ୍ରବେଶ କରିଛି । ହଁ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସହରାଞ୍ଚଳ ମାନଙ୍କରେ ଲୋକମାନେ ସାମାଜିକ ତଥା ଆର୍ଥିକ ସୁଖ ସୁଲଭତା ଦୃଷ୍ଟିରୁ ଏକ ସମ୍ପନ୍ନତର ଭିତ୍ତିଭୂମିରେ ବାସ କରିପାରୁଛନ୍ତି । ସହରର ଅଧିବାସୀମାନେ ସାଧାରଣ ଭାବରେ ବିଚାର କଲେ ଅଧିକ ସହଜରେ ହିଁ ମୌଳିକ ସ୍ୱାସ୍ଥ୍ୟସେବା ତଥା ନିଜ ପିଲାମାନଙ୍କ ନିମନ୍ତେ ଶିକ୍ଷାଲାଭର ସୁଯୋଗମାନ ପାଇ ପାରୁଛନ୍ତି । ଅବଶ୍ୟ, ସମାଜ-ଅର୍ଥନୈତିକ ଜୀବନକ୍ଷେତ୍ରରେ ସେମାନେ କେତେ କ’ଣ ସଚଳତା ଲାଭ କରିଛନ୍ତି, ତାହା ଏକ ବିତର୍କର ବିଷୟ ହୋଇ ରହିଥିଲେ ମଧ୍ୟ ଅନ୍ତତଃ ଦୁଇଟି କଥାର ବିଚାର କରିବା ବେଳକୁ ସେତେବେଶି ବିବାଦ ରହିବାର କୌଣସି ସମ୍ଭାବନା ନାହିଁ ।

 

ପ୍ରଥମତଃ ଏଡ଼େ ବିଶାଳ ଏବଂ ଏତେ ଏତେ ବୈଚିତ୍ର୍ୟର ବହୁବିଧ ହୋଇ ରହିଥିବା ଏଭଳି ଗୋଟିଏ ଦେଶରେ, ପ୍ରକୃତ ଅଥବା କାଳ୍ପନିକ ଯାହା ହୋଇଥାଉ ପଛକେ, ଏଠାରେ ଆଗ ଅପେକ୍ଷା ଅଧିକ ସଚଳତା ସମ୍ଭବ ହେଲାଣି ବୋଲି ଯେଉଁ ସାଧାରଣ ଧାରଣାଟି କ୍ରମେ ବଦ୍ଧମୂଳ ହେବାରେ ଲାଗିଛି, ତାହା ହିଁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏଠାରେ ଗଣତନ୍ତ୍ରର ମୂଳଗୁଡ଼ିକୁ ଦୃଢ଼ତର କରିଆଣିବାରେ ସହାୟକ ହୋଇଛି । ଜାଗତିକ ସ୍ତରର ପ୍ରାପ୍ତ ଅନୁଭବଗୁଡ଼ିକରୁ ବେଶ୍ ଧାରଣା କରି ହେଉଛି ଯେ, ଯେତେବେଳେ କୌଣସି ଦେଶରେ ହାରାହାରି ଜୀବନଯାପନର ମାନଟି ଏକାବେଳେକେ ତୀଖା ଭାବରେ ତଳକୁ ଖସିବାକୁ ଆରମ୍ଭ କରେ ଏବଂ ସମାଜ-ଅର୍ଥନୈତିକ ସଚଳତାର କ୍ଷେତ୍ରଟି ସଙ୍କୁଚିତ ହୋଇ ଆସୁଥିବା ପରି ସଂପୃକ୍ତ ଜନଗଣ ଅନୁଭବ କରନ୍ତି, ସେତେବେଳେ ସେହି ଦେଶର ରାଜନୀତିକ ବ୍ୟବସ୍ଥାଟିକୁ ମଧ୍ୟ ଅତ୍ୟନ୍ତ କଠୋର ପ୍ରତିକୂଳ ଚାପର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଆଗକୁ ଏକ ଅଧିକ ଭଲ ଭବିଷ୍ୟତ ନିଶ୍ଚୟ ଆସୁଛି, ଏହି ଆଶାଟି କରି ନହେବା ମାତ୍ରକେ ଦେଶରେ ଚାଲୁ ରହିଥିବା ରାଜନୀତିକ ବ୍ୟବସ୍ଥାଟା ଉପରେ ସତେଅବା ଗୋଟାଏ ଚଡ଼କ ଆସି ପଡ଼ିବାର ଅବସ୍ଥା ଆସିଯାଏ । ଉଦାହରଣ ସ୍ୱରୂପ, ସୋଭିଏଟ୍ ଇଉନିଅନ୍‍ର ଖାତାଟି ଅନୁସାରେ ତା’ର ଅଧୀନ ହୋଇ ରହିଥିବା ଦେଶମାନଙ୍କରେ ଆର୍ଥିକ ସଂସ୍କାରଗୁଡ଼ିକୁ ଆଣି ଲାଗୁ କରାଯାଇଥିବାର ପରବର୍ତ୍ତୀ ପର୍ଯ୍ୟାୟରେ ଜର୍ମାନୀରେ ୧୯୧୪-୧୯୧୮ ପ୍ରଥମ ବିଶ୍ଵଯୁଦ୍ଧ ପରେ, ଯେଉଁ ଅବସ୍ଥାରୁ କି ହିଟ୍‍ଲର ତଥା ନାତ୍‍ସୀମାନଙ୍କର ଅଭ୍ୟୁତ୍‍ଥାନ ହୋଇଥିଲା, ପ୍ରାୟ ସେହିପରି ଗୋଟିଏ ଗୋଟିଏ ଦୁଃସ୍ଥିତି ଆସି ପହଞ୍ଚିଥିଲା । ଏହିଭଳି ଏକ ଅବସ୍ଥାରେ ଶ୍ରେଣୀସ୍ଵାର୍ଥଗୁଡ଼ିକର ଶକ୍ତି ତଥା ରାଜନୀତିକ ଦଳମାନଙ୍କର ସଂଗଠନଗତ ସାମର୍ଥ୍ୟଟି ମଧ୍ୟରେ ରହିଥିବା ଭାରସାମ୍ୟଟି ଅନୁସାରେ ହୁଏତ ଏପରି ଗୋଟିଏ ବିପର୍ଯ୍ୟୟ ଆସି ଉପସ୍ଥିତ ହୋଇପାରେ, ଯାହା ଫଳରେ କି ରାଜନୀତିକ ସମଗ୍ର ଗଢ଼ଣଟି ହୁଏତ ଦକ୍ଷିଣକୁ କିମ୍ବା ବାମକୁ ଏକପାଖିଆ ହୋଇ ଓଲଟି ଯାଇପାରେ । ସାଧାରଣତଃ ସେହି ନାଟକୀୟ ପରିବର୍ତ୍ତନ ଗୁଡ଼ିକ ରାଜନୀତି ନାମକ ଢାଞ୍ଚାଟିକୁ ଅଧିକ ବଳହୀନ ତଥା ଅସୁରକ୍ଷିତ କରି ପକାନ୍ତି ଏବଂ ସେହି କ୍ଷେତ୍ରରେ ସଂପୃକ୍ତ ଦେଶଟିର ଆର୍ଥିକ, ରାଜନୀତିକ ଓ ସାମାଜିକ ସଙ୍ଗଠନ ଗୁଡ଼ିକ ଯଥେଷ୍ଟ ସହଜତା ସହିତ ଆଦୌ ଖାପ୍ ଖାଇ ରହି ପାରୁନଥାନ୍ତି । ସଂପ୍ରତି ସମାଜବାଦୀ ଚୀନ ଦେଶର କର୍ତ୍ତାମାନେ ଯେ କେଡ଼େ ଉତ୍ସାହିତ ଭାବରେ ବଜାର–ଅର୍ଥନୀତିର ବିଚାର–ଦର୍ଶନଟିକୁ କୋଳେଇ ନେଉଛନ୍ତି, ସେଇଟିର ପଶ୍ଚାଦରେ ବସ୍ତୁତଃ ସେହିଭଳି କିଛି ଘଟଣା ଘଟୁନାହିଁ ତ ? ପ୍ରକୃତ କଥାଟି ତ କେବଳ ଭବିଷ୍ୟତରେ ହିଁ ଜଣା ପଡ଼ିବ । ଅନ୍ୟ ପକ୍ଷରେ, ଭାରତୀୟ ଗଣତନ୍ତ୍ରର ସେଭଳି କୌଣସି କଥା ମୋଟେ ଘଟିନାହିଁ । ସଂପ୍ରତି ହୋଇଥିବା ସାଧାରଣ ନିର୍ବାଚନର ଫଳଗୁଡ଼ିକରୁ ଯାହା ଜଣା ପଡ଼ୁଛି, ଅର୍ଥନୀତି କ୍ଷେତ୍ରର ସଂସ୍କାରକାରୀ ପଦକ୍ଷେପ ଗୁଡ଼ିକର ଉତ୍ସାହଟି କ୍ରମଶଃ ସତେ ଯେପରି ମଉଳି ହିଁ ଯାଉଛି ଏବଂ ସଂସ୍କାରରେ ପ୍ରକ୍ରିୟାକୁ ମନ୍ଥର କରିଦେଇଛି । ଏଥିରୁ ଆମ ଗଣତନ୍ତ୍ରର ଦୁର୍ବଳତା ନୁହେଁ, ପ୍ରକୃତରେ ଏକ ବଳର ହିଁ ଆଭାସ ମିଳୁଛି, କାରଣ ଦେଶର ଦରିଦ୍ର ତଥା ଦୁର୍ଗପୀଡ଼ିତମାନେ ଅନ୍ତତଃ ଏହି ନିର୍ବାଚନଗୁଡ଼ିକ ସମୟରେ ନିଜର ଇଚ୍ଛାଟିକୁ ପ୍ରକଟ କରି ପାରୁଛନ୍ତି । ଅବଶ୍ୟ ଏହାଦ୍ଵାରା ଦେଶର ରାଜନୀତିକ ବ୍ୟବସ୍ଥାର ନକାରାତ୍ମକ ଦିଗଟି ବିଷୟରେ ମଧ୍ୟ ଏକ କଡ଼ା ପରିଚୟ ମିଳି ଯାଉଛି । ଏହି ଦେଶର ବହୁସଂଖ୍ୟକ ଭାଗରେ ଦାରୁଣ ଦରିଦ୍ର ମଧ୍ୟରେ ନିଷ୍ପେଷିତ ହୋଇ ରହିଥିବା ବ୍ୟକ୍ତିମାନେ ପ୍ରକୃତରେ ସେମାନଙ୍କର କିଛି ପରିବର୍ତ୍ତନ ହେଲାଭଳି କୌଣସି ସମାଜ–ଅର୍ଥନୈତିକ ସଚଳତା ସମ୍ଭବ ହେଉଥିବା ପରି ଅନୁଭବ କରିବାର କୌଣସି ମାୟାରେ ପଡ଼ୁନାହାନ୍ତି ଏବଂ ତେଣୁ, କେବଳ ବଜାର–ଅଭିମୁଖେ ସଂସ୍କାର ଗୁଡ଼ାକ ଉପରେ ନିଜକୁ ସୀମାବଦ୍ଧ କରି ରଖିଥିବା କୌଣସି ସରକାରକୁ ସମର୍ଥନ କରିବା ନିମନ୍ତେ ସେମାନେ ଆଦୌ କୌଣସି କାରଣ ଦେଖି ପାରୁନାହାନ୍ତି । ଏହିପରି ଏକ ଅର୍ଥରେ ବେଶ୍ କୁହାଯାଇ ପାରିବଯେ, ଭାତରତବର୍ଷରେ ଚାଲୁଥିବା ଆମର ଏହି ଗଣତନ୍ତ୍ର ବସ୍ତୁତଃ ଆଶା ଓ ନିରାଶା ମଧ୍ୟରେ ପେଣ୍ଡୁଲମ୍‍ବତ୍ ଏ ପାଖ ସେପାଖ ହେବାରେ ଲାଗିଛି । ଅଧିକ ସଂଖ୍ୟକ ଲୋକଙ୍କ ସକାଶେ ତାହା ସାମାଜିକ–ଅର୍ଥନୈତିକ ସଚଳତାର ଏକ ଆଶାବାଦୀ ପ୍ରତିଶ୍ରୁତିମାନ ଦେବାରେ ଲାଗିଛି ଏବଂ ଅପର ପକ୍ଷରେ ନିତାନ୍ତ ଦରିଦ୍ର ଆଦୌ କୌଣସି ଆଶା ହିଁ କରି ପାରୁନଥିବା ଅଳପଙ୍କ ସକାଶେ ଅବହେଳା ହିଁ ଅବହେଳା ପ୍ରଦର୍ଶିତ ହେବାରେ ଲାଗିଛି ।

 

ପୁନଶ୍ଚ,ଏହି ବହୁସଂଖ୍ୟକ ମାନଙ୍କର ଅଧିକରୁ ଅଧିକ ଗତିଶୀଳତା ହେଉଥିବାର ସେହି ଅନୁଭବଟି ମଧ୍ୟ କାର୍ଯ୍ୟତଃ ଏକ ମରୀଚିକା ହିଁ ହୋଇ ରହିଛି । ତାହା ଏକ ‘କ୍ଷୁଦ୍ର ସମ୍ଭାବ୍ୟତାର ଘଟଣା’ ହୋଇ ରହିଛି, ଯାହାକି ପ୍ରକୃତରେ ଅପେକ୍ଷାକୃତ ଖୁବ୍ ଅଳ୍ପ ସଖ୍ୟକ ଭାଗ୍ୟବନ୍ତଙ୍କର କ୍ଷେତ୍ରରେ ହିଁ ସମ୍ଭବ ହୋଇପାରୁଛି । ମାତ୍ର, ତଥାପି ବଜାର–ଅଭିମୁଖୀ ସେହି ଅର୍ଥନୀତିଟି ବଳବତ୍ତର ରହିଛି ଏବଂ ଅଧିକତର ମନୁଷ୍ୟ ଅଧିକତର ସ୍ଥଳରେ ସେହି ଭ୍ରମଟି ମଧ୍ୟରେ ହିଁ ବାନ୍ଧି ହୋଇ ରହିଛନ୍ତି । ସ୍ଥାୟୀ ତଥା ସୁନିୟମିତ ଭାବରେ ଲୋକମାନଙ୍କୁ କର୍ମ ଯୋଗାଇ ଦିଆଯାଇ ପାରୁଥିବ, ତାହାହିଁ ପ୍ରକୃତରେ ଆର୍ଥିକ ନିରାପତ୍ତା ଓ ସଦବର୍ଦ୍ଧମାନ ଗତିଶୀଳତାର ପ୍ରଧାନ ଭୂମିଟିକୁ ସମ୍ଭବ କରି ପାରିବ । କିନ୍ତୁ, ଦୁର୍ଭାଗ୍ୟବଶତଃ ଏହି ସଂପ୍ରତି କେତେବର୍ଷର ଅବଧିରେ ଉଚ୍ଚ ଆର୍ଥିକ ବୃଦ୍ଧିର କ୍ଷେତ୍ରରେ ଏହି କଥାଟି ନାନା ଅଯତ୍ନରେ ଲୁଚାଇ ରଖା ଯାଇଥିବା ଏକ ଗୁପ୍ତ ବିଷୟ ହୋଇ ଯେ ଆମର ସେହି–ଅନୁରୂପ କର୍ମଯୋଗାଣ–କ୍ଷେତ୍ରର ଅଭିବୃଦ୍ଧିଟି ବଡ଼ ନୌରାଶ୍ୟଜନକ ହୋଇ ରହିଛି । ସଂଗଠିତ ସରକାରୀ ତଥା ଘରୋଇ ଦୁଇଟିଯାକ କ୍ଷେତ୍ର ଏକତ୍ର ମିଶି ଭାରତୀୟ ଶ୍ରମିକମାନଙ୍କର ମାତ୍ର ୧୦% ରୁ କମ୍‍ ଲୋକଙ୍କୁ କର୍ମ ଯୋଗାଇ ଦେଇ ପାରୁଥିଲେ ମଧ୍ୟ ସାଧାରଣତଃ ସଚଳତାର କ୍ଷେତ୍ରରେ ଅଭିବୃଦ୍ଧି ସମ୍ଭବ କରିପାରିବା ନିମନ୍ତେ ସେହିଗୁଡ଼ିକ ଉପରେ ହିଁ ସବୁଠାରୁ ଅଧିକ ଭରସା ରଖାଯାଉଛି । ସଂଗଠିତ ଶ୍ରମନିଯୁକ୍ତି ଗୁଡ଼ିକର କ୍ଷେତ୍ରରେ ଉଦାରୀକରଣ ନୀତିଟି ଅନୁସୃତ ହେବାର ଗତ ଦୁଇ ଦଶନ୍ଧି ମଧ୍ୟରେ ବୃଦ୍ଧିର ହାର ପ୍ରାୟ ଅବ୍ୟାହତ ଭାବରେ ନିମ୍ନମୁଖୀ ହୋଇ ରହିଛି । ୧୯୮୧ ରେ ତାହା ୨.୬% ରହିଥିବା ବେଳେ ୧୯୯୦ ମଧ୍ୟଭାଗରେ ୧.୧-୧.୫%କୁ ଖସି ଆସିଛି ଏବଂ ୧୯୯୮ ଠାରୁ ସେହି ଧାରା ହିଁ ଅପରିବର୍ତ୍ତିତ ରହିଛି । କର୍ମ ଏବଂ ନିଯୁକ୍ତି ଯୋଗାଣର ଏହିପରି ଏକ ଦୃଶ୍ୟପଟ ପରିଲକ୍ଷିତ ହୋଇଥିବାର ପରିପ୍ରେକ୍ଷୀରେ ସବୁରି ଆଖି ରହିଥିବା ସେହି ସଂଗଠିତ ଶ୍ରମ–ନିୟୋଜନର କ୍ଷେତ୍ରଟିରେ ଆଦୌ ଏହି କଥାଟିକୁ ସହଜରେ କଳ୍ପନା କରି ହେବନାହିଁ ଯେ ଅଧିକତର ସ୍ଥାନରେ ସର୍ବଦା ଊର୍ଦ୍ଧ୍ଵକୁ ଯାଉଥିବାର ପ୍ରବୃତ୍ତିଟିଏ ଦର୍ଶାଇ ପାରୁଥିବା ସାମାଜିକ–ଅର୍ଥନୈତିକ ଗତିଶୀଳତାର ଏକ ଗାରକୁ ପ୍ରକୃତରେ ସ୍ଥାୟୀ ଭାବରେ ରଖାଯାଇ ପାରିବ ।

 

ପରିମାପନର ସାଂପ୍ରତିକ ଅବସ୍ଥାଟି ମଧ୍ୟରେ ରହିଥିବା କେତେକ ସମସ୍ୟା କାରଣରୁ ଅସଂଗଠିତ ଶ୍ରମ ନିଯୁକ୍ତିର ଉପଲବ୍ଧ ସୁଯୋଗମାନଙ୍କର ବିଷୟରେ ବିଶ୍ଵସନୀୟ ଭାବରେ କିଛି ଆକଳନ ବାହାରକରି ପାରିବାଟା ବହୁ ପରିମାଣରେ ଅଧିକ ଆୟାସସାଧ୍ୟ ହିଁ ହୋଇଯିବ । ଉଦାହରଣ ସ୍ଵରପ, ଦରିଦ୍ର ବହୁସଂଖ୍ୟକ ମନୁଷ୍ୟ ହୁଏତ ଦୀର୍ଘ ବହୁ ଘଣ୍ଟା ଶ୍ରମ ଖଟୁଥିବେ ଏବଂ ଅଥଚ ତେଣେ ଘଣ୍ଟାକୁ ଏତେ କମ୍ ଉପାର୍ଜନ କରୁଥିବେ ଯେ ସେମାନଙ୍କୁ କେତେକ ନିର୍ଦ୍ଦିଷ୍ଟ କାଳରେ ନିଯୁକ୍ତି ପାଉଥିବା ଏକ ଗୋଷ୍ଠୀ ବୋଲି ହୁଏତ ବିଚରା କରାଯାଇ ପାରିବ ସିନା, କିନ୍ତୁ ଉପାର୍ଜନରେ ବେକାର ବୋଲି ହିଁ କୁହାଯିବ । ସେହିଭଳି ଆଦୌ କୌଣସି ସ୍ଥାୟୀ ନିଯୁକ୍ତି ନଥିବାରୁ ଏମାନେ ଅନିୟମିତ ଭାବେ ଏକାବେଳେକେ ଏକାଧିକ ଆଂଶିକ ସମୟର କାର୍ଯ୍ୟକୁ ଆଦରି ନେଇ ଯେକୌଣସି ପ୍ରକାରେ ଆପଣାର ଗୁଜରାଣ ମେଣ୍ଟାଇବାର ଏକ ଚେଷ୍ଟା ମଧ୍ୟ କରୁଥିବେ । ଭାରତୀୟ ଆର୍ଥିକ କ୍ଷେତ୍ରରେ ଅସଂଗଠିତ ଅନୌପଚାରିକ ଶ୍ରମର କ୍ଷେତ୍ରରେ ବେକାରୀ ସମସ୍ୟାଟି ଯେ କେତେ ଗମ୍ଭୀର, ସେଇଟିକୁ ମାପି ନିର୍ଣ୍ଣୟ କରି ପାରିବାରେ ସାଧାରଣତଃ ଏହିପରି କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଏହିପରି ଅସଂଗଠିତ ଶ୍ରମିକମାନେ କୃଷିର ସର୍ବବିଧ କ୍ଷେତ୍ରରେ ଅଛନ୍ତି, ଅଧିକାଂଶ କ୍ଷୁଦ୍ର ଶିଳ୍ପର ଉତ୍ପାଦନ ମାନଙ୍କରେ ରହିଛନ୍ତି ତଥା ନାନଭଳି ସେବା ଖଟିବାର ଏକ ବୃହତ୍ ଅଞ୍ଚଳରେ ମଧ୍ୟ ଅଛନ୍ତି । ମାପଦ୍ଵାରା ଆକଳନ କରିବାର ଏହି ବାସ୍ତବ କ୍ଷତ୍ରୀୟ ପ୍ରମଦା ଗୁଡ଼ିକର କାରଣରୁ ଏହି ବାବତର ପ୍ରାୟ ୨-୩% ବେକାରୀ ଆମ ଦେଶରେ ରହିଛି ବୋଲି ଯାହା ବିବରଣୀ ଗୁଡ଼ିକରୁ ଜାଣିବାକୁ ମିଳେ, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ବାସ୍ତବ ସ୍ଥିତିଟିର ତୁଳନାରେ ନିତାନ୍ତ ଅଳପ ବୋଲି ସାଧାରଣତଃ ସମସ୍ତେ ସ୍ଵୀକାର କରୁଛନ୍ତି । ଯେତେ ଯାହା ବଞ୍ଚେଇ କହିବାକୁ ଚେଷ୍ଟା କଲେ ମଧ୍ୟ ତାହା ତଥାପି ଅବଶ୍ୟ ୭-୮% ର ପାଖାପାଖି ହେବ । ପୁନଶ୍ଚ, ମଧ୍ୟେ ମଧ୍ୟେ ଯେଉଁ କିଛି ନା କିଛି ପରିମାଣର ନୂଆ ର ପରିସରମାନ ସମ୍ଭବ ହେଉଛି, ତାହା କୃଷି ବା ଶିଳ୍ପର କ୍ଷେତ୍ର ଦୁଇଟାରେ ହେଉନାହିଁ, କେବଳ ସେବା ମାନଙ୍କର କ୍ଷେତ୍ରରେ ହିଁ ହେଉଛି । ସହରମାନଙ୍କରରେ ହେଉଛି, ଗ୍ରାମାଞ୍ଚଳରେ ମଧ୍ୟ ହେଉଛି ।

 

ଏହିସବୁ ବାସ୍ତବ ଅବସ୍ଥାମାନ ସମ୍ମୁଖରେ ରଖି ଉପରେ ଉପରେ ସ୍ଥିତିଟି ସେତେ ଖରାପ ବୋଲି ହୁଏତ ମନେ ବି ହେବନାହିଁ; ମାତ୍ର, ଟିକିଏ ଭିତରକୁ ଯାଇପାରିଲେ ସମ୍ଭବତଃ ପ୍ରକୃତ ପରିଚୟଟିଏ ଉପଲବ୍ଧ ହେବ । ବର୍ତ୍ତମାନ ସୂଚନା–ସଂଗ୍ରହର କେତେ କେତେ ସାଧନ ତଥା କୌଶଳ ହୁ’ ହୁ’ ହୋଇ ବୃଦ୍ଧିପାଉଛି ଏବଂ ଏଣେ ବ୍ୟାଙ୍କ୍, ବୀମା ତଥା ଅନ୍ୟାନ୍ୟ ବହୁଭଳି ଆର୍ଥିକ ସେବାର ସେହି କ୍ଷେତ୍ରମାନେ ସମସ୍ତେ ସେହି ସଂଗଠିତ ସେବାର ଆୟତନର ଅନ୍ତର୍ଗତ ହୋଇ ରହିଛନ୍ତି । ଆମେ ଆଗକୁ ଯେଉଁଭଳି ଦେଖିବାକୁ ପାଇଛୁ, ଏହି କ୍ଷେତ୍ରଟିର ଆୟତନ ଭିତରେ ମୋଟାମୋଟି, ଯେତିକି ସମ୍ଭବ ହେଉଛି, ସେଇଟି ଆଦୌ କୌଣସି ପ୍ରକାରେ ଆଶାଜନକ ନୁହେଁ ଏବଂ କର୍ମଯୋଗାଣର ବୃଦ୍ଧି କ୍ଷେତ୍ରରେ ଏଥିରେ କେବଳ ହ୍ରାସର ଗାରଟା ହି ବଡ଼ ହୋଇ ଚାଲିଛି । ଅନୌପଚାରିକ ବିବିଧ କ୍ଷେତ୍ରର ଅସଂଗଠିତ ସେବାରେ ଦୃଷ୍ଟାନ୍ତ ଗୁଡ଼ିକରେ ପ୍ରଧାନତଃ ଏଭଳି ମନୁଷ୍ୟମାନଙ୍କୁ ସ୍ଥାନ ଯୋଗାଇ ଦିଆଯାଉଛି, ଯେଉଁମାନଙ୍କ ହାତରେ କି ନିୟମିତ କର୍ମନିଯୁକ୍ତି ବୋଲି ପ୍ରକୃତରେ କିଛି ହିଁ ନାହିଁ । ଅର୍ଥାତ୍, ସେଇଟା ବସ୍ତୁତଃ ଏକ ଗୋଦାମଘର ସଦୃଶ କାମ ଦେଉଛି । ତଥାପି, ଭାରତବର୍ଷର ରାଜ୍ୟ ଗୁଡ଼ିକରେ ସେଗୁଡ଼ିକ ସେପରି କୌଣସି ଏକ ସାଧାରଣ ଢାଞ୍ଚାର ଅନୁସରଣ କରୁଥିବା ପରି ଆଦୌ ବୋଧ ହେଉନାହିଁ । ଭାରତବର୍ଷର ବେକାରୀ ନାମକ ଏହି ସମସ୍ୟାଟିକୁ ବେଷ୍ଟନ କରି ରହିଥିବା ଅନ୍ଧାରଟିକୁ ଉଚିତ୍ ଗୁରୁତ୍ଵ ଓ ଗାମ୍ଭୀର୍ଯ୍ୟ ସହିତ ନିର୍ଦ୍ଦେଶିତ କରି ଦେଖାଇଦେବାରେ ତାହାର ଅବଶ୍ୟ ଏକ ଅବଦାନ ଅଛି । ସାଧାରଣ ଭାବରେ କହିବାକୁ ଗଲେ, ମୁଣ୍ଡପିଛା ଆୟର ହିସାବ ଅନୁସାରେ କୌଣସି ରାଜ୍ୟ ଯେତିକି ପଛରେ ଯାଇ ରହିଥିବ, ସେବା ଗୁଡ଼ିକର କ୍ଷେତ୍ର ଏବଂ ସେବା ବ୍ୟତୀତ ଅନ୍ୟ କ୍ଷେତ୍ର ଗୁଡ଼ିକ ମଧ୍ୟରେ ଶ୍ରମ ଉତ୍ପାଦନର ସାମର୍ଥ୍ୟର ଅନୁପାତଟି ନିଶ୍ଚୟ ସେତିକି ଅଧିକ ହୋଇ ରହିବ । ଉଦାହରଣ ସ୍ଵରୂପ ବିହାର ଏବଂ ମଧ୍ୟପ୍ରଦେଶ ଭଳି । ଆପେକ୍ଷାକୃତ ଅଧିକ ଦାରିଦ୍ର୍ୟ ରହିଥିବା ରାଜ୍ୟମାନଙ୍କରେ ସେବା ଯୋଗାଇଦେବାର କ୍ଷେତ୍ରଗୁଡ଼ିକରେ ଶ୍ରମିକମାନଙ୍କର ଉତ୍ପାଦନ (ଉପାର୍ଜନ)– ସାମର୍ଥ୍ୟ କୃଷି କ୍ଷେତ୍ରର ଆୟ ତୁଳନାରେ ୩ ରୁ ୪ ଗୁଣ ଅଧିକ ହେବ । ହାରାହାରି ସର୍ବଭାରତୀୟ ରାଶିଟି ଠାରୁ ମଧ୍ୟ ସେଇଟି ବହୁତ, ବହୁତ ଅଧିକ । ଏହାର ଅର୍ଥ ହେଉଛି, କୃଷିରେ ସେହିସବୁ ରାଜ୍ୟରେ ଏତେ ଅଧିକ ସଂଖ୍ୟକ ମନୁଷ୍ୟ ରହିଛନ୍ତି ତଥା ଉପାର୍ଜନର ଅନ୍ୟ ସୁଯୋଗମାନ ସେମାନଙ୍କ ପାଇଁ ଏପରି ଦୁଷ୍ପ୍ରାପ୍ୟ ହୋଇ ରହିଛି ଯେ, ଏହି ଦରିଦ୍ର ରାଜ୍ୟମାନଙ୍କରେ ରାସ୍ତାରେ ବୁଲି ବୁଲି ଚିନାବାଦାମ ବିକିବା ଦ୍ଵାରା ମଧ୍ୟ ଅଧିକ ଆୟ କରିବା ସମ୍ଭବ ହୋଇପାରୁଛି । ବାହାରକୁ କର୍ମନିଯୁକ୍ତି ପରି ଦେଖା ଯାଉଥିବା ଅଥଚ ପ୍ରକୃତରେ ସକାରାତ୍ମକ ଭାବରେ କୌଣସି ନିଯୁକ୍ତି ନ ଥିବା ଏହି ଦରିଦ୍ର ରାଜ୍ୟମାନଙ୍କରେ ସେବାଦ୍ୱାରା କିଛି ଉପାର୍ଜନ କରିବାର କ୍ଷେତ୍ରଟିର ତୁଳନାରେ କୃଷିରେ ସଂପୃକ୍ତ ହୋଇ ରହିବା ପ୍ରକୃତରେ କମ୍ ନିର୍ଭରଯୋଗ୍ୟ ହୋଇ ରହିଛି ।

 

ନିଯୁକ୍ତି ଓ ଉପାର୍ଜନର ସମ୍ଭାବନା ସୃଷ୍ଟି କରିବାର ଏହି ନୌରାଶ୍ୟଜନକ ଚିତ୍ରଟି ଆଉ ଗୋଟିଏ କାରଣରୁ ଆହୁରି ଅଧିକ ପରିମାଣରେ ମଧ୍ୟ ତ୍ରୀବ ହେବାରେ ଲାଗିଛି । ସାନ ଚାଷୀମାନଙ୍କର କୃଷିନାମକ ନିର୍ଭରକ୍ଷେତ୍ରଟି ଏବେ ଅଧିକରୁ ଅଧିକ ପରିମାଣରେ ବେପାରୀମାନଙ୍କର କବଳରେ ପଡ଼ିବାରେ ଲାଗିଛି ଏବଂ ଆର୍ଥିକ ଉଦାରୀକରଣର ପ୍ରକ୍ରିୟାଟିର ଗୋଳଟା ହେତୁ ସେମାନଙ୍କୁ ରାଷ୍ଟ୍ରର ପକ୍ଷରୁ କୌଣସି ସହାୟ ମଧ୍ୟ ମିଳୁ ନାହିଁ । ଆନ୍ଧ୍ରପ୍ରଦେଶରୁ ଅପାଣାର ଏକ ପ୍ରଦର୍ଶନ-ବାକ୍ସବତ୍ ବ୍ୟବହାର କରି ବିଶ୍ଵ ବ୍ୟାଙ୍କ୍ ଆପଣାର ସୂଚନା କୌଶଳକୁ ଭିତ୍ତି କରି ପ୍ରତିଷ୍ଠିତ ଉଦ୍ୟୋଗ–ଯୋଜନାଟି ୨୦୦୪ ମସିହାରେ ସାଧାରଣ ନିର୍ବାଚନଦ୍ଵାର କ୍ଷମତାରେ ପ୍ରତିଷ୍ଠିତ ହୋଇଥିବା ମିଳିତ ସରକାରଙ୍କର “ପ୍ରଭାମୟ ଭାରତ” ନାମକ ଅଭିଯାନରେ ଏକଦା ସତେ ଅବା ଆକାଶ ମଣ୍ଡଳର ଉଜ୍ଜଳତମ ନକ୍ଷତ୍ରଟି ପରି ଝଲମଲ ବି ହେଉଥିଲା । ସେତେବେଳେ ସମ୍ବାଦପତ୍ରରେ ମଝିରେ ମଝିରେ ଋଣଗ୍ରସ୍ତ କୃଷକମାନେ ଆତ୍ମହତ୍ୟା କରୁଥିବାର ସମ୍ବାଦଟିଏ ମଧ୍ୟ ପ୍ରକାଶ ପାଇଲା; ମାତ୍ର ବିଦେଶରୁ ପୁଞ୍ଜି ଲଗାଣର ଦ୍ଵାରଟିକୁ ଉନ୍ମୋଚିତ କରି ରଖିବାର ସେହି ବଜାର–ଅନୁକୂଳ ସରକାରୀ ନୀତି ଗୁଡ଼ିକୁ ତଥାପି ଅବାରିତ କରି ରକ୍ଷା ଯାଉଥିଲା-। ପୁଣି ଗୋଟିଏ ନିର୍ବାଚନ ଦ୍ଵାରା ରାଜ୍ୟସରକାରକୁ ଗାଦିଚ୍ୟୁତ କରିଦେବା ପରେ ଯାଇ ସାଧାରଣ ଲୋକଗଣଙ୍କର ସଂପୂର୍ଣ୍ଣ ମୋହଭଙ୍ଗଟା ହେବା ପରେ ଯାଇ ପ୍ରକୃତ ପରିଣାମଟି ଗୋଚରକୁ ଆସି ପାରିଲା ।

 

ସାମାଜିକ ଆର୍ଥିକ ଗତିଶୀଳତା ଯେ ବୃଦ୍ଧି ପାଇବାରେ ଲାଗିଛି, ଏହି ସମ୍ପର୍କରେ ଆମକୁ ଜଡ଼ାଇ ଧରିଥିବା ଧାରଣଟିର କ୍ଷେତ୍ରରେ ଯେ ମୋହଭଙ୍ଗଟିଏ ମଧ୍ୟ ହୋଇଥାଏ, ତାହା ପଛରେ ସାଧାରଣତଃ କେତୋଟି ଅନୁରୂପ ସଂକେତ ମଧ୍ୟ ଆସି ମିଳି ଯାଇଥାଏ : ଉଦାହରଣ ସ୍ୱରୂପ, କର୍ମ ଯୋଗାଣର କ୍ଷେତ୍ରଟା ମାନ୍ଦା ହୋଇ ଯାଉଥାଏ ଏବଂ ଲୋକାମାନଙ୍କର ବିଭିନ୍ନ ଗୋଷ୍ଠୀରେ କରଜର ପରିମାଣ ବି ବଢ଼ିଯିବାରେ ଲାଗିଥାଏ । ଆଞ୍ଚଳିକ ରାଜନୀତିର ମଝି ଭାଗଟାରେ ଘଟୁଥିବା ବ୍ୟକ୍ତିଗତ ନୌରାଶ୍ୟଗୁଡ଼ିକ ସହିତ ଭିନ୍ନ ଭିନ୍ନ ପ୍ରକାରର ‘ରାଜନୀତିକ ଆନୁଗତ୍ୟ-ପ୍ରକାଶ’ ର ସତେ ଅବା ଧକ୍‍କାମାନ ମଧ୍ୟ ଲାଗି ଯାଉଥାନ୍ତି । ତଥାପି, ଆନୁଗତ୍ୟ ଏବଂ ପରିଚିତି–ଅଜର୍ନର ଏହି ଭଳି ଭଳି ରୂପ ଗ୍ରହଣ କରୁଥିବା ଏବଂ ନିରନ୍ତର ନାନା ହାତ ସଫେଇ ଦ୍ଵାରା ପରିଚାଳିତ ହେଉଥିବା ରାଜନୀତି ନିତ୍ୟ ନାନା ଖେଳଗୁଡ଼ିକ ଭିତରେ ସଂପୃକ୍ତ ରାଜନୀତିକ ଦଳମାନେ ମଧ୍ୟ ବେଶ୍ ସଂଶ୍ଳିଷ୍ଟ ହୋଇ ପଡ଼ୁଥିଲେ ମଧ୍ୟ ଅଞ୍ଚଳ ଅନୁସାରେ ସେମାନଙ୍କର ମଧ୍ୟରେ ବହୁ ପ୍ରକାରର ପାର୍ଥକ୍ୟମାନ ବି ପରିଲକ୍ଷିତ ହୁଏ । ଗୋଟିଏ ଦଳ ଏହି ଯାବତୀୟ ଚିହ୍ନଟ ତଥା ପ୍ରର୍ଶନ–କୌଶଳର ଖେଳରେ ପ୍ରକୃତରେ ଖାସ୍ କିଭଳି ଭୂମିକା ମାନ ଗ୍ରହଣ କରିବ, ସେହି କ୍ଷେତ୍ରରେ ହେଉଥିବା ନିଷ୍ପତ୍ତିଗୁଡ଼ିକ କେତେକାଂଶରେ ସେହି ଅଞ୍ଚଳଟିର ସମାଜ–ଐତିହାସିକ ସ୍ଵଭାବଟି ଉପରେ ନିର୍ଭର କରେ ଏବଂ କେତେକାଂଶରେ ସଂପୃକ୍ତ ଦଳଟିର ଗୃହୀତ ଆଦର୍ଶ ତଥା ସଂପୃକ୍ତ ମତଦାତାମାନଙ୍କ ଉପରେ ମଧ୍ୟ ନିର୍ଭର କରୁଥାଏ । କେତେ ଅଞ୍ଚଳରେ ପରିଚିତ–ନିର୍ଣ୍ଣୟର ରାଜନୀତିରେ ଜାତିଗତ ଭେଦବିଚାରଟା ମଧ୍ୟ ଲୋକମାନଙ୍କୁ ବେଶ୍ ଏକତ୍ର ଏକାଧିକ ପ୍ରକାରେ ଠୁଳ କରି ଆଣିଥାଏ ଏବଂ ସେଠାରେ ଲୋକ ସମୂହଟିକୁ ପୀଡ଼ିତ କରି ରଖିଥିବା ଯାବତୀୟ ଅନ୍ୟାୟ ଓ ଅସମାନତାକୁ ମଧ୍ୟ ସେହି ଜାତିଆଣ ରାଜନୀତିଟାର ବାଜିପଟାଟା ଉପରେ ଏକ ଅନୁରୂପ ପରିଚ୍ଛଦ ପିନ୍ଧାଇ ଏକ ବ୍ୟକ୍ତ ରୂପ ଦେବାଲାଗି ଚେଷ୍ଟା ହୋଇଥାଏ । ସେହିପରି ଭାବରେ ବହୁବିଧ ଶୋଷଣ ଶିକାର ହୋଇ ରହିଥିବା, ପାର୍ବତୀ ଜନଜାତି ମାନଙ୍କର ଅଞ୍ଚଳ ଅଥବା ସମୂହମାନେ ସେମାନଙ୍କର ସ୍ଵକୀୟ ପରିଚୟଟିକୁ ଅବଶ୍ୟ ସ୍ଵୀକାର କରାଯାଉ ବୋଲି ଅନେକ ସମୟରେ ବିଶେଷ ଆଗ୍ରହଟିଏ ମଧ୍ୟ ପ୍ରକାଶ କରିଥାନ୍ତି । ଆହୁରି କେତେ ଅଞ୍ଚଳର ଆଞ୍ଚଳିକ କୌଣସି ଭାଷା ହିନ୍ଦୀକୁ ସରକାରୀ ସାଧାରଣ ଭାଷାରୂପେ ସ୍ଵୀକାର କରାନଯାଉ ବୋଲି ସ୍ଵର–ଉତ୍ତୋଳନ ମଧ୍ୟ କରି ବାହାରିଥାଏ । ଅଧିକ ଏକ ମହତ୍ତ୍ଵପୂର୍ଣ୍ଣ କଥା ହେଉଛି ଯେ, ବେଶ୍ କିଛି ଅଞ୍ଚଳରେ ରାଜ୍ୟରେ ଅଧିକ ସୁଯୋଗର ଅଧିକାରୀ ରୂପେ ପ୍ରତିଷ୍ଠିତ ହୋଇଥିବା ଇଂରାଜୀ-ଭାଷା ‘ବିଦେଶୀ’ ମାନଙ୍କ ସହିତ ଇଂରାଜୀ ବ୍ୟବହାର ନକରୁଥିବା ସ୍ଥାନୀୟ ବାସିନ୍ଦାଙ୍କର ତକରାଳଟାକୁ ଭିତ୍ତିକରି କୌଣସି ‘ମାଟିର ଅସଲି ସନ୍ତାନମାନେ’ ମଧ୍ୟ ଏକ ପ୍ରତିବାଦୀ ଶିବିରର ପ୍ରାର୍ଥନା କରି ବାହାରି ଥାଆନ୍ତି । ଏହି ଏକାଧିକ ଓ ପ୍ରକାର ପ୍ରକାରର ପରିଚିତ ଗୋଷ୍ଠୀଗୁଡ଼ିକ ମଧ୍ୟରେ ପୁଣି ଏପରି ମଧ୍ୟ କିଛି କିଛି ରହିଥାନ୍ତି ଯେଉଁମାନେ କି ନିଜ ସକାଶେ ଅଧିକ ଚାକିରି ଏବଂ ଶିକ୍ଷାସ୍ଥାନ ମାନଙ୍କରେ ଅଧିକ ସଂଖ୍ୟାର ସୁରକ୍ଷିତ ସ୍ଥାନ ପାଇଁ ବି ଦାବି କରନ୍ତି । ମାତ୍ର, ଗୋଟିଏ ବେଶ୍ ଆଶ୍ଚର୍ଯ୍ୟ କଥା ହେଉଛି ଯେ, ଭାରତବର୍ଷରେ ନିରନ୍ତର ରହି ଆସିଥିବା ଏହି ବିପୁଳ ବିପୁଳ ବିବିଧତା ହେତୁ ପ୍ରାୟ ମୁଣ୍ଡ ଭିତରେ ଆଦୌ ଜାଗା ହେଉନଥିବା ପରିଚିତ–ସମୂହର ପୂରା ଗୋଚ୍ଛାଟାଏ ଆସି ଆମକୁ ବିମୂଢ଼ପ୍ରାୟ କରି ଦେଉଥିବା ପରି ମନେହୁଏ ଏବଂ ରାଜନୀତିକୁ ଜୀବିକାପ୍ରାୟ ଆଦରି ନେଇଥିବା ବ୍ୟକ୍ତିମାନେ ନିଜର ଫାଇଦା ଲାଗି ସେଗୁଡ଼ିକୁ ନେଇ ବେଶ୍ ଖେଳ ଖେଳନ୍ତି ଓ ଯେକୌଣସି ପ୍ରକାରେ ସେହିଟା ଭିତରୁ ନିଜ ପାଇଁ ଭୋଟ ଯୋଗାଡ଼ କରିବାରେ ଲାଗିଥାଆନ୍ତି । ଅବଶ୍ୟ ସର୍ବଦା ଗୋଟିଏ ଅସଲ କଥା ପରିଚିତ ବିଷୟକ ଏହି ସର୍ବବିଧ ରାଜନୀତିକୁ ସତେ ଅବା ଗୋଟିଏ ସାଧାରଣ ଚେହେରା ମଧ୍ୟ ପ୍ରଦାନ କରିଥାଏ, ବାହାରକୁ ଯେତେ ଅଲଗା ବୋଧ ହେଉଥିଲେ ମଧ୍ୟ ସେମାନେ ଗୋଟିଏ ପରିଚୟରେ ସମ୍ପୂର୍ଣ୍ଣ ଭାବରେ ବାନ୍ଧି ହୋଇ ରହିଥାନ୍ତି : ଏହି ସବୁଯାକ ଦୃଷ୍ଟାନ୍ତରେ ହିଁ ସାମାଜିକ ଆର୍ଥିକ ସଚଳତାର କ୍ଷେତ୍ରରେ ରହିଥିବା ବ୍ୟକ୍ତିଗତ ମୋହଭଙ୍ଗଟାକୁ କୌଣସି ଗୋଷ୍ଠୀଗତ ମୋହଭଙ୍ଗର ଏକ ବୃହତ୍ତର ରୂପ ପିନ୍ଧାଇ ଦିଆଯାଇଥାଏ । ଏବଂ ସେତେବେଳେ ସେଇଟିକୁ ଧର୍ମ, ଭାଷା, ଜାତି, ପ୍ରଜାତିଗତ ପାର୍ଥକ୍ୟ ବା ଆଉ କୌଣସି ସାମୂହିକ ବେଢ଼ଣ ଭିତରେ ଅଧିକ ଗାମ୍ଭୀର୍ଯ୍ୟର ପ୍ରତୀତି ପ୍ରଦାନ କରାଯାଇଥାଏ । ଆଞ୍ଚଳିକ ରାଜନୀତିକୁ ସକ୍ରିୟ ଅର୍ଥାତ୍ ତତ୍ପରକରି ରଖିବାରେ ଏହା ସମ୍ଭବତଃ ଏକ ଖୁବ୍ ଚମତ୍କାର ଉର୍ବର ଭୂମିରୂପେ କାର୍ଯ୍ୟକରି ଆସିଛି ଏବଂ ତାହାରି ସୁଯୋଗଟି ଦ୍ଵାରା ଯେକୌଣସି ଅଞ୍ଚଳ ଆପଣାର ଏକ ପୃଥକ୍ ପରିଚିତି ସହିତ ସୋଚ୍ଚାର ହୋଇ ପାରିବା ଲାଗି ଖୁବ୍ ସମର୍ଥ ହୋଇପାରୁଛି । କେନ୍ଦ୍ର ସରକାର ଦ୍ଵାରା ସିଏ କିଭଳି ବାଛ ବିଚାରର ଅବିଚାରକୁ ସହ୍ୟ କରୁଛି, ସେଇଟିକୁ ନେଇ ଆପତ୍ତିଟିଏ ବାଢ଼ି ଦେଇପାରୁଛି ।

 

ଅଧିକରୁ ଅଧିକ ବ୍ୟକ୍ତିଙ୍କ ନିମନ୍ତେ କର୍ମର ସଂସ୍ଥାନ ଯୋଗାଇଦେବା ଏବଂ ଦାରିଦ୍ର୍ୟର କ୍ଷେତ୍ରରେ ଏକ ଉଲ୍ଲେଖଯୋଗ୍ୟ ସୁଧାର ଆଣି ପାରିବାର କ୍ଷେତ୍ରରେ ଭାରତବର୍ଷ ଯେଉଁ ଅସମର୍ଥ ପଣର ପରିଚୟ ଦେଇଛି, ସେହି ଦୃଷ୍ଟିରୁ ବିଚାର କରି ଅବଶ୍ୟ କୁହାଯାଇ ପାରନ୍ତା ଯେ ପରିଚିତ–ସମ୍ବନ୍ଧୀ ଉକ୍ତ ରାଜନୀତିଟା ଭାରତର ସଙ୍ଘୀୟ ଢାଞ୍ଚାଟିକୁ ପ୍ରକୃତରେ ଅଧିକ ବିପନ୍ନ ମଧ୍ୟ କରିଦିଅନ୍ତା-। କିନ୍ତୁ, କେନ୍ଦ୍ରରେ ଏବେ ଯେଉଁ ଏକାଧିକ ରାଜନୀତିକ ଦଳ ମିଶି ସରକାର ଗୁଡ଼ିକର ଗଠନ କରୁଛନ୍ତି, ତାହାରି ଅନଭିପ୍ରେତ କେତେ ପରିଣାମ ହେତୁ ସେହି ପ୍ରକ୍ରିୟାଟି ସେତେ ଅଧିକ ପରିମାଣରେ ନିଜକୁ କାର୍ଯ୍ୟକାରୀ କରାଇ ପାରିନାହିଁ । ଏପରିକି, ଏକ ବେଶ୍ କ୍ଷୁଦ୍ର ଆଞ୍ଚଳିକ ଦଳର ମଧ୍ୟ କେନ୍ଦ୍ର ସରକାରରେ ଭାଗନେବାର ସ୍ଥିତିଟିଏ ଅକସ୍ମାତ୍ ଆସି ପହଞ୍ଚି ଯାଉଛି । ଶାସନ–କ୍ଷମତାରେ ଥିବା ମିଳିତ ମନ୍ତ୍ରୀମଣ୍ଡଳରେ ସିଏ ସ୍ଥାନ ପାଇ ପାରୁଛି ଅଥବା ସେଇଟି ବର୍ତ୍ତମାନ ବିରୋଧୀ ଦଳଗୁଡ଼ିକରେ ଅଛି, ତେବେ ଭବିଷ୍ୟତରେ ତା’ ପାଇଁ ମଧ୍ୟ ସେହି ସୁଯୋଗ ଆସିବ ବୋଲି ସର୍ବଦା ଉଜ୍ଜ୍ୱଳ ସମ୍ଭାବନାଟିଏ ରହିଛି । ବିଭିନ୍ନ ଅଞ୍ଚଳରେ ଟାଣୁଆ ପରିଚିତି ତଥା ପ୍ରଭାବ ଭୂମିମାନ ରହିଥିବା ଦଳ ଗୁଡ଼ିକ ଆଗର ତୁଳନାରେ ବସ୍ତୁତଃ ଅଦ୍ଭୂତପୂର୍ବ ଭାବରେ କେନ୍ଦ୍ରରେ ରାଜନୀତିକ କ୍ଷମତାରେ ଭାଗୀଦାର ହୋଇପାରିବାର ଏକ ଅନୁମେୟ ସ୍ଥିତି ଉପରେ ବିଶ୍ଵାସ ସ୍ଥାପନ କରିବାର ଭାଜନ ହୋଇ ପାରିଛନ୍ତି । ଏବେ ଆମେ ଭାରତବର୍ଷୀୟ ରାଜନୀତିର ମଞ୍ଚପଟଟି ଉପରେ ଏକ ଏପରି ଭିନ୍ନ ପ୍ରକାରର ବାସ୍ତବତାକୁ ଖୁବ୍ ଦେଖି ପାରୁଛୁ, ଯାହାକୁ କି ସମୀକ୍ଷକମାନେ ଆଗରୁ କ୍ଵଚିତ୍ ଦେଖିବାଲାଗି ଆଶା ବି କେବେ କରିଥିଲେ । ଭାରତବର୍ଷର ସଙ୍ଘୀୟ ଢାଞ୍ଚାଟି ପୂର୍ବାପେକ୍ଷା ବର୍ତ୍ତମାନ ଅଧିକ ଶକ୍ତିଶାଳୀ ହୋଇଛି, କିନ୍ତୁ କେନ୍ଦ୍ରୀୟ ସରକାରର ବଳଟା ହ୍ରାସ ହିଁ ହୋଇଛି; ମିଳିତ ଗୁଚ୍ଛଟି ମଧ୍ୟରେ ରହିଥିବା ସାଥୀ ଭାଗୀଦାର ମାନଙ୍କର ନାନା ଭିନ୍ନ ଭିନ୍ନ ଆଡ଼କୁ ସତେ ଠେଲାଠେଲି ହେବାର ଏକ ପ୍ରକ୍ରିୟା ଦ୍ଵାରା ହିଁ ଏଭଳି ହେଉଛି ।

 

ତଥାପି, କେନ୍ଦ୍ରୀୟ ସ୍ତରରେ ସମ୍ମିଳିତ ସରକାରଗୁଡ଼ିକ ନିମନ୍ତେ ମଧ୍ୟ ଏକତ୍ର କରି ଧରି ରଖି ପାରୁଥିବା ଏକ ଅଧିକ ପ୍ରଶସ୍ତ ପରିଚିତି ସବୁବେଳେ ରହିଥିବା ଏକାନ୍ତ ଆବଶ୍ୟକ । ଜାତୀୟ ରାଷ୍ଟ୍ରବ୍ୟବସ୍ଥାର ଏହି ଯୁଗରେ ‘ଜାତୀୟତାବାଦ’ କ୍ରମେ ତ ଆମେ ଅନୁକ୍ଷଣ ଗ୍ରହଣ କରୁଥିବା ନିଶ୍ଵାସ ଏବଂ ପ୍ରଶ୍ଵାସରେ ହିଁ ପରିଣତ ହୋଇଛି । ଆମର ସଂପୂର୍ଣ୍ଣ ଅଚେତନ ଭାବରେ ସେପରି ହେଉଛି ଏବଂ ସେଇଟିରେ ପ୍ରଦୂଷଣମାନେ ଅତି ମାତ୍ରାରେ ପଶି ନ ଯାଇଥିବା ପର୍ଯ୍ୟନ୍ତ ହେବାରେ ଲାଗିଛି । ଭାରତୀୟ ଜନତା ପାର୍ଟି, କେଡ଼େ ସମର୍ଥତା ସହ ହିନ୍ଦୁ, ଉଚ୍ଚ ବର୍ଣ୍ଣ ଏବଂ ହିନ୍ଦୀ ଏହି ତିନୋଟି ତତ୍ତ୍ଵକୁ ମିଶାଇ ହିନ୍ଦୁତ୍ଵ ନାମକ ସ୍ଵକୀୟ ଏକ ପରିଚିତିର ସର୍ଜନା କରିଛି । ଏହାକୁ ସାଂସ୍କୃତିକ ଜାତୀୟତା ବୋଲି ନାମଟିଏ ଦେଇ ତାହା ଆଗରୁ ଥିବା ଏକାଧିକ ଗୋଷ୍ଠୀ–ରାଜନୀତିର ବାହାରକୁ ବାହାରି ଆସିବାର ବାଟଟିଏ ବାହାର କରି ଆଣିଛି । ଜାତୀୟ କଂଗ୍ରେସ ତ ଦୀର୍ଘକାଳରୁ ଧର୍ମନିରପେକ୍ଷ ଜାତୀୟତାବାଦର ପ୍ରତିନିଧିତ୍ଵ କରି ଆସିଥିଲା । ଔପନିବେଶିକ ଶାସନ ସହିତ ଆପଣାର ସେହି ସଂଗ୍ରାମକାଳରୁ ହିଁ କରିଥିଲା । ତେଣୁ, ପ୍ରଥମଟିର ଜବାବଟିଏ ପରି ସିଏ ଏହି ନିଜସ୍ଵ ଜାତୀୟତାବାଦକୁ ଉତ୍ତୋଳିତ କରି ଧରି ରଖିଥିଲା । କିନ୍ତୁ, ଅସଲ ସଙ୍କଟ ଗୁଡ଼ିକର ମୁହୂର୍ତ୍ତରେ ଉଚିତ୍‍ ପ୍ରକାରେ ଭୂମିକାଟିକୁ ଗ୍ରହଣ କରି ପାରିଲା ନାହିଁ ବୋଲି କଂଗ୍ରେସ ଆପଣାର ବିଶ୍ଵାସନୀୟତାକୁ ହରାଇ ବସିଲା ଏବଂ ତେଣୁ ଧର୍ମନିରପେକ୍ଷତାର ସେହି ଅଧିକ ସ୍ପଷ୍ଟ ତତ୍ତ୍ଵଟିର ପ୍ରତିନିଧିତ୍ଵ ନ କରିବାକୁ ହିଁ ରାଜନୈତିକ ଦୃଷ୍ଟିରୁ ଅଧିକ ସୁବିଧାଜନକ ବୋଲି ବିଚାର କରିଥିଲା । ଶିଖ୍‍ ହତ୍ୟାର ୧୯୮୪ରେ ହୋଇଥିବା ଦଙ୍ଗା, ବାବ୍‍ରି ମସଜିଦକୁ ଭାଙ୍ଗିବାର ୧୯୯୭ରେ ସେହି ବର୍ବର ଆଚରଣ,–ତାହାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ । ସାମ୍ପ୍ରଦାୟିକତାର ଇତିହାସନଥିଟି ମଧ୍ୟରେ ବାମପନ୍ଥୀ ରାଜନୀତିକ ଦଳମାନଙ୍କର ଅବଶ୍ୟ ଅପେକ୍ଷାକୃତ ଏକ ଅଧିକ ଭଲ ରେକର୍ଡ଼ ରହିଛି । ତଥାପି, ସେମାନେ ଅଳ୍ପସଂଖ୍ୟକ ମାତ୍ର କେତୋଟି ରାଜ୍ୟରେ ହିଁ ଯାହା କିଛି ନଜିର ଦର୍ଶାଇ ପାରିଛନ୍ତି । ବର୍ଗଗତ ସଚେତନ ଆନୁଗତ୍ୟର ସକଳ ‘ଆନ୍ତର୍ଜାତିକତା’କୁ ସେମାନେ ଇତି ମଧ୍ୟରେ ଭୁଲି ହିଁ ଯାଇଛନ୍ତି । ଏବଂ, ଅଧିକାଂଶତଃ ଅନ୍ୟାନ୍ୟ ରାଜନୀତିକ ଦଳଗୁଡ଼ିକ ପରି ଆପଣାର ଆଭିମୁଖ୍ୟ ତଥା ପଦକ୍ଷେପଗୁଡ଼ିକରେ ପ୍ରାୟ ସମାନ ପରିମାଣରେ ‘ଜାତୀୟତାବାଦୀ’ ମଧ୍ୟ ହୋଇଯାଇଛନ୍ତି । ଉଦାହରଣ ସ୍ୱରୂପ, ଦେଶର ଉତ୍ତରପୂର୍ବ ଭାଗର ରାଜ୍ୟଗୁଡ଼ିକର କେତେକ ସମସ୍ୟାର କ୍ଷେତ୍ରରେ ସେମାନଙ୍କର ସେହି ଆଚରଣଟି ବେଶ୍ ଧରା ପଡ଼ିଯାଇଛି । ବାମପନ୍ଥୀ ଜାତୀୟତାବାଦର ଏକ ବିଶେଷ ଲକ୍ଷଣ ହେଉଛି ଯେ, ସେମାନେ ଅର୍ଥନୈତିକ ଦିଗଟି ଉପରେ ଖୁବ୍ ପରିଷ୍କାର ଭାବରେ ଗୁରୁତ୍ଵ ଦେଇଆସିଛନ୍ତି । ସେମାନେ କହିଛନ୍ତି ଯେ ରାଷ୍ଟ୍ର ହିଁ ଦେଶର ଆର୍ଥିକ ନିର୍ମାଣରେ ସର୍ବଦା ମୁଖ୍ୟ ଭୂମିକା ଗ୍ରହଣ କରିବ । ଅନୁଷ୍ଠାନ ଭାବରେ ସଂଗଠିତ ହୋଇଥିବା ଶ୍ରମିକମାନଙ୍କର ଅଧିକାରଗୁଡ଼ିକୁ ହାସଲ କରିବାର କ୍ଷେତ୍ରରେ ବାମପନ୍ଥୀମାନେ ମୁଖ୍ୟତଃ ଆପଣାର କ୍ରିଯାଶୀଳତାର ପରିଚୟ ଦେଇଛନ୍ତି । ତଥାପି, ନିଜର ସେହି ଜାତୀୟତାବାଦଟି ସହିତ କିପରି ଦରିଦ୍ର ବର୍ଗଟିର ଖାସ୍ ଅଭିବୃଦ୍ଧି–ସାଧନର ଲକ୍ଷ୍ୟଟିକୁ ଯୁକ୍ତ କରି ରଖାଯାଇପାରିବ, ବାମ ଶିବିରଟି ସେହି କ୍ଷେତ୍ରରେ ମୁଖ୍ୟତଃ ବିଫଳ ହିଁ ହୋଇଛି, ଭାରତବର୍ଷର ଅନ୍ୟ ସବୁ ରାଜନୀତିକ ଦଳଙ୍କ ସଦୃଶ ଏହି ଦଳର କାର୍ଯ୍ୟକ୍ରମଟି ମଧ୍ୟ ଲୋକଗଣଙ୍କ ସ୍ଵାର୍ଥର ଅନୁକୂଳ ହୋଇ ରହିଥିବାର ପ୍ରାୟ ସମାନ ପ୍ରମାଣ ଓ ପ୍ରତୀତିଗୁଡ଼ିକୁ ଦେବାର ପ୍ରୟାସ କରି ଆସିଛି-। ବର୍ଗଗତ ଏକତାର ଦୃଢ଼ୀକରଣ ଏବଂ ଆନ୍ତର୍ଜାତିକତା ପରିବର୍ତ୍ତେ ତାହା ଉଦାରୀକରଣ ଓ ଜଗତୀକରଣର ମୁଖ୍ୟ ପରିଚିତି ଆଦର୍ଶବାଦଟିକୁ ବସ୍ତୁତଃ ଗ୍ରହଣ କରି ନେଇଛି । ସୋଭିଏଟ୍ ଇଉନିୟନ୍‍ର ଗଠନ ଢାଞ୍ଚାଟି ଭାଙ୍ଗି ପଡ଼ିବାପରେ ତଥା ଚୀନ ଓ ଭିଏତ୍‍ନାମରେ ଅର୍ଥନୀତି–ସମ୍ପର୍କୀୟ ଓଲଟ ନୀତିଗୁଡ଼ିକର ପରିବର୍ତ୍ତନ ପରେ ଏଠାରେ ଆମ ବାମପନ୍ଥୀ ମହଲ ପାଖରେ ମଧ୍ୟ ଆଉ କୌଣସି ବିକଳ୍ପ ଆର୍ଥିକ ନୀତି ପ୍ରକୃତରେ ରହିଥିବା ପରି ଆଦୌ ମନେ ହେଉନାହିଁ-

 

ଭାରତବର୍ଷର ଆମରି ଏହି ଜାତୀୟତାବାଦର ଆୟତନଟିରେ ଅର୍ଥନୀତିକ କେଉଁସବୁ ଉପାଦାନଟି ନିମନ୍ତେ ଅବଶ୍ୟ ଅବକାଶ ରହିବା ଉଚିତ, ଆର୍ଥିକ ଉଦାରୀକରଣ ଓ ଜଗତୀକରଣ ପରେ ସେହି ସଂକ୍ରାନ୍ତୀୟ ଭାନୁମତୀ–ବାକ୍‍ସଟା ସତେଅବା କ୍ରମଶଃ ଖୋଲି ଖୋଲି ଯାଉଛି । ଧର୍ମନିରପେକ୍ଷ ଏବଂ ତାହାର ବିରୋଧ କରୁଥିବା ଅନ୍ୟ ମତଟି, ସକଳ ନିଷ୍ପତ୍ତିରେ ସେଇଟି ହିଁ ଏବେ ସବୁଠାରୁ ବଡ଼ ପ୍ରସଙ୍ଗଟି ରୂପେ ଆଲୋଚିତ ହେଉଛି ଏବଂ ସାଂପ୍ରତିକ ରାଜନୀତିରେ ସର୍ବାଧିକ ଆଗ୍ରହକୁ ଆକର୍ଷିତ କରିନେଉଛି । ସଂଖ୍ୟାଲଘୁ ଗୋଷ୍ଠୀଗୁଡ଼ିକ ନିମନ୍ତେ କିପରି ବିହିତ ସ୍ଥାନାଦିର ବ୍ୟବସ୍ଥା କରାଯିବ, ସେହି ଜଟିଳ ସମସ୍ୟାଟିର ହିଁ ବିଚାର ହେବାରେ ସମସ୍ତେ ତତ୍ପର ହୋଇ ରହୁଛନ୍ତି । ଏବଂ, ଯେକୌଣସି ସଭ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ତାହାହିଁ ପ୍ରକୃତରେ ଗୋଟିଏ ମୁଖ୍ୟ ପ୍ରସଙ୍ଗ ହୋଇ ନିଶ୍ଚୟ ରହିବ । ତଥାପି, ସେଥିରେ ପ୍ରସଙ୍ଗଟିର ଆର୍ଥିକ ଦିଗଟି ଭାରି ଗୌଣ ରହିଯାଉଛି ଏବଂ, ଏହି ଭୟଟି ଆମ ଆଗରେ ସର୍ବଦା ଛିଡ଼ା ହୋଇ ରହିଛି ଯେ, ଧର୍ମନିରପେକ୍ଷ ରାଜନୀତିର ପରିଚ୍ଛଦ ପିନ୍ଧି–ସେଥିରେ ବଜାର–ଅର୍ଥନୀତି ଲାଗି ପ୍ରୋତ୍ସାହନ ବି ହେଉଛି ଏବଂ ଆର୍ଥିକ ନୀତି ନିର୍ଦ୍ଧାରଣରେ ତାହା ଦରିଦ୍ରଙ୍କ ଲାଗି ଏକାଧିକ ଅର୍ଥରେ ନାନା ପ୍ରତିକୂଳତା ଆଣି ବି ପହଞ୍ଚାଇ ଦେଉଛି–ତାହା ସମ୍ଭବତଃ କେବେ ଭବିଷ୍ୟତରେ ଭାରତବର୍ଷର ବିକାଶ–ପ୍ରକ୍ରିୟାରେ କେତେ ସାଲିଶ୍‍ ନିମନ୍ତେ ମଧ୍ୟ ହୁଏତ ଥାନ ମଧ୍ୟ ଛାଡ଼ିଦେବ ।

 

ଏହି ଆଦର୍ଶବାଦଟିର କେନ୍ଦ୍ରସ୍ଥାନରେ ଏକ ପ୍ରୟାସ ରହିଛି, ଯାହାକି ରାଷ୍ଟ୍ରକୁ ପଛଆଡ଼କୁ ଫୁସୁଲାଇ ନେଇ ବଜାର ଗୁଡିକର ଘରୋଇ କ୍ରୀଡ଼ାରତମାନଙ୍କ ନିମନ୍ତେ ଜାଗା ଛାଡ଼ିଦେବା ପାଇଁ ଇଚ୍ଛା କରୁଛି । ଉଦାରୀକରଣର ମାର୍ଗରେ ହିଁ ତାହାକୁ କରାଯାଉଛି । ଘରୋଇକରଣର ନୀତିଟି ଏପରି ଏକ ଭୂମି ଉପରେ ଠିଆ ହୋଇପାରୁଛି, ଯାହା କି ସକଳ କ୍ଷେତ୍ରରେ ରାଷ୍ଟ୍ରୀୟ ପରିଚାଳନା ଅପେକ୍ଷା ଘରୋଇ ପରିଚାଳନା ହିଁ ସବୁବେଳେ ଅଧିକ ଭଲ ଅର୍ଥାତ୍ ଫଳପ୍ରଦ ବୋଲି ଅନ୍ଧଭାବରେ ବିଶ୍ଵାସ କରୁଛି । ଏବଂ, ଆହୁରି ପାଦେ ଆଗକୁ ଯାଇ କେତେକ ବ୍ୟକ୍ତି ଏପରି ମଧ୍ୟ ଦାବି କରୁଛନ୍ତି ଯେ, ବିଦେଶୀ କମ୍ପାନୀମାନେ ଭାରତୀୟ କମ୍ପାନୀଗୁଡ଼ିକର ତୁଳନାରେ ସର୍ବତ ପ୍ରକୃତରେ ଅଧିକ ଭଲ । ସେହି କାରଣରୁ ସେମାନେ ବହୁଜାତୀୟ କମ୍ପାନୀମାନଙ୍କ ଉପରେ ଆମେ ଅଧିକ ନିର୍ଭର କରିବା ବୋଲି ପରାମର୍ଶ ଦିଅନ୍ତି; ବିଦେଶରୁ ତଦ୍‍ବିତ୍‍ମାନେ ଆସନ୍ତୁ ଓ ଆମର ପଥପ୍ରଦର୍ଶନ କରନ୍ତୁ, ଆମ ଦେଶରେ ବିଦେଶୀ ପୁଞ୍ଜି ଖଟା ହେଉ, ଏବଂ ତେବେ ଆମର ଆର୍ଥିକ ସାମର୍ଥ୍ୟ ଅଧିକ ମଜବୁତ ହେବ, ଆମ ଯନ୍ତ୍ରକୌଶଳ ପ୍ରଭୂତ ପ୍ରକାରେ ଉନ୍ନତି ଲାଭ କରିବ ଏବଂ ଏପରିକି ଆମ ପରିଚାଳନା–କ୍ଷେତ୍ରରେ ମଧ୍ୟ ଦକ୍ଷତା ବଢ଼ିପାରିବ । ଏହାର ପରିଣାମ ସ୍ୱରୂପ, ଜଗତୀକରଣର ଏକ ଆବଶ୍ୟକ ଅନୁପୂରକ ରୂପେ ଆମେ ଜାତୀୟ ବଜାରଟିର ତୁଳନାରେ ଆନ୍ତର୍ଜାତିକ ବଜାର ଉପରେ ଅଧିକ ଗୁରୁତ୍ଵ ଦେଉ । ଆମ ଦେଶର ପ୍ରତ୍ୟେକ ରାଜନୈତିକ ଦଳ ଆଗରେ ବର୍ତ୍ତମାନ ଏହିଭଳି ଏକ ସମସ୍ୟା ଆସି ଦଣ୍ଡାୟମାନ ହୋଇଛି । ସେଗୁଡ଼ିକୁ ଆଦୌ ଅବହେଳା ମଧ୍ୟ କରାଯାଇ ପାରିବ ନାହିଁ । ଆର୍ଥିକ ଅଗ୍ରଗତିର କ୍ଷେତ୍ରରେ ଆମର ପ୍ରକୃତରେ କ’ଣ ସବୁ ଆଗାମୀ ଚିତ୍ର ରହିଛି, ବିଶେଷ କରି ଉପସ୍ଥିତ ଏହି ସବୁ କଠିନ ସମସ୍ୟା ନିମନ୍ତେ ଆମେ କେଉଁଭଳି ଉତ୍ତର ଦେବାକୁ ସ୍ଥିର କରିଛୁ, ପରିଷ୍କାର ଭାବରେ ସେଗୁଡ଼ିକର ସ୍ଵଭାବ ଅର୍ଥାତ୍ ସଜ୍ଞା ନିରୂପଣ କରି ନ ପାରିଲେ ଆମର ଜାତୀୟତାବାଦ ମଧ୍ୟ ବସ୍ତୁତଃ ଶୂନ୍ୟଗର୍ଭ କିଛି ନୁହେଁ ବୋଲି ପ୍ରତିପାଦିତ ହୋଇଯିବ । ‘ସମ୍ମାନର ସହିତ ବିକାଶ’ ନାମକ ଏହି ବିଚାର ଏବଂ ନକ୍‍ସାଟି ଜାତୀୟତାବାଦର ସେହି ଦିଗଟିକୁ ହିଁ ଏକ ରୂପରେଖ ଦେବାକୁ ଏବଂ ତାହାର ସାମ୍ଭାବ୍ୟ କ୍ରିୟାଶୀଳ ସୋପାନ ଗୁଡ଼ିକୁ ଦର୍ଶାଇ ଦେବାର କିଞ୍ଚିତ୍ ପ୍ରୟାସ କରିବ । କେବଳ ସେହି ଧାରାରେ ଅଗ୍ରସର ହେବାକୁ ପ୍ରସ୍ତୁତ ହୋଇ ଆମେ ଏହି ଦେଶର ସମ୍ମୁଖରେ ଛିଡ଼ା ହୋଇଥିବା ଏହି ଅସୁମାରିପ୍ରାୟ ରାଜନୈତିକ ସମସ୍ୟା ଗୁଡ଼ିକର ଏକ ଅର୍ଥନୈତିକ ଉତ୍ତର ପ୍ରଦାନ କରି ପାରିବା; ଆମର ଆର୍ଥିକ ନୀତିଗୁଡ଼ିକ କିପରି ବିବେକର ସହିତ ଦରିଦ୍ର ଜନପକ୍ଷଟି ବିଷୟରେ ସୁସଚେତନ ରହି ତଥାପି ଏକ ସମୀଚୀନ ଅଭିବୃଦ୍ଧି–ସାଧନ ଏବଂ ଅନ୍ୟ ପକ୍ଷରେ ଏକ ବାସ୍ତବ ଅର୍ଥାତ୍ ବ୍ୟବହାର୍ଯ୍ୟ ରାଜନୀତି, ଏହି ଦୁଇଟି ଯାକକୁ ଏକତ୍ର ଗୋଟିଏ ବାସ୍ତବ ରୂପ ଦେଇପାରିବ, ପ୍ରସ୍ତୁତ ପୁସ୍ତକଟିରେ ତାହାରି ଗୋଟିଏ ଆଲୋଚନା କରା ହୋଇଛି । କାରଣ, ତା’ ନହେଲେ ‘ଜାତୀୟତାବାଦ’ ଅଥବା ‘ଦେଶ ବିଷୟରେ ଗୌରବବୋଧ’ ପ୍ରଭୃତି ଶବ୍ଦଗୁଡ଼ିକ କେବଳ କେତୋଟି ବୋଲି ବା ସ୍ଳୋଗାନ୍ ହୋଇ ରହିଯିବେ ଏବଂ ସେଥିରେ ଅସଲ ବା ସାର ମଞ୍ଜ ବୋଲି ମୋଟେ କିଛି ରହିବା ନାହିଁ ।

Image

 

ସମ୍ମାନର ସହିତ ବିକାଶ : ସଂଜ୍ଞାଗୁଡ଼ିକର ନିରୂପଣ

 

ଦରିଦ୍ର ମନୁଷ୍ୟମାନଙ୍କର ବିକାଶ–ସାଧନ ଯେତିକି ଜରୁରି, ସେମାନଙ୍କ ଆତ୍ମ ସମ୍ମାନର ରକ୍ଷା କରାଯିବା ମଧ୍ୟ ସେତିକି ଜରୁରି । ଏବଂ, ସେମାନଙ୍କ ଲାଗି କରାଯାଉଥିବା ନୂତନ ସକଳ ଯୋଜନା ଏହି ଉଭୟଟି ଉପରେ ଅବଶ୍ୟ ସମାନ ଗୁରୁତ୍ଵ ଦେଇପାରୁଥିବା ଉଚିତ୍, ଆମ ପାରମ୍ପରିକ ଚିହ୍ନା ଗୁଳାଟି ଆୟ–ଉପାର୍ଜନର ସ୍ଥାନାନ୍ତରୀକରଣ କରିବା ଦୃଷ୍ଟିରୁ ଆବଶ୍ୟକ ହେଉଥିବା ପ୍ରଣାଳୀ ଗୁଡ଼ିକ ଉପରେ ହିଁ ସାଧାରଣତଃ ଆଧାରିତ ହୋଇ ରହିଥିଲା । ପ୍ରତ୍ୟକ୍ଷ ଭାବରେ ହେଉ ଅଥବା କର୍ମାଦିଯୁକ୍ତିର ମାଧ୍ୟମରେ ହେଉ, ରାଷ୍ଟ୍ରଠାରୁ ତଦ୍ଦ୍ୱାରା ସେହି କାର୍ଯ୍ୟଟିକୁ ଅନ୍ୟତ୍ର ନେଇ ଆସିବା ଲାଗି ପ୍ରୟାସ କରାଯାଉଥିଲା । ଏପରି କରିବା ପଛରେ ଏହି ଉଦ୍ଦେଶ୍ୟଟି ରହିଥିଲା ଯେ, ପ୍ରତ୍ୟେକ ନାଗରିକ ପାଖରେ ଏକ ସର୍ବନିମ୍ନ ଆୟ କରିବାର ସମ୍ଭାବନା ନିଶ୍ଚୟ ରହିବ । ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି କର୍ମରେ ନିଯୁକ୍ତ ହୋଇ ରହିଥିଲା ଅର୍ଥାତ୍ ନିୟମିତ ଭାବରେ କିଛି ନା କିଛି ରୋଜଗାର କରୁଥିଲା । ଅବଶ୍ୟ ଏକଥା ସତ୍ୟ ଯେ ପ୍ରାୟ ସବୁଯାକ ନିଯୁକ୍ତି-କ୍ଷେତ୍ର ରାଷ୍ଟ୍ରର ସେହି ନିର୍ଦ୍ଦିଷ୍ଟ ମାହାଲ ଭିତରେ ଯାଇରହିଥିଲା, ଶାସନ ବ୍ୟବସ୍ଥାର କଳ ଭିତରେ ଥିଲା କିମ୍ବା, ରାଷ୍ଟ୍ରଦ୍ଵାରା ପରିଚାଳିତ କୌଣସି ଉଦ୍ୟୋଗର କ୍ଷେତ୍ରରେ ରହିଥିଲା । ସେତେବେଳେ ଅନେକ ସମାଜବାଦୀ ଦେଶର ଶ୍ରମିକମାନେ ବି ଥଟ୍ଟା କରି “ସେମାନେ ଆମକୁ ମଜୁରି ଯୋଗାଇ ଦେବାର ଛଳନା କରୁଛନ୍ତି” ଓ ଆମେ ମଧ୍ୟ ସେମାନେ ଦେଇଥିବା କାମ ଗୁଡ଼ିକରେ ନିଯୁକ୍ତ ରହିଥିବା ପରି ଛଳନା କରୁଛୁ” ବୋଲି କହୁଥିଲେ । ତଥାପି, ସେହି ବ୍ୟବସ୍ଥାଟି ସମୟରେ ରାଷ୍ଟ୍ର ତରଫରୁ ବହୁତ ପରିମାଣରେ କଲ୍ୟାଣ-କାର୍ଯ୍ୟର ଅବକାଶ ମଧ୍ୟ ରହିଥିଲା । ସମସ୍ତଙ୍କୁ କର୍ମ ଯୋଗାଇ ଦେବାର ଏହି ଘୋଷିତ ବ୍ୟବସ୍ଥାରେ ସମାଜରେ ସମସ୍ତଙ୍କ ହାତରେ କାମଟିଏ ନିଶ୍ଚୟ ଥିଲା ଏବଂ ତା’ ସହିତ ସ୍ୱାସ୍ଥ୍ୟ-ବୀମା, ପିଲାଙ୍କ ଶିକ୍ଷା ଏବଂ ବାର୍ଦ୍ଧକ୍ୟ-ଭତ୍ତା ଓ ନିରାପତ୍ତା ମଧ୍ୟ ଉପଲବ୍ଧ ହେଉଥିଲା । ସାଧାରଣତଃ ଏମାନଙ୍କୁ କର୍ମରେ ନିୟୋଜିତ କରିଥିବା ରାଷ୍ଟ୍ର ସେହି ସୁବିଧାଗୁଡ଼ିକୁ ଯୋଗାଇ ଦେଉଥିଲା, ଜୀବନ ବଞ୍ଚିବାର ପ୍ରକୃତ ମାନର କ୍ଷେତ୍ରରେ ସମାନତା ଥିବା ଅଥବା ନଥିବା ଦୃଷ୍ଟିରୁ, ବହୁତ ସ୍ଥଳରେ ସାମ୍ୟବାଦୀ ଦେଶଗୁଡ଼ିକ ଏକାଧିକ ଅର୍ଥରେ ସାଧାରଣତଃ ଆହୁରି ଅଧିକ କେତେ କ’ଣ ସମ୍ଭବ ମଧ୍ୟ କରି ପାରିଥିଲେ । ଅବଶ୍ୟ, ଦଳର ସକ୍ରିୟ କର୍ତ୍ତା ଗୋଷ୍ଠୀ ଏଗୁଡ଼ିକର ତୁଳନାରେ ବହୁତ ଅଧିକ ସୁବିଧା ସୁଯୋଗ ସର୍ବତ୍ର ହାସଲ କରିପାରୁଥିଲା ସତ, ମାତ୍ର ସେହି ସବୁ ଦେଶରେ ବଜାର-ଅର୍ଥନୀତି ଦ୍ଵାରା ପରିଚାଳିତ ଅଧିକାଂଶ ଦେଶର ତୁଳନାରେ ସମାଜବାଦୀ ଦେଶର ଜଣେ ସାଧାରଣ ନାଗରିକ ଅବଶ୍ୟ ଅଧିକ ଉପକୃତ ହେଉଥିଲା । ତଥାପି, ପ୍ରାୟ ଏକ ଆଦର୍ଶବାଦର ଗାମ୍ଭୀର୍ଯ୍ୟ ଦେଇ ସମାଜବାଦୀ ଦେଶ ବ୍ୟବସ୍ଥାଟି ଏକ ଅର୍ଥନୈତିକ ଗଣତନ୍ତ୍ରର ପ୍ରବର୍ତ୍ତନ ଦ୍ଵାରା ହାସଲ କରାଯାଇଥିବା ସେହି ସମାନତା ଭିତରେ ଆଖର ବହୁତ ଅଭାବ ରହି ଯାଉଥିଲା ବୋଲି କ୍ରମଶଃ ଜଣା ପଡ଼ିଲା ଓ ତାହା ହିଁ ଏକ ବିଘଟଣର କାରଣ ହେଲା । କେବଳ ରାଜନୀତିର କ୍ଷେତ୍ରରେ ନୁହେଁ, ଅର୍ଥନୀତିରେ ମଧ୍ୟ ଅଭାବ ରହି ଯାଇଥିଲା । ରାଜନୀତିର କ୍ଷେତ୍ରରେ ଏଲ ସ୍ଥାୟୀ ପ୍ରକ୍ରିୟାକୁ ନିର୍ଭରଯୋଗ୍ୟ ଭାବରେ ରଖି ହେଲା ନାହିଁ, ଯାହା ଦ୍ଵାରା କି ଅର୍ଥନୀତି ତଥା ରାଜନୀତି ଦୁଇଟିଯାକ ଜୀବନରେ ସକଳ ବ୍ୟବସ୍ଥା ପରସ୍ପରର ଅଧିକ ନିକଟବର୍ତ୍ତୀ ହୋଇ ଆସିବେ ଓ ଗୋଟିଏ ଅଧିକ ନ୍ୟାୟ-ଭିତ୍ତିକ ସମାଜକୁ ସାକାର କରି ଆଣିପାରିବେ । କାରଣ, କେବଳ ଅର୍ଥନୈତିକ ସମାନତା କିମ୍ବା କେବଳ ରାଜନୈତିକ ଗଣତନ୍ତ୍ର-ବ୍ୟବସ୍ଥା ନାଗରିକ ମାତ୍ରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନର ସହିତ ଜୀବନ ବଞ୍ଚିବାର ସୁଯୋଗଟିକୁ ଆଣି ଦେଇ ପାରିବ ନାହିଁ । ଦୁଇଟିଯାକକୁ ଯୁଗପତ୍ ଭାବରେ ହିଁ କ୍ରିୟାଶୀଳ ରହିବାକୁ ପଡ଼ିବ ।

 

ସାମ୍ୟବାଦୀ ଦେଶମାନଙ୍କରେ ଅର୍ଥନୀତିର କ୍ଷେତ୍ରରେ ଅଧିକ ଗୁରୁତ୍ଵ ଦିଆଯାଇ ରାଜନୀତିକ ଗଣତନ୍ତ୍ରର ସେହି ଅନ୍ୟଟି ଦିଗଟି ପ୍ରତି ଯେପରି ଅବହେଳା ପ୍ରଦର୍ଶନ କରାଗଲା, ସେଇଟିକୁ ଆମେ ଭାରତବର୍ଷରେ ଲାଭ କରିଥିବା ଘଟଣାଟିର ଠିକ୍ ବିପରୀତ ବୋଲି ବୁଝିବା । ଗଣତନ୍ତ୍ର ଦ୍ଵାରା ଶାସିତ ଭାରତବର୍ଷ, ସ୍ଵାଧୀନତା ଲାଭ କରିବାର ଅବ୍ୟବହିତ ପରେ ରାଷ୍ଟ୍ରଦ୍ଵାରା ପରିଚାଳିତ ଉଦ୍ୟୋଗୀକରଣର ଗୋଟିଏ କାର୍ଯ୍ୟକ୍ରମ ଉପରେ ବହୁତ ପରିମାଣରେ ଗୁରୁତ୍ଵ ଦେଇଥିଲା, ମାତ୍ର ସେହି ଦୃଷ୍ଟିରୁ ଆଦୌ ଉପଯୁକ୍ତ ମାର୍ଗଟିଏ ଗ୍ରହଣ କରିପାରିଲା ନାହିଁ, ଯାହାକି ଦେଶକୁ ଏପରି ଏକ ସ୍ଥିତି ଆଡ଼କୁ ପାହାଚ ପାହାଚ ପରିଚାଳିତ କରିନେବ ଏବଂ ତାହା ଫଳରେ ସମାଜରେ ସବୁରି ସକାଶେ କର୍ମନିଯୁକ୍ତି ସମ୍ଭବ ହେବ, ସମସ୍ତେ ସର୍ବନିମ୍ନ ସ୍ୱାସ୍ଥ୍ୟ-ବ୍ୟବସ୍ଥାର ସୁଯୋଗ ପାଇବେ, ଶିକ୍ଷାର ପ୍ରଶସ୍ତ ବନ୍ଦୋବସ୍ତ ହେବ ତଥା ସମସ୍ତଙ୍କୁ ଏକ ସାମାଜିକ ନିରାପତ୍ତା ମଧ୍ୟ ଯୋଗାଇ ଦିଆଯାଇ ପାରୁଥିବ । ସେହି ଅସୁବିଧାଟି ଦୀର୍ଘ ଏହି ବହୁ ବର୍ଷ ହେଲା;ସର୍ବଦା ହିଁ ବଳବତ୍ତର ରହିଛି । ଭାରତବାସୀ ସେମାନଙ୍କର ରାଜନୀତିକ ଅଧିକାରଚୟ ପାଇଛନ୍ତି ମାତ୍ର ସୁସ୍ଥ ତଥା ଶ୍ଵସ୍ତିର ସହିତ ଜୀବନ ବଞ୍ଚି ପାରିବା ସକାଶେ ଅନୁରୂପ ଜୀବିକାଟିଏ ଖୋଜି ପାଇବାର ଆର୍ଥିକ ଅଧିକାର ଗୁଡ଼ିକୁ ତଥାପି ଲାଭ କରିନାହାନ୍ତି । ଅର୍ଥନୀତି କ୍ଷେତ୍ରର ଉଦାରୀକରଣ କରାଯାଇ ଅଥବା କରା ନଯାଇ ମଧ୍ୟ ସେହି ସ୍ଥିତିଟି ସମ୍ଭବ ହୋଇ ପାରିନାହିଁ । ଏବଂ, ବର୍ତ୍ତମାନ ଏକଥାଟି ମଧ୍ୟ ଆମ ସମସ୍ତଙ୍କ ସକାଶେ ଗୋଚର ହୋଇଯାଇଛି ଯେ, ବଜାର ଦ୍ଵାରା ପରିଚାଳିତ ହେଉ ବା ରାଷ୍ଟ୍ର ଦ୍ଵାରା ଘୋଷିତ ସେହି ସମାଜବାଦୀ ଢାଞ୍ଚାରେ ହେଉ ପଛକେ, ଦୁଇଟି ମଧ୍ୟରୁ କୌଣସିଟି ହିଁ ଏହାର ସମାଧାନ ଲାଗି ଏକ ଉତ୍ତର ପାଇନାହାନ୍ତି ।

 

ଅର୍ଥନୀତିର କ୍ଷେତ୍ରରେ, ସାଧାରଣତଃ ମୌଳିକ ବୋଲି ପରିଚିତ ସେହି ସମାଜବାଦୀ ଢାଞ୍ଚାଟି ସମୟକ୍ରମେ ଅତ୍ୟନ୍ତ ସାଂଘାତିକ ଭାବରେ ଦୁର୍ବଳ ବୋଲି ହିଁ ପ୍ରତିପାଦିତ ହୋଇ ଯାଇଥିଲା । ରାଷ୍ଟ୍ରର ତତ୍ତ୍ଵାବଧାନରେ କରାଯାଉଥିବା ଆୟର ସ୍ଥାନାନ୍ତରଣ କାର୍ଯ୍ୟକ୍ରମଟି, ଯାହାକି ସାଧାରଣତଃ ଏକ କଠୋର ଅମଲାତନ୍ତ୍ରର ନାନାବିଧ ହସ୍ତକ୍ଷେପ ଦ୍ଵାରା ବିପର୍ଯ୍ୟସ୍ତ ହେଉଥାଏ, ପ୍ରକୃତରେ ଦୁଇଟି ସମସ୍ୟାର ସୂତ୍ରପାତ କଲା । ବଜାର–ଅର୍ଥନୀତି ଆଡ଼େ ଆଗ୍ରହ ରଖୁଥିବା ଅର୍ଥନୀତିଜ୍ଞମାନେ ଯଥାର୍ଥରେ ଅଙ୍ଗୁଳି-ନିର୍ଦ୍ଦେଶ କରିଦେଇ କହୁଛନ୍ତି ଯେ ଏହାଦ୍ଵାରା ବ୍ୟକ୍ତି ନିଜର ଇଚ୍ଛା ଦ୍ଵାରା ପ୍ରେରିତ ହେଇ ଆଦୌ କିଛି ଆରମ୍ଭ କରିବା ଲାଗି ଉତ୍ସାହିତ ହେଉନାହିଁ ଏବଂ ତାହା ଫଳରେ ନାନାଭଳି ତାତ୍କାଳିକ ସହାୟତାମାନ ପ୍ରଦାନ କରି କରି ରାଷ୍ଟ୍ର ନିଜ ବଜେଟ୍ ସମ୍ବନ୍ଧୀ ଅଧିକରୁ ଅଧିକ ନାନା ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ୁଛି । ସରକାରୀ କାରବାର-ସଂସ୍ଥା ଗୁଡ଼ିକର ଘରୋଇକରଣ ହେଉ ବୋଲି ଦାବି କରି କରା ଯାଉଥିବା ବିତର୍କଟିରେ ଏବେ ତ ଏହି କଥାଗୁଡ଼ିକ ଉପରେ ଅଧିକ ଜୋର ମଧ୍ୟ ପ୍ରାୟ ସବୁଠାରେ ଦିଆଯାଉଛି । କେବଳ ଭରତବର୍ଷରେ ନୁହେଁ, ଚୀନ ତଥା ଭିଏତ୍‍ନାମରେ ଚାଲିଥିବା ଅର୍ଥନୈତିକ ଉଦାରୀକରଣର କ୍ଷେତ୍ରରେ ମଧ୍ୟ ସେହି ଆପତ୍ତିମାନ ହେଉଛି । ସେହି ଦେଶମାନେ ଅଧିକରୁ ଅଧିକ ମାତ୍ରାରେ କେନ୍ଦ୍ରରେ ହିଁ ସକଳ ଯୋଜନାକୁ କରାଯିବାର ପଦ୍ଧତି ଏବଂ ରାଷ୍ଟ୍ରର ତତ୍ତ୍ଵାବଧାନରେ କ୍ରିୟାଶୀଳ କର ଯାଉଥିବା, କଲ୍ୟାଣ-ବ୍ୟବସ୍ଥାରୁ ଦୂରକୁ ହିଁ ଚାଲି ଯାଉଛନ୍ତି, ଏବଂ ଅନ୍ୟ ପକ୍ଷରେ ସେହି ଆରମ୍ଭ କାଳରେ ଗୋଟିଏ ରାଜନୀତିକ ଦଳ ଦ୍ଵାରା ଚାଲିଥିବା ଶାସନ ବ୍ୟବସ୍ଥାଟିକୁ ମଧ୍ୟ ପୂର୍ବ ପରି ଅତ୍ୟନ୍ତ କଠୋର ଭାବରେ ଚଳାଇ ରଖିଛନ୍ତି । ରାଜନୀତିକ ଲୋକତାନ୍ତ୍ରିକ ଗଢ଼ଣଟି ସହିତ ଏତେ ଟିକିଏ ମାତ୍ରାରେ ହେଉ ପଛକେ, କିଛି ଆର୍ଥିକ ଲୋକତନ୍ତ୍ରୀୟ ପ୍ରବର୍ତ୍ତନ ସମ୍ଭବ କରିବାର କ୍ଷେତ୍ରରେ ସ୍ପଷ୍ଟତଃ ଏକ ଧର୍ମସଙ୍କଟର ସମ୍ମୁଖୀନ ହେଉଥିବା ବର୍ତ୍ତମାନର ଭାରତବର୍ଷୀୟ ବ୍ୟବସ୍ଥାଟିର ଠିକ୍ ବିପରୀତ ଦିଶାରେ ଗତି କରିବାକୁ ସେମାନେ ବାଧ୍ୟ ହେଉଛନ୍ତି; ଅର୍ଥାତ୍, ଅର୍ଥନୀତିର କ୍ଷେତ୍ରରେ ଏକ ଉଦାରୀକାରଣର ନୀତି ଅନୁସରଣ କରି ରାଜନୀତିକ ବ୍ୟବସ୍ଥାରେ ଆଦୌ କିଛି ପରିମାଣ ଲୋକାଧାରିତ ପଦ୍ଧତିଟିଏ ମଧ୍ୟ ସମ୍ଭବ କରି ପାରୁନାହାନ୍ତି ।

 

ଏକ-ଦଳୀୟ ଶାସନପଦ୍ଧତିକୁ ଚଳାଇ ଓ ଯୁଗପତ୍ ଭାବରେ ଏଣେ ଅର୍ଥନୀତିର କ୍ଷେତ୍ରରେ ଉଦାରୀକରଣ କରାଇ ବିଭିନ୍ନ ସାମ୍ୟବାଦୀ ଦେଶମାନେ ପ୍ରକୃତରେ ଅତ୍ୟନ୍ତ ଅଲଗା ଅଲଗା ପ୍ରକାରର ଅଭିଜ୍ଞତା ମଧ୍ୟ ଲାଭ କରିଛନ୍ତି । ପୂର୍ବ-ଇଉରୋପ ଓ ସୋଭିଏଟ୍ ଇଉନିଅନରେ ଏକ-ଦଳୀୟ ରାଜନୀତିକ ଢାଞ୍ଚାଗୁଡ଼ିକ ଭୁଷୁଡ଼ି ପଡ଼ିବା ହେତୁ ଅନୁସୃତ ଆର୍ଥିକନୀତିଗୁଡ଼ିକରେ ମଧ୍ୟ ତୁମୂଳ ହେରଫେରମାନ କରିବାକୁ ପଡ଼ିଥିଲା । ଏହିପରି ହିଁ ହେବା ଲାଗି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ବିଶ୍ଵବ୍ୟାଙ୍କରୁ ଢେର ହିମ୍ମତ ବି ମିଳିଲା, କେତେ ଆମେରିକୀୟ ପ୍ରଖ୍ୟାତ ବିଶ୍ଵବିଦ୍ୟାଳୟ ମଧ୍ୟ ସାହାଯ୍ୟ କଲେ । ସଂପ୍ରତି ଏକଦା ଆସୀନ ସାମ୍ୟବାଦୀ ଶାସନତନ୍ତ୍ର ଗୁଡ଼ିକୁ ସେମାନଙ୍କର ବିଶେଷଜ୍ଞମାନେ ମୁହୂର୍ମୁହୂଃ ଯା’ଆସ କଲେ ଓ ଆମେରିକା ଯୁକ୍ତ ରାଜ୍ୟରେ ବହୁ ପ୍ରଶସ୍ତତା ସହିତ କ୍ରିୟାଶୀଳ ହୋଇ ରହିଥିବା ବଜାର-ଆର୍ଥିକନୀତିର ଏକ ପ୍ରକାରର ତୁମୂଳ ପ୍ରଚାର କରିବାକୁ ଲାଗିଲେ । ସେମାନେ ଖୁବ୍ ପ୍ରତ୍ୟୟ ଦେଇ କହୁଛନ୍ତି ଯେ, ଏକ ରାଜନୀତିକ ଗଣତନ୍ତ୍ର ଦ୍ଵାରା ପ୍ରତ୍ୟେକ ବ୍ୟକ୍ତିକୁ ଧନୀ ହେବା ପାଇଁ ଅବାଧ ସ୍ଵାଧୀନତା ମିଳି ପାରିବ । ସବୁରି ସକାଶେ ସୁଯୋଗ ଖୋଲି ଦେଇଥିବା ସେହି ଦେଶ ବ୍ୟବସ୍ଥାରେ ଯଦି କେହି ଧନୀ ହୋଇ ନପାରିଲା, ତେବେ ତାହାକୁ ତା’ର ନିଜ ଦୋଷ ବୋଲି ହିଁ କହିବାକୁ ହେବ । ଅଧିକ ଅର୍ଥ କମାଇବା ନିମନ୍ତେ ଅଧିକରୁ ଅଧିକ ଅନୁକୂଳତା ତଥା ପ୍ରୋତ୍ସାହନ ଯୋଗାଇ ଦେଇ ‘ସମର୍ଥ’ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବା ସକାଶେ ଆପଣାର ଆର୍ଥିକ ଏବଂ ବିତରଣକ୍ଷେତ୍ରୀୟ କାର୍ଯ୍ୟଗୁଡ଼ିକ ଯଥାସମ୍ଭବ ଅଧିକ ପରିମାଣରେ ପ୍ରତ୍ୟାହାର କରିନେବା ହିଁ ସେତେବେଳେ ରାଷ୍ଟ୍ରର କାର୍ଯ୍ୟ ହିଁ ହେବ, ବଜାର-ଆଗ୍ରହୀ ଆଦର୍ଶଟି ତେଣୁ ସେହି ପରାମର୍ଶଟି ଦେବାରେ ଲାଗିଛି ।

 

ଜୀବନ ଓ ପୃଥିବୀ ବିଷୟରେ ଏହି ଯେଉଁ ଖାସ୍ ଦୃଷ୍ଟିଟି, ଭୁଷୁଡ଼ି ପଡ଼ିଥିବା ସାମ୍ୟବାଦୀ ଶାସନଯନ୍ତ୍ର ଗୁଡ଼ିକର ଅମଲା-ଅଧିକୃତ ଏବଂ ରାଷ୍ଟ୍ରଦ୍ଵାରା ନିୟନ୍ତ୍ରିତ ଆର୍ଥିକ ଜୀବନଟିର ତୁଳନାରେ ତାହା ସଂପୂର୍ଣ୍ଣ ଭାବରେ ଏକ ବିପରୀତ ଆଭିମୁଖ୍ୟର ଅବତାରଣା କରିଥିଲା । ପ୍ରଥମ ଅନୁଭବରେ ହିଁ ତାହା ସାଧାରଣ ଲୋକମାନଙ୍କର ଆଖିକୁ ମଧ୍ୟ ଅତ୍ୟନ୍ତ ଆକର୍ଷଣ ମନେହେଲା । ଫଳରେ ତାହା ଏକ ନିତାନ୍ତ ଅପରିଚ୍ଛନ୍ନ ପ୍ରକାରର ପୁଞ୍ଜିବାଦବତ୍ କାମ କଲା ଏବଂ ତଦ୍ଦ୍ଵାରା ଏକ ମୁଷ୍ଟିମେୟ ଅତିମାତ୍ରାରେ ଧନୀ ବ୍ୟକ୍ତିଙ୍କର ଆବିର୍ଭାବ ହେଲା । ରୁଷିଆ ଦେଶର ସେହି ସଦ୍ୟଧନବାନ୍ ଅଳ୍ପତନ୍ତ୍ରଟି ବର୍ତ୍ତମାନ ପ୍ରବର୍ତ୍ତିତ ଘରୋଇକରଣର କାର୍ଯ୍ୟକ୍ରମଟି ଦ୍ୱାରା ବିପୁଳ ପରିମାଣରେ ଧନବାନ୍‍ ହୋଇ ପାରିଲା । ନାନା ଦୁର୍ନୀତି-ଆଚରଣ ଭିତରେ ବାନ୍ଧି ହୋଇ ରହିଥିବା ସେହି ମଉକାଟିର ସୁଯୋଗ ନେଇ ସେହି ଧନୀମାନେ ନିତାନ୍ତ ମାମୁଲି ଅର୍ଥ ଦେଇ ସରକାରୀ ଉତ୍ପାଦନ ସଂସ୍ଥା ଗୁଡ଼ିକୁ କ୍ରୟ କରିନେଇ ପାରିଲେ । ଅନେକ ସମୟରେ ସେମାନେ ରାଷ୍ଟ୍ର ତଥା ଦଳ ସହିତ ରହିଥିବା ପୂର୍ବରୁ ସମ୍ପର୍କଗୁଡ଼ିକର ମଧ୍ୟ ସୁଯୋଗ ନେଇଥିଲେ, ତା’ ସହିତ ରାଷ୍ଟ୍ର ଏବଂ ସରକାରୀ କ୍ଷେତ୍ରରେ ପ୍ରଚଳିତ ହୋଇ ଆସିଥିବା ସାମାଜିକ ନିରାପତ୍ତାର ପ୍ରବଳଗୁଡ଼ିକ ଆଉ କାର୍ଯ୍ୟକାରୀ ନହୋଇ ପାରିବା ଫଳରେ ଲୋକ ସମୂହର ଗୋଟିଏ ଢେର ସଂଖ୍ୟାର ଭାଗ ମଧ୍ୟ ଅର୍ଥନୈତିକ ଗୁଜରାଣର କ୍ଷେତ୍ରରେ ବହୁ ନୈରାଶ୍ୟ ଏବଂ ଦାରିଦ୍ର୍ୟର ସମ୍ମୁଖୀନ ହୋଇଥିଲେ । ପୂର୍ବରୁ ଅମଲାତନ୍ତ୍ରୀୟ କର୍ତ୍ତୃତ୍ଵ ଦ୍ଵାରା ପରିଚାଳିତ ହେଉଥିବା ସାମ୍ୟବାଦ ସମୟରେ ସେମାନେ ଏପରି ଉତ୍କଟ କୌଣସି ଦୁରବସ୍ଥାକୁ ଆଦୌ ଭୋଗ କରିନଥିଲେ । ତେଣୁ, ଏହି ଯାବତୀୟ ଚରମ ନୂତନ ପଦ୍ଧତିଗୁଡ଼ିକ ବଜାର-ଅର୍ଥନୀତିର ଆଦର୍ଶକୁ ଗ୍ରହଣ କରୁଥିବା ସରକାରମାନେ ଖୁବ୍ ଶୀଘ୍ର ସାଧାରଣ ନିର୍ବାଚନଗୁଡ଼ିକ ଦ୍ଵାରା ପ୍ରତ୍ୟାଖ୍ୟାତ ହେଲେ ।

 

ଚୀନ୍ ଓ ଭିଏତ୍‍ନାମରେ ଘଟିଥିବା ଘଟଣାଟି ଅବଶ୍ୟ ଏକ ଭିନ୍ନ ଚିତ୍ର ପ୍ରଦାନ କରୁଛି । ଏହି ଦୁଇଟି ଦେଶ ମଧ୍ୟ ବଜାର ଅଭିମୁଖୀ ଅର୍ଥନୀତିକୁ ଗ୍ରହଣ କରିଛନ୍ତି ସିନା, ମାତ୍ର ଏକ ଭିନ୍ନ କ୍ରମର ପରିମାଣର ସମ୍ମୁଖୀନ ହେଉଛନ୍ତି । ଏହି ଦୁଇ ଦେଶରେ ମଧ୍ୟ ଏକଦଳୀୟ କଠୋର ଶାସନ ଅବଶ୍ୟ ଚାଲିଛି । ଯେତିକି ସମ୍ବାଦ ତଥା ହିସାବ ମିଳିବା ସମ୍ଭବ ହେଉଛି, ସେଠାରେ ଅଞ୍ଚଳ ଅଞ୍ଚଳ ଭିତରେ ଅସମାନତାମାନେ ବଢ଼ିଛନ୍ତି, ବିଭିନ୍ନ ବୃତ୍ତି ଓ ବ୍ୟକ୍ତିମାନଙ୍କ ଭିତରେ ଅସମାନତା ବୃଦ୍ଧି ପାଇଛି ଏବଂ ପ୍ରଥମଥର ପାଇଁ ଦୁଇଟିଯାକ ଦେଶରେ ଲୋକମାନେ ବେକାର ମଧ୍ୟ ହେଉଛନ୍ତି । ଅର୍ଥ ବ୍ୟବସ୍ଥାର କ୍ଷେତ୍ରରେ ଅନୁସୃତ ଉଦାରୀକରଣର ସକଳ ବ୍ୟବସ୍ଥା ଉପରେ ରାଷ୍ଟ୍ର ତଥା ଦଳର ପୂର୍ଣ୍ଣ ନିୟନ୍ତ୍ରଣ ରହିଛି । ତଥାପି ଏକାଧିକ ଅଞ୍ଚଳରେ ସର୍ବନିମ୍ନ ସ୍ୱାସ୍ଥ୍ୟ ତଥା ଶିକ୍ଷାର ବ୍ୟବସ୍ଥା ପୂର୍ବ ତୁଳନାରେ ବହୁତ ପରିମାଣରେ ଅଧିକ ଖରାପ ହୋଇଛି, ଏବଂ ଯେଉଁମାନଙ୍କର ରାଷ୍ଟ୍ରୀୟ ବ୍ୟବସ୍ଥା ଭିତରେ ନିୟମିତ କୌଣସି ଚାକିରି ନାହିଁ ସେମାନଙ୍କର ବିଶେଷ କ୍ଷତି ହୋଇଛି । ଚୀନରେ ଆର୍ଥିକ ଘରୋଇକରଣର ସମବର୍ତ୍ତୀ ଭାବେ ପ୍ରାୟ ରାଜନୀତିରେ ଯେଉଁ ଉଦାରୀକରଣର କ୍ଷେତ୍ରରେ ସେପରି କିଛିହେଲେ ଘଟିନାହିଁ, ଏହିସବୁ କ୍ଷେତ୍ରରେ ଆର୍ଥିକ ଗଣତନ୍ତ୍ର ସହିତ କିପରି ଭାବରେ କିଛି ରାଜନୀତି କ୍ଷେତ୍ରରେ ଗଣତନ୍ତ୍ର ମଧ୍ୟ ଯୋଡ଼ି ରଖାଯାଇ ପାରିବ, ଏହି ସମସ୍ୟାଟିର ଆମକୁ ଆଦୌ କୌଣସି ଉତ୍ତର ମିଳୁଥିବା ପରି ମୋଟେ ବୋଧ ହେଉନାହିଁ ।

 

ସମ୍ପୂର୍ଣ୍ଣ ଭାବରେ ଏକ କେନ୍ଦ୍ର ନିର୍ଭର ଆର୍ଥିକ ଯୋଜନାରୁ ଏକ ବଜାର-ପଦ୍ଧତି ଗ୍ରହଣ କରିବାର ଏହି ଯେଉଁ ପଟ-ପରିବର୍ତ୍ତନରୁ ପ୍ରାପ୍ତ ନାନା ଅଭିଜ୍ଞତା, ସେଥିରୁ ଭାରତବର୍ଷର ଆମମାନଙ୍କ ସକାଶେ, ଅବଶ୍ୟ ଗୋଟିଏ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଶିକ୍ଷା ଲାଭ କରିବାର ଅଛି । ଏହି ଅଭିଜ୍ଞତା ଗୁଡ଼ିକର କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ବିଧି-ଉପହାସ ହୁଏତ ରହିଛି, ଯେଉଁଟି କି ଭାରତୀୟ ଘରୋଇକରଣର ଉତ୍ସାହୀ ସମର୍ଥକ ତଥା ବିରୋଧକାରୀ କୌଣସି ପକ୍ଷଟିର ମଧ୍ୟ ଯଥେଷ୍ଟ ଦୃଷ୍ଟି ଆକର୍ଷଣ କରି ପାରିନାହିଁ । ଉକ୍ତ ପରିହାସଟି ବସ୍ତୁତଃ ଏହିପରି ଯେ, ପୂରା ସାହାଣମେଲା ଉଦାରୀକରଣ ଦ୍ଵାରା, ଏପରିକି ଭଳି ଭଳି ସମାଜବାଦୀ ଉତ୍ସାହବାକ୍ୟ ଦ୍ଵାରା ତାକୁ ଯେତେ ରସାଳ କରି କହୁଥିଲେ ମଧ୍ୟ ଉତ୍କଟ ଅସମାନତାମାନେହିଁ ସମ୍ଭବ ହୁଅନ୍ତି ଏବଂ ରାଷ୍ଟ୍ରକୁ ହିଁ ସେଗୁଡ଼ିକ ବିଷୟରେ କିଛି ନା କିଛି କରିବାକୁ ପଡ଼େ । ଏହି କ୍ଷେତ୍ରରେ ଭାରତବର୍ଷରେ ଯେଉଁ ଶିକ୍ଷା ପ୍ରାପ୍ତ ହୋଇଛି, ତାହାକୁ ବେଶ୍ ଅଶ୍ଵସ୍ତିକର ବୋଲି କୁହାଯାଇ ପାରିବ । କୌଣସି ବିକାଶଶୀଳ ଦେଶରେ ଅର୍ଥନୈତିକ ଉଦାରୀକରଣର କ୍ଷେତ୍ରରେ ସମ୍ପୃକ୍ତ ସେହି ରାଷ୍ଟ୍ରକୁ ପ୍ରକୃତରେ କିଭଳି ଭୂମିକାଟିଏ ଗ୍ରହଣ କରିବାକୁ ପଡ଼ିବ, ସେହି ବିଷୟରେ ମୂଳତଃ ପ୍ରାୟ ଏକ ଉଦାସୀନତା ଦ୍ଵାରା ପ୍ରପୀଡ଼ିତ ଏକ ଅରୁଆ/ଉଷୁନା ମାନସିକ ଦୃଷ୍ଟିକୋଣ ରହିଆସିଛି । ଗୋଟିଏ ପକ୍ଷରେ, ସେହି ସ୍ଥିତିରେ ରାଷ୍ଟ୍ରର ସେପରି କୌଣସି ପ୍ରଧାନ ଭୂମିକା ନରହୁ ବୋଲି ମଧ୍ୟ କୁହାଯାଉଛି । ଏବଂ ଅନ୍ୟ ପକ୍ଷରେ, ସେହି ଯୁକ୍ତିଟିକୁ କରୁଥିବା ବ୍ୟକ୍ତିମାନେ ବଜାର-ଅର୍ଥନୀତିଟାର ଅଧିକ ସଫଳତା ନିମନ୍ତେ ରାଷ୍ଟ୍ର ସବୁପ୍ରକାର ପ୍ରୋତ୍ସାହନ ମଧ୍ୟ ଅବଶ୍ୟ ପ୍ରଦାନ କରିବାକୁ ଯେପରି ସମର୍ଥ ହେବ, ସେଥିଲାଗି ରାଷ୍ଟ୍ରକୁ ଅଧିକ ଶକ୍ତିସମ୍ପନ୍ନ କରାଯାଉ ବୋଲି ମତ ଦେଉଛନ୍ତି । ସେଥିପାଇଁ ଏପରି ଯୁକ୍ତିଟିଏ ହେଉଛି ଯେ, ଅର୍ଥନୀତିକ୍ଷେତ୍ରରେ ସର୍ବବିଧ କ୍ରିୟାତ୍ମକତା ଗୁଡ଼ିକର ପରିଚାଳନାରେ ରାଷ୍ଟ୍ର ଆଦୌ ଯଥେଷ୍ଟ ଦକ୍ଷତା ଦେଖାଉନାହିଁ ଓ ପ୍ରମୁଖ ଭାବରେ ତା’ ନିଜର ହିଁ ପରିଚର୍ଯ୍ୟା କରୁଛି । ତେଣୁ, ନିତାନ୍ତ ପକ୍ଷେ ଯେତିକି ଅତ୍ୟାବଶ୍ୟକ, ରାଷ୍ଟ୍ରର ଅର୍ଥନୀତିଗତ ଭୂମିକାକୁ ସେତିକିକୁ ହିଁ ହ୍ରାସ କରି ଆଣିବା ଅଧିକ ପ୍ରଜ୍ଞାଯୁକ୍ତ ହେବ ବୋଲି ସେମାନେ ମତ ଦେଉଛନ୍ତି । ଏହିପରି ଏକ ସାଧାରଣ ନିଷ୍ପତ୍ତିକୁ ଆଧାର କରି ସେମାନେ ସରକାରୀ ଉଦ୍ୟୋଗ ଅର୍ଥାତ୍ ଉତ୍ପାଦନ-ସଂସ୍ଥା ଗୁଡ଼ିକର ଘରୋଇକରଣ କରାଯାଉ ବୋଲି ଯୁକ୍ତି କରୁଛନ୍ତି ଏବଂ ଏହିପରି ଭାବରେ ରାଷ୍ଟ୍ରର ରାଜସ୍ୱଗତ ନିଅଣ୍ଟ ପରିମାଣ ଉପରେ ଏକ ନିୟନ୍ତ୍ରଣ ରଖିବା ଦ୍ଵାରା ତା’ର ବ୍ୟୟକୁ କମ୍ କରି ଆଣିବାକୁ ଚାହୁଛନ୍ତି, ଏପରି ହେଲେ ସେମାନଙ୍କ ମତରେ ସରକାରୀ ବିତ୍ତୀୟ ସ୍ଥିତି ମଧ୍ୟ ସ୍ଥିର ଏବଂ ସୁସ୍ଥ ରହିପାରିବ, ଲୋକମାନେ ଦେଉଥିବା ଟିକସର ପରିମାଣ କମିବ । ତାହାରି ଫଳରେ ଘରୋଇ ପୁଞ୍ଜିଲଗାଣ ତଥା ଯୌଥ ନାନାବିଧ କାରବାର ମଧ୍ୟ ବେଶ୍ ପ୍ରୋତ୍ସାହନ ଲାଭ କରିବ । ତଦ୍ଦ୍ଵାରା ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସେମାନଙ୍କ ପାଖରୁ ସରକାର କରଜ ଋଣ ନେବାର ପଥଟି ଉପରେ ନିଜର ଏକ ନିୟନ୍ତ୍ରଣ ସମ୍ଭବ କରି ଅଧିକ ସ୍ଵନିୟନ୍ତ୍ରଣର ଏକ ଅବସ୍ଥାରେ ମଧ୍ୟ ରହିବ । ଆହୁରି କେତେ ଉପାୟ କରି ମଧ୍ୟ ତାହା କରିପାରିବ ।

 

ସାଂପ୍ରତିକ କାଳରେ ଚଳନ୍ତି ମୀମାଂସକ ଦର୍ଶନଟିର ଆୟତନ ମଧ୍ୟରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ଵ-ବ୍ୟାଙ୍କ୍ ପ୍ରଭୃତି ସଂସ୍ଥାମାନଙ୍କର ସମର୍ଥନ ଲାଭ କରୁଥିବା ଏହି ନୀତିଗୁଡ଼ିକ ବିଷୟରେ ଧରି ନିଆଯାଉଛି ଯେ, ତଦ୍ଦ୍ଵାରା ସେମାନେ ଉଚ୍ଚତର ଅଭିବୃଦ୍ଧି ତଥା ଯଥାସମ୍ଭବ ଅଧିକ ସମ୍ପନ୍ନତା ହାସଲ କରିବାର ଯାଦୁକରୀ କୁଞ୍ଚିକାଠିଟିକୁ ଆଣି ଆମ ହାତରେ ନିଶ୍ଚୟ ଧରାଇଦେବେ । ତଥାପି, ଏହି ଯେଉଁ ମତଟି ନିଜର ପାରମ୍ପରିକ ଅର୍ଥନୈତିକ କାର୍ଯ୍ୟକ୍ରମ ଗୁଡ଼ିକୁ ରାଷ୍ଟ୍ର ସୁଚାରୁରୂପେ ଚଳାଇ ପାରିବ ବୋଲି ବିଶ୍ଵାସ କରି ପାରୁନାହିଁ, ଅନ୍ୟ ପକ୍ଷରେ ସେହି ରାଷ୍ଟ୍ର ହିଁ ଆହୁରି ଅଧିକ ଜଟିଳ ଆର୍ଥିକ ନାନା ଦାୟିତ୍ଵକୁ ଯାବତୀୟ ଦୁର୍ନୀତି, ଉତ୍କୋଚଗ୍ରହଣ ତଥା ପରୋକ୍ଷ ଅର୍ଥପ୍ରଲୋଭନ ଆଦିର ଊର୍ଦ୍ଧ୍ଵରେ ରହି ତୁଲାଇପାରୁ ବୋଲି ମଧ୍ୟ ଆଶା କରୁଛି; ରାଷ୍ଟ୍ର ଉଦ୍ୟୋଗଗୁଡ଼ିକର ଘରୋଇକରଣ କରାଉ, ବହୁଜାତୀୟ ସଂସ୍ଥାମାନଙ୍କ ମାଧ୍ୟମରେ ବିଦେଶରୁ ପୁଞ୍ଜିର ଲଗାଣଗୁଡ଼ିକୁ ସମ୍ଭବ କରୁ ଅଥବା ଷ୍ଟକ୍ ମାର୍କେଟରେ ଅନ୍ତରୀଣ ବେପାର କାରବାର ଗୁଡ଼ିକୁ ବନ୍ଦ କରାଉ, ଇତ୍ୟାଦି, ଇତ୍ୟାଦି । ତାହା ଏଭଳି ମଧ୍ୟ ବିଶ୍ଵାସ କରୁଛି ଯେ, ନାନା ଅନ୍ୟ ଭାବେ ବିଶ୍ଵାସର ଅଯୋଗ୍ୟ ହୋଇ ରହିଥିବା ସେହି ରାଷ୍ଟ୍ରର ବୈଧତାର କ୍ଷେତ୍ରରେ ଆଦୌ କୌଣସି ସାଲିଶ୍‍ର ଅବକାଶ ନରହୁ, କାରଣ କେବଳ ରାଷ୍ଟ୍ରର ପ୍ରୟାସ ଦ୍ଵାରା ହିଁ ଶ୍ରମିକ ଏବଂ ବଜାର ମଧ୍ୟରେ ଏକ ସମ୍ବନ୍ଧଗତ ସହଜ ସ୍ଥିତି ସମ୍ଭବ ହୋଇ ପାରିବ । ହଁ, ରାଷ୍ଟ୍ରର ଏହି ଦ୍ଵିବିଧ କରଣୀୟ ବିଷୟରେ ରାଷ୍ଟ୍ରର କଳ୍ପନା କରାଯାଉଥିବ ଓ ଏଣେ ରାଷ୍ଟ୍ର ସାଧାରଣ ପ୍ରୟୋଜନର କୌଣସି ସଂସ୍ଥା ବା ସଂଗଠନକୁ ଚଳାଇ ପାରିବ ନାହିଁ ବୋଲି ସଂଶୟ ପ୍ରକାଶ ପାଉଥିବ ଓ ପୁଣି ସେହି ରାଷ୍ଟ୍ର ହିଁ ଆହୁରି ଅଧିକ ଦାୟିତ୍ଵ ରହିଥିବା ଏତେ ଏତେ ଅନ୍ୟ କାର୍ଯ୍ୟଗୁଡ଼ିକୁ ଦକ୍ଷତା ସହିତ ସମ୍ପନ୍ନ ମଧ୍ୟ କରିବାକୁ ସମର୍ଥ ହେବ, ଏହିପରି ଦ୍ଵିବିଧ ମତ ପୋଷଣ କରିବାକୁ ହେଲେ ଆମକୁ କାର୍ଯ୍ୟତଃ ନିଜର ଅନ୍ଦାଜ ଏବଂ କଳନାଗୁଡ଼ିକର କ୍ଷେତ୍ରରେ ନିତାନ୍ତ ଦ୍ଵିବିଧ ହୋଇ ରହିବାକୁ ହୁଏତ ପଡ଼ିବ । ଏବଂ, ଠିକ୍ ଏହିଠାରେ ହିଁ ଆମ ପାଇଁ ଚୀନ ତଥା ଭିଏତ୍‍ନାମରୁ ମିଳୁଥିବା ଶିକ୍ଷାଟିର ବହୁତ ମହତ୍ତ୍ଵ ରହିଛି । ସେମାନେ ଏକ ଚଉକଷ ହୋଇ ଭିଡ଼ା ହୋଇଥିବା ଦଉଡ଼ି ଉପରେ ପ୍ରକୃତରେ ବେଶ୍ ଚାଲି ପାରୁଛନ୍ତି । ସେମାନେ ଅର୍ଥନୀତିରେ ଉଦାରୀକରଣ କରୁଛନ୍ତି ଏବଂ ଅସମାନତା ଗୁଡ଼ିକୁ ଅଧିକ କରୁଛନ୍ତି ଓ ଅନ୍ୟ ପକ୍ଷରେ ସକଳ ପ୍ରକାରର ରାଜନୀତିକ ଭିନ୍ନ ମତକୁ କଡ଼ା ନିୟନ୍ତ୍ରଣ ମଧ୍ୟରେ ରଖିଛନ୍ତି । ଦେଶରେ ଏକଦଳୀୟ ଶାସନ ଚାଲିଛି । ରାଜନୀତିକ ଭିନ୍ନମତର ଅତି ଅଳ୍ପ ମାତ୍ରାରେ ଅନୁମତି ପାଉଥିବା ଗାରଗୁଡ଼ିକ ମଧ୍ୟରେ ରାଷ୍ଟ୍ର ହିଁ ଦେଶରେ ଚାଲୁଥିବା ଅର୍ଥନୈତିକ ଉଦାରୀକରଣର ସୂତ୍ର ତଥା ଶୃଙ୍ଖଳାଗୁଡ଼ିକୁ ନିର୍ଦ୍ଦିଷ୍ଟ କରି ଦେଇଛି ।

 

ଉଦାହରଣ ସ୍ୱରୂପ, ଧର୍ମଘଟ କରିବା ପାଇଁ ଶ୍ରମିକମାନଙ୍କର କୌଣସି ଅଧିକାର ନାହିଁ । ବିଶେଷ କରି ବିଦେଶୀ ପୁଞ୍ଜିର ଲଗାଣ ହୋଇଥିବା କ୍ଷେତ୍ର ଗୁଡ଼ିକରେ ସେହି ନିୟମଟି ଆହୁରି ଅଧିକ କଡ଼ା କରି ଲାଗୁ କରାଯାଇଛି । ବହୁ ଅଞ୍ଚଳକୁ ପ୍ଳାବିତ କରୁଥିବା ବା ପ୍ରଭାବିତ କରୁଥିବା ବୃହତ୍‍ ଦଳବଦ୍ଧ କିମ୍ବା ଉଦ୍ୟୋଗର ପ୍ରକଳ୍ପ ମାନଙ୍କରୁ ଗୃହ ଛାଡ଼ିଥିବା ବିସ୍ଥାପିତ ଲୋକମାନେ ଆପଣାର କୌଣସି ଅସନ୍ତୋଷକୁ ବ୍ୟକ୍ତ କରିବାର କୌଣସି ରାଜନୀତିକ ଅଧିକାର ନାହିଁ । ବହୁତ ବହୁତ ଅଞ୍ଚଳର ଲୋକବର୍ଗ ରାଷ୍ଟ୍ର ମୌଳିକ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ପ୍ରବନ୍ଧ ଗୁଡ଼ିକୁ ପ୍ରତ୍ୟାହୃତ କରି ନେଇଯିବାର ବିରୋଧରେ ପ୍ରତିରୋଧ କରିବାର କୌଣସି ମାଧ୍ୟମ ହିଁ ନାହିଁ । ପୂର୍ବର ସମାଜବାଦୀ ରାଜ୍ୟ ବ୍ୟବସ୍ଥାରେ ହିଁ ସେମାନଙ୍କୁ ସେହି ସୁବିଧାଗୁଡ଼ିକ ଦିଆଯାଇଥିଲା ।

 

ଏଇଟି ଭାରତୀୟ ସ୍ଥିତିଟି ଠାରୁ ପ୍ରକୃତରେ ଖୁବ୍ ଭିନ୍ନ । ବିଗତ ବର୍ଷଗୁଡ଼ିକରେ ବିକଶିତ କରି ଅଣା ଯାଇଥିବା ଆମର ଏହି ଚଳନ୍ତି ଲୋକଶାସନର ଗଢ଼ଣଟି ମଧ୍ୟରେ ଅନ୍ତତଃ ଏକ ସିଦ୍ଧାନ୍ତ ରୂପେ ପ୍ରତିବାଦ ନିମନ୍ତେ ଅବଶ୍ୟ ସ୍ଥାନ ରହିଛି । ତାହାରି ଫଳସ୍ୱରୂପ ଏହି ଯାବତୀୟ ବିପୁଳ ନାନାବିଧତା ସତ୍ତ୍ୱେ ଏହି ଦେଶରେ ନିୟୁତ ସଂଖ୍ୟାର ବିରୋଧ ତଥା ବିଦ୍ରୋହ ଲାଗି ମଧ୍ୟ ଅବଶ୍ୟ ଜାଗା ରହିଛି । ଏଇଟି ହେଉଛି ଆମର ଏକ ବଳ, ଏବଂ ଯୁଗପତ୍ ଭାବରେ ଗୋଟିଏ ଦୁର୍ବଳତା ବି-। ‘ଯେ ପର୍ଯ୍ୟନ୍ତ ଏକ ଯଥୋଚିତ ବେଗରେ ତା’ ସହିତ ଆମର ଆର୍ଥିକ ବିକାଶ ସମ୍ଭବ ହୋଇପାରୁନାହିଁ, ସେ ପର୍ଯ୍ୟନ୍ତ ତାହା ପ୍ରକୃତରେ ଏକ ଦୁର୍ବଳତା । ଏହି ଆପାତ ଦୁର୍ବଳତାକୁ ଆମେ ନିଶ୍ଚୟ ଏକ ଦୁର୍ଜୟ ବଳରୂପେ ବଦଳାଇ ଦେଇ ପାରନ୍ତେ ଯଦି ଆମେ ବସ୍ତୁତଃ ଉପଲବ୍‍ଧି କରି ପାରନ୍ତେ ଯେ, କେବଳ ଅର୍ଥନୈତିକ ସାମର୍ଥ୍ୟବୃଦ୍ଧି ହିଁ ଭାରତବର୍ଷର ଆର୍ଥିକ ସମସ୍ୟାଗୁଡ଼ିକର ସମାଧାନ କରି ପାରିବ ନାହିଁ । ଯାବତୀୟ ନିଷ୍ପତ୍ତି ଗ୍ରହଣ କରୁଥିବା ଆମର ଏହି ମନ୍ଥର ଗଣତାନ୍ତ୍ରିକ ପ୍ରକ୍ରିୟାଟିକୁ ଅବଶ୍ୟ ସୁସ୍ଥାୟୀ ତଥା ପୂର୍ଣ୍ଣଦୃଶ୍ୟମାନ୍ ଭାବରେ ଏକ କ୍ରିୟାଶୀଳ ସହଯୋଗର ପ୍ରଣାଳୀ ରୂପେ ବଦଳାଇ ଦିଆଯାଇ ପାରିବ, ଯାହାକି ଦେଶ ସ୍ତରର ସର୍ବବିଧ ଉଦ୍ୟମ ତଥା ପ୍ରୟାସରେ ନିତାନ୍ତ କଡ଼ଗୁଡ଼ିକରେ ଯାଇ ରହି ଯାଉଥିବା ଦରିଦ୍ର ଲୋକଗୋଷ୍ଠୀ ଗୁଡ଼ିକୁ ମଧ୍ୟ ସାଙ୍ଗକୁ ଆଣିବାରେ ସମର୍ଥ ହେବ । ସେମାନଙ୍କ ଜୀବନ ସହିତ ସମ୍ପୃକ୍ତ ଅନେକ ନିଷ୍ପତ୍ତି-ଗ୍ରହଣରେ ତେବେ ସେମାନେ ମଧ୍ୟ ଭାଗ ନେଇ ପାରିବେ ।

 

ସକ୍ରିୟ ଅଂଶଗ୍ରହଣର ସେହି ପ୍ରକୃତ ଗଣତାନ୍ତ୍ରିକ ପ୍ରକ୍ରିୟାଟିର ଭିନ୍ନ ଭିନ୍ନ ବିଶଦ ଦିଗଗୁଡ଼ିକୁ ଯୁଗପତ୍ ଭାବରେ ଜାତୀୟ ଏବଂ ଆନ୍ତର୍ଜାତୀୟ ବୋଲି କୁହାଯିବ । ଏଠାରେ ଆମେ ସେହି ଜାତୀୟ ଓ ଆନ୍ତର୍ଜାତୀୟ ଉଭୟ ଦିଗକୁ ଏକ ଭିନ୍ନ ଆଲୋକରେ ହିଁ ଦେଖିବାକୁ ଚେଷ୍ଟା କରିବା । ଉଦାହରଣସ୍ୱରୂପ, ଭାରତବର୍ଷ ଏବଂ ଚୀନ୍ ଭିତରେ ବର୍ତ୍ତମାନ ଯେଉଁ ପ୍ରତିଯୋଗିତାର ଦଉଡ଼ଟି ଦୃଷ୍ଟିଗୋଚର ହେଉଛି, ସେଇଟିକୁ କଦାପି ଏକ ଶାଳୀନତାହୀନ ଜାତୀୟତାବାଦ ବୋଲି କୁହାଯାଇ ପାରିବ ନାହିଁ । ଯାହାକି ଆମ ଦେଶଟିକୁ ଅଧିକ ସତ୍ଵରତା ସହିତ ଅଗ୍ରସର କରାଇନେବ ବା ଖୁବ୍ ଆଖିଦୃଶିଆ ଭାବରେ ତାହାକୁ ଗୋଟିଏ ମହା-ରାଷ୍ଟ୍ର ରୂପେ ପ୍ରତିଷ୍ଠିତ କରିବ । ଆମେ ଆମ ଦେଶରେ ତ ବିକାଶ ହାସଲ କରିବାର ଏପରି ଗୋଟିଏ ପଥଦେଖାଇ ନେଉଥିବା ନକ୍‍ସା ତିଆରି କରିବା, ଯାହାକି ଦେଶକୁ ଏକ ଭିନ୍ନ ଆୟାମରେ କଳ୍ପନା କରୁଥିବ । ଆମର କଳ୍ପିତ ସେହି ଲକ୍ଷ୍ୟଟି ମଧ୍ୟରେ ଏପରି ଦୁଇଟି ବିଷୟକୁ ଏକତ୍ର ପରସ୍ପରର ପରିପୂରକ ଭଳି ରଖାଯିବ, ଯେଉଁଥିରେ କି ଲୋକମାନେ ଏକ ଗଣତନ୍ତ୍ର ମଧ୍ୟରେ ସତକୁ ସତ ସକ୍ରିୟ ଭାବରେ ଅଂଶ ଗ୍ରହଣ କରୁଥିବେ, ବିଶେଷତଃ ଆମ ଦେଶର ଦରିଦ୍ର ଲୋକଗୋଷ୍ଠୀମାନେ ସେଇଟି ମଧ୍ୟରେ ଅନ୍ତର୍ଭୁକ୍ତ ହୋଇ ଅବଶ୍ୟ ରହିଥିବେ ଏବଂ ଅପରଦିଗରେ ସେହି ଦରିଦ୍ରମାନଙ୍କ ବିଷୟରେ ଅନୁକୂଳ ଅର୍ଥାତ୍ ସଚେତନ ରହି ସମୟକ୍ରମେ ଆମର ଦେଶ ଏକ ପ୍ରତ୍ୟୟ ଦାୟକ ଉଚ୍ଚ ମାତ୍ରାରେ ଆର୍ଥିକ ଅଭିବୃଦ୍ଧି ମଧ୍ୟ ହାସଲ କରୁଥିବ । ଅନ୍ୟଭଳି ଶବ୍ଦ ଦେଇ ସେହି କଥାଟିକୁ କହିଲେ, ଆମେ ଆମ ଦେଶଟିର ପ୍ରତ୍ୟେକ ନାଗରିକଙ୍କ ଲାଗି ଏକ ମାନବୋଚିତ ସମ୍ମାନବୋଧସମ୍ପନ୍ନ ଜୀବନକୁ ସମ୍ଭବ କରିବାର ଦଉଡ଼ରେ ହିଁ ଯଥେଷ୍ଟ ତ୍ଵରାର ସହିତ କ୍ରିୟାଶୀଳ ହେବା, ଆମେ ଏହି ଦେଶରେ ଆର୍ଥିକ ଓ ରାଜନୀତିକ ଉଭୟ କ୍ଷେତ୍ରରେ ଗଣତନ୍ତ୍ରକୁ ଯଥା ସମ୍ଭବ କମ୍ ସମୟରେ ପରସ୍ପରର ନିକଟବର୍ତ୍ତୀ କରି ଆଣିବା । ଏଥିରୁ ଆଦୌ ଏକ ଭୁଲ ଅର୍ଥ ଯେପରି କରାନଯିବ ଯେ ଜନଗଣଙ୍କ ଅଧିକାର, ଆମର ପରିବେଶ, ଆମ ଗଣତନ୍ତ୍ର ନାମକ ଏହି ସଂସ୍ଥାଟି ତଥା ନିଜର ଏକ ନିର୍ଦ୍ଦିଷ୍ଟ ଶୈଳୀରେ ବିକାଶ ହାସଲ କରୁଥିବା ଗୋଟିଏ ଜାତି ରୂପେ ଆମର ସଦା-ଅବିବାଦିତ ଏହି ସ୍ଵାଧୀନତା, ଏଗୁଡ଼ିକ ଆଡ଼କୁ ଆଖିମାନଙ୍କୁ ବୁଜି ଦେଇ ଓ ସେଗୁଡ଼ିକ ନିମନ୍ତେ ଅମାପ କ୍ଷତି ଘଟାଇ ଆମେ ଏଣେ ଯଥା ସମ୍ଭବ ଅଧିକ ଶୀଘ୍ରତା ସହିତ ଗୋଟିଏ ଜାତି ହିସାବରେ ଗୁଡ଼ାଏ ଅଭିବୃଦ୍ଧି ହାସଲ କରୁଥିବା । ଏଇ ସତ୍ୟଟିର ଏକ ଅନୁସିଦ୍ଧାନ୍ତ ସଦୃଶ, ଏହି କ୍ଷେତ୍ରରେ ଯେକୌଣସି ପ୍ରକାରେ ଅଧିକରୁ ଅଧିକ ପରିମାଣର ବିଦେଶୀ ପୁଞ୍ଜିକୁ ଆମ ଦେଶକୁ ଆକୃଷ୍ଟ କରି ଆଣି ଖଟାଇବାର ଆଦୌ କୌଣସି ପ୍ରକାରର ଧାଇଁବାର ମୋଟେ କୌଣସି ପ୍ରଶ୍ନ ହିଁ ଉଠୁନାହିଁ, ବରଂ, ପ୍ରକୃତ ଉଚିତ ମାର୍ଗଟି ହେଉଛି ଯେ, ଆମେ ଏଭଳି ଗୋଟିଏ ସୁସ୍ଥ ଦୃଷ୍ଟି ଅବଲମ୍ବନ କରିବା, ଯାହାକି, ଆମ ଦେଶର ଜନଗଣ ସମ୍ମାନର ସହିତ ବିକାଶ ଲାଭ କରିବାର ମୌଳିକ ଲକ୍ଷ୍ୟଟିରେ ପହଞ୍ଚିବାରେ ଯାବତୀୟ ପୁଞ୍ଜିଲଗାଣ ସାହାଯ୍ୟ କରୁଛି ଅଥବା ପ୍ରତିବନ୍ଧକ ଆଣି ପହଞ୍ଚାଉଛି, ସେହି କଥାଟି ମଧ୍ୟରେ ରହିଥିବା ଫରକଟିକୁ ପରିଷ୍କାର ଭାବରେ ଅବଶ୍ୟ ଦେଖି ପାରୁଥିବ । ଏବଂ ସେଥିପାଇଁ ପ୍ରକୃତରେ ଏପରି ଗୋଟିଏ ମାର୍ଗ ସ୍ଥିରୀକୃତ ହୋଇ ରହିବା ଅତ୍ୟାବଶ୍ୟକ, ଯାହାକି ସମଗ୍ର ଏହି ଅର୍ଥନୈତିକ କ୍ଷେତ୍ରଟିକୁ ଗୋଟିଏ ଭିନ୍ନ ଦୃଷ୍ଟିରେ ଦେଖି ପାରୁଥିବ; ତାହା ସହିତ ଏପରି ଏକ ଶାସନ ଢାଞ୍ଚା ଏବଂ ସମାଜବ୍ୟବସ୍ଥା, ଯାହାକି ଏହି ଲକ୍ଷ୍ୟଟି ଆଡ଼କୁ ସତକୁ ସତ ଅଗ୍ରସର ହୋଇ ପାରୁଥିବ-। ସେହି ମାର୍ଗୀୟ ନକ୍ସାଟିରେ ଛତ୍ରେ, ଛତ୍ରେ ଏକ ଭିନ୍ନ ଆର୍ଥିକ ନମୁନା ବେଶ୍ ସ୍ପଷ୍ଟ ବି ହୋଇ ପାରୁଥିବ । ଏଥିରେ ଅଭିବୃଦ୍ଧି-ହାରର ବୃଦ୍ଧିସାଧନ ନିମନ୍ତେ ଉପଯୁକ୍ତ ଶକ୍ତି ଥିବ ଏବଂ ଯୁଗପତ୍ ଭାବରେ ତାହା ଆମ ଆର୍ଥିକ ବିକାଶରେ ପ୍ରତ୍ୟକ୍ଷ ଅଂଶଗ୍ରହଣ ନିମନ୍ତେ ଅବକାଶ ଯୋଗାଇ ଦେଉଥିବା ଗଣତାନ୍ତ୍ରିକ ପ୍ରକ୍ରିୟାଟିକୁ ମଧ୍ୟ ଅଧିକରୁ ଅଧିକ ପ୍ରଶସ୍ତ ଏବଂ ଗଭୀର କରିବ-। ଏବଂ, ଆମ ଗଣତନ୍ତ୍ର ନାମକ ବ୍ୟବସ୍ଥାଟିରେ କେବଳ ନାମକୁ ମାତ୍ର ପ୍ରତିନିଧି-ନିର୍ବାଚନର ଔପଚାରିକ ରୀତିଟାଏ ରହିଥିବା ପର୍ଯ୍ୟନ୍ତ ସେକଥା କଦାପି ସମ୍ଭବ ହେବନାହିଁ । ସେତିକି କ୍ରିୟାଶୀଳତାକୁ ତ ଏହି ଦେଶରେ ଆମେ ହାସଲ ବି କରିସାରିଛୁ ।

 

ବିକାଶର ସକଳ ପ୍ରକ୍ରିୟାରେ ଜନଗଣଙ୍କର ଅଂଶଗ୍ରହଣ ରହିଥିବା ଏକ ଗଣତାନ୍ତ୍ରିକ ପ୍ରଣାଳୀରେ ଅସଲ ଲକ୍ଷଣଟି ହେଉଛି ଯେ, ଏଥିରେ ଆମ ଦେଶର ଦରିଦ୍ରତମ ତଥା ସର୍ବାପେକ୍ଷା ଅଧିକ ବଞ୍ଚିତଙ୍କ ନିମନ୍ତେ ମଧ୍ୟ ଏକ ଅର୍ଥନୈତିକ ଭୂମିକା ଗ୍ରହଣ କରି ପାରୁଥିବାର ମଧ୍ୟ ଅବକାଶଟିଏ ରହିଥିବ, ସେମାନେ ଉତ୍ପାଦକ ଏବଂ ଉପଭୋକ୍ତା ଦୁଇଟିଯାକ ଭୂମିକାରେ ହିଁ ପ୍ରକୃତରେ ଅବତୀର୍ଣ୍ଣ ହୋଇ ପାରୁଥିବେ । ଦରିଦ୍ରମାନଙ୍କ ନିମନ୍ତେ ନିଷ୍କ୍ରିୟ ଭାବରେ କେବଳ କିଛି ଦାନ ବା ଅନୁଗ୍ରହ ପାଇଲା ପରି ଉପକୃତ ହେବାର ଅବସ୍ଥାଟିଏ ନଥିବ; ମାତ୍ର ସେମାନେ ବିକାଶର ପୂର୍ଣ୍ଣ ପ୍ରକ୍ରିୟାରେ ସକ୍ରିୟ ଭାବରେ ଆପଣାର ଅବଦାନଟିଏ ମଧ୍ୟ ଦେଇ ପାରୁଥିବେ । ଆମର ମାନସିକତା ବସ୍ତୁତଃ ଏପରି ବଦଳି ବି ଯିବ ଯେ, ଆମର ରାଷ୍ଟ୍ର ଏବଂ ସେଥିରେ ବାସ କରୁଥିବା ନାଗରିକମାନଙ୍କ ମଧ୍ୟରେ କେବଳ ଏକ ଦାତା-ଗ୍ରହୀତାର ସମ୍ବନ୍ଧ ରହିଲେ ତାହା ଆଦୌ ଠିକ୍ ହେବ ନାହିଁ ଓ ଏପରିକି ଆଖର ତାହାର କୌଣସି ସମୀଚୀନତା ହିଁ ରହିବ ନାହିଁ । ପୂର୍ବର ସାମ୍ୟବାଦୀ ଦେଶଗୁଡ଼ିକର ଅର୍ଥନୀତି ବ୍ୟବସ୍ଥା ଗୁଡ଼ିକର ଅଭିଜ୍ଞତାରୁ ଆମକୁ ଏହି ତାତ୍ପର୍ଯ୍ୟପୂର୍ଣ୍ଣ କଥାଟିକୁ ନିଶ୍ଚୟ ଶିକ୍ଷା କରିବାକୁ ପଡ଼ିବ । ଏବଂ, ଯୁଗପତ୍ ଭାବରେ, ସଂପୂର୍ଣ୍ଣ ମତିହୀନ ଭାବରେ ଗୁଡ଼ାଏ ବଜାର-କେନ୍ଦ୍ରୀ ସଂସ୍କାରାଦି କରିବାରେ ଲାଗିଥିଲେ ସେଥିରୁ ଆମ ଦେଶ ଭାରତବର୍ଷରେ ଅନେକ ପ୍ରମାଦ ଉପୁଜିବ ଏବଂ ଘାତକ ପରି କାର୍ଯ୍ୟ କରିବ । ଏଡ଼େ ବୃହତ୍ ସଂଖ୍ୟାରେ ଦରିଦ୍ର ଏବଂ ଅତିଦରିଦ୍ରମାନେ ବାସ କରୁଥିବା ଆମ ଦେଶର ଗଣତନ୍ତ୍ରରେ ଏଥିରେ ଅସମାନତା ଗୁଡ଼ିକୁ ଆହୁରି ବଢ଼ାଇ ଦେଇଥିବାର ଏକ ପ୍ରବୃତ୍ତି ରହିଥିବ ଏବଂ, ବଜାର-ଅଭିମୁଖୀ ସଂସ୍କାରର ତୁଚ୍ଛା ନକ୍‍ସାଟି ହିଁ ଏହି ସତ୍ୟଟିକୁ କଦାପି ସ୍ଵୀକାର କରି ପାରିବ ନାହିଁ ଯେ, ସେହି ଅଧିବାସୀମାନଙ୍କର ସକ୍ରିୟ ଅଂଶଗ୍ରହଣ ବ୍ୟତୀତ ମୋଟେ କୌଣସି ବିକାଶ ବସ୍ତୁତଃ ସମ୍ଭବ ମଧ୍ୟ ହେବନାହିଁ । ବଜାର-ଅଭିମୁଖୀ ସଂସ୍କାରଗୁଡ଼ିକର ଧକ୍କାକୁ କିଞ୍ଚିତ୍ ପରିମାଣରେ ସହନୀୟ କରିପାରିବା ଲାଗି କୌଣସି କର୍ମରେ ନିଯୁକ୍ତ ହୋଇ ରହିନଥିବା ଲୋକମାନଙ୍କୁ କିଛି ନିରାପତ୍ତା କିମ୍ବା ଅନୁଗ୍ରହମୂଳକ ସହାୟତା ଯୋଗାଇ ଦିଆଯାଇପାରିବା ପ୍ରଭୃତି ଯାବତୀୟ ଧାରଣା ଏହି ସମସ୍ୟାଟିର ଆଦୌ କୌଣସି ସମାଧାନ କରି ପାରିବ ନାହିଁ । କାରଣ, ସେସବୁ ଦ୍ଵାରା ଖୁବ୍ ବେଶି ହେଲେ କେବଳ ଦାତା ଓ ଅନୁଗୃହୀତର ଏକ ନମୁନାର ପ୍ରବର୍ତ୍ତନ ଯାଏ ଯାଇହେବ ଅଥବା ସାଂଘାତିକ ନାନା ଅସମାନତାକୁ ବାଟ ଛାଡ଼ିଦେବାକୁ ପଡ଼ିବ ବା ମୁଦ୍ରା ସଂଖ୍ୟାରେ ବଢ଼ୁଥିବା ଅଗଣିତ ଦରିଦ୍ର-ପୀଡ଼ିତଙ୍କୁ ସତେଅବା ଗୋଟାଏ କୋଣ ଆଡ଼େ ଠେଲି ଦେବାରେ ଲାଗିଥିବା ଗୋଟିଏ ଅର୍ଥନୀତିକୁ ଆଦରି ନେବାକୁ ପଡ଼ିବ । ଅତି ବୃହତ୍ ସଂଖ୍ୟାର ଦରିଦ୍ରଙ୍କୁ କିଞ୍ଚିତ୍ ନିରାପତ୍ତା ଯୋଗାଇ ଦେବାରେ ସରକାର ଏବଂ ଦେଶର ସମ୍ପଦ ଉପରେ ଅତି ମାତ୍ରାରେ ଗୋଟାଏ ବୋଝ ବୋହୁଥିବା ପରି ହିଁ ଘଟଣା ହେବ । ତଦ୍ଦ୍ଵାରା ବିକାଶ ବାଧାପ୍ରାପ୍ତ ହେବ ଏବଂ ଦରିଦ୍ର ଜନଗଣ ମଧ୍ୟ ସକଳ ସମ୍ମାନ ବୋଧର ବାହାରେ ହିଁ ରହିଯିବେ । ଏଇଟି ଆମେ ବେଳେବେଳେ କେତେଗୋଟି ବିନ୍ଦୁରୂପେ ତଳଆଡ଼କୁ ଝରୁଥିବା ବନାମ ତଳଟା ହିଁ ଉପରକୁ ଗତି କରିବାର ଆର୍ଥିକ ବିକାଶ ଓ ବୃଦ୍ଧିଗତ ଏକ ପଦ୍ଧତି ବୋଲି ବର୍ଣ୍ଣନା କରାଯାଉଥିବାର ଏକ ପ୍ରଶ୍ନ ନୁହେଁ । ଏହିପରି ପାର୍ଥକ୍ୟ ଦେଖାଇ ଦେବାର ପ୍ରୟାସ କରିବା ଦ୍ଵାରା ପ୍ରକୃତରେ ଏକ ଭ୍ରମକୁ ସୃଷ୍ଟି କରି ରଖିବାକୁ ହୁଏତ ଚେଷ୍ଟା କରାଯାଉଥାଏ ।

 

ପ୍ରକୃତ କଥାଟିକୁ କହିଲେ, ରାଷ୍ଟ୍ର କିମ୍ବା ବଜାରର କୌଣସି କର୍ତ୍ତୃତ୍ଵ ସତ୍ତାର ଲବ୍‍ଧ ହିତ ଗୁଡ଼ିକ ବସ୍ତୁତଃ ଉପରୁ ବିନ୍ଦୁପରି ଝରି ନିମ୍ନକୁ ଆସିବେ କିମ୍ବା ଭେଦି ଭେଦି ଉପରକୁ ଯିବେ, ସେହି କଥାଟିର ନିର୍ଣ୍ଣୟ କରିବାରେ ଆଦୌ କୌଣସି କ୍ଷମତା ରହିବା ଉଚିତ୍ ନୁହେଁ । କାରଣ, ଲୋକମାନେ ତ ପ୍ରାପ୍ତ ଆପଣାର ଗୋଟିଏ ଅଧିକାର ହିସାବରେ ହିଁ ସେହି ପ୍ରକ୍ରିୟାଟିରେ ଅଂଶଗ୍ରହଣ କରିବା ଦ୍ଵାରା ହିଁ ସେହି ହିତମାନଙ୍କୁ ଲାଭ କରି ପାରୁଥିବେ । ତେଣୁ, ଏଠାରେ ସବାମୂଳ ପ୍ରଶ୍ନଟି ହେଉଛି ଯେ, ଦେଶର ନାଗରିକମାନେ ବିକାଶର ଏହି ପ୍ରକ୍ରିୟାଟିରେ ଯଥା-ସମ୍ଭବ ଅଧିକରୁ ଅଧିକ ପରିମାଣରେ ହିଁ ଅଂଶ ଗ୍ରହଣ ହିଁ କରିବେ । ଅଂଶଗ୍ରହଣ କରିବାର କ୍ଷେତ୍ରରେ ଆପଣାର କର୍ତ୍ତବ୍ୟଗୁଡ଼ିକର ସମ୍ପାଦନ କରିବା ତଥା ଅଧିକାରଗୁଡ଼ିକୁ ପ୍ରାପ୍ତ ହେଉଥିବାର ଉଭୟ ଅବସରରେ ହିଁ ନାଗରିକମାନଙ୍କର ଯାବତୀୟ ଭୂମିକାରୁ ହିଁ ତାହା ପ୍ରତିପାଦିତ ହୋଇ ପାରୁଥିବ । ବିକାଶ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ଓ ତଦ୍ଦ୍ଵାରା ଉପକୃତ ହେବା, ଏହି ଉଭୟ ଅବସରରେ, ଏବଂ, ବସ୍ତୁତଃ ଏହାହିଁ ତ ଅବଶ୍ୟ ସେହି ମାନଦଣ୍ଡ, ଯାହାକି ଭିତ୍ତିକରି ଅର୍ଥନୈତିକ ବିକାଶର ବିକଳ୍ପ ମଡ଼େଲଗୁଡ଼ିକର ବିଚାରଟି କରାଯାଇପାରିବ ।

 

ଅନ୍ୟ ଅନେକ ବିକାଶଶୀଳ ଦେଶରେ ମଧ୍ୟ ଯେପରି ଦୃଷ୍ଟିଗୋଚର ହୋଇଥାଏ, ଭାରତବର୍ଷର କ୍ଷେତ୍ରରେ ମଧ୍ୟ ଆମେ ଦୁଇଟି ଭିନ୍ନ ଭିନ୍ନ ମାର୍ଗ ଏବଂ ପରସ୍ପର ସହିତ ସତେ ଅବା ବିରୋଧୀ ହୋଇ ରହିଥିବା ଅର୍ଥନୈତିକ ମଡ଼େଲ ରହିଥିବାର ଦେଖିବାକୁ ପାଇବା, ପ୍ରଥମଟି କ’ଣ ପାଇଁ ଏକ ଧାରଣା ଆଣି ଦେବାପରି କହେ ଯେ ଉଦାରୀକରଣ ବ୍ୟତୀତ ଏହି କ୍ଷେତ୍ରରେ ଆଦୌ କୌଣସି ବିକଳ୍ପ ହିଁ ନାହିଁ । ଅର୍ଥାତ୍, ନିଜ ଦେଶରେ ଉଦାରୀକରଣକୁ ସମୁଦାୟ ପନ୍ଥାଟି ରୂପେ ସ୍ଵୀକାର କରିନେବ ଏବଂ ଜଗତୀକରଣର ଦାବି ତଥା ଆବଶ୍ୟକତା ଗୁଡ଼ିକୁ ମାନି ବିଶ୍ଵ-ଅର୍ଥନୀତିର ଚଳନ୍ତି ନକ୍‍ସାଟି ସହିତ ସଂପୂର୍ଣ୍ଣ ଭାବରେ ନିଜକୁ ନେଇ ମିଶାଇଦେବ । ଏଥିରେ ପରୋକ୍ଷ ଭାବରେ ଏପରି ମଧ୍ୟ ପରାମର୍ଶ ଦିଆଯାଏ ଯେ, ତୁମକୁ ବିଶ୍ଵ-ବାଣିଜ୍ୟ-ସଂଗଠନର ଶାସନଟିକୁ ମାନିନେବାକୁ ପଡ଼ିବ, ସଂପୂର୍ଣ୍ଣ ଅପରିହାର୍ଯ୍ୟ ଭାବରେ ତୁମେ ବୃହତ୍-ପରିମାଣର ବିଦେଶୀ ପୁଞ୍ଜିଲଗାଣ ନିମନ୍ତେ ରାଜୀ ହୋଇଯିବ ଏବଂ ଆଦୌ କୌଣସି କୋଳାହଳ ନକରି ଧନୀ ଓ ଶିଳ୍ପୋନ୍ନତି ସେହି ବିଶେଷ ଦେଶଗୁଡ଼ିକ (OECD) ଧାର୍ଯ୍ୟ କରି ଦେଉଥିବା ନିୟମଗୁଡ଼ିକୁ ଗ୍ରହଣ କରିନେବାକୁ ମଧ୍ୟ ହେବ । ଏଇଟିର ପଶ୍ଚାତରେ ରହିଥିବା ଅର୍ଥନୈତିକ ନ୍ୟାୟଗୁଡ଼ିକୁ ଏହିପରି ଭାବରେ ସଂକ୍ଷେପରେ ବ୍ୟାଖ୍ୟା ମଧ୍ୟ କରି ଦେଇହେବ : ବାହାର ଏବଂ ଆଭ୍ୟନ୍ତରୀଣ ବଜାରର ତୁଳନାତ୍ମକ ବିଚାରର ଆପେକ୍ଷିକ ମହତ୍ତ୍ଵଗୁଡ଼ିକର ବୃଦ୍ଧିସାଧନ କରିବା ନିମନ୍ତେ ଏହା ଜଗତୀକରଣର ଅଗ୍ରଗତି ଉପରେ ନିର୍ଭର କରୁଥାଏ । ମୋଟ୍ ବିଶ୍ଵ ବଜାରର ଆକାର ଅର୍ଥାତ୍ ବିସ୍ତୃତିଟି ନିଃସନ୍ଦେହ ଭାବରେ ଭାରତବର୍ଷୀୟ ଜାତୀୟ ରାଷ୍ଟ୍ରର ନିୟନ୍ତ୍ରଣର ବାହାରେ ହୋଇଥିବାରୁ ସେହି ବିଶ୍ଵବଜାରରେ ଆମକୁ ମଧ୍ୟ ଆମର ଅଂଶଟିକୁ ଅବଶ୍ୟ ବଢ଼ାଇବା ବୋଲି ଅନେକ ସମୟରେ ପରାମର୍ଶ ଦିଆ ଯାଇଥାଏ । ଏହାର ତାତ୍ପର୍ଯ୍ୟ ହେଉଛି, ଆମକୁ ସେଥିପାଇଁ ଆନ୍ତର୍ଜାତିକ ସ୍ତରରେ ଉତ୍ପାଦନ-ଜନିତ ବ୍ୟୟର କ୍ଷେତ୍ରରେ ଆବଶ୍ୟକ ପ୍ରତିଯୋଗିତାରେ ଅଧିକ ସମର୍ଥ ହେବାକୁ ହେବ : ଶ୍ରମିକମାନଙ୍କର ମଜୁରିରେ ହ୍ରାସ କରାଯିବ, ଘରୋଇକରଣକୁ ବାଟ ଛାଡ଼ିଦେବାକୁ ହେବ, ଶ୍ରମିକପକ୍ଷକୁ ଅଧିକ ଉତ୍ପାଦନ-କ୍ଷମ କରିବାକୁ ହେବ, ଧର୍ମଘଟ ଆଦି ନିଷିଦ୍ଧ କରାଯିବ, ଇତ୍ୟାଦି ଇତ୍ୟାଦି । ଏହା ପଛରେ ରହିଥିବା ସାମାନ୍ୟତମ ଯୁକ୍ତି ହେଉଛି ଯେ, ନିଜ ଦେଶର ଅର୍ଥନୀତି-କ୍ଷେତ୍ରରେ ସମଗ୍ରତଃ ଯୌଥ ପରିଚାଳନାର ବିଚାରଗୁଡ଼ିକୁ ଆଣି ହିଁ ପ୍ରୟୋଗ କରାଯିବ । ଏହି ଦୃଷ୍ଟିରୁ ଜାତିକୁ ଗୋଟିଏ ସମଗ୍ର ଯୌଥ ପରିଚାଳନା-କ୍ଷେତ୍ର ଭଳି ଗ୍ରହଣ କରାଯିବ । ଆନ୍ତର୍ଜାତିକ ବଜାରରେ ନିଜର ଅଂଶ ଗ୍ରହଣକୁ ବୃଦ୍ଧି କରିବା ଦୃଷ୍ଟିରୁ ପ୍ରତିଯୋଗିତା ମଧ୍ୟରେ ଥିବା ଆଉ ଆଉ ଜାତିଗୁଡ଼ିକୁ ପରାଭୂତ ମଧ୍ୟ କରିବାକୁ ପଡ଼ିବ ଏବଂ, ସେଥିଲାଗି ଆମେ ଉତ୍ପାଦନ-ଖର୍ଚ୍ଚକୁ କମ୍ କରିବା ଏବଂ ସତେ ଯେପରି ଆନ୍ତର୍ଜାତିକ ବଜାରର ଆକୃତିଟି ସର୍ବଦା ଅପରିବର୍ତ୍ତନୀୟ ରହିଛି, ସେଥିରେ ବିଶ୍ଵାସ ମଧ୍ୟ କରୁଥିବା ।

 

କାରବାରର କ୍ଷେତ୍ରରେ ଏକ ନିର୍ଭରଯୋଗ୍ୟ ସ୍ଥାୟିତ୍ଵ ଅର୍ଜନ କରିବା ସକାଶେ ଆନ୍ତର୍ଜାତିକ ମୁଦ୍ରା-ପାଣ୍ଠି ବାଢ଼ି ରଖିଥିବା ସର୍ତ୍ତଚୟ କିମ୍ବା ବିଶ୍ଵ-ବ୍ୟାଙ୍କ୍ ପ୍ରତ୍ୟାଶା କରୁଥିବା ବିକାଶଶୀଳ ଉପକୃତ ଦେଶଗୁଡ଼ିକର ସଂଗଠନ-ସ୍ତରୀୟ ଅନୁକୂଳନର ସୂତ୍ରଗୁଡ଼ିକର ପଶ୍ଚାତରେ ଯେଉଁ ନ୍ୟାୟଟି ସର୍ବଦା ରହିଥାଏ ତାହା ଅତ୍ୟନ୍ତ ଅନୁରୂପ ଭାବରେ ହିଁ ତାହାର ସମର୍ଥନ କରିଥାଏ-। ଅବଶ୍ୟ ଏକ ସାଧାରଣ ପନ୍ଥା ହିସାବରେ ସେଇଟି ଭିତରେ ଯୁକ୍ତିଗତ କେତେକ ଅଭାବ ମଧ୍ୟ ଥାଏ, କାରଣ ଗୋଟିଏ ଯୌଥ କାରବାରର ସଂସ୍ଥାର କ୍ଷେତ୍ରରେ ନିତାନ୍ତ ସ୍ଥାନୀୟ ଭାବରେ ଯେଉଁ ନ୍ୟାୟଟିକୁ ପ୍ରୟୋଗ କରା ଯାଇଥାଏ, ସେଥିରେ ଗୋଟିଏ ଏପରି ସାଧାରଣ ସମଗ୍ର ସ୍ତରୀୟ ଭୁଲ ରହିଥାଏ ଯେଉଁଟିକୁ କି ଆମେ କେବହେଲେ ଏଡ଼ି ଚାଲିଯାଇ ପାରିବା ନାହିଁ, ସେଥିରେ ଏହି ଅଶ୍ଵସ୍ତିକର ସତ କଥାଟିର ଉପେକ୍ଷା କରା ଯାଇଥାଏ ଯେ, ଉତ୍ପାଦନ-ବ୍ୟୟଟିକୁ ଅଧିକରୁ ଅଧିକ ଅଳ୍ପ ପରିମାଣ କରି ଆଣିବାର ସେହି ପ୍ରତିଯୋଗିତାର ଖର ଖେଳଟାରେ ରହିଥିବା ସବୁଯାକ ଦେଶ କଦାପି ବିଜୟୀ ହୋଇ ପାରିବେ ନାହିଁ । ସମସ୍ତେ କଦାପି ରପ୍ତାନୀ କରିପାରିବା ନିମନ୍ତେ ଏକ ଉଦବୃତ୍ତ ସମ୍ଭବ କରି ପାରିବେ ନାହିଁ ଓ ତେଣୁ ବିଶ୍ଵ-ବଜାରରେ ନିଜ ସକାଶେ ଏକ ବୃହତ୍ ଭାଗର ମଧ୍ୟ ଅଧିକାରୀ ହୋଇ ପାରିବେ ନାହିଁ । ବହୁ ସ୍ଥଳରେ ସେହି ନୀତିଟା ନିଶ୍ଚୟ ବିଫଳ ହେବ । କାରଣ ରପ୍ତାନୀ ସକାଶେ କେତେକ ଦେଶର ହାତରେ ଥିବା ଉଦ୍‍ବୃତ୍ତ ପରିମାଣଟି ଅନ୍ୟ ଦେଶମାନଙ୍କୁ ଉଦ୍‍ବୃତ୍ତ ଆମଦାନୀର ନୀତିଟିଏ ଅନୁସରଣ କରିବାକୁ ବାଧ୍ୟ କରିବ । ପୁନଶ୍ଚ, ଅଧିକତର ସଂଖ୍ୟକ ବିକାଶଶୀଳ ଦେଶ ଅନେକ କ୍ଷେତ୍ରରେ ସେହି ଏକା ପ୍ରକାରର ରପ୍ତାନୀ ଦ୍ରବ୍ୟର ଉତ୍ପାଦନ କରିବାର ଏକ ପ୍ରବୃତ୍ତି ମଧ୍ୟ ରଖିଥିବା ହେତୁ, ପରସ୍ପର ମଧ୍ୟରେ ହେଉଥିବା ଏହି ପ୍ରତିଯୋଗିତା ମଧ୍ୟ ଅପେକ୍ଷାକୃତ ଅଧିକ ଉତ୍କଟ ହେବ । ଫଳରେ ବହୁ ସଂଖ୍ୟକ ବିକାଶଶୀଳ ଦେଶ ତଦ୍ଦ୍ଵାରା ପ୍ରକୃତରେ କ୍ଷତିଗ୍ରସ୍ତ ହେବ । ଏହି ନୀତିଟିର ପରିଣତିଟି ବିଷୟରେ ତେଣୁ କେବଳ ଏହି ଗୋଟିଏ ଅନୁମାନ କରି ହେଉଛି ଯେ, ବିକାଶଶୀଳ ଦେଶଗୁଡ଼ିକ ମଧ୍ୟରେ ଗୋଟିଏ ଚରମ କ୍ଷତିର ସମ୍ଭାବନା ରହିଥିବା ଆଖିବୁଜା ଦଉଡ଼ଗୁଡ଼ାକ ଲାଗି ରହିଥିବ ଏବଂ ପ୍ରତ୍ୟେକଟି ଦେଶ ପୃଥିବୀ-ବଜାରର କାରବାରରେ କିଞ୍ଚିତ ଅଧିକ ବୃହତ୍ ଏକ ଲାଭ ହାସଲ କରିବାର ଅଭିପ୍ରାୟରେ ନିଜକୁ ଅଲଗା ଅଲଗା କ୍ରିୟାଶୀଳ କରି ରଖିବାରେ ହିଁ ଖୁବ୍ ମନ ଦେଇଥିବେ । ଏବଂ, ଉକ୍ତ ପ୍ରକ୍ରିୟାଟିରେ ସେମାନେ ନିଜ ଶ୍ରମିକମାନଙ୍କର ମଜୁରିକୁ ଅଧିକରୁ ଅଧିକ ଊଣା କରି ଆଣିବାକୁ ମନ କରୁଥିବେ ତଥା ସେହି ପୂର୍ବ ମଜୁରି ବଦଳରେ ଅଧିକ ସମୟ କାମ ଆଦାୟ କରାଇ ନେବାକୁ ଦୃଷ୍ଟି ରଖିଥିବେ, ଶ୍ରମିକମାନଙ୍କର ଅଧିକାରଗୁଡ଼ିକୁ ଛଡ଼ାଇ ନେବେ, ଅବସର-ପରବର୍ତ୍ତୀ ପ୍ରାପ୍ୟ ଓ ସାମାଜିକ ନିରାପତ୍ତାଚୟର କ୍ଷେତ୍ରରେ ଅରାଜୀ ହେଉଥିବେ ତଥା ବଜାରରେ ଶ୍ରମିକ ମିଳିବାରେ ମୋଟେ କଷ୍ଟ କରିବାକୁ ପଡ଼ିବ ନାହିଁବୋଲି ଯୁକ୍ତିମାନ ବାଢ଼ି ନିୟମିତ କର୍ମନିଯୁକ୍ତି ଗୁଡ଼ିକୁ ଅସ୍ଥାୟୀ ଓ ତତ୍କାଳିକ କରି ରଖିବାରେ ମନୋଯୋଗୀ ବି ହେଉଥିବେ । ଏହି ମଡ଼େଲଟି ମଧ୍ୟରେ ବସ୍ତୁତଃ ସବୁକିଛିକୁ ହିଁ ମାର୍ଜନା କରି ଦିଆ ଯାଉଥିବ, କାରଣ, ବିଶ୍ଵ-ବଜାରର ଆମ ନିଜର କାରବାରଟିକୁ ଯେକୌଣସି ପ୍ରକାରେ ସର୍ବାଗ୍ର କରି ହିଁ ରଖିବାକୁ ହେବ ।

 

ବିଶ୍ଵ-ବାଣିଜ୍ୟ-ସଂଗଠନ ଇତ୍ୟାଦିର କ୍ଷେତ୍ରରେ ବହୁଜାତୀୟ କାରବାରୀମାନଙ୍କୁ ନାନାବିଧ ବିଶେଷ ସୁବିଧା ପ୍ରଦାନ କରିବାରେ ଏହି ଯେଉଁ ଆଖିବୁଜା ଧାଇଁବାଟିକୁ ବଳବତ୍ତର କରି ରଖିବାକୁ ହେବ, ବିଦେଶୀ ପୁଞ୍ଜି ହାସଲ କରିବାର ଆକର୍ଷଣ-କ୍ଷେତ୍ରରେ ସେହି କଥାଟି ହିଁ ଏକ ଭିନ୍ନ ବେଶରେ ଅଶି ଅବଶ୍ୟ ପହଞ୍ଚିଯିବ । ଏହି ମଡ଼େଲ୍‍ର ପକ୍ଷସମର୍ଥମାନେ ଖୁବ୍ ଯୁକ୍ତିମାନ ବାଢ଼ି ଦେଇ କହନ୍ତି ଯେ, ବାହାର ସୂତ୍ରରୁ ସମ୍ଭବ କରାଯାଇ ପାରୁଥିବା ସର୍ବବିଧ ପ୍ରକାରର ସର୍ବଦା ହିଁ ଅତ୍ୟାବଶ୍ୟକତା ରହିଛି, କାରଣ ଏହାଦ୍ଵାରା ଦୁଷ୍ପ୍ରାପ୍ୟ ବିଦେଶୀ ମୁଦ୍ରା ହସ୍ତଗତ ହୋଇ ପାରୁଛି, ଅଦ୍ୟତମ ଅଧୁନାତନ ଯନ୍ତ୍ର କୌଣସି ଉପଲବ୍ଧ ହେଉଛି, ଅଧୁନାତନ ପରିଚାଳନା ତଥା କୌଶଳଗୁଡ଼ିକୁ ମଧ୍ୟ ଶିକ୍ଷା କରି ହେଉଛି । ଯେଉଁମାନେ ବଜାର-ଅର୍ଥନୀତି ଦ୍ଵାରା ନିୟନ୍ତ୍ରିତ କୌଣସି ସଫଳ ବିକାଶ-ସାଧନରୁ ଲବ୍ଧ ଅଭିଜ୍ଞତା ଗୁଡ଼ିକର ମନୋଯୋଗ ସହିତ ଅନୁଧ୍ୟାନ କରିଛନ୍ତି, ସେମାନେ ତତ୍‍କ୍ଷଣାତ୍ ଅବଶ୍ୟ କହିଦେବେ ଯେ ଏହି କ୍ଷେତ୍ରରେ ମଧ୍ୟ ଅଧିକତଃ ଏପରି ଏକ ଅତ୍ୟନ୍ତ ହୁଗୁଳା ସରଳୀକରଣ କରି ଦିଆଯାଉଛି, ଯାହାକି ନାନା ଭ୍ରାନ୍ତି ତଥା ପଥଚ୍ୟୁତିର କାରଣ ମଧ୍ୟ ହେଉଛି । ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଜାପାନ ଅଥବା ଦକ୍ଷିଣ କୋରିଆ, ନିର୍ଦ୍ଦିଷ୍ଟ ଭାବରେ କହିଲେ କୋରିଆ ଯୁଦ୍ଧର ପ୍ରାୟ ଦଶବର୍ଷ ପରେ ସେସବୁ ଦେଶରେ ବିଦେଶ ପୁଞ୍ଜି-ନିୟୋଜନ ବିଷୟରେ ଗୋଟିଏ ଖୋଲା ଦ୍ଵାର ନୀତିକୁ ହିଁ ଗ୍ରହଣ କରା ଯାଇଥିଲା । ଏକ ସାଧାରଣ ନୀତି ହିସାବରେ ସେମାନେ ସାଧାରଣ ଲାଇସେନ୍ସ ଗୁଡ଼ିକୁ କ୍ରୟ କରିବାର ମାଧ୍ୟମରେ ଆପଣାର ଯନ୍ତ୍ରୋଦ୍ୟୋଗର କୌଶଳ ଗୁଡ଼ିକୁ ଆଧୁନିକ ସ୍ତରକୁ ଆଣି ପହଞ୍ଚାଇ ଦେବାର ପ୍ରୟାସ କରିଥିଲେ । ସେମାନଙ୍କ କ୍ଷେତ୍ରରେ ସମ୍ଭବତଃ ଏହି କଥାଟି ବହୁତ କଥିତ ପରିମାଣରେ ନିତାନ୍ତ ମହତ୍ତ୍ଵପୂର୍ଣ୍ଣ ଥିଲା ଯେ, ସେହି ସମୟଟିରେ ଗୋଟିଏ ଦେଶର ଭୌଗୋଳିକ ଅବସ୍ଥିତି ଅନୁସାରେ ରାଜନୀତିକ ବାସ୍ତବ ବିଚାରଗୁଡ଼ିକ ଯେପରି ନିର୍ଣ୍ଣିତ ହେଉଥିଲା, ସେଇଟି ଅନୁସାରେ ସେମାନଙ୍କୁ ଯୁକ୍ତରାଜ୍ୟ ଆମେରିକାର ବୃହତ୍-ଆକାର ବଜାର-କାରବାରଟି ଭିତରେ ଅବାଧ ପ୍ରବେଶର ହିଁ ସୁବିଧା ପ୍ରାପ୍ତ ହୋଇଥିଲା । ଏମାନେ ସେହି ଦେଶକୁ ବହୁତ କିଛି ରପ୍ତାନୀ କରି ପାରିଥିଲେ ଏବଂ ରପ୍ତାନୀ ଦ୍ଵାରା ପରିଚାଳିତ ଏକ ବୃଦ୍ଧିପ୍ରକ୍ରିୟାକୁ ଆରମ୍ଭ କରି ଦେଇଥିଲେ ।

 

ଆମକୁ ଗୋଟିଏ କଥା ଅବଶ୍ୟ ହୃଦୟଙ୍ଗମ କରିବାକୁ ହେବ ଯେ, ଏହି ବିକାଶର କ୍ଷେତ୍ରରେ ବିଭିନ୍ନ ଦେଶର ସର୍ବଦା ଭିନ୍ନ ଭିନ୍ନ ଅଭିଜ୍ଞତା ହୁଏ ଏବଂ କେତେକ ଦୃଷ୍ଟାନ୍ତରେ ବିଦେଶୀ ପୁଞ୍ଜି ଖଟାଇବା ଫଳରେ ଯେପରି ବହୁଳ ଲାଭ ଏବଂ ଅନୁକୂଳ ଫଳମାନ ମିଳିଛି, ଠିକ୍ ସେହିପରି ଆଉ କେତେକ ସ୍ଥଳରେ ତାହା ବିକାଶର ପ୍ରକ୍ରିୟାରେ କିଛି ବାଧା ମଧ୍ୟ ସୃଷ୍ଟି କରିଛି । ଅର୍ଥନୀତି-କ୍ଷେତ୍ରରେ ସର୍ବବିଧ ସିଦ୍ଧାନ୍ତର ଏକ ପ୍ରଧାନ ଉଦ୍ଦେଶ୍ୟ ରହିଛି ଯେ, ଯେ ତାହା ଏହି ପ୍ରକାରର ଯାବତୀୟ ଅତି-ସରଳୀକରଣ ଗୁଡ଼ିକ ବିଷୟରେ ସବୁବେଳେ ସାବଧାନ ରହିବ । ମାତ୍ର, ସାଧାରଣତଃ ରାଜନୀତି କ୍ଷେତ୍ରରେ ନାନା ଭୂମିକାରେ ରହିଥିବା ବ୍ୟକ୍ତିମାନେ ଓ ଲୋକମତମାନ ଗଠିତ ହୋଇ ଆସିବାର ସାଧନ ରୂପେ କାର୍ଯ୍ୟ କରୁଥିବା ସମ୍ବାଦବିତରଣର ସଂସ୍ଥାଗୁଡ଼ିକ ବିଶେଷ ଭାବରେ ସେହିଭଳି ଅତି ସରଳୀକରଣମାନ କରିଥାଆନ୍ତି । ତେଣୁ ଏଠାରେ ଏହି ସମସ୍ୟାଟିର କ୍ଷେତ୍ରରେ ଆମକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବୁଝି ରଖିବାକୁ ହେବ ଯେ, ବିଦେଶୀ ପୁଞ୍ଜିଲଗାଣର ପରିମାଣଟାକୁ ବୃଦ୍ଧି କରିବା ଦ୍ଵାରା ସର୍ବଦା କଦାପି ଉତ୍ତମ ପରିମାଣର ଉପକାର ଆଦୌ ମିଳି ନଥାଏ ଏବଂ ତାହାକୁ ଏକ ଚରମ ଲକ୍ଷ୍ୟ ସଦୃଶ ଗ୍ରହଣ କରିବା ମୋଟେ ଉଚିତ୍ ହେବ ନାହିଁ । ଆମର ବିକାଶକାର୍ଯ୍ୟକ୍ରମ ଗୁଡ଼ିକର ଉଦ୍ଦେଶ୍ୟଗୁଡ଼ିକ ସହିତ ତାହାର ପ୍ରକୃତରେ କେତେ ପ୍ରାସଙ୍ଗିକତା ରହିଛି, ଆମକୁ ସବୁବେଳେ ସେହି କଥାଟିର ବି ବିଚାର କରିବାକୁ ପଡ଼ିବ । ନିତାନ୍ତ ହାଲୁକା ଅର୍ଥାତ୍ ଅତି ଉତ୍ସାହିତ ଭାବରେ ଭାସି ଚାଲିଯିବା ଦ୍ଵାରା କୌଣସି ଯଥାର୍ଥ ଉପକାର ଆଦୌ ପ୍ରାପ୍ତ ହେବ ନାହିଁ ।

 

ଜାପାନ ଏବଂ କୋରିଆର ଉଦାହରଣରୁ ସଫଳତାର କେତୋଟି କାହାଣୀ ଓ ସାକ୍ଷ୍ୟ ଏପରି ମଧ୍ୟ ଅବଶ୍ୟ ମିଳିବ, ଏବଂ ସେହି ବିଷୟରେ ବିବାଦ ନିମନ୍ତେ ବୋଧହୁଏ ଅପେକ୍ଷାକୃତ କମ୍ ଅବକାଶ ମଧ୍ୟ ରହିଛି । ବିଦେଶୀ ପୁଞ୍ଜି ଉପରେ ଆଦୌ ନିର୍ଭରଶୀଳ ନରହି ଏହି ଉଭୟ ଦେଶ ନିଜ ନିଜର ସାମାଜିକ ତଥା ଅର୍ଥନୈତିକ ଭିତ୍ତିଭୂମିର ବିକାଶ ସାଧନ କରିବାରେ ବୃହତ୍ ବହୁ ଧନରାଶି ବ୍ୟୟ କରିବାକୁ ସ୍ଥିର କଲେ । ଜାପାନ ତା’ ବଜେଟ୍‍ର ୪୦% ପର୍ଯ୍ୟନ୍ତ ସମ୍ବଳ ସାମାଜିକ ଏବଂ ଆର୍ଥିକ ବିକାଶର ଭୂମିନିର୍ମାଣରେ ବ୍ୟୟ କରିଥିଲା ଓ ଦଶ ବର୍ଷରୁ ଅଧିକ ସମୟ ସେହିପରି କରିଥିଲା । ଉଦ୍ୟୋଗ-କୌଶଳର ସାମର୍ଥ୍ୟ-କ୍ଷେତ୍ରରେ ବର୍ତ୍ତମାନ ଭାରତବର୍ଷ ସେଇଟିର ତୁଳନାରେ ପ୍ରକୃତରେ ବହୁତ ଆଗରେ ହିଁ ରହିଛି । ଠିକ୍ ଜାପାନ ଓ ଦକ୍ଷିଣ କୋରିଆ ସଦୃଶ ନିଜର ଭିତ୍ତିଭୂମିର ବିକାଶସାଧନ କରାଇବା ନିମନ୍ତେ ଭାରତବର୍ଷରେ ଅଧିକତର ପରିମାଣରେ ଔଦ୍ୟୋଗିକ ବିକାଶ ମଧ୍ୟ ହୋଇଯାଇଛି; ମାତ୍ର ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ଯେ ଆମର ରାଜନୀତିକ ଉପରିସ୍ଥମାନେ ନିତାନ୍ତ କାତରହୋଇ କହିବାରେ ଲାଗିଛନ୍ତି ଯେ ବିଦେଶରୁ କୌଣସି ସହାୟତା ନ ନେଇ ଆମେ ଏହି ନିଜ ଦେଶରେ ମୋଟେ ଯଥୋଚିତ ସତ୍ଵରତା ସହିତ ଭିତ୍ତିଭୂମିର ବିକାଶକୁ ସମ୍ଭବ କରି ପାରିବା ନାହିଁ । ଏକ ନିତାନ୍ତ ଭୁଲ୍‍ ଅନୁମାନକୁ ନୀତିରୂପେ ଗ୍ରହଣ କରି ନେଉଥିବାରୁ ହିଁ ସରକାରଙ୍କ ପାଖରେ ସର୍ବଦା ଯଥେଷ୍ଟ ପରିମାଣର ‘ଧନ’ ସମ୍ଭବ ହେଉନାହିଁ; ସେଥିପାଇଁ ରାଜକୋଷରେ ଗଚ୍ଛିତ ପାଣ୍ଠି ନିତାନ୍ତ ଅଳପ ହୋଇ ରହିଛି । ଏହି କ୍ଷେତ୍ରରେ ଯଥେଷ୍ଟ ଧନରାଶି ଖଟାଇ ପାରିବାକୁ ହାତରେ ବସ୍ତୁତଃ ଖୁବ୍ ସାମର୍ଥ୍ୟ ରହିଥିଲେ ମଧ୍ୟ ସେକଥା ସମ୍ଭବ ହେଉନାହିଁ ।

 

ଏକ ନିର୍ଦ୍ଦିଷ୍ଟ ପରିମାଣର ସୁଧ-ହାରରେ ବିଦେଶରୁ ଋଣ ଆଣି ହାତକୁ ଆସୁଥିବା ବିଦେଶୀ ପୁଞ୍ଜି ଏବଂ ସକଳ ଔଚିତ୍ୟକୁ ଅତୁଟ ରଖି ବିଦେଶୀ ମୁଦ୍ରାକୁ ଦେଶରେ ଆଣି ଖଟାଇବା, ଏହି ଦୁଇଟି କଥା ଭିତରେ ରହିଥିବା ପାର୍ଥକ୍ୟଟିକୁ ମଧ୍ୟ ଆମେ ଜାଣି ରଖିବା । ପ୍ରଥମଟିରେ ଆମକୁ ଯେ କୌଣସି ପରିସ୍ଥିତିରେ ମଧ୍ୟ ନିରନ୍ତର କଳନ୍ତର ହେବାକୁ ହିଁ ପଡ଼ିବ; ସେହି ମୂଳଧନକୁ ଲଗାଇ କାର୍ଯ୍ୟକାରୀ କରା ଯାଉଥିବା ପ୍ରକଳ୍ପଟିରୁ କେତେଦୂର ଲାଭ ମିଳୁଛି ବା ନାହିଁ, ଏହି କ୍ଷେତ୍ରରେ ସେଇ ଦିଗଟିର କୌଣସି ବିଚାର କରାଯିବ ନାହିଁ । ସୁତରାଂ, ସେହି ଅର୍ଥରେ ତାହାକୁ ‘କରଜ ଉପରେ ଆହୁରି କରଜ ନିମନ୍ତେ ବାଟ ଖୋଲି ଦେଉଥିବା’ ଗୋଟିଏ ପଦ୍ଧତି ବୋଲି କୁହାଯାଇ ପାରିବ । ମାତ୍ର, ଔଚିତ୍ୟ ରକ୍ଷାକାରୀ ଋଣ କରିବାର ଦ୍ଵିତୀୟ ପ୍ରକାରଟିରେ ପ୍ରାପ୍ତ ପୁଞ୍ଜିଟି ଲଗାଇ ଚାଲୁ କରାଯାଇଥିବା ସେହି ଉଦ୍ୟମଟିରୁ ଆମ ହାତକୁ ଆସୁଥିବା ଲାଭରୁ ହିଁ ମୂଳଟିକୁ ପରିଶୋଧ କରିବାର ଅନ୍ୟ ପଦ୍ଧତିଟି ଥିବ । ଅର୍ଥାତ୍, ଯଦି ପ୍ରଳଳ୍ପଟିରୁ ଲାଭ ମିଳିବା ଆରମ୍ଭ ହୋଇନଥାଏ, ତେବେ ସୁଧ ଗଣିବାର ମୋଟେ କୌଣସି ବାଧ୍ୟବାଧକତା ରହିବ ନାହିଁ । ଅର୍ଥାତ୍, ସେହି ଋଣସମ୍ପର୍କୀୟ ରାଜିନାମାଟି ଦ୍ଵାରା ବାଧ୍ୟ ହୋଇ ଅଧିକ ଋଣ ସୃଷ୍ଟି ହେଉଥିବାର କୌଣସି ଅବକାଶ ନଥିବ । ପୁନଶ୍ଚ, ଯେତେବେଳେ ଦେଶରେ ପୁଞ୍ଜିଋଣ ଆଣି ଆହୁରି ଋଣପାଇଁ ବାଟଖୋଲି ଦେଉଥିବ, ଏବଂ ସେହି କାରଣରୁ ସକଳ ପରିସ୍ଥିତିରେ କଳନ୍ତର ଶୁଝିବାକୁ ହେଉଥିବ, ସେତେବେଳେ ମଧ୍ୟ ସରକାରଙ୍କ ହାତରେ ପଇସା ନାହିଁ ବୋଲି କୁହା ଯାଉଥିବା ଯୁକ୍ତିଟି ପଛରେ ମଧ୍ୟ ପ୍ରକୃତରେ ଆହୁରି କମ୍ ପ୍ରାସଙ୍ଗିକତା ରହିବ । କାରଣ, ଏଭଳି ଏକ ଯୁକ୍ତି ମଧ୍ୟରେ ମୋଟେ କୌଣସି ତାତ୍ପର୍ଯ୍ୟ ନଥିବ ଯେ, ବିଦେଶୀ ପୁଞ୍ଜି-ଲଗାଣକାରୀଙ୍କୁ ନିୟମିତ ସୁଧ ଗଣିବାକୁ ହେଉଥିବା ବାଧ୍ୟବାଧକତାଟା ଆମ ଆପଣା ଦେଶରେ ପୁଞ୍ଜି-ଲଗାଣକାରୀ ବ୍ୟକ୍ତି ତଥା ସଂସ୍ଥାମାନଙ୍କୁ ସୁଧ ଦେବା ଅପେକ୍ଷା ଆଦୌ କୌଣସି କମ୍ ହରକତର ସମ୍ମୁଖୀନ ହେବାକୁ ପଡ଼ିବ-। କାରଣ, ପ୍ରଥମଟିର କ୍ଷେତ୍ରରେ ସୁଧଗୁଡ଼ିକୁ ବିଦେଶୀ ମୁଦ୍ରାରେ ପଇଠ କରିବାକୁ ହିଁ ପଡ଼ୁଥିବ ।

 

ସାରା ପୃଥିବୀ ଏଣିକି ଗୋଟିଏ ବରାଦ ଭିତରେ ଚଳିବ ଓ ରହିବ ବୋଲି ଦ୍ଵାହି ଦେଇ ତୁଚ୍ଛା ଏକ ଆଖିବୁଜା ରୀତିରେ ବିଦେଶରୁ ପୁଞ୍ଜି ଆଣିବାରେ ପରାମର୍ଶଟି ପ୍ରାୟ ସବୁଯାକ ଅର୍ଥରେ ବଜାର ଅଭିମୁଖେ ସଂସ୍କାର ଗୁଡ଼ିକର ମୂଳ ଆଧାରଶିଳା ପରି ହୋଇ ରହିଛି । ମୋଟେ ବିସ୍ମିତ ଲାଗୁନାହିଁ ଯେ, ଆନ୍ତର୍ଜାତିକ ମୁଦ୍ରା-ପାଣ୍ଠି ଏବଂ ବିଶ୍ଵ-ବ୍ୟାଙ୍କ୍ ପରି ଅନୁଷ୍ଠାନମାନେ ତଥା ଧନାଢ଼୍ୟ ଶିଳ୍ପୋନତ ଦେଶମାନେ ଏହିଭଳି ନୀତିଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି । କାରଣ, ଏହା ସେମାନଙ୍କ ସକାଶେ ଅନୁକୂଳ ହୋଇ ପାରୁଛି । ତଥାପି, ଏଠାରେ ଏପରି ଏକ ପ୍ରଶ୍ନ ଉତ୍‍ଥାପନ କରିବାର ଅବକାଶ ମଧ୍ୟ ରହିଛି କେ, ଆମପରି ଗୋଟିଏ ଗଣତାନ୍ତ୍ରିକ ଦେଶରେ ଯାବତୀୟ ନୀତିର ନିର୍ମାତାଗଣ ଏହି ସମସ୍ୟା ଅର୍ଥାତ୍ ଆହ୍ଵାନଟି ପ୍ରତି ଅଧିକ ବାସ୍ତବ ରହି ପାର୍ଥକ୍ୟଗୁଡ଼ିକୁ ଉଚିତଭାବରେ ଦେଖୁଥିବା ପରି ଏକ ସମୁଚିତ ଦୃଷ୍ଟିଭଙ୍ଗୀ ଆଦୌ ଗ୍ରହଣ କରି ପାରୁନାହାନ୍ତି । ଏହି ପ୍ରଶ୍ନଟିର ଉତ୍ତର ଦେବାକୁ ହେଲେ ଆମକୁ ଉଦାରୀକରଣର ବସ୍ତୁତଃ ଅନେକ ଅଧିକ ଗୁରୁତ୍ୱପୂର୍ଣ୍ଣ ଗୋପନ କରି ରଖା ଯାଇଥିବା କଥାଗୁଡ଼ିକ ଉପରେ ଦୃଷ୍ଟିପାତ କରିବାକୁ ମଧ୍ୟ ପଡ଼ିବ-। ସାଧାରଣଙ୍କର ବିହିତ ଅବଗତି ନିମନ୍ତେ ସେହି କଥାଟିକୁ କ୍ଵଚିତ କୁହାଯାଇଥାଏ । ଖୁବ୍ କୁହାଯାଇ ପାରିବ ଯେ, ଜଗତୀକରଣର ଏହି ଉପସ୍ଥିତ ପର୍ଯ୍ୟାୟଟି ୧୯୭୦ ଦଶକର ପ୍ରାୟ ମଧ୍ୟଭାଗରେ ହିଁ ଆରମ୍ଭ ହୋଇଥିଲା ସେତେବେଳେ ବହୁତ ଧନଶାଳୀ ଶିଳ୍ପୋନ୍ନତ ଦେଶଗୁଡ଼ିକର ପୁଞ୍ଜିଲଗାଣର ବୃହତ୍ ବଜାରଗୁଡ଼ିକୁ ଆଗରୁ ଲାଗୁ ହୋଇ ଆସିଥିବା ନିୟମଗୁଡ଼ିକରୁ ମୁକ୍ତ କରି ଅଣାଗଲା-। ତାହାରି ଫଳରେ ହିଁ ବିଦେଶୀ ମୁଦ୍ରା-କାରବାରର ଘରୋଇ କ୍ଷେତ୍ରମାନଙ୍କରେ ଚାଲୁଥିବା ବାଣିଜ୍ୟର ପରିମାଣ ଇଲେକ୍ଟ୍ରୋନିକ ବିଶ୍ଵବ୍ୟାପୀ ସରବରାହଟି ଦ୍ଵାରା ଅନୁକୂଳତା ପାଇ ଦୈନିକ ପ୍ରାୟ ଅଭାବନୀୟ ୧.୨ ତ୍ରିନିୟୂତ ଡଲାରର ଏକ ପରିମାଣରେ (୧୦୧୨) ଯାଇ ପହଞ୍ଚିଥିଲା-। ସର୍ବବିଧ ରପ୍ତାନୀ ଓ ଆମଦାନୀ ଲାଗି ଅର୍ଥଯୋଗାଣ ବାବତକୁ ଖୁବ୍ ବେଶି ହେଲେ ତାହାର ମାତ୍ର ୨%ରୁ କମ୍ ଅର୍ଥ ପ୍ରୟୋଜନ ହେବ ଓ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ଲଗାଣର ବର୍ତ୍ତମାନ ସ୍ତରଟିକୁ ବଜାୟ ରଖିବା ପାଇଁ ଏପରିକି ତାହାଠାରୁ ଆହୁରି କମ୍ ଅର୍ଥ ଆବଶ୍ୟକ ହେବ । ଅର୍ଥାତ୍ ବିଦେଶୀ ମୁଦ୍ରାର ଆଦାନ ପ୍ରଦାନ କ୍ଷେତ୍ରରେ ଦୈନିକ ଘରୋଇ କାରବାରର ପରିମାଣଟି ଅତ୍ୟନ୍ତ ସହଜରେ ହିଁ ଯେକୌଣସି କେନ୍ଦ୍ର-ବ୍ୟାଙ୍କର ଗଚ୍ଛିତ ବିଦେଶୀ ମୁଦ୍ରା-ପରିମାଣକୁ ଅତିକ୍ରମ କରିଯାଇପାରିବ-। ଏହିପରି ଭାବରେ ସିଦ୍ଧାନ୍ତତଃ ପୃଥିବୀଯାକର ସବୁ କେନ୍ଦ୍ର-ବ୍ୟାଙ୍କ୍ ଗୁଡ଼ିକର ରିଜର୍ଭ ମୁଦ୍ରା-ପରିମାଣକୁ ଏକତ୍ର କରି ଦେଖିଲେ ମଧ୍ୟ ତାହା ବିଦେଶୀ ମୁଦ୍ରାକୁ ନେଇ କାରବାର କରୁଥିବା ପ୍ରତିକୂଳ ଭାବରେ କାର୍ଯ୍ୟରତ ଘରୋଇ କାରବାର ଗୁଡ଼ିକ ଦ୍ଵାରା ମାତ୍ର ଅଳ୍ପ କିଛି ଦିନରେ ନିଶ୍ଚୟ ମୂଳପୋଛ ହିଁ ହୋଇଯିବ । ଅର୍ଥାତ୍ ସଂପ୍ରତି ଘରୋଇ ଅର୍ଥ-କାରବାର ପୁଞ୍ଜିଟି ଯେପରି ସକଳ ଅର୍ଥରେ ଅତିବଳୀୟାର ହୋଇ ପାରିଛି, ଜଗତୀକରଣର ଉପସ୍ଥିତ ପର୍ଯ୍ୟାୟଟିରେ ତାହାହିଁ ସଜ୍ଞାନିର୍ଣ୍ଣୟକାରୀ ସତେ ଅବା ଏକମାତ୍ର ବିଶେଷ ଲକ୍ଷଣରେ ପରିଣତ ହୋଇଛି । ତେଣୁ, ଏହି ସ୍ଥିତିରେ ଆମକୁ ବୁଝିବାରେ ମୋଟେ କୌଣସି ପ୍ରକାରେ ବିସ୍ମିତ ହେବାରେ ପଡ଼ିବନାହିଁ ଯେ, ପୃଥିବୀର ସରକାରମାନେ ଏହାଦ୍ଵାରା ନିଜକୁ ପ୍ରକୃତରେ ଭାରି ଅସୁରକ୍ଷିତ ପ୍ରାୟ ଅନୁଭବ କରୁଛନ୍ତି-

 

ପୃଥିବୀଯାକ ବ୍ୟାପ୍ତ ହୋଇଯିବାରେ ଲାଗିଥିବା ଜଗଦ୍‍ବ୍ୟାପୀ ବଜାରଟିର ଏହି ପୃଷ୍ଠଭୂମି ଉପରେ ବର୍ତ୍ତମାନ କିଞ୍ଚିତ୍ ନିର୍ଦ୍ଦିଷ୍ଟ ଭାବରେ ଆମେ ଭାରତବର୍ଷୀୟ ଦୃଶ୍ୟପଟଟିରେ ଏକ ବିଚାର କରିବାକୁ ପ୍ରୟାସ କରିବା । ଆପେକ୍ଷିକ ମାନଦଣ୍ଡରେ ଏକ କ୍ଷୁଦ୍ର ଷ୍ଟକ୍‍ମାର୍କେଟର ପରିପ୍ରେକ୍ଷୀରେ ଅଥବା ଆନ୍ତର୍ଜାତିକ ମୂଲ୍ୟାୟନରେ ଅପେକ୍ଷାକୃତ ଗୋଟିଏ ଅଧିକ ସୁଲଭ ମୁଦ୍ରାର ଚଳନ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବ ପକାଉଥିବା କେତେକ ସ୍ଵଳ୍ପ ସଂଖ୍ୟାରେ ଶକ୍ତିଶାଳୀ ପ୍ରଚାରାଦି ଫଳରେ ବିଦେଶୀ ମୁଦ୍ରାର ବଜାରରେ ପୁଞ୍ଜି ଚଳନର କ୍ଷେତ୍ରଟି ନିତାନ୍ତ ଅଣଆୟତ୍ତ ହୋଇ ପଡ଼ୁଥିବାରୁ ଭାରତବର୍ଷର ମୁଦ୍ରା ତଥା ଦଲାଲ ଷ୍ଟ୍ରୀଟ୍‍ର ନିୟତିଟିକୁ ଏଠାରେ ବେଶ୍ ଅଧିକାଂଶତଃ ନିମ୍ନଗାମୀ ହୋଇ ରହିବାର ଅବସ୍ଥାଟିଏ ସୃଷ୍ଟି ହେଉଛି । ତଥାପି ଭାରତବର୍ଷର ପୁଞ୍ଜିବଜାରଟି ସମ୍ପୂର୍ଣ୍ଣ ଭାବରେ ଆଦୌ ଆପେ ଆପଣାର ଯାବତୀୟ ବେଭାରକୁ ଇଚ୍ଛାନୁସାରେ ନିଜ ନିୟନ୍ତ୍ରଣରେ ରଖି ପାରୁନାହିଁ । ବାହାରୁ ଅର୍ଥ ଆଣିବାଟା ଏଠାରେ ସାଧାରଣତଃ ଏଠାରୁ କିଛି ଅର୍ଥ ବାହାରକୁ ନେଇ ପାରିବାଠାରୁ ବେଶ୍ ଅଧିକ ସହଜ ହୋଇ ରହିଛି । ତଥାପି, ଦେଶର ଶାସନକର୍ତ୍ତାମାନେ ବ୍ୟାପାରୀମାନଙ୍କର ଭାବଗତ ପ୍ରକୃତ ପ୍ରତିକ୍ରିୟାଗୁଡ଼ିକ ବିଷୟରେ ବିଶେଷ କରି ପୁଞ୍ଜି-କାରବାରର ବଜାରଗୁଡ଼ିକରେ ଥିବା ବିଦେଶୀ ବ୍ୟାପାରୀମାନଙ୍କ ବିଷୟରେ ନାନାଭାବେ ସତର୍କ ହୋଇ ରହୁଛନ୍ତି । ଉଦାହରଣ ସ୍ୱରୂପ, ଯଦି କିଛି ସଂଖ୍ୟାର ବିଦେଶୀ ପୁଞ୍ଜିଲଗାଣକାରୀ ଏକ ପରିପନ୍ଥୀ ଦୃଷ୍ଟିକୋଣ ଗ୍ରହଣ କରନ୍ତି ଏବଂ ଆମ ଦେଶର ବଜାରରୁ ସେମାନେ ଖଟାଇଥିବା ମୋଟ୍ ପରିମାଣର ଗୋଟିଏ ଅଂଶକୁ ପ୍ରତ୍ୟାହାର କରି ନିଅନ୍ତି, ତେବେ ତାହା ପରିଣାମ ସ୍ୱରୂପ ଷ୍ଟକମାର୍କେଟର ହାଲ୍‍ଟିକୁ ପ୍ରାୟ ନାଟକୀୟ ଭାବରେ ହିଁ ତଳକୁ ଖସାଇ ଆଣିବ ଏବଂ ଆମ ଭାରତୀୟ ଟଙ୍କାର ବିନିମୟମୂଲ୍ୟରେ ହ୍ରାସ ମଧ୍ୟ ଘଟାଇବ ଏବଂ, ସମ୍ଭବତଃ ଏକ ବୃହତ୍ତର ଦୁର୍ଗତିକୁ ଘଟାଇ ଏହା ସାଧାରଣ ଜମାକାରୀମାନଙ୍କର ମନରେ ଏକ ଆତଙ୍କ ବି ସୃଷ୍ଟି କରିବ, ଯାହା ଫଳରେ କି ସେମାନେ ସତେଅବା ଦଳେ ଛେଳିମେଣ୍ଢାଙ୍କ ପରି ଅବସ୍ଥାଟିକୁ ଗୋଟିଏ ପୂରା ଆର୍ଥିକ ସଂକଟରେ ହିଁ ପରିଣତ କରି ପକାଇବେ । ଆମ ଏଠା ସରକାରଙ୍କ ସମେତ ସବୁ ସରକାର ହିଁ ସେହି କାରଣରୁ ଅର୍ଥନୈତିକ କାରବାରର ବଜାରରେ କୌଣସି ବିକ୍ଷୋଭ ସୃଷ୍ଟି କରି ପକାଇବା ଭଳି ସଙ୍କେତ ଇତ୍ୟାଦିର ସୂଚନା ଦେବା ବିଷୟରେ ଖୁବ୍ ସାବଧାନ ରହିଥାନ୍ତି ।

 

କାହାଣୀଟିର ଆର ପାଖଟିକୁ ମଧ୍ୟ ଠିକ୍ ସେହି ପରିମାଣରେ ସତ୍ୟ ବୋଲି କୁହାଯିବ । ଏକ ସରକାର ପ୍ରକୃତ ସଙ୍କେତଗୁଡ଼ିକୁ ଗୋଚରୀଭୂତ କରାଇ ଅର୍ଥନୈତିକ କାରବାରର ବଜାର ତଥା ପୁଞ୍ଜି ବଜାରର ବୃହତ୍ ଘରୋଇ ଅଭିନେତାମାନଙ୍କୁ ସୁଖୀ ରଖି ଆମର ଏଠାରେ ସବୁ ଖୁବ୍ ଉତ୍ତମଭାବେ ଚାଲିଛି ବୋଲି ବେଶ୍ ଛଳନାତ୍ମକ ଭାବରେ ହୁଏତ ଦେଖାଇ ମଧ୍ୟ ଅବଶ୍ୟ ପାରିବ । ଏହି କ୍ଷେତ୍ରରେ ଆନ୍ତର୍ଜାତିକ ମୁଦ୍ରା-ନିଧି ଏବଂ ବିଶ୍ଵ-ବ୍ୟାଙ୍କ ଉଭୟେ ଏକ ନିଷ୍ପତ୍ତିକାରୀ ଭୂମିକାରେ ଅବତୀର୍ଣ୍ଣ ବି ହୋଇପାରିବେ ସତ କିନ୍ତୁ ତାହା କେବଳ ଏକ ପରୋକ୍ଷ ଭୂମିକା ହିଁ ହୋଇ ରହିଥିବ । କୌଣସି ଏକ ବିକାଶଶୀଳ ଦେଶରେ ଯେତେବେଳେ ଶାସନକାରୀ ସରକାର ନିଜ ଆର୍ଥିକ ନୀତିଗୁଡ଼ିକୁ ଦେଖି ସନ୍ତୋଷ ଅନୁଭବ କରୁଥାନ୍ତି, ସେତେବେଳେ ବଜାରକୁ ଅବତରଣ କରିଥିବା ଘରୋଇ ଅଭିନେତାଗଣ ମଧ୍ୟ ସେଥିରେ ପ୍ରସନ୍ନତା ଅନୁଭବ କରିଥାଆନ୍ତି । ଯେତେବେଳେ ଆନ୍ତର୍ଜାତିକ ମୁଦ୍ରା ନିଧି କିମ୍ବା ବିଶ୍ଵ-ବ୍ୟାଙ୍କ ଆର୍ଥିକ ଜଗତୀକରଣକୁ ଏକ ଉତ୍ତମ ରୀତି ବୋଲି କହନ୍ତି ଅଥବା ବିଦେଶରୁ ଘରୋଇ ପୁଞ୍ଜି ଆକୃଷ୍ଟ କରି ଆଣି ନିଜ ଦେଶରେ କାରବାରରେ ଲଗାଇବାର ପ୍ରୟାସଟିକୁ ମଧ୍ୟ ଉତ୍ତମ ବୋଲି କହନ୍ତି ଓ ସେହିସବୁ କ୍ଷେତ୍ରରେ କୁପରିଣାମ ଗୁଡ଼ିକ ସକାଶେ ସଂପୃକ୍ତ ସରକାର ନିତାନ୍ତ ଆଖିବୁଜା ଭାବରେ ଖରଚ କରି ବିତ୍ତୀୟ ନିଅଣ୍ଟ ଅବସ୍ଥାଗୁଡ଼ିକର ସୃଷ୍ଟି ହେବାକୁ ମନ୍ଦ ବୋଲି ମତ ବ୍ୟକ୍ତ କରନ୍ତି, ସେତେବେଳେ ସରକାରଗଣ ମଧ୍ୟ ସେହି କ୍ଷେତ୍ରରେ ବେଶ୍ ନରମ ପରାମର୍ଶଟିକୁ ଗ୍ରହଣ କରିବା ନିମନ୍ତେ ଉତ୍ସାହିତ ହୁଅନ୍ତି । ଅର୍ଥନୈତିକ କାରବାରକ୍ଷେତ୍ରରେ ଯେତେବେଳେ ସେମାନେ ଯଥାର୍ଥ ଅର୍ଥ ସମ୍ପନ୍ନତା ସକାଶେ ଯେତେ ପ୍ରତିକୂଳ ହୋଇଥିଲେ ମଧ୍ୟ ସେହି ବଜାର-ଅନୁକୂଳ ନୀତିଗୁଡ଼ିକୁ ଗ୍ରହଣ କରି ଏକ ସତତ ବୃଦ୍ଧିଲାଭ କରୁଥିବା ଷ୍ଟକ୍‍ମାର୍କେଟ୍‍କୁ ସ୍ଥାୟିତ୍ଵ ଦେଇ ବଜାୟ ରଖିଥାଆନ୍ତି, ସାଧାରଣତଃ ସେହି ସ୍ଥିତିଟିକୁ ଏକ ଉତ୍ତମ ଅର୍ଥନୈତିକ ପରିଚାଳନା ସଫଳ ଦୃଷ୍ଟାନ୍ତ ବୋଲି ଅଭିହିତ କରାଯାଏ । ହଁ, ସେତେବେଳେ ପ୍ରଚାର-ମାଧ୍ୟମ ତଥା ଚିରାଚରିତ ଉଚ୍ଚ ଜ୍ଞାନାନୁଶୀଳନର କ୍ଷେତ୍ରମାନେ ମଧ୍ୟ ଏହାର ସମର୍ଥନରେ ତଥ୍ୟାଦି ସହିତ ଖୁବ୍ ବାହାରି ପଡ଼ି ଥାଆନ୍ତି । ଉପସ୍ଥିତ ସ୍ଥିତିଟିରେ ଏଇଟି ହିଁ ଏକମାତ୍ର ଯଥାର୍ଥ ସମାଧାନ ବୋଲି ଗୋଟିଏ ଧାରଣା ସୃଷ୍ଟି କରି ରଖିବା ନିମନ୍ତେ ଏମାନଙ୍କର କେତେ ନିଜସ୍ଵ କାରଣ ମଧ୍ୟ ଅବଶ୍ୟ ରହିଥାଏ । ‘ସବୁ ଠିକ୍ ବୋଲି ଲାଗୁଛି’ ବୋଲି ଷ୍ଟକ୍‍ମାର୍କେଟ୍‍ର ଅନୁଭବଟି, ଆନ୍ତର୍ଜାତିକ ସଂଗଠନ ଏବଂ ଦେୟ ତଥା ଆୟର ପରିମାଣାଦି ମାପି ହିସାବ ଦେଉଥିବା ସଂସ୍ଥାଗୁଡ଼ିକ ଆଣି ଯୋଗାଇ ଦେଉଥିବା ହିସାବରୁ ସଂପୂର୍ଣ୍ଣ ଅର୍ଥନୀତି ସମୁଚିତ ଓ ସୁସ୍ଥ ଭାବରେ ଚାଲିଛି ବୋଲି ସ୍ଵୀକାର କରି ନିଆଯାଏ । ଲୋକସାଧାରଣ ଓ ଏପରିକି ଦରିଦ୍ର ଶ୍ରେଣୀଟି ଏଥିରୁ ଉପକୃତ ହେବ ବୋଲି ସମସ୍ତେ ବିଶ୍ଵାସ କରନ୍ତି । ଜଗତୀକରଣ ଆମର ଏହି ଚଳନ୍ତି ପର୍ଯ୍ୟାୟଟିରେ ଆମେ ଏହାକୁ ହିଁ ‘ବିଚାର-ସମର୍ଥିତ’ ଅର୍ଥନୀତିଗତ ପରିଚାଳନାରେ ଗୁପ୍ତ ହୋଇ ରହିଥିବା ସେହି ଅସଲ ନିର୍ଯାସଟି ରୂପେ ହିଁ ଅବଶ୍ୟ ଜାଣି ରଖିବା । ଆନ୍ତର୍ଜାତିକ ମୁଦ୍ରା-ନିଧି ଓ ବିଶ୍ଵ-ବ୍ୟାଙ୍କ୍ ଆମକୁ ସ୍ଥୂଳତଃ ସେହିଭଳି ଚିତ୍ରଟିଏ ପ୍ରଦାନ କରି ଆସିଛନ୍ତି । ବେଳେ ବେଳେ ତ ଏପରି ମଧ୍ୟ ଧାରଣା ସ୍ପଷ୍ଟ ହେଉଥାଏ ଯେ ଆମର କେତେ ନିର୍ବାଚିତ ପ୍ରତିନିଧି ମଧ୍ୟ ସେହି ଲିଖିତ ଚିଠାଟିକୁ ଗ୍ରଥିତ କରି ଆଣିବାରେ ସ୍ଵୟଂ କିଛି ଭୂମିକା ଗ୍ରହଣ କରିବା ଲାଗି ଇଚ୍ଛୁକ ଥିବା ପରି ମନେ ବି ହୋଇଥାଏ ।

 

ଏଠାରେ ଆମେ କେବଳ ଷ୍ଟକ୍‍ମାର୍କେଟ୍‍ର ଆଚରଣଟିକୁ ହିଁ ସ୍ମରଣ କଲେ ଯଥେଷ୍ଟ ହେବ । ପ୍ରାୟ କୌଣସି ନିୟମକୁ ମାନୁ ନଥିବା ଗୋଟିଏ ବୁଦ୍‍ବୁଦ୍ ସଦୃଶ (ହର୍ଷଦ ମେହେଟ୍ଟା ଘଟଣାଟିରେ ତାହାର ଶେଷ ଦୃଷ୍ଟାନ୍ତଟିର ଏକ ପରିଚୟ ମିଳିଯାଇ ପାରିବ) ତାହା ବୃଦ୍ଧି ପାଇଲା ଓ ୧୯୯୨ ମସିହାର ଆର୍ଥିକ ସଂସ୍କାରଗୁଡ଼ିକୁ ସମର୍ଥନ କରୁଥିବାର ଧାରଣା ଆଣି ଦେଇଥିଲା । ତା’ପରେ ୨୦୦୪ ମସିହା ମଇ ମାସରେ ସେହି ଷ୍ଟକ୍‍ମାର୍କେଟ୍ ସାଧାରଣ ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟରେ ସତେଅବା ଗୋଟା ସୁଦ୍ଧା ଭୁଷୁଡ଼ି ପଡ଼ିଲା । ସଂସ୍କାରଟାକୁ ନେଇ ସମ୍ପୃକ୍ତ ପ୍ରାୟ ସମସ୍ତେ ଆତଙ୍କିତ ହୋଇ ଉଠିଥିଲେ ଏବଂ, ନୂଆ ଗଢ଼ା ଯାଇଥିବା ମିଳିତ ସରକାରଙ୍କର ଅର୍ଥନୈତିକ ନୀତିଗୁଡ଼ିକ କ୍ରମେ ସ୍ପଷ୍ଟ ହୋଇ ଜାଣିହେବା ପର୍ଯ୍ୟନ୍ତ ତାହା ସେହିପରି ରହିଥିଲା । ମୁଖ୍ୟତଃ ପୁଞ୍ଜି ଲଗାଇଥିବା ସଂଗଠନମାନେ ଷ୍ଟକ୍-ଏକ୍ସଚେଞ୍ଜରୁ ନିଜର ଗଚ୍ଛିତ ଧନରାଶିମାନ ପ୍ରତ୍ୟାହାର କରି ନେଇଥିଲେ; ପ୍ରଥମଟି ତୁଳନାରେ ଏହି ଦ୍ଵିତୀୟ ଘଟଣାଟିରେ ହିଁ ସେହି କ୍ରୀଡ଼ାଟି ଅଧିକ ସ୍ପଷ୍ଟ ହୋଇ ଉଠିଥିଲା ।

 

ତଥାପି, ଅନ୍ତତଃ ଆମ ଭାରତବର୍ଷର ଦୃଷ୍ଟାନ୍ତଟିର କ୍ଷେତ୍ରରେ ଏହି ନମୁନା ତଥା ଆର୍ଥିକ ପରିଚାଳନାର ଶୈଳୀଟି କେବଳ କେତେ ସମୟଲାଗି ସଫଳ ହୋଇପାରିବ । ଏହା ଆଦୌ ଗୋଟିଏ ଆକସ୍ମିକ ଘଟଣା ନୁହେଁ ଯେ, ଉଲ୍ଲିଖିତ ସେହି ଚିଠାଟି ଅନୁସାରେ ସମାଧାନଗୁଡ଼ିକୁ ବାଢ଼ି ଦେଉଥିବା ଅର୍ଥନୀତି-କ୍ଷେତ୍ରରେ ନୀତିକାରମାନଙ୍କୁ ଲୋକମାନେ ନିର୍ବାଚନଗୁଡ଼ିକ ଦ୍ଵାରା ବର୍ଜନ କଲେ କଂଗ୍ରେସ ଦଳରେ ପ୍ରାଧାନ୍ୟ ସହିତ ଯେଉଁ ମିଳିତ ପକ୍ଷଟିର ପ୍ରତିଷ୍ଠା ହେଲା, ଅର୍ଥନୀତିରେ ଏତେ ଏତେ ସଂସ୍କାର ଆଣିବ ବୋଲି କହି ଯିଏ ଗର୍ବ ଅନୁଭବ କରୁଥିଲା, ସେଇଟି ୨୦୦୦ର ସାଧାରଣ ନିର୍ବାଚନ ଦ୍ଵାରା ପରାଜିତ ହୋଇଥିଲା । ଭାରତୀୟ ଜନତାପାର୍ଟିର ନେତୃତ୍ଵରେ ଯେଉଁ ମିଳିତ ପକ୍ଷଟି କ୍ଷମତାକୁ ଆସିଲା, ସେଇଟି ମଧ୍ୟ ସେହି ପୂର୍ବ ପରି ୨୦୦୪ ମସିହାରେ ଷ୍ଟକ୍‍ମାର୍କେଟ୍‍ଟିର ପ୍ରଚକ୍ଷୁଟିକୁ ଲଗାଇ ଏକ ଉଜ୍ଜ୍ଵଳ ଭାରତର ଛବିଟିଏ ଦେଖିବାକୁ ଆରମ୍ଭ କରି ଦେଇଥିଲା । ଅର୍ଥନୈତିକ ସକଳ ନୀତିର ଯେଉଁ ପକ୍ଷସମର୍ଥକମାନେ ସାଧାରଣ ଲୋକଙ୍କ ବିଷୟରେ ଦେଖି ନଦେଖିଲା ପରି ଏଡ଼ିଦେଇ ଚାଲିଯାଆନ୍ତି ଏବଂ ଶେଷରେ ଏପରି ଏକ ଛଳନା ଦ୍ଵାରା ଶେଷ କରନ୍ତି ଯେ କେବଳ ଷ୍ଟକ୍‍ମାର୍କେଟ୍‍ର ଉନ୍ନତି ଅବାରିତ ରହିଲେ ଯାଇ ସମ୍ପୂର୍ଣ୍ଣ ଜାତି ମଧ୍ୟ ଅବଶ୍ୟ ଉନ୍ନତି ହାସଲ କରି ପାରିବ, ସେମାନେ ଯେତିକି ସମ୍ଭବ କରିପାରୁଛନ୍ତି, ତା’ଠାରୁ ବଳି ଆଉ ଅଧିକ କିଛି ଆଦୌ କରିପାରିବେ ବୋଲି ଆଦୌ ଆଶା କରିବା ଉଚିତ୍ ହେବନାହିଁ ।

 

ଅବଶ୍ୟ ଏହି କଥାଟି ଅବଶ୍ୟ ଠିକ୍ ଯେ ଭାରତବର୍ଷର ସାଧାରଣ ଏବଂ ଦରିଦ୍ର ଜନଗଣଙ୍କ ବିରୁଦ୍ଧରେ ତୁଚ୍ଛା ଏକତରଫା ଅତି-ଆଗ୍ରହ ମାନଙ୍କର ପ୍ରଭାବରେ ପଡ଼ି ବାହାର କରାଯାଉଥିବା ଏହିସବୁ ନିୟମର ସାହାଯ୍ୟରେ ଖେଳା ଯାଉଥିବା ଜାଗତିକ ସୂତ୍ରଗୁଡ଼ିକରେ ରାଜି ନହେବାକୁ ଯଦି ଆମେ ସ୍ଥିର କରିନେଇ ପାରିବା, ତେବେ ଯାଇ ଯଥାସମ୍ଭବ ଏକ ଅଳ୍ପ ଅବଧି ମଧ୍ୟରେ ଆମ ଦେଶର ଅଧିବାସୀ ସମସ୍ତଙ୍କ ସକାଶେ ସମ୍ମାନ ସହିତ ବିକାଶ ଲାଭ କରି ପାରିବାର ସେହି ଲକ୍ଷ୍ୟଟି ଦିଗରେ ଅଗ୍ରସର ହେବାକୁ ଏକ ବିକଳ୍ପ ମାର୍ଗର ରୂପରେଖ ଲାଗି ମଧ୍ୟ ଅବଶ୍ୟ ସମର୍ଥ ହେବା । ଏପରି ଗୋଟିଏ ବିକଳ୍ପ ମାର୍ଗଚିତ୍ର ନିମନ୍ତେ ଆମକୁ ସର୍ବପ୍ରଥମେ ଏହି କଥାଟିକୁ ସ୍ଵୀକାର କରିବାକୁ ପଡ଼ିବ ଯେ, ଜଗତୀକରଣର ଏହି ଉପସ୍ଥିତ ସ୍ରୋତଟିର ଦାବିଗୁଡ଼ିକୁ ମାନି ଏକ ନିତାନ୍ତ ସହଜ ବିବେଚନା-ବର୍ଜିତ ଉତ୍ସାହରେ ଆଭ୍ୟନ୍ତରୀଣ ଅର୍ଥାତ୍ ନିଜ ଦେଶର ଘରୋଇ ବଜାରଟିର ତୁଳନାରେ ବାହାର ହାଟ-କାରବାରଟିକୁ ବର୍ତ୍ତମାନ ଅଧିକ ମହତ୍ତ୍ଵପୂର୍ଣ୍ଣ ବା ଜରୁରି ବୋଲି ବିଶ୍ଵାସ କରିବା ଭାରତବର୍ଷର ବିକାଶ କ୍ଷେତ୍ରରେ ଆମ ପାଇଁ କଦାପି ହିତକାରକ ହୋଇ ପାରିବ ନାହିଁ । ଆମ ନିଜ ଅବସ୍ଥାଟି ଦୃଷ୍ଟିରୁ ଅନୁକୂଳ ହେଲାଭଳି ଆମର କାରବାରଗୁଡ଼ିକୁ ଆମେ ଯଥାସମ୍ଭବ ଅଧିକ ଉନ୍ମୁକ୍ତ କରିରଖିବା, ଯେପରିକି ବିକାଶର ପ୍ରକ୍ରିୟାଟିରେ ଦେଶର ଦରିଦ୍ର ଲୋକ କ୍ରିୟାଶୀଳ ଭାଗନେଇ ପାରିବାର ଆମ ଲକ୍ଷ୍ୟଟିର ପୂରଣ ହୋଇ ପାରୁଥିବ । ଏହି ଅନ୍ୟ କ୍ରିୟାଶୀଳତାଟି ପ୍ରକୃତରେ ଏଇଥିରୁ ଆରମ୍ଭ ହେବ ଯେ, ବିଶ୍ଵ-ବାଣିଜ୍ୟ କାରବାରରୂପୀ ଏହି ବୃହତ୍‍ବପୁ ବିସ୍ତାରଟି ଆମ ଜାତୀୟ ସରକାରଙ୍କର ନିୟନ୍ତ୍ରଣ ମଧ୍ୟରେ ଯେ କେବେହେଲେ ରହି ପାରିବ ନାହିଁ, ସେହି କଥାଟି ସମ୍ପୂର୍ଣ୍ଣ ସତ୍ୟ ହୋଇଥିଲେ ମଧ୍ୟ ଆମ ଆଭ୍ୟନ୍ତରୀଣ ସେହି କାରବାରଟି ଯେ ସର୍ବଦା ବର୍ତ୍ତମାନର ଏହି ଏତିକି ଗାର ଭିତରେ ସବୁବେଳେ ସୀମିତ ହୋଇ ରହିବ, ତାହାର ପ୍ରକୃତରେ ଆଦୌ କୌଣସି କାରଣ ନାହିଁ । କାରଣ ବସ୍ତୁତଃ ଏହି ଆଭ୍ୟନ୍ତରୀଣ ବଜାର-କାରବାରଟି ପ୍ରାୟ ଏକ ସୂତ୍ରନିରୂପିତ ଭାବରେ ଦେଶର ସରକାରୀ ତଥା ଘରୋଇ କାରବାରର ସ୍ତରଟି ଉପରେ ହିଁ ନିର୍ଭର କରିବ । ଯେକୌଣସି ଦେଶର ସରକାର ସେହି ଦେଶର ଅର୍ଥନୈତିକ କାରବାରରେ ନିଜକୁ ଯଥା ସମ୍ଭବ କମ୍ ଜଡ଼ିତ କରି ରଖିବ ବୋଲି ରହିଥିବା ମତଟିକୁ ସ୍ଵୀକାର ନ କରି ହିଁ ଏଠାରେ ଆମେ ଏପରି ଯୋଜନାଟିଏ ତିଆରି କରିବାକୁ ଉଦ୍ୟମ କରିବା, ଯହିଁରେ କି ଦେଶର ଜନସମୂହ ନିଜକୁ ନାନା ଆର୍ଥିକ କାରବାର ଓ ସମ୍ପର୍କରେ କ୍ରିୟାରତ କରି ରଖିବେ । ଏବଂ, ସରକାର ଏଥିରେ ସେମାନଙ୍କର ସହାୟତା କରିବେ ।

 

ବାହାର ବଜାର ତୁଳନାରେ ବରଂ ଦେଶର ଏହି ଆଭ୍ୟନ୍ତରୀଣ ବଜାର ଉପରେ ଅପେକ୍ଷାକୃତ ଅଧିକ ମହତ୍ତ୍ଵ ଦିଆଗଲେ ଦୁଇଟି ଲାଭ ହେବ ଏବଂ ସର୍ବାଧିକ ପରିମାଣରେ ତାହା ଅଧିକତର ଦେଶବାସୀଙ୍କ ନିମନ୍ତେ ହିଁ ବିଶେଷ ଭାବରେ ଲାଭଜନକ ମଧ୍ୟ ହୋଇପାରିବ । ଆମ ଶ୍ରମିକମାନଙ୍କର ମଜୁରିକୁ କମ୍ କରି ଉତ୍ପାଦନ-ବ୍ୟୟକୁ କମ୍ କରିବାର ଯେଉଁ ଭୂଆଁ ଆମକୁ ଗ୍ରାସ କରି ରହିଛି, ଆମର ଅର୍ଥନୈତିକ ବ୍ୟବସ୍ଥାର ନୀତିଗୁଡ଼ିକୁ ତାହାର କବଳରୁ ଆମକୁ ତାହା ମୁକ୍ତ କରି ଆଣିବ । ବର୍ତ୍ତମାନ ତ ଶ୍ରମିକ-ନିଯୁକ୍ତିର କ୍ଷେତ୍ର ଏବଂ ସାମାଜିକ ତଥା ଅର୍ଥନୈତିକ ପୁଞ୍ଜିନିର୍ମାଣର କ୍ଷେତ୍ରରେ ମଧ୍ୟ ଆମେ ନାନାଭଳି କୃପଣତା କରିବାରେ ଲାଗିଛୁ ଏବଂ ଏହି ସବୁକିଛିର ନତିଜାରୂପେ ସାଧାରଣ ଜନଗଣଙ୍କର କ୍ଷତି କରାଯାଉଛି । ଦ୍ଵିତୀୟତଃ, ସେହି ଅନ୍ୟ ମାର୍ଗଟି ଗ୍ରହଣ କରି ପାରିଲେ ବିକାଶର ପ୍ରକୃତ ସମସ୍ୟାଗୁଡ଼ିକ ହିଁ ଆମ ଆଗରେ ଯଥେଷ୍ଟ ସ୍ପଷ୍ଟତା ସହିତ ଦୃଷ୍ଟିଗୋଚର ହେବାକୁ ଆରମ୍ଭ କରିବେ । ଏବଂ, ସବୁଠାରୁ ବଡ଼ ଲାଭଟି ହେବ ଯେ, ତାହାଫଳରେ ଆର୍ଥିକ ଜୀବନରେ ଅଧିକ ଆୟ ପ୍ରଭୃତିର ସମର୍ଥ କର୍ମନିଯୁକ୍ତିର ଆୟତନରେ ନାନାଭାବେ ଏକ ସତ୍ଵର ସଂପ୍ରସାରଣ ମଧ୍ୟ ହେବାକୁ ଆରମ୍ଭ କରିବ । ସ୍ଥାୟିତ୍ଵର ପ୍ରତ୍ୟୟ ଯୋଗାଇ ପାରୁଥିବା ସମସ୍ତଙ୍କ ଲାଗି କର୍ମ ଯୋଗାଇ ପାରୁଥିବାର ଗୋଟିଏ ସମାଜ-ଜୀବନ ଆଡ଼କୁ ଯଥେଷ୍ଟ ବେଗଟି ସହ ଅଗ୍ରସର ହେବାରେ ଲାଗିଥିବା ଜନସମୂହ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଥିବା ଏକ ବିକାଶ-ବ୍ୟବସ୍ଥାରୂପକ ଲକ୍ଷ୍ୟସ୍ଥାନରେ ଯାଇ ପହଞ୍ଚାଇବାକୁ ହେଲେ ଏଇଟି ବ୍ୟତୀତ ପ୍ରକୃତରେ ଆଉ ଅନ୍ୟ କ’ଣ ରାସ୍ତା ରହିଛି ? ଏବଂ, ତାହାର ଆଉ ଗୋଟିଏ ଆନୁଷଙ୍ଗିକ ସୁଫଳ ରୂପେ, ଦାରିଦ୍ର୍ୟ ଦୂର ହେବ ଏବଂ ଯାବତୀୟ ଅଭିବୃଦ୍ଧି ଦରିଦ୍ର ବୃହତ୍‍ପକ୍ଷଟିର ଅନୁକୂଳ ମଧ୍ୟ ହେବ-। ଏବଂ ସେହି ବ୍ୟବସ୍ଥାଟିରେ ସମ୍ମାନ ସହିତ ଜୀବନ ବଞ୍ଚିବା ସକାଶେ ପ୍ରତ୍ୟେକ ମନୁଷ୍ୟର ଅବଶ୍ୟ ଅଧିକାର ଥିବ ।

 

ଯେପରି ଏଥିପୂର୍ବରୁ ଦର୍ଶାଇ ଦିଆଯାଇଛି, ଏହି ନିକଟ ଅତୀତର ବର୍ଷ ଗୁଡ଼ିକରେ ଆମର ମୋଟ ଉତ୍ପାଦନ ବଢ଼ିଥିଲେ ମଧ୍ୟ ତଦ୍ଦ୍ଵାରା ଯଥେଷ୍ଟସଂଖ୍ୟକ କର୍ମସ୍ଥାନ ଆଦୌ ସମ୍ଭବ ହୋଇପାରିନାହିଁ । ଆର୍ଥିକ ବୃଦ୍ଧି ହେଉଛି, ଅଥଚ ନିଯୁକ୍ତିସ୍ଥାନ ଗୁଡ଼ିକ ସେହି ଅନୁସାରେ ବଢ଼ୁନାହିଁ, ସେଥିପାଇଁ ଏକ ଖୁବ୍ ସହଜ କାରଣ ମଧ୍ୟ ଅଛି । ଶ୍ରମିକମାନେ ଯେତେ ଅଧିକ ଉତ୍ପାଦନକ୍ଷମ ହେବେ, ଉତ୍ପାଦନ ମଧ୍ୟ ସେହି ଅନୁପାତରେ ଅଧିକ ହେଉଥିବ । ଅର୍ଥାତ୍, ଜଣେ ଶ୍ରମିକର ଉତ୍ପାଦନ-ସାମର୍ଥ୍ୟ ଓ ତା’ ସହିତ କର୍ମସ୍ଥାନ ଯୋଗାଇ ଦେଇ ପାରିବାର କ୍ଷେତ୍ରରେ ମଧ୍ୟ ବୃଦ୍ଧିସାଧନ, ଶ୍ରମିକର ଉତ୍ପାଦନ-ସାମର୍ଥ୍ୟ ପ୍ରକୃତ ଉତ୍ପାଦନର ପରିମାଣ ସହିତ ପ୍ରାୟ ସମତାଳ ଭାବରେ ବୃଦ୍ଧିଲାଭ କରୁଥିଲେ, ର କ୍ଷେତ୍ରରେ ମଧ୍ୟ ପ୍ରାୟ ଆଉ କୌଣସି ବୃଦ୍ଧି ହୋଇପାରେ ନାହିଁ । ସେହି କ୍ଷେତ୍ରରେ କର୍ମଯୋଗାଣର ମଧ୍ୟ ବୃଦ୍ଧି ନିମନ୍ତେ ମୁଖ୍ୟତଃ ଦୁଇଟି ନୀତିର ପ୍ରୟୋଜନ ହେବ । ପ୍ରଥମତଃ, ଦେଶ ଭିତରର ବଜାରର ଆକାରଟିରେ ଏକ ସମ୍ପ୍ରସାରଣ ଘଟାଇ ଆମକୁ ଉତ୍ପାଦନ ପରିମାଣକୁ ବଢ଼ାଇବାକୁ ହେବ । ଏବଂ, ଦ୍ଵିତୀୟତଃ, ଆମେ ଉତ୍ପାଦନଗତ ସକଳ ଅଭିବୃଦ୍ଧିକୁ ଏଣିକି ଏକ ଭିନ୍ନ ଦୃଷ୍ଟିରେ ମଧ୍ୟ ଦେଖି ଶିଖିବା । ଜଗତୀକରଣ ଓ ବାହାରର ବଜାର ଉପରେ ଅଧିକ ମହତ୍ଵ ଦେଉଥିବାର ଖାସ୍ ରୀତିଟି ଶ୍ରମିକମାନଙ୍କର ଉତ୍ପାଦନ-ସାମର୍ଥ୍ୟକୁ କେବଳ ଉତ୍ପାଦନ-ବ୍ୟୟକୁ କମ୍ ରଖିବାର ଏକ ଉପାୟ ରୂପେ ହିଁ ଦେଖିଥାଏ । କର୍ପୋରେଶନ୍ ମାନଙ୍କର ପ୍ରଧାନ ତଥା ଉଚ୍ଚସ୍ତରୀୟ କାରିନ୍ଦାମାନେ ପ୍ରାୟ ଅକ୍ଳାନ୍ତ ଭାବରେ ଏହି କଥାଟି କହିବାରେ ଲାଗିଥାଆନ୍ତି ଯେ, ସେମାନଙ୍କର ଏହି କର୍ପୋରେଶନ୍ ଗୁଡ଼ିକ ସବୁବେଳେ ପତଳା ହୋଇ ରହନ୍ତୁ, ସେମାନଙ୍କ ପେଟ ଏହିପରି ଦରପୂରା ଥାଉ ଏବଂ ସେମାନଙ୍କର ଦେହରେ କେବେ ହେଲେ ବି ଚର୍ବି ନଲାଗୁ । ଏହିପରି ଏକ ମାର୍ଗର ଅନୁସରଣ କରି ସେମାନେ ସେହି ଅବସ୍ଥାଟିକୁ ବଜାୟ ରଖନ୍ତି ଯେ, ସେମାନେ ଶ୍ରମିକମାନଙ୍କର ସଂଖ୍ୟାକୁ କିଞ୍ଚିତ କଟାକଟି କରି କ୍ଷୁଦ୍ରାକୃତି କରି ରଖିବାଲାଗି ଇଚ୍ଛା କରନ୍ତି । ଉଦାହରଣ ସ୍ୱରୂପ, ବର୍ତ୍ତମାନ ନିଯୁକ୍ତ ଥିବା ଶ୍ରମିକମାନଙ୍କର ଅଧେ ରହିଥିଲେ ମଧ୍ୟ ଯଦି ଗୋଟିଏ କାମକୁ ବେଶ୍ କରିପାରନ୍ତେ ଏବଂ ଯଦି ସେତେବେଳେ ମଧ୍ୟ ସେମାନଙ୍କର ମଜୁରିକୁ ଦୁଇଗୁଣ ନକରି ସେତିକିରେ ହିଁ ରଖା ଯାଇଥାଏ, ତେବେ, ଶ୍ରମିକମାନଙ୍କ ବାବତରେ କରା ଯାଉଥିବା ଖରଚ ଖୁବ୍ କମ୍ ହୋଇଯାଇପାରିବ ଏବଂ ତେଣୁ ଉତ୍ପାଦନ-ଖରଚ ମଧ୍ୟ କମିବ । ନିଜର ବଜାର-କାରବାରକୁ ବଢ଼ାଇବା ଏବଂ ଲାଭର ପରିମାଣକୁ ଅଧିକ କରି ରଖିବାକୁ ଏହି କର୍ପୋରେଶନ୍‍ମାନେ ଉତ୍ପାଦନ ବାବତ ଖର୍ଚ୍ଚକୁ କମ୍ କରି ରଖିବାକୁ ସର୍ବଦା ପ୍ରୟାସ କରନ୍ତି । ଏବଂ, ଯଦି ନୀତି ପ୍ରଣୟନକାରୀମାନେ ଜାଗତିକ ବଜାରରେ ଆମର ଭାଗଟାରେ ହିଁ ବୃଦ୍ଧିସାଧନ କରିବା ଉପରେ ସବୁଠାରୁ ଅଧିକ ଗୁରୁତ୍ଵ ଦେଉଥାନ୍ତି, ତେବେ ସେଠାରେ ମଧ୍ୟ ସେହି ନ୍ୟାୟଟିର କାହିଁକି ପ୍ରୟୋଗ କରାନଯିବ !

 

ଅର୍ଥାତ୍, ଯଦି ଆମେ ଆମ ନିଜର ଏଠା ମାର୍କେଟ୍‍ଟିର ଏକ ମହତ୍ତ୍ଵ ନିଶ୍ଚୟ ରହିଛି ବୋଲି ପ୍ରକୃତରେ ସ୍ଵୀକାର କରି ପାରିବା ତେବେ ଶ୍ରମିକ-ତରଫଟିର ଉତ୍ପାଦନ-ସାମର୍ଥ୍ୟରେ ବୃଦ୍ଧିସାଧନ କରିବାର ଏହି ଅନ୍ୟ ନ୍ୟାୟଟିର ଆଉ କୌଣସି କାର୍ଯ୍ୟଦାୟକ ଔଚିତ୍ୟ ହିଁ ରହିବ ନାହିଁ-। ଏବଂ, ପରିଚାଳନାର ଏହି ସମ୍ମିଳିତ ସମାଧାନ-ସୂତ୍ରଟିର ଗଠନ ଭିତରେ ହିଁ ଏକ ଭ୍ରାନ୍ତ ରହିଛି ବୋଲି ଖୁବ୍ ସହଜରେ ଜାଣି ହୋଇଯିବ । ମନେ କରନ୍ତୁ ଯେ, ଅର୍ଥନୀତିକ୍ଷେତ୍ରରେ ନିଗମମାନେ ସେମାନେ ନିୟୋଜିତ କରି ଆସିଥିବା ଶ୍ରମିକମାନଙ୍କର ସଂଖ୍ୟାକୁ ଅଧା କମ୍ କରିଦେଲେ ଏବଂ ତାହା ଫଳରେ ନିୟୋଜିତ ଶ୍ରମିକ ମାନଙ୍କର ସଂଖ୍ୟାଟି ମଧ୍ୟ ଅଧା ହୋଇଗଲା-। ଯଦି ଶ୍ରମିକମାନଙ୍କର ମଜୁରିକୁ ଯେତିକି ସେତିକିରେ ରଖା ଯାଇଥାଏ, ତେବେ ସେମାନଙ୍କ ବାବତ ବ୍ୟୟ ହେଉଥିବା ଅର୍ଥପରିମାଣଟି ମଧ୍ୟ ଏଣିକି ଅଧା ହୋଇଯିବ । କାରଣ, ପ୍ରତ୍ୟେକ ବ୍ୟକ୍ତି ବର୍ତ୍ତମାନ ପୂର୍ବ ତୁଳନାରେ ଦୁଇଗୁଣ ଅଧିକ ଉତ୍ପାଦନ କରୁଥିବ ମାତ୍ର ଆଗେ ଯେତିକି ପାଉଥିଲା ଇହାଦେ ମଧ୍ୟ ସେତିକି ପାରିଶ୍ରମିକ ପାଉଥିବ । କର୍ମ-ଯୋଗାଣର ସ୍ଥାନ ସଂଖ୍ୟା ଅଧା ହୋଇ ଯାଇଥିବ ଏବଂ ତେଣୁ ପାରିଶ୍ରମିକ ଦେବାରେ ଆଗ ତୁଳନାରେ ଅଧେ ଖର୍ଚ୍ଚ ହେଉଥିବ । ଏହାର ପରିଣାମ ସ୍ୱରୂପ ଦେଶର ଘରୋଇ କ୍ରୟଶକ୍ତି ତଥା କାରବାର-କ୍ଷେତ୍ରରେ ମଧ୍ୟ ହ୍ରାସ ଘଟିବ-। ଉପଭୋକ୍ତାମାନଙ୍କର ବ୍ୟୟ-କ୍ଷେତ୍ରରେ ଏହାଦ୍ଵାରା ହେଉଥିବା କ୍ଷତିଟିର ପୂରଣ ନିମନ୍ତେ ପୁଞ୍ଜିଲଗାଣ ଓ ରପ୍ତାନୀରେ କୌଣସି ବୃଦ୍ଧି ହେଉନଥିବ । ଏହାଦ୍ଵାରା ଏହି କର୍ପୋରେଶନ ଅର୍ଥାତ୍ ଦିଗମମାନଙ୍କର ସମ୍ମୁଖରେ ଏପରି ସମସ୍ୟା ଉପସ୍ଥିତ ହେବ ଯେ ନିଜର ଉତ୍ପାଦିତ ଦ୍ରବ୍ୟମାନଙ୍କୁ ବିକ୍ରି କରିବା ସକାଶେ ପ୍ରକୃତରେ ଉପଯୁକ୍ତ ଆୟତନର ବଜାରଟିଏ ହିଁ ନଥିବ । ତେଣୁ, ସେମାନେ କରୁଥିବା ଲାଭର ମାତ୍ରା ଶ୍ରମିକମାନଙ୍କ ପିଛା ଖର୍ଚ୍ଚ ହେଉଥିବା ଅର୍ଥପରିମାଣଟି କମ୍ ହୋଇଥିବା କାରଣରୁ ପୂର୍ବାପେକ୍ଷା ଅଧିକ ଉଚ୍ଚରେ ରହିଥିଲେ ମଧ୍ୟ ସେମାନେ ନିଜର ଉତ୍ପାଦିତ ଦ୍ରବ୍ୟମାନଙ୍କର ଏକ ବହୁ ପରିମାଣ ଅଂଶକୁ ଓ ଆଖର ବିକ୍ରିର ହିଁ କରି ପାରିବେ ନାହିଁ ଏବଂ ତେଣୁ ଆଗ ତୁଳନାରେ ବର୍ତ୍ତମାନ ଅଧିକ ପରିମାଣର କମ୍ ଲାଭ ହିଁ କରିବେ ।

 

ଶ୍ରମିକସଂଖ୍ୟା ହ୍ରାସ କରି ଆଣିବାର ଏହି ନିଷ୍ପତ୍ତିଟିକୁ ଏକ ଦୃଷ୍ଟାନ୍ତ ସଦୃଶ ବିଚାର କଲେ ଆମେ ସହଜରେ ବୁଝି ପାରିବା ଯେ, ନିଗମ-ଭିତ୍ତିକ ଶିଳ୍ପ ପରିଚାଳନାର ଏହି ଅସମ୍ବନ୍ଧିତ ଭାବରେ କେବଳ ନିଜର ବ୍ୟାପାରଟି ମଧ୍ୟରେ ନିଜର ନିଷ୍ପତ୍ତିଗୁଡ଼ିକୁ ସୀମାବଦ୍ଧ କରିବାର ନ୍ୟାୟ ଓ ଅପର ପକ୍ଷରେ, ବୃହତ୍ତର ସମଗ୍ର ଅର୍ଥନୀତି-ବ୍ୟବସ୍ଥାର ଏକ ଅଙ୍ଗସ୍ୱରୂପ ବୋଲି ବିଚାର କରି ଯାବତୀୟ ପରିଚାଳନାକୁ ଏକ ତଦନୁରୂପ ଢାଞ୍ଚା ଦେବାକୁ ପ୍ରୟାସ କରାଯିବାର ନ୍ୟାୟ,-ଦୁଇଟି ମଧ୍ୟରେ ଏକ ପାର୍ଥକ୍ୟ ରହିବ ହିଁ ରହିବ । କେବଳ ଯେ ପରିମାଣଗତ କେତେକ ପାର୍ଥକ୍ୟ, ସେତିକି ନୁହେଁ । ଏହି କ୍ଷେତ୍ରରେ ବସ୍ତୁତଃ ଅର୍ଥନୀତି-ସମ୍ପର୍କିତ ନ୍ୟାୟରେ ଗୋଟିଏ ମୌଳିକ ଭେଦ ରହିବ ଯେ, ଏହି ଉଭୟଙ୍କର ଗଠନ-ସମ୍ଭାବନା ଗୁଡ଼ିକର କ୍ଷେତ୍ରରେ ମଧ୍ୟ ସର୍ବଦା ଏକାଧିକ ‘ପ୍ରମାଦଗତ ଭିନ୍ନତା’ ରହିଥିବ । ଏଥିରୁ ସମ୍ପୃକ୍ତ ଆମ ସମସ୍ତଙ୍କୁ ଏହିଭଳି ଏକ ଚେତାବନୀ ନିଶ୍ଚୟ ମିଳିବା ଉଚିତ ଯେ, ଏହି ନିଗମମାନଙ୍କୁ ମାଧ୍ୟମ କରି ଗଢ଼ି ଦିଆଯାଉଥିବା ରୀତିଟି ମଧ୍ୟରେ କେବଳ ବ୍ୟାପାରଟିର ଗୋଟିଏ ଭାଗକୁ ନେଇ ଯାହା କିଛି କରାଯାଇ ପାରିବ ସିନା, କିନ୍ତୁ ସମ୍ପୂର୍ଣ୍ଣ କ୍ଷେତ୍ରଟିକୁ କଦାପି ଅବଧାରଣା ମଧ୍ୟକୁ ନିଆଯାଇ ପାରିବ ନାହିଁ । ଏଇଟି ଲାଗି ଆମେ ବହୁ ସଂଖ୍ୟକ ଉଦାହରଣର ନଜିର ଆଣି ଦେଇପାରିବା । ହଁ, କୌଣସି ଗୋଟିଏ ଉତ୍ପାଦନ ସଂସ୍ଥା ମଜୁରି ହାରରେ ଏକ ହ୍ରାସ ସମ୍ଭବ କରାଇ ଆପଣାକୁ ଅବଶ୍ୟ କିଛି ମାତ୍ରାରେ ଲାଭବାନ୍ ସିନା କରିବ, କିନ୍ତୁ ଯେତେବେଳେ ଏହି ସଂସ୍ଥାଚୟ ସମସ୍ତେ ସେହି ପନ୍ଥାଟିକୁ ଅବଲମ୍ବନ କରି ମଜୁରି ଗୁଡ଼ିକୁ କମ୍ କରି ରଖିବେ, ତେବେ ଆମର ଏହି ଆଭ୍ୟନ୍ତରୀଣ ଉଦ୍ୟୋଗ ଗୁଡ଼ିକର କ୍ଷେତ୍ରରେ ଚାହିଦା ଗୁଡ଼ିକର ସମଗ୍ର କ୍ଷେତ୍ରରେ ମଧ୍ୟ ସଙ୍କୋଚନ ଘଟିବ ଏବଂ ତା’ଦ୍ଵାରା ସବୁ ନିଗମର ଲାଭବାନ୍ ହେବାର କ୍ଷେତ୍ରରେ ନାନା ପ୍ରତିକୂଳ ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ । ସେହିଭଳି ଅପେକ୍ଷାକୃତ ଅଧିକ ବିଜ୍ଞାପନ ବଳରେ ସମ୍ଭବତଃ କୌଣସି ଗୋଟିଏ ନିଗମ ବଜାରରେ ଅଧିକ ଗ୍ରାହକମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିବ ସିନା, କିନ୍ତୁ ସହଦ୍ଵନ୍ଦ୍ଵୀ ଅନ୍ୟ ନିଗମ ଗୁଡ଼ିକୁ ସେହିପରି ନକଲେ ଯାଇ ତାହା ସମ୍ଭବ ହେବ । ତେଣୁ ଅର୍ଥନୀତିକ କାରବାରର ସୂତ୍ର ମାନଙ୍କର ନିର୍ଦ୍ଧାରଣ କରୁଥିବା ସମୟରେ ଏକ ଅତ୍ୟନ୍ତ ଜରୁରୀ ବିଷୟ ପ୍ରତି ଆମର ଅବଶ୍ୟ ନଜର ରହିଥିବ ଯେ, ଆମର ଯାବତୀୟ ଔଦ୍ୟୋଗିକ ପରିଚାଳନାରେ ଆମେ ନିଗମ ତଥା ଉପଭୋକ୍ତା ପରିବାରଗୁଡ଼ିକର ଛାଞ୍ଚଗୁଡ଼ିକର ରୀତି ଗୁଡ଼ିକୁ ନକଲ ନ କରିବା ବିଷୟରେ ସବୁବେଳେ ସାବଧାନ ରହିଥିବା । ଆମେ ଏପରି ଭ୍ରମଟିଏ ବହୁ ସମୟରେ କରିଥାଉ, କାରଣ ଆମେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥାକୁ ନଜର ଅନ୍ଦାଜ କରି ରଖିଥାଉ ଯେ, ଶ୍ରମିକଗଣଙ୍କର ଉତ୍ପାଦନ-ସାମର୍ଥ୍ୟ ଅଥବା ସେମାନଙ୍କର ମଜୁରିକୁ ଏକ ଯଥାସମ୍ଭବ ଗାର ମଧ୍ୟରେ ଆୟତ୍ତ କରି ରଖିବା ଭଳି ସମଗ୍ର ବୃହତ୍ ଅର୍ଥନୀତି କ୍ଷେତ୍ରଟିରେ ଅନୁଶୀଳନରେ ସାଧାରଣତଃ ଦୁଇଟି ଭୂମିକା ଗ୍ରହଣ କରିବାକୁ ହୋଇଥାଏ-। ବରଂ ସେମାନେ ଉତ୍ପାଦନ ସମ୍ବନ୍ଧୀ ଖର୍ଚ୍ଚ ତଥା ଚାହିଦା ଉଭୟଙ୍କୁ ପ୍ରଭାବିତ କରିଥାନ୍ତି-

 

ବର୍ତ୍ତମାନ ଆମେ ଏହି କଥାଟିକୁ ହୃଦୟଙ୍ଗମ କରି ପାରୁଥିବା ଯେ, ଆମେ କେତେଦୂର ପର୍ଯ୍ୟନ୍ତ ଉତ୍ପାଦନ-ଖର୍ଚ୍ଚ ସହିତ କୌଣସି ଉତ୍ପନ୍ନ ଦ୍ରବ୍ୟର ଚାହିଦା ଦିଗଟିକୁ ଏକତ୍ର ପରଖି ଦେଖିବା ଉପରେ ଗୁରୁତ୍ଵ ଦେଇପାରିବା, ସେହି କଥାଟି, ବିଦେଶ ତଥା ଅଭ୍ୟନ୍ତରର ବଜାର ଉପରେ ତୁଳନାତ୍ମକ ଭାବରେ କେତେଦୂର ଗୁରୁତ୍ଵ ଦେଉଛୁଁ, ତାହାରି ଉପରେ ହିଁ ନିର୍ଭର କରିବ-। ଆଭ୍ୟନ୍ତରୀଣ କାରବାର ଉପରେ ଅଧିକ ଗୁରୁତ୍ଵ ଦେବାକୁ ଆରମ୍ଭ କରିବା ମାତ୍ରକେ ଆମ ନୀତି-ନିର୍ଦ୍ଧାରଣର ଏକ ନିର୍ଦ୍ଦିଷ୍ଟ ପ୍ରକାରର ସମସ୍ୟାମାନେ ସାମନାରେ ସବା ଆଗ ଆସି ଆବିର୍ଭୂତ ହେବେ-। ଆନ୍ତର୍ଜାତିକ ପ୍ରତିଯୋଗିତାର ବଜାରରେ ଆମର ସ୍ଥିତିରେ ଅଧିକ ଉନ୍ନତ ସମ୍ଭବ କରିବାକୁ ହେଲେ ଆମକୁ ଅପର ପକ୍ଷରେ ଖର୍ଚ୍ଚରେ ବହୁତ ବହୁତ ହ୍ରାସ ସମ୍ଭବ କରିବାକୁ ହେବ ଓ କମ୍ ମଜୁରି ମଧ୍ୟ ଦେବାକୁ ହେବ ବୋଲି ଯେଉଁ ବାଧ୍ୟବାଧକତା ରହିଛି, ସେହି କ୍ଷେତ୍ରରେ ଆମକୁ ସତତ ପ୍ରସାରଣ ଲାଭ କରୁଥିବା ଏପରି ଗୋଟିଏ ଏଠା ବଜାରକୁ ସମ୍ଭବ କରିବା ଲାଗି ଜୋର୍ ଦେବାର ସେଇ ଅନ୍ୟ ସମସ୍ୟାର ସମାଧାନ ଖୋଜିବାକୁ ହେବ, ଯେଉଁଥି ମଧ୍ୟରେ କି ଆମ ଦରିଦ୍ର ଜନଶ୍ରେଣୀମାନେ ସମ୍ପୃକ୍ତ ହୋଇ ପାରିବେ,–ଆର୍ଥିକ ଦୃଷ୍ଟିରୁ ଦୂରରେ କେଉଁ ଗାର ଆରପଟେ ଯାଇ ରହିଥିବା ଲୋକେ ମଧ୍ୟ କ୍ରିୟାଶୀଳ ହେବାର ଅବକାଶ ପାଇବେ । ଏବଂ, ବିକାଶର ସେହି ବିକଳ୍ପ ନମୁନାଟିରୁ ହିଁ ଆମର ଅସଲ ପ୍ରଶ୍ନଗୁଡ଼ିକର ଉତ୍ତର ଯେପରି ମିଳି ପାରିବ, ସେଥିପାଇଁ ସେହି ଅପେକ୍ଷାଟି ରହିଥିବ ।

 

ଉପସ୍ଥିତ କାଳଟିର ଜଗତୀକରଣର ପ୍ରକ୍ରିୟାଟା ସତେ ଅବା ଏହି ବିକଳ୍ପର ନମୁନାଟାକୁ ଭାରି ଗୌଣ କରି ପକାଇଛି । ବର୍ତ୍ତମାନର ସନ୍ଧିକ୍ଷଣଟିରେ ଆମ ଦେଶର କାମପକ୍ଷୀୟ ତଥାକଥିତ ରାଜନୀତିରୁ ସେମାନେ ସତେ ଅବା ଏକ ଗୋଳମାଳିଆ ସ୍ଥିତିଭିତରେ ଯାଇ ପଡ଼ି ଯାଇଥିବା ପରି ପ୍ରାୟ କୌଣସି ଯଥେଷ୍ଟ-ପରିମାଣ ସମର୍ଥନ ସମ୍ଭବ ହୋଇ ପାରିନାହିଁ । ଅନ୍ୟ ପକ୍ଷରେ ଚୀନ ତଥା ଭିଏତ୍‍ନାମ ସେହି ଦୁଇ ଦେଶରେ ଯେଉଁ ଶୈଳୀରେ ସମାଜବାଦକୁ କ୍ରିୟାଶୀଳ କରାଯାଉଛି, ତଦ୍ଦ୍ଵାରା ରାଷ୍ଟ୍ରଦ୍ଵାରା ନିୟନ୍ତ୍ରିତ କେନ୍ଦ୍ରୀୟ ଯୋଜନାଟି ସହିତ ଆର୍ଥିକ ସମାନତା ନାମକ ସେହି ଅନ୍ୟ କାମ୍ୟଟିକୁ ମଧ୍ୟ ପରିତ୍ୟାଗ କରାଯାଇଛି । ପିଲାର ଗାଧୁଆକୁଣ୍ଡର ପାଣି ସହିତ ସେମାନେ ସତେ ଅବା ବିଚରା ପିଲାଟିକୁ ମଧ୍ୟ ଫିଙ୍ଗି ଦେଇଥିବା ପରି ହିଁ ଲାଗୁଛି । ଅମଲାତନ୍ତ୍ର ଦ୍ଵାରା ନିୟନ୍ତ୍ରିତ ଏକ କେନ୍ଦ୍ରୀୟ ଶାସନ ଦ୍ଵାରା ଲଦି ଦିଆ ଯାଇଥିବା ଯୋଜନା ସେଠାରେ ବିଫଳ ହୋଇଛି ଏବଂ ତା’ପରେ ସେମାନେ ଦରିଦ୍ର ଶ୍ରେଣୀର ଉନ୍ନୟନ ନିମନ୍ତେ ଉଦ୍ଦିଷ୍ଟ ଆପଣା ଦେଶର ବଜାରଟିର ବିକାଶ ଆଡ଼କୁ ମଧ୍ୟ ଦୃଷ୍ଟି ଦେଇନାହାନ୍ତି । ଏବଂ ପରିଣାମରେ, ଅସମାନତା ବଢ଼ିଛି ଓ ଏହି ଦୁଇ ଦେଶର ଲୋକସଂଖ୍ୟାର ଗୋଟିଏ ବୃହତ୍ ଭାଗ ଦେଶର କ୍ଷିପ୍ର ଅଭିବୃଦ୍ଧି ସତ୍ତ୍ୱେ ଅବହେଳିତ ପ୍ରାୟ ହୋଇ ରହିଛନ୍ତି । ପୁନଶ୍ଚ ତଦ୍ଦ୍ଵାରା ସେହି ଲୋକମାନଙ୍କୁ ଶାସନ କ୍ଷମତାରେ ରହିଥିବା ରାଜନୀତିକ ଦଳଟିର ଅନୁକମ୍ପା ଉପରେ ଅଧିକରୁ ଅଧିକ ମାତ୍ରାରେ ନିର୍ଭର କରିବାକୁ ହୋଇଛି । ଏକ ପ୍ରତ୍ୟକ୍ଷ ଅଂଶ ଗ୍ରହଣର ସୁଯୋଗ ଗୁଡ଼ିକୁ ସମ୍ଭବ କରି ପାରୁଥବା ଗଣତନ୍ତ୍ର ଉପରେ ସେମାନେ ଆଉ ସେତେ ନିର୍ଭର କରୁନାହାନ୍ତି । କାରଣ, ଦେଶର ରାଜନୀତିକ ସ୍ଥିତିକୁ ସ୍ଥିର ରଖିବାକୁ ହେଉଛି । ତେଣେ ବଜାର ଦ୍ଵାରା ପରିଚାଳିତ ଅଭିବୃଦ୍ଧି ନିମନ୍ତେ ଅନୁକୂଳ ହାୱାମାନଙ୍କୁ ସୃଷ୍ଟି କରାଯାଇଛି । ତେଣୁ, ଏହି ଯାବତୀୟ ଓ ସକଳ କ୍ଷେତ୍ରରେ ସ୍ପଷ୍ଟ ତଥା ଭିନ୍ନ ପ୍ରକାରେ ବିଚାର କରି ପାରିବାକୁ ହେଲେ ଆମକୁ ସେହି ମୁତାବକ ବିଶ୍ଵାସଟିର ବି ଯୋଗ୍ୟ ହେବାକୁ ପଡ଼ିବ ।

 

ଗଣତନ୍ତ୍ରକୁ ଆପଣା ଶାସନ ତଥା ଭବିଷ୍ୟ ନିର୍ମାଣର ଢାଞ୍ଚାରୂପେ ବାଛି ନେଇଥିବା ଆମର ଏହି ବିଶାଳ ଅଥଚ ଦରିଦ୍ର ଦେଶର ସମସ୍ୟାଗୁଡ଼ିକର ପରିପ୍ରେକ୍ଷୀରେ ଆମକୁ ଉକ୍ତ ମାର୍ଗଗୁଡ଼ିକ ଆଦୌ ପ୍ରାସଙ୍ଗିକ ହେବନାହିଁ ବୋଲି ଉତ୍ତମରୂପେ ଜାଣି ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ-। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଭାରତବର୍ଷରେ ବାସ କରୁଥିବା ଅଧିକ ସଂଖ୍ୟକ ଦରିଦ୍ର ମନୁଷ୍ୟ ଏପରି ଏକ ଅନ୍ୟ ଭଳି ବିକାଶରୀତିକୁ ଗ୍ରହଣ କରିବାକୁ ଇଚ୍ଛା କରିବେ ଯାହାକି ଜଗତୀକରଣର ପ୍ରକ୍ରିୟାଟି ଉପରେ କମ୍ ନିର୍ଭରଶୀଳ ହୋଇ ରହିପାରିବ, ବାହାର ବଜାର ଉପରେ ମଧ୍ୟ ସେତେ ନିର୍ଭର କରିବାକୁ ତାହା ବାଧ୍ୟ ହେଉନଥିବ । ଏବଂ, ଦରିଦ୍ରବର୍ଗଙ୍କ ନିମନ୍ତେ ଅଧିକ କ୍ଷତି ଘଟାଇ ମଧ୍ୟ ଉତ୍ପାଦନର ବ୍ୟୟ ହ୍ରାସ କରି ତାହା ତଥାକଥିତ ;ଆର୍ଥିକ ଦକ୍ଷତା’କୁ ହାସଲ କରିବ ବୋଲି ନଜର ମଧ୍ୟ ରଖିନଥିବ । ସେହି ବିକଳ୍ପ ବିକାଶ-କଳ୍ପନାଟିର ନିଦାନସ୍ଥ ଖାସ୍ ପ୍ରକୃତିଟି ହେଉଛି ଯେ, ତାହା ଆମର ଏହି ଦେଶ ଭିତରର ବଜାର-ବିପଣନରେ ସବା ଆଗ ଅଭିବୃଦ୍ଧି ହେବା ନିମନ୍ତେ ଚେଷ୍ଟିତ ରହିଥିବ । ଜନ ସମୂହର ଅଧିକରୁ ଅଧିକ ଭାଗ ଯେପରି ସେଥିରେ ଯଥା ସମ୍ଭବ ଅଧିକ ଭାଗ ନେଇ ପାରିବେ ଏବଂ ଉତ୍ପାଦକଧର୍ମୀ କର୍ମନିଯୁକ୍ତିର ସୁଯୋଗଗୁଡ଼ିକୁ ଲାଭ କରିପାରିବେ, ସେଇଟି ଉପରେ ମୁଖ୍ୟତଃ ଧ୍ୟାନ ଦେଇ ପାରୁଥିବା ଯୋଜନାଟିଏ ନିଶ୍ଚୟ ଅଧିକାଂଶ ଭାରତବାସୀଙ୍କର ସମର୍ଥନ ଲାଭ କରିବ । ନିଜର ଜୀବନଗୁଡ଼ିକୁ ବଞ୍ଚିବାର ଦୈନନ୍ଦିନ ନାନା ଅଭିଜ୍ଞତାରୁ ବିଚାର କରି ସେମାନେ ନିଶ୍ଚୟ ହୃଦୟଙ୍ଗମ କରିବେ ଯେ, ବିଶେଷ କରି ଏହିପରି ଗୋଟିଏ ବାଟରେ ହିଁ ଜଣେ ଜଣେ ମନୁଷ୍ୟ ଭଳି ସମ୍ମାନର ସହିତ ବଞ୍ଚି ରହିବାର ସମ୍ଭାବନା ନିହିତ ହୋଇ ରହିଛି । ଏବଂ, ସର୍ବୋପରି ବିଜ୍ଞାପନର ପୃଥିବୀଟା ସେମାନଙ୍କୁ ଆଉ ଆଉ ଦିଗରେ ଭ୍ରମାଇ ଉଡ଼ାଇ ନେଇଯିବାର ଅଭିଯାନମାନ ଜାରି ରଖିଥିଲେ ମଧ୍ୟ ସେହି ସାଧାରଣ ଭାରତବାସୀ ହିଁ ସଂସ୍କାର ତଥା ଉଦାରୀକରଣର ଯାବତୀୟ ତୁଣ୍ଡରବକୁ ତଥା ଏକ ‘ସଦ୍ୟ ଉଜ୍ଜ୍ଵଳ ଭାରତବର୍ଷ’ ବିଷୟରେ ଦିଆ ଯାଉଥିବା ମସ୍ତ ମସ୍ତ ଆଶ୍ଵାସନାକୁ କେଡ଼େ ନିର୍ଭୁଲ ଭାବରେ ପ୍ରତ୍ୟାଖ୍ୟାନ କରିନଦେଲେ ! ପର ପର ଦୁଇ ଦୁଇଟା ନିର୍ବାଚନରେ ସେହିପରି କଲେ, କାରଣ ଏସବୁ କଥାର ସେମାନଙ୍କ ଦୈନନ୍ଦିନ ବାସ୍ତବ ଜୀବନଟା ସହିତ ଯେ ଆଦୌ କୌଣସି ସମ୍ବନ୍ଧ ନାହିଁ, ସେମାନେ କେଡ଼େ ପରିଷ୍କାର ଭାବରେ ତାହା ଜାଣି ପାରୁଥିଲେ । ଏବଂ, ବର୍ତ୍ତମାନ ଯେହେତୁ ନିର୍ବାଚନଗୁଡ଼ିକ ଦ୍ଵାରା ‘ସଦ୍ୟ ଉଜ୍ଜ୍ଵଳ ଭାରତବର୍ଷ’ର ସେହି କଳ୍ପିତ ଛାଞ୍ଚଟି ପ୍ରତ୍ୟାଖ୍ୟାତ ହୋଇ ଯାଇଛି, ସେହି କାରଣରୁ ଆମ ଭିତରେ ଅନୁରୂପ ସାହସଟିଏ ଅବଶ୍ୟ ଆସିବା ମଧ୍ୟ ଉଚିତ, ଯାହା ବଳରେ କି ଆମେ ଆମ ବାସ୍ତବ ଜୀବନର ଅବସରଟିରେ ମଧ୍ୟ ସେହି ବିକଳ୍ପ ଢାଞ୍ଚାଟିକୁ ଗ୍ରହଣ କରି ଅଗ୍ରସର ହୋଇ ପାରିବା ।

 

ପୂର୍ବରୁ ହିଁ ଦର୍ଶାଇ ଦିଆଯାଇ ସାରିଛି ଯେ, ଆମ ଦେଶର ଆଭ୍ୟନ୍ତରୀଣ କାରବାରର ଆକାର ଉପରେ ଯଥେଷ୍ଟ ଆଲୋକପାତ କରିବାର ଏକ ପଦକ୍ଷେପ ହିସାବରେ ଶ୍ରମିକମାନଙ୍କର ମଜୁରି ହ୍ରାସ କରି ଏବଂ ତଦ୍ଦ୍ଵାରା କର୍ମନିଯୁକ୍ତି ଶ୍ରମିକସଂଖ୍ୟାରେ ହ୍ରାସ ଘଟାଇ ଉତ୍ପାଦନବାବତ ବ୍ୟୟ ପରିମାଣକୁ ଯଥାସମ୍ଭବ କମ୍ କରି ରଖିବାର ସେହି ମୋହଧାରଣାଟିର ମଧ୍ୟ ବିରୋଧ କରିବାକୁ ହେବ । କାରଣ, ଦକ୍ଷତା ହାସଲ କରିବାର ଏକ ସମ୍ପୂର୍ଣ୍ଣ ପଥଭ୍ରଷ୍ଟକାରୀ ସଂକୀର୍ଣ୍ଣ ଦୃଷ୍ଟି ଓ ଧାରଣାକୁ ଭିତ୍ତି କରି ସେହିସବୁ ଅନୁମାନ ଆସି ଦୃଶ୍ୟମାନ ହୋଇଥାଆନ୍ତି ଏବଂ ସେଗୁଡ଼ିକୁ ସକଳ ବାସ୍ତବ ଅର୍ଥରେ ଆମର ବିକାଶ ଲାଗି ନିତାନ୍ତ ପ୍ରତିକୂଳ ବୋଲି ହିଁ କହିବାକୁ ହେବ । କୌଣସି ନିର୍ଦ୍ଦିଷ୍ଟ ନିଗମ ନିମନ୍ତେ କେବଳ ସେହି ଗୋଟିକର ଏକକ ଆର୍ଥିକ ସୀମା ଭିତରେ ତାହାକୁ ହୁଏତ ସମର୍ଥ ବୋଲି ସିନା କୁହାଯାଇପାରେ, କିନ୍ତୁ ସମଗ୍ର ଅର୍ଥାତ୍ ବୃହତ୍ତର ସକଳ ଅର୍ଥନୈତିକ କ୍ଷେତ୍ରର ଅବସରରେ ତାହା ଏକାବେଳେକେ ଅସମର୍ଥ ବୋଲି ପ୍ରତିପାଦିତ ଅବଶ୍ୟ ହେବ । କାରଣ, ଏହାଦ୍ଵାରା ଆମର ନିଜ ଦେଶରେ ସମ୍ପୃକ୍ତ ଅଧିବାସୀମାନଙ୍କର କ୍ରୟଶକ୍ତିରେ ଅବନତି ଘଟିବା ଫଳରେ ଆଭ୍ୟନ୍ତରୀଣ ବଜାର-କାରବାର ଆୟତନଟି ମଧ୍ୟ ସାନ ହୋଇ ଆସିବ । ପୁନଶ୍ଚ, ଦେଶ ଭିତରେ କ୍ରୟଶକ୍ତିର ହ୍ରାସ ଘଟିବାର ଏହି କ୍ଷତିଟିକୁ ଆମ ଦେଶରେ ରପ୍ତାନୀ କାରବାରରେ ଯଥାସମ୍ଭବ ଅଧିକ ବୃଦ୍ଧିସାଧନ ଦ୍ଵାରା ପୂରଣ କରାଯାଇ ପାରିବ ବୋଲି ଅନେକ ସମୟରେ ଯେପରି ଦାବି କରାଯାଇଥାଏ, ସେଇଟି ଦ୍ଵାରା ଉପର ଲିଖିତ ଅସୁବିଧାଟିକୁ କଦାପି ଦୂର କରାଯାଇ ପାରିବ ନାହିଁ । ବସ୍ତୁତଃ, ଭାରତବର୍ଷରେ ତ ପୁଞ୍ଜିଲଗାଣ ଓ ରପ୍ତାନୀ-କାରବାରର ସର୍ବଦା ଏକ ନିତାନ୍ତ ଅଳ୍ପ ମହତ୍ତ୍ଵ ହିଁ ରହିଥାଏ ଏବଂ ଭାରତୀୟ ଆୟର କ୍ଷେତ୍ରରେ କରା ଯାଇଥିବା ଜାତୀୟ ଆୟ ବନାମ ଜାତୀୟ ଆବଶ୍ୟକତା ପୂରଣର ତୁଳନାତ୍ମକ ପରିସଂଖ୍ୟାନରେ ଯେଉଁ ଗାଣିତିକ ରାଶିଗୁଡ଼ିକ ପ୍ରାପ୍ତ ହୋଇ ଆସିଛି, ରପ୍ତାନୀ ବୃଦ୍ଧି କରିବାର ଭାବନାଟି ମଧ୍ୟ ସେଥିରୁ ପ୍ରାୟ ଆଦୌ ସମ୍ଭବ ବୋଲି ମନେ ହେଉନାହିଁ । କାରଣ, ସେହି କଥାଟି ବାସ୍ତବିକ ଘଟୁ ବୋଲି ଇଚ୍ଛା କରୁଥିଲେ ଆମର ରପ୍ତାନୀ ପରିମାଣଟାକୁ ଏବେ ଅନୁମାନ କରି ହେଉଥିବା ପରିମାଣଟିରୁ ପ୍ରାୟ ଏକ ଦୁଃସାହସିକ ଭାବରେ ବହୁଗୁଣ ବୃଦ୍ଧି କରିବାକୁ ପଡ଼ିବ । ଅର୍ଥାତ୍, ଆମଦାନୀ ତୁଳନାରେ ରପ୍ତାନୀ ସର୍ବଦା ବହୁ ଅଧିକ ହୋଇ ରହିବ ଓ ଆଗାମୀ ବହୁ ବର୍ଷ ଲାଗି ଆମଦାନୀର ଅନୁପାତରୁ ରପ୍ତାନୀ ବୃଦ୍ଧିହାରଟି ମଧ୍ୟ ଅଧିକ ବେଗଯୁକ୍ତ ହୋଇ ରହିବ । ପୂର୍ବରୁ ଏକଥା ମଧ୍ୟ କୁହାଯାଇଛି, ଉକ୍ତ ଯୁକ୍ତିଟିର ଅପ୍ରିୟ କଥାଟିକୁ ମଧ୍ୟ ଖୁବ୍ ଏଡ଼ି ଦିଆଯାଇଛି ଯେ, ରପ୍ତାନୀକ୍ଷେତ୍ରରେ ଏକ ବଳକା ପରିମାଣର ଲଗାତାର ପ୍ରକ୍ରିୟା ବଜାୟ ରଖିବାର ପ୍ରଚେଷ୍ଟାରେ ଦେଶ ଦେଶ ମଧ୍ୟରେ ପ୍ରତିଯୋଗିତାର ଯେଉଁ ତୀବ୍ର କ୍ରୀଡ଼ା ଲାଗି ରହିଛି, ସେଥିରେ ଯୁଗପତ୍ ଭାବରେ ସକଳ ଦେଶ କଦାପି ବିଜୟ ଲାଭ କରି ପାରିବେ ନାହିଁ । ପୁନଶ୍ଚଃ, ଏପରି ରପ୍ତାନୀ କ୍ଷେତ୍ରୀୟ ବୃହତ୍ ପରିମାଣ ବଳକା ଅର୍ଥ ସମ୍ଭବ କରିବାର ସେହି ପ୍ରାୟ ଆଖିବୁଜା ଧାଇଁବାରେ ଭାରତ ଭଳି ଗୋଟିଏ ଏଡ଼େ ବୃହତ୍ ଦେଶ ବିଷୟରେ ଆମ ଦକ୍ଷିଣ-ଏସୀୟ ପ୍ରତିବେଶୀ ଦେଶଚୟର ମାନସରେ ମଧ୍ୟ ଗମ୍ଭୀର ବହୁ ପ୍ରତିକ୍ରିୟା ଖୁବ୍ ସୃଷ୍ଟି କରିବ । ତେଣୁ, ଏତେ ଅସୁବିଧା ଏବଂ ଅନିଶ୍ଚିତତା ରହିଥିଲେ ମଧ୍ୟ ଆମେ ସେହି ବାହାରର ବଜାର ଉପରେ ଗୁଡ଼ାଏ ନିର୍ଭର କରି ରହିବାର ଅଡ଼ୁଆ ମାର୍ଗଟିକୁ ତଥାପି କାହିଁକି ଯେ ଗ୍ରହଣ କରିବାକୁ ମନ କରୁଥିବା, ଏହି କ୍ଷେତ୍ରରେ ଆପଣାକୁ ମଧ୍ୟ ଏଭଳି ଗୋଟିଏ ପ୍ରଶ୍ନ ପଚରାଯିବା ଉଚିତ୍ ହେବ । ଏହି ମାର୍ଗଟିକୁ ଗ୍ରହଣ କଲେ ଲୋକଙ୍କ ସ୍ଵାର୍ଥର ପ୍ରାୟ ଏକ ବିରୁଦ୍ଧାଚରଣ କରି ଉତ୍ପାଦନ-ବ୍ୟୟକୁ କମ୍ କରିବାର ନୀତିଗୁଡ଼ିକୁ ମଧ୍ୟ ଗ୍ରହଣ କରିବାକୁ ହେବ, ଅଥଚ ଅଭ୍ୟନ୍ତରସ୍ଥ ଦେଶର ବଜାର-କାରବାରରେ ବୃଦ୍ଧିସାଧନ କରିବାର ସେହି ଅଧିକ ସମସ୍ୟାଯୁକ୍ତ ବିକଳ୍ପଟି ମଧ୍ୟ ଆମ ସମ୍ମୁଖରେ ତଥାପି ଉପଲବ୍ଧ ହୋଇ ରହିଥିବ ।

 

ଭାରତବର୍ଷର ବିକାଶ ହେବ ଏବଂ ଭାରତୀୟ ଲୋକସମୂହଙ୍କର ସମ୍ମାନକୁ କୌଣସି ପ୍ରକାରେ କ୍ଷୁଣ୍ଣ କରି ନଦେଇ ସେହି ବିକାଶ ସମ୍ଭବ ହେଉଥିବ, ଆମେ ଏହି ଯାବତୀୟ ପୂର୍ବାଲୋଚନାର ମାର୍ଗ ଦେଇ ଏବେ ଯାଇ ସେହି ଅନ୍ୟ ପ୍ରକାରଟିର ବିଶଦ ବିଶେଷ ଦିଗଗୁଡ଼ିକର ଏକ ବିହିତ ପରିଚୟ ନିଶ୍ଚୟ ପ୍ରଦାନ କରି ପାରିବା । ଏଗୁଡ଼ିକରୁ ଆମ ସେଇଟିର ସ୍ଵତନ୍ତ୍ର ପଦକ୍ଷେପ ଗୁଡ଼ିକ ବିଷୟରେ ଏକ ନକ୍‍ସାନୁମାନ ମିଳିଯିବ ଏବଂ ତାହାର ଅନ୍ତର୍ଗତ ଅର୍ଥନୀତିଗତ ନୀତିସୂତ୍ରଗୁଡ଼ିକୁ ବ୍ୟାଖ୍ୟା କରି ଦେଖାଇ ଦେବା ଲାଗି ଗୋଟିଏ ଭୂମି ମଧ୍ୟ ଯୋଗାଇ ଦେଇ ହେବ-

 

ପ୍ରଥମତଃ, ବିଦେଶୀ ବହିର୍ବଜାର ତୁଳନାରେ ଦେଶର ଆଭ୍ୟନ୍ତରୀଣ ବଜାରଟିର ଆୟତନ ବିଷୟରେ ଆମକୁ ଅଧିକ ଦୃଷ୍ଟି ଦେବାକୁ ପଡ଼ିବ । ତାହାର ସବାଆଗ ଅର୍ଥ ହେଉଛି, ଜଗତୀକରଣର ବିକଳ୍ପ ହେବା ଭଳି ଆମଲାଗି ଅନ୍ୟ ପଥ ମୋଟେ ନାହିଁ ବୋଲି ସେହି ତତ୍ତ୍ଵଟିକୁ ପରିତ୍ୟାଗ କରିବାକୁ ହେବ । କାରଣ ବିକଳ୍ପ ଅବଶ୍ୟ ରହିଛି ଏବଂ ତାହା ହେଉଛି ଯେ, ଉଭୟ ଅଭ୍ୟନ୍ତରୀୟ ତଥା ବିଦେଶୀ ବଜାର-କାରବାର ସହିତ ନିଜ ଦେଶର ଆବଶ୍ୟକତା ଗୁଡ଼ିକର ଏକ ଭାରସାମ୍ୟ ବଜାୟ ରଖିବା ଲାଗି ଆମେ ସର୍ବୋତ୍ତମ ପରିମାଣରେ ବିଶ୍ଵ-ଅର୍ଥନୀତିର କ୍ଷେତ୍ରରୁ ପ୍ରକୃତରେ ଉନ୍ମୁକ୍ତ ହୋଇ ରହି ପାରୁଥିବା ।

 

ଦ୍ଵିତୀୟତଃ, ଆମ ସମାଜର ସମର୍ଥ ସମସ୍ତଙ୍କୁ ଯେପରି କର୍ମନିଯୁକ୍ତ ହୋଇ ପାରିବାର ସୁଯୋଗ ଇତ୍ୟାଦି ମିଳିପାରିବ, ସର୍ବପ୍ରଥମେ ସେହି ଲକ୍ଷ୍ୟଟିରେ ଯଥାସମ୍ଭବ ଅଧିକ ସତ୍ଵରତା ସହିତ ଯାଇ ପହଞ୍ଚି ପାରିବାକୁ ସାମନାରେ ରଖି ଆମେ ଦେଶ ଭିତରର ତଥା ବାହାରର ଆମ ବଜାର-କାରବାର ଉପରେ ଆପେକ୍ଷିକ ଗୁରୁତ୍ଵ ଦେଇ ହିଁ ଆମେ ଆବଶ୍ୟକ ନିଷ୍ପତ୍ତିଗୁଡ଼ିକର ନିର୍ଣ୍ଣୟ କରି ମଧ୍ୟ ପାରୁଥିବା, ପୁନଶ୍ଚ ଏହି ପୂର୍ଣ୍ଣ କର୍ମନିଯୁକ୍ତି ଯୋଗାଇ ଦେବାର ଅର୍ଥ ହେଉଛି ଯେ, ଲୋକମାନେ ଅବଶ୍ୟ ଆପେ କିଛି ଆୟ କରିବାରେ ସମର୍ଥ ହେବେ, ଯାହାଦ୍ୱାରା କି ସେମାନେ ନିଜର କ୍ରିୟାଶକ୍ତି ବୃଦ୍ଧି କରିପାରୁଥିବେ ଓ ତା’ ସହିତ ଆମ ଦେଶର ଆଭ୍ୟନ୍ତରୀଣ କାରବାରଗୁଡ଼ିକ ମଧ୍ୟ ଅଧିକ ହେବାର ଅନୁକୂଳତା ଲାଭ କରିବ । ଏବଂ ଅନ୍ୟ ପକ୍ଷରେ, ଏହାଦ୍ୱାରା ଏକଥାଟି ବି ଆବଶ୍ୟକ ହେବ ଯେ, ସେମାନେ ଆମ ସାମୂହିକ ଉତ୍ପାଦନର କ୍ଷେତ୍ରଟିରେ ଅଂଶ ଗ୍ରହଣ କରି ପାରୁଥିବେ, ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାଟିରେ ଅଂଶ ନେଇ ପାରୁଥିବାର ଅର୍ଥନୈତିକ କ୍ରିୟାଶୀଳତା କହିଲେ ତାହାହିଁ ପ୍ରକୃତ ଅର୍ଥ ହେବ । ସବୁ ମଣିଷଙ୍କର ଏକ ସୁସ୍ଥ ତଥା ସୁଘଟ ଜୀବନ ନିମନ୍ତେ ନିୟମିତ ଭାବରେ ଉପାର୍ଜନକ୍ଷମ ହୋଇ ବଞ୍ଚିବାର ଏହି ଅବଶ୍ୟ ଅଧିକାରଟି, ଆମର ଏହି ଆଲୋଚନାଟି ସ୍ପଷ୍ଟତଃ ତାହାକୁ ହିଁ ବୁଝାଉଛି । ସମୂହର ଉତ୍ପାଦନ-ପ୍ରକ୍ରିୟାରେ ଦେଶବାସୀ ସବୁ ଲୋକ ହିଁ ନିଜ ନିଜର ଅବଦାନ ଅବଶ୍ୟ ଦେବେ, ତାହା ସେମାନଙ୍କର ଗୋଟିଏ କର୍ତ୍ତବ୍ୟ ରୂପେ ହିଁ କ୍ରିୟାଶୀଳ ହୋଇ ରହିଥିବ ।

 

ତୃତୀୟତଃ, ଜନଗଣ ସକ୍ରିୟ ଅଂଶଗ୍ରହଣ କରି ପାରୁଥିବା ଗୋଟିଏ ଗଣତନ୍ତ୍ରକୁ ସେଥିରେ ନିହିତ ହୋଇ ରହିଥିବା ଆର୍ଥିକ ସମ୍ଭାବନାଗୁଡ଼ିକ ଦୃଷ୍ଟିରୁ ବିଚାରି ଦେଖିଲେ, ବି ଏହି କଥାଟି ବହୁତ ସ୍ପଷ୍ଟ ହୋଇଯିବ ଯେ, ‘ସାମର୍ଥ୍ୟ’ ବୃଦ୍ଧିର ସେହି ନିତାନ୍ତ ସଂକୀର୍ଣ୍ଣ କଳ୍ପନା ଗୁଡ଼ିକ କାର୍ଯ୍ୟତଃ ଆଦୌ ଲାଭର ତଥା ବୃଦ୍ଧିର କାରଣ ହୋଇ ପାରନ୍ତି ନାହିଁ । ସେଥିରେ ତ କେବଳ ଉତ୍ପାଦନ ଅଥବା ସରକାରୀ ତରଫର ଖର୍ଚ୍ଚଟିକୁ କମ୍ କରି ରଖିବାର ଅଭିପ୍ରାୟ ହିଁ ରହିଥାଏ । ଆଗରୁ ହିଁ ଦର୍ଶାଇ ଦିଆଯାଇଛି, ଖର୍ଚ୍ଚଦିଗଟିକୁ କମ୍ କରି ରଖିବାର ଏହି ପ୍ରାୟ ଏକାପଖିଆ ଇଚ୍ଛାଟାର ପଛରେ ପ୍ରଧାନତଃ ଆମର କୌଣସି କାରବାରରେ ବହିଃବଜାରର ଅଂଶଟାକୁ ହିଁ ଅଧିକ ପ୍ରସାର ଦେବାର ଚେଷ୍ଟାଟି ପ୍ରଚ୍ଛନ୍ନ ହୋଇ ରହିଥାଏ ଏବଂ ଷ୍ଟକ୍‍ମାର୍କେଟ୍‍କୁ ପ୍ରସନ୍ନ କରି ରଖିବାର ବେଶ୍ ମତଲବ ବି ରହିଥାଏ । ଏହି ପ୍ରଚେଷ୍ଟାଟିର ଫଳସ୍ଵରୂପ ଶ୍ରମବଜାରରେ ଅଧିକରୁ ଅଧିକ ଏକ ସ୍ଥିତିସ୍ଥାପକତା ବଜାୟ ରଖିବାର ଦ୍ଵାହି ଦେଇ ପ୍ରକୃତରେ ଦରିଦ୍ର-ବିରୋଧୀ ନୀତି ଗୁଡ଼ିକୁ ହିଁ ଗ୍ରହଣ କରାଯାଏ । ଆର୍ଥିକ ଏବଂ ସାମାଜିକ ବିକାଶର କ୍ଷେତ୍ରରେ ସରକାରଙ୍କ ଖର୍ଚ୍ଚରୁ ଯଥାସମ୍ଭବ ଅଳପ କରି ପାରିବାର ଇଚ୍ଛା ଥାଏ, ଏପରିକି ଶ୍ରମିକପକ୍ଷଟିକୁ ଉଚ୍ଚତର ଉତ୍ପାଦନ ସାମର୍ଥ୍ୟର କ୍ଷେତ୍ରରୁ ବିଚ୍ଛିନ୍ନ କରି ରଖାଯାଏ । ଏବଂ, ଆହୁରି ଅଧିକ ଗୁରୁତ୍ଵ ରହିଥିବା କଥାଟି ହେଉଛି, ଏହିସବୁ ନୀତିଦ୍ଵାରା ବାଧାପ୍ରାପ୍ତ ହୋଇ ନିଜ ଅଭ୍ୟନ୍ତରୀୟ ବଜାରଟିର ଆୟତନଟି ମଧ୍ୟ ଛୋଟ ହୋଇ ରହିଯାଏ । ଅର୍ଥାତ୍ ବିକାଶ ତଥା ତଜ୍ଜନିତ ଅଧିକସଂଖ୍ୟକ ବ୍ୟକ୍ତିଙ୍କୁ କର୍ମଯୋଗାଣ ଏବଂ ଉତ୍ପାଦନରେ ଜନଗଣଙ୍କର କ୍ରିଯାଶୀଳ ଅଂଶଗ୍ରହଣ, ଏସବୁ ସମ୍ଭବ ହିଁ ହୁଅନ୍ତି ନାହିଁ । ବସ୍ତୁତଃ, ଉଦାରୀକରଣ ଓ ଆର୍ଥିକ ସଂସ୍କାର ନାମରେ ଖାସ୍ ଏହି ଫଳଗୁଡ଼ିକୁ ସର୍ବତ୍ର ଭୋଗ କରିବାକୁ ହୋଇଛି ।

 

ପରିଶେଷରେ ଜଗତୀକରଣ ଏବଂ ଉଦାରୀକରଣର ଏହି ଯୁଗରେ ବିଭିନ୍ନ ଅବସରରେ ମୋଟ ଜାତୀୟ ଉପାର୍ଜନରେ ଯେଉଁ ଅଭିବୃଦ୍ଧି ଘଟିଛି ପ୍ରଧାନତଃ ଉତ୍ପାଦନ ବାବତରେ ଖର୍ଚ୍ଚକୁ ଊଣା କରି ଆଣି ଶ୍ରମିକମାନଙ୍କଠାରୁ ଶ୍ରମ ଆଦାୟ କରିବା ଦ୍ଵାରା ହିଁ ସମ୍ଭବ ହୋଇଛି । ପ୍ରତ୍ୟେକ ଶ୍ରମିକଦ୍ଵାରା ସମ୍ଭବ ହେଉଥିବା ଉତ୍ପାଦନ-ପରିମାଣକୁ ବଢ଼ାଇ ହିଁ ଅଧିକତର ସ୍ଥଳରେ ଏକ ଅଭିବୃଦ୍ଧି ସମ୍ଭବ କରାଯାଇ ଥିବାରୁ କର୍ମଗୁଡ଼ିକରେ ନିୟୋଜିତ ହେଉଥିବା ଶ୍ରମିକମାନଙ୍କର ସଂଖ୍ୟାରେ ବିଶେଷ ବୃଦ୍ଧି ସମ୍ଭବ ହୋଇପାରିନାହିଁ । ଫଳରେ, ଗୋଟିଏ ପକ୍ଷରେ ଅଭିବୃଦ୍ଧି ହେଉଛି ଓ ଅନ୍ୟ ପକ୍ଷରେ କର୍ମନିୟୋଜିତ ଶ୍ରମିକମାନଙ୍କର ସଂଖ୍ୟାରେ ପ୍ରାୟ କୌଣସି ବୃଦ୍ଧି ହିଁ ହେଉନାହିଁ । କର୍ମ ଯୋଗାଇ ଦେବାର କ୍ଷେତ୍ରରେ ଏହି ମନ୍ଥରତାର ଜାଲଟି ଭିତରୁ ଉଦ୍ଧାର ଲାଭ କରିବାକୁ ହେଲେ, ଆମକୁ ଅବଶ୍ୟ ସେହି ସକଳ ବିବାଦରୁ ଊର୍ଦ୍ଧ୍ୱରେ ରହିଥିବା ସତକଥାଟିକୁ ସ୍ଵୀକାର କରିବାକୁ ପଡ଼ିବ ଯେ, ସେଇଟି ଏ ପର୍ଯ୍ୟନ୍ତ ହିଁ ଆମ ଦୃଷ୍ଟିରେ ଯଥେଷ୍ଟ ଅଗ୍ରାଧିକାର ପ୍ରଦାନ ସହିତ ପ୍ରକୃତରେ ପଡ଼ି ପାରିନାହିଁ, କେବଳ ଉତ୍ପାଦନ ବାବତ ବ୍ୟୟକୁ କମ୍ କରିବା ନିମନ୍ତେ ଯେ ଉତ୍ପାଦନର ପରିମାଣରେ ବୃଦ୍ଧି ଆଣିବାକୁ ପଡ଼ିବ ତା’ ନୁହେଁ ମାତ୍ର ଉତ୍ପାଦନ ଅଭିବୃଦ୍ଧି ଘଟିଲେ ଆମକୁ ଅଧିକ ପରିମାଣର ଆବଶ୍ୟକ ବସ୍ତୁମାନ ଉପଲବ୍ଧ ମଧ୍ୟ ହେବ, ଅର୍ଥାତ୍ ସମସ୍ତଙ୍କ ସକାଶେ ଏକ ଉଚ୍ଚତର ଉତ୍ତମମାନର ଜୀବନଯାପନ ସକାଶେ ବହୁତ ବହୁତ ଅନୁକୂଳ ସେବା ମିଳି ବି ଯାଇ ପାରିବ । ଏବଂ, କେବଳ ଅଧିକ ମନୁଷ୍ୟଙ୍କ ପାଇଁ ଉଚିତ କର୍ମଯୋଗାଣ କରାଇ ପାରିଲେ ଓ ତାହାରି ବଳରେ ସେମାନଙ୍କୁ ଅଧିକ ପାରିଶ୍ରମିକ ମିଳିପାରିଲେ ଯାଇ ଉତ୍ପାଦନ-ବୃଦ୍ଧି ସେହି କଥାଟିକୁ ସମ୍ଭବ କରିପାରିବ । ଏହି ଦିଗରୁ ବିଚାର କରି ଦେଖିଲେ ଭାରତବର୍ଷରେ ଅସଂଗଠିତ ହୋଇ ରହିଥିବା ଶ୍ରମିକମାନଙ୍କର ବୃହତ୍‍ଟି କ୍ଷେତ୍ରରେ ସେମାନଙ୍କୁ ଅନ୍ତତଃ ଉଚିତ ସର୍ବନିମ୍ନ ମଜୁରି ଦେବାଦ୍ୱାରା ଉତ୍ପାଦନ-ବ୍ୟୟ ଅଧିକ ହୋଇଯିବ ବୋଲି କହିବା ଆଦୌ ସମୀଚୀନ ହେବନାହିଁ କାରଣ ମୁଖ୍ୟତଃ ତାହାରି ଦ୍ଵାରା ହିଁ ଦେଶରେ ଲୋକମାନଙ୍କର ଚାହିଦା କ୍ଷେତ୍ରରେ ମଧ୍ୟ ସଂପ୍ରସାରଣ ସମ୍ଭବ ହେବ । ସୌନ୍ଦର୍ଯ୍ୟର କ୍ଷେତ୍ରରେ ସର୍ବଦା ଯେପରି ହୋଇଥାଏ, ସେହି ସୌନ୍ଦର୍ଯ୍ୟକୁ ଦେଖି ଉପକୃତ ହେଉଥିବା ବ୍ୟକ୍ତିର ଆଖିମାନେ ହିଁ ପ୍ରକୃତରେ ସେଥିଲାଗି ହୋଇଥିବା ଖରଚଟିର କମ୍‍ ବେଶି ନିର୍ଦ୍ଧାରଣ କରିପାରିବେ । ମଜୁରି ଦେବା ବାବତରେ ହେଉଥିବା ଖରଚକୁ ଶ୍ରମିକମାନଙ୍କୁ ଆଣି କର୍ମରେ ଲଗାଉଥିବା ବ୍ୟକ୍ତି ହଁ ଅବଶ୍ୟ ବହନ କରିବ ଏବଂ ତାହାକୁ ନ୍ୟାୟତଃ ନିଯୁକ୍ତ ହୋଇଥିବା ଜଣେ ଶ୍ରମିକ ନିଜର ଲାଭ ହିସାବରେ ବିଚାର କରିବ । ଶ୍ରମିକମାନଙ୍କୁ କର୍ମରେ ନିଯୁକ୍ତ କରିଥିବା ମାଲିକ ସକଳ ଲାଭକୁ ନିଜେ କରିଥିବା ଆୟ ବୋଲି ବିଚାର କରୁଥିବା ବେଳେ ଶ୍ରମିକ ତାହାକୁ ଗୋଟିଏ ବୋଝ ବୋଲି ହିଁ ବିଚାର କରିବ ଏବଂ କେବଳ ବାଧ୍ୟ ହୋଇ ସିଏ ସେଇଟିକୁ ବହନ କରୁଛି ବୋଲି ଅନୁଭବ କରୁଥିବ । ଯେଉଁ ସବୁ ନୀତି ଏକ ଅତ୍ୟନ୍ତ ସଂକୀର୍ଣ୍ଣ ମାନସିକତା ଦ୍ଵାରା ପରିଚାଳିତ ହୋଇ ଯେକୌଣସି ପ୍ରକାରେ ଉତ୍ପାଦନ ବାବତ ବ୍ୟୟକୁ ସର୍ବଦା କମ୍ କରି ରଖିବାକୁ ହିଁ ସର୍ବପ୍ରଧାନ କର୍ତ୍ତବ୍ୟ ପରି ଦେଖୁଥାଆନ୍ତି, ସେମାନେ ସାଧାରଣତଃ ଅନେକ ସମୟରେ ଆଦୌ ଦେଖି ପାରନ୍ତିନାହିଁ ଯେ, ଏହି ବ୍ୟୟବିଷୟକ ଯାବତୀୟ ବିଚାର ତଥା କଳନା ସର୍ବଦା ଏକାଧିକ ଅର୍ଥନୈତିକ ସ୍ଵାର୍ଥର ନାନା ପରସ୍ପର-ପ୍ରତିଦ୍ଵନ୍ଦୀ ଏକ ନିର୍ଦ୍ଦିଷ୍ଟ ସାମାଜିକ ଭୂମି ଉପରେ ହିଁ ଆପଣାକୁ କୌଣସି ନା କୌଣସି ରୂପ ଦେବାରେ ଲାଗିଥାଏ ଓ ତେଣୁ ତାହାର ସଂଜ୍ଞାଟି ମଧ୍ୟ ସେହି ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।

Image

 

Unknown

ଏକ ଅନ୍ୟଭଳି ବିକାଶ ସକାଶେ

 

କୌଣସି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନଗଣ ସମୁଚିତ ଭାବରେ ଅଂଶଗ୍ରହଣ କରିବେ; ତାହାର ଅର୍ଥନୀତିକ ସବାମୂଳ ଆବଶ୍ୟକତାଟି ହେଉଛି ଯେ, ଏଥିରେ ସଂପୃକ୍ତ ସକଳ ପକ୍ଷ ହିଁ ପାରସ୍ପରିକତାର ଏକ ସମଗ୍ର ରୀତିକୁ ଅବଶ୍ୟ ସ୍ଵୀକାର କରି ନେଇଥିବେ । ପ୍ରତ୍ୟେକ ନାଗରିକର ସମାଜସ୍ଥ ଉପଭୋକ୍ତା-ଜୀବନର ନିତ୍ୟ କାରବାରରେ ସମୁଚିତ ଭାଗ ରହିବ ଏବଂ ତା’ ସହିତ ଏକ ସର୍ବନିମ୍ନ ଗାରର ଅର୍ଥୋପାର୍ଜନ ନିମନ୍ତେ ମଧ୍ୟ ପୂର୍ଣ୍ଣ ଅଧିକାର ଥିବ । ଏବଂ, ଯୁଗପତ୍ ଭାବରେ, ସେମାନେ ପ୍ରତ୍ୟେକ ଆପଣାକୁ ସାମାଜିକ ଉତ୍ପାଦନର ସଂପୂର୍ଣ୍ଣ କ୍ଷେତ୍ରରେ ଅବଶ୍ୟ ଏକ ଅବଦାନ ଦେଉଥିବା ପରି ମଧ୍ୟ ଅନୁଭବ କରୁଥିବେ । ସମସ୍ତଙ୍କର ଭାଗ ଥିବା ଏବଂ ସମସ୍ତେ ଭାଗ ନେଉଥିବା ଗଣତନ୍ତ୍ରର ସେହି ବ୍ୟବସ୍ଥା ସେହି ସମାଜରେ ବାସ କରୁଥିବା ଦରିଦ୍ରମାନଙ୍କୁ ମଧ୍ୟ ସାମୂହିକ ଅର୍ଥନୀତିଗତ ଜୀବନରେ ପୂର୍ଣ୍ଣ ଅଂଶଗ୍ରହଣ କରୁଥିବାର ସତତ ବୋଧ ଆଣି ଯୋଗାଇ ଦେଉଥିବ । ଉତ୍ପାଦନର କ୍ଷେତ୍ରରେ ଓ ଜଣେ ଜଣେ ଉପଭୋକ୍ତା ହିସାବରେ । ଏବଂ, କେବଳ ଏହିପରି ଭାବରେ ହିଁ ଆମ ଦେଶର ଏହି ରାଜନୀତିକ ଗଣତନ୍ତ୍ର ତଥା ତାହାରି ସହିତ ସହାବସ୍ଥାନ କରି ଆସୁଥିବା ନିରାଟ ଅର୍ଥନୈତିକ ନାନା ବିକୃତି ମଧ୍ୟରେ ରହିଥିବା ନାନା ବ୍ୟବଧାନ ମଧ୍ୟରେ ଆଦୌ କୌଣସି ସେତୁ ପ୍ରକୃତରେ ସମ୍ଭବ କରିହେବ । ଯଥେଷ୍ଟ ସତ୍ଵରତା ସହିତ ସମସ୍ତଙ୍କୁ କର୍ମ ଯୋଗାଇ ଦେବାର ଏକ ସମାଧାନ ସହିତ ଆଗକୁ ଯାଇପାରିଲେ ତାହା ହୋଇପାରିବ । ବସ୍ତୁତଃ, ଆମ ଚତୁର୍ଦ୍ଦିଗରେ ବେଢ଼ି ରହିଥିବା ଦାରିଦ୍ର୍ୟ ତଥା ଅପମାନର ଶୀଘ୍ରାତିଶୀଘ୍ର ବିଲୋପସାଧନ କରିବାକୁ ହେଲେ ସେହି ଗୋଟିଏ ମାତ୍ର ବାଟ ହିଁ ଆମ ଆଗରେ ରହିଛି । ବିକାଶ ହେଉଥିବ ଓ ମନୁଷ୍ୟୋଚିତ ସମ୍ମାନର କ୍ଷେତ୍ରମାନଙ୍କରେ ତଦ୍ଦ୍ୱାରା କୌଣସି ହାନି ଘଟୁନଥିବ, କେବଳ ସେହି ପ୍ରକ୍ରିୟାଟି ଦ୍ଵାରା ଆମ ଗଣତନ୍ତ୍ରର ରାଜନୀତିକ ତଥା ଆର୍ଥିକ ଦିଗ ଦୁଇଟିଯାକ ପରସ୍ପରର ଅଧିକରୁ ଅଧିକ ନିକଟବର୍ତ୍ତୀ କରାଇ ଅଣାଯାଇ ପାରୁଥିବ, ସବୁ ବ୍ୟକ୍ତିଙ୍କୁ ଉଚ୍ଚତର ଉତ୍ପାଦନର ସମର୍ଥ ହେଉଥିବା ବିବିଧ କର୍ମମାନ ଯୋଗାଇ ଦେଇ ପାରୁଥିବା ଦ୍ଵାରା ତାହା ସମ୍ଭବ ହେବ । ଏବଂ, ସେହି ଲକ୍ଷ୍ୟଟିରେ ପହଞ୍ଚିବାକୁ ହେଲେ ଆମକୁ କର୍ମ ଯୋଗାଇଦେବାର ଏକ ଅନୁରୂପ ସଂଜ୍ଞା ମଧ୍ୟ ବାହାର କରିବାକୁ ହେବ ଓ ସେହି ଅନୁସାରେ ଗତି କରିବାକୁ ପଡ଼ିବ । ଏପରି ଏକ ନିଷ୍ପତ୍ତି ଦ୍ଵାରା ପରିଚାଳିତ ହେବାକୁ ପଡ଼ିବ, ଯାହାକି ବେଶ୍ ଗୋଟିଏ ଦୀର୍ଘ ସମୟ ନିମନ୍ତେ ଆମକୁ ସେହି ଅନୁସାରେ ଆଗକୁ ଆଗକୁ ନେଇ ଯାଉଥିବ; ବାର ବାର କିଛି ବାଟ ଗତି କରିବା ପରେ ପୁଣି ପଛକୁ ଲୋସଡ଼ି ପଡ଼ୁନଥିବ, ଏବଂ ପୁନର୍ବାର ପୂର୍ବର ସେହି ଦାରିଦ୍ର୍ୟ ଓ ବେରୋଜଗାରୀର ଆଦୌ ଶିକାର ହେବାକୁ ପଡ଼ିବ ନାହିଁ ।

 

ଜଣେ ବ୍ୟକ୍ତି ପୁରୁଷ ଅଥବା ସ୍ତ୍ରୀ ଯାହା ହୋଇଥାଉ ପଛକେ, କାମଟିଏ ପାଇଲେ ଅର୍ଥାତ୍ କିଛି ରୋଜଗାର କରି ଆପଣାର ଜୀବିକା ନିର୍ବାହ ନିମନ୍ତେ ସମର୍ଥ ହେଲେ ଜୀବନରେ ବ୍ୟବହାର୍ଯ୍ୟ ତଥା ଆବଶ୍ୟକ ନାନାଭଳି ଦ୍ରବ୍ୟ କ୍ରୟ କରିବାରେ ଖର୍ଚ୍ଚ କରେ । ଗୋଟିଏ କୌଣସି କର୍ମରେ ନିଯୁକ୍ତ ହେବା ଏବଂ ଜଣେ ଉପଭୋକ୍ତା ଭାବରେ କେତେ ନା କେତେ ବାସ୍ତବ ସାମର୍ଥ୍ୟ ଲାଭ କରିପାରିବା, ଦୁଇଟି ମଧ୍ୟରେ ସର୍ବତ୍ର ଏହି-ସମ୍ବନ୍ଧଟିଏ ରହିଥିବାର ଅବଶ୍ୟ ଦେଖିବାକୁ ମିଳିବ-। ଯଦି ଖର୍ଚ୍ଚ ଗୁଡ଼ିକୁ ଗୃହର ଆବଶ୍ୟକ ନାନା ଦ୍ରବ୍ୟ ତଥା ସେବାଗୁଡ଼ିକ ଲାଗି କରାଯାଉଥାଏ, ତେବେ ତାହା ଆମ ଦେଶର ବଜାର ଲାଗି ସହାୟକ ହୁଏ । ଯଦି ବିଦେଶୀ ଦ୍ରବ୍ୟଗୁଡ଼ିକୁ କ୍ରୟ କରିବାରେ ସେହି ପଇସା ଖରଚ ହୁଏ, ତେବେ ଦେଶର ଆମଦାନୀ ପରିମାଣଟି ଅଭ୍ୟନ୍ତରର ବଜାରର ଆକାରକୁ କ୍ଷୁଦ୍ର କରିଦିଏ । ବିଦେଶୀମାନେ ଆମ ଦେଶକୁ ଆସି ଏଠାରେ ଯେଉଁସବୁ ବସ୍ତୁ କ୍ରୟ କରନ୍ତି, ତଦ୍ଦ୍ଵାରା ଆମ ଏଠା ବଜାରଟିର ଆକାରକୁ ବଡ଼ କରନ୍ତି; କିନ୍ତୁ ଆମର ଆମଦାନୀଗୁଡ଼ିକ ତାହାର ଆୟତନକୁ କ୍ଷୁଦ୍ର ହିଁ କରିଦିଏ । ତେଣୁ, ରପ୍ତାନୀର ବଳକା ପରିମାଣଟି ଅର୍ଥାତ୍ ବାଣିଜ୍ୟ-କାରବାରର ଭାରସାମ୍ୟଟି ଆମଦାନୀ ତୁଳନାରେ ରପ୍ତାନୀର ପରିମାଣ ଅଧିକ ହୋଇପାରିବା ହେତୁ ଆମ ଗୃହବଜାରଟିର ବପୁବୃଦ୍ଧିରେ ପ୍ରକୃତରେ ଅତ୍ୟନ୍ତ ପ୍ରାସଙ୍ଗିକ ଭାବରେ ସହାୟକ ହିଁ ହୁଏ ।

 

ସ୍ଵାଧୀନତା ହାସଲ କରିବା ପରେ ଭାରତବର୍ଷର ବୈଦେଶିକ ବାଣିଜ୍ୟ ପ୍ରାୟ ସବୁବେଳେ ହିଁ ଏକ ଋଣାତ୍ମକ ଭାରସାମ୍ୟ ଦେଖାଇ ଆସିଛି, ଯାହା ଫଳରେ କି ୨୦୦୪ ମସିହା ବେଳକୁ ତାହା ୬୨,୦୦୦ କୋଟି ଟଙ୍କାର ଗାରରେ ଯାଇ ପହଞ୍ଚିଛି, ଅର୍ଥାତ୍ ଆମ ମୋଟ ଜାତୀୟ ଆୟର ୨% ରୁ ଅଧିକ ହିଁ ହୋଇଯାଇଛି । ବାଣିଜ୍ୟ-କ୍ଷେତ୍ରରେ ଘାଟାର ଅନୁପାତରେ ଆମ ଘରର ବଜାରଟି ଆକୃତିରେ ସାନ ହୋଇ ଆସିଛି । ଅବଶ୍ୟ, ଭାରତୀୟ ଉତ୍ପାଦନ-ସଂସ୍ଥାମାନେ ନାନା ପ୍ରକାରେ କିଛି ଆୟର ପରିମାଣ ସମ୍ଭବ କରିଥିବାରୁ ଓ ଭାରତୀୟ ଶ୍ରମିକମାନେ ବିଦେଶରେ କିଛି ଆୟ କରିଥିବାରୁ ଏହି ଆଘାତଟି ଅପେକ୍ଷାକୃତ କିଛି କମ୍ ସହିବାକୁ ପଡ଼ିଛି, କାରଣ ସେମାନେ କିଛି ନା କିଛି ମାତ୍ରାରେ ଆମ ଏଠା ଉପଭୋକ୍ତା ମାନଙ୍କର କ୍ରୟଶକ୍ତିରେ ଏକ ବୃଦ୍ଧି କରି ପାରିଛନ୍ତି ।

 

ବସ୍ତୁଗୁଡ଼ିକର ଉପଭୋଗ ବାବତର ଖରଚ, ପୁଞ୍ଜି-ଲଗାଣ ଓ ବାଣିଜ୍ୟ-କାରବାରରେ ହେଉଥିବା ଘାଟା, ଏଗୁଡ଼ିକର ମୋଟ ପରିମାଣଟି ହିଁ ଆମ ନିଜ ବଜାରର ଆକାରଟିକୁ ନିର୍ଦ୍ଧାରଣ କରିଥାଏ । ଅବଶ୍ୟ, ଚାହିଦାର ପରିମାଣକୁ ଆମେ ସମ୍ପୂର୍ଣ୍ଣ କାହାଣୀଟିର ଗୋଟିଏ ଦିଗ ବୋଲି ସର୍ବଦା ଜାଣି ରଖିବା, କାରଣ, ଅଧିକ କର୍ମଯୋଗାଣ ଫଳରେ ଉତ୍ପାଦନର ପରିମାଣଟି ମଧ୍ୟ ବଢ଼ିବ ଏବଂ ସେଥିରୁ ସମଗ୍ର କ୍ଷେତ୍ରଟିର ଆବଶ୍ୟକ ଦ୍ରବ୍ୟଗୁଡ଼ିକ ଉପଲବ୍‍ଧ ହୋଇପାରୁଥିବାର ଆର ପାଖଟି ବିଷୟରେ ମଧ୍ୟ ଆଲୋକପାତ କରିପାରୁଥିବ । ଯେତେବେଳେ ପର୍ଯ୍ୟାପ୍ତ ବସ୍ତୁ ଉତ୍ପାଦନ ହେବ ଓ ସେବାଗୁଡ଼ିକ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍‍ଧ ହେବେ, ସେତେବେଳେ ଗୋଟିଏ ସମାଜରେ ମୋଟ ଚାହିଦା ଦ୍ରବ୍ୟଗୁଡ଼ିକୁ ଯୋଗାଇ ଦେବାର ପରିମାଣଟି ସହିତ ସମତୁଲ ହୋଇଯିବ । ଅବଶ୍ୟ ଅଧିକାଂଶ ସମୟରେ ଏକ ବେମେଳ ବି ଦେଖିବାକୁ ମିଳିବ ଅର୍ଥାତ୍, ଚାହିଦାରେ ଅତିରିକ୍ତ ପରିମାଣରେ ହ୍ରାସ ହୋଇ ଆସିବ ଓ ଉତ୍ପାଦନର ସାମର୍ଥ୍ୟଗୁଡ଼ିକର ଯଥାର୍ଥ ଉପଯୋଗ ହୋଇପାରିବ ନାହିଁ, କିମ୍ବା ଆର୍ଥିକ ବ୍ୟବସ୍ଥାଟି କୌଣସି ନା କୌଣସି ଅର୍ଥରେ ସମ୍ପଦଗୁଡ଼ିକର ପୂର୍ଣ୍ଣ ବିନିଯୋଗ କରି ଯଥାସାମର୍ଥ୍ୟ ଦ୍ରବ୍ୟଚୟକୁ ଯୋଗାଇ ଦେଉଥିଲେ ମଧ୍ୟ ତଥାପି ଚାହିଦାଗୁଡ଼ିକୁ ମେଣ୍ଟାଇ ପାରୁନଥିବେ । ଅର୍ଥନୀତିବିତ୍‍ମାନେ ଏହି ସ୍ଥିତିଗୁଡ଼ିକର ବିଶ୍ଳେଷଣକରି ତାହାକୁ ଗୋଟିଏ ଗୋଟିଏ ଅସମତାବସ୍ଥା ବୋଲି କହୁଛନ୍ତି ଏବଂ ସେଗୁଡ଼ିକର ପରିମାଣଗୁଡ଼ିକୁ ନିଜ ଭିତରେ ଆଲୋଚନା କରୁଛନ୍ତି । ଏବଂ, ଏହି କ୍ଷେତ୍ରରେ ସେମାନଙ୍କ ଭିତରେ ଢେର ନୀତିଗତ ମତ ପାର୍ଥକ୍ୟ ମଧ୍ୟ ପ୍ରକାଶ ପାଉଛି ।

 

ସେସବୁ କଥା ଯାହା ହୋଇଥାଉ ପଛକେ, କର୍ମନିଯୁକ୍ତି କଥାଟିକୁ ଆମେ ସର୍ବଦା ଏପରି ଗୋଟିଏ ନିଘା ସହିତ ଦେଖିବାକୁ ସମର୍ଥ ହେବା, ଯାହାକି ଚାହିଦାର କ୍ଷେତ୍ରରେ ଆୟ ସହିତ ସଂପୃକ୍ତ ହୋଇ ରହିଥିବ ତଥା ଦ୍ରବ୍ୟ ଏବଂ ସେବାଗୁଡ଼ିକୁ ଯୋଗାଇ ଦେବାର କ୍ଷେତ୍ରରେ ଉତ୍ପାଦନ ସହିତ ସଂପୃକ୍ତ ହୋଇଥିବ । ଉତ୍ପାଦନକାରୀ ଏକ ସଂସ୍ଥାର ଏକକ ଅର୍ଥନୀତିଗତ ସ୍ତରରେ ତାହା ଶ୍ରମିକ ପାଉଥିବା ମଜୁରି ଅର୍ଥାତ୍ ସେହି ବାବତରେ ଆୟଟି ଆଡ଼େ ଅଙ୍ଗୁଳି ନିର୍ଦ୍ଦେଶ କରିଦେବ ଏବଂ କର୍ମଟି ଯୋଗାଇ ଦେଉଥିବା ମାଲିକ ଶ୍ରମିକମାନଙ୍କ ବାବତରେ କେତେ ଖରଚ କରୁଛି, ସେଇଟିକୁ ସୂଚିତ କରିଦେବ । ମାଲିକକୁ ତ ତା’ ଦ୍ରବ୍ୟଟିକୁ ଏପରି ଏକ ମୂଲ୍ୟରେ ବିକ୍ରି କରିବାକୁ ହେବ, ଯାହାକି ସିଏ ସେଥିଲାଗି ବହନ କରିଥିବା ଖର୍ଚ୍ଚଟିର ଭରଣା କରି ପାରୁଥିବା ସହିତ ତାକୁ କିଛି ଲାଭ ମଧ୍ୟ ଅବଶ୍ୟ ଦେବ । ସେହି ଲାଭଟିକୁ ଆମେ ମାଳିକାର ଆୟ ବୋଲି ହିଁ ଜାଣିବା । ମାତ୍ର, ବର୍ତ୍ତମାନ ତ ଠିକ୍ ବିପରୀତ ଗୋଟିଏ ଅବସ୍ଥା ହିଁ ରାଜତ୍ଵ କରୁଛି; କାମଟିଏ ପାଇବା ନିମନ୍ତେ ଜଣେ ଶ୍ରମିକକୁ ଯେଉଁ ବ୍ୟୟଟିକୁ ବହନ କରିବାକୁ ହେଉଛି, ସିଏ ହୁଏତ ସେଇଟିକୁ ହିଁ ଲାଭବୋଲି ଭାବୁଛି ଏବଂ ଠିକ୍ ସେହିପରି ତେଣେ ମାଲିକ ମଧ୍ୟ ଶ୍ରମିକକୁ ଦେଉଥିବା ମଜୁରିଟାକୁ ତାହାକୁ ଆଣି କାମରେ ନିଯୁକ୍ତ କରିଥିବାର ‘ଖରଚ’ ବୋଲି ବଚାର କରୁଛି । ଏହି ପରସ୍ପର-ବିରୋଧୀ ମତ ଦୁଇଟିକୁ ଏକାଠି ଯେକୌଣସି ପ୍ରକାରେ ପରସ୍ପର ସହିତ ଖାପ ଖୁଆଇ ରଖିବାକୁ ହିଁ ଶ୍ରମିକପକ୍ଷଟିର ଉତ୍ପାଦନ ସାମର୍ଥ୍ୟ ବୋଲି ଗ୍ରହଣ କରିନେବାକୁ ହେଉଛି; ଅର୍ଥାତ୍, ଜଣେ ସାଧାରଣ ଶ୍ରମିକର ଉତ୍ପାଦନ-ଶ୍ରମଟିରୁ ପ୍ରାପ୍ତ ହେଉଥିବା ଉତ୍ପାଦିତ ସମ୍ପଦଟିର ପରିମାଣ ବୋଲି ଧରିନେବାକୁ ହେଉଛି କାରଣ, କେବଳ ଏହିପରି ଏକ ଉତ୍ସବିଶ୍ଳେଷଣର ହିସାବ ଦ୍ଵାରା ହିଁ ଉଭୟ ଲାଭ ଏବଂ ମଜୁରିର ଅବଧାରଣ କରିବାକୁ ହିଁ ହେଉଛି । ଜଣେ ସାଧାରଣ ଶ୍ରମିକ ପ୍ରକୃତରେ କେତେ ପରିମାଣର ଦ୍ରବ୍ୟ-ଉତ୍ପାଦନ କରୁଛି, ଅର୍ଥାତ୍, ତାହାର ଉତ୍ପାଦନ ଶକ୍ତି ବସ୍ତୁତଃ କେତେ ଅଧିକ ଅଥବା କମ୍ ରହିଛି, ଆମେ ଉଭୟ ଦ୍ରବ୍ୟଗୁଡ଼ିକୁ ଯୋଗାଇଦେବାର ଦିଗରୁ ମଜୁରି ତଥା ଲାଭର ଉତ୍ସ ନିରୂପଣ କରି ତାହାର ନିର୍ଦ୍ଧାରଣ ହୁଏତ କରିପାରିବା । ମାତ୍ର ଆମେ ସେଥିରୁ ଏକ ଅଧିକ ଗଭୀର ସମସ୍ୟା ପାଖରେ ଆସି ହାବୁଡ଼ି ବି ଯିବା ।

 

ଏକା ମଜୁରି ପାଉଥିଲେ ମଧ୍ୟ ଜଣେ ଶ୍ରମିକ ଯଦି ଅପେକ୍ଷାକୃତ ଅଧିକ ଉତ୍ପାଦନର ସାମର୍ଥ୍ୟ ହାସଲ କରିବ, ତେବେ ଉତ୍ପାଦିତ ସାମଗ୍ରୀର ଏକକ ହିସାବ କରିବାର କ୍ଷେତ୍ରରେ ତାହା ଶ୍ରମ ବାବତ ବ୍ୟୟକୁ ମଧ୍ୟ ହ୍ରାସ କରିଦେବ । ତେଣୁ, ସମାନ ମଜୁରିରେ ଶ୍ରମିକମାନଙ୍କର ସେହି ଅଧିକ ପରିମାଣର ଉତ୍ପାଦନ ବସ୍ତୁତଃ ମାଲିକର ଲାଭଖନ୍ଦାରେ ହିଁ ବୃଦ୍ଧିଘଟିବାରେ ସାହାଯ୍ୟ ହିଁ କରିବ । ଅବଶ୍ୟ, ଏଇଟି ଆଦୌ କୌଣସି ବାସ୍ତବ ଘଟଣାର କଥା ନୁହେଁ । ସେହିପରି ଗୋଟିଏ ସମ୍ଭାବନା ରହିଛି ବୋଲି କୁହାଯାଉଛି । ଅନୁମାନ କରାଯାଉଥିବା ସେହି ଲାଭକୁ ପ୍ରକୃତ ମୁଦ୍ରା-ହିସାବରେ ଲାଭରେ ପରିଣତ କରିବାକୁ ହେଲେ ଜଣେ ମାଲିକକୁ ବର୍ତ୍ତମାନ ସମ୍ଭବ ହେଉଥିବା ଅଧିକ ଉତ୍ପାଦିତ ପରିମାଣଟିକୁ ବିକ୍ରି କରିବାର ଏକ ଉଚିତ୍ ସାମର୍ଥ୍ୟ ବି ଅର୍ଜନ କରିବାକୁ ପଡ଼ିବ । ଉଦାହରଣ ସ୍ୱରୂପ ଯଦି ଜଣେ ଶ୍ରମିକ ଦଶ ପସୁରି ଗହମ ଉପୁଜାଇ ପାରିଲା ଏବଂ ତଥାପି ଆଗପରି ସେହି ଛଅ ପସୁରିର ମଜୁରି ପାଇଲା, ତେବେ ସେ ଜଣେ ଶ୍ରମିକ ପିଛା ୪ ପସୁରି ଅଧିକ ଲାଭଧନ ସମ୍ଭବ ଅବଶ୍ୟ କରିପାରିଲା ବୋଲି କୁହାଯିବ । ଅର୍ଥାତ୍, ପ୍ରତ୍ୟେକ ଶ୍ରମିକର କ୍ଷେତ୍ରରେ ଆମେ ତାହାକୁ ଏକ ସମ୍ଭାବିତ ଲାଭାଂଶ ବୋଲି ସର୍ବଦା କହିପାରିବା । ଏବଂ, ଯଦି ଶ୍ରମିକର ଉତ୍ପାଦନ-ସାମର୍ଥ୍ୟ ଆହୁରି ବୃଦ୍ଧି ପାଇ ମନେ କର ୧୫ ପସୁରିଯାଏ ପହଞ୍ଚି ପାରିଲା, ତେବେ ସମ୍ଭାବ୍ୟ ଲାଭ-ପରିମାଣଟି ମଧ୍ୟ ସେହି ଅନୁସାରେ ଜଣେ ଶ୍ରମିକ ପିଛା ୯ ପସୁରି (୧୫-୬) ଯାଏ ପହଞ୍ଚିଲା ବୋଲି କୁହାଯିବ । ସମ୍ଭାବିତ ଲାଭର ଏହି ଉଦ୍‍ବୃତ୍ତ ପରିମାଣଟିର ବିକ୍ରୟ ପାଇଁ ତେଣୁ ଗୋଟିଏ ବୃହତ୍ତର ବଜାର ବି ନିଶ୍ଚୟ ଲୋଡ଼ା ହେବ । ତେବେ ସିନା ଏଥିରେ ନଗଦ ଅର୍ଥ ଆକାରରେ କିଛି ଲାଭ ଉପଲବ୍‍ଧ ହେଲା ବୋଲି କୁହଯାଇ ପାରିବ । ନହେଲେ ଜଣେ ଶ୍ରମିକର ଉତ୍ପାଦନ ସାମର୍ଥ୍ୟ ବୃଦ୍ଧି ପାଉଥିବ, ଦକ୍ଷତା ବଢ଼ୁଥିବ, ତଥାପି ବଳକା ଫଳିଥିବା ଗହମର ବିକ୍ରି ସମ୍ଭବ ହେଉନଥିବ । ଏବଂ, ପଇସା ଆକରରେ ସେହି ଲାଭ ମିଳିବାର ସମ୍ଭାବନାଟି ବୃଦ୍ଧି ନପାଇ କାର୍ଯ୍ୟତଃ ଊଣା ବି ହୋଇଯିବ, ଏବଂ, ତାହା ଫଳରେ ପରବର୍ତ୍ତୀ ବରଷଟିରେ ଗହମ ଉତ୍ପାଦନର କ୍ଷେତ୍ରରେ ଉତ୍ପାଦନ ତଥା ଶ୍ରମ-ନିୟୋଜନ ଦୁଇଟିଯାକରେ ହିଁ ହୁଏତ ହ୍ରାସ ହିଁ ଘଟିବ । ଉତ୍ପାଦନର କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଉଥିଲେ ମଧ୍ୟ ଯଦି ଉତ୍ପାଦନ ମୁତାବକ ଚାହିଦା ମଧ୍ୟ ବଢ଼ି ନପାରେ, ସେଥିରୁ ଏହି ସମସ୍ୟାଟି ହିଁ ଜନ୍ମଲାଭ କରିବ । ବର୍ଦ୍ଧିତ ପରିମାଣର ସାମଗ୍ରୀକୁ ଯଥେଷ୍ଟ ମାତ୍ରାରେ କ୍ରୟ କରିବା ନିମନ୍ତେ ଯଦି ବି ଦେଶର ଚାହିଦାଟି ମଧ୍ୟ ତଦନୁରୂପ ବୃଦ୍ଧି ନପାଏ ତେବେ ତାକୁ ଏହି ଘର ଭିତରର ବଜାରରେ ହିଁ ବିକ୍ରି କରିବାକୁ ପଡ଼ୁଥିବ । ଅର୍ଥାତ୍, ଲାଭ ଏବଂ କର୍ମଯୋଗାଣର କ୍ଷେତ୍ରରେ କୌଣସି ମନ୍ଦ ଅବସ୍ଥାର ସମ୍ମୁଖୀନ ଯେପରି ହେବାକୁ ନହୁଏ, ସେଥିଲାଗି ଏହି ଘରର ବଜାରରେ ଏକ ଯେକୌଣସି ପ୍ରକାରର ସଂପ୍ରାସରଣ ଘଟାଇବାକୁ ପଡ଼ିବ । ଏହିପରି ଭାବରେ ବିଚାର କରି ଦେଖିଲେ ଆଭ୍ୟନ୍ତରୀଣ କିଣା ବିକାର କ୍ଷେତ୍ରଟିରେ ପ୍ରସାରଣ ଲାଭ କରୁଥିବା ଆକାରଟି ମଧ୍ୟ ଶ୍ରମିକମାନଙ୍କର ଉତ୍ପାଦନଶକ୍ତି ଉନ୍ନୟନ ଘଟାଇ ଅଧିକ ଅର୍ଥର ଲାଭ କରିବାର କ୍ଷେତ୍ରଟିରେ ସର୍ବଦା ଗୋଟିଏ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଥାଏ ।

 

ଶ୍ରମିକ ପକ୍ଷଟିର ଉତ୍ପାଦନ-ସାମର୍ଥ୍ୟକୁ ପୂର୍ଣ୍ଣ ବେସାଲିଶ୍ ଭାବରେ ଆୟ, ଲାଭ ସମ୍ଭାବନା ଓ ଶ୍ରମିକମାନଙ୍କର ମଜୁରି, ଏହିପରି କେତୋଟି ଭାଗରେ ଅଲଗା ଅଲଗା କରି ବିଚାର କରିବାର ପ୍ରଣାଳୀଟି ପ୍ରଧାନତଃ ମଜୁରି ଦେଇ ଶ୍ରମିକମାନଙ୍କୁ ନିୟୋଜିତ କରୁଥିବା ସକଳ ଉପଚାର ଅନୁସାରେ ସଂଗଠିତ ବୋଲି କୁହାଯାଉଥିବା କାରବାରଟିରେ ହିଁ ପ୍ରଯୁଜ୍ୟ ହୋଇପାରିବ-। ଭାରତୀୟ ଆର୍ଥିକ ସଂସ୍ଥା ଏବଂ ବ୍ୟବସ୍ଥାରେ ଏହି କ୍ଷେତ୍ରଟି ଶ୍ରମିକମାନଙ୍କର ମାତ୍ର ଦଶଭାଗରୁ ଗୋଟିଏ ଭାଗକୁ ହିଁ ବୁଝାଇଥାଏ । ଏହି ୧୦ ପ୍ରତିଶତ ଶ୍ରମିକମାନଙ୍କ ସର୍ବଥା ଆମ ଦେଶରେ ଶ୍ରମିକ ହୋଇ ଜୀବନର ଭରଣା କରୁଥିବା ସମ୍ପୂର୍ଣ୍ଣ ଖଣ୍ଡଟି ମଧ୍ୟରେ ରହିଥିବା ସବୁଠାରୁ ଅଧିକ ଭାଗ୍ୟବାନ୍ ଅଂଶଟି ବୋଲି ହିଁ କୁହାଯିବ । ଏକ ସଂଗଠିତ ଶ୍ରମିକମାନଙ୍କର ପଟଟି ସାଧାରଣତଃ କେତେକ ସୁନିର୍ଦ୍ଦିଷ୍ଟ ଶ୍ରମସମ୍ବନ୍ଧୀ ଚୁକ୍ତି ଅନୁସାରେ କାର୍ଯ୍ୟ କରିଥାଏ । ସବୁବେଳେ ନହେଲେ ମଧ୍ୟ ଅଧିକାଂଶ ସ୍ଥଳରେ ସେହି ଚୁକ୍ତିମାନଙ୍କରେ ଶ୍ରମିକମାନେ ଦୈନିକ କେତେଘଣ୍ଟା କାର୍ଯ୍ୟ କରିବାର କ୍ଷେତ୍ରରେ ମଧ୍ୟ ସ୍ଵତନ୍ତ୍ର ପ୍ରାପ୍ୟମାନ ନିର୍ଦ୍ଧାରିତ ହୋଇ ରହିଥାଏ । ପୁନଶ୍ଚ, ଆହୁରି କେତେଗୁଡ଼ିଏ ଅଧିକାର ଯଥା, ବାର୍ଦ୍ଧକ୍ୟ କାଳର ପେନ୍‍ସନ୍, ଅବସର ନେବା ସମୟରେ ପ୍ରାପ୍ୟ ସୁବିଧା ଆଦି, ସ୍ୱାସ୍ଥ୍ୟ ନିରାପତ୍ତା, ନିଯୁକ୍ତି ତଥା ବହିଷ୍କାର ବିଷୟକ ନିୟମାବଳୀ, ଏବଂ ଶ୍ରମିକ-ସଂଗଠନ ଗଢ଼ିବାର ଅଧିକାର ମଧ୍ୟ ଶ୍ରମିକମାନଙ୍କୁ ପ୍ରଦାନ କରା ଯାଇଥାଏ । ଯେଉଁ ବ୍ୟକ୍ତିମାନେ ଶ୍ରମ-ବଜାରର ଆହୁରି ସଂସ୍କାର ହେବା ଉଚିତ ବୋଲି କହନ୍ତି ତଥା ସଂଗଠନ ମଧ୍ୟରେ ଏକତ୍ର ହୋଇଥିବା ଶ୍ରମିକମାନଙ୍କର ଅଧିକାରଗୁଡ଼ିକୁ ହାସଲ କରିବା ସକାଶେ ଯେଉଁମାନେ ସଂଗ୍ରାମ କରନ୍ତି, ସାଧାରଣ ସେମାନେ ଉଭୟେ ଏହି ମୁଷ୍ଟିମେୟ ମାତ୍ର ଅଳ୍ପ କିଛି ପ୍ରତିଶତ ଶ୍ରମିକମାନଙ୍କୁ ନେଇ ହିନ ସଂପୃକ୍ତ ହୋଇ ରହିଥାନ୍ତି । ଏହି ନିତାନ୍ତ ସାନ ଚେତନାଟି ହିଁ ଭାରତୀୟ ସାମୂହିକ ଜୀବନରେ ବହୁଜାତୀୟ ବିଦେଶୀ କୋମ୍ପାନୀମାନଙ୍କ ନଜରରେ, ସମ୍ବାଦ ସରବରାହର ସର୍ବବିଧ ଥାନରେ ଏବଂ ଏପରିକି ରାଜନୀତିକ ଦଳମାନଙ୍କ ସକାଶେ ମଧ୍ୟ ସବୁଠାରୁ ଅଧିକ ଆଖିଦୃଶିଆ ହୋଇ ରହିଥାନ୍ତି । ମାତ୍ର ପ୍ରକୃତ ଘଟଣାଟି ହେଉଛି ଯେ ଭାରତବର୍ଷର ଶ୍ରମିକମାନଙ୍କର ମୁଖ୍ୟ ଭାଗଟି ଏହିସବୁ ନାମାଙ୍କିତତା ଭିତରେ ଆଦୌ ନଥାଏ । ସେମାନେ ତ ଏକ ଧୂମପଟଳ ଦ୍ଵାରା ଆବୃତ ଅସ୍ପଷ୍ଟ ପୃଥିବୀରେ ବାସ କରନ୍ତି ଏବଂ ସେମାନଙ୍କୁ ନାନା ଅସ୍ପଷ୍ଟ ଅଭିଧାର ସାହାଯ୍ୟରେ ଚିହ୍ନାଇ ଦେବାର ଚେଷ୍ଟା କରାଯାଏ । କେତେବେଳେ ଆମ ଅର୍ଥ ଜଗତର ଅସଂଗଠିତ ଓ ପୁଞ୍ଜି କେତେବେଳେ ସଂଜ୍ଞାବହିର୍ଭୂତ ଏକ ଗୋଷ୍ଠୀରୂପେ ଚିହ୍ନାଇ ଦିଆଯାଏ । ଭାରତୀୟ ଶ୍ରମଜୀବୀ ମାନଙ୍କର ପ୍ରାୟ ୯୦% ଲୋକ ତାହାରି ଭିତରେ ହିଁ ନିଜର ଜୀବିକାର୍ଜନ କରନ୍ତି ଏବଂ ଏଥିରେ କୃଷି, କ୍ଷୁଦ୍ର କ୍ଷୁଦ୍ର ନାନାବିଧ ଉଦ୍ୟୋଗ, ବାଣିଜ୍ୟ-କାରବାରର ସାନ ସାନ ନାନା ସେବା, ପରିବହନ ତଥା କ୍ରୟ-ବିକ୍ରୟର ଯାବତୀୟ ଧନ୍ଦାକୁ ସେହିମାନେ କ୍ରିୟାଶୀଳ କରି ରଖିଥାନ୍ତି । ସେମାନେ ଅଧିକାଂଶତଃ ଏହି ମଜୁରି ଖଟିବାର ସଂକ୍ରାନ୍ତରେ କୌଣସି ଶ୍ରମସମ୍ବନ୍ଧୀ ଔପଚାରିକ ଚୁକ୍ତିରେ ଆଦୌ ଆବଦ୍ଧ ହୋଇ ନଥାନ୍ତି ।

 

ଏହି ଶ୍ରମିକମାନଙ୍କୁ କର୍ମ ଯୋଗାଇ ଦେଉଥିବା କ୍ଷେତ୍ରଗୁଡ଼ିକର ଅନ୍ତତଃ ତିନିଗୋଟି ପ୍ରଧାନ ସ୍ଵଭାବ ସମ୍ଭନ୍ଧରେ ସର୍ବଦା ଖୁବ୍ ସହଜରେ ଆଲୋଚନା କରାଯାଇପାରିବ । ପ୍ରଥମ କଥାଟି ହେଉଛି ଯେ ଏମାନେ ଏକ ବହୁଭାଗ ସଂଖ୍ୟାରେ ନିଜେ ନିଜକୁ ନିଯୁକ୍ତି କରିଥାନ୍ତି । ଫଳରେ, ସେମାନଙ୍କର ଉତ୍ପାଦନ-ସାମର୍ଥ୍ୟ ଅଥବା ସମ୍ପୂର୍ଣ୍ଣ ଉପାର୍ଜନ-ପରିମାଣକୁ ଆମେ କଦାପି ସହଜରେ ପୂରା ଅଲଗା ଅଲଗା ଖନ୍ଦାରେ ମୋଟେ ବିଚାର କରିପାରିବା ନାହିଁ । ଅର୍ଥାତ୍, ଏତିକି ଲାଭ ହେଲା କିମ୍ବା ଏତିକି ମଜୁରି ମିଳିଲା ବୋଲି ହିସାବ କରିପାରିବା ନାହିଁ । ଦ୍ଵିତୀୟତଃ ଦୈନନ୍ଦିନ କେତେ ଘଣ୍ଟା କାର୍ଯ୍ୟ କରିବାକୁ ପଡ଼ୁଛି ବୋଲି ନିର୍ଦ୍ଦିଷ୍ଟ କରି କିଛି କହିହେବ ନାହିଁ । ଯେଉଁମାନେ ନିଜେ ନିଜ ପାଇଁ କୌଣସି କାମ ଠିକ୍ କରି ସେଇଥିରେ ନିୟୋଜିତ ରହିଥାନ୍ତି ବା ଏପରିକି ଯେଉଁମାନେ ଏକ ନିର୍ଦ୍ଧାରିତ ମଜୁରି ହାରରେ ମଧ୍ୟ କାମ କରୁଥାନ୍ତି, କାହାରି କ୍ଷେତ୍ରରେ ହିଁ କହିହେବ ନାହିଁ । ସାଧାରଣତଃ ଏହି ଅନୌପଚାରିକ ଆର୍ଥିକ ଶ୍ରମନିଯୁକ୍ତିର କ୍ଷେତ୍ରରେ ଶ୍ରମିକମାନେ ଯେତେ ଅଧିକ ପରିମାଣର ଦାରିଦ୍ର୍ୟ ମଧ୍ୟରେ ଜୀବନ ବଞ୍ଚୁଥାନ୍ତି, ସେମାନଙ୍କୁ ନିଜର ଉଦରଭରଣ ସକାଶେ ସେତେ ଅଧିକ ସମୟ ହିଁ ଶ୍ରମ ଖଟିବାକୁ ପଡ଼ିଥାଏ । ତୃତୀୟ କଥା ହେଉଛି, ସାଧାରଣତଃ ଏକାବେଳେକେ ନାନାବିଧ ଧନ୍ଦା କରି ହିଁ ଏହି କ୍ଷେତ୍ରରେ ଏକ ରୋଜଗାର କରିବାକୁ ହୋଇଥାଏ, ଅର୍ଥାତ୍ ଅଗତ୍ୟା ଅଧିକ ସମୟ ନିମନ୍ତେ ହିଁ କାର୍ଯ୍ୟ କରିବା ଆବଶ୍ୟକ ହୁଏ । ସଂକ୍ଷେପ କରି କହିଲେ, ଶ୍ରମସଂସାରର ଏହି ଅନୌପଚାରିକ ଭାଗଟି ଦୈନିକ ଶ୍ରମ କରିବାର ଅବଧି, ଉପାର୍ଜନର ବିବିଧ ଉପାୟ ଏବଂ ଏହିଭଳି ଶ୍ରମନିଯୁକ୍ତ ହୋଇ ରହିଥିବା ଶ୍ରମିକ ମାନଙ୍କର ଅଧିକାର ତଥା ଆବଶ୍ୟକ ନିରାପତ୍ତାଚୟ, ଏହିଗୁଡ଼ିକର କ୍ଷେତ୍ରରେ ମଧ୍ୟ ଅନୌପଚାରିକ ହୋଇ ରହିଥାଏ ଏବଂ ଏହି ଯାବତୀୟ ଅନୌପଚାରିକତା ସେହି ସଂସାରଟିର ଶ୍ରମିକମାନଙ୍କ ନିମନ୍ତେ ଅଧିକତର ଅର୍ଥରେ ପ୍ରତିକୂଳ ହୋଇ ରହିଥାଏ । ସେମାନଙ୍କ ଲାଗି ବହୁ ଅସୁବିଧା ସୃଷ୍ଟି କରି ରଖିଥାଏ । ଏହି ଦେଶରେ ନିୟୂତ ସଂଖ୍ୟାରେ ଯେଉଁ ଶିଶୁମାନେ ଶ୍ରମିକ ହୋଇ କର୍ମ କରୁଛନ୍ତି, ଏହି କଥାଟିକୁ ସ୍ପଷ୍ଟ କରି ବୁଝାଇ ଦେବାରେ ସେହିମାନଙ୍କର ଦୃଷ୍ଟାନ୍ତଟି ହିଁ ସବୁଠାରୁ ଅଧିକ ସାହାଯ୍ୟ କରିପାରିବ ।

 

ସାଧାରଣତଃ, ଅପେକ୍ଷାକୃତ ଅଧିକ ଦରିଦ୍ର ଶ୍ରମିକମାନେ, ଏହି ସଂଗଠିତ ହୋଇ ନଥିବା କ୍ଷେତ୍ରର ଶ୍ରମିକମାନେ ଘଣ୍ଟା ପିଛା ବହୁତ କମ୍ ଉପାର୍ଜନ କରନ୍ତି ଏବଂ ତେଣୁ ବହୁ ବହୁ ଘଣ୍ଟା ଶ୍ରମିକ ହୋଇ ଖଟିଲେ ମଧ୍ୟ ପ୍ରକୃତରେ ଖୁବ୍ କମ୍ ଉପାର୍ଜନ କରିପାରନ୍ତି । ଗୋଟିଏ ନୁହେଁ, ସେମାନେ ଅନେକ ସମୟରେ ଭିନ୍ନ ଭିନ୍ନ କାମରେ ନିଜକୁ ନିୟୋଜିତ ରଖିଥାଆନ୍ତି । ହିଁ, ଦୈନିକ ବହୁତ ଘଣ୍ଟା ଜଣେ ଶ୍ରମିକ ରୂପେ ନିଯୁକ୍ତ ହୋଇ ରହୁଥିବାରୁ ଜଣେ ଶ୍ରମିକକୁ ନିଶ୍ଚିତ ଭାବରେ ଜଣେ କର୍ମନିଯୁକ୍ତ ବ୍ୟକ୍ତି ବୋଲି ବିଚାର କରାଯାଇପାରିବ ସିନା; କିନ୍ତୁ ଏତେ ଖଟି ମଧ୍ୟ ସିଏ ଯାହା ଆୟ କରେ, ତାହା ନିତାନ୍ତ ସାମାନ୍ୟ ହୋଇଥିବାରୁ ତାହାକୁ ବସ୍ତୁତଃ ଜଣେ ଯଥାର୍ଥ ଭାବରେ କର୍ମନିଯୁକ୍ତ ବ୍ୟକ୍ତି ବୋଲି କହି ହେବନାହିଁ । ଏବଂ, ଆଉ ଜଣେ ବ୍ୟକ୍ତି, ଯିଏକି କର୍ମରେ ନିଯୁକ୍ତ ରହି କିଛି ଉପାର୍ଜନ କରୁଛି ସିଏ ଯେ ସମାଜର ଉତ୍ପାଦନ ନିମନ୍ତେ ନିଜର ଅବଦାନ ରୂପେ କିଛି ପ୍ରଦାନ କରୁଛି, ସବୁ କ୍ଷେତ୍ରରେ କଦାପି ଦାବି ବି କରାଯାଇ ପାରିବ ନାହିଁ । ସଂକ୍ଷେପରେ କହିଲେ, ଏହି କ୍ଷେତ୍ରରେ ଏହିଭଳି ଏକାଧିକ ଅସଙ୍ଗିତ ରହିବା ମଧ୍ୟ ସମ୍ଭବ ହୋଇପାରେ, ଆୟ ଅନୁସାରେ କର୍ମନିଯୁକ୍ତିର ଆକଳନ କରୁଥିବା ସମୟରେ, ଅର୍ଥାତ୍ ଆୟ, ଉତ୍ପାଦନ ଏବଂ ସେଥିରେ ବ୍ୟୟିତ ହେଉଥିବା ସମୟର ପରିମାପ ଗୁଡ଼ିକ ସାହାଯ୍ୟରେ କିଛି ସିଦ୍ଧାନ୍ତରେ ଉପନୀତ ହେବାରେ ମଧ୍ୟ ବେଶ୍ ପ୍ରମାଦମାନ ଖୁବ୍ ରହିପାରେ ।

 

ଉପରର ଆଲୋଚନାଟିରୁ ସ୍ପଷ୍ଟ ହୋଇଯାଉଛି ଯେ, କର୍ମନିଯୁକ୍ତିକୁ କଦାପି ଏକ ସରଳ ଏକପ୍ରସ୍ଥଯୁକ୍ତ ବିଷୟରେ ଆଦୌ ବିଚାର କରି ହେବନାହିଁ, ବିଶେଷତଃ ଶ୍ରମ-ନିୟୋଜନର ଏହି ଅନୌପଚାରିକ କ୍ଷେତ୍ରରେ ସେହିପରି ମୋଟେ କରାଯାଇ ପାରିବ ନାହିଁ । ପ୍ରଥମେ ହୁଏତ ସେପରି ଖୁବ୍ କରିହେବ ବୋଲି ବୋଧ ହେବ, କାରଣ ଆମେ ଅନେକେ ପ୍ରାୟ ଅଭ୍ୟସ୍ତ ଭାବରେ ଭାବି ନେଇଥାଉ ଯେ, ସଂଗଠିତ ଶ୍ରମ-ନିୟୋଜନର କ୍ଷେତ୍ରରେ ଯେଉଁଭଳି ସବୁ ଘଟିଥାଏ, ଅନୌପଚାରିକ ଅନ୍ୟଟିରେ ମଧ୍ୟ ପ୍ରାୟ ସେହିପରି ହିଁ ସବୁକିଛି ଅବଶ୍ୟ ଘଟୁଥିବ । କିନ୍ତୁ, ମନେରଖିବା ଉଚିତ, ଏହି ସଂଗଠିତ କ୍ଷେତ୍ରଟିର ବାହାରେ ହିଁ ଦେଶର ପ୍ରାୟ ୯୦% ଶ୍ରମିକ ରହି କାର୍ଯ୍ୟ କରୁଥାନ୍ତି । ଏବଂ ଏହି ଅନୌପଚାରିକ କ୍ଷେତ୍ରଟିର ଆକଳନ କରିବା ସକାଶେ ଶ୍ରମନିଯୁକ୍ତି ବିଷୟରେ କୌଣସି ନିର୍ଭୁଲ ସଂଜ୍ଞାଟିଏ ନିର୍ଦ୍ଧାରଣ କରାଯାଇ ପାରି ନାହିଁ ବୋଲି ଏହି ଏତେ ବହୁ ସଂଖ୍ୟକ ଭାଗଟି ଆମ ପ୍ରତ୍ୟୟମାନଙ୍କର ବାହାରେ ହିଁ ରହିଯାଏ । ଅର୍ଥାତ୍, ଭାରତବର୍ଷର ସନ୍ଦର୍ଭରେ ଶ୍ରମିକ-ନିୟୋଜନର ସେହି ଗୁରୁତ୍ୱପୂର୍ଣ୍ଣ ଦିଗଟିକୁ ତା’ର ଏକାଧିକ ଦିଗରୁ ବିଚାର କରି ତଦନୁରୂପ ଏକ ପ୍ରକୃତ ସ୍ଥିତିର ଅବଧାରଣା କରି ପାରିବାକୁ ହେବ, ଏକାବେଳେକେ ଏକାଧିକ ବିଭାଗର ଆଲୋଚ୍ୟ ଗୁଡ଼ିକୁ ଗୋଟିଏ ସମଗ୍ର ମଧ୍ୟରେ ଯୋଡ଼ି ଆଣିବାକୁ ପଡ଼ିବ ।

 

ଏହିପରି ଏକ ସଂଗ୍ରଥିତ ସିଦ୍ଧାନ୍ତ ମଧ୍ୟରେ ଶ୍ରମ-ନିଯୁକ୍ତିର ସମସ୍ୟାଟିର ବିଚାରକରିବାକୁ ହେଲେ ସର୍ବପ୍ରଥମେ ଦେଖିବାକୁ ପଡ଼ିବ ଯେ, ଚାହିଦାର ପଟଟିରେ ସମାଜସ୍ଥ ପ୍ରତ୍ୟେକ ବ୍ୟକ୍ତିର ନିଜ କାର୍ଯ୍ୟ ଅର୍ଥାତ୍, ସିଏ ଦେଉଥିବା ଶ୍ରମ ବିନିମୟରେ ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ଆୟ ସମ୍ଭବ କରି ପାରିବାଲାଗି ଅବଶ୍ୟ ଅଧିକାର ରହିବ, ଜଣେ ଉଚିତ ସମ୍ମାନ ରହିଥିବା ମନୁଷ୍ୟ ହିସାବରେ ନିଜର ଜୀବନ ବଞ୍ଚିବା ନିମନ୍ତେ ପ୍ରୟୋଜନ ହେଉଥିବା ଏକ ସର୍ବନିମ୍ନ କ୍ରୟଶକ୍ତି ତା’ର ଅବଶ୍ୟ ରହିବ । ଯୋଗାଣର ଅନ୍ୟ ପକ୍ଷଟିରୁ ବିଚାର କରି କହିଲେ, ଏଥିପାଇଁ ଏକାନ୍ତ ଆବଶ୍ୟକ ଯେ ସେମାନେ ଉତ୍ପାଦନର କ୍ଷେତ୍ରରେ ସେମାନଙ୍କ ଠାରୁ ଅଭିଳଷିତ ଅବଦାନଟିକୁ ମଧ୍ୟ ଅବଶ୍ୟ ଦେବେ, ଯେପରିକି ଉପାର୍ଜନରୁ ସମ୍ଭବ ହେଉଥିବା ମୋଟ କ୍ରୟଶକ୍ତି ସହିତ ଉତ୍ପନ୍ନ ସାମଗ୍ରୀ ତଥା ସେବା ଗୁଡ଼ିକର ସର୍ବଦା ଏକ ଉଚିତ ଭାରସାମ୍ୟ ରହି ପାରୁଥିବ ଏବଂ, ଯୁଗପତ୍ ଭାବରେ ଦୈନିକ ଶ୍ରମ ଖଟିବାର ଅବଧିଟିକୁ ମଧ୍ୟ ଉଚିତ ବିଚାର ସହିତ ସ୍ଥିର କରାଯାଇଥିବ । ଭାରତରେ ସମର୍ଥ ସବୁ ବ୍ୟକ୍ତିଙ୍କ ନିମନ୍ତେ କର୍ମନିଯୁକ୍ତ ହେବାର ସୁଯୋଗ ସ୍ପଷ୍ଟ ହୋଇପାରିବା ନିମନ୍ତେ ଏକଥା ଅବଶ୍ୟ ଆବଶ୍ୟକ ଯେ, ସେହି କର୍ମନିଯୁକ୍ତିର କ୍ଷେତ୍ରରେ ଦେଶର ସକଳ ନାଗରିକଙ୍କର ନିଶ୍ଚୟ ଅଧିକାର ରହିବା ।

 

ସେହି ପ୍ରକ୍ରିୟାଟିର ସ୍ଵାଭାବିକ ସର୍ବପ୍ରଥମ ପଦକ୍ଷେପଟି ହେଉଛି ଯେ, ଗୋଟିଏ ଆଇନ୍‍ ସଙ୍ଗତ ସର୍ବନିମ୍ନ ମଜୁରିର ପରିମାଣ ସ୍ଥିର ହେବ ଓ ମଜୁରି ସହିତ କର୍ମନିଯୁକ୍ତ ହୋଇ ପାରିବାର ସୁଯୋଗଚୟ ସମସ୍ତଙ୍କ ନିମନ୍ତେ ଉପଲବ୍ଧ ହେବ । ଯେଉଁମାନେ ସେହି ବ୍ୟବସ୍ଥାଟିକୁ ଗ୍ରହଣ କରିବେ ନାହିଁ, ସେମାନେ ଆପେକ୍ଷିକ ଭାବରେ ନିଶ୍ଚୟ ଅଧିକ ସମ୍ପନ୍ନ ହୋଇଥିବେ । ଜଣେ କ୍ଷୁଦ୍ର ଚାଷୀ ଅଥବା ଛୋଟ ଆକାରର ବ୍ୟବସାୟୀ ପ୍ରାପ୍ତ ସର୍ବନିମ୍ନ ମଜୁରିରେ କାମ କରିବାକୁ ହୁଏତ ଇଚ୍ଛା କରିବ ନାହିଁ । କାରଣ, ସେହି କାମଟା ନ ମିଳିଲେ ମଧ୍ୟ ସେମାନେ ଏକ ଅଧିକ ସମ୍ପନ୍ନ ଜୀବନ ଖୁବ୍ ବଞ୍ଚିହେବ ବୋଲି ଏକ ପ୍ରତ୍ୟାଶା ରଖିହେବ । ତଥାପି, ସେମାନଙ୍କର ପ୍ରତ୍ୟାଶାଟି ଅନୁରୂପ ଭାବରେ ଫଳବତୀ ନହେଲେ ମଧ୍ୟ ସମସ୍ତଙ୍କ ନିମନ୍ତେ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରିରେ କାମ କରିବାର ବାଟଟି ତ ସେମାନଙ୍କ ଲାଗି ସେତେବେଳେ ମଧ୍ୟ ଖୋଲା ରହିଥିବ । ଏହାଦ୍ଵାରା ଏକାବେଳେକେ ଦୁଇଟି ଉଦ୍ଦେଶ୍ୟ ବି ସାଧିତ ହେବ; ପ୍ରଥମତଃ, ଯେଉଁମାନେ ପ୍ରକୃତରେ ଏକ ସର୍ବନିମ୍ନ ମଜୁରି ଆବଶ୍ୟକ କରୁଥିବେ, ସେମାନେ ‘ଆପେ ଆପେ’ ଆପଣାକୁ ସେତିକି ମଜୁରିରେ ନିଯୁକ୍ତ କରି ରଖିବାକୁ ରାଜି ହେବେ । ଏଥିରୁ ପ୍ରକୃତରେ ବହୁ ପ୍ରକାରର ଅମଲାତାନ୍ତ୍ରିକ ସମସ୍ୟାରୁ ରକ୍ଷା ମିଳିବ ଏବଂ, କାହାର ପ୍ରକୃତରେ ଗୋଟିଏ ନିର୍ଦ୍ଦିଷ୍ଟ କର୍ମନିଯୁକ୍ତିର ଆବଶ୍ୟକତା ରହିଛି ତାହାର ନିଷ୍ପତ୍ତି କ୍ଷେତ୍ରରେ ମଧ୍ୟ ଦୁର୍ନୀତିର ସାମନା କରିବାକୁ ପଡ଼ିବ । ଦ୍ଵିତୀୟତଃ, ଏହାଦ୍ଵାରା ଆମ ଲୋକଗଣଙ୍କ ମଧ୍ୟରେ ଯେଉଁମାନେ ସର୍ବାଧିକ ପରିମାଣରେ ପରିସ୍ଥିତିମାନଙ୍କର ଦାଉ ସହ୍ୟ କରିବାକୁ ବାଧ୍ୟ ହୁଅନ୍ତି, ସେମାନଙ୍କୁ ମଧ୍ୟ ବେଶ୍ ପ୍ରଶସ୍ତ ଭାବରେ ଏକ ସାମାଜିକ ନିଶ୍ଚିତ ସୁରକ୍ଷା ଉପଲବ୍ଧ ହେବ । ବିକଳ୍ପ ସେପରି କୌଣସି ନିଯୁକ୍ତି ନମିଳୁଥିବା ସମୟରେ ସେମାନେ ସହଜରେ ଏଇଟି ପାଖକୁ ବାରମ୍ବାର ଫେରି ଆସି ପାରୁଥିବେ । ଏପରିକି, ଏକ ସାଧାରଣ ଅବସ୍ଥାରେ ମଧ୍ୟ ଯଦି ସେମାନେ ବିକଳ୍ପ ଅଧିକ ଭଲଟିକୁ ଗ୍ରହଣ କରିବାକୁ ଇଚ୍ଛା କରୁନଥିବେ, ସେତେବେଳେ ମଧ୍ୟ ବେଶ୍ ଲେଉଟି ଆସି ପାରୁଥିବେ ।

 

ଯେକୌଣସି ବୀମା-ବ୍ୟବସ୍ଥାରେ, ଯଦି ତାହାକୁ କୌଣସି ଆକସ୍ମିକତା ଉପରେ ଛିଡ଼ା କରି ରଖା ଯାଇଥାଏ ଏବଂ ସେଥିରେ ସମ୍ପୃକ୍ତ ଦୁଇ ଆପଣାର ସ୍ଵାର୍ଥ ଓ ତେଣୁ ଲକ୍ଷ୍ୟଗୁଡ଼ିକ କ୍ଷେତ୍ରରେ ପରସ୍ପରଠାରୁ ଭିନ୍ନ ହୋଇ ରହିଥାଆନ୍ତି, ତେବେ ସେଥିରେ ବହୁ ବିଡ଼ମ୍ବନା ପୂର୍ଣ୍ଣ ପରିସ୍ଥିତି ଉପୁଜିବାର ମଧ୍ୟ ସମ୍ଭାବନା ଭରି ରହିଥାଏ । ଦୁଇ ପକ୍ଷ ମଧ୍ୟରୁ କୌଣସି ଗୋଟିଏ ପକ୍ଷ ଯୋଜନାଟିରୁ କିଛି ଏକ ତରଫା ପାଇଦା ଉଠାଇ ନେବାକୁ ଚେଷ୍ଟା କରିପାରେ ଏବଂ ତା’ ଫଳରେ ଗୋଟିଏ ପ୍ରକାର ‘ନୀତିଗତ ଆପଦ’ ସୃଷ୍ଟି ହେବାର ମଧ୍ୟ ପରିସ୍ଥିତି ଆସି ପହଞ୍ଚିପାରେ । ଉଦାହରଣ ସ୍ୱରୂପ, ନିମ୍ନତମ ମଜୁରିରେ କୌଣସି କାମ ଅବଶ୍ୟ ମିଳିବ ବୋଲି ସମସ୍ତଙ୍କୁ ଗ୍ୟାରେଣ୍ଟି ଦିଆଯାଉଥିବା ଗୋଟିଏ ଯୋଜନାରେ ମନେ କରାଯାଉ ଯେ କର୍ମନିଯୁକ୍ତ ଜଣେ ଶ୍ରମିକ କାମ କରିବାକୁ ମନା କରିଦେଲା ଓ ସେଥିପାଇଁ ତାକୁ କାମରୁ ଅନ୍ତର କରି ଦିଆଗଲା; ଏବଂ ସେ ଅନ୍ୟ କୌଣସି ସେହିଭଳି ଏକ ନିଯୁକ୍ତିକୁ ଗ୍ରହଣ କରିଯାଇ କାର୍ଯ୍ୟ କଲା । ଅବଶ୍ୟ,ଏପରି ଘଟଣା କେବେ ବହୁ ବହୁ ସଂଖ୍ୟାରେ ଘଟିବ ବୋଲି କଦାପି ଆଶଙ୍କା କରାଯିବ ନାହିଁ, କାରଣ ଗ୍ରାମାଞ୍ଚଳ ମାନଙ୍କରେ ଯାବତୀୟ ନିଯୁକ୍ତିସମ୍ଭାବନାର କ୍ଷେତ୍ର ମୁଖ୍ୟତଃ ନିତାନ୍ତ ସ୍ଥାନୀୟ ହୋଇ ହିଁ ରହିଥାଏ । ସେହି କ୍ଷେତ୍ରରେ ସ୍ଥାନରେ ପରିବର୍ତ୍ତନ କରି ଜଣେ ଶ୍ରମିକ ସଚରାଚର ଆଦୌ ଖୁବ୍ ଅଧିକ ରୋଜଗାର କରିବାକୁ ସମର୍ଥ ହୁଏନାହିଁ ଏବଂ ଓଲଟି ଅଧିକ ଦୂରରେ ଅବସ୍ଥିତ ଏକ ସ୍ଥାନରେ ମୂଲ ଖଟିବାକୁ ସମର୍ଥ ହୁଏନାହିଁ ଏବଂ ଓଲଟି ଅଧିକ ଦୂରରେ ଅବସ୍ଥିତ ଏକ ସ୍ଥାନରେ ମୂଲ ଖଟିବାକୁ ବାଧ୍ୟ ହେଲେ ତା’ର ଉପାର୍ଜନ ପରିମାଣ କମ୍ ବି ହୋଇ ଯାଇଥାଏ । ବୀମା କରା ଯାଇଥିବା ସେହି ଯୋଜନାଗୁଡ଼ିକ ସହିତ ସଂପୃକ୍ତ ହୋଇ ରହିଥିବା ‘ନୀତିଗତ ଆପଦ’ର ଏହି ସାଧାରଣ ସମସ୍ୟାଟି ଚାଷୀମାନଙ୍କ ଲାଗି କରାଯାଉଥିବା ଶସ୍ୟବୀମା ଭଳି କ୍ଷେତ୍ରରେ ବେଳେ ବେଳେ ହୁଏତ ଅପେକ୍ଷାକୃତ ଭାବରେ ଅଧିକ ମହତ୍ତ୍ଵପୂର୍ଣ୍ଣ ବି ହୋଇପାରେ ସତ; ମାତ୍ର ସର୍ବନିମ୍ନ ମଜୁରି ଦେଇ ସମସ୍ତଙ୍କୁ କାମ ଯୋଗାଇ ଦେବାର ଯୋଜନାରେ ତାହାର ପ୍ରକୃତରେ କମ୍ ଗୁରୁତ୍ଵ ହିଁ ରହିଥାଏ । ଏହି ଯୋଜନାରେ ବରଂ ଏକାବେଳେକେ ଦୁଇଟି ଫାଇଦା ମିଳେ : ଏଥିରେ ନିଜେ ନିଜକୁ ବାଛିବାକୁ ହୋଇଥାଏ ଏବଂ ସୁରକ୍ଷାମୂଳକ ଭାବରେ ସେଥିରେ ଏକ ବୀମା ମଧ୍ୟ ରହିଥାଏ, ଯାହାକି ଦରିଦ୍ର ଶ୍ରେଣୀର ଲୋକମାନଙ୍କଯାଏ ଅବଶ୍ୟ ପହଞ୍ଚିପାରେ । ତଦାରଖ କରିବାର କୌଣସି ପ୍ରୟୋଜନ ନଥାଏ ଏବଂ ତେଣୁ ଶାସନଗତ ଖର୍ଚ୍ଚକୁ ମଧ୍ୟ ଖୁବ୍ ଊଣା କରି ଦେଇଥାଏ ।

 

ସାମାଜିକ ଜୀବନ ଉପରେ ସେହି ଯୋଜନାଟିର ଯେଉଁ ସକାରାତ୍ମକ ପ୍ରଭାବ ପଡ଼ିବ, ତାହାକୁ ସମ୍ଭବତଃ ଆହୁରି ଅଧିକ ମହତ୍ତ୍ଵପୂର୍ଣ୍ଣ ବୋଲି କୁହାଯିବ । ବର୍ତ୍ତମାନ ଏହି ଅସଂଗଠିତ କ୍ଷେତ୍ରମାନଙ୍କର ଶ୍ରମିକମାନଙ୍କୁ ତାହା ଶକ୍ତିଶାଳୀ କରିବ, ଯାହା ଫଳରେ କି ସେମାନେ ପୂର୍ବାପେକ୍ଷା ଅଧିକ ପ୍ରଭାବସମ୍ପନ୍ନ ଭାବରେ ସେମାନଙ୍କ ଉପରେ କରାଯାଉଥିବା ଅଯଥାଚାର ଗୁଡ଼ିକର ପ୍ରତିରୋଧ କରିପାରିବେ । କାରଣ, ସେମାନଙ୍କ ନିମନ୍ତେ ଏହି କ୍ଷେତ୍ରରେ ଗୋଟିଏ ବିକଳ୍ପ କର୍ମନିଯୁକ୍ତିର ସମ୍ଭାବନା ଅବଶ୍ୟ ରହିଥିବ । ଏପରିକି କୌଣସି ପାରମ୍ପରିକ ସାଂଗଠନିକ ଆନ୍ଦୋଳନରେ ଯୋଗ ନଦେଇ ମଧ୍ୟ ଦରିଦ୍ରତମ ଶ୍ରମିକମାନେ ଏହାଦ୍ଵାରା ଆପଣାର ଅଧିକାରଗୁଡ଼ିକୁ ବଳଯୁକ୍ତ ଭାବରେ ସାବ୍ୟସ୍ତ କରିପାରିବେ । ଏବଂ ତାହାର ପରିଣାମସ୍ୱରୂପ, ସ୍ତ୍ରୀ-ପୁରୁଷ, ସାନ ବା ବଡ଼ ଜାତି ଏବଂ ଧର୍ମବିଷୟକ ସକଳ ବାଛବିଚାରକୁ ଶ୍ରମ ଖଟି ଜୀବିକା ଉପାର୍ଜନ କରିବାର ସେହି କ୍ଷେତ୍ରମାନଙ୍କରେ ଅଧିକ ସଫଳ ଭାବରେ କରାଯାଉଥିବା କେତେ ନା କେତେ ପ୍ରଚେଷ୍ଟା ଦରିଦ୍ରମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାରଗୁଡ଼ିକୁ ଆଣି ଦେବାରେ ଯାହା ସମ୍ଭବ କରି ପାରିନାହାନ୍ତି ଏବଂ ତେଣୁ ଆମ ସ୍ଵାଧୀନ ଭାରତବର୍ଷରେ ଅନେକଙ୍କୁ ସହାୟରହିତ କରି ରଖିଛନ୍ତି, ସମ୍ଭବତଃ ଏହି ଗୋଟିଏ ଯୋଜନାକୁ କାର୍ଯ୍ୟକାରୀ ରୂପଟିଏ ଦେଇ ତାହାକୁ ଅଧିକ ଫଳପ୍ରଦ ଭାବରେ ହାସଲ କରି ହେବ ।

 

ଏଠାରେ କେହି ପାଠକ ସମ୍ଭବତଃ ଏପରି ପ୍ରଶ୍ନଟିଏ କରିବେ, ଏସବୁ କେବଳ କଳ୍ପନାରେ ହିଁ ବଡ଼ ବଡ଼ ସୌଧ ନିର୍ମାଣ କଲାପରି ନିଷ୍ଫଳ ହିଁ ହେବନାହିଁ ତ ! ଭାରତବର୍ଷ ସଦୃଶ ଗୋଟିଏ ଦରିଦ୍ର ଦେଶରେ ଏକ ଆଇନ୍‍-ସମର୍ଥିତ ସର୍ବନିମ୍ନ ମଜୁରିର ଗ୍ୟାରେଣ୍ଟି ଦେଇ ସମସ୍ତଙ୍କୁ କର୍ମଯୋଗାଇ ଦେବା ସତକୁ ସତ କେତେଦୂର ସମ୍ଭବ ହେବ ? ସେହି ପ୍ରଶ୍ନଟିର ଉତ୍ତର ଦେବା ନିମନ୍ତେ ଆମେ ସେହି ପ୍ରଶ୍ନରେ ରହିଥିବା ଦୁଇ ଭିନ୍ନ ଭିନ୍ନ ଦିଗ ଉପରେ ହିଁ ଦୃଷ୍ଟିପାତ କରିବା : ଗୋଟିଏ ତାହାର ପ୍ରକୃତ ଦିଗ ଅର୍ଥାତ୍ ପ୍ରକୃତ ଦ୍ରବ୍ୟ ତଥା ସେବା ଗୁଡ଼ିକର କ୍ଷେତ୍ରରେ ଅର୍ଥନୀତି ବ୍ୟବସ୍ଥାଟି ମଧ୍ୟରେ ଏହାର ବସ୍ତୁତଃ କେଉଁଭଳି ତାତ୍ପର୍ଯ୍ୟ ରହିଛି, ଏବଂ ତା’ପରେ ତାହାର ମୁଦ୍ରାସମ୍ବନ୍ଧୀ ବା ବିତ୍ତୀୟ ଦିଗଟି । ସରକାରୀ ମହଲର ଅର୍ଥନୀତି-ବିଶେଷଜ୍ଞ ତଥା ଅର୍ଥମନ୍ତ୍ରୀମାନେ ସାଧାରଣତଃ ନିଜକୁ ‘ପ୍ରତ୍ୟକ୍ଷ ଅର୍ଥାତ୍ ପ୍ରକୃତ ସ୍ଥିତିର ଜ୍ଞାନ ରହିଥିବା’ ବ୍ୟକ୍ତି ବୋଲି କହି ଗର୍ବ ଅନୁଭବ କରିଥାନ୍ତି ଏବଂ ଏହି ପ୍ରଶ୍ନଟିର କେବଳ ବିତ୍ତୀୟ ଦିଗଟିର ହି ବିଚାର କରନ୍ତି । ଏଇଟିକୁ ମୋଟେ ଏକ ଉତ୍ତମ ଅର୍ଥନୀତି ଦ୍ଵାରା ସଞ୍ଚାଳିତ ବିଚାରର ଦୃଷ୍ଟାନ୍ତ ବୋଲି କୁହାଯିବ ନାହିଁ, ଅଧିକାଂଶ ସମୟରେ ସେଥିରେ ତୁଚ୍ଛ ଗଣିତର ଦାଣ୍ଡିଗୁଡ଼ିକୁ ଧରି ହିସାବମାନ କରାଯାଇଥାଏ ଏବଂ ତେଣୁ ଅନେକ କ୍ଷେତ୍ରରେ ତାହା ଆମକୁ ନାନା ଭୁଲ ଅନୁମାନରେ ନେଇ ପକାଇଦିଏ । ବସ୍ତୁତଃ, ଉଚିତ ଯତ୍ନ ସହିତ ଅର୍ଥନୈତିକ ଜୀବନର ସମଗ୍ର ବିଭାଗଗୁଡ଼ିକୁ ଏକତ୍ର ବିଚାରସମକ୍ଷକୁ ଆଣି ନପାରିଲେ ଏପରି ଭାବରେ ଏକପାଖିଆ ଚିନ୍ତାଗୁଡ଼ିକ ଦ୍ଵାରା ସେମାନେ ନ୍ୟାୟତଃ ଏକ ପ୍ରମାଦ ଭିତରେ ଯାଇ ପଡ଼ିଯାଆନ୍ତି ଏବଂ ପୂର୍ବତନ ଅଧ୍ୟାୟରେ ସୂଚିତ କରି ଦିଆଯାଇଥିବା ସେହି ସଂଯୋଜନଗତ ଭୁଲ୍‍ଟିକୁ କରନ୍ତି । ତଦ୍ଦ୍ଵାରା ଜଣେ ବ୍ୟକ୍ତିର ତାତ୍କାଳିକ ଆର୍ଥିକ ଅର୍ଥନୀତିର ନ୍ୟାୟକୁ ଦେଶର ସଂପୂର୍ଣ୍ଣ ଅର୍ଥନୀତି-ବ୍ୟବସ୍ଥାଟି କିପରି କାର୍ଯ୍ୟ କରୁଛି, ସେଇଟି ସହିତ ବେଶ୍ ଗୋଳିଆମିଶା କରି ପକା ହୁଏ । ଜଣେ ବ୍ୟକ୍ତିର ବ୍ୟକ୍ତିଜୀବନସ୍ଥ ଅର୍ଥନୀତିକ ମତିବୋଧ ଗୁଡ଼ିକୁ ତ ବେଶ୍ ସହଜରେ ବୁଝିହୁଏ, କାରଣ ସେଥିରେ କୌଣସି ଏକ ପରିବାର ତଥା ପରିବାର ଟିପି ରଖୁଥିବା ବଜେଟ ବା ହିସାବଗୁଡ଼ିକ ଅନୁସାରେ ହିଁ ସକଳ ନିଷ୍ପତ୍ତି କରା ଯାଇଥାଏ । ତେଣୁ, ବିତ୍ତ କ୍ଷେତ୍ରର ଏହି ହିସାବଟି ମଧ୍ୟ ବେଶ୍ ସାଧାରଣ ଜ୍ଞାନଦ୍ଵାରା ପ୍ରସୂତ ଏକ ଧାରଣା ପରି ହିଁ ବିଦ୍ୟମାନ୍‍ ଥାଏ । କିନ୍ତୁ, ସମଗ୍ର ଅର୍ଥନୀତି କ୍ଷେତ୍ରରେ ଯେକୌଣସି ବାସ୍ତବ ସ୍ଥିତିର ବିଚାର କରିବା ସମୟରେ ଏହାଦ୍ଵାରା ବହୁ ପ୍ରମାଦରେ ଯାଇ ପଡ଼ିଯିବାର ଆଶଙ୍କା ହିଁ ଥାଏ । ତେଣୁ ଆଇନ୍ ଦ୍ଵାରା ସମୀଚୀନ ବୋଲି ବିଚାର କରା ହୋଇଥିବା ସେହି ସାର୍ବଜନୀନ କର୍ମନିଯୁକ୍ତି ସର୍ବନିମ୍ନ ମଜୁରିର ଯେଉଁ ବ୍ୟବସ୍ଥା କରିବା ବୋଲି ଏକ ଯୋଜନାର ଚିନ୍ତା କରାଯାଉଛି, ଆମେ ପ୍ରଥମେ ତାହାର ବ୍ୟାବହାରିକ ଦିଗଟି ବିଷୟରେ କିଛି ଆଲୋଚନା କରିବା ।

 

ଯୋଜନାଟିର ବ୍ୟବହାର୍ଯ୍ୟତା କ୍ଷେତ୍ରରେ ଗୋଟିଏ ସ୍ୱଳ୍ପ-ମିଆଦୀ ଦିଗ ରହିଛି ଓ ଗୋଟିଏ ଦୀର୍ଘମିଆଦୀ ଦିଗ ମଧ୍ୟ ରହିଛି । ଯେଉଁମାନେ କୌଣସି ନିଯୁକ୍ତି ନଥିବାରୁ ନିକିମା ବସିଛନ୍ତି, ସେମାନଙ୍କୁ ମଜୁରି ଅର୍ଥାତ୍ କ୍ରୟଶକ୍ତି ଯୋଗାଇଦେବା ସକାଶେ କରାଯାଉଥିବା ଚାହିଦାଟି ସହିତ ଉଚ୍ଚତର କର୍ମଯୋଗାଣ ଅର୍ଥାତ୍ ପଣ୍ୟ-ଉତ୍ପାଦନ କ୍ଷେତ୍ରର ଏକ ଭାରସାମ୍ୟ ରଖାଯାଇପାରୁଥିବ, ଦୀର୍ଘ-ମିଆଦୀ ଦିଗଟି କହିଲେ ଆମେ ଏଠାରେ ସେହି କଥାଟିକୁ ବୁଝିବା । ମନେ କରାଯାଉ, ଏହି ଯୋଜନାରେ ଏକହଜାର ଅଧିକ ବ୍ୟକ୍ତିଙ୍କୁ ବର୍ଷକୁ ୩୦୦ ଦିନ ହିସାବରେ ଦୈନିକି ଷାଠିଏ ଟଙ୍କା ମଜୁରିରେ ଆଣି ନିଯୁକ୍ତି କରାଗଲା । ସେହି ଶ୍ରମିକମାନେ ସେମାନଙ୍କର ସମୁଦାୟ ମଜୁରିକୁ ଯଦି ନାନାବିଧ ଦ୍ରବ୍ୟକ୍ରୟ ତଥା ସେବାପ୍ରାପ୍ତି ଦିଗରେ ଖର୍ଚ୍ଚ କରିବେ, ତେବେ ସେଥିପାଇଁ ମୋଟ ୧.୮ କୋଟି (୧୦୦୦ x ୬୦ x ୩୦୦) ଟଙ୍କା ଆବଶ୍ୟକ ହେବ । ଯୋଜନାଟିର ଦୀର୍ଘମିଆଦୀ ବ୍ୟବହାର୍ଯ୍ୟତା ଆବଶ୍ୟକ କରିବ ଯେ, ଅର୍ଥନୀତିର କ୍ଷେତ୍ରରେ ନିଯୁକ୍ତ ଏହି ଅଧିକା ଏକ ହଜାର ଶ୍ରମିକ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ବାର୍ଷିକ ସେହି ୧.୮ କୋଟି ଟଙ୍କାର ଆବଶ୍ୟକ ପରିମାଣଟିକୁ ଅବଶ୍ୟ ସମ୍ଭବ କରିବେ । ପୁନଶ୍ଚ, ଉତ୍ପାଦିତ ଦ୍ରବ୍ୟଗୁଡ଼ିକରେ ସ୍ଥୂଳତଃ ଯାହାସବୁ ଥିବ, ସେଇଟିର ମଧ୍ୟ ଚାହିଦାର ପ୍ରକାର ସହିତ ସମଞ୍ଜସତା ଅବଶ୍ୟ ରହିବ । ଏଥିରେ ଆମକୁ ଗୋଟିଏ ମହତ୍ତ୍ଵପୂର୍ଣ୍ଣ କଥା ମନେ ରଖିବାକୁ ହେବଯେ, ଯଦି ଆମେ ଆମ ଅର୍ଥନୀତିର ଜଗତଟିକୁ ଗୋଟିଏ ମହତ୍ତ୍ଵପୂର୍ଣ୍ଣ କଥା ମନେ ରଖିବାକୁ ହେବଯେ, ଯଦି ଆମେ ଆମ ଅର୍ଥନୀତିର ଜଗତଟିକୁ ଗୋଟିଏ ସମଗ୍ର ହିସାବରେ ବିଚାର କରିବା, ତେବେ ଅର୍ଥନୀତିର ସାଧାରଣ ଉତ୍ପାଦନ ସାମର୍ଥ୍ୟରେ ଏକ ବୃଦ୍ଧିକୁ ସମ୍ଭବ କରି ପାରିବା ସକାଶେ ନୂତନ ଭାବେ କର୍ମନିଯୁକ୍ତ ହୋଇଥିବା ଏହି ବ୍ୟକ୍ତିମାନଙ୍କୁ ମଧ୍ୟ ସେଥିପାଇଁ ଯଥେଷ୍ଟ ପରିମାଣର ଏକ ଅବଦାନ ଦେବାକୁ ହିଁ ପଡ଼ିବ । କାରଣ, ତେବେ ଯାଇ ତ ଚାହିଦା ତଥା ଯୋଗାଇବା ମଧ୍ୟରେ ଉଚିତ ସମଞ୍ଜସତା ରହିପାରିବ । ଅବଶ୍ୟ, ଆମ ସମଗ୍ର ଅର୍ଥନୀତିଟିକୁ ଏହି ଅଭିଳଷିତ ଭାରସାମ୍ୟକୁ ହାସଲ କରିବାକୁ ହେବ; ପ୍ରତ୍ୟେକ ଏକକ ଯୋଜନାରେ ଯେ ସେହି ଭାରସାମ୍ୟ ନିଶ୍ଚୟ ରହିବ ସେପରି କୌଣସି ପ୍ରତ୍ୟାଶା କରାଯିବ ନାହିଁ ।

 

କର୍ମ-ନିଯୁକ୍ତିର ଭିନ୍ନ ଭିନ୍ନ ଯୋଜନାକୁ ସମର୍ଥନ କରୁଥିବା ପୁଞ୍ଜିଲଗାଣର ପ୍ରକଳ୍ପ ଗୁଡ଼ିକ ମଜବୁତ ଭାବରେ କାର୍ଯ୍ୟ କରିପାରିବା ନିମନ୍ତେ ଅବଶ୍ୟ ସମୟ ଆବଶ୍ୟକ ହେବ ଏବଂ ସେମାନେ ଧୀରେ ଧୀରେ ଅଧିକ ଚାହିଦାର ଅବସ୍ଥାଟିର ସମକକ୍ଷ ହେବାକୁ ଆର୍ଥିକ ବ୍ୟବସ୍ଥାଟିର ଉତ୍ପାଦନକାରୀ ସାମର୍ଥ୍ୟଟିକୁ ପ୍ରସାରିତ ବି କରି ଦେଉଥିବେ । ତେଣୁ କେବଳ ଅଧିକ ଉତ୍ପାଦନଶୀଳ ସାମର୍ଥ୍ୟ ସୃଷ୍ଟି କରି ଚାହିଦା ସହିତ ଯୋଗାଇ ଦେବାକୁ ସମକକ୍ଷ କରି ଆଣିବାର ପ୍ରୟାସ କରିବା ଦ୍ଵାରା ହିଁ ସବୁ ଅନୁକୂଳତା ମାନ କିପରି ପ୍ରକୃତରେ ସମ୍ଭବ ହେବାରେ ଲାଗିଥିବ, ଏକ ଦୀର୍ଘମିଆଦୀ ସମ୍ଭାବନାର ଦୃଶ୍ୟପଟକୁ ତାହା ଆମ ନିମନ୍ତେ ଉନ୍ମୋଚିତ ବି କରିଦେଉଥିବ; ତଥାପି ଅଳ୍ପ ମିଆଦୀ ପ୍ରୟୋଜନ ଗୁଡ଼ିକର ତୁଳନାରେ ଏହା ମୋଟେ ସେତେ ବେଶି ଚାପ ପକାଉନଥିବ । ଆମେ ସମସ୍ତେ ତ ନିୟମତଃ କେବଳ ଏହି ଉପସ୍ଥିତ ମୂହୁର୍ତ୍ତଗୁଡ଼ିକ ମଧ୍ୟରେ ହିଁ ବାସ କରୁଥାଉ ଏବଂ ଏହି ଉପସ୍ଥିତ ବର୍ତ୍ତମାନଟି ନଥିଲେ ଭବିଷ୍ୟତଟି ମଧ୍ୟ କିପରି କ’ଣ ସମ୍ଭବ ହୁଅନ୍ତା ! ପୁନଶ୍ଚ, ଆମର ଏହି ଗଣତାନ୍ତ୍ରିକ ବ୍ୟବସ୍ଥାଟିର ରାଜନୀତିଜ୍ଞ ମାନଙ୍କ କ୍ଷେତ୍ରରେ ତାହାର ପ୍ରକୃତରେ ଏକ ଅଧିକ ଗୁରୁତ୍ଵ ରହିଥାଏ : କାରଣ, ସେମାନେ ଏହି ବର୍ତ୍ତମାନଟିରେ ଯଦି ତିଷ୍ଠି ନପାରିବେ, ତେବେ ଭବିଷ୍ୟତ ବିଷୟରେ, ଆଦୌ କ୍ଵଚିତ୍ କୌଣସି ଯୋଜନା ବି କରି ପାରିବେନି-। ସୁତରାଂ, ଏହି କଥାଟିକୁ ଜାଣି ରଖିବା ଏକାନ୍ତ ଆବଶ୍ୟକ ଯେ, ଏହି ଅଳ୍ପମିଆଦୀ ନିକଟଟାରେ ଆମର ଯୋଜନାମାନେ ପ୍ରକୃତରେ କିପରି କାର୍ଯ୍ୟକାରୀ ହୋଇ ପାରୁଛନ୍ତି । କ୍ରମେ ନୂତନ ପୁଞ୍ଜିଲଗାଣ ତେଣୁ କର୍ମଯୋଗାଣର ଏକାଧିକ ଯୋଜନାଗୁଡ଼ିକ ଦ୍ଵାରା ଅବଶ୍ୟ ଉତ୍ପାଦନ-ସାମର୍ଥ୍ୟର ନୂଆ ନୂଆ ସମ୍ଭାବନା ସିନା ନିଶ୍ଚୟ ସୃଷ୍ଟି କରାଯାଇ ମଧ୍ୟ ପାରିବ । ଆମେ ଏଠାରେ ଏଥି ସହିତ ଆହୁରି ମଧ୍ୟ କହିପାରିବା ଯେ ଠିକ୍ ଏହିଠାରେ ହିଁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଶୈଳୀରେ କରାଯାଉଥିବା ଅର୍ଥନୈତିକ ସକଳ ପରିଚାଳନା ଏବଂ ତଥାକଥିତ ‘ବାସ୍ତବବାଦୀ’ ନୀତିନିର୍ଦ୍ଧାରକମାନେ ସତକୁ ସତ ସକଳ ପରିଚାଳନା ଏବଂ ତଥାକଥିତ ‘ବାସ୍ତବବାଦୀ’ ନୀତିନିର୍ଦ୍ଧାରକମାନେ ସତକୁ ସତ ବେଶ୍ ଭୁଲ କରନ୍ତି ଏବଂ ହୁଡ଼ି ଯାଆନ୍ତି । ସେମାନେ ଏହି କ୍ଷେତ୍ରରେ କେବଳ ତାହାର ବିତ୍ତୀୟ ଦିଗଟି ଉପରେ ଅତିରିକ୍ତ ଗୁରୁତ୍ଵ ପ୍ରଦାନ କରନ୍ତି । ସେମାନେ କେଡ଼େ ନିଶ୍ଚିନ୍ତ ଓ ନିର୍ମଳ ଭାବରେ ଧରିନିଅନ୍ତି ଯେ, କୌଣସି ପରିବାରର ଆୟ ଭଳି ଏକ ଅର୍ଥନୀତି-ବ୍ୟବସ୍ଥାର ଆୟଟି ମୂଳରୁ ହି ସ୍ଥିରୀକୃତ ହୋଇ ରହିଥାଏ । ବାସ୍ତବକ୍ଷେତ୍ରରେ ଏହା ହିଁ ତାହାର ଅର୍ଥ ହୁଏ ଯେ, ସ୍ୱଳ୍ପ-ମିଆଦୀ ଯାବତୀୟ କାରବାରରେ ଉତ୍ପାଦନର ଆୟତନ ଓ ପରିଣାମ ସ୍ଥିରୀକୃତ ହୋଇ ରହିଥାଏ । ତେଣୁ, ଆମର ଅର୍ଥନୀତିଟା ଯଦି ଅଧିକ ସଂଖ୍ୟକ କର୍ମ ସୃଷ୍ଟି କରିବାରେ ହିଁ ଅଧିକ ସମ୍ବଳ ବ୍ୟୟ କରିବାକୁ ଇଚ୍ଛା କରେ ତେବେ ତାକୁ ଅଗତ୍ୟା ଅନ୍ୟାନ୍ୟ କାର୍ଯ୍ୟକ୍ରମର କ୍ଷେତ୍ରଗୁଡ଼ିକରୁ ସମ୍ବଳ ପ୍ରତ୍ୟାହାର କରି ଆଣିବାକୁ ହେବ । ଅବଶ୍ୟ, ବାସ୍ତବ କାର୍ଯ୍ୟକ୍ଷେତ୍ରରେ ସେଭଳି ହିସାବ ଓ ଅନୁମାନ ଅନୁସାରେ ଆଦୌ କିଛି ଘଟେ ନାହିଁ, କାରଣ ଅର୍ଥନୀତି-ବ୍ୟବସ୍ଥାର ପୂର୍ଣ୍ଣ ଆୟତନଟି ମଧ୍ୟରେ ଉତ୍ପାଦନର ସ୍ତରଟି ସାଧାରଣତଃ ମୋଟେ ପୂର୍ବରୁ ସ୍ଥିରୀକୃତ ହୋଇ ରହି ନଥାଏ; ସ୍ୱଳ୍ପମିଆଦୀ କ୍ଷେତ୍ରଗୁଡ଼ିକରେ ମଧ୍ୟ ରହିନଥାଏ ଏବଂ ସୁନିଶ୍ଚିତ ଭାବରେ ଭାରତବର୍ଷରେ କେବେହେଲେ ହିଁ ନଥାଏ ।

 

ଅର୍ଥନୀତି-ବ୍ୟବସ୍ଥାର ପ୍ରକୃତ କ୍ଷେତ୍ରରେ ଅଧିକ ଶ୍ରମିକ ନିଯୁକ୍ତ କରିବା ସକାଶେ ଯେଉଁ ପୁଞ୍ଜି ଆଣି ଲଗାଇବାକୁ ହୋଇଥାଏ, ସେଥିରେ ବିବିଧ ପ୍ରକାରର ନିର୍ମାଣ-କାର୍ଯ୍ୟକୁ ମଧ୍ୟ ଅନ୍ତର୍ଗତ କରି ରଖିବାକୁ ହେବ, ଓ ସେଥିଲାଗି ଇସ୍ପାତ, ସିମେଣ୍ଟ ଆଦି ପ୍ରୟୋଜନ ହେବ । ତା’ସହିତ, କର୍ମରେ ନିୟୋଜିତ ଶ୍ରମିକମାନେ ଶ୍ରମ ଦେଇ ଯେଉଁ ମଜୁରି ପାଇବେ, ସେମାନେ ସେଇଥିରୁ ପ୍ରଧାନତଃ ଆପଣାର ଖାଦ୍ୟ ତଥା ବସ୍ତ୍ର ହିଁ କ୍ରୟ କରିବେ । ଏବଂ, ତା’ପରେ, ଦ୍ଵିତୀୟ ପର୍ଯ୍ୟାୟରେ, ଯେଉଁ ଶ୍ରମନିୟୋଜନକାରୀ ଏବଂ ଶ୍ରମଜୀବୀମାନେ ଇସ୍ପାତ, ସିମେଣ୍ଟ, ଖାଦ୍ୟ ତଥା ବସ୍ତ୍ର ଆଣି ଯୋଗାଇ ଦେଉଥିବେ, ସେମାନେ ଏହି ଉତ୍ପାଦନ-ବ୍ୟବସ୍ଥାଟିରୁ ସମ୍ଭବ ହେଉଥିବା ଲାଭ ତଥା ଉପାର୍ଜନ କରୁଥିବା ମଜୁରିରୁ ଅଧିକ ଆଉ ସବୁ ଦ୍ରବ୍ୟ କରିବେ, ନୂଆ ନୂଆ ସେବା ତଥା ସୁବିଧାଗୁଡ଼ିକୁ ବି ମନ କରିବେ । ଏହି ପ୍ରକ୍ରିୟାଟି ଏହିପରି ପର୍ଯ୍ୟାୟ ପରେ ପର୍ଯ୍ୟାୟ ଅନୁକ୍ରମରେ ସଚଳ ହୋଇ ରହିଥିବ ତଥା ବରଂ ବେଶ୍ କ୍ଷିପ୍ରତା ସହିତ ପ୍ରତ୍ୟେକ ପର୍ଯ୍ୟାୟରେ ବୃତ୍ତର ଆକାରଟିକୁ କ୍ଷୁଦ୍ର କରି ଆଣୁଥିବ । ଅର୍ଥନୀତିଶାସ୍ତ୍ରର ବିଶେଷଜ୍ଞମାନେ ତାହାକୁ ‘ଗୁଣନ ପ୍ରକ୍ରିୟା’ ବୋଲି ଅଭିହିତ କରିଛନ୍ତି । ଏଠାରେ ଆମେ ଏହି ମହତ୍ତ୍ଵପୂର୍ଣ୍ଣ କଥାଟିକୁ ନିଶ୍ଚୟ ମନେ ରଖିବା ଯେ, ବର୍ତ୍ତମାନ ଆମ ପାଖରେ ବଳକା ଇସ୍ପାତ ରହିଛି, ବଳକା ସିମେଣ୍ଟ ଅଛି, କପଡ଼ାଦ୍ରବ୍ୟ ଅଧିକ ରହିଛି ଏବଂ ସରକାରୀ ଭଣ୍ଡାରଗୁଡ଼ିକରେ ଶସ୍ୟମାନେ ମଧ୍ୟ ମହଜୁଦ ରହିଛନ୍ତି । ଏପରିକି, ଆମ ହାତରେ ବଳକା ବିଦେଶୀ ମୁଦ୍ରା ମଧ୍ୟ ଗଚ୍ଛିତ ରହିଛି, ଯାହାକି କେତେକ ଦ୍ରବ୍ୟର ଯୋଗାଣ-କ୍ଷେତ୍ରରେ କୌଣସି ତିରୋଟ ଅବସ୍ଥା ପଡ଼ିଲେ ମଝିରେ ରହି ପ୍ରତିରୋଧକ ରୂପେ କାମ ଦେଇ ପାରିବ । ଅର୍ଥାତ୍, ଅନ୍ୟ ଶବ୍ଦରେ କହିଲେ, ସ୍ୱଳ୍ପ ମିଆଦୀ ସ୍ତରରେ ମଧ୍ୟ ଆମ ଉତ୍ପାଦନକୁ ବେଶ୍ କିଛିଗୁଣ ବୃଦ୍ଧି କରିବାରେ ଆମ ଅର୍ଥନୀତିରେ ଆମକୁ ସ୍ଥୂଳତଃ କୌଣସି ଅବଶ୍ୟମ୍ଭାବୀ ବାଧାର ଆଦୌ ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ବର୍ତ୍ତମାନ ସାମର୍ଥ୍ୟର କ୍ଷେତ୍ରରେ ଯେଉଁ ବଳକା ସାମର୍ଥ୍ୟଟି ପ୍ରକୃତରେ ରହିଛି, ଦେଶର ଆଭ୍ୟନ୍ତରୀଣ ଚାହିଦାଗୁଡ଼ିକରେ ଏହି ସମ୍ପ୍ରସାରଣ ଘଟାଇବାକୁ ଆଗଭର ହୋଇ କେତେକ ପ୍ରାସଙ୍ଗିକ ଉଦ୍ୟୋଗର କ୍ଷେତ୍ରରେ ସଂସ୍ଥାନ-କ୍ଷେତ୍ରରେ ସମ୍ପ୍ରତି ଉପଲବ୍ଧ ବଳକା ସାମର୍ଥ୍ୟଗୁଡ଼ିକୁ କାର୍ଯ୍ୟରେ ଲଗାଇ ଆମେ ଏକ ସ୍ୱଳ୍ପମିଆଦୀ ପଦକ୍ଷେପ ହିସାବରେ ଅଧିକ କର୍ମଯୋଗାଣକୁ ସମ୍ଭବ କରିବାର ଏହି ଆଭ୍ୟନ୍ତରୀୟ ପ୍ରୟୋଜନଟିର ଖୁବ୍ ସମ୍ମୁଖୀନ ହୋଇପାରିବା । ସେଥିପାଇଁ ଏକାଧିକ ଉଦ୍ୟୋଗର କ୍ରିୟାଶୀଳତା ଦ୍ଵାରା ବର୍ତ୍ତମାନର ବଳକା ସାମର୍ଥ୍ୟମାନଙ୍କୁ କାମରେ ଲଗାଯିବ, ସାମ୍ପ୍ରତିକ ଏକାଧିକ ଉଦ୍ୟୋଗରୁ ପ୍ରାପ୍ତ ବଳକା ସମ୍ଭାବନା ତଥା ଭଣ୍ଡାରମାନଙ୍କରେ ସଞ୍ଚିତ ହୋଇ ରହିଥିବା ଶସ୍ୟଦ୍ଵାରା ତାହା ପ୍ରକୃତରେ ସମ୍ଭବ ହେବ । ଗଚ୍ଛିତ ବିଦେଶୀ ମୁଦ୍ରା ଏହି କ୍ଷେତ୍ରରେ ପ୍ରତିରୋଧକବତ୍ କାର୍ଯ୍ୟ ଦେବ । ଭାରତବର୍ଷର ଅର୍ଥନୀତି ଏଥିପୂର୍ବରୁ ଏପରି ଏକ ସୌଭାଗ୍ୟର ସ୍ଥିତିରେ କ୍ଵଚିତ୍ ରହିଥିଲା ଏବଂ ତେଣୁ ଆଗ ଏହି ସୁଯୋଗଟିର ଅବଶ୍ୟ ସଦ୍‍ବ୍ୟବହାର କରିବା ଏବଂ ନିଜ ଉପରେ ବିଶ୍ଵାସ ସ୍ଥାପନ କରି ପୂର୍ଣ୍ଣ କର୍ମନିଯୁକ୍ତିର ଲକ୍ଷ୍ୟଟି ଆଡ଼କୁ ଆମର ଯାତ୍ରା ଆରମ୍ଭ କରିଦେବା ।

 

ଅବଶ୍ୟ ଏକଥା ସତ ଯେ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଦ୍ଵାରା ସମର୍ଥିତ ତଥା ପ୍ରଚାରିତ କୌଣସି ନୀତିର ଅନୁସରଣ କରି ଏଠାରେ ଉପରଲିଖିତ ସୁଯୋଗଟିର ଉପସ୍ଥାପନା କରାଯାଇନାହିଁ । ଆମ ସରକାର ଗୃହୀତ କରାଇ ନେଇଥିବା ବିତ୍ତୀୟ ଦାୟିତ୍ଵ ଓ ବଜେଟ୍ ପରିଚାଳନା ଆଇନ୍‍ଟି ମଧ୍ୟ ସେପରି କୌଣସି ପନ୍ଥାକୁ ଗ୍ରହଣ କରିଥିବାର ସୂଚନା ମଧ୍ୟ ଦେଇନାହିଁ-। ଏଇଠି ତ ବରଂ ଏପରି ଗୋଟିଏ ଅନୁମାନକୁ ଭିତ୍ତି କରି ଠିଆ ହୋଇଛି ଯେ, ଯେତେ ଯାହା ପ୍ରୟାସ କରାଗଲେ ମଧ୍ୟ କୌଣସି ସ୍ୱଳ୍ପମିଆଦୀ ପଦକ୍ଷେପ ନେଇ ଆମ ଅର୍ଥନୀତିର ଉତ୍ପାଦନ-ପରିମାଣରେ ମୋତେ ବୃଦ୍ଧି ସାଧନ କରାଯାଇ ପାରିବନାହିଁ । କଥାଟିକୁ ଅଧିକ ସରଳ ଭାବରେ କହିଲେ, ପ୍ରକୃତରେ ଏଭଳି ଅନୁମାନ କରାଯାଉଛି ଯେ, ଉତ୍ପାଦନର କ୍ଷେତ୍ରରେ ଉଦ୍‍ବୃତ୍ତ ହୋଇ କିଛି ସମ୍ଭବ ହେବନାହିଁ ଓ ବେରୋଜଗାରୀ ବୋଲି ମଧ୍ୟ କୌଣସି ସମସ୍ୟା ନଥିବ-। ଏପରିକି, ଆମେ ଆଗରୁ ପ୍ରଦାନ କରିଥିବା ଦୃଷ୍ଟାନ୍ତଟିରେ, ଇସ୍ପାତ୍ କିମ୍ବା ସିମେଣ୍ଟ ଉତ୍ପାଦନ କରୁଥିବା ସଂସ୍ଥାମାନଙ୍କୁ ଦ୍ରବ୍ୟ ଯୋଗାଇ ଦେବାର ଅଧିକସଂଖ୍ୟକ ବରାଦମାନ ଆସିଲେ ମଧ୍ୟ, ସେମାନଙ୍କର ଏହି ବର୍ତ୍ତମାନ ସ୍ଥିତିରେ ସେମାନଙ୍କ ପାଇଁ ପ୍ରକୃତରେ ଅଧିକ ଉତ୍ପାଦନ ନିମନ୍ତେ ଆଦୌ ସମ୍ଭାବନା ହିଁ ନଥିବ । କାରଣ, ସେଥିସକାଶେ ସେମାନଙ୍କୁ ପ୍ରଥମେ ନୂଆ କାରଖାନାମାନ ତିଆରି ମଧ୍ୟ କରିବାକୁ ପଡ଼ିବ । ଭାରତବର୍ଷୀୟ ପରିପ୍ରେକ୍ଷୀରେ ଏପରି ଅସମ୍ଭବ ଅନୁମାନଟି କରାଯାଉ ଥିବାରୁ ଅବଶ୍ୟ ଏପରି କୁହାଯାଉଛି ଯେ, ଆମ ଦେଶର ଅର୍ଥନୀତି-କ୍ଷେତ୍ରର ସମଗ୍ର ସମ୍ପଦର ବର୍ତ୍ତମାନ ପୂର୍ଣ୍ଣ ବିନିଯୋଗ କରାଯାଉଛି ଏବଂ, ଅଧିକ ଚାହିଦାକୁ ପୂରଣ କରିବା ଲାଗି ଆପଣାର ସାମର୍ଥ୍ୟକୁ ଯେତେ ଅଧିକ କଲେ ଏବଂ ଅଧିକ ବ୍ୟକ୍ତିଙ୍କୁ କାମ ଯୋଗାଇ ଦେଇ ଆମ ଆଭ୍ୟନ୍ତରୀୟ ବଜାରର ଆକାରକୁ ଯଥାସମ୍ଭବ ବଢ଼ାଇ ଦେବାର ପ୍ରୟାସ କରାଗଲେ ମଧ୍ୟ ତଥାପି ଉତ୍ପାଦନର ଖନ୍ଦାଟିରେ କୌଣସି ବୃଦ୍ଧି ସମ୍ଭବ କରାଯାଇ ପାରିବ ନାହିଁ ।

 

ସର୍ବଦା ପ୍ରକୃତ ବାସ୍ତବ ସ୍ଥିତିଟି ଦେଖି ତାହାରି ଦ୍ଵାରା ଯାବତୀୟ ନୀତିର ନିର୍ଣ୍ଣୟ କରୁଥିବା ଆମ ଅର୍ଥନୀତି-ସମ୍ବନ୍ଧୀ ପଦକ୍ଷେପଗୁଡ଼ିକ ତଥା ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ‘ବିଶେଷ ଅଭିଜ୍ଞଗଣ’ ଅନେକ ସମୟରେ ଆମକୁ ବେଶ୍ ଭ୍ରାନ୍ତିରେ ପକାଇ ଦିଅନ୍ତି ବା, ସମ୍ଭବତଃ ଆପଣାକୁ ହିଁ ସେହି ଭ୍ରାନ୍ତିରେ ପକାଇ ରଖିଥାଆନ୍ତି; ସେତେବେଳେ ଆପଣାର ସାଧାରଣ ଜ୍ଞାନଟା ଦ୍ଵାରା ପରିଚାଳିତ ହୋଇ କହନ୍ତି ଯେ, ଯେକୌଣସି ବ୍ୟକ୍ତି କୌଣସି ନା କୌଣସି ବ୍ୟବସାୟରେ ଆପଣାର ପୁଞ୍ଜିକୁ ଖଟାଇବା ପୂର୍ବରୁ ସେହି ପୁଞ୍ଜି ପରିମାଣଟିକୁ ତା’ ନିଜ ପାଖରେ ସିଏ ଅବଶ୍ୟ ସଞ୍ଚିତ କରି ରଖିଥାଏ । ତେଣୁ, କୌଣସି ହିତବୁଦ୍ଧିସମ୍ପନ୍ନ ସରକାର ମଧ୍ୟ କିପରି କରିପାରିବ ? ଏହାର ଉତ୍ତର ଅତ୍ୟନ୍ତ ସରଳ : ଯଦି ସରକାର ଦ୍ଵାରା ଇସ୍ପାତ୍ ଏବଂ ସିମେଣ୍ଟ ପାଇଁ ବରାଦ ଦିଆ ଯାଉଥାଏ ଏବଂ ଏପରିକି ସେହି କାରଣରୁ ଯଦି ଅଧିକ ନୋଟ୍ ଛପାଇ ଶ୍ରମିକମାନଙ୍କୁ ମଜୁରି ଆକାରରେ ଦିଆ ମଧ୍ୟ ଯାଉଥାଏ, ଏବଂ ସେହି ମଜୁରି ପ୍ରାପ୍ତ ଅର୍ଥରେ ଶ୍ରମିକମାନେ ପ୍ରଧାନତଃ ନିଜର ଅନ୍ନ ତଥା ବସ୍ତ୍ରକୁ କ୍ରୟ କରୁଥାଆନ୍ତି, ତେବେ ସେହି ଦ୍ରବ୍ୟମାନଙ୍କୁ ଯୋଗାଇ ଦେବା କିମ୍ବା ସଞ୍ଚୟ କରି ରଖିବା ନିଶ୍ଚୟ ତତ୍କାଳୀନ ଅଧିକ ସମର୍ଥତା ହେତୁ ହିଁ ଆସିବ, ବର୍ତ୍ତମାନ ଶସ୍ୟଦ୍ଵାରା ପୂର୍ଣ୍ଣ ହୋଇ ରହିଥିବା ଭଣ୍ଡାର ମାନଙ୍କରୁ ଆସିବ ।

 

ଯେତିକି ସାମର୍ଥ୍ୟ ରହିଛି, ସେଇଥିରୁ ହିଁ ଅଧିକ କର୍ମନିଯୁକ୍ତିର ଚାହିଦାଟିର ସମ୍ମୁଖୀନ ହେବାକୁ ଯାଇ ଏବଂ ବେଳେ ବେଳେ କେତେକ ଦ୍ରବ୍ୟର ନିଅଣ୍ଟକୁ ପୂରଣ କରାଇବା ନିମନ୍ତେ ଗଚ୍ଛିତ ବିଦେଶୀ ମୁଦ୍ରାର କିୟଦଂଶକୁ କାମରେ ଲଗାଇ, ଏସବୁ ଅବଶ୍ୟ କେବଳ ସ୍ୱଳ୍ପମିଆଦୀ ସମାଧାନ ମାନ ହିଁ ଦେଇ ପାରୁଥିବ । ଏବଂ, ଅନ୍ତତଃ ଅଳ୍ପ କିଛି ଅବଧି ଲାଗି ଏହି ସମାଧାନଟିର ମାର୍ଗଟିକୁ ଅନୁସରଣ ନକଲେ ଆମେ କେବେହେଲେ ସବୁ ବ୍ୟକ୍ତିଙ୍କୁ ନିଯୁକ୍ତି ଯୋଗାଇ ଦେଇ ପାରିବା ନାହିଁ । ଅବଶ୍ୟ, ଅନ୍ୟ ପକ୍ଷରେ ସ୍ଥାୟୀ ଭାବରେ ବେଶ୍ କିଛି କାଳ ପାଇଁ ପୂର୍ଣ୍ଣ କର୍ମନିଯୁକ୍ତି କରିବାକୁ ହେଲେ ଆମକୁ ଦୀର୍ଘମିଆଦୀ ଭିତ୍ତିରତା ସନ୍ଦର୍ଭଟି ଉପରେ ହିଁ ସେହି ସମସ୍ୟାଟିର ବିଚାର କରିବାକୁ ହେବ । ଏବଂ ସେଥିଲାଗି ପ୍ରକଳ୍ପଗୁଡ଼ିକର ଅପେକ୍ଷାକୃତ ଅଧିକ ଯତ୍ନଶୀଳ ବିଶ୍ଳେଷଣ କରିବା ଆବଶ୍ୟକ ହେବ, ଏପରି ଉପାୟମାନ ବାହାର କରିବାକୁ ହେବ, ଯେପରିକି ଅଧିକ କର୍ମସ୍ଥାନ ଗୁଡ଼ିକ ସମ୍ଭବ ହେବ । ପୁନଶ୍ଚ,ଆମର ପ୍ରବିଧିଗତ ଗଢ଼ଣ ଗୁଡ଼ିକୁ କିପରି ସମୁଚିତ ଭାବରେ ଆକାର ଦେଇ ପାରିଲେ ସେହି ଅନ୍ୟଭଳି ପ୍ରଶାସନିକ ନିୟମ ଭିତରେ ଆମର ପ୍ରକଳ୍ପମାନେ କାର୍ଯ୍ୟକାରୀ ହୋଇପାରିବେ, ସେଇଟିକୁ ମଧ୍ୟ ସ୍ଥିର କରିହେବ । ଆମେ ଏହି ସନ୍ଦର୍ଭରେ ସ୍ଥାୟୀପୂର୍ଣ୍ଣ କର୍ମଯୋଗାଣର ଯୋଜନା ସମ୍ପର୍କିତ ଅନ୍ତତଃ ତିନୋଟି ଭିନ୍ନ ଭିନ୍ନ ଦିଗର ବିଚାର ଅବଶ୍ୟ କରିବା, ଯାହାଦ୍ଵାରା କି ସେହି ପ୍ରକଳ୍ପଗୁଡ଼ିକ ପ୍ରକୃତରେ ସଫଳତା ମଧ୍ୟ ହାସଲ କରିବେ ।

 

ପ୍ରଥମ ଏବଂ ସବୁଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ କଥାଟି ହେଉଛି, ସେହି ଯୋଜନାଟିକୁ ଆମେ କେବଳ ସରକାରଙ୍କ ଠାରୁ କିଛି ଆୟକୁ ସ୍ଥାନାନ୍ତରିତ କରି କୌଣସି କାର୍ଯ୍ୟରେ ନିଯୁକ୍ତ ହୋଇ ପାରିନଥିବା କିଛି ବ୍ୟକ୍ତିଙ୍କ ପାଖରେ ନେଇ ପହଞ୍ଚାଇ ଦେବାର ଗୋଟିଏ ମୋଟା ପ୍ରକ୍ରିୟା ବୋଲି ଆଦୌ ଭାବିବା ନାହିଁ । ଅର୍ଥାତ୍ ଏହି କ୍ଷେତ୍ରରେ ଆମ ନୀତି ନିର୍ଣ୍ଣୟକାରୀମାନେ ସେମାନଙ୍କର ମାନସିକତାରେ ଏକ ପରିବର୍ତ୍ତନ ଆଣିବା ଆବଶ୍ୟକ ହେବ । ଅର୍ଥନୀତିକ ବ୍ୟବସ୍ଥାପନ ବିଷୟରେ ଆମ ଅଭ୍ୟସ୍ତ ଶୈଳୀଟି ଉଚ୍ଚତର ଅଭିବୃଦ୍ଧି ହାସଲ କରିବାର ସମସ୍ୟାଟିକୁ ଲୋକମାନଙ୍କ ନିମନ୍ତେ ଅଧିକ ସଂଖ୍ୟାର କର୍ମନିଯୁକ୍ତି ସୃଷ୍ଟି ବି କରିବାର ସେହି ଅନ୍ୟ ସମସ୍ୟାଟି ଠାରୁ ସର୍ବଦା ଅଲଗା କରି ହିଁ ଦେଖିଥାଏ । ତାହା ଆମକୁ ପ୍ରକୃତରେ ନାନା ପ୍ରକାରେ ବାଟରୁ ହୁଡ଼ି ଚାଲିଯିବାର ବେଶ୍ ଗୋଟିଏ ଆଶଙ୍କାର ସୃଷ୍ଟି କରିଥାଏ । ଏବଂ, ଦେଶର ଲୋକମାନେ ଯେ ଆମେ ଗ୍ରହଣ କରିଥିବା ଗଣତନ୍ତ୍ରର ବ୍ୟବସ୍ଥାରେ ସକ୍ରିୟ ଅଂଶ ଗ୍ରହଣ କରିପାରିବେ, ସେହି ମୂଳ ଭାବନାଟିର ମାର୍ଗରେ ହିଁ ଅନ୍ତରାୟ ଭଳି ଆସି ଛିଡ଼ା ହୁଏ । ଉଦାହରଣ ସ୍ୱରୂପ ସ୍ଥାୟୀ ଭାବରେ ସବୁ କର୍ମକ୍ଷମ ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରିବାର ବୋଝଟି ମୁଣ୍ଡାଇବା ନିମନ୍ତେ ଆମ ମୋଟ ଜାତୀୟ ଆୟରେ ୧୦% ଅଭିବୃଦ୍ଧି ହେବା ଅତ୍ୟାବଶ୍ୟକ ବୋଲି କୁହାଯାଉଥିବା ସେହି ପରିଚିତ ଉକ୍ତିଟି ପ୍ରକୃତରେ ଅସଲ କଥାଟିକୁ ସତେ ଅବା ଆଦୌ ଦେଖି ପାରୁନଥାଏ । ବସ୍ତୁତଃ, ସମ୍ପୂର୍ଣ୍ଣ ପ୍ରାୟ ଓଲଟା ଆଡ଼ୁ ହିଁ ସମସ୍ୟାଟିର ଉପସ୍ଥାପନା ହୋଇପାରିବା ହିଁ ଅଧିକ ଉଚିତ ହେବ । ଯେଉଁମାନେ ଆମ ନୀତି ଗୁଡ଼ିକର ନିର୍ଦ୍ଧାରଣ କରନ୍ତି, ସେମାନଙ୍କର ବରଂ ଏଭଳି ପଚାରିବା ଉଚିତ୍, ଉତ୍ପାଦନକ୍ଷମ ଏହି ପୂର୍ଣ୍ଣ କର୍ମନିଯୁକ୍ତି ଫଳରେ ଆମ ଅର୍ଥନୀତିରେ କେତେ ପରିମାଣର ଅଧିକା ଉତ୍ପାଦନର ସମ୍ଭାବନା ପ୍ରକୃତରେ ରହିଛି, ଏବଂ, ଏହାର ଫଳରେ ଆମର ଅଭିବୃଦ୍ଧି-ହାର କେତେ ପରିମାଣରେ ଅଧିକ ହେବବୋଲି ଆଶା କରି ହେଉଛି; ଅର୍ଥାତ୍, ଅନ୍ୟ ଶବ୍ଦ ଦେଇ କହିଲେ, ଉପଲବ୍ଧ ହେଉଥିବା ଅଭିବୃଦ୍ଧି-ହାରକୁ ଆମେ ଆମ ଦ୍ଵାରା ଗ୍ରହଣ କରାଯାଇଥିବା ପୂର୍ଣ୍ଣ କର୍ମଯୋଗାଣ ଅର୍ଥାତ୍ କର୍ମନିଯୁକ୍ତିର ସୁଫଳ ବୋଲି ହିଁ ଜାଣିବା । ତାହାକୁ ମୋଟେ ଏକ ଚରମ ସାଧ୍ୟ ନୁହେଁ, ମାତ୍ର ଏକାଧିକ ସୁଫଳର ଏକ ମାଧ୍ୟମ ବୋଲି ବୁଝିବା । ତାହାର ଅର୍ଥ ହେଉଛି, ପୂର୍ଣ୍ଣ କର୍ମଯୋଗାଣକୁ ସ୍ଥାୟୀ କରି ରଖିବା ନିମନ୍ତେ ଏହି ଯାବତୀୟ ଭଳି ପ୍ରକଳ୍ପକୁ କେବଳ ଦରିଦ୍ର ମନୁଷ୍ୟମାନଙ୍କୁ ଦୟା ଦେଖାଇ କିଛି ଯୋଗାଇ ଦେବାର ଗୋଟିଏ ଗୋଟିଏ ସରକାରକୁ ଚଲାଉଥିବା ଅମଲାତନ୍ତ୍ରର ଉପାୟ ଓ ପଦକ୍ଷେପମାତ୍ର ରୂପେ କଦାପି ଦେଖିବାକୁ ଚେଷ୍ଟା କରିବାନାହିଁ । ଅତୀତରେ ଏଗୁଡ଼ିକୁ ପ୍ରଧାନତଃ ସେହିଭଳି କେତେକ ନିଘାରେ ବିଚାର କରାଯାଇଛି; ଆମେ ସେପରି କିଛି ନକରି ଏହି କର୍ମନିଯୁକ୍ତିଟିକୁ ପ୍ରକୃତରେ କିଛି ପୁଞ୍ଜି ଲଗାଇ ହାତକୁ ନିଆଯାଉଥିବା ଗୋଟିଏ ଗୋଟିଏ ପୂର୍ଣ୍ଣ ନିଷ୍ପତ୍ତିମୂଳକ ମାର୍ଗ ରୂପେ ହିଁ ଗ୍ରହଣ କରିବା । ଏଗୁଡ଼ିକ ଦ୍ଵାରା ଯେ ଆମ ଅର୍ଥନୀତିର ଉତ୍ପାଦନକାରୀ ସାମର୍ଥ୍ୟଟି ପ୍ରସାର ଲାଭ କରିବ, ସେହି କଥାଟିକୁ ଉତ୍ତମରୂପେ ଆମ ନଜର ମଧ୍ୟରେ ରଖିଥିବା । ଏପରି ଭାବି ବସିବା ସମ୍ପୂର୍ଣ୍ଣ ଭୂଲ ଯେ,ଏକାକୀ ଆର୍ଥିକ ଅଭିବୃଦ୍ଧ ଦ୍ଵାରା, ତାହାର ପରିମାଣ ଯେତେ ବେଶି ହୋଇଥାଉ ପଛକେ, ଏହି ଦେଶର ଦରିଦ୍ର ଜନସାଧାରଣଙ୍କୁ ସମ୍ମାନର ସହିତ ଆପଣାକୁ ଜଣେ ଜଣେ ମନୁଷ୍ୟ ବୋଲି ଅନୁଭବ କରିବାର ଶକ୍ତି ପ୍ରଦାନ କରି ପାରିବ ନାହିଁ । ଏପରିକି, କେତେ ପରିମାଣରେ ପୁନଃବିତରଣକାରୀ କେତେକ ନୀତି ମଧ୍ୟ ରାଷ୍ଟ୍ରର ଆର୍ଥିକ ଅଭିବୃଦ୍ଧି ସହିତ ଯୋଡ଼ାହୋଇ ରହିଥିଲେ ମଧ୍ୟ ସେହି ସମ୍ମାନବୋଧକୁ ଆଣି ଦେଇ ପାରିବ ନାହିଁ ।

 

ଅନ୍ୟପକ୍ଷରେ, କେବଳ ଯେତେବେଳେ ଦରିଦ୍ର ମନୁଷ୍ୟଗୋଷ୍ଠୀ ସକଳ ସଂପୂର୍ଣ୍ଣ ରୀତିରେ ଏହି ଦେଶରେ କ୍ରିୟାଶୀଳ କୌଣସି ପ୍ରକଳ୍ପରେ ଅଂଶ ଗ୍ରହଣ କରିପାରିବେ, ସେତିକିବେଳେ ଯାଇ କୌଣସି ଅର୍ଥନୀତିକ ବିକାଶ ସେମାନଙ୍କୁ ସେହି ସମ୍ମାନିତ ଅବସ୍ଥାଟି ନିମନ୍ତେ ଭାଜନ କରି ଆଣିବ । ସେମାନେ ଉତ୍ପାଦନ ଏବଂ ବିତରଣ ଉଭୟ କ୍ଷେତ୍ରରେ ହିଁ ଅଂଶ ଗ୍ରହଣ କରି ପାରୁଥିବେ । ଏହି କଥାଟି ସକଳ ଅବସରରେ ହିଁ ଆମ ଅମଲାତାନ୍ତ୍ରିକ ଭାବନା ମାର୍ଗଟି ନିମନ୍ତେ ଦୂରପରାହତ ହୋଇ ରହିଆସିଛି; ସଂପୃକ୍ତ ସରକାରଟି ଦକ୍ଷିଣ କିମ୍ବା ବାମ ଯେଉଁ ମାର୍ଗୀ ହୋଇଥାଉ ପଛକେ, ତାହାକୁ ବାହି ନେଉଥିବା ଅମଲାତନ୍ତ୍ର କେବଳ ତାହାହିଁ କରିଛି । ଦୁଇଟିଯାକ ପକ୍ଷର ତତ୍ତ୍ଵାଦର୍ଶୀବୃନ୍ଦ ସର୍ବଦା ସେହି ଗୋଟିଏ ସମସ୍ୟାର ହିଁ ସମ୍ମୁଖୀନ ହୋଇଛନ୍ତି । ପାରମ୍ପରିକ ଭାବରେ, ପାର୍ଟି ଦ୍ଵାରା ନିୟନ୍ତ୍ରିତ ହେଉଥିବା ରାଷ୍ଟ୍ରର ଯନ୍ତ୍ରଟା ଉପରେ ବାମପନ୍ଥୀମାନେ ଆସ୍ଥା ରଖିଛନ୍ତି ଏବଂ ସେହି ଉପାୟରେ ଉତ୍ପାଦନ ବୃଦ୍ଧିକୁ ପ୍ରୋତ୍ସାହନ ଦେଇ ଆୟର ପୁନର୍ବିତରଣ ନିମନ୍ତେ ପ୍ରଯତ୍ନ କରି ଆସିଛନ୍ତି । ତଥାପି, ଆମର ଏହି ଦୃଷ୍ଟିକୋଣଟିରେ ସେହି ବାମପଟ ଆଦୌ ଶ୍ଵସ୍ତି ବୋଧ କରିବ ନାହିଁ । ଦରିଦ୍ର ଜନଗଣ ମନୁଷ୍ୟ ହିସାବରେ ସମ୍ମାନିତ ବୋଧ କରିବେ, ସେମାନେ ସ୍ଵୟଂ ଶ୍ରମ କରିବେ ତଥା ଅର୍ଥ ଉପାର୍ଜନ କରିବେ ଏବଂ, ତାହାକୁ ରାଷ୍ଟ୍ର ସେମାନଙ୍କ ପ୍ରତି ଦେଖାଉଥିବା ବିଶେଷ ଅନୁକମ୍ପା ଭଳି ନୁହେଁ, ତାହାକୁ ନିଜର ଅଧିକାର ବୋଲି ଅନୁଭବ କରିବେ, ତାହାରି ଦ୍ଵାରା ହିଁ ସେମାନେ ମୁକ୍ତ ହେବେ ଓ ଭୟଶୂନ୍ୟ ହୋଇ ନିଜର କଥାକୁ କହିପାରିବେ । ଅର୍ଥାତ୍, ସେହି ନୂତନ ଧାରାଟିର ପ୍ରବର୍ତ୍ତନଟି ଦ୍ଵାରା ରାଷ୍ଟ୍ରର ପରିଚାଳନା କରିଥିବା ଅମଲାତନ୍ତ୍ର ଏବଂ କ୍ଷମତାସୀନ ରାଜନୀତିକ ଦଳର କେନ୍ଦ୍ରିତକର୍ତ୍ତୃତ୍ଵର ଆଉ ସେତେଗୁଡ଼ାଏ ପ୍ରଭାବ ତଥା ପ୍ରାଦୁର୍ଭାବ ଆଦୌ ସେତେବେଶି ରହିବ ହିଁ ନାହିଁ । ଏପରିକି, ଯେଉଁ ସଂସ୍କାରକମାନେ ବଜାରର ଅଭିମୁଖ ହୋଇ ରହିବା ବିଷୟରେ କହୁଛନ୍ତି, ସେମାନେ ମଧ୍ୟ ଅବତାରଣା କରୁଥିବା ସମ୍ଭାବନାମାନଙ୍କର ଦିଗ୍‍ବଳୟଟି ମଧ୍ୟରେ ବରଂ ଆହୁରି କମ୍ ପରିମାଣରେ ହିଁ ଶ୍ରମରୁ ପ୍ରାପ୍ତ ମର୍ଯ୍ୟାଦାବୋଧ ତଥା ସମ୍ମାନ ନିମନ୍ତେ ସ୍ଥାନ ରହିଥାଏ । ସେମାନେ ତ ଏହି ଗରିବ ଓ କୌଣସି କର୍ମନିଯୁକ୍ତି ନଥିବା ଲୋକମାନଙ୍କୁ ତୁଚ୍ଛା ଏକ ସମସ୍ୟା ବ୍ୟତୀତ ସମ୍ଭବତଃ ଅନ୍ୟ କୌଣସି ପ୍ରକାରେ ଦେଖି ପାରୁନଥାନ୍ତି, ସେମାନଙ୍କୁ ଏପରି ଏକ ସମସ୍ୟାପ୍ରାୟ ଦେଖନ୍ତି ଯାହାକି ସତେଅବା ବଜାରଟି ପ୍ରକୃତରେ ଅତ୍ୟନ୍ତ ‘ଦକ୍ଷତା’ର ସହିତ ଚାଲିଥାଏ ବୋଲି ତୁଚ୍ଛା କୌଣସି ଅପରିହାର୍ଯ୍ୟ ଆନୁଷଙ୍ଗିକ ରୂପେ ହିଁ ଆସି ଦେଖା ଦେଇଥାଏ । ଖୁବ୍ ବେଶି ହେଲେ ଏକ ଉଦାର କୃପାଭାବ ଦ୍ଵାରା ପ୍ରେରିତ ହୋଇ ସେମାନେ କହିଥାଆନ୍ତି ଯେ, ଦରିଦ୍ରମାନଙ୍କ ନିମନ୍ତେ ସାମାନ୍ୟ କିଛି ଦାନ ଓ ଦାକ୍ଷିଣ୍ୟ ଦ୍ଵାରା କୌଣସି ପ୍ରକାରେ ଏହି ସମସ୍ୟାଟିର ସାମନା କରାଯାଇପାରିବ ଓ କାମ ନଥିବା ଲୋକମାନଙ୍କୁ କିଛି ନା କିଛି ତ୍ରାଣ ମଧ୍ୟ ଯେଗାଇ ଦେଇ ହେବ । ତେଣୁ, ଏହି ମତଟି ଅନୁସାରେ, ଆମେ ଉଦାରୀକରଣର ନୀତି ଅବଲମ୍ବନ କରି ଅଧିକ ପରିମାଣର ଅଭିବୃଦ୍ଧି ହାସଲ କରିବା, ଯାହା ସାହାଯ୍ୟରେ କି ଦରିଦ୍ରମାନଙ୍କ ନିମନ୍ତେ କିଛି ସାମାନ୍ୟ ତ୍ରାଣ ଅବଶ୍ୟ ସମ୍ଭବ କରିପାରିବା, ଏହି ଉଭୟ ମାନସିକତା, ବାମ ତଥା ଦକ୍ଷିଣ ଉଭୟ ପଟର, ଏଗୁଡ଼ିକ ସହାୟକ ହେବା ପରିବର୍ତ୍ତେ କେବଳ ଅନିଷ୍ଟ ହିଁ କରିବେ । ଅସଲ ସମସ୍ୟା ପ୍ରକୃତରେ ଦରିଦ୍ରମାନେ ନୁହନ୍ତି । ସେମାନଙ୍କୁ ବରଂ ପ୍ରକୃତ ସମଧାନଟିର ଏକ ଅଂଶ ବୋଲି ହିଁ କୁହାଯିବ । ଦେଶର ଅମଲାତନ୍ତ୍ର ଆପଣାକୁ ବହୁ ଦୂରରେ ରଖିଥିବ, ରାଷ୍ଟ୍ର ସବୁ କର୍ତ୍ତୃତ୍ଵର କେନ୍ଦ୍ର ରୂପେ ଅତିରିକ୍ତ ମାତ୍ରାରେ ସକଳ କର୍ତ୍ତୃତ୍ଵର ଅଧିକାରୀ ହୋଇଥିବ ଅଥବା ବଜାରଟି ହିଁ ଦକ୍ଷତାର ସହିତ ସକଳ ସମସ୍ୟାର ସମାଧାନ କରିଦେବ ବୋଲି ସେହି ପୂରା କଳ୍ପନାଟାଏ ତଥା ଉତ୍ପାଦନର ଏକ ଘରୋଇ ବ୍ୟବସ୍ଥା,–ଏଗୁଡ଼ିକରୁ କୌଣସିଟି ଦରିଦ୍ରମାନଙ୍କ ସମସ୍ୟାର ସମାଧାନ କରି ପାରିବ ନାହିଁ । ତେଣୁ, ସବା ଆଗ ସେହି ଦରିଦ୍ରମାନେ ହିଁ ସଚଳ ହେବେ, କିଛି ପଦକ୍ଷେପ ନିଜେ ଗ୍ରହଣ କରିବେ, ତେବେଯାଇ ସେମାନଙ୍କର ସମସ୍ୟାଟିର ସମାଧାନ ନିଶ୍ଚୟ ମିଳିଯିବ ।

 

ଦ୍ଵିତୀୟରେ, ସତକୁ ସତ କିଛି ନିର୍ଭରଯୋଗ୍ୟ ମିଆଦଯାଏ ସ୍ଥାୟୀ ହୋଇ ରହିବାକୁ ହେଲେ ଦରିଦ୍ରମାନଙ୍କୁ ଆଖିଆଗରେ ରଖି କରା ଯାଉଥିବା ଯାବତୀୟ ସାଧୁ ପ୍ରକଳ୍ପ ଗୁଡ଼ିକୁ ପ୍ରଥମରୁ ହିଁ ଉତ୍ତମ ରୂପେ ଚିହ୍ନଟ କରାଯାଇ ପାରିବା ଉଚିତ୍–ସେଥିଲାଗି ସ୍ପଷ୍ଟ ନକ୍‍ସାମାନ ମଧ୍ୟ ତିଆରି ହୋଇ ପାରୁଥିବା ଉଚିତ୍ । ଉତ୍ପାଦନ-ସାମର୍ଥ୍ୟରେ ସଂପ୍ରସାରଣ ଘଟାଇବା ସଙ୍ଗେ ସଙ୍ଗେ ସେଗୁଡ଼ିକ ଦ୍ଵାରା ଯେ ନିଯୁକ୍ତିସ୍ଥାନ ମାନଙ୍କର ସଂଖ୍ୟାରେ ବୃଦ୍ଧି ହେଉଛି, ସେଥିପାଇଁ ଉକ୍ତ ନକ୍‍ସାଗୁଡ଼ିକର ଯଥେଷ୍ଟ ଅବଦାନ ରହିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ଏବଂ, ଏପରି ହୋଇ ପାରିବାର ପରିଣାମ ସ୍ୱରୂପ ସେଗୁଡ଼ିକ ଦ୍ଵାରା ଅର୍ଥନୀତିର କ୍ଷେତ୍ରରେ ମଧ୍ୟ ଦ୍ରବ୍ୟ ତଥା ସେବାଗୁଡ଼ିକର କ୍ଷେତ୍ରରେ ବୃଦ୍ଧି ହେଉଥିବା ଉଚିତ, ଯେପରିକି ତାହା ଅଧିକ ସଂଖ୍ୟକ କର୍ମଯୋଗାଣ ହେତୁ ସୃଷ୍ଟି ହେଉଥିବା ଅଧିକ ଚାହିଦାଟିର ଅନୁରୂପ ବି ହୋଇ ପାରିବ । ଯଦି ଏହି କଥାଟି ପ୍ରକୃତରେ ହାସଲ ହୋଇଯିବ, ତେବେ ସମ୍ପୂର୍ଣ୍ଣ କର୍ମଯୋଗାଣର ଲକ୍ଷ୍ୟଟି ଆଡ଼କୁ ଅଗ୍ରସର ହେଉଥିବା ସମୟରେ ବୃଥା ଦରିଦ୍ରମାନଙ୍କ ଆୟ ବାବତରେ ଗୁଡ଼ାଏ ଧନରାଶି ଅନ୍ୟ ଆଡ଼ୁ ଆଣି ଭରଣା କରିବାର ଆଉ କୌଣସି ପ୍ରୟୋଜନ ରହିବ ନାହିଁ । ବରଂ, ଓଲଟି ଏପରି ହେବ ଯେ, ସେମାନେ ନିଜେ ହିଁ ନିଜ ଅର୍ଥନୈତିକ ବିକାଶ କଳ୍ପେ ଧନର ସୃଷ୍ଟି କରିବା ସକାଶେ ସମର୍ଥ ହେବେ-। ଏହି ଦୃଷ୍ଟିରୁ ବିଚାର କଲେ, ଗ୍ରାମାଞ୍ଚଳରେ ଗରିବମାନଙ୍କ ନିମନ୍ତେ କର୍ମନିଯୁକ୍ତି ତଥା ଜୀବିକା ସୃଷ୍ଟି କରିବାର ଉଦ୍ଦେଶ୍ୟ ଗୁଡ଼ିକୁ ନେଇ ସରକାରୀ ପ୍ରାୟ ଯେତେ ଯେତେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ସେଗୁଡ଼ିକ କେବଳ ବିଫଳ ହୋଇଯାଇଛନ୍ତି । ଏହି ବିଫଳ ହେବାର ପଶ୍ଚାତରେ ବହୁ କାରଣ ରହିଛି ଏବଂ ଭିନ୍ନ ଭିନ୍ନ ପ୍ରକଳ୍ପରେ ସେଗୁଡ଼ିକ ଅତ୍ୟନ୍ତ ଭିନ୍ନ ବୋଲି ପରିଲକ୍ଷିତ ହେଉଛି । ତଥାପି, ସବୁଟି ଭିତରେ ଦୁଇଟି ସମାନ ଉପାଦାନ ମଧ୍ୟ ରହିଛି । ଗୋଟାଏ ବହୁଦୂରରେ ଥିବା ଅମଲାତନ୍ତ୍ର ସେହି ଉପରେ ରହି ହିଁ ଗରିବଙ୍କ ପାଇଁ ଯୋଜନା ତିଆରି କରୁଛି ଏବଂ ଆଦୌ କୌଣସି ସନ୍ଦେହ ନାହିଁ ଯେ, ପ୍ରକଳ୍ପଗୁଡ଼ିକୁ ତିଆରି କରିବାରେ ସେମାନେ ସବୁ ଜାଗାରେ ବିଫଳ ହୋଇଛନ୍ତି : ସେମାନେ ସ୍ଥାନୀୟ ବସ୍ତୁସ୍ଥିତି ଗୁଡ଼ିକର ଅନୁକୂଳ ହେଲା ଭଳି ଏବଂ ସ୍ଥାନୀୟ ଆବଶ୍ୟକତା ଗୁଡ଼ିକୁ ପୂରଣ କରି ପାରିବାଭଳି, ସେହି ପ୍ରକଳ୍ପମାନେ ମୋଟେ ତିଆରି ହୋଇନାହାନ୍ତି । ସ୍ଥାନୀୟ ଲୋକମାନେ ଯେଉଁଗୁଡ଼ିକୁ ସେମାନଙ୍କର ସବା ଆଗର ଆବଶ୍ୟକତା ବୋଲି ଉପଲବ୍ଧି କରୁଛନ୍ତି, ସେଗୁଡ଼ିକ ସେମାନଙ୍କର ନଜରରେ ହିଁ ପଡ଼ିନାହିଁ । ତାହା ଫଳରେ ସ୍ଥାନୀୟ ଅଧିବାସୀମାନଙ୍କର ସେହିସବୁ ପ୍ରକଳ୍ପରେ ସକ୍ରିୟ ଅଂଶ ଗ୍ରହଣ କରିବା ମଧ୍ୟ ନ୍ୟାୟତଃ ନାନାଭାବେ କ୍ଷୀଣତର ହୋଇଯାଉଛି । ଅର୍ଥାତ୍ ସେହି ସ୍ଥାନୀୟ ମୌଳିକ ଉଦାସୀନତା ହେତୁ, ପ୍ରକଳ୍ପ ଗୁଡ଼ିକୁ ସେହି ଉପରୁ ହିଁ ଯାଞ୍ଚପଡ଼ତାଳ କରିବାକୁ ପଡ଼ୁଛି, ଏବଂ, ସର୍ବତ୍ର ତାହାର ପରିଣାମ ମଧ୍ୟ ଏପରି ହେଉଛି ଯେ, ସେହି ଯାଞ୍ଚପଡ଼ତାଳର ଖର୍ଚ୍ଚ ମଧ୍ୟ ପ୍ରକଳ୍ପଟିର ମୋଟ ଖରଚର ଏକ ବୃହତ୍ ଅଂଶରେ ପରିଣତ ହୋଇଯାଉଛି । ଦ୍ଵିତୀୟତଃ, ଉପରେ ଥାଇ ଏତେ ଉଚ୍ଚର ଯେଉଁ ଅମଲାତନ୍ତ୍ର ଯୋଜନାଟିକୁ ତିଆରି କରୁଛି, ସେଇଟିର ପ୍ରାୟ କୋଣସି ଉତ୍ତରଦାୟିତ୍ଵ ରହୁନାହିଁ । ସ୍ଥାନୀୟ ଲୋକଙ୍କ ପାଇଁ ଗୋଟା ସୁଦ୍ଧା ଅଦୃଶ୍ୟ ହୋଇ ରହୁନଥିଲେ ମଧ୍ୟ ତାହା ଏମାନଙ୍କ ପାଖରେ ମୋଟେ ଉତ୍ତରଦାୟୀ ହୋଇ ରହିନାହିଁ । ଏବଂ, ତା’ପରେ ଦୁର୍ନୀତି ନିପୁଣ ରାଜନୀତିର ବ୍ୟକ୍ତିମାନେ ଆସି ପହଞ୍ଚି ଯାଉଛନ୍ତି ଏବଂ ଏହି ସ୍ଥିତିଟା ଯେପରି ଆଦୌ କୌଣସି ପ୍ରକାରେ ବଦଳିବ ନାହିଁ ସେଥିପାଇଁ କେଡ଼େ ସହଜ ଉପାୟଗୁଡ଼ିକୁ ପାଇ ଯାଉଛନ୍ତି । ଯେଉଁମାନଙ୍କର ଉପକାର ଓ ପରିଚର୍ଯ୍ୟା କରିବା ପାଇଁ ସେମାନେ ନେତା ବୋଲି ବିବେଚିତ ହେଉଛନ୍ତି, ସେମାନଙ୍କ ଲାଗି ଏମାନେ କ୍ରମେ ଅପହଞ୍ଚ ହୋଇ ରହିଗଲେଣି । ତେଣୁ, ଦରିଦ୍ର ଜନସମୂହଙ୍କ ପାଇଁ ନିଜର ଉତ୍ତରଦାୟିତ୍ଵ ରହିଛି ବୋଲି ସେମାନେ ବିଚାରୁ ନାହାନ୍ତି । ସ୍ଥାନୀୟ ସାଂସଦ ଓ ବିଧାନସଭାର ନିର୍ବାଚିତମାନେ ମଧ୍ୟ ଏହିପରି ଅନୁପସ୍ଥିତ ହୋଇ ରହିବାରୁ ସମସ୍ୟା ଆହୁରି ଜଟିଳ ହେଉଛି । କେବଳ ନିର୍ବାଚନ ସମୟରେ ହିଁ ସେମାନଙ୍କର ଦର୍ଶନ ମିଳୁଛି । ସୁତରାଂ, ଏଥିରେ ଆଉ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ଯେ, ଏହି ପ୍ରକଳ୍ପଗୁଡ଼ିକରେ ଆପଣାର ଅବଦାନ ଗୁଡ଼ିକୁ ଦେଇପାରିବା ଏବଂ ସେଗୁଡ଼ିକ ଦ୍ଵାରା ସ୍ଵୟଂ ଉପକୃତ ହେବା ଲାଗି ଅଭିପ୍ରେତ ସ୍ଥାନୀୟ ଏହି ଜନଗଣ ଏସବୁଥିରୁ ପ୍ରାୟ ଅସଂପୃକ୍ତ ହୋଇ ରହି ଯାଉଛନ୍ତି । ନୀତିଗୁଡ଼ିକର ନିର୍ଦ୍ଧାରଣ କରୁଥିବା ସବାଉଞ୍ଚରେ ରହିଥିବା ଅମଲାତନ୍ତ୍ରଟି ଠାରୁ ସେମାନେ ଯେପରି ଏକାଧିକ ଆଲୋକବର୍ଷର ବ୍ୟବଧାନରେ ଯାଇ ରହିଛନ୍ତି, ଏଠାରେ ମଧ୍ୟ ସେହିଭଳି ଘଟୁଛି । ମୂଳତଃ ଜନଗଣଙ୍କ ପାଖରେ ଉତ୍ତରଦାୟୀ ହୋଇ ରହିବାକୁ ହେବ, ସେଇଟିରେ ଆଉ କୌଣସି ଦମ୍ ରହୁନାହିଁ, ଏପରିକି ସେଇଟି ଆଇନରେ ଲେଖାହୋଇ ରହିଥିଲେ ମଧ୍ୟ କୌଣସି ଦମ୍ ରହୁନାହିଁ । ଅର୍ଥାତ୍, ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ସେହି ଉତ୍ତରଦାୟିତ୍ଵ ନରହିବା ହେତୁ, କ୍ଷମତାର ଅପବ୍ୟବହାର ହେବ ଓ ନାନା ଦୁର୍ନୀତି ଆସି ଘୋଟିଯିବ, ସେତିକି ହିଁ ଅବଶ୍ୟ ପ୍ରତ୍ୟାଶା କରାଯିବ । ଅତୀତରୁ ଏହି ଯାବତୀୟ ନିଦାରୁଣ ଅଭିଜ୍ଞତାରୁ ହିଁ ମୁକ୍ତିଲାଭ କରିବାକୁ ପଡ଼ିବ ଏବଂ ବାଧାମାନଙ୍କୁ ଭାଙ୍ଗି ବାହାରି ଆସିବାକୁ ହେବ । କେବଳ ତେବେଯାଇ ଦରିଦ୍ର ଜନଗଣ ଓ ହାତରେ କୌଣସି ନିଯୁକ୍ତି ନଥିବା ହତବଳ ମାନଙ୍କୁ ଆଉ ସତେଅବା ଏକ ସମସ୍ୟା ସଦୃଶ ଅନୁଭବ କରିବାର ପ୍ରୟୋଜନ ଆଦୌ ରହିବ ନାହିଁ । ବରଂ, ଆମ ଅର୍ଥନୈତିକ ସମସ୍ୟାଗୁଡ଼ିକର କ୍ଷେତ୍ରରେ ତାହା ଗୋଟିଏ ସମାଧାନ ରୂପେ ସାହାଯ୍ୟ ବି କରିବ ।

 

ଏହି ସ୍ଥିତିରେ ଏକ ଆବଶ୍ୟକ ପରିବର୍ତ୍ତନ ଆଣିବା ନିମନ୍ତେ ଆମକୁ ଦୁଇଟି ଟାଣୁଆ ଖମ୍ବ ଉପରେ ଆସ୍ଥା ରଖିବାକୁ ହେବ । ପ୍ରଥମରେ, ଉଦ୍ଦିଷ୍ଟ ପ୍ରକଳ୍ପଗୁଡ଼ିକୁ ଏପରି ଚିହ୍ନଟ କରି, ସେହି ଅନୁସାରେ ନକ୍‍ସାମାନ ନିର୍ମାଣ କରି ପ୍ରକୃତରେ କାର୍ଯ୍ୟକାରୀ ମଧ୍ୟ କରିବାକୁ ହେବ, ଯେପରିକି ସେଗୁଡ଼ିକରେ ଯଥାସମ୍ଭବ ଅଧିକ ବିକେନ୍ଦ୍ରୀକରଣର ଉପାଦାନ ଗୁଡ଼ିକ ରହିବ ଓ ତଦ୍ଦ୍ୱାରା ସେହି ମନୁଷ୍ୟମାନଙ୍କୁ ସେଗୁଡ଼ିକ ସହିତ ସମ୍ପୃକ୍ତ କରାଇ ଆଣିବ, ଯେଉଁମାନେ ନିଜେ ସେଥିରେ ନିଜର ଅବଦାନ ମାନ ଦେଇପାରିବେ ଓ ସେଗୁଡ଼ିକ ଦ୍ଵାରା ଉଦ୍ଧୃତ ହୋଇ ପାରୁଥିବେ । ଦ୍ଵିତୀୟ କଥାହେଉଛି, ଚିହ୍ନଟ କରିବା, ନକ୍‍ସା ନିର୍ମାଣ କରିବା ତଥା କାର୍ଯ୍ୟାନ୍ଵିତ କରାଇବାର ସବୁ ପର୍ଯ୍ୟାୟରେ ହିଁ ପ୍ରକଳ୍ପ ଗୁଡ଼ିକରେ ସଂପୂର୍ଣ୍ଣ ସ୍ଵଚ୍ଛତା ରହିବ ଏବଂ ଉତ୍ତରଦାୟିତ୍ଵର ଏକ ପୂର୍ଣ୍ଣ ବୋଧ ମଧ୍ୟ ଥିବ । ସେଗୁଡ଼ିକ ଏପରି କେତୋଟି କାର୍ଯ୍ୟକାରୀ ବିଧାନ ଉପରେ ଦଣ୍ଡାୟମାନ ହୋଇ ରହିଥିବେ, ଯାହାକି ଅଭିପ୍ରେତ ହିତାଧିକାରୀ ମାନଙ୍କର ସଂବୀକ୍ଷଣ ଲାଗି ଉନ୍ମୁକ୍ତ ଥିବ ।

 

ଆମର ଶାସନ ବ୍ୟବସ୍ଥାରେ ଥିବା ସବୁ ସମସ୍ୟା ଓ ଆମର ଏହି ଜାତୀୟ ରାଷ୍ଟ୍ରଟିର ସବୁ କିଛି ଅପୂର୍ଣ୍ଣତା ସତ୍ତ୍ୱେ ଏହିସବୁ ନୂତନ ବିଧାନଗୁଡ଼ିକୁ ଅବଲମ୍ବନ କରି ସବୁ ସମର୍ଥ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାର ଗୋଟିଏ କାର୍ଯ୍ୟକ୍ରମ ଆରମ୍ଭ କରିବା ନିମନ୍ତେ ଆମ ଭାରତବର୍ଷ ପାଇଁ ଏକ ଅଧିକ ଅନୁକୂଳ ଅବସ୍ଥା ପୂର୍ବରୁ ସମ୍ଭବତଃ ଆଉ କେବେହେଲେ ଆସିନାହିଁ । ତଥାପି ଆଗକୁ ବହୁତ ଅସୁବିଧା ରହିଛି, ଅତିକ୍ରମ କରିବାକୁ ଅବଶ୍ୟ ଦୀର୍ଘ ପଥଟିଏ ରହିଛି; କିନ୍ତୁ, କେତେକ ଦୃଷ୍ଟିରୁ ବିଚାର କରି ଦେଖିଲେ ତାହା ଆମ ରାଜନୀତିର ସମ୍ଭାବ୍ୟ ପରିସର ମଧ୍ୟରେ ରହିଥିବା ପରି ଦେଖାଯାଉଛି । ଭାରତୀୟ ସମ୍ବିଧାନର ଯେଉଁ ୭୩ତମ ସଂଶୋଧନଟି ୧୯୭୩ ମସିହାରୁ ଲାଗୁ ହୋଇଛି । (ପରବର୍ତ୍ତୀ ୭୪ ତମ ସଂଶୋଧନଟି ମଧ୍ୟ ) ତାହା ପ୍ରକୃତରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ନିମନ୍ତେ ଆଇନ୍‍ସଙ୍ଗତ ଏକ ଅନୁକୂଳତା ମଧ୍ୟ ଆଣି ଦେଇଛି, ମୁଖ୍ୟତଃ ପଞ୍ଚାୟତ ଗୁଡ଼ିକର ମାଧ୍ୟମରେ ହିଁ ସେହି ସ୍ୱାୟତ୍ତଶାସନ ପାଇଁ ଜାଗା ଛାଡ଼ି ଦେଇଛି ।

 

୨୦୦୫ ମସିହାରେ ଯେଉଁ ଗ୍ରାମ୍ୟ-ନିଶ୍ଚିତ-କର୍ମଯୋଗାଣ-ଯୋଜନାଟି ଗୃହୀତ ହୋଇଥିଲା, ସେଇଟିର ତଥାପି ଅନେକ ପ୍ରକାରର ଅଭାବ ରହିଛି । ତଥାପି, ସରକାରଙ୍କ ଘରେ ରହିଥିବା ଅର୍ଥନୀତି-ବିଭାଗର ପଣ୍ଡିତମାନଙ୍କର ଘୋର ବିରୋଧ ସତ୍ତ୍ୱେ, ସମ୍ବାଦ ପ୍ରସାରଣର ପକ୍ଷଟି ମଧ୍ୟ ସେହି ତରଫାରେ ରହିଛି, ତାହା ଅତି କମ୍ରେ ସମସ୍ୟାଟିର ଗୁରୁତ୍ଵଟିକୁ ସ୍ଵୀକାର କରିଛି ଏବଂ ମୋଟେ କେହି ବେକାର ଓ କର୍ମହୀନ ହୋଇ ବସି ନଥିବା ଏକ ଭବିଷ୍ୟ ସମାଜ ଆଡ଼କୁ ଗତି କରିବା ସକାଶେ ଆଇନ୍‍ଗତ ନିର୍ଭର ମଧ୍ୟ ଯୋଗାଇ ଦେଇଛି । ସମଗ୍ର ଜାତୀୟ ସ୍ତରରେ ସୂଚନା ମିଳିବାର ଅଧିକାର ବିଷୟରେ ଯେଉଁ ଆଇନ୍ ଗୃହୀତ ହୋଇଯାଇଛି (ଖୁବ୍‍ସମ୍ଭବ ୨୦୦୫ ମସିହା ଅକ୍ଟୋବର ଠାରୁ ଏଇଟି କାର୍ଯ୍ୟକାରୀ ହେବାକୁ ଯାଉଛି) ସେଇଟି ମଧ୍ୟ ଆଇନ୍ ଦ୍ଵାରା ସମର୍ଥିତ ଏପରି ଭୂମିଟିଏ ଯୋଗାଇଦେବ, ଯାହାବଳରେ କି ବିଭିନ୍ନ ସ୍ତରରେ ସ୍ଵଚ୍ଛତା ଲାଗି ଦାବି କରାଯାଇପାରିବ, ଏକ ଉତ୍ତରଦାୟିତ୍ଵ ମଧ୍ୟ ଦାବି କରୁଥିବ । କର୍ମ ନିୟୋଜନର କ୍ଷେତ୍ର ସୃଷ୍ଟି କରିବାକୁ ଚାଲିଥିବା ପ୍ରକଳ୍ପ ଗୁଡ଼ିକର ଅର୍ଥ ଯୋଗାଣ ବ୍ୟବସ୍ଥା ତଥା କ୍ରିୟାନ୍ଵୟନ ଇତ୍ୟାଦି ଉଚିତ ଭାବେ ହେଉଛି କି ନାହିଁ, ସେହି ବିଷୟରେ ଅବଗତ କରାଇବା ନିମନ୍ତେ ମଧ୍ୟ ଦାବି କରାଯାଇପାରିବ । ଆମ ସମସ୍ତଙ୍କୁ ଜଣା ଅଛି ଯେ, ଖାଲି କାଗଜଟାଏ ଉପରେ ଆଇନ୍‍ଟାଏ ଲିପିବଦ୍ଧ ହୋଇଗଲେ ଭାରତରେ ତଦ୍ଦ୍ୱାରା ଆଦୌ କିଛି ହୁଏନାହିଁ । ତଥାପି, ଏହି କଥାଟିକୁ ବି ସ୍ଵୀକାର କରିବାକୁ ହେବ ଯେ, ଦରିଦ୍ର ଜନଗଣଙ୍କ ନିମନ୍ତେ ସମ୍ମାନର ସହିତ ପୂର୍ଣ୍ଣ କର୍ମଯୋଗାଣର ପ୍ରବର୍ତ୍ତନ ଲାଗି ଯେଉଁ ଲୋକମତ-ସୃଷ୍ଟିକାରୀ ଆନ୍ଦୋଳନ ହୋଇ ଆସିଥିଲା, ସେଇଟି ବର୍ତ୍ତମାନ ଅନ୍ତତଃ ଅଗ୍ରସର ହୋଇ ଆଇନ୍ ହୋଇ ରହିପାରିଲା । ଏହାଦ୍ଵାରା ଯେ କିଛି କେଉଁଠି ସହଜ ହୋଇଗଲା ତାହା ନୁହେଁ, କାରଣ ଏହି ଆଇନ୍ ଗୁଡ଼ିକ ଏବେ ମଧ୍ୟ ରହିଛି ।

 

ନିର୍ବାଚନ-ମଣ୍ଡଳୀ ଗୁଡ଼ିକର ସୀମା-ନିର୍ଦ୍ଧାରଣ, କର୍ତ୍ତୃତ୍ଵ ଏବଂ ଦାୟିତ୍ଵଗୁଡ଼ିକ ସମ୍ବନ୍ଧରେ ସ୍ପଷ୍ଟ ଭାବରେ ସବୁକିଛିକୁ ଅବଗତ କରାଇବା, ଏହାକୁ ସର୍ବଦା ବିକେନ୍ଦ୍ରୀକରଣର ଗୋଟିଏ ମୂଳ କଥା ବୋଲି କୁହାଯିବ । ତଥାପି, ଏବେ ମଧ୍ୟ ବହୁତ କିଛି ଧୂସର ଏବଂ ଅସ୍ପଷ୍ଟ ହୋଇ ରହିଥିଲେ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟମାନଙ୍କର ସରକାରଙ୍କର କ୍ଷମତାର କ୍ଷେତ୍ରରେ ବିଭାଜନ ରେଖାଟି କେଉଁଠି କେଉଁଠାରେ ରହିବ, ସେକଥା ବିଗତ ବର୍ଷ ମାନଙ୍କରେ କ୍ରମେ ଅଧିକତର ସ୍ପଷ୍ଟ ହୋଇ ପାରିଲାଣି । ଦେଶର ସମ୍ବିଧାନ ତିଆରି ହେବା ସମୟରେ ସେହି ରେଖାଟିକୁ ସିନା ସୂଚାଇ ଦିଆ ଯାଇଥିଲା, କିନ୍ତୁ ବ୍ୟାବହାରିକ କ୍ଷେତ୍ରରେ ବହୁତ କିଛି ଅସହଜତା ଏକ ଦୀର୍ଘ ଐତିହାସିକ ଏବଂ ଅନେକ ସମୟରେ ନାନା ଭାବେ ବହୁବକ୍ର-ପ୍ରକ୍ରିୟା ଦ୍ଵାରା ହିଁ କ୍ରମେ ପ୍ରତ୍ୟକ୍ଷ ହେଲା । କିନ୍ତୁ ଅପର ପକ୍ଷରେ ସ୍ଥାନୀୟ ସ୍ୱାୟତ୍ତଶାସନର ମୁଖ୍ୟ ଆଧାରରୂପେ ଏହି ପଞ୍ଚାୟତଗୁଡ଼ିକୁ ଗ୍ରହଣ କରିନେବାର ଏହି ଧାରାଟି ଖୁବ୍ ଧୀର ଗତିରେ ଆସୁଛି । ଭାରତୀୟ ସମ୍ବିଧାନର (ଚତୁର୍ଥ ଭାଗ, ୪୦ଶ ଅନୁଚ୍ଛେଦ) ‘ରାଷ୍ଟ୍ର ସମ୍ବନ୍ଧୀ ନୀତି-ନିର୍ଦ୍ଦେଶନାର’ ଖନ୍ଦାଟି ମଧ୍ୟରେ ସେଇଟିର କେବଳ ଏକ ଉଲ୍ଲେଖ କରାଯାଇଥିଲା ଏବଂ, ୧୯୯୩ ମସିହାର ୭୩ଶ ସଂଶୋଧନଟିକୁ ଗ୍ରହଣ କରାଯିବା ପର୍ଯ୍ୟନ୍ତ ସେହି ପଞ୍ଚାୟତମାନଙ୍କର କୌଣସି ସ୍ଵାଧୀନ କାର୍ଯ୍ୟଭାର ରହିବା ବିଷୟରେ କିଛି ସ୍ଵୀକାରାତ୍ମକ ଭାବରେ ଚିନ୍ତା ହିଁ କରା ଯାଇନଥିଲା । ବସ୍ତୁତଃ, ୭୩ଶ ସଂଶୋଧନଟିରେ ପଞ୍ଚାୟତମାନଙ୍କର ମହତ୍ତ୍ଵ ତଥା କ୍ଷମତାଗୁଡ଼ିକୁ ସ୍ଵୀକୃତି ଦିଆଯାଇଥିଲେ ମଧ୍ୟ, ‘ଅର୍ଥନୈତିକ ବିକାଶ ଓ ସାମାଜିକ ନ୍ୟାୟପ୍ରତିଷ୍ଠା’ ନିମନ୍ତେ କୌଣସି ଗ୍ରାମାଞ୍ଚଳକୁ ଏକକ ରୂପେ ଗ୍ରହଣ କରି କୌଣସି ଯୋଜନା ପ୍ରସ୍ତୁତ କରାଯାଇ ନଥିଲା । ଏଇଟି ମଧ୍ୟ ଦେଶର ଗୋଟିଏ ଦୁଇଟି ରାଜ୍ୟକୁ ଛାଡ଼ିଦେଲେ ଆଉ କେଉଁଠାରେ ମଧ୍ୟ ଯଥେଷ୍ଟ ଗମ୍ଭୀରତା ସହିତ ଆରମ୍ଭ ହୋଇନଥିଲା ଏବଂ, ସମଗ୍ର ଭାବେ ଦେଖିଲେ ଅଧିକାଂଶ ରାଜ୍ୟରେ ପଞ୍ଚାୟତ ଗୁଡ଼ିକୁ ଏବେ ମଧ୍ୟ ମୁଖ୍ୟତଃ ରାଜ୍ୟ-ସରକାରଙ୍କର ନାନା ନୀତିକୁ କାର୍ଯ୍ୟାନ୍ଵିତ କରିବା ସକାଶେ କେବଳ ଗୋଟିଏ ଶାସନଗତ କଳପରି ହିଁ ବ୍ୟବହାର କରାଯାଉଛି । ଏବଂ ସେମାନଙ୍କର ନିଜର କୌଣସି କାର୍ଯ୍ୟକ୍ରମକୁ ଚଳାଇବା ସକାଶେ କୌଣସି ପ୍ରକୃତ ସ୍ଵତନ୍ତ୍ରତା ନାହିଁ । ସେମାନେ ରାଜ୍ୟ ସରକାରଙ୍କର ଆଦେଶନାମା ଗୁଡ଼ିକୁ କାର୍ଯ୍ୟକାରୀ କରିବାର ନିର୍ଦ୍ଦେଶ ଏବଂ ଦାୟିତ୍ଵ ଦିଆଯାଇଛି, ନିଜର କୌଣସି କାର୍ଯ୍ୟକ୍ରମଟିଏ ତିଆରି କରି ଚଳାଇବାକୁ କୌଣସି ସ୍ଵତନ୍ତ୍ରତା ନାହିଁ । ଏହି ସ୍ଥିତିଟା ବଦଳି ନଯିବା ପର୍ଯ୍ୟନ୍ତ ଏବଂ ଭାରତବର୍ଷରେ ଆମର କେନ୍ଦ୍ର, ରାଜ୍ୟ ତଥା ଗ୍ରାମପଞ୍ଚାୟତ ଏହିଭଳି ତିନି ଥାକରେ ଅଭିପ୍ରେତ ହୋଇ ରହିଥିବା ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା ଚଳିବ ବୋଲି ଆମେ ସ୍ଵୀକୃତି ନଦେଇଥିବା ପର୍ଯ୍ୟନ୍ତ, ଦେଶର ବିକାଶ-ପ୍ରକ୍ରିୟାର କ୍ଷେତ୍ରରେ ମଧ୍ୟ ସମୁଚିତ ଅର୍ଥରେ କୌଣସି ବିକେନ୍ଦ୍ରୀକରଣ କଦାପି ସମ୍ଭବ ହେବନାହିଁ । ଉକ୍ତ ତିନି ସ୍ତରରେ ହିଁ ସେମାନେ ପ୍ରତ୍ୟେକ ସ୍ଵାତନ୍ତ୍ର୍ୟର ସହିତ କେତେକ କାର୍ଯ୍ୟକ୍ରମ ଅବଶ୍ୟ ପରିଚାଳନା କରି ପାରିବେ ବୋଲି ସେଥିରେ ସ୍ପଷ୍ଟ କରି ଦିଆଯାଇଥିବ ।

 

ଅର୍ଥାତ୍, ସେହି ପଞ୍ଚାୟତ ଗୁଡ଼ିକର ସ୍ତରରୁ ହିଁ ବିକେନ୍ଦ୍ରୀକରଣ ହେବ; ତେବେ ଆମ ଦେଶରେ ଲୋକତନ୍ତ୍ର ଯେଉଁଭଳି ଧାରାରେ ସଂପ୍ରତି କାର୍ଯ୍ୟ କରୁଛି, ସେଥିରେ ଏକ ତୁମୂଳ ପରିବର୍ତ୍ତନ ସମ୍ଭବ ହେବ । ବର୍ତ୍ତମାନ ଭାରତବର୍ଷୀୟ ପାର୍ଲିଆମେଣ୍ଟର ଦୁଇଟିଯାକ ସଦନରେ ସର୍ବମୋଟ ୭୯୦ ଜଣ ସଦସ୍ୟ ଅଛନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ବିଧାନସଭାରେ ୪୧୭୩ ସଦସ୍ୟ ସ୍ଥାନ ରହିଛି । ସଂବିଧାନର ଏହି ୭୩ଶ ଏବଂ ୭୩ଶ ସଂଶୋଧନ ଦୁଇଟି ଦ୍ଵାରା ସ୍ଥାନୀୟ ସରକାରର ଯେଉଁ ନୂତନ ଢାଞ୍ଚାଟିର ଚିନ୍ତା କରାଯିବ, ସେଥିରେ ୫୩୨ ଜିଲ୍ଲା ପଞ୍ଚାୟତ, ୫୯୧୨ ବ୍ଲକ୍ ପଞ୍ଚାୟତ ଏବଂ ୨,୩୧,୬୩୦ ଗ୍ରାମ ପଞ୍ଚାୟତ ତଥା ୯୫ଟି ସହରର କର୍ପୋରେଶନ୍, ୧୪୩୬ ଟାଉନ୍ ମ୍ୟୁନିସିପାଲଟି ଏବଂ ୨୦୫୫ ନଗର-ପଞ୍ଚାୟତରେ ଯେତେ ନିର୍ବାଚିତ ପ୍ରତିନିଧି ରହିବେ, ସେମାନଙ୍କର ସଂଖ୍ୟା ପ୍ରାୟ ୩୦ଲକ୍ଷ ହେବ । ଏହାଦ୍ଵାରା କେବଳ ଯେ ନିର୍ବାଚିତ ପ୍ରତିନିଧି ମାନଙ୍କର ସଂଖ୍ୟାରେ ପରିବର୍ତ୍ତନ ଘଟିବ ତା’ ନୁହେଁ । ଏହାଦ୍ଵାରା ଏକ ଅଧିକ ପ୍ରତ୍ୟକ୍ଷ ଭାବରେ କ୍ରିୟାଶୀଳ ହୋଇ ପାରୁଥିବା ରାଜନୀତିକ ଲୋକତନ୍ତ୍ରକୁ ଅଧିକ ଗଭୀର କରି ପ୍ରତିଷ୍ଠିତ କରିବାର ସୁଯୋଗ ମଧ୍ୟ ମିଳିବ । ଜନସାଧାରଣଙ୍କର ପ୍ରକୃତ ଆବଶ୍ୟକତା ଗୁଡ଼ିକ ବିଷୟରେ ଅଧିକ ସଚେତନ ଓ ଗ୍ରହଣଶୀଳ ହୋଇ ସେଥିରେ ଏକ ଅଧିକ ଉତ୍ତରଦାୟିତ୍ଵବୋଧର ସମ୍ଭାବନା ସମ୍ଭବ କରାଇ ପାରିବା ନିମନ୍ତେ ଅଧିକ ଅବସର ମଧ୍ୟ ନିଶ୍ଚୟ ମିଳିଯିବ । ଯଦି ସ୍ଥାନୀୟ ଲୋକେ ବିକାଶର ନାନା କର୍ମ ଯୋଜନାରେ ସିଧା ଅଂଶ ଗ୍ରହଣ କରି ନ ପାରିବେ, ତେବେ ଆମର ଅର୍ଥନୈତିକ ବିକାଶରେ ମଧ୍ୟ ସ୍ଥାନୀୟ ଆବଶ୍ୟକତା ଗୁଡ଼ିକ ବିଷୟରେ ଯଥେଷ୍ଟ ପରିମାଣରେ ଚେତା ରହି ବି ପାରିବ ନାହିଁ । ପୁନଶ୍ଚ, ଲୋକମାନଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧିମାନେ ହିଁ ପଞ୍ଚାୟତରେ ରହିଥିବାରୁ ଉତ୍ତରଦାୟିତ୍ଵ ବୋଧ ମଧ୍ୟ ଅଧିକ ପରିମାଣରେ ସମ୍ଭବ ହେବ । କାରଣ, ସେହି ପ୍ରତିନିଧିମାନେ ସର୍ବଦା ସାଧାରଣ ଜନଗଣଙ୍କର ହାତପାଆନ୍ତା ମଧ୍ୟରେ ରହିଥିବେ । ଅର୍ଥାତ୍, ଆମ ଲୋକତନ୍ତ୍ରୀୟ ବ୍ୟବସ୍ଥାରେ ଲୋକେ ସତକୁ ସତ ସକ୍ରିୟ ଭାଗ ନେଇପାରିବେ, ତାହାକୁ ହିଁ ଏହି କ୍ଷେତ୍ରରେ କେତୋଟି ଅପରିହାର୍ଯ୍ୟ ପୂର୍ବସର୍ତ୍ତ ଭଳି ମାନି ନେବାକୁ ପଡ଼ିବ । ଏବଂ, ଲୋକମାନଙ୍କର ଅଂଶ ଗ୍ରହଣ ସମ୍ଭବ ହେଲେ ଯାଇ ସମ୍ମାନ ସହିତ ବିକାଶ ଲାଭ କରିବାର ମୂଳଦୁଆଟିଏ ଉପଲବ୍ଧ ହୋଇପାରିବ ।

 

ବିକାଶ ସାଧନର ଏହି ପ୍ରକ୍ରିୟାଟିକୁ ଆରମ୍ଭ କରିବାର ଏକ ସାଧାରଣ ମାର୍ଗ ବା ଉପାୟ ଧାରା ହେଉଛି ଯେ, ଗୋଟିଏ ପାଖରେ ଯଥାସମ୍ଭବ ଅଧିକ ତ୍ଵରାନ୍ଵିତ ଭାବରେ ଆଭ୍ୟନ୍ତରୀଣ ବଜାରର ସମ୍ପ୍ରସାରଣ ଘଟାଇବାକୁ ହେବ ଏବଂ ଅନ୍ୟ ପକ୍ଷରେ ଦରିଦ୍ର ଜନସାଧାରଣଙ୍କର କ୍ରୟଶକ୍ତିରେ ମଧ୍ୟ ବୃଦ୍ଧି ଆଣିବାକୁ ହେବ । ଦୁଇ ଉପାୟକୁ ଯୁଗପୁତ୍ ଭାବରେ ଗ୍ରହଣ କରିବାକୁ ହେବ ଓ ଏକ ବିକେନ୍ଦ୍ରୀକୃତ ଉତ୍ପାଦନ-ସାମର୍ଥ୍ୟକୁ ସମ୍ଭବ କରିବାରେ ସେଇ ଦରିଦ୍ରମାନେ ଅଂଶ ମଧ୍ୟ ଗ୍ରହଣ କରୁଥିବେ । ମୁଖ୍ୟତଃ ଗ୍ରାମ ତଥା ନଗର-ପଞ୍ଚାୟତ ମାନଙ୍କର ସ୍ତରରେ ହିଁ ଏହି କଥାଟିକୁ କରିବାକୁ ହେବ । ସାଧାରଣ ନକ୍‍ସାଟିଏ ଭଳି କହିବାକୁ ଗଲେ, କ୍ରମଶକ୍ତିରେ ସେହି ସଂପ୍ରସାରଣ ସାଧାରଣ ନିର୍ମାଣକାର୍ଯ୍ୟମାନ ହାତକୁ ନେଇ ସମ୍ଭବ କରାଯିବ, ଅନ୍ତତଃ ପ୍ରଥମ ଅବସ୍ଥାରେ ସେହିପରି ହେବ ଓ ଆବଶ୍ୟକ ହେଲେ କେନ୍ଦ୍ର ତଥା ରାଜ୍ୟମାନଙ୍କର ବଜେଟରେ କିଛି ନିଅଣ୍ଟକୁ ସହ୍ୟ କରି ମଧ୍ୟ କରାଯିବ । ସେହିସବୁ ସାଧାରଣ ନିର୍ମାଣ-ଯୋଜନାରେ ଗ୍ରାମାଞ୍ଚଳର ରାସ୍ତାନିର୍ମାଣ, ଉତ୍ପନ୍ନ ଦ୍ରବ୍ୟଗୁଡ଼ିକୁ ସାଇତି ରଖିବାର ଭଣ୍ଡାର, ସ୍ଥାନୀୟ ଜଳଅମଳ ଯୋଜନା, ଜଳଛାୟା, ସ୍କୁଲଘର, ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍ଥାନୀୟ ଅରଣ୍ୟାଞ୍ଚଳ ସୃଷ୍ଟି କରିବା ସକାଶେ ବୃକ୍ଷରୋପଣ ଆଦି କେତେଗୁଡ଼ିଏ କାର୍ଯ୍ୟକ୍ରମ ରହିଥିବ, ଯେ ପର୍ଯ୍ୟନ୍ତ କିଛି ବଳକା ସମ୍ଭବ କରିବାର ସାମର୍ଥ୍ୟ ଥିବ ତେବେ ଉଭୟ ପ୍ରଥମ ସ୍ୱଳ୍ପମିଆଦୀ କ୍ଷେତ୍ରମାନଙ୍କରେ ଅଧିକ ଉତ୍ତମ ଭାବରେ ଉପଲବ୍ଧ ସାମର୍ଥଗୁଡ଼ିକୁ କାମରେ ଲଗାଇ ତଥା ଏହି ନୂତନ ଦୀର୍ଘମିଆଦୀ ନୂତନ ପ୍ରକଳ୍ପରୁ ଉପଲବ୍‍ଧ ଅଧିକ ସାମର୍ଥ୍ୟରୁ ମଧ୍ୟ ସେହି ଯୋଗାଣ କ୍ଷେତ୍ରରେ ଅଭିବୃଦ୍ଧିକୁ ସମ୍ଭବ କରାଯାଇ ପାରୁଥିବ । ଅବଶ୍ୟ, କେତେକ ନିର୍ଦ୍ଦିଷ୍ଟ ଯୋଜନା ଲୋକମାନେ ଦେଖି ଶିକ୍ଷା କରିବା ନିମନ୍ତେ ଗୋଟିଏ ଗୋଟିଏ ଦୃଷ୍ଟାନ୍ତରୂପେ କାର୍ଯ୍ୟ ମଧ୍ୟ କରୁଥିବେ । ଏହି କ୍ଷେତ୍ରରେ କେଉଁ କେଉଁ କର୍ମର ଯୋଜନା କରାଯାଇ ପାରିବ, ସେଗୁଡ଼ିକୁ ବିଶଦ ଭାବରେ ଏକ ତାଲିକା ଆକାରରେ ବତାଇଦେବା ଦ୍ଵାରା ଆମେ ଏକ ବିରୋଧାଭାସର ପରିଚୟ ହିଁ ଦେବା, କାରଣ ସେଗୁଡ଼ିକ ତ ସ୍ଥାନୀୟ ଆବଶ୍ୟକତା ଅନୁସାରେ ତିଆରି ହେବେ ଓ ନ୍ୟାୟତଃ ସ୍ଥାନୀୟ ଲୋକମାନେ ହିଁ ସେଗୁଡ଼ିକ ସ୍ଥିର ମଧ୍ୟ କରିବେ । ପୁନଶ୍ଚ ଯେକୌଣସି ନିର୍ଦ୍ଦିଷ୍ଟ ପ୍ରକଳ୍ପ ନିମନ୍ତେ ବାହାରୁ କେତେ ସହାୟତା ଲୋଡ଼ା ହେବ, ସେକଥାର ନିଷ୍ପତ୍ତି ପଞ୍ଚାୟତ ହିଁ କରିବ । ତେଣୁ, ଏହି ସକଳ କିଛିକୁ ଆଦୌ ସମ୍ଭବ କରିବାକୁ ହେଲେ ପଞ୍ଚାୟତମାନଙ୍କର ଅର୍ଥସମ୍ବନ୍ଧୀ ସକଳ ସ୍ଵାଧୀନତା ରହିବ, ସବୁ ଯୋଜନାର ରୂପରେଖ ତିଆରି କରିବାର ଦାୟିତ୍ଵ ମଧ୍ୟ ସେହିମାନଙ୍କ ଉପରେ ନ୍ୟସ୍ତ ଥିବ ଏବଂ ସଂପୃକ୍ତ ସମସ୍ତଙ୍କର ପୂର୍ଣ୍ଣ ଗୋଚର ମଧ୍ୟରେ ହିଁ ସେମାନେ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବେ । ଏବଂ, କେବଳ ନିଜର ହିତଦୃଷ୍ଟିରୁ ଗୋଟିଏ ପ୍ରକଳ୍ପର ଅଂଶଗ୍ରହଣକାରୀମାନେ ଯେତେବେଳେ ସେଇଟିର ଅଗ୍ରଗତି ଇତ୍ୟାଦିକୁ ଆକଳନ କରି ଦେଖିବାକୁ ଆରମ୍ଭ କରିବେ, ସେତେବେଳେ ଯାଇ ପ୍ରକଳ୍ପଟିକୁ କାର୍ଯ୍ୟକାରୀ କରିବାର କ୍ଷେତ୍ରରେ ସେହି ସ୍ଵଚ୍ଛତାଟିକୁ ହାସଲ କରାଯାଇପାରିବ । ବର୍ତ୍ତମାନ ତ ସେହି ସ୍ଥିତି ଆଦୌ ଦେଖିବାକୁ ମିଳିବ ନାହିଁ, ମାତ୍ର, ଏକ ବୃହତ୍ତର ଆୟବ୍ୟୟଥିବା ବଜେଟ ବିଷୟରେ ନିଷ୍ପତ୍ତି ଗ୍ରହଣ କରିବା ଲାଗି ପଞ୍ଚାୟତର ସ୍ଵତନ୍ତ୍ରତା ରହିଥିବ, ଏବଂ ତେବେ ଯାଇ ସେଥିରେ ସ୍ଥାନୀୟ ସଂପୃକ୍ତି ନିଶ୍ଚୟ ବୃଦ୍ଧି ପାଇବ; କାରଣ, କେବଳ ଯଥାର୍ଥ ପ୍ରକଳ୍ପଗୁଡ଼ିକୁ ହିଁ ଆମେ ହାତକୁ ନେଉଛୁ, ସେଇଟି ପରଖି ଦେଖିବାଲାଗି ସଭ୍ୟମାନଙ୍କର ଯଥେଷ୍ଟ ସଂପୃକ୍ତି-ଭାବନା ରହିଥିଲେ ଯାଇ ସ୍ଥାନୀୟ ଅଂଶଗ୍ରହଣ ଏବଂ ଆଗ୍ରହ ପ୍ରଦର୍ଶନ ମଧ୍ୟ ବୃଦ୍ଧି ପାଇବ ।

 

ଆମର ପ୍ରାୟ ଏହିପରି ଏକ ଧାରଣା କରିବାର ଅଭ୍ୟାସ ହୋଇଯାଇଛି ଯେ, କେବଳ ନାନା ପ୍ରକାରେ ହୋଇ ଆସିଥିବା ଦୁର୍ନୀତିମାନଙ୍କୁ ରୋକିବା ଲାଗି ହିଁ ସୂଚନା ପାଇବାର ଅଧିକାର ପ୍ରଦାନ କରିବା ଦ୍ଵାରା ଯାବତୀୟ କାର୍ଯ୍ୟରେ ସେହି ସ୍ଵଚ୍ଛତା ତଥା ଦାୟିତ୍ଵବୋଧର ହିଁ ଯାହା କିଛି ପ୍ରୟୋଜନ ରହିଛି; ମାତ୍ର, ଆମ ମାନସିକତାରେ ଏକ ପରିବର୍ତ୍ତନ ଘଟାଇବା, ଏକ କର୍ମନିଯୁକ୍ତି ଦ୍ଵାରା କିଛି ଆୟ ସାମର୍ଥ୍ୟ ଲାଗି ଅଧିକାର ଲାଭ କରିବା ତଥା ସେଇ କର୍ମର ମାଧ୍ୟମରେ ସାମାଜିକ ଆୟବୃଦ୍ଧିରେ ଆପଣାର ଏକ ଅବଦାନ ଦେଇପାରିବା ସକାଶେ ଏକ ଦାୟିତ୍ଵ ଓ କର୍ତ୍ତବ୍ୟବୋଧ ବିଷୟରେ ମଧ୍ୟ ସଚେତନତା, ଏହି ସବୁକିଛି ନିମନ୍ତେ ବି ସ୍ଵଚ୍ଛତାଟିଏ ଅବଶ୍ୟ ରହିବା ଲାଗି ଆବଶ୍ୟକତା ସର୍ବଦା ରହିଛି । ଏବଂ, ଯେତେବେଳେ ହାତକୁ ନିଆ ଯାଇଥିବା ଗୋଟିଏ ପ୍ରକଳ୍ପ ସ୍ଥାନୀୟ ଜନସାଧାରଣଙ୍କର କୌଣସି ଏକ ହିତସାଧନ କରିବାକୁ ଆରମ୍ଭ କରିବ ଏବଂ ସେହି ହିତସାଧନରେ କର୍ମ ନିଯୁକ୍ତ ରହିଥିବା ଶ୍ରମିକଗଣ ହି ତଦ୍ଦ୍ୱାରା ସର୍ବାଧିକ ଭାବରେ ଉପକୃତ ହେବେ ବୋଲି ସ୍ପଷ୍ଟ ହୋଇ ଆସିବ, ସେତେବେଳେ ସେହି କଥାଟି ଅତ୍ୟନ୍ତ ସହଜରେ ହିଁ ପ୍ରତ୍ୟକ୍ଷ ହୋଇ ଆସିବ । ଉଦାହରଣସ୍ୱରୂପ, ଗୋଟିଏ ପ୍ରାଥମିକ ବିଦ୍ୟାଳୟ କିମ୍ବା ଏକ ତିରୋଟ ସମୟକୁ ଦୃଷ୍ଟିରେ ରଖି ଶସ୍ୟ ମହଜୁଦ କରି ରଖିବାପାଇଁ ନିର୍ମାଣ କରାଯାଇଥିବା ଗୋଟିଏ ପଣ୍ୟଭଣ୍ଡାରର କଥାକୁ ବିଚାରକୁ ନିଆଯାଉ । ଯେଉଁ ଶ୍ରମିକ ଏଇଟି ତିଆରି କରିବାର କାର୍ଯ୍ୟରେ ନିଯୁକ୍ତ ହୋଇଛି, ସେହି କାର୍ଯ୍ୟଟି କିଭଳି କି ଅଗ୍ରଗତି କରୁଛି ସିଏ ସେହି ବିଷୟଟିର ତଦାରଖ କରି ଦେଖିବାକୁ ମଧ୍ୟ ସାଧାରଣତଃ ଖୁବ୍ ଆଗ୍ରହ ପ୍ରକାଶ କରୁଥିବ । ଯଦି ସେମାନଙ୍କ ପିଲାମାନେ ସେହି ବିଦ୍ୟାଳୟକୁ ଯାଇ ପାରିବେ କିମ୍ବା ନିଅଣ୍ଟ ସମୟରେ ଯଦି ଶସ୍ୟଭଣ୍ଡାରରୁ ଅପେକ୍ଷାକୃତ କମ୍ ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯାଇ ପାରିବ, ତେବେ ତ ଅବଶ୍ୟ ସେହି ଆଗ୍ରହଟି ମଧ୍ୟ ବିଦ୍ୟମାନ ଥିବ । ସ୍ଥାନୀୟ ସାଧାରଣ କାର୍ଯ୍ୟ ପ୍ରକଳ୍ପର ମାଧ୍ୟମରେ ବିକେନ୍ଦ୍ରୀକରଣ ପ୍ରକ୍ରିୟାଟିଏ ସମ୍ଭବ କରି ଆଣିବାରେ ଏହାଦ୍ଵାରା ତାହା ବହୁତ କିଛି ପ୍ରେରଣା ଆଣି ଯୋଗାଇଦେବ । ଅତ୍ୟନ୍ତ ସ୍ପଷ୍ଟ ଭାବରେ କହିଲେ କୌଣସି ପ୍ରକଳ୍ପ ନିର୍ମାଣ ହେବା ଦ୍ଵାରା ସେଇଟିରୁ ଯେଉଁମାନେ ଉପକାର ପାଆନ୍ତି, ପ୍ରକଳ୍ପଟିର ନିୟମିତ ତଦାରଖ ଓ ପରଖ କରିବା ଲାଗି ଯଥା ସମ୍ଭବ ଅଧିକ ପରିମାଣରେ ସେହିମାନଙ୍କୁ ହିଁ ସଂଶ୍ଳିଷ୍ଟ କରି ରଖାଯାଇ ପାରିବା ଉଚିତ୍ । ଏବଂ, ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କର କର୍ତ୍ତବ୍ୟ ଯେ, ସେମାନେ ଯଥାସମ୍ଭବ ସ୍ଵଚ୍ଛଳତାର ଅଧିକ ଅବକାଶ ସୃଷ୍ଟି କରି ହିଁ ହାତକୁ ନେଉଥିବା କୌଣସି ପ୍ରକଳ୍ପକୁ ବାଛିବା ବିଷୟରେ ସର୍ବଦା ସୁନିଶ୍ଚିତ ରହିଥିବେ ।

 

ଉପର୍ଯ୍ୟୁକ୍ତ ରୀତିଟିକୁ ଏକ ଅପରିହାର୍ଯ୍ୟ ଶୃଙ୍ଖଳାପରି ଅନୁସରଣ କରିବା ଦ୍ଵାରା ଆଉ ଗୋଟିଏ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଏହି ଉପକାରଟି ମଧ୍ୟ ମିଳିବ ଯେ, ସ୍ଥାନୀୟ ଭାବରେ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର କ୍ଷେତ୍ରରେ ସର୍ବଦା ଗୁଣାତ୍ମକତା ରକ୍ଷା କରାଯାଇପାରିବ । ସେହି ପ୍ରକଳ୍ପଟିରେ ଅଂଶଗ୍ରହଣକାରୀ ଶ୍ରମିକମାନେ ହିଁ ତାହାକୁ ନିଜର ସ୍ଵାର୍ଥ ରହିଥିବା ଗୋଟିଏ କାର୍ଯ୍ୟର ଦୃଷ୍ଟିରେ ଗ୍ରହଣ କରୁଥିବେ । ଏହାଦ୍ଵାରା ଆଉ ଗୋଟିଏ ବିଚାର ମଧ୍ୟ ସମ୍ଭବ ହେବ, ଯାହାକି ଭାରତବର୍ଷରେ ଏବେ ମଧ୍ୟ ପ୍ରାୟ ଅବିଜ୍ଞାତ ହୋଇ ରହିଛି । ଏକାଧିକ ସ୍ଥାନୀୟ ସର୍ବସାଧାରଣ କାର୍ଯ୍ୟକ୍ରମ ଯଥା, ଗୋଟିଏ ସ୍ଥାନୀୟ ସ୍ୱାସ୍ଥ୍ୟ-କେନ୍ଦ୍ର, ଏକ ପ୍ରାଥମିକ ବିଦ୍ୟାଳୟ, ଶସ୍ୟଭଣ୍ଡାର, ପାନୀୟ ଜଳର ଇନ୍ତଜାମ୍, ସ୍ୱାସ୍ଥ୍ୟରକ୍ଷା, ସ୍ଥାନୀୟ ଅରଣ୍ୟ-ସୃଜନ ତଥା ସାଧାରଣ ଗ୍ରାମ ସମ୍ପଦ ଗୁଡ଼ିକର ଚୟନ ପ୍ରଭୃତି ନିମନ୍ତେ ଆବଶ୍ୟକ ଗୃହଟିଏ ନିର୍ମାଣ କରୁଥିବା ସମୟରେ–ସ୍ଥାନୀୟ ଶ୍ରମଜୀବୀ ମାନଙ୍କର ଜୀବନମାନ ବୃଦ୍ଧି କରିବାରେ ଅବଶ୍ୟ ଏକ ପରିପୂରକ ସଦୃଶ କାର୍ଯ୍ୟ କରି ପାରିବ । ଏହି ଅର୍ଥରେ ସେଗୁଡ଼ିକ ‘ଘରୋଇ’ ପାରିଶ୍ରମିକର ପରିପୂରକ ଭଳି କାର୍ଯ୍ୟ କରୁଥିବା ‘ସାମୂହିକ’ ପାରିଶ୍ରମିକର ଏକ ଅବୟବତ୍ ମଧ୍ୟ ଖୁବ୍ କାର୍ଯ୍ୟ କରି ପାରୁଥିବେ । ଏବଂ, ଯଦି ସେହି ପ୍ରକଳ୍ପ ଗୁଡ଼ିକର ପରିଚାଳନା ମଧ୍ୟ ଯଦି ସୁଚାରୁରୂପେ କରାଯାଉଥିବ, ତେବେ ସେଥିରେ କର୍ମରତ ଶ୍ରମିକମାନଙ୍କର ଜୀବନ ମାନରେ ମଧ୍ୟ ଉନ୍ନତି ହୋଇପାରିବ । ନଗଦ ମଜୁରି ହାରରେ କୋଣସି ବୃଦ୍ଧି ନହୋଇ ମଧ୍ୟ ସେହି ଉନ୍ନତି ସମ୍ଭବ ହେବ । ଏକଥା ମଧ୍ୟ ଜୋର ଦେଇ କୁହାଯିବ ଯେ, ସରକାରୀ ପ୍ରକଳ୍ପ ଗୁଡ଼ିକରେ ବିକେନ୍ଦ୍ରୀକରଣ କରାଯାଇ ପଞ୍ଚାୟତକୁ ଯଥେଷ୍ଟ ସ୍ଵାତନ୍ତ୍ର୍ୟ ତଥା ଉତ୍ତର ଦାୟିତ୍ଵ ଦିଆଯାଇ ପାରିଲେ ଯାଇ ଏହିସବୁ ସମ୍ଭାବନାକୁ ବସ୍ତୁତଃ କାର୍ଯ୍ୟରେ ପରିଣତ କରାଯାଇ ପାରିବ ।

 

ସମ୍ପୂର୍ଣ୍ଣ କର୍ମନିଯୁକ୍ତିର ଏହି ଯୋଜନାକୁ ପଣ୍ଡକରିଦେଇ ପାରିବା ଭଳି ଗୋଟିଏ ଆଶଙ୍କା ହେଉଛି ଯେ, ପ୍ରାୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚାୟତମାନଙ୍କୁ ବର୍ତ୍ତମାନ ପରି ଗୋଟାସୁଦ୍ଧା ଏକତରଫା ଭାବରେ ହିଁ ଧନରାଶି ପ୍ରଦାନ କରାଯାଉଥିବ । ସ୍ଥାନୀୟ ପୁଞ୍ଜିଗୁଡ଼ିକ ସମ୍ଭବ ହୋଇ ବିକେନ୍ଦ୍ରୀକରଣନୀତି ଅନୁସରଣ କରି ସ୍ଥାନୀୟ ଉତ୍ପାଦନ ଓ ଆୟ-ସମ୍ଭାବନାର କ୍ଷେତ୍ରରେ ଅଭିବୃଦ୍ଧି ନଘଟାଇଲେ ଅର୍ଥାତ୍ କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ ସରକାରୀ ଶାସନଗୁଡ଼ିକ ପାଖରୁ ଅଧିକ ସମ୍ପଦ ଆସି ପାରିବାର ଏକ ସ୍ଥିତି ଯେପରି ସମ୍ଭବ ହୋଇପାରିବ, ସେଥିଲାଗି ଆର୍ଥିକ କ୍ଷେତ୍ରଟିର ମୋଟାମୋଟି ଅଭିବୃଦ୍ଧି-ବେଗକୁ ବଢ଼ାଇବାରେ ସହାୟକ ନହେଲେ ପୂର୍ଣ୍ଣ କର୍ମନିଯୁକ୍ତି ଆଡ଼କୁ କ୍ଷିପ୍ର ଭାବରେ ଅଗ୍ରସର ହୋଇ ପାରିବାର ସକଳ କୌଶଳ ଆଦୌ କୌଣସି ସ୍ଥାୟୀ ଫଳ ଆଣି ଦେଇ ପାରିବ ନାହିଁ । ତେଣୁ, ତାହାର ପରିଣାମ ସ୍ୱରୂପ, ପ୍ରକଳ୍ପ ଗୁଡ଼ିକୁ ପ୍ରସ୍ତୁତ କରିବା ତଥା କାର୍ଯ୍ୟାନ୍ଵିତ କରିବାରେ ସ୍ଥାନୀୟ ସଂସ୍ଥାଗୁଡ଼ିକ ହାତରେ ସ୍ଵାତନ୍ତ୍ର୍ୟ ରହିବା ସହିତ ସେମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ଅଧିକରୁ ଅଧିକ ସ୍ଵ-ଉପାର୍ଜିତ ଅର୍ଥନିବେଶ ଦ୍ଵାରା ଦାୟିତ୍ଵ ମଧ୍ୟ ବହନ କରିବାକୁ ପଡ଼ିବ ।

 

ସମ୍ପୂର୍ଣ୍ଣ ଭାରତବର୍ଷ ସମ୍ବନ୍ଧରେ ସଂଗୃହୀତ ସଦ୍ୟ-ହିସାବର ତଥ୍ୟ କହି ଦେଉଛି ଯେ, ଗ୍ରାମାଞ୍ଚଳ କୃଷି-ବ୍ୟତୀତ ଅନ୍ୟ କ୍ଷେତ୍ରଟି ହିଁ ଗ୍ରାମାଞ୍ଚଳର କର୍ମଯୋଗାଣ କାର୍ଯ୍ୟରେ ଅଧିକାଂଶ ଅଭିବୃଦ୍ଧିରେ ସର୍ବବୃହତ୍ ଭୂମିକାଟିକୁ ଗ୍ରହଣ କରିଛି । କର୍ମନିଯୁକ୍ତିର ହିସାବଫର୍ଦ୍ଦଟିରେ ତାହାର ଅଂଶଟି ସେଠାରେ ୧୯୭୭-୭୮ ମସିହାରେ ୧୭% ଥିଲାବେଳେ ୨୦୦୦ ମସିହା ବେଳକୁ ପ୍ରାୟ ୨୪% ହୋଇ ପାରିଛି । ପୁନଶ୍ଚ, ଏକ ହାରାହାରି ଭାବରେ ବିଚାର କରି ଦେଖିଲେ, କୃଷିସମ୍ପର୍କିତ କର୍ମର କ୍ଷେତ୍ରଗୁଡ଼ିକ ତୁଳନାରେ କୃଷି ବାହାରେ ରହିଥିବା ଖଣ୍ଡଟିରେ ହିଁ ଜଣେ ଶ୍ରମିକର ଉତ୍ପାଦନ–ସାମର୍ଥ୍ୟ ତଥା ଉପାର୍ଜନ-ହାର ବହୁତ ଉଚ୍ଚରେ ଯାଇ ରହିଛି । ନାନା ଅବସରର କ୍ଷେତ୍ର ସର୍ବେକ୍ଷଣ ଓ ତଥ୍ୟ-ବିଶ୍ଳେଷଣରୁ ଜଣାଯାଉଛି ଯେ, କୃଷିର ଖାସ୍ କ୍ଷେତ୍ରଟିରେ ନୁହେଁ, ଗ୍ରାମାଞ୍ଚଳର ଭିତ୍ତିଭୂମିଟିରେ ହିଁ କୃଷି-ବାହାରର କର୍ମନିଯୁକ୍ତିର ସମ୍ଭାବନାମାନ ସୃଷ୍ଟି କରିବାର ମୁଖ୍ୟ ପ୍ରେରକ ଶକ୍ତିଟି ନିହିତ ରହିଛି । ବିଶେଷତଃ, ଶାସନଗତ ସେବାଗୁଡ଼ିକ ବାବତରେ କର୍ମନିଯୁକ୍ତି-କ୍ଷେତ୍ରରେ ଯେଉଁ ଅଭିବୃଦ୍ଧି ହୋଇଥାଏ, ତାହା ଅତ୍ୟଧିକ ପରିମାଣରେ ଏକ ଅନୁକୂଳ ଭିତ୍ତିଭୂମି ହିଁ ଉପଲବ୍ଧ ହେବା ଉପରେ ନିର୍ଭର କରୁଥାଏ । ଏବଂ, ବିକେନ୍ଦ୍ରୀକରଣର ମାର୍ଗରେ କରାଯାଉଥିବା ସାଧାରଣ ନିର୍ମାଣକାର୍ଯ୍ୟ ଗୁଡ଼ିକ ନାନା ପ୍ରକାରର ଭିତ୍ତିଭୂମିଗତ ଅନୁକୂଳତା ସମ୍ଭବ କରିବାରେ ପ୍ରକୃତରେ ଖୁବ୍ ସାହାଯ୍ୟ କରିପାରିବେ: ଉଦାହରଣ ସ୍ୱରୂପ, ପାର୍ଶ୍ଵମାର୍ଗମାନ ତିଆରି କରି ସାନ ସାନ ଶସ୍ୟଭଣ୍ଡାର ନିର୍ମାଣ କରି ମୁଖ୍ୟ କେନାଲମାନଙ୍କରୁ କରନାଳ ମାନଙ୍କର ଖୋଳିବା କାମ ହାତକୁ ନେଇ ସେମାନେ ସେହି ସାହାଯ୍ୟ କରିପାରିବେ । ପ୍ରକଳ୍ପ ଗୁଡ଼ିକୁ ବାଛିବା ସକାଶେ ପଞ୍ଚାୟତମାନେ ସର୍ବଦା ସ୍ଵାଧୀନ ରହିବେ ସତ, ମାତ୍ର ଉପରେ କରାଯାଇଥିବା ଆଲୋଚନାଟି ଏକ ଦ୍ଵିତୀୟ ଅବଶ୍ୟ କର୍ତ୍ତବ୍ୟକୁ ମଧ୍ୟ ନିଶ୍ଚୟ ସ୍ମରଣ କରାଇ ଦେଉଥିବ । ଯେଉଁସବୁ ପ୍ରକଳ୍ପର ଶୀଘ୍ର ଉପକାର ମିଳିବ, ଗ୍ରାମାଞ୍ଚଳର ଅଣ-କୃଷି କ୍ଷେତ୍ରଗୁଡ଼ିକରେ କର୍ମନିଯୁକ୍ତି ମାନ ସମ୍ଭବ କରିବାର ସଂକ୍ରାନ୍ତରେ ନାନାଭଳି ସମ୍ଭାବନା ମଧ୍ୟ ପ୍ରାୟ ପ୍ରତ୍ୟକ୍ଷ ହୋଇଯାଉଥିବ, ସେଗୁଡ଼ିକ ଉପରେ ଅବଶ୍ୟ ଅନୁକୂଳ ଦୃଷ୍ଟି ରଖିବାକୁ ହେବ; କାରଣ ସେମାନେ ସ୍ଥାନୀୟ ଆୟ–ପରିମାଣଗୁଡ଼ିକ ବୃଦ୍ଧି ଲାଭ କରିବାରେ ସହାୟକ ହେଉଥିବେ ଏବଂ ତଦ୍ଦ୍ଵାରା ନିଜ ସଦସ୍ୟମାନଙ୍କର ଉପରେ ଅଧିକ ଟିକସ ବସାଇ ପଞ୍ଚାୟତମାନେ ଆପଣାର ପ୍ରକଳ୍ପ ଗୁଡ଼ିକର ବ୍ୟୟଭାରକୁ ଅଧିକ ପରିମାଣରେ ସ୍ଵୟଂ ବହନ କରିପାରିବେ । ପୁନଶ୍ଚ, ଶୀଘ୍ର ଫଳ ଦେଖାଇପାରୁଥିବା ପ୍ରକଳ୍ପଗୁଡ଼ିକରୁ ହିଁ ଅଧିକ ମହତ୍ଵପୂର୍ଣ୍ଣ ଭାବରେ ଗୋଟିଏ ପଞ୍ଚାୟତର କୌଣସି ଏକ କାର୍ଯ୍ୟର ଦାୟିତ୍ଵ ନେଇ ତଥା ତୁଲାଇ ପାରିବାର କେତେଦୂର ସାମର୍ଥ୍ୟ ରହିଛି, ତାହାର ବିଚାର ମଧ୍ୟ କରାଯାଇ ପାରିବ । ଯେଉଁସବୁ ପ୍ରକଳ୍ପ କିଛି ଫଳ ଦେଖାଇବାରେ ଦୀର୍ଘ ସମୟ ନେବାର ଶଙ୍କା ରହିଥାଏ ଓ ଯେଉଁଗୁଡ଼ିକରେ ବ୍ୟୟ ମଧ୍ୟ ଅଧିକ ହେଉଥାଏ, ଏକ ସାଧାରଣ ନୀତି ଭାବେ ସେଗୁଡ଼ିକୁ ବରଂ ଉତ୍ସାହିତ ନ କରିବା ହିଁ ସର୍ବଥା ଉଚିତ ହେବ । ହଁ, କୌଣସି ପଞ୍ଚାୟତ ପ୍ରକୃତରେ ସନ୍ତୋଷଜନକ ଭାବରେ କିଛି ହାସଲ କରି ଦେଖାଇଦେଲେ ଯାଇ ସେହି ଅନ୍ୟ ପଦକ୍ଷେପଟି ନିମନ୍ତେ ଅବଶ୍ୟ ଯୋଗ୍ୟ ହୋଇପାରିବ ।

 

ଏହାପରେ ତୃତୀୟ କଥାଟି; ବିକେନ୍ଦ୍ରୀକରଣର ନିୟମଟିକୁ ଆଖିରେ ରଖି ଅଧିକ ର ଅବସରଗୁଡ଼ିକୁ ସୃଷ୍ଟି କରି ପାରିବାର କ୍ଷେତ୍ରରେ ସମ୍ଭବତଃ ଏଇଟିକୁ ହିଁ ସମସ୍ୟାଟିର ସବୁଠାରୁ ଅଧିକ ବିବାଦୀୟ ଦିଗ ବୋଲି କୁହାଯିବ । ବର୍ତ୍ତମାନ ତ ଜମିଯାକ ବ୍ୟକ୍ତିଗତ ମାଲିକାନା ମଧ୍ୟରେ ରହିଛି ଏବଂ ଏହି ଘରୋଇ ମାଲିକାନା ରହିଥିବା ପର୍ଯ୍ୟନ୍ତ ଜମି ହାତକୁ ନେଇ ପ୍ରକୃତରେ ଉପକାରମାନ ମିଳି ପାରୁଥିବା କୌଣସି ସାଧାରଣ ନିର୍ମାଣକାର୍ଯ୍ୟକୁ କରିବା ବେଶ୍ ଏକ କଷ୍ଟକର କାର୍ଯ୍ୟ ହେବ । ହଁ, ହୁଏତ କିଛି ମାତ୍ରାରେ ଆରମ୍ଭ କରିହେବ ସିନା, କିନ୍ତୁ ମୋଟେ ବେଶିଦୂର ଅଗ୍ରସର ହେବା ସମ୍ଭବ ହେବ ନାହିଁ । ସୁନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଯେଉଁ ଶ୍ରମିକମାନେ ନିଯୁକ୍ତି ପାଇବେ, ହୁଏତ ସେମାନଙ୍କୁ ଘରୋଇ ସତ୍ତ୍ଵ ରହିଥିବା ଜମିରେ କାର୍ଯ୍ୟ କରିବାକୁ ଅବକାଶ ଦିଆ ଯାଇପାରିବ । କିନ୍ତୁ କେତୋଟି ସର୍ତ୍ତ ମଧ୍ୟ ରହିବ ଯେ, (କ) ପଞ୍ଚାୟତ ଧାର୍ଯ୍ୟ କରି ଦେଇଥିବା ମଜୁରି-ପରିମାଣର ଏକ ବୃହତ୍ ଅଂଶ ଜମିର ମାଲିକକୁ ବହନ କରିବାକୁ ହେବ ଏବଂ (ଖ) ସ୍ଥାନୀୟ ଲୋକସମୂହଟି ନିମନ୍ତେ ତାହା ଯେପରି ସତକୁ ସତ ଉପକାରମାନ ଦେଇ ପାରିବ, ସେଥିଲାଗି ବ୍ୟକ୍ତିଗତ ଅଧିକାରରେ ଥିବା ସେହି କ୍ଷେତ୍ରଗୁଡ଼ିକ ସମ୍ପୂର୍ଣ୍ଣ ସକାରାତ୍ମକ ଭାବରେ ନିଜର ଏକ ବଳକା ଅଂଶ ବା ବାହ୍ୟ ଅନ୍ୟ ସମର୍ଥତାମାନ ବି ଅବଶ୍ୟ ସମ୍ଭବ କରି ପାରୁଥିବେ, ଏବଂ ପଞ୍ଚାୟତ ମଧ୍ୟରେ ଥିବା ନିର୍ବାଚିତ ପ୍ରତିନିଧିମାନଙ୍କର କାମ ହେବ ଯେ, ସେମାନେ ଏକ ସ୍ଵଚ୍ଛ ରୀତିରେ ଏହିସବୁ ନିଷ୍ପତ୍ତି ଗ୍ରହଣ କରିବେ । ଏହି କ୍ଷେତ୍ରଟିରେ ତେଣୁ ଆମର ତୃତୀୟ ଅବଶ୍ୟ-କରଣୀୟ ରୂପେ ଏହି କଥାଟି ହିଁ ରହିବ । ଏବଂ, ଏହାଦ୍ଵାରା ଯେଉଁ ବ୍ୟକ୍ତି ଉପକୃତ ହେବେ, ସିଏ ମଧ୍ୟ ବ୍ୟକ୍ତିଗତ ମାଲିକାନାରେ ରହିଥିବା ସେହି ଭୂମିକୁ ବ୍ୟବହାର କରି କରା ଯାଉଥିବା କାର୍ଯ୍ୟଟି ଲାଗି ନିଜ ପ୍ରାପ୍ତ ଧନର କିଛି ଅଂଶ ଦାନ କରିବେ ଏବଂ, ପ୍ରକଳ୍ପଟି ଦ୍ଵାରା ସକାରାତ୍ମକ ଭାବରେ ବାହ୍ୟ ଯେତେ ଯେତେ ସମ୍ପଦ ପ୍ରାପ୍ତ ହୋଇ ପାରୁଥିବ, ଉକ୍ତ ଦେୟଟି ତାହାରି ଅନୁସାରେ ନିର୍ଦ୍ଧାରିତ ହେବ । ପୁନଶ୍ଚ, ଯେତେବେଳେ ଅନୁକୂଳ ସ୍ଥାନୀୟ କ୍ଷେତ୍ରରେ ସାଧାରଣ କିଛି ନିର୍ମାଣକାର୍ଯ୍ୟ ଚାଲି ନଥିବ, ସେହି ସମୟରେ ହିଁ ଏସବୁ କାର୍ଯ୍ୟ ହାତକୁ ନିଆଯିବ ।

 

ଅର୍ଥାତ୍, ସ୍ଥାନୀୟ କ୍ଷେତ୍ରରେ ପଞ୍ଚାୟତର ସ୍ଵତନ୍ତ୍ରତାରେ କୌଣସି ପ୍ରକାର ସାଲିଶ୍ ନକରି ପ୍ରକଳ୍ପ ମାନ କିପରି ସ୍ଥିର କରାଯିବ, ସେହି ତିନୋଟି ମାର୍ଗଦର୍ଶନକାରୀ କଥାକୁ ନିମ୍ନ ପ୍ରକାରେ ଖୁବ୍ ସଂକ୍ଷିପ୍ତ ଭାବରେ କୁହାଯାଇ ପାରିବ ।

 

(କ) କୌଣସି ପ୍ରକଳ୍ପ ଦ୍ଵାରା ଯେଉଁମାନେ ପ୍ରତ୍ୟକ୍ଷ ଭାବରେ ଉପକାର ପାଇବେ, ଯଥାସମ୍ଭବ ସେହିମାନେ ପ୍ରକଳ୍ପର କାର୍ଯ୍ୟରେ ନିଯୁକ୍ତି ହେବେ ।

 

(ଖ) ନିଜର ଯଥାର୍ଥ କାର୍ଯ୍ୟ ସମର୍ଥତାର ଏକ ଦୃଢ଼ନିଶ୍ଚିତ ପ୍ରତିଷ୍ଠା ନ ହୋଇଥିବା ଯାଏ ମୁଖ୍ୟତଃ ଆଶୁଫଳଦାୟକ ପ୍ରକଳ୍ପଗୁଡ଼ିକୁ ହାତକୁ ନିଆ ଯାଉଥିବ ।

 

(ଗ) ହାତକୁ ନିଆଯାଇଥିବା ପ୍ରକଳ୍ପଟିର ଅଣ-କୃଷି ନିଯୁକ୍ତି ନିମନ୍ତେ କେତେଦୂର ଅନୁକୂଳ ସମ୍ଭାବନା ରହିଛି, ତାହାରି ଉପରେ ଗୁରୁତ୍ଵ ଦିଆଯିବ ।

 

(ଘ) ଉପଯୁକ୍ତ ସାଧାରଣ ପ୍ରକଳ୍ପମାନ ମିଳୁ ନଥିଲେ ଘରୋଇ ଜମି ଉପରେ ସାଧାରଣ ଶ୍ରମିକମାନଙ୍କୁ କର୍ମନିଯୁକ୍ତ କରାଯିବ । କିନ୍ତୁ, ସେହି କ୍ଷେତ୍ରରେ ଗୋଟିଏ ସର୍ତ୍ତ ରହିବ ଯେ, ଯିଏ ଘରୋଇ ଭାବରେ କାର୍ଯ୍ୟ କରି ଉପକୃତ ହେଉଥିବ, ତାକୁ ବ୍ୟୟର କିଛି ପରିମାଣ ମଧ୍ୟ ବହନ କରିବାକୁ ହେବ । ଏବଂ, ଉତ୍ପାଦନ ବ୍ୟୟ କେତେ ଅଂଶ ଘରୋଇ ସୂତ୍ରରୁ ଆସୁଛି, କୌଣସି ପ୍ରକଳ୍ପ ଦ୍ଵାରା ସ୍ଥାନୀୟ ଜନଗଣଙ୍କ ଉପକାର ସାଧିତ ହେଉଥିବା କେତେ ସକାରାତ୍ମକ ଦୃଶ୍ୟମାନ, ପରିଣାମର ଅନୁମାନ କରି ହେଉଛି, କଥାଟି ତାହାରି ଉପରେ ନିର୍ଭର କରୁଥିବ ।

 

ପଞ୍ଚାୟତମାନଙ୍କର ମାଧ୍ୟମରେ ହିଁ ଏକ ସରଳ ବିକେନ୍ଦ୍ରୀକରଣର ପ୍ରକ୍ରିୟା ଦ୍ଵାରା ସଂପୃକ୍ତ ଜନସମୁଦାୟ ସକ୍ରିୟ ଭାବରେ ଅଂଶ ଗ୍ରହଣ କରୁଥିବା ସେହି ଗଣତନ୍ତ୍ରର ପ୍ରତିଷ୍ଠା ନିଶ୍ଚୟ ହୋଇଯିବ ବୋଲି ଯଦି ଆମେ ବିଶ୍ଵାସ କରୁଥିବା, ତେବେ ନିତାନ୍ତ ନିର୍ବୋଧଙ୍କ ପରି କେବଳ କଳ୍ପନାରେ ରହିଯିବା ହିଁ ସାର ହେବ । ପଞ୍ଚାୟତ ସଦସ୍ୟସଂଖ୍ୟାର ତିନି ଭାଗରୁ ଗୋଟିଏ ଭାଗ ମହିଳାମାନଙ୍କ ଲାଗି ରହିବ ବୋଲି ନିର୍ଦ୍ଧାରଣ କରିଦେଇ ତ କେତେ କେତେ ଆଇନ୍‍ର ଘୋଷଣା ହୋଇଛି, ଏକପଞ୍ଚମାଂଶ ଦଳିତ ରହିବେ ବୋଲି ମଧ୍ୟ କୁହାଯାଇଛି ଏବଂ ପଞ୍ଚାୟତମାନେ ତ ଅଧିକାଂଶତଃ କେବଳ ପୁରୁଷମାନଙ୍କର ପ୍ରାୟ ଏକତରଫା ପ୍ରଭାବଗୁଡ଼ିକରେ ରହିବାକୁ ବାଧ୍ୟ ହୋଇଛନ୍ତି, ଏବଂ, ଆହୁରି ନିର୍ଦ୍ଦିଷ୍ଟ କରି କହିଲେ, ଧନୀ ବ୍ୟକ୍ତି, ଉଚ୍ଚ ବର୍ଗ ଏବଂ ବିଶେଷ ସୁବିଧା ସମ୍ପନ୍ନଙ୍କର ହାତସମ୍ପତ୍ତି ପରି ରହିଛନ୍ତି । ପୁନଶ୍ଚ, ସଂସଦ ଓ ବିଧାନସଭାର ସଦସ୍ୟଗଣଙ୍କର ରାଜନୀତିକ ନାନା ନ୍ୟସ୍ତସ୍ଵାର୍ଥ ରହିଛି, ଅମଲାମାନଙ୍କ ତନ୍ତ୍ର ମଧ୍ୟ ଅଛି, ସେମାନେ ମୋଟେ ଖୁସୀ ହୋଇ ଲୋକମାନେ ମଧ୍ୟ ଶାସନ ସହିତ ଏକ ଉଚିତ ସଂପୃକ୍ତି ଦ୍ଵାରା ଅଗ୍ରସର ହୋଇ ଆସି ପାରନ୍ତୁ ବୋଲି ଇଚ୍ଛା କରୁନାହାନ୍ତି । ଅବଶ୍ୟ, ଯଥାର୍ଥ କ୍ଷମତା-ବିକେନ୍ଦ୍ରୀକରଣର ପଥରେ ଏଗୁଡ଼ିକୁ ଆମେ ନାନା ପ୍ରତିବନ୍ଧକ ବୋଲି କହିବା, ଯାହାର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ତାହାକୁ ଲୋକମାନେ ପ୍ରକୃତ ଅଂଶଗ୍ରହଣ କରୁଥିବା ଗଣତନ୍ତ୍ରକୁ ସମ୍ଭବ କରିବାର ପ୍ରସ୍ତୁତିପଥରେ ଗୋଟିଏ ଗୋଟିଏ ସୋପାନ ବୋଲି ଜାଣିବାକୁ ହେବ । ବିଶେଷ ସୁବିଧାମାନ ଭୋଗ କରୁଥିବା ଉପାଦାନ ଗୁଡ଼ିକ ବିଷୟରେ କହିବାକୁ ଗଲେ, ଏଇଟି ଯେ କେବଳ ଏକୁଟିଆ ସେହି ପଞ୍ଚାୟତର କ୍ଷେତ୍ରରେ ରହିଛି, ସେ କଥା ନୁହେଁ, ଆମ ଦେଶର ଅନ୍ୟ ଅନେକ ଅନୁଷ୍ଠାନ ଗୁଡ଼ିକର କ୍ଷେତ୍ରରେ ମଧ୍ୟ ବିଦ୍ୟମାନ ରହିଛି । ତେଣୁ ପଞ୍ଚାୟତକୁ ମାଧ୍ୟମ କରି ବିକେନ୍ଦ୍ରୀକରଣ ସମ୍ଭବ କରିବାର ବିଶେଷ କ୍ଷେତ୍ରରେ ତାହାକୁ ଏକ ଖାସ୍ ପ୍ରାସଙ୍ଗିକତା ରହିଥିବା ଯୁକ୍ତିପରି କ୍ଵଚିତ୍ ବ୍ୟବହାର କରାଯାଇ ପାରିବ । ଦୂରଦୂରାନ୍ତ ଅଞ୍ଚଳମାନଙ୍କରେ ବାସ କରୁଥିବା ଦରିଦ୍ର ଶ୍ରେଣୀର ଜନଗଣ ଅନେକ ସମୟରେ କହିଥାଆନ୍ତି ଯେ, ସେମାନଙ୍କୁ ଯେ କେବଳ ଅନ୍ୟମାନଙ୍କର ପ୍ରାବଲ୍ୟକୁ ସହ୍ୟ କରିବାକୁ ପଡ଼ୁଛି ତା’ ନୁହେଁ, ସେମାନଙ୍କୁ ତ ଗୋଟିଏ ପ୍ରକାରର (ଅର୍ଥନୀତିର ବିଶାରଦମାନେ ଯେପରି କହନ୍ତି) ରାଜନୀତିକ ସକ୍ରିୟ ଅଂଶଗ୍ରହଣର କ୍ଷେତ୍ରରେ ଗୋଟିଏ ‘ମୂଲ୍ୟ-ନିର୍ଦ୍ଧାରଣ’ର ବି ସମ୍ମୁଖୀନ ହେବାକୁ ପଡ଼ୁଛି । ଅସଲ କଥା ତ ହେଉଛି ଯେ, ପେଟକୁ ଯଥେଷ୍ଟ ପରିମାଣର ଖାଦ୍ୟ ନାହିଁ, ବେରାମ ସମୟରେ ଔଷଧ ପାଇଁ ଅଥବା ନିଜ ପିଲାଙ୍କୁ ଇସ୍କୁଲ ପଠାଇବା ସକାଶେ ମଧ୍ୟ ସାମର୍ଥ୍ୟ ନାହିଁ, ସେତେବେଳେ କୌଣସି ସହରକୁ ଯାଇ ବାସ କରିବାର ଖର୍ଚ୍ଚ ତୁଲାଇବାର ପଇସା ମଧ୍ୟ କିପରି ସମ୍ଭବ ହେବ ? ତାହାରି ହିଁ ଏହି ପରିମାଣ ଭୋଗ କରିବାକୁ ପଡ଼ୁଛି ଯେ ଅନ୍ୟମାନେ କେଡ଼େ ଚତୁର ଭାବରେ ପ୍ରଭାବ ବିସ୍ତାର କରି ରାଜନୀତିକୁ ନିଜର ଅନୁକୂଳ ହେବାଭଳି କେତେ କ’ଣ କରି ପାରୁଛନ୍ତି । ‘ନେତା’ ମାନଙ୍କର ଭାଷଣ ଶୁଣିବା ନିମନ୍ତେ ଗାଡ଼ିମାନଙ୍କରେ ଲଦି ଦରିଦ୍ର ଲୋକମାନଙ୍କୁ ରାଜନୀତିକ ସଭାବସର ମାନଙ୍କୁ ବୋହି ଅଣାଯାଉଛି ଏବଂ ଦେଶରେ ରାଜନୀତିର କ୍ଷେତ୍ରରେ ଲୋକମାନେ ଅବଶ୍ୟ ଅଂଶଗ୍ରହଣ କରୁଛନ୍ତି ବୋଲି ଚମତ୍କାର ଧାରଣାମାନ ଦିଆ ଯାଉଛି । ରାଜନୀତିର ଦରବାରିଆ ସଂସାରର ବୃହତ୍ କର୍ମକର୍ତ୍ତାମାନେ ଏବଂ ସେମାନଙ୍କର ବୋଲ ଅନୁସାରେ ସଚଳ ରହିଥିବା ଉଚ୍ଚ ଅମଲାଗଣ ବାସ କରୁଥିବା ସେହି ସହରଗୁଡ଼ିକ ଅପେକ୍ଷା ସ୍ଥାନୀୟ ଅନୁଷ୍ଠାନ ମାନଙ୍କରେ ଏହି ଦରିଦ୍ର ତଥା ପ୍ରବଞ୍ଚିତ ବର୍ଗ ଆପଣାର ଅଧିକାରଗୁଡ଼ିକ ସକାଶେ କିଞ୍ଚିତ୍ ଅଧିକ ପରିମାଣରେ ହୁଏତ ସଂଗ୍ରାମଟିଏ କରିପାରିବେ । ତଥାପି, ଦରିଦ୍ରଗଣଙ୍କ ନିମନ୍ତେ ବିକେନ୍ଦ୍ରୀକରଣ ହେତୁ ମିଳୁଥିବା ଏହି ସୁଯୋଗଟି ହିଁ ହୁଏତ ରାଜନୀତିକ ଦଳଗୁଡ଼ିକର ପ୍ରଭାବଟିକୁ ଅଧିକ ପରିମାଣରେ ବିସ୍ତୃତ କରିଦେବାର ସହାୟକ ହୁଏ ଏବଂ ଫଳରେ ରାଜନୀତିକ ଯାବତୀୟ ସହର ‘ଗତିଶୀଳତାର’ ରାସ୍ତାଗୁଡ଼ିକୁ ରୋକି କରି ରଖିଥାଏ । ତେଣୁ, ସ୍ୱଚ୍ଛତା ରକ୍ଷା କରି ଯେଉଁ ବିକେନ୍ଦ୍ରୀକରଣର କଥା କୁହାଯାଉଛି, କୌଣସି ରାଜନୀତିକ ଆଦୌ ସହଜତା ସହିତ ସେଥିରେ ଆପଣାର ଭୂମିକାଗୁଡ଼ିକୁ ତୁଲାଇ ପାରନ୍ତି ନାହିଁ । ଏବଂ, ସେହି କାରଣରୁ ପଞ୍ଚାୟତଗୁଡ଼ିକୁ ପ୍ରକୃତ କ୍ଷମତା ପ୍ରଦାନ କରିବାର ଏହି ଘଟଣାଟିର ବିରୋଧ କରି ସର୍ବଦା ନାନା ଅପ୍ରତ୍ୟାଶିତ ମହଲରୁ ମଦ୍ୟ ପ୍ରତିରୋଧ-ଆସିବାର ଆଶଙ୍କା ରହିଥାଏ ।

 

ତଥାପି ପ୍ରତ୍ୟକ୍ଷ ଅଂଶଗ୍ରହଣ ସହିତ କ୍ରିୟାଶୀଳ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମାଧ୍ୟମ କରି ବିକାଶସାଧନ ନିଶ୍ଚୟ ସମ୍ଭବ ହୋଇ ପାରିବ ଏବଂ ତାହାଦ୍ୱାରା ଏକ ସର୍ବନିମ୍ନ ମଜୁରି ସହିତ ପୂର୍ଣ୍ଣନିଯୁକ୍ତିର ନିର୍ଭର ଦେଇ ସମାଜରେ କୌଣସି ଉତ୍ପାଦନସମର୍ଥ କାର୍ଯ୍ୟ ସାହାଯ୍ୟରେ ଦରିଦ୍ର ଜନଗଣଙ୍କୁ ସେମାନଙ୍କର ପ୍ରାପ୍ୟ ସମ୍ମାନଟିକୁ ମଧ୍ୟ ସମ୍ଭବ କରିହେବ, କେବଳ ଗ୍ରାମ ତଥା ନଗର ପଞ୍ଚାୟତର ସ୍ତରରେ ବିକେନ୍ଦ୍ରୀକରଣ ଦ୍ଵାରା ତାହା ସମ୍ଭବ ହେବ । ଏଡ଼େ ବୃହଦାକାର ତଥା ଏତେ ଚରମ ବହୁ ବିସ୍ତୃତିର ଦାରିଦ୍ର୍ୟ ରହିଥିବା ଆମ ଦେଶର ରାଜନୀତିକ ବ୍ୟବସ୍ଥା ମଧ୍ୟରେ ପ୍ରକୃତରେ ତାହାର ଅନ୍ୟ କୌଣସି ସଂଗଠନଗତ ବିକଳ୍ପ ହିଁ ଆଦୌ ମିଳିବ ନାହିଁ । ନୂତନ ଆୟର କ୍ଷେତ୍ର ସୃଷ୍ଟି କରି ତଥା କର୍ମନିଯୁକ୍ତିର କ୍ଷେତ୍ରର ଅଭିବୃଦ୍ଧି ଘଟାଇ ଦାରିଦ୍ର୍ୟ-ଦୂରୀକରଣ ନିମନ୍ତେ ସରକାରଙ୍କ ଆଡ଼ୁ ଯେତେ ଯାହା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି, ଅତୀତରେ ସେଗୁଡ଼ିକ ବିଫଳ ହୋଇଥିବାର ଦୃଷ୍ଟାନ୍ତଟିରୁ ଆମକୁ ଏହି ପ୍ରଧାନ ଶିକ୍ଷାଟି ଅବଶ୍ୟ ମିଳିଯାଉଛି । ଏହି ଦୃଷ୍ଟିରୁ ବିଚାର କଲେ, ସଂଗଠନ କ୍ଷେତ୍ରରେ ସାମର୍ଥ୍ୟର କୌଣସି ଅଭାବ ହେତୁ ଯେ ଭାରତର ବିକାଶ ଏତେ ପରିମାଣରେ ବାଧାପ୍ରାପ୍ତ ହୋଇଛି, ସେକଥା ମୋଟେ ନୁହେଁ । ଏବଂ, ଯେକୌଣସି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଚୀନଦେଶରେ ଗ୍ରହଣ କରାଯାଇଥିବା ମାର୍ଗଟିକୁ ଗ୍ରହଣ କରି ସମାଧାନ କଦାପି ଆସିବ ନାହିଁ, ସେଠାରେ ତ ଫଳପ୍ରଦ ସମାଧାନ ଗୁଡ଼ିକୁ ନିଷ୍ଠୁର ମତିହୀନ ଭାବରେ ଲୋକମାନଙ୍କ ଉପରେ ଆଣି ଲଦି ଦିଆଯାଏ । ସେ ସବୁ ବିଷୟରେ ଆପଣାର କୌଣସି ମତ ବ୍ୟକ୍ତ କରିବାଲାଗି ଲୋକମାନଙ୍କର ଆଦୌ କୌଣସି ଅବସର ନଥାଏ । ଅଥବା ଅନ୍ୟପକ୍ଷରେ ଭାରତବର୍ଷରେ ନିଜର ବିପଣି ଖୋଲିଦେବା ପାଇଁ ବହୁଜାତୀୟ କୋମ୍ପାନୀମାନଙ୍କୁ ଡାକି ଆଣିବାଦ୍ଵାରା ମଧ୍ୟ ସମାଧାନ ଆସିବ ନାହିଁ । ସେମାନେ ତ ଗୋଟା ସୁଦ୍ଧା ତାଙ୍କର ଲାଭରେ ହିଁ ରହିବେ ଓ ସଂପୃକ୍ତ ଏଠା ଜନସମୁଦାୟଟିକୁ ନେଇ ଆଦୌ ମଠା ଘୂରାଇବେ ନାହିଁ । ପୁନଶ୍ଚ, ନିଜ ଦେଶରେ ଏଠାରେ ଆମକୁ ସଂଗଠନ-ସମ୍ପର୍କିତ ଯେଉଁସବୁ ପ୍ରକୃତ ସମସ୍ୟାର ସାମନା କରିବାକୁ ହେବ, ଆମର ଅର୍ଥନୀତି କ୍ଷେତ୍ରୀୟ କଳ୍ପନାରେ ଆମେ ସେ ବିଷୟରେ କଦାପି ଉଦାସୀନ ହୋଇ ରହିଯିବା ନାହିଁ । ଆମର ନିଜ ସନ୍ଦର୍ଭଟି ଉପରେ ପ୍ରାସଙ୍ଗିକ ଯାବତୀୟ ସମ୍ଭାବ୍ୟ ରାଜନୀତିକ ସମାଧାନଗୁଡ଼ିକୁ ଖୋଜି ଅବଶ୍ୟ ବାହାର କରିବାକୁ ହେବ । ତେଣୁ, ତଦନୁରୂପ ଏକ ଆତ୍ମବିଶ୍ଵାସ ଅବଶ୍ୟ ରହିବ, ଯାହାଦ୍ୱାରା ପ୍ରେରିତ ହୋଇ ଆମ ବିଶେଷ ଆବଶ୍ୟକତା ଗୁଡ଼ିକର ଅନୁରୂପ ହେଉଥିବା ସ୍ଵକୀୟ ବିକାଶମାର୍ଗଟିର ଗୋଟିଏ ରୂପରେଖ ତିଆରି କରିବାରେ ଆମେ ଅବଶ୍ୟ ପଦକ୍ଷେପମାନ ଗ୍ରହଣ କରିପାରିବା ।

Image

 

Unknown

‘ସରକାର କରି ପାରିବେ ନାହିଁ’ : ସାଧାରଣ ଅର୍ଥବ୍ୟବସ୍ଥାର ସେହି ଲକ୍ଷଣଟା

 

ଅର୍ଥନୀତି-କ୍ଷେତ୍ରରେ ବିଶାରଦମାନେ ଅନେକ ସମୟରେ ଯେଉଁ ଆଲୋଚନାମାନ କରିବାକୁ ମନ କରନ୍ତି, ସେଇଟିକୁ ଶୁଣିଲାବେଳେ ମୋର କାହାଣୀର ସେହି ସୁରାସକ୍ତ ମଣିଷଟିର କଥା ମନେ ପଡ଼ିଯାଏ । ସେହି ବ୍ୟକ୍ତିଟି ସାଙ୍ଗମେଳରେ ବସି ସୁରାପାନ କରୁଥିଲା, ପିଇ ସାରି ନିଜ ଘରକୁ ଫେରୁଥିଲା । ବାଟଯାକ ଖାଲି ଟଳଟଳ ହେଉଥାଏ । ହଠାତ୍ ଜାଣିପାରିଲା ଯେ ଘରେ ପହଞ୍ଚି ଭିତରକୁ ଯିବାର ଚାବିଟି ଇତିମଧ୍ୟରେ ସିଏ ହଜାଇ ବି ଦେଇଛି । ସେଇଠୁ ନିକଟରେ ଥିବା ରାସ୍ତା-ଆଲୁଅଟି ପାଖକୁ ଫେରିଗଲା ଏବଂ ଚାବିଟିକୁ ଖୋଜିବାକୁ ଲାଗିଲା, ବହୁତ ସମୟ ଯାଏ ଖୋଜିଲା; କିନ୍ତୁ ଚାବିଟି ମିଳିଲା ନାହିଁ । ସେତିକିବେଳେ ମଦ ପିଇ ଟଳଟଳ ହୋଇଥିବା ଆଉ ଜଣେ ବ୍ୟକ୍ତି ଆସି ସେଠାରେ ପହଞ୍ଚିଲା ।

 

ପ୍ରଥମ ବ୍ୟକ୍ତିଟିକୁ ପଚାରିଲା, “ଆପଣଙ୍କର କିଛି ହଜି ଯାଇଛି କି ? ମୁଁ ସାହାଯ୍ୟ କରି ପାରିବି ?”

 

“ମୋ’ ଘର ଚାବିଟା । ଚାବି ନଥିଲେ ଭିତରକୁ ଯିବି କିପରି ?”

 

“ଚାବିଟିକୁ ଆପଣ ପ୍ରକୃତରେ ଏହିଠାରେ ହଜାଇଛନ୍ତି ?” –ଦ୍ଵିତୀୟ ଜଣକ ପଚାରିଲା; ସିଏ ବି ସତକୁ ସତ ସାହାଯ୍ୟ କରିବାକୁ ଇଚ୍ଛା କରୁଥିଲା । କିଛି ସମୟ ପର୍ଯ୍ୟନ୍ତ ସିଏ ମଧ୍ୟ ସେହି ଚାବି ଖୋଜାରେ ଯୋଗ ଦେଇଥିଲା ।

 

“ସେକଥା ମୁଁ କହି ପାରିବିନାହିଁ । ଏଠି ତ ଆଲୁଅଟାଏ ଅଛି । ତେଣୁ ଏହିଠାରେ ହିଁ ଅଧିକ ସହଜରେ ଖୋଜି ହେବ ।”

 

ହଁ, ଅର୍ଥନୀତିର ବିଶାରଦମାନେ ସାଧାରଣ ଅର୍ଥବ୍ୟବସ୍ଥା ବିଷୟରେ ଏବଂ ସରକାରଙ୍କର ବଜେଟ ବିଷୟରେ ଆଲୋଚନା କରନ୍ତି । କେବଳ ଉପସ୍ଥିତ ସମସ୍ୟାଗୁଡ଼ିକୁ ଆଧାରକରି ସେମାନେ ଏଇଟା ବା ସେଇଟା ଅନୁମାନ କରିବା ମଧ୍ୟରେ ହିଁ ଆପଣାକୁ ସୀମିତ କରି ରଖିଥାନ୍ତି । କାରଣ ମୁଖ୍ୟତଃ ସେହିଗୁଡ଼ିକର ପ୍ରାବିଧିକ ବିଶ୍ଳେଷଣ ବିଷୟରେ ଯାହା କିଛି ଆଲୋଚନା କରିବା ସମ୍ଭବ ହୁଏ । କିନ୍ତୁ, ପ୍ରକୃତ କଥା ହେଉଛି ଯେ, ଉକ୍ତ ଅନୁମାନ ଗୁଡ଼ିକର ଅଧିକାଂଶ ସ୍ଥଳରେ ମୋଟେ କୌଣସି ଔଚିତ୍ୟ ନଥାଏ ଏବଂ ନିର୍ବାଚିତ ସମସ୍ୟାଗୁଡ଼ିକର ମଧ୍ୟ କୌଣସି ପ୍ରାସଙ୍ଗିକତା ନଥାଏ । ତଥାପି, ଏହି ପ୍ରକୃତ ବ୍ୟାପାରଟିକୁ ନେଇ ସେମାନେ କ୍ଵଚିତ ମଥା ଘୂରାଇବାକୁ ଇଚ୍ଛା କରିଥାନ୍ତି । ଜଣେ ଜଣେ ବିଷୟ–ବିଶେଷଜ୍ଞ ହିସାବରେ ସେମାନେ ସର୍ବଦା ଏକାନ୍ତ ଅପରିହାର୍ଯ୍ୟ ଭଳି ମନେ ହେଉଥାନ୍ତୁ ଓ ସରକାରଙ୍କ ପରାମର୍ଶଦାତା ରୂପେ ଲୋଡ଼ା ହୁଅନ୍ତୁ–ଏତିକିମାତ୍ର ଇଚ୍ଛା କରିଥାନ୍ତି । ଆମ ଅର୍ଥନୀତି-ସଂକ୍ରାନ୍ତୀୟ ସକଳ ଠାବରେ ସଚିବ ତଥା ଅମଲାତନ୍ତ୍ର ରୂପେ ପ୍ରତିଷ୍ଠିତ ହୋଇ ରହିଥାନ୍ତୁ–ଏତିକି ଇଚ୍ଛା କରୁ ଥାଆନ୍ତି । ଆମ କାହାଣୀର ମାତାଲଟି ଯେପରି ଆଲୁଅ ପଡ଼ିଥିବା ଗୋଟିଏ ଥାନରେ ହଜି ଯାଇଥିବା ଚାବିଟିକୁ ଖୋଜିବା ଉଚିତ ବୋଲି ବିଚାରୁଥିଲା, ଠିକ୍ ସେହିପରି । ଅଧିକ ଅନ୍ଧାର ମଧ୍ୟରେ ରହିଥିବା ଜାଗାଗୁଡ଼ିକ ବିଷୟରେ ସେ ଭୁଲି ଯାଇଥିଲା, ସେହିଭଳି, ଅର୍ଥନୀତିର ଏହି ଖାସ୍‍ମାନେ ସାଧାରଣ ଅର୍ଥବ୍ୟବସ୍ଥା ସମ୍ବନ୍ଧରେ ଆପଣାର ଘୋଷିତ ସିଦ୍ଧାନ୍ତଗୁଡ଼ିକୁ ହିଁ ଠିକ୍ ବୋଲି କହନ୍ତି : ସେମାନେ ସଂପୃକ୍ତ ସମସ୍ୟା-କ୍ଷେତ୍ରଟିର ଅତ୍ୟନ୍ତ ସଂକୀର୍ଣ୍ଣ ଅରାଏମାତ୍ର ଅଂଶକୁ ଖୁବ୍ ଆଲୋକିତ କରି ଦେଖାଇ ଥାଆନ୍ତି । ଏବଂ, ବୃହତ୍ତର ଚିତ୍ରଟିକୁ ପୂରା ପାସୋରି ଦେଇଥାନ୍ତି ।

 

ଏବେ ଅଧିକ ସଂଖ୍ୟକ ଅର୍ଥନୀତିଖାସ୍ ବିଶେଷଜ୍ଞ ଯେଉଁ ସମସ୍ୟାଟିକୁ ନେଇ ସଂପୃକ୍ତ ରହିଛନ୍ତି, ସେଇଟି ସରକାରୀ ଅର୍ଥାତ୍ ସାଧାରଣ ଋଣପରିମାଣଟି କେତେଦୂର ଆଦାୟ ହୋଇପାରିବ କି ନାହିଁ ତାହାରି ବିଷୟରେ ହିଁ ଗଣିତର ହିସାବମାନ କରିବାରେ ହିଁ ମୁଖ୍ୟ ଦୃଷ୍ଟି ଦେଇଥାଏ । ସେମାନଙ୍କ ସର୍ବବିଧ ଚିନ୍ତନ ମଧ୍ୟରେ ଏହି ଭୟଟି ରହିଥାଏ ଯେ, କରଜଗୁଡ଼ାକ ଅନାଦାୟ ଭାବରେ ପଡ଼ିରହି କ୍ରମେ ଏତେ ଅଧିକ ପରିମାଣର ହୋଇଯିବ ଯେ ସରକାର ଦେୱାଲିଆ ହୋଇଯିବ ଏବଂ କରଜଗୁଡ଼ିକର ଆଉ ଆଦୌ ପୂରଣ ହିଁ କରି ପାରିବ ନାହିଁ । କାରଣ, କରଜ ପରିଶୋଧ କରିବାର ବୋଝଟି ଶୀଘ୍ର ବା ବିଳମ୍ବ ଦିନେ ନା ଦିନେ ତାକୁ ସମ୍ପୂର୍ଣ୍ଣ ଭାବରେ ପୋତି ପକାଇବ । ବିଗତ ବର୍ଷଗୁଡ଼ିକରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ଵବ୍ୟାଙ୍କ୍ ଏକତ୍ର ନିଷ୍ପତ୍ତି କରି ସରକାରଙ୍କ ଭିତରେ ମଧ୍ୟ ଏପରି ଏକ ଭୟ ଆଣି ଭରିଦେଇଛନ୍ତି ଯେ, ପ୍ରାୟ ଏକ ଅନିୟନ୍ତ୍ରିତ ପରିମାଣର ଅର୍ଥକରଜକୁ ସାମନା କରିବାକୁ ପଡ଼ିବ ଏବଂ ତା’ପରେ ଏକ ସଂକଟ ହିଁ ଉପସ୍ଥିତ ହେବ । ଏଇଟି ତ ନ୍ୟାୟତଃ ସେମାନଙ୍କର ବଜାର ସମ୍ପର୍କୀୟ ଦର୍ଶନଟି ସହିତ ବେଶ୍ ଖାପ ଖାଇ ଯାଉଛି । ଏବଂ, ସେଇଟି ଅନୁସାରେ, କୌଣସି ସରକାରଙ୍କ ସମ୍ମୁଖରେ ଯେତେ କମ୍ ପରିମାଣ ଅର୍ଥନୀତିକ କ୍ଷେତ୍ର ଉନ୍ମୁକ୍ତ ହୋଇ ରହିଥିବ, ଯାବତୀୟ ଆର୍ଥିକ ପରିଚାଳନାର ସ୍ତରଟି ସେହି ଅନୁସାରେ ଅଧିକ ଭଲ ହିଁ ହେବ । ଆମ ରାଜନୀତିକ ନେତା, ସରକାରୀ ଅର୍ଥନୀତି-ବିଶାରଦ ଏବଂ ପ୍ରଚାର-ମାଧ୍ୟମ ଏହି କ୍ଷେତ୍ରରେ ଏକତ୍ର ସ୍ଵର ମିଳାଇ ଅବଶ୍ୟ କହିବେ, “ନାଇଁ ନାଇଁ, ସରକାର ମୋଟେ ଏଇଟିକୁ କରି ପାରିବେ ନାହିଁ, ତାଙ୍କ ପାଖରେ ଏଥିଲାଗି ଅର୍ଥ ହିଁ ନାହିଁ ।” ଏହି ଯୁକ୍ତି ସମ୍ପୂର୍ଣ୍ଣ ଭାବରେ ଏକ ମିଛ ଯୁକ୍ତି । ଗତ ଅଧ୍ୟାୟରେ ଯେପରି ଦର୍ଶାଯାଇଛି, ସମ୍ପୂର୍ଣ୍ଣ କର୍ମଯୋଗାଣର ପ୍ରକଳ୍ପଟିକୁ ନିଆଯାଇ ପାରିବ କି ନାହିଁ, ସେହି ପ୍ରଶ୍ନଟିର ପ୍ରକୃତରେ ଦୁଇଟି ଥାକରେ ବିଶ୍ଳେଷଣ କରିବାକୁ ହେବ : ପ୍ରଥମତଃ ପ୍ରକୃତ ଅର୍ଥନୀତିଟିର ସେଥିଲାଗି ସାମର୍ଥ୍ୟ ଅଛି କି ନାହିଁ ଏବଂ ତା’ପରେ କେଉଁ ପ୍ରଣାଳୀଟିକୁ ଗ୍ରହଣ କରି ଆମେ ସେଥିଲାଗି ଅର୍ଥ ବ୍ୟବସ୍ଥା କରିପାରିବା । ଯଦି ଆମ ଆଭ୍ୟନ୍ତରୀଣ ଅର୍ଥମହକୁମାଟି ସ୍ୱଳ୍ପ ତଥା ଦୀର୍ଘମିଆଦୀ ଉଭୟ ପ୍ରକାରେ କାର୍ଯ୍ୟକ୍ରମଟିକୁ ଚାଲୁ ରଖିବାରେ ଅଧିକାଂଶ ପଣ୍ୟଦ୍ରବ୍ୟ ଏବଂ ସେବାଚୟକୁ ଆଣି ଯୋଗାଇ ଦେଇ ପାରିବ, ତେବେ ସେଇଟି ବିଷୟରେ ଅର୍ଥ ଯୋଗାଇ ଦେବାଲାଗି ଗୋଟିଏ ବାଟ ମଧ୍ୟ ଅବଶ୍ୟ ମିଳିଯିବ । ଅର୍ଥକୁ ତ ସର୍ବଥା କେବଳ ଗୋଟିଏ ମନୁଷ୍ୟବୁଦ୍ଧିପ୍ରସୂତ ଉତ୍ତମ ସାଧନ ବୋଲି ହିଁ କହିଦେବ, ଏପରି ଗୋଟିଏ ସାଧନ ବା ଉପାୟ, ଯାହା ବଳରେ କୌଣସି ବାସ୍ତବ ସିଦ୍ଧାନ୍ତ କିମ୍ବା ପଦ୍ଧତିକୁ କାର୍ଯ୍ୟକାରୀ କରିହେବ ।

 

ପଇସା ଏବଂ ପଇସା ଦ୍ଵାରା ଯେଉଁ ଦ୍ରବ୍ୟଗୁଡ଼ିକୁ କ୍ରୟ କରାଯାଇ ପାରିବ, ଗୋଟିଏ ସ୍ତରରେ ଏହି ଦୁଇଟି ମଧ୍ୟରେ ରହିଥିବା ପ୍ରଭେଦକୁ ଆମେ ଅତ୍ୟନ୍ତ ସହଜରେ ନିରୂପଣ କରି ପାରିବା । ଆଭ୍ୟନ୍ତରୀୟ ଅର୍ଥନୀତିର ଆୟତନଟି ମଧ୍ୟରେ ଯଦି ତାହାର ତଦନୁରୂପ ସାମର୍ଥ୍ୟ ନଥାଏ ତେବେ ପ୍ରକୃତ ଦ୍ରବ୍ୟ ତଥା ସେବାଗୁଡ଼ିକୁ ଆଦୌ ଉତ୍ପନ୍ନ କରି ହେବନାହିଁ । କିନ୍ତୁ, କୌଣସି ସରକାର ଚାହିଲେ ସର୍ବଦା ହିଁ ନୋଟ୍ ଛାପି ପାରିବେ । ରିଜର୍ଭବ୍ୟାଙ୍କ୍ ପାଖରେ ଋଣୀ ହୋଇ ତାହା କରିପାରିବେ । ଏବଂ ଏହିପରି ବ୍ୟବସ୍ଥାଟିଏ କରି ରିଜର୍ଭବ୍ୟାଙ୍କ୍ ପାଖରୁ କରଜ ଆଣିପାରିବେ । ଏବଂ, ସରକାର ଏହି ଦେୟ-ପରିମାଣଟି ରିଜର୍ଭବ୍ୟାଙ୍କ୍‍ର ଖାତାରେ ସେହି ମୂଲ୍ୟର ଏକ ପ୍ରାପ୍ୟରୂପେ ଲେଖା ହୋଇ ରହିବ । ଅବଶ୍ୟ ନୋଟ୍ ଗୁଡ଼ିକୁ ଛାପି ଲୋକମାନଙ୍କ ପାଖରେ ସେହି ବ୍ୟାଙ୍କକୁ ଋଣ ପରିଶୋଧକାରୀର ଏକ ଭୂମିକା ଗ୍ରହଣ କରିବାକୁ ପଡ଼ିବ । ଏହିପରି ଭାବରେ କାଗଜର ନୋଟ୍ ଛାପି ଦୁଇ ଖାତାରେ ହିସାବ ପକାଇବାର କାର୍ଯ୍ୟଟିକୁ ଖୁବ୍ ବେଶି ହେଲେ ଗୋଟିଏ ପ୍ରକାରର କିମିଆ ସୃଷ୍ଟି କରିବା ବୋଲି ହିଁ କୁହାଯିବ । ଏହି କ୍ଷେତ୍ରରେ ଆଖର ସରକାର ହିଁ ସାଧାରଣଙ୍କ ଠାରୁ କରଜ କରୁଥିବ, ମାତ୍ର ସେହି କରଜକୁ ରିଜର୍ଭ ବ୍ୟାଙ୍କର ମାଧ୍ୟମରେ ହିଁ ସମ୍ଭବ କରାଯିବ; କାରଣ, ସରକାର ନୁହନ୍ତି କେବଳ ରିଜର୍ଭ ବ୍ୟାଙ୍କର ହିଁ କାଗଜ ନୋଟ ଛାପିବାର କ୍ଷମତା ରହିଥାଏ । ପୁନଶ୍ଚ, ଅର୍ଥ-ଦେ’ ଣ ନେ’ ଣରେ ତ ସେଗୁଡ଼ିକୁ ଗ୍ରହଣ ମଧ୍ୟ କରିବାକୁ ହେବ, ତେଣୁ ସେହି ଅର୍ଥର ସେହି ନୋଟଗୁଡ଼ିକୁ ଆଇନ୍ ଦ୍ଵାରା ଅନୁମୋଦିତ ଏକ ମାଧ୍ୟମ ବୋଲି କାହିଁକି କୁହାନଯିବ ?

 

କିନ୍ତୁ ମୁଦ୍ରାକୁ ଏକ ଆଇନ୍‍ସଙ୍ଗତ ମାଧ୍ୟମରେ ପରିଣତ କରିବାର କ୍ଷେତ୍ରରେ ବିଦେଶରୁ ଏବଂ ଦେଶ ଭିତରୁ ଅଣା ଯାଉଥିବା କରଜ ମଧ୍ୟରେ ନିଶ୍ଚୟ ଗୋଟିଏ ପ୍ରଭେଦ ରହିବ । ଆଇନ୍‍ ଅନୁସାରେ ଭାରତୀୟ ଟଙ୍କାକୁ ହିଁ ଯାବତୀୟ ଅର୍ଥ କାରବାରରେ ମାଧ୍ୟମରୂପେ ଗ୍ରହଣ କରିବାକୁ ହେବ; କିନ୍ତୁ କେବଳ ଆମ ଦେଶର ଆଇନ୍ ଲାଗୁ ହୋଇ ପାରୁଥିବା ପରିଧିଟି ଭିତରେ ହିଁ ଏହାର ଆଦୌ କୌଣସି କ୍ରିୟାତ୍ମକତା ରହିଥିବ । ବିଦେଶକୁ ଋଣ ଶୁଝିବା ସମୟରେ ଜଣେ ବିଦେଶୀ ମଧ୍ୟ ଯେ ଆମ ଟଙ୍କାକୁ ଗ୍ରହଣ କରିବାକୁ ବାଧ୍ୟ ହେବ, ତାହାର କୌଣସି କାରଣ ନାହିଁ । ଅବଶ୍ୟ, କରଜ ଦେବା ସମୟରେ ସେହିଭଳି କୌଣସି ଚୁକ୍ତି ହୋଇଥିଲେ ତାହା ଏକ ଭିନ୍ନ କଥା ହେବ । କିନ୍ତୁ ଏପରି ଅତ୍ୟନ୍ତ କ୍ଵଚିତ୍ ହୋଇଥାଏ; କାରଣ ଆମ ଭାରତୀୟ ଟଙ୍କା ହେଉଛି ଏକ ‘ଦୁର୍ବଳ’ ମୁଦ୍ରା ଏବଂ ତା’ ଉପରେ ଆନ୍ତର୍ଜାତିକ ସ୍ତରରେ ଖୁବ୍ ବେଶି ଆସ୍ଥା ପ୍ରକୃତରେ ନଥାଏ । ତେଣୁ, ‘ସବଳ’ ମୁଦ୍ରା ଆଣୁଥିବା ଋଣ ଗୁଡ଼ିକର କ୍ଷେତ୍ରରେ ଆମକୁ ସେହି ‘ସବଳ’ ମୁଦ୍ରାରେ ହିଁ ଅର୍ଥ ପରିଶୋଧ କରିବାକୁ ହେବ; ଡଲାର୍ ପାଇଁ ଡଲାର୍, ଇଉରୋ ବେଳକୁ ଇଉରୋ ବା ୟେନ୍ କ୍ଷେତ୍ରରେ ୟେନ୍ । ତେଣୁ, ନିଜର ରପ୍ତାନୀ ଦ୍ଵାରା ବିଦେଶରୁ କିଛି ଅର୍ଥ ମିଳିବାର ବାଟ ବାହାର କରି କିମ୍ବା କରଜ ଦ୍ଵାରା ଆମକୁ ଯେକୌଣସି ଉପାୟରେ ବିଦେଶୀ ଅର୍ଥର ସମର୍ଥ ହେବାକୁ ପଡ଼ିବ ।

 

ବିଦେଶୀ ମୁଦ୍ରାର କ୍ଷେତ୍ରରେ ଯଦି ଏକ ସଙ୍କଟ ରହିଥାଏ ତେବେ ସେଥିରୁ ଏହି ଲକ୍ଷଣଟି ପ୍ରକାଶ ପାଉଥିବ ଯେ, ସରକାର ଆଉ ତାଙ୍କର ଦେୟଗୁଡ଼ିକର ଯଥାର୍ଥ ପରିଶୋଧ କରି ପାରୁନାହାନ୍ତି, ଅନ୍ତତଃ ବିଦେଶର କରଜଦାତାମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇ ପାରୁନାହାନ୍ତି, ଅବଶ୍ୟ ଆଭ୍ୟନ୍ତରୀୟ ଋଣ ଆଣିଥିବା ଗୁଡ଼ିକର କ୍ଷେତ୍ରରେ ସେକଥା ଘଟିବ ନାହିଁ, କାରଣ ଏକ ଆଇନ୍ ସଙ୍ଗତ ବିନିମୟ-ମାଧ୍ୟମ ରୂପେ ଭାରତୀୟ ଟଙ୍କାରେ ହିଁ ଋଣ ଅଣା ଯାଇଥିବ ଏବଂ ଭାରତୀୟ ଟଙ୍କାରେ ତାହାର ପରିଶୋଧ ମଧ୍ୟ ହେବ । ତେଣୁ, ଆଭ୍ୟନ୍ତରୀୟ ଋଣ ଆଣିବାର କ୍ଷେତ୍ରରେ ସର୍ବଦା ହିଁ ରିଜର୍ଭ ବ୍ୟାଙ୍କରୁ ସରକାର ଆବଶ୍ୟକ ପରିମାଣର ଟଙ୍କା କରଜ ଆଣି ପାରୁଥିବେ । ଅବଶ୍ୟ, ଆଇନ୍‍ତଃ କୌଣସି ଇଚ୍ଛାକୃତ କାରଣରୁ ସରକାର ସେହି ସାମର୍ଥ୍ୟଟିକୁ ହରାଇଥିଲେ ତାହା ଭିନ୍ନ କଥା ହେବ ।

 

ବିତ୍ତୀୟ ଦାୟିତ୍ଵ ବହନ ଓ ବଜେଟ-ବ୍ୟବସ୍ଥା ଆଇନ୍‍ଟି ପ୍ରକୃତରେ ଏହି କ୍ଷେତ୍ରରେ ଆବଶ୍ୟକ କାର୍ଯ୍ୟଟିକୁ ସାଧନ କରୁଛି । ଏହି ଆଇନ୍‍ଟି ଦ୍ଵାରା ଆମର କି ଲାଭ ହୋଇଛି, ତାହା ଏବେ ମଧ୍ୟ ଅସ୍ପଷ୍ଟ ହୋଇ ରହିଛି; ହୁଏତ କେବଳ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିକୁ ପ୍ରତ୍ୟକ୍ଷ ଭାବରେ ଖୁସୀ କରିବା ଉଦ୍ଦେଶ୍ୟରେ ତାହା କରାଯାଇଛି ତଥା ସେହି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଜରିଆରେ ଅର୍ଥ-କାରବାରର ବଜାର ଓ କେତେକ ଆନୁଷ୍ଠାନିକ ପ୍ରକାରର ଅର୍ଥଲଗାଣକାରୀଙ୍କୁ ମଧ୍ୟ ତଦ୍ଦ୍ଵାରା ପରୋକ୍ଷ ଭାବରେ ଖୁସୀ କରାହୋଇଛି ଏବଂ, ଏହାଦ୍ୱାରା ଏହି କ୍ଷତି ହୋଇଛି ଯେ, ଯଥାସମ୍ଭବ ଅଳ୍ପ ସମୟରେ ଭାରତବର୍ଷରେ ଉତ୍ପାଦନକ୍ଷମ ପୂର୍ଣ୍ଣ କର୍ମନିଯୁକ୍ତିର କାର୍ଯ୍ୟକ୍ରମକୁ ଯୋଗାଇ ଦେବା ନିମନ୍ତେ ଗୋଟିଏ ଫଳପ୍ରଦ ଉପାୟ ଏପର୍ଯ୍ୟନ୍ତ ବି ଉପଲବ୍ଧ ହୋଇନାହିଁ । ତାହା ଫଳରେ, ଷ୍ଟକ୍ ଏକ୍ସଚେଞ୍ଜର ସ୍ଵାର୍ଥସାଧନ କରାଯାଇ ଏହି ଆଇନ୍‍ଟି ଦ୍ଵାରା ଦରିଦ୍ର ଓ କର୍ମନିଯୁକ୍ତିହୀନ ମାନଙ୍କର ସ୍ଵାର୍ଥକୁ ଯଥାର୍ଥରେ ବିକି ହିଁ ଦିଆଯାଇଛି । ଭାରତୀୟ ବଜାରରେ ଷ୍ଟକ୍-ମୂଲ୍ୟ ଗୁଡ଼ିକ ତ ଖୁବ୍ ଅଳ୍ପ ସଂଖ୍ୟକ କେତେକ ଅନୁଷ୍ଠାନୀୟ ପୁଞ୍ଜିଲଗାଣକାରୀଙ୍କର ଫାଇଦା ହେବାର ସମ୍ଭାବନା ଅନୁସାରେ ନିରନ୍ତର ଏପାଖ ସେପାଖ ହେବାରେ ଲାଗିଥାଏ । ଅଭ୍ୟନ୍ତରର ପୁଞ୍ଜିଲଗାଣକାରୀମାନେ ଏଣେ ସରକାରଙ୍କର ଘୋଷିତ ପ୍ରତିଶ୍ରୁତିଗୁଡ଼ିକ ଦ୍ଵାରା ହିଁ ପ୍ରଭାବିତ ହୁଅନ୍ତି ଏବଂ ବିଦେଶୀ ସେମାନେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଓ ଆଉ କେତେକ ଆନ୍ତର୍ଜାତୀୟ-ଋଣ ମୀମାଂସକଙ୍କ ନିର୍ଦ୍ଦେଶ ଅନୁସାରେ ଆଚରଣ ହିଁ କରୁଥାନ୍ତି । ଏବଂ, କୌଣସି ସରକାର ଯଦି କେବଳ ଉଦାରୀକରଣ ଓ ମୁକ୍ତ ବଜାର ସମ୍ବନ୍ଧୀ ସଂସ୍କାରଗୁଡ଼ିକର କଥା କହୁଥାଏ ଏବଂ ତେଣେ, ଗୋଟିଏ ଦେଶର ଅର୍ଥନୈତିକ ସୁସ୍ଥତା ତଥା ଶକ୍ତିର ଆକଳନ କରିବାର କ୍ଷେତ୍ରରେ ଗୋଟିଏ ସରକାର କେତେ ପରିମାଣରେ କରିଥିବା ଋଣଗୁଡ଼ିକୁ ପରିଶୋଧ କରିନାହାନ୍ତି, ତାହାକୁ ହିଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି କହିବାରେ ଲାଗିଥାଏ, ବିତ୍ତୀୟ ଦାୟିତ୍ଵ ବହନର ଆଇନ୍ ସେତିକିବେଳେ ହିଁ ନିର୍ଣ୍ଣାୟକ ଏକ ସଙ୍କେତ ପରି କାର୍ଯ୍ୟ କରେ । ତାହାରି ସଙ୍କେତ ଅନୁସାରେ ଷ୍ଟକ୍ ମାର୍କେଟକୁ ସୂଚାଇ ଦିଆଯାଏ ଯେ, ସଂପୃକ୍ତ ସରକାର ବର୍ତ୍ତମାନ ଆପଣାର ସବା ଆଗର କର୍ତ୍ତବ୍ୟରୂପେ ଷ୍ଟକ୍ ମାର୍କେଟ୍‍ର ପୁଞ୍ଜିଲଗାଣକାରୀ ମାନଙ୍କର ଅବଶ୍ୟ ସ୍ଵାର୍ଥକୁ ରକ୍ଷା କରିବା ଲାଗି ଅଗ୍ରସର ହେବେ ଏବଂ ସେହି ଅନୁସାରେ ଅର୍ଥବ୍ୟବସ୍ଥାର ସ୍ଥିତିଟିକୁ ଠିକ୍ କରିବେ । ତେଣୁ ଦାରିଦ୍ର୍ୟ, ବେରୋଜଗାର ଏବଂ ସେହି କାଟର ସବୁକିଛି ବିଚାର, ଦରିଦ୍ରମାନଙ୍କର ଭାଗ୍ୟର ନିର୍ଣ୍ଣୟ କରୁଥିବା ସେଗୁଡ଼ିକ କମ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚିତ ହୁଏ । ଏହି ଯୁକ୍ତିଟିକୁ ଯଦି କେହି ବହୁ ପରିମାଣରେ ବରଂ ଅସ୍ଵାଭାବିକ ବୋଲି ଭାବୁଥାନ୍ତି, ତେବେ ସିଏ ଅନ୍ତତଃ ୨୦୦୪ ମସିହା ଏପ୍ରିଲ ୩୦ ଓ ମଇ ୩୧ ତାରିଖ ମଧ୍ୟରେ ଭାରତର ଷ୍ଟକ୍ ମାର୍କେଟ୍ (ସେନସେକ୍ସ ଇଣ୍ଡେକ୍‍ସର ଚିତ୍ରଟି) କିପରି ଏକାବେଳେକେ ଏତେ ତଳକୁ ଖସି ଆସିଥିଲା, ସେହି ଘଟଣାଟିକୁ ସ୍ମରଣ କରନ୍ତୁ । ସେତେବେଳେ ଭାରତୀୟ ଜନତାପାର୍ଟିର ନେତୃତ୍ଵରେ ଚାଲିଥିବା ମିଳିତ ସରକାର ନିର୍ବାଚନରେ ହାରିଗଲା ଏବଂ ବାମପକ୍ଷୀ ଦଳଗୁଡ଼ିକୁ ଅନ୍ତର୍ଭୁକ୍ତ କରି କଂଗ୍ରେସ ନେତୃତ୍ଵରେ ଅନ୍ୟ ମିଳିତ ସରକାରଟିଏ କ୍ଷମତାକୁ ଆସିଥିଲା । ସେନସେକ୍‍ସ ରେଖାଙ୍କରେ ଏହି ନାଟକୀୟ ହ୍ରାସ, ଯାହା ସେତେବେଳେ ଘଟିଲା ବିଦେଶୀ ପୁଞ୍ଜିଲଗାଣକାରୀ ଅନୁଷ୍ଠାନମାନେ ସେମାନଙ୍କର ଜମା ପାଣ୍ଠିଗୁଡ଼ିକୁ ପ୍ରତ୍ୟାହାର କରି ନେବାରୁ ହିଁ ପ୍ରାୟ ପୂରାପୂରି ଏପରି ହେଲା, ସେହି ତଳକୁ ଖସିଯିବାର ପ୍ରକ୍ରିୟା ଲାଗି ରହିଥିଲା ଓ ନୂତନ ମିଳିତ ସରକାର ନିଜର ଗୋଟିଏ ଗୋଷ୍ଠୀ ନିଯୁକ୍ତ କଲା ଯିଏକି ସରକାରଙ୍କର ଅର୍ଥନୀତି-କ୍ଷେତ୍ରର ସବୁକିଛି ନିଷ୍ପତ୍ତି ଗ୍ରହଣ କରିବ । ସେହି ଗୋଷ୍ଠୀ ବା କମିଟି ସଂପୂର୍ଣ୍ଣ ଭାବରେ ମୁକ୍ତ ବଜାରର ଆଦର୍ଶଟିର ଅନୁସରଣ କରୁଥିବେ । ତାହାରି ଫଳରେ ହିଁ ଷ୍ଟକ୍ ବଜାରର ସୂଚକ ରେଖାଟି ପୁନର୍ବାର ଉର୍ଦ୍ଧ୍ଵକୁ ଯାଇପାରିଥିଲା । ଅବଧିଟି ମଧ୍ୟରେ ଭାରତବର୍ଷର ଆର୍ଥିକ ପରିସ୍ଥିତିର କ୍ଷେତ୍ରଟିରେ ଆଦୌ ମୌଳିକ କୌଣସି ପରିବର୍ତ୍ତନ ହୋଇନଥିଲା । ହଁ, ବର୍ତ୍ତମାନ କାଳେ ବଜାର ସପକ୍ଷରେ ରହିଥିବା ରାଜନୀତିକ ବ୍ୟକ୍ତିମାନେ କ୍ଷମତାଚ୍ୟୁତ ହୋଇଯିବେ, ସମ୍ଭବତଃ ଖାଲି ସେହି ଚିନ୍ତାଟି ହିଁ ଷ୍ଟକ୍ ବଜାର ନିମନ୍ତେ ଅଶ୍ଵସ୍ତିର ଏକମାତ୍ର କାରଣ ହୋଇଥିଲା । ତେଣୁ, ଆମକୁ ସର୍ବଥା ଏହିଭଳି ବିଚାର କରିବାକୁ ହେବ ଯେ ସେହି ବିତ୍ତୀୟ ଦାୟିତ୍ଵ ଗ୍ରହଣ ଆଇନ୍‍ଟା ଆମ ଦେଶର ବାସ୍ତବ ଅର୍ଥନୀତିଗତ ସ୍ଥିତିର ଆବଶ୍ୟକତା ହେତୁ ନୁହେଁ ମାତ୍ର ଏକ ଖାସ୍ ସତର୍କତା ମୂଳକ ପ୍ରତୀକ ରୂପେ ହିଁ ବିଦ୍ୟମାନ୍ ରହିଥିଲା । ତାହା ଏହି ସତ୍ୟଟିର ଘୋଷଣା କରୁଥିଲା ଯେ, ଆମ ସରକାର ଦେଶର ଷ୍ଟକ୍-ବଜାର ଓ ସେଇଟି ମଧ୍ୟରେ ସଂପୃକ୍ତ ପ୍ରମୁଖ ଅଭ୍ୟନ୍ତରୀୟ ତଥା ବିଦେଶୀୟ ଅଭିନେତାଙ୍କର ହିତରକ୍ଷା ଉପରେ ଅଧିକ ଅଗ୍ରାଧିକାର ଦିଏ; ଦେଶରେ ବାସ କରୁଥିବା ଦରିଦ୍ର ତଥା ନିଯୁକ୍ତି-ବଞ୍ଚିତ ସାଧାରଣଙ୍କର ହିତ ଦିଗରେ ସେତେ ପର୍ଯ୍ୟନ୍ତ କେବେ ଚିନ୍ତା ହିଁ କରେ ନାହିଁ ।

 

ଏପରି ଗୋଟିଏ କ୍ଷତିକାରୀ ଆଇନ୍ ସତ୍ତ୍ୱେ ସରକାରଙ୍କୁ କଦାପି ଅସହାୟ ବୋଲି କୁହାଯାଇ ପାରିବ ନାହିଁ । ସରକାର କେବେହେଲେ କାଗଜନୋଟ୍ ଛାପି ପାରିବନାହିଁ ଅର୍ଥାତ୍ ରିଜର୍ଭ ବ୍ୟାଙ୍କରୁ ଋଣ ଆଣି ପାରିବ ନାହିଁ ସତ, କିନ୍ତୁ ଭାରତୀୟ ସାଧାରଣଙ୍କ ଠାରୁ ଅବଶ୍ୟ କରଜ ଆଣିପାରିବ କିମ୍ବା ବିଶ୍ଵବ୍ୟାଙ୍କ୍, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ତଥା ବିଦେଶର ଏକାଧିକ ବାଣିଜ୍ୟିକ ବ୍ୟାଙ୍କ୍ ମାନଙ୍କରୁ ମଧ୍ୟ ତାହା ଆଣି ପାରିବ । ‘ବଳଶାଳୀ’ ମୁଦ୍ରା ପ୍ରଚଳିତ ଥିବା ବିଦେଶରୁ ଅର୍ଥ ଋଣ କରି ଆଣିବା ଯେ କାହିଁକି ବିପଜ୍ଜନକ ତାହା ପୂର୍ବରୁ ସୂଚାଇ ଦିଆଯାଇଛି । କାରଣ, ସେଥିରେ ବହୁତ ସମୟରେ ବିଦେଶୀ ମୁଦ୍ରା ବିନିମୟ ସଂକ୍ରାନ୍ତୀୟ ସଂକଟ ଏବଂ କରଜ ବକେୟା ରହିଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇପାରେ । ଏବଂ, ଏଥିରେ ଏକ ରାଜନୀତିକ ବିପଦ ଘଟିବାର ବି ସମ୍ଭାବନା ରହିଥାଏ । କରଜ ଆଣିଥିବା ଦେଶର ସରକାର ଋଣ କରି ଆଣିଥିବା ଟଙ୍କାକୁ କିଭଳି ଖର୍ଚ୍ଚ କରିବେ, ସେହି ବିଷୟରେ ନିଷ୍ପତ୍ତି ଗ୍ରହଣ କରିବାର କ୍ଷେତ୍ରରେ ମଧ୍ୟ କେତେକ ବୃହତ୍ କରଜଦାତା ବେଶ୍ ପ୍ରଭାବ ପକାଇପାରନ୍ତି । ଅର୍ଥାତ୍ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଓ ବିଶ୍ଵ-ବ୍ୟାଙ୍କ୍ ଭାରତ ସରକାରଙ୍କ ଉପରେ ନିଜର ‘ସର୍ତ୍ତଗୁଡ଼ିକୁ’ ଆଣି ଲଦି ଦେଇ ପାରନ୍ତି । ଏପରିକି, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ତଥା ବିଶ୍ଵ ବ୍ୟାଙ୍କର ଧିସାଟି ଅନୁସାରେ ବିଦେଶସ୍ଥ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ମଧ୍ୟ ବେଶ୍ ନାଚି ପାରନ୍ତି । ଏବଂ ପ୍ରଧାନତଃ ଘରୋଇ କ୍ଷେତ୍ରଟି ଯେ ନୂତନ କର୍ମ ନିଯୋଗ ମାନ ସୃଷ୍ଟି କରିବାର କାର୍ଯ୍ୟଟିର ଦାୟିତ୍ଵ ନେଉ, ସେମାନେ ହୁଏତ ତାହାକୁ ହିଁ ଅଧିକ ଉଚିତ ବୋଲି ବିବେଚନା କରିବେ । ଅବଶ୍ୟ, ଗୋଟିଏ ପକ୍ଷରେ ଏହିଭଳି ବିଚାରଟିଏ କରୁଥିବେ ଏବଂ ତେଣେ ବିଦେଶୀ କରଜର ପରିମାଣଟି ବି ଅତିକାୟ ହେବାରେ ଲାଗିଥିବ, ସେପରି ଏକ ସ୍ଥିତିରେ ଆମ ଦେଶରେ ଆମର ଆବଶ୍ୟକତା ଗୁଡ଼ିକ ନିମନ୍ତେ ଅନୁକୂଳ ଏବଂ ମୁକ୍ତ ବିକାଶର ବାଟଟିଏ ଗ୍ରହଣ କରିଯାଉଛି ଏବଂ ଆମର ଜାତୀୟ ସମ୍ମାନଟା ମଧ୍ୟ ଅକ୍ଷୁଣ୍ଣ ରହିଛି ବୋଲି ପ୍ରକୃତରେ କିପରି କୁହାଯାଇ ପାରିବ ? ତେଣୁ, ନିଷ୍ପର୍ଷ ହେଉଛି ଆମ ଦେଶର ଜନସାଧାରଣଙ୍କ ଉପରେ ଆସ୍ଥା ରଖି ଏବଂ ଆଭ୍ୟନ୍ତରୀଣ ବଜାର ଉପରେ ନିର୍ଭର କରି ହିଁ ଆମେ ଅପେକ୍ଷାକୃତ ଏକ ଅଧିକ ଭଲ ପଥ ଗ୍ରହଣ କରି ପାରିବା ।

 

ଏହି କ୍ଷେତ୍ରରେ ସର୍ବୋତ୍ତମ ସମାଧାନଟି ଏପରି ହୁଏତ ହେବ ଯେ, ଆମର ଏଠାରେ ଚଳୁଥିବା ଆଇନ୍‍ମାନଙ୍କରେ ଏକ ସଂଶୋଧନ ହେବ ଏବଂ ରିଜର୍ଭ ବ୍ୟାଙ୍କ୍‍ରୁ ଋଣ ଆଣିବା ପାଇଁ ସରକାରଙ୍କୁ ଅନୁମତି ଦିଆଯିବ । ମାତ୍ର, ସେହି କ୍ଷେତ୍ରରେ ଗୋଟିଏ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସର୍ତ୍ତ ମଧ୍ୟ ରହିବ । ସରକାର ଗୋଟିଏ ସ୍ଵତନ୍ତ୍ର ଖାତାରେ ଉକ୍ତ ଋଣକୁ ଆଣିବେ ଏବଂ ପ୍ରାପ୍ତ ସେହି ଅର୍ଥରାଶିକୁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ସିଧା କେବଳ ପଞ୍ଚାୟତମାନେ ହିଁ ପାଇପାରିବ । ପଞ୍ଚାୟତମାନେ ଅନ୍ୟ କୌଣସି ବାବତରେ ତାହାକୁ ଖର୍ଚ୍ଚ କରି ପାରିବେ ନାହିଁ, ଏବଂ ପଞ୍ଚାୟତଠାରୁ କୌଣସି ଉଚ୍ଚତର ସ୍ତରରେ ରହିଥିବା ସରକାରଙ୍କର କୌଣସି ସଂସ୍ଥା ମଧ୍ୟ ସେହି ଧନର ବ୍ୟବହାର କରି ପାରିବ ନାହିଁ । ପ୍ରକୃତରେ ଏହିପରି ଭାବରେ ହିଁ ସବୁଠାରୁ ଅଧିକ ଫଳଦାୟକ ଭାବରେ ଭାରତବର୍ଷ ସକାଶେ ପୂର୍ଣ୍ଣ କର୍ମନିଯୁକ୍ତିର ଏକ ଯୋଜନାକୁ ଆଶୁ କ୍ରିୟାଶୀଳ କରାଯାଇ ପାରିବ । ଏବଂ, ଯୁଗପତ୍ ଭାବରେ ଆନୁଷଙ୍ଗିକ ରୂପେ କେନ୍ଦ୍ର, ରାଜ୍ୟ ସମୂହ ତଥା ନଗର-ପଞ୍ଚାୟତ, ଏପରିକି ତିନି ସୋପାନରେ ସ୍ଵକୀୟ କ୍ଷମତା ମାନ ରହିଥିବା ଏକ ଶାସନଧାରାର ସୃଷ୍ଟି କରାଯାଇ ପାରିବ । ଆମ ଦେଶର ସମ୍ବିଧାନରେ ପୂର୍ବରୁ ହିଁ ଏହିପରି ପଦ୍ଧତିଟିଏ ସ୍ଥାନ ପାଇଛି ମାତ୍ର, ସେଇଟିକୁ ବାସ୍ତବରେ ଚଳାଇବାକୁ ହେଲେ ଯେଉଁ ଅର୍ଥସଂକ୍ରାନ୍ତୀୟ ବ୍ୟବସ୍ଥାଟି ଦରକାର, ସେଇଟି ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ପୂର୍ବ ଅଧ୍ୟାୟରେ ଯେପରି ଉଲ୍ଲେଖ କରାଯାଇଛି, ଏହି ପ୍ରକାରର ପ୍ରସ୍ତାବଟିଏ ଅଣା ହେଲେ ନାନାବିଧ ନ୍ୟସ୍ତସ୍ଵାର୍ଥ ତାହାର ପ୍ରତିରୋଧ କରି ବାହାରିବେ; ରାଜନୀତିକ ଦଳ ନିର୍ବିଶେଷରେ ପ୍ରତିରୋଧ ବ୍ୟକ୍ତ କରାଯିବ ସତ; କିନ୍ତୁ ଥରେ ରାଜନୀତିକ କର୍ମତାଲିକା ମଧ୍ୟରେ ଆସିଯାଇପାରିଲେ ତାହା କଦାପି ଅବାସ୍ତବ ବୋଲି ଆଦୌ ସିଦ୍ଧ ହେବନାହିଁ । ସର୍ବୋପରି ଭାରତବର୍ଷର ଦରିଦ୍ର ଜନଗଣଙ୍କର ଅଧିକାଂଶ ହିଁ ଏହି କାର୍ଯ୍ୟକ୍ରମଟି ଦ୍ଵାରା ସେମାନଙ୍କର ଅବଶ୍ୟ କଲ୍ୟାଣ ହେବ ବୋଲି ଉପଲବ୍‍ଧି କରିବେ, ସେଇଥିରୁ ହିଁ ତାହା ପ୍ରାୟ ଏକ ଅପ୍ରତିରୋଧ ଶକ୍ତି ଲାଭ କରିବ । ଏବଂ, ଏକ ଗଣତନ୍ତ୍ରୀୟ ବ୍ୟବସ୍ଥାରେ କୌଣସି ରାଜନୀତିକ ଦଳ କଦାପି ସେଇଟିକୁ ଅପେକ୍ଷା କରି ପାରିବ ନାହିଁ ।

 

ତଥାପି, ବିତ୍ତୀୟ ଦାୟିତ୍ଵ ଓ ବଜେଟ-ପରିଚାଳନା ଆଇନର ସଂଶୋଧନ କରିବା ଲାଗି ପ୍ରସ୍ତାବିତ ଏହି ସମାଧାନଟିକୁ ପୂର୍ବରୁ ସୂଚିତ ହୋଇ ସାରିଥିବା ଏକାଧିକ କାରଣରୁ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିବ । ସେହି କାରଣରୁ ସେଇଟିକୁ କାର୍ଯ୍ୟକାରୀ କରିବା ଅତ୍ୟନ୍ତ ସମୟସାପେକ୍ଷ ତଥା କଷ୍ଟକର ମଧ୍ୟ ହେବ । ତେଣୁ ସେହି ଆଦର୍ଶ ସମାଧାନଟିକୁ ତଥାପି ଦୃଷ୍ଟିରେ ରଖି ଆମେ ଏକ ଦ୍ଵିତୀୟ ସର୍ବୋତ୍ତମ ସମାଧାନର କଥା ମଧ୍ୟ ଚିନ୍ତା କରିପାରିବା । ତାହାର ପ୍ରଧାନ ଧନାତ୍ମକ ଦିଗଟି ହେଉଛି ଯେ, ବର୍ତ୍ତମାନ ମହଜୁଦ ରହିଥିବା ପ୍ରବିଧିଗତ ଏବଂ ରାଜନୀତିକ ଢାଞ୍ଚା ମଧ୍ୟରେ ଥିବା ନାନା ପ୍ରତିବନ୍ଧକ ସତ୍ତ୍ୱେ ସେଇଟିକୁ ସାଙ୍ଗେ ସାଙ୍ଗେ ହିଁ ଗ୍ରହଣ କରାଯାଇ ପାରିବ । ଏହି ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କରୁ ଯଥେଷ୍ଟ ଅର୍ଥରାଶିର କରଜ ଆଣିବା ନିମନ୍ତେ ଯଦି ସରକାରଙ୍କୁ ଅନୁମତି ନ ଦିଆଯାଏ, ତେବେ ସିଏ ସ୍ଵତନ୍ତ୍ର ସରକାରୀ ସୁରକ୍ଷାମାନ ଦେଇ ଏକ ନିର୍ଦ୍ଦିଷ୍ଟ ସୁଧ ହାରରେ ଜନସାଧାରଣଙ୍କ ପାଖରୁ ମଧ୍ୟ ଋଣ ଆଣିପାରିବେ । ବର୍ତ୍ତମାନର ପରିପ୍ରେକ୍ଷୀରେ ଏକାକୁ ହିଁ ‘ବଜାରରୁ ଋଣ ଉଠାଇବା’ର ସମବାଚୀ ରୂପେ ଖୁବ୍ ଅର୍ଥ କରାଯାଇ ପାରିବ । ତଥାପି, ଆନ୍ତର୍ଜାତିକ ମୁଦ୍ରା-ପାଣ୍ଠି ଓ ବିଶ୍ଵବ୍ୟାଙ୍କ୍‍ର ପ୍ରଭାବ ଭିତରେ ରହି ଭାରତବର୍ଷର ସାଂପ୍ରତିକ ଅର୍ଥବ୍ୟବସ୍ଥାରେ ଯେଉଁ ରକ୍ଷଣଶୀଳତା ରହିଛି, ସେଇଟି ରହିଥିଲେ ମଧ୍ୟ ଘରୋଇ ଭାବରେ ଅବଶ୍ୟ ଋଣ ପଠାଇବା ସମ୍ଭବ ହୋଇ ପାରିବ । ଉକ୍ତ ସଙ୍ଗଠନମାନେ ଯେଉଁସବୁ ସର୍ତ୍ତଚୟକୁ ଆଣି ଲଦିବାକୁ ଇଚ୍ଛା କରିବେ, ସେଗୁଡ଼ିକର ବାହାରେ ରହି ନିଜର ନିଷ୍ପତ୍ତି ଗ୍ରହଣ କରିବା ହିଁ ଆମର ସ୍ଵାଧୀନତା ନିମନ୍ତେ ପ୍ରକୃତରେ ଅତ୍ୟନ୍ତ ଜରୁରୀ ବୋଲି କହିବାକୁ ହେବ । ପୁନଶ୍ଚ, ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜ ଓ ପୁଞ୍ଜି ଲଗାଣକାରୀ ସଂଗଠନ ଗୁଡ଼ିକ ମଧ୍ୟରେ ଲାଗିରହିଥିବା ଦଉଡ଼ିଟିକୁ ମଧ୍ୟ ତାହା ଦୁର୍ବଳ କରି ଆଣିବ ଏବଂ ସରକାରଙ୍କୁ ଦରିଦ୍ର ମନୁଷ୍ୟମାନଙ୍କର ଅନୁକୂଳ ହେଉଥିବା ପୂର୍ଣ୍ଣ ନିଯୁକ୍ତିର ନୀତିଟିଏ ଗ୍ରହଣ କରିବା ଦିଗରେ ଅଧିକ ଅବକାଶ ଯୋଗାଇଦେଇ ପାରିବ । ଏକ ସୁଧହାର ସହିତ ଲୋକସାଧାରଣଙ୍କ ଠାରୁ ଋଣ ଆଣିବା ଦ୍ଵାରା ଅବଶ୍ୟ ସାଧାରଣ ଋଣଗ୍ରହଣର ଆଉ ଏକ ବୋଝର ସୃଷ୍ଟି ହେବ । ତତ୍ତ୍ଵତଃ, ଯେପର୍ଯ୍ୟନ୍ତ ସାଧାରଣ ଜନଗଣଙ୍କର ସରକାରଙ୍କ ଉପରେ ଯଥେଷ୍ଟ ବିଶ୍ଵାସ ଅଛି ଓ ତେଣୁ ସେମାନେ ସରକାରୀ ସୁରକ୍ଷା ଥିବା ଋଣପତ୍ରଗୁଡ଼ିକୁ କିଣୁଛନ୍ତି, ତେବେ ଆଉ ଅଧିକ ସୁରକ୍ଷା-ପତ୍ର ନଦେଇ ମଧ୍ୟ ସରକାର ସେପରି କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ନିଶ୍ଚୟ ସେମାନଙ୍କଠାରୁ ଋଣ ପାରିବେ । ହଁ, ଯଦି ପୂର୍ଣ୍ଣ କର୍ମନିଯୁକ୍ତି ହାସଲ ହେବା ପର୍ଯ୍ୟନ୍ତ ଏହିପରି ଭାବରେ ସାଧାରଣଙ୍କଠାରୁ କରଜ ଅଣାଯିବା ଦ୍ଵାରା ଅର୍ଥନୀତି-କ୍ଷେତ୍ରର ବୁଦ୍ଧିଜୀବୀମାନେ ଅପ୍ରସନ୍ନତା ପ୍ରକାଶ କରନ୍ତି, ତେବେ ଆମକୁ ବରଂ ଯୁକ୍ତରାଜ୍ୟ ଆମେରିକାରେ ଅନୁସୃତ ସେହି ପ୍ରଖ୍ୟାତ ମାର୍ଗଟିକୁ ସମ୍ଭବତଃ ଗ୍ରହଣ କରିବାକୁ ପଡ଼ିବ ।

 

ବାସ୍ତବ କାହାଣୀଟିରୁ ଜଣାଯାଉଛି ଯେ, କରଜ ଅର୍ଥ ଆଣି ସାଧାରଣ ହିତକାରୀ କାର୍ଯ୍ୟମାନଙ୍କରେ ଲଗାଇବାର ଅଭିପ୍ରାୟରେ ସରକାର ଋଣ ଉଠାଇବାର ଏହି ଯେଉଁ ପ୍ରଣାଳୀଟି, ଅନ୍ତତଃ ବିଗତ ଚଉଠ ଶତାବ୍ଦୀ ହେଲା ଆନ୍ତର୍ଜାତିକ କ୍ଷେତ୍ରରେ ବଜାର ଅର୍ଥକାରବାରର ବୃହତ୍ତମ ସମର୍ଥକ ଆମେରିକା ଯୁକ୍ତରାଜ୍ୟ ହିଁ ଠିକ୍ ସେହି ପନ୍ଥାଟିକୁ ହିଁ ଅନୁସରଣ କରିଛି । ବର୍ତ୍ତମାନ ଏହି ଗତ କୋଡ଼ିଏ ବର୍ଷକୁ ହିସାବ କରି ଯୁକ୍ତରାଜ୍ୟ ଆମେରିକାକୁ ହିଁ ପୃଥିବୀରେ ସବୁଠାରୁ ଅଧିକ କରଜ କରିଥିବା ଗୋଟିଏ ଦେଶ ବୋଲି କୁହାଯାଇ ପାରିବ । ସେହି ଦେଶର ଆମଦାନୀ–ପରିମାଣ ତା’ର ରପ୍ତାନୀ-ପରିମାଣ ଠାରୁ ପ୍ରକୃତରେ ବହୁତ ଅଧିକ ଏବଂ, ବର୍ତ୍ତମାନ ସ୍ଥିତିଟି ଯେଉଁଭଳି ରହିଛି, ଆମେରିକା ବାହାରୁ ଆମଦାନୀ କରୁଥିବା ଦ୍ରବ୍ୟ ଓ ସେବା ବାବତର ଅର୍ଥପରିମାଣକୁ କଦାପି ନିଜହାତରୁ ଦେଇ ପାରିବ ନାହିଁ । ତେଣୁ, ଇହାଦେ ଆମେରିକା ନାନା ଭଳି ସରକାରୀ କାଗଜ, ଟ୍ରେଜେରି ବିଲ୍ ତଥା କରଜ ସଂକ୍ରାନ୍ତୀୟ କେତେ ଚୁକ୍ତିନାମାରେ ହିଁ କାମ ଚଳାଉଛି । ଜର୍ମାନୀ, ଜାପାନ, ପେଟ୍ରୋଲିଅମ କାରବାର କରୁଥିବା ଉପସାଗର ଅଞ୍ଚଳର ଧନୀ ଦେଶଗୁଡ଼ିକ ଏବଂ ସଂପ୍ରତି ଚୀନ ପ୍ରଭୃତି ଅଧିକା ରପ୍ତାନୀ କରୁଥିବା ଦେଶମାନେ ହିଁ ଅଧିକତମ ସ୍ଥଳରେ ସେହି କାଗଜଗୁଡ଼ିକୁ କ୍ରୟ କରୁଛନ୍ତି । ଉକ୍ତ ଦେଶଗୁଡ଼ିକ ପ୍ରଧାନତଃ ଆମେରିକାକୁ କରଜ ଦେଉଛନ୍ତି । ଆମେରିକାର ଡଲାର ମୁଦ୍ରା ଉପରେ ଆସ୍ଥା ରହିଥିବା ଯାଏ ଏହି ଦେଶମାନ ନିଶ୍ଚୟ ତାକୁ ଋଣ ଦେବେ ଏବଂ ସେହି ଆୟତନର ଅନ୍ୟ କୌଣସି ଦେଶ ପ୍ରଦାନ କରୁଥିବା ଚୁକ୍ତି-କାଗଜମାନ ଏହି କ୍ଷେତ୍ରରେ ସମ୍ଭବ ହେବନାହିଁ । ଆମେରିକାର ଡଲାରମୁଦ୍ରା ଉପରେ ସେମାନଙ୍କର ଏହି ଯେଉଁ ଆସ୍ଥାଟି, ଆଉ ଏକ ବାସ୍ତବ ସତ୍ୟ ଦ୍ଵାରା ମଧ୍ୟ ତାହା ଖୁବ୍ ବଳ ପାଇଛି ଯେ, ଯୁକ୍ତରାଜ୍ୟ ଆମେରିକା ବର୍ତ୍ତମାନ ପୃଥିବୀରେ ଏକମାତ୍ର ଏପରି ଏକ ସମରଶକ୍ତି ରୂପେ ପ୍ରତିଷ୍ଠା ଲାଭ କରିଛି ଓ ଇଉରୋପୀୟ ଇଉନିଅନ, ଜାପାନ ଓ ତେଲ ଦ୍ଵାରା ଧନାଢ଼୍ୟ ଉପସାଗରର ଦେଶମାନେ ସମସ୍ତେ ସାମରିକ ସକଳ ସମ୍ବନ୍ଧ ତଥା ସ୍ଥିତିଗୁଡ଼ିକର କ୍ଷେତ୍ରରେ ସେହି ଆମେରିକା ଉପରେ ନିର୍ଭର କରୁଛନ୍ତି । ଆପଣାର ଅର୍ଥନୀତି-କ୍ଷେତ୍ରରେ ହାସଲ କରିଥିବା ଶକ୍ତିଶାଳିତା ନୁହେଁ, ଆମେରିକାର ସାମରିକ ଉତ୍କର୍ଷ ଉପରେ ହିଁ ବର୍ତ୍ତମାନ ସେହି ଦେଶର ଅର୍ଥନୈତିକ ଶକ୍ତି ମଧ୍ୟ ନିର୍ଭର କରୁଛି ।

 

ଭାରତବର୍ଷରେ ମଧ୍ୟ ସରକାରଙ୍କର ଅବଶ୍ୟ ସେହି ସାମର୍ଥ୍ୟ ରହିଛି ଯେ, ଏହିପରି ଏକ ମାର୍ଗରେ ସିଏ ଜାତୀୟ ଆୟତନରେ ପୂର୍ଣ୍ଣ ନିଯୁକ୍ତିର ଯୋଜନାଟିକୁ କାର୍ଯ୍ୟକାରୀ କରିପାରିବେ । ଯୁକ୍ତରାଜ୍ୟ ଆମେରିକାର ତୁଳନାରେ ସେଥିଲାଗି ଆବଶ୍ୟକ ଅର୍ଥ ଯୋଗାଡ଼ କରିବାର କ୍ଷେତ୍ରରେ ମଧ୍ୟ ଭାରତର ଅଧିକ ନିର୍ଭରଯୋଗ୍ୟ ଏକ ଅବକାଶ ରହିଛି । କାରଣ, ଏହି କ୍ଷେତ୍ରରେ ବିଦେଶର ସରକାର ତଥା ସଂସ୍ଥାମାନଙ୍କର ଭାରତୀୟ ଜନଗଣଙ୍କ କଲ୍ୟାଣଗୁଡ଼ିକ ସମ୍ଭବ ହେବା କ୍ଷେତ୍ରରେ ପ୍ରାୟ କୌଣସି ପ୍ରତ୍ୟକ୍ଷ ସଂପୃକ୍ତିଜନିତ ସମସ୍ୟା ହିଁ ନାହିଁ । ବିଦେଶୀ ମୁଦ୍ରା ବିନିମୟର ବଜାରରେ ହଠାତ୍ ଏକ ଆର୍ଥିକ ସଂକଟ ଆସି ସବୁକିଛିକୁ ପଣ୍ଡ କରିଦେବ, ଏହି କ୍ଷେତ୍ରରେ ସେହିଭଳି କୌଣସି ଅବସ୍ଥାକୁ ମଧ୍ୟ ଏଡ଼ି ଦିଆଯାଇ ପାରୁଥିବ, କାରଣ ଭାରତୀୟମାନଙ୍କ ନିମନ୍ତେ ଭାରତୀୟ ଟଙ୍କାକୁ ହିଁ ବୈଧ ମାଧ୍ୟମ ବୋଲି ସ୍ଵୀକାର କରାଯାଇଛି । ସ୍ଥୂଳତଃ, ଏହି କ୍ଷେତ୍ରରେ ଭାରତୀୟ ଅଂଶୀଦାରମାନେ ହିଁ ଅର୍ଥ ଯୋଗାଇ ଦେଉଥିବାର ଭୂମିକାଟିକୁ ଗ୍ରହଣ ମଧ୍ୟ କରିଥିବେ । ଭାରତୀୟ ଅଂଶୀଦାରମାନଙ୍କ ତରଫରୁ ବିଚାର କରି ଦେଖିଲେ ଏହି କଥାଟି ପ୍ରାୟ ସୁନିଶ୍ଚିତ ହୋଇ ରହିଛି ବୋଲି ଦେଖାଯିବ ଯେ, କୌଣସି ଦେଶର ସରକାର ଅଧିକ ଧାର କରି ଦେୟ କରଜ-ପରିମାଣଟିଏ ସୃଷ୍ଟି କଲେ ମଧ୍ୟ ତଥାପି ତା’ ଉପରେ ଲୋକମାନେ ସ୍ଥାପନ କରିଥିବା ବିଶ୍ଵାସରେ କୌଣସି ଆଞ୍ଚ ଆସିବ ନାହିଁ; ସେହି ଅର୍ଥ ସମୁଚିତ ଭାବରେ ଖର୍ଚ୍ଚ ହେଉଥିଲେ ଓ ତଦ୍ଦ୍ଵାରା କର୍ମନିଯୁକ୍ତିମାନ ସମ୍ଭବ ହେଉଥିବା ପର୍ଯ୍ୟନ୍ତ ସେପରି କୌଣସି ବିପଦରେ ସମ୍ଭାବନା ନଥିବ । ହଁ, ତାହା ଫଳରେ ଭିତ୍ତିଭୂମିରେ ଅଧିକ ବିକେନ୍ଦ୍ରୀକରଣ ହେଉଥିବ ଓ ଅଭିବୃଦ୍ଧି ମଧ୍ୟ ଅବ୍ୟାହତ ରହିଥିବ । ଏବଂ, ବଜାର-କାରବାରରେ କ୍ଷିପ୍ର ପ୍ରସାର ଘଟିବା ଦ୍ଵାରା ଲୋକମାନଙ୍କର ଚକ୍ଷୁରେ ସରକାରଙ୍କର ବିଶ୍ଵସନୀୟତା ବୃଦ୍ଧି ପାଉଥିବ । କର୍ମନିଯୁକ୍ତିର ଅଭିବୃଦ୍ଧି ଅର୍ଥପରିଶୋଧ କରିପାରିବାର ସାମର୍ଥ୍ୟ, ଏହି ସବୁକିଛି ସହିତ ସରକାର କରିଥିବା ଋଣଟି ଠାରୁ ଏକ ବୃହତ୍ତର ଆୟତନରେ ସେହି ସବୁକିଛି ସମ୍ଭବ ହେଉଥିବ । ଅର୍ଥାତ୍, ଧାର୍ଯ୍ୟ ସେହି ଲକ୍ଷ୍ୟଗୁଡ଼ିକର ପୂରଣ ନିମନ୍ତେ ଅର୍ଥରାଶିର ବ୍ୟୟ ସମୁଚିତଭାବରେ ହେଉଥିବାଯାଏ କ୍ରମେ ଅଧିକ ସୁଧ ଦେଇ ସରକାରଙ୍କୁ ଅର୍ଥ କରଜ କରିବାକୁ ପଡ଼ିବ ବୋଲି ଭୟ କରିବାର ପ୍ରକୃତରେ କୌଣସି କାରଣ ମଧ୍ୟ ନଥିବ ।

 

ପ୍ରାପ୍ତ ତଥ୍ୟଗୁଡ଼ିକ ମଧ୍ୟ ଏପରି ଦର୍ଶାଇ ପାରିଛନ୍ତି ଯେ, ଆମ ଅର୍ଥନୀତିର ଉତ୍ପାଦନ ସାମର୍ଥ୍ୟକୁ ବଢ଼ାଇବା ନିମନ୍ତେ ସତକୁ ସତ ଅଭିପ୍ରେତ ହୋଇ ରହିଥିବା ସିଧା ବିଦେଶୀ ପୁଞ୍ଜିଲଗାଣ ଗୁଡ଼ିକ ଆଭ୍ୟନ୍ତରୀଣ ବଜାରର ଆକାରଟି ଦ୍ଵାରା ହିଁ ଅପେକ୍ଷାକୃତ ଅଧିକ ଶକ୍ତିଶାଳୀ ଭାବରେ ଆକୃଷ୍ଟ ହେଉଥିବା ପରି ମନେହୁଅନ୍ତି, ଅଳ୍ପ ମଜୁରି ବା ଟିକସ-କ୍ଷେତ୍ରର ରିହାତି ଗୁଡ଼ିକ ତୁଳନାରେ ଭିତ୍ତିଭୂମିର ସେହି ସ୍ତରଟି ଦ୍ଵାରା ଅଧିକ ଆକର୍ଷିତ ହୋଇଥାନ୍ତି । ସିଧା ବିଦେଶୀ ପୁଞ୍ଜିଲଗାଣର ଏହି ପ୍ରକାରଟିକୁ ‘ସବୁଜ-କ୍ଷେତ୍ର’ ପୁଞ୍ଜି-ନିବେଶ ବୋଲି ମଧ୍ୟ କୁହାଯାଇଥାଏ । ଅନ୍ୟାନ୍ୟ ଯେଉଁସବୁ କ୍ଷେତ୍ରରେ ଉତ୍ପାଦନଗତ ସାମର୍ଥ୍ୟରେ ଆଦୌ କୌଣସି ପାର୍ଥକ୍ୟ ନଘଟାଇ ଯେଉଁଗୁଡ଼ିକରେ କେବଳ ଉତ୍ପାଦନ-ସମ୍ବନ୍ଧୀ ମାଲିକାନାକୁ ହିଁ ବଦଳାଇ ଦେଉଥିବା ବିବିଧ କିସମର ‘ବିଭାଗଭିତ୍ତିକ’ ପୁଞ୍ଜିଲଗାଣ ଠାରୁ ସେହି ଅନ୍ୟଟି ଏକ ଅନ୍ୟ କିସମର ହିଁ ହୋଇଥାଏ; ଏପରିକି, ଏହି କ୍ଷେତ୍ରରେ ଖୋଲା ବଜାରରୁ ଅର୍ଥ କରଜ କରି ତାହାର ବିନିଯୋଗ ଦ୍ଵାରା ପୂର୍ଣ୍ଣ କର୍ମ ଯୋଗାଣର କୌଣସି ଯୋଜନାକୁ କାର୍ଯ୍ୟକାରୀ କରିବାର କୌଶଳ ତଥା ସିଧା ବିଦେଶୀ ପୁଞ୍ଜିଲଗାଣକୁ ଆକର୍ଷିତ କରୁଥିବା ସେହି ଅନ୍ୟ ମାର୍ଗଟିର ରୀତି ମଧ୍ୟରେ କେତେକ ପରିମାଣରେ ଏକ ପାରସ୍ପରିକ ସମ୍ମିଳନ ମଧ୍ୟ ବେଶ୍ ସମ୍ଭବ ହୋଇପାରେ । ସାଧାରଣ ଅର୍ଥ କାରବାର କ୍ଷେତ୍ରରେ ବର୍ତ୍ତମାନ ଯେଉଁ ରକ୍ଷଣଶୀଳତା ରହିଛି, ଏଇଟି ତା’ ଅପେକ୍ଷା ଏକ ଭିନ୍ନ ରୀତିର ଅନୁସରଣ କରିଥାଏ । ଏଇଟି ହୁଏତ ଦାବି କରିଥାଏ ଯେ, ଭାରତବର୍ଷର ବିଶେଷ ସନ୍ଦର୍ଭଟିରେ କେବଳ ଏକ ଅଧିକ ପରିମାଣର ସୁଧ ସହିତ ହିଁ ସରକାର ବଜାରରୁ ଅଧିକ କୌଣସି ପରିମାଣର କରଜ ଆଣିବେ । ଏହି ଯେଉଁ ଅଧିକ ସୁଧହାରଟି, ତାହା କରଜ ଗ୍ରହଣ କରିବାର ବ୍ୟୟଟିକୁ ମଧ୍ୟ ବଢ଼ାଇ ଦେବ ଏବଂ ତଦ୍ଦ୍ୱାରା ଘରୋଇ ପୁଞ୍ଜିଲଗାଣର ସମ୍ଭାବନାକୁ ତଡ଼ି ବାହାର ବି କରିଦେବ ।

 

ଏହି ଯୁକ୍ତି ଅତ୍ୟନ୍ତ ଅସ୍ପଷ୍ଟ ଏବଂ ସେଥିରେ ବହୁ ସନ୍ଦେହର ଅବକାଶ ମଧ୍ୟ ରହିଯାଉଛି । ବିଶେଷତଃ ଭାରତବର୍ଷରେ ପ୍ରତ୍ୟକ୍ଷ ଅନୁଭବରୁ ଏହାର ଆଦୌ କୌଣସି ଦୃଷ୍ଟାନ୍ତ ମିଳିବ ନାହିଁ । ବିଦେଶୀ ପୁଞ୍ଜିଲଗାଣ ପରି ଘରୋଇ ପୁଞ୍ଜିଲଗାଣ ମଧ୍ୟ ବଜାର ଏବଂ ଭିତ୍ତିଭୂମିଗତ ଅନୁକୂଳତା ଉପରେ ସର୍ବଦା ଅତ୍ୟନ୍ତ ନିର୍ଭରଶୀଳ ହୋଇ ରହିଥାଏ । ଏବଂ, ସେଗୁଡ଼ିକରେ ଏକ ପ୍ରସାର ଘଟାଇବାରେ ଯଦି ଆମ ପୂର୍ଣ୍ଣ କର୍ମଯୋଗାଣର ଯୋଜନାଟି ସଫଳ ହୁଏ, ତେବେ ତାହା ଉଭୟ ଘରୋଇ ପୁଞ୍ଜିଲଗାଣ ଓ ବିଦେଶୀ ପୁଞ୍ଜିଲଗାଣରେ ହ୍ରାସ ଘଟିବା ପରିବର୍ତ୍ତେ ବସ୍ତୁତଃ କେବଳ ଅଭିବୃଦ୍ଧି ହିଁ ଲାଭ କରିବ । ସେହିପରି, ଯଦି ସରକାର କରଜ କରି ଅଧିକ ଖରଚ କରନ୍ତି ଏବଂ ତଦ୍ଦ୍ୱାରା ତାଙ୍କୁ ଅବଶ୍ୟ ବିତ୍ତୀୟ ନିଅଣ୍ଟ ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିବ ଓ ତାହା ମୁଦ୍ରାସ୍ଫୀତିକୁ ଅଧିକ କରିଦେବ ବୋଲି ସେହି ଅନ୍ୟ ଯୁକ୍ତିଟି ପକ୍ଷରେ ମଧ୍ୟ ଭାରତବର୍ଷରେ ସମର୍ଥକ କୌଣସି ଦୃଷ୍ଟାନ୍ତ ମିଳିବ ନାହିଁ । କାରଣ, ବିକ୍ରି ଦର ନ ବଢ଼ି ଦ୍ରବ୍ୟ ଉତ୍ପାଦନ ଏବଂ ସେବା କ୍ଷେତ୍ରର ବୃଦ୍ଧି ଫଳରେ ଚାହିଦା ମଧ୍ୟ ବଢ଼ିବ ଏବଂ ତେଣୁ ପ୍ରକୃତ ଅର୍ଥନୀତିଟି ତଦ୍ଦ୍ଵାରା ଅତ୍ୟନ୍ତ ସକାରାତ୍ମକ ଭାବରେ ନିଜକୁ ଅବଶ୍ୟ ଅନୁକୂଳିତ ମଧ୍ୟ କରି ପାରୁଥିବ । ଗତ ଅଧ୍ୟାୟଟିରେ ଦର୍ଶଯାଇଛି ଯେ, ପ୍ରକୃତ ଅର୍ଥ ବ୍ୟବସ୍ଥାର କ୍ଷେତ୍ରରେ ରହିଥିବା ପ୍ରସାରଗତ ସାମର୍ଥ୍ୟ ଟି ହିଁ ଏହାକୁ ନିଶ୍ଚୟ ସମ୍ଭବ କରିପାରିବ । ଅଧିକ ଦ୍ରବ୍ୟ-ଉତ୍ପାଦନ ତଥା ସେବାକୁ ସମ୍ଭବ କରି ପ୍ରକୃତ ଅର୍ଥନୀତି ବେଶ୍ ବହୁତ ପରିମାଣରେ ପୂର୍ଣ୍ଣ କର୍ମନିଯୁକ୍ତି ଯୋଜନାଟିର ଆହ୍ଵାନଗୁଡ଼ିକର ସମ୍ମୁଖୀନ ହୋଇପାରିବ ବୋଲି ଖୁବ୍ ମନେ ହେଉଥିବାରୁ, ଉପସ୍ଥିତ ଉଦ୍ଦେଶ୍ୟଟିକୁ ପୂରଣ କରିବାରେ ଅର୍ଥ ସମ୍ପର୍କୀୟ ଅନୁଷ୍ଠାନ ଗୁଡ଼ିକୁ ପୁନଃସଙ୍ଗଠିତ କରାଇ ନେବା ଦ୍ଵାରା ହିଁ ଯୋଜନାଟି ପାଇଁ ଆବଶ୍ୟକ ଅର୍ଥର ମଧ୍ୟ ଯୋଗାଡ଼ ହୋଇଯିବ ।

 

ଋଣ ଆଣିବାର ସୁଯୋଗରେ ବୃଦ୍ଧି ସାଧନ କରି ରିଜର୍ଭବ୍ୟାଙ୍କରୁ ମୁଦ୍ରା ଆଣି ଅର୍ଥକ୍ଷେତ୍ରରେ ଆବଶ୍ୟକ ପୁନର୍ଗଠନ ସମ୍ଭବ କରିବାର ଏହି କାର୍ଯ୍ୟରେ ସରକାର ଯେଉଁ ବାଧାଟିର ହୁଏତ ସମ୍ମୁଖୀନ ହେବେ, ସେଇଟି ସୁନିଶ୍ଚିତ ଭାବରେ ସାଧାରଣ ବିତ୍ତୀୟ କ୍ଷେତ୍ରରେ ଏବେ ରହିଥିବା ସୈଦ୍ଧାନ୍ତିକ ରକ୍ଷଣଶୀଳତାରୁ ହିଁ ଜନ୍ମଲାଭ କରିବ । ମାତ୍ର, ତଥାପି ଅର୍ଥବ୍ୟବସ୍ଥାର କ୍ଷେତ୍ରରେ ଏହି ସିଦ୍ଧାନ୍ତଗତ ରକ୍ଷଣଶୀଳତା ପଛରେ ପ୍ରକୃତରେ କୌଣସି ସମୀଚୀନତା ହିଁ ନଥାଏ ବରଂ ଅତ୍ୟନ୍ତ ଶକ୍ତିଶାଳୀ ହୋଇ ରହିଥିବା ନାନାବିଧ ନ୍ୟସ୍ତ ସ୍ଵାର୍ଥ ହିଁ ତାହାକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସମର୍ଥନ କରିବାରେ ଲାଗିଥାନ୍ତି । ଗୋଟିଏ ସରକାର ସାଧାରଣ ସ୍ଵାର୍ଥଦୃଷ୍ଟିରୁ ଏକ ବୃହତ୍ତର ଆର୍ଥିକ ଭୂମିକା ଗ୍ରହଣ କରିବା ବିଷୟରେ ସାଧାରଣତଃ ନୀତିଗତ କୌଣସି ଆଦର୍ଶର ଦୃଷ୍ଟିରୁ ଯେଉଁ ବିରୋଧଟିର ପ୍ରଦର୍ଶନ କରାହୁଏ, ମୁଖ୍ୟତଃ ତାହା ହିଁ ଏହି ସବୁକିଛି ସ୍ଵାର୍ଥର ପଛରେ ରହି ଦିଗ ମୋଡ଼ିବାରେ ଲାଗିଥାଏ । ପ୍ରତ୍ୟକ୍ଷ ଭାବରେ ଏକାଧିକ ଅନୁଷ୍ଠାନ ମାଧ୍ୟମରୂପେ କାର୍ଯ୍ୟ କରି ତାହାର ପ୍ରଚାର କରନ୍ତି ଏବଂ ଯୁକ୍ତରାଜ୍ୟ ଆମେରିକାର ନେତୃତ୍ଵରେ ପରିଚାଳିତ ରକ୍ଷଣଶୀଳ ଧନୀ ରାଷ୍ଟ୍ର ହିଁ ସେହି ଅନୁଷ୍ଠାନଗୁଡ଼ିକୁ ନିଜର ନିୟନ୍ତ୍ରଣରେ ରଖିଥାନ୍ତି, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ବିଶ୍ଵବ୍ୟାଙ୍କ, ତଥା ବିଶ୍ଵ-ବାଣିଜ୍ୟସଂସ୍ଥା ଭଳି ସଂସ୍ଥାଗୁଡ଼ିକୁ ଆଖିଆଗରେ ରଖି ହିଁ ଏଠାରେ ସେକଥାଟିକୁ କୁହାଯାଉଛି । ଏହି ଅର୍ଥବ୍ୟୟର କ୍ଷେତ୍ରଟିରେ ‘ଆମେ କିଛି କରି ପାରିବା ନାହିଁ, ବୋଲି ନୀତିଟା ଦ୍ଵାରା ପରିଚାଳିତ ହେଉଥିବା ସରକାରମାନେହିଁ ସର୍ବାଧିକ ପରିମାଣରେ ଉଚିତ ନୀତିଟିକୁ ଅବଲମ୍ବନ କରନ୍ତି ବୋଲି ଯୁକ୍ତି ଦର୍ଶାଉଥିବା ସେହି ସିଦ୍ଧାନ୍ତବାଦୀ ରକ୍ଷଣଶୀଳତା ଏକାଧିକ ବିରୋଧ ପ୍ରକଟ କରି ନିଜ ନିଜର ଯୁକ୍ତିଗୁଡ଼ିକୁ ସାଧାରଣତଃ ଉପସ୍ଥାପିତ କରିଥାନ୍ତି । ସେଗୁଡ଼ିକୁ ଏକ ତାଲିକାରେ ଅନ୍ତର୍ଗତ କରି କହିଲେ ଏକ ଦୀର୍ଘ ତାଲିକାଟିଏ ହେବ । ସବୁଠାରୁ ଅଧିକ ପରିମାଣରେ ଏକ ରାଜନୀତିକ ଖୋଲା ବିରୋଧ ପରି ମନେ ହେଉଥିବା ସେମାନଙ୍କର ବ୍ୟକ୍ତବ୍ୟଟା ହେଉଛି ଯେ, ତଦ୍ଦ୍ଵାରା ଗୋଟିଏ ରାଷ୍ଟ୍ର ବ୍ୟକ୍ତିର ସ୍ଵାଧୀନତା ଉପରେ ଯାଇ ହସ୍ତକ୍ଷେପ କରିବ । ଅର୍ଥନୀତିର ଅନ୍ୟ ଦୃଷ୍ଟିକୋଣଟିର କ୍ଷେତ୍ରରେ, ଏକ ଅକୁଶଳ ସାଧାରଣ କ୍ଷେତ୍ର ଏପରି କରି ଆପଣାକୁ ମାତ୍ରାତିରିକ୍ତ ଭାବରେହିଁ ସଂପ୍ରସାରିତ କରି ଦେଉଛି ବୋଲି ଅଭିଯୋଗ କରାଯାଏ, ତଦ୍ଦ୍ୱାରା ଭାବୀ ବଂଶଧରଟା ଉପରେ ଋଣର ଏକ ବୃହତ୍ ବୋଝ ଲଦି ଦିଆଯାଉଛି, ମୁଦ୍ରାସ୍ଫୀତି ଲାଗି ପ୍ରୋତ୍ସାହନ ପ୍ରଦାନ କରାଯାଉଛି, ଅର୍ଥାତ୍, ସାଧାରଣ ପରିଚାଳନା-କ୍ଷେତ୍ରଟି ଉପରେ ଏପରି ଗୋଟିଏ ବୋଝକୁ ନେଇ ଲଦି ଦିଆଯାଉଛି, ଯାହାକୁ ପରିଶୋଧ କରିବା କେବେହେଲେ ସମ୍ଭବ ହେବନାହିଁ । ଭାରତବର୍ଷରେ ମଧ୍ୟ ଭଳି ଭଳି ବେଶରେ ସରକାରଙ୍କର ଆର୍ଥିକ ପୃଷ୍ଠପୋଷକତା ସହିତ ପ୍ରସ୍ତାବିତ ପୂର୍ଣ୍ଣ କର୍ମଯୋଗାଣର ଗୋଟିଏ ଯୋଜନା ସମ୍ପର୍କରେ ଏହି ଅଭିଯୋଗମାନ ଅବଶ୍ୟ କରାଯିବ । ତେଣୁ ସଂକ୍ଷିପ୍ତ ଭାବରେ ଏଠାରେ ମଧ୍ୟ ଆମେ ସେଗୁଡ଼ିକର ଆଲୋଚନା କରିବା; କେବଳ ପୁସ୍ତକଗତ କୌଣସି ସିଦ୍ଧାନ୍ତ ପରି ନୁହେଁ, ଏକ ଖାସ୍ ଭାରତୀୟ ସନ୍ଦର୍ଭଟି ଉପରେ ତାହା କରିବା ।

 

ଯଦି ସତ ଆଖିଗୁଡ଼ିକ ରହିଥାଏ ଏବଂ ଦରିଦ୍ରମାନଙ୍କର କଥା ଶୁଣିବା ଲାଗି ସତ କାନଗୁଡ଼ିକ ମଧ୍ୟ ଥାଆନ୍ତି, ତେବେ ସମ୍ପୂର୍ଣ୍ଣ ସିଧାଭାବେ ଆମେ ଅବଶ୍ୟ ପ୍ରତ୍ୟକ୍ଷ କରି ପାରିବା ଯେ ବ୍ୟକ୍ତି-ସ୍ଵାଧୀନତାର ଖିଲାଫ କରାଯିବା ବିଷୟରେ ଅଭିଯୋଗ ଗୁଡ଼ିକ ପଛରେ ଯେଉଁ ରାଜନୀତିକ ମତଲବଟି ରହିଛି, ତାହାର ପ୍ରକୃତରେ କୌଣସି ପ୍ରାସଙ୍ଗିକତା ନାହିଁ । ଭାରତବର୍ଷରେ ତ ଚତୁର୍ଦ୍ଦିଗରେ କେବଳ ଘୋର ସର୍ବନାଶକାରୀ ଦାରିଦ୍ର୍ୟ ହିଁ ଆମକୁ ବେଷ୍ଟନ କରି ରହିଛି ଏବଂ ଏଠାରେ ଏକତୃତୀୟାଂଶ ମନୁଷ୍ୟ ତୁଚ୍ଛା ଏକ ଅମାନବିକ ଦୀନ ଅବସ୍ଥାରେ ଜୀବନ ବଞ୍ଚିବାରେ ଲାଗିଛନ୍ତି । ଏବଂ, ସେମାନଙ୍କର ବ୍ୟକ୍ତି ସ୍ଵାଧୀନତାର ଦ୍ଵାହି ଦେଇ ସେମାନଙ୍କୁ ଏକ ଜୀବିକାନିର୍ବାହର ସମ୍ଭାବନା ପଥରୁ ବଞ୍ଚିତ କରି ରଖିବା, ତାହା ହେଉଛି ତୁଚ୍ଛା ଗୋଟିଏ ଉଦ୍‍ଭଟ କଥା । ହଁ, ଅନ୍ୟ କୌଣସି ଏକ ଦେଶର କ୍ଷେତ୍ରରେ ହୁଏତ ତାହାର ଚର୍ଚ୍ଚା କରା ଯାଇପାରେ, ମାତ୍ର ଭାରତବର୍ଷ ପାଇଁ ତାହା କଦାପି ପ୍ରାସଙ୍ଗିକ ହେବନାହିଁ । ଏକ ଦ୍ଵିତୀୟ ଧିସାର ଯୁକ୍ତିଦ୍ଵାରା ଦାବି କରାଯାଏ ଯେ, ଯେକୌଣସି ପରିସ୍ଥିତିରେ ସରକାର ଦ୍ଵାରା ପରିଚାଳିତ ଯେକୌଣସି କାରବାର ତୁଳନାରେ ଘରୋଇ ପରିଚାଳନାର ଏକ କାରବାର ଅବଶ୍ୟ ଅଧିକ ଦକ୍ଷତାର ପରିଚୟ ଦେବ ହିଁ ଦେବ । ହଁ, ଏଥିସହିତ ନାନା ସମସ୍ୟା ସର୍ବଦା ଅନ୍ତର୍ଗତ ହୋଇ ରହିଛି । ପ୍ରଥମତଃ, ଏହା ଏକାନ୍ତ ଭ୍ରମପୂର୍ଣ୍ଣ ଭାବରେ ଆରମ୍ଭରୁ ହିଁ ଅନୁମାନ କରି ନେଉଥାଏ ଯେ, ଯାବତୀୟ ଅର୍ଥରେ ଏବଂ ଯାବତୀୟ ସ୍ଥିତିରେ କାରବାରର ସରକାରୀ ଏବଂ ଘରୋଇ ଦୁଇଟି କ୍ଷେତ୍ର ମଧ୍ୟରେ ସର୍ବଦା ଏକ ପ୍ରତିଯୋଗିତା ହିଁ ଲାଗିଥାଏ । ଏକାବେଳେକେ ଏକ ସିଦ୍ଧାନ୍ତ ଦୃଷ୍ଟିରୁ ମଧ୍ୟ ଏଇଟିର କୌଣସି ସତ୍ୟତା ମୋଟେ ନାହିଁ, କାରଣ, ଯେକୌଣସି ଆର୍ଥିକ କାରବାରର କ୍ଷେତ୍ରରେ ଉତ୍ପାଦନର ପ୍ରକୃତ ସ୍ତରଟି ବିଷୟରେ ନିର୍ଦ୍ଦିଷ୍ଟ ଭାବରେ ରେଖାଙ୍କିତ କରିଦେଇ ମୂଳରୁ ଆଦୌ କିଛି ଧାର୍ଯ୍ୟ କରା ଯାଇନଥାଏ, କାରଣ ଚାହିଦା ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ସାଧାରଣତଃ ସେଇଟିରେ ମଧ୍ୟ ସଂପ୍ରସାରଣ ଘଟିବାରେ ଲାଗିଥାଏ । ସାଧାରଣ କ୍ଷେତ୍ରରେ ଅଧିକ ପୁଞ୍ଜି ଲଗାଣ ହେବା ଦ୍ଵାରା ଚାହିଦାର କ୍ଷେତ୍ରଟି ମଧ୍ୟ ପ୍ରସାରିତ ହୁଏ ଏବଂ ଫଳରେ ସଂପୃକ୍ତ କାରବାରଟିରେ ଦ୍ରବ୍ୟ-ଉତ୍ପାଦନ ତଥା ସେବାଦି ସୁଯୋଗର ପରିମାଣ ମଧ୍ୟ ବୃଦ୍ଧିଲାଭ କରେ । ଉତ୍ପାଦନ ତଥା ଆୟ ବୃଦ୍ଧିଲାଭ କରିବା ସହିତ ସଞ୍ଚୟ ମଧ୍ୟ ଅଧିକ ହୁଏ ଏବଂ ଘରୋଇ ପୁଞ୍ଜିଲଗାଣର କୌଣସି ହାନି ନଘଟାଇ ତଦ୍ଦ୍ୱାରା ବେଶ୍ ଅଧିକତର ପରିମାଣରେ ସରକାରୀ ପୁଞ୍ଜିଲଗାଣ ପାଇଁ ମଦ୍ୟ ଅର୍ଥ ଉପଲବ୍ଧ ହୋଇଯାଏ । ବରଂ, ସରକାରୀ ପୁଞ୍ଜିଲଗାଣରେ ବୃଦ୍ଧି ଘଟାଇ ଏକ ବୃହତ୍ତର କାରବାରର ସମ୍ଭାବନା ସୃଷ୍ଟି ହେବା ଦ୍ଵାରା ଅନେକ ସମୟରେ ଘରୋଇ ପୁଞ୍ଜିଲଗାଣ ମଧ୍ୟ ପ୍ରୋତ୍ସାହନ ଲାଭ କରେ । ଏହି କାରଣରୁ ଅନେକ ସମୟରେ ଆମେ ଦେଖିବାକୁ ପାଉ ଯେ ଭାରତବର୍ଷର ବଜାର କ୍ଷେତ୍ରରେ ସରକାରୀ ପୁଞ୍ଜି-ନିୟୋଜନ ଦ୍ଵାରା ଘରୋଇ ପୁଞ୍ଜି-ନିୟୋଜନ ହ୍ରାସ ନଘଟି ତାହା ପ୍ରକୃତରେ ବୃଦ୍ଧି ହିଁ ଲାଭ କରିଥାଏ ।

 

ଘରୋଇ ଓ ସରକାରୀ ଏହି ଦୁଇଟି କ୍ଷେତ୍ର ସର୍ବଦା ଗୋଟିଏ ଆଉ ଗୋଟିଏ ସହିତ ପ୍ରତିଯୋଗିତା କରୁଥାନ୍ତି ବୋଲି ଯେଉଁ ଅନୁମାନଟା କରାଯାଏ, ତାହା ବସ୍ତୁତଃ ଏପରି କହୁଥିବା ଭଳି ହୋଇଥାଏ ଯେ, ଯେତେବେଳେ ସରକାରୀ କ୍ଷେତ୍ର କୌଣସି ଏକ କାରବାର ଭିତରୁ ନିଜକୁ ବାହାର କରିନେବ, ସେତେବେଳେ ସ୍ଵଭାବତଃ ଘରୋଇ କ୍ଷେତ୍ର ହିଁ ତଦ୍ଦ୍ୱାରା ଖାଲି ହୋଇଥିବା ଆର୍ଥିକ ସ୍ଥାନାୟତନଟିକୁ ଅଧିକାର କରିବ । ମାତ୍ର, ଅଧିକାଂଶ ସ୍ଥଳରେ ସେପରି ପ୍ରକୃତରେ ଘଟିବ ନାହିଁ, କାରଣ, ସାଧାରଣ ଦ୍ରବ୍ୟାଦି ସହିତ ସମ୍ବନ୍ଧିତ ଏକାଧିକ ସରକାରୀ କ୍ଷେତ୍ରରେ ଉପକାର ମାନଙ୍କର ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ ଅଂଶକୁ ଘରୋଇ ଲାଭାଂଶରୂପେ ଆଦୌ ଅଧିକାର କରାଯାଇ ପାରିବନାହିଁ । ଉଦାହରଣ ସ୍ୱରୂପ, ଯଦି ସେଥିରେ ନିଯୁକ୍ତ ହୋଇଥିବା ଶ୍ରମିକବର୍ଗଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଶିକ୍ଷା ବା ପ୍ରଶିକ୍ଷଣଗତ ସୁଯୋଗ ପ୍ରଭୃତି ଉପକାର ପ୍ରାପ୍ତ ହୋଇଥିବ, ଅଥବା ବାହ୍ୟ ଭିତ୍ତିଭୂମିରେ ମଧ୍ୟ କିଛି ଉନ୍ନତି ଘଟିଥିବ, ତେବେ ସାଧାରଣତଃ ଉଭୟ ଘରୋଇ ଏବଂ ସରକାରୀ ଆର୍ଥିକ କାରବାରର କ୍ଷେତ୍ର ଯୁଗପତ୍ ଭାବରେ ହିଁ ଉପକୃତ ହେବେ । ଅବଶ୍ୟ, ଏକଥା ମଧ୍ୟ ସତ ଯେ, ଯେତେବେଳେ କୌଣସି ଏକ ଘରୋଇ କାରବାର ଏହି ଉପକାରଗୁଡ଼ିକ ମଧ୍ୟରୁ ଗୋଟିଏ କିଛିକୁ ପ୍ରଦାନ କରୁଥିବ, ତେବେ କେବଳ ଏକ ଘରୋଇ ଲାଭରୂପେ ତାହା ସମୁଦାୟ ସବୁଯାକ ଉପକାରକୁ କଦାପି ନିଜ ପାଇଁ ହାସଲ କରି ପାରିବ ନାହିଁ । ମନେ କରାଯାଉ ଯେ, ଏକ ଘରୋଇ ସଂସ୍ଥାକୁ ଗୋଟିଏ ସରକାରୀ କାରବାର-ସଂସ୍ଥାର ସ୍ଥାନାପନ୍ନ ରୂପେ ଲୋକମାନଙ୍କୁ ଅଧିକ ଉତ୍ତମ ସ୍ୱାସ୍ଥ୍ୟ କିମ୍ବା ଶିକ୍ଷା ଯୋଗାଇ ଦେବାପାଇଁ ଡାକି ଅଣାଗଲା, ସେହି ସ୍ଥଳରେ ଏହିସବୁ ଯୋଗାଇ ଦେବାରେ ପୁଞ୍ଜିଲଗାଣ କ୍ଷେତ୍ରରେ ଆଦୌ କୌଣସି ଭାଗ ନନେଇ ମଧ୍ୟ ଅନ୍ୟ ସଂସ୍ଥମାନେ ବି ଉତ୍ତମ ସ୍ୱାସ୍ଥ୍ୟଯୁକ୍ତ ତଥା ଉତ୍ତମ ଶିକ୍ଷାପ୍ରାପ୍ତ ଶ୍ରମିକମାନଙ୍କୁ ନିଯୁକ୍ତ କରିବାର ଅବଶ୍ୟ ସୁଯୋଗ ପାଇବେ । ଅର୍ଥାତ୍ ଏହିପରି ଭାବରେ ବହୁତ କିଛି ଏପାଖ ସେପାଖ ହୋଇ ଯାଉଥିବ, ବାହ୍ୟ କ୍ଷେତ୍ରରେ ନାନାବିଧ ଅନ୍ୟ ବାସ୍ତବମାନଙ୍କର ବି ସମ୍ମୁଖୀନ ହେବାକୁ ପଡ଼ିବ, ବିଶେଷତଃ ଜଳ, ବିଦ୍ୟୁତଶକ୍ତି, ସର୍ବନିମ୍ନ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଗବେଷଣା ଇତ୍ୟାଦି ଅନେକ ସାଧାରଣ କ୍ଷେତ୍ରୀୟ କ୍ରିୟାଶୀଳତାରେ ଅପରିହାର୍ଯ୍ୟ ଭାବରେ ବହୁତ ଘଟଣା ଘଟୁଥିବ । ଏବଂ, ଘରୋଇ ଲାଭର ଅଭିପ୍ରାୟ ରଖି ଏଗୁଡ଼ିକୁ ଆଦୌ ସନ୍ତୋଷଜନକ ଭାବରେ କାର୍ଯ୍ୟକାରୀ କରି ହେବ ନାହିଁ । ସାଧାରଣ କ୍ଷେତ୍ରର ଦ୍ରବ୍ୟଗୁଡ଼ିକର ପ୍ରୟୋଜନ-ଅବସରରେ ଜଳ କିମ୍ବା ବିଦ୍ୟୁତଶକ୍ତି ପରି ମୌଳିକ ସେବାଗୁଡ଼ିକର ବ୍ୟବସ୍ଥାରେ ଘରୋଇ କାରବାରକୁ ଦାୟିତ୍ଵ ଦେଇଦେବା ଦ୍ଵାରା ଘରୋଇ କାରବାର-ସଂସ୍ଥା ସେତେବେଳେ ବସ୍ତୁତଃ ଏକଚାଟିଆ ଭାବରେ ସବୁ କାର୍ଯ୍ୟ କରିବ ଏବଂ ବାହ୍ୟ ସୁଯୋଗ ଓ ସରଞ୍ଜାମ ଗୁଡ଼ିକୁ ଆପେ ଅଧିକାର କରିବାର ଉଦ୍ଦେଶ୍ୟରେ ତାହା ଅତିରିକ୍ତ ଭାବରେ ଦେୟଗୁଡ଼ିକୁ ବଢ଼ାଇ ବି ଦେବ । ଏହା ତ ଦରିଦ୍ରମାନଙ୍କ ଲାଗି କାଳ ସଦୃଶ ହେବ । ସେବାଟିଏ ନିତାନ୍ତ ଅପରିହାର୍ଯ୍ୟ ଓ ଅତ୍ୟାବଶ୍ୟକ ହୋଇଥିଲେ ମଧ୍ୟ ସେମାନେ ସେଥିପାଇଁ ନିଜର ଦେୟଟିକୁ ଆଦୌ ଦେଇ ପାରିବେ ନାହିଁ । ପୁନଶ୍ଚ, ଏକ ସାଧାରଣ ନିର୍ବାଚନରେ ଲୋକମତ ହାସଲ କରିବାକୁ ଇଚ୍ଛା ପୋଷଣ କରିଥିବା ଯେକୌଣସି ରାଜନୀତିକ ବ୍ୟକ୍ତି ସକାଶେ ମଧ୍ୟ ତାହା ଏକ ବିପର୍ଯ୍ୟୟକୁ ଡାକିନେଇ ଆସିବ । ତେଣୁ, ଅବଶ୍ୟ ମନେରହିବା ଉଚିତ୍ ଯେ ଅର୍ଥଗତ ତଥା ସାମାଜିକ ଭିତ୍ତିଭୂମିର ଅଧିକାଂଶ କ୍ଷେତ୍ରରେ ଏହିପରି ନାନାବିଧ ବାହ୍ୟ ହରକତ୍ ସବୁବେଳେ ହିଁ ରହିଥାଏ । ତେଣୁ, ଏହିସବୁ ଆବଶ୍ୟକ ଭିତ୍ତିଭୂମି ସମ୍ଭବ ହେବ ବୋଲି ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଦେଶୀ ଅଥବା ଦେଶୀ ଘରୋଇ ପୁଞ୍ଜିଲଗାଣ ନିମନ୍ତେ ଅପେକ୍ଷା କରି ରହିବା ଅଥବା ତାହାର ବ୍ୟବସ୍ଥାକୁ କୌଣସି ବହୁଜାତୀୟ ସଂସ୍ଥା ହାତରେ ସମର୍ପଣ କରିଦେବାକୁ ସକଳ ଅବସରରେ ହିଁ ଏକ ଅନୁଚିତ ଅର୍ଥନୀତି ତଥା ଅନୁଚିତ ରାଜନୀତି ବୋଲି କୁହାଯିବ, ଆମ ବଜେଟରେ ନିଅଣ୍ଟ ପରିମାଣରେ କିଛି ଅଧିକ ବୃଦ୍ଧି କରି ବରଂ ଆପେ ହିଁ ତାହାର ଦାୟିତ୍ଵ ଗ୍ରହଣ କରିବା, ତାହାହିଁ ହୁଏତ ଅଧିକ ପ୍ରଶସ୍ତ ହେବ ।

 

ସରକାରୀ ବନାମ ଘରୋଇ କ୍ଷେତ୍ରକୁ ନେଇ ରହିଥିବା ବିତର୍କଟି ଆର୍ଥିକ ଜୀବନକୁ ନେଇ ଆମ କଳ୍ପନାରେ ରହିଥିବା ଏକ ଅସମର୍ଥତାକୁ ମଧ୍ୟ ସୂଚିତ କରି ଦେଉଥାଏ । ଯେତେବେଳେ ଘରୋଇ କ୍ଷେତ୍ରରେ କୌଣସି ବୃହତ୍ ନିଗମ ଆପଣାର କ୍ଷେତ୍ରରେ ଆଦୌ ଦକ୍ଷତାର ପରିଚୟ ଦେଇପାରେ ନାହିଁ, ସେତେବେଳେ ପରିଚାଳନାର ସ୍ତରରେ ଏକ ପରିବର୍ତ୍ତନ ନିଶ୍ଚୟ କରାଯାଇପାରେ (ଅବଶ୍ୟ, ଭାରତବର୍ଷୀୟ ନିଗମନାମକ ସଂସାରରେ କ୍ଵଚିତ ତାହା ପ୍ରକୃତରେ ଘଟିଥାଏ) ଏପରିକି ମାଲିକାନାର ସ୍ତରରେ ମଧ୍ୟ ଏକ ଆଂଶିକ ପରିବର୍ତ୍ତନ କରା ଯାଇପାରେ, କ୍ରୟଅଂଶ ଗୁଡ଼ିକୁ ବିକ୍ରି କରି ସେପରି ସମ୍ଭବ ହୋଇପାରେ । ଅପର ପକ୍ଷରେ ଯେତେବେଳେ ସରକାରୀ କ୍ଷେତ୍ରର କାରବାରଟିଏ ବିଫଳ ହୁଏ, ସେତେବେଳେ ଆମ ଆଗରେ ଏକାଧିକ ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ଥାଏ, କିନ୍ତୁ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଆମେ ଆବଶ୍ୟକ କଳ୍ପନାଶକ୍ତିର ପରିଚୟ ହିଁ ଦେଇ ପାରୁନାହିଁ । ଉଦାହରଣ ସ୍ୱରୂପ, ସେତେବେଳେ ସେହି ଉଦ୍ୟୋଗଟିର କ୍ଷେତ୍ରରେ ପରିଚାଳନା କିମ୍ବା ମାଲିକାନାର ଶ୍ରମିକମାନେ ଭାଗନେଇ ପାରିବା ଭଳି ନାନା ଯୋଜନା ବିଷୟରେ ବିଚାର କରିବାର ଖୁବ୍ ସମ୍ଭାବନା ରହିଥାଏ । ସମ୍ଭାବ୍ୟ ନାନା ଭଳି ଗଠନଗତ ପରିବର୍ତ୍ତନ ଦ୍ଵାରା, ମାଲିକାନା-ସମ୍ପର୍କିତ ଅଧିକାରର ବିଭିନ୍ନ ମାତ୍ରାରେ କିଛି ଆବଶ୍ୟକ ମିଶାଣ ଫେଡ଼ାଣ ଏବଂ ବ୍ୟବହାରଗତ ଅଧିକାରରେ ମଧ୍ୟ କିଛି ବଦଳାଇ ଦେଇ ଦାୟିତ୍ଵବହନରେ ଯେପରି ସବୁରି ଅଂଶ ରହିବ, ସେଥିଲାଗି ବିହିତ ପଦକ୍ଷେପ ଇତ୍ୟାଦି ଗ୍ରହଣ କରାଯାଇପାରେ । ଘରୋଇ କ୍ଷେତ୍ରରେ ସିନା ସେପରି କିଛି ହୋଇପାରେ ନାହିଁ, ସରକାରୀ କ୍ଷେତ୍ରଟି ଆଗରେ ଏହି ସମ୍ଭାବନାମାନ ସର୍ବଦା ଉନ୍ମୁକ୍ତ ହୋଇ ରହିଥାନ୍ତି । ଏହିସବୁ ବିକଳ୍ପମାନଙ୍କୁ ଆବିଷ୍କାର ନକରି ସରକାରୀ ଏବଂ ଘରୋଇ ଏହି ଦୁଇ କ୍ଷେତ୍ରକୁ ହୁଏତ ଏଇଟି ନଚେତ୍ ସେଇଟିର ବିକଳ୍ପନ୍ୟାୟରେ କୌଣସି ମୀମାଂସା କରିବାକୁ ମନ କରିବାକୁ କେବଳ ଆମ କଳ୍ପନାଶକ୍ତିର ଅଭାବ ବୋଲି କହିବାକୁ ହେବ ।

 

ବାସ୍ତବ ଅନୁଭବର ସ୍ତରରେ ସରକାରୀ ଉଦ୍ୟୋଗକ୍ଷେତ୍ରରେ ସର୍ବବିଧ ପ୍ରତ୍ୟେକ ସର୍ବନାଶୀ ବିଫଳତା ଅଥବା ସାମର୍ଥ୍ୟହୀନତାର ଆଲୋଚନା କରୁଥିବା ସମୟରେ ଘରୋଇ କ୍ଷେତ୍ରରେ ମଧ୍ୟ ତତ୍ତୁଲ୍ୟ ବିଫଳତା ଆଡ଼କୁ ଅଙ୍ଗୁଳି-ପ୍ରଦର୍ଶନ କରାଯାଇପାରିବ । ଏନ୍‍ରନ୍ କୋମ୍ପାନୀ ବେଳକୁ ଯାହା ଘଟିଲା, ତାହାକୁ କୌଣସି ପ୍ରକାରେ ପାସୋରି ଦିଆଯାଇ ପାରିବନାହିଁ । ସେହି କ୍ଷେତ୍ରରେ ତ ବରିଷ୍ଠ ଅମଲାତନ୍ତ୍ରୀମାନେ ତଥା ରାଜନୀତିକ ବ୍ୟକ୍ତିମାନେ ସତେ ଅବା ସବୁ ଘ୍ରାଣ କରି ପାରୁଥିଲେ ମଧ୍ୟ କେବଳ ଅନାଇ ରହିଥିଲେ ଏବଂ ନିଷ୍ପତ୍ତି-ଗ୍ରହଣର ସ୍ତରଟିରେ ମୋଟେ କିଛି ବି କଲେ ନାହିଁ । ସେଠାରେ ଯେଉଁ ଅସଫଳତାଟି ଘଟିଲା, ତାହାର ପ୍ରକୃତରେ କୌଣସି ପଟାନ୍ତର ହିଁ ନାହିଁ । ଆମ ଦେଶରେ ଘଟିଥିବା ସରକାରୀ କ୍ଷେତ୍ରୀୟ ଅଭାବର ମନ୍ଦତମ ଦୃଷ୍ଟାନ୍ତ ଗୁଡ଼ିକ ମଧ୍ୟ ତାହା ତୁଳନାରେ ଆଦୌ ସେତେ ନୈରାଶ୍ୟଜନଜ ହେବେ ନାହିଁ । ଯେଉଁ ରାଜନୀତିକ ବ୍ୟକ୍ତି ଏବଂ ଅମଲାତନ୍ତ୍ରୀଗଣ ଏବେ ମଧ୍ୟ ବିଦେଶରୁ ପରାମର୍ଶଦାତା ମାନଙ୍କୁ ଅଣାଯାଉ ଏବଂ ବିଦେଶୀ ଘରୋଇ ପୁଞ୍ଜିଲଗାଣକୁ ବାଟ ଛାଡ଼ି ଦିଆଯାଉ, କାରଣ କେବଳ ତାହାରି ଦ୍ଵାରା ହିଁ ଅଧିକ ଉତ୍ତମ ପରିଚାଳନା ତଥା ବିଜ୍ଞାନ କୌଶଳର ପ୍ରୟୋଗ ସମ୍ଭବ ହେବ ବୋଲି ତଥାପି ଦାବି କରିବାରେ ଲାଗିଛନ୍ତି, ଏନ୍‍ରନ୍‍ର ଉକ୍ତ ଘଟଣାଟି ସେମାନଙ୍କର ଆଖିକୁ ଅବଶ୍ୟ ଖୋଲିଦେଇ ପାରିଥାଆନ୍ତା ।

 

ଭାରତବର୍ଷରେ ଏହି ବିଷୟରେ ବିଧିବଦ୍ଧ ଗମ୍ଭୀରତା ସହିତ ବହୁତ କମ୍ ପ୍ରତ୍ୟକ୍ଷ ଅନୁଭବଯୁକ୍ତ ଅଧ୍ୟୟନ କରାଯାଇଛି । ଏହି କିସମର ସମସ୍ୟାକୁ ନେଇ ଏବେ ଏକ ବେଶ୍ କିଛି ପରିସଂଖ୍ୟାନଗତ ବିଶ୍ଳେଷଣ ମାଧ୍ୟମରେ ଅଧ୍ୟୟନକାରୀ ଶ୍ରୀଯୁକ୍ତ ରାମମୋହନ ଜାଣିବାକୁ ପାଇଛନ୍ତି ଯେ, ୧୯୮୯ ରୁ ୨୦୦୦ ମସିହାର ଦୀର୍ଘମିଆଦଟି ମଧ୍ୟରେ ଦକ୍ଷତାପ୍ରମାଣର ଏକାଧିକ ଅର୍ଥସମ୍ପର୍କୀୟ ଓ ଭୌତିକ ମାନଦଣ୍ଡ ଉପରେ ବିଚାର କଲେ ଘରୋଇ କ୍ଷେତ୍ରଟି ହିଁ ସମଗ୍ରତଃ ଅଧିକ ଭଲ ଫଳ ଦେଖାଇପାରିଛି । ଅବଶ୍ୟ, ବେଶ୍ ଗୋଟିଏ ଆଗ୍ରହୋଦ୍ଦୀପକ କଥା ଯେ,‘ଚରମ ଉଦାରୀକରଣ’ ର (୧୯୯୫-୨୦୦୦) ଏକାବେଳେକେ ଏବର ବର୍ଷ ଗୁଡ଼ିକରେ ସିଏ ସେପରି କୌଣସି ପ୍ରମାଣ ବା ଲକ୍ଷଣ ଦେଖିବାକୁ ପାଇନଥିଲେ, ଯେଉଁଥିରୁ କି ଘରୋଇ କ୍ଷେତ୍ରର ଫଳାଫଳ ତୁଳନାତ୍ମକ ଭାବରେ ଅଧିକ ପ୍ରଶଂସାଯୋଗ୍ୟ ହୋଇଥିଲା । ଏବଂ, ସଂଯୋଗ ବଶତଃ, ଏହି କଥାଟିକୁ ବ୍ୟାଖ୍ୟା ଦେଇ କହୁଥିବା ସମୟରେ ଏପରି କେତୋଟି ସୂଚନା ମଧ୍ୟ ମିଳିଲା, ଯାହାଦ୍ୱାରା କି ଭାରତବର୍ଷ ତୁଳନାରେ ଚୀନଦେଶ ଅଧିକ ସାହସ ପ୍ରଦର୍ଶନ କରି ଅଧିକ ବେଗ ସହିତ ଘରୋଇକରଣର ମାର୍ଗଟିକୁ ଗ୍ରହଣ କରିଛି ବୋଲି କରା ଯାଉଥିବା ବିଶ୍ଵାସଟି ପ୍ରକୃତରେ ଠିକ୍ ନୁହେଁ ବୋଲି ପ୍ରମାଣିତ ବି ହୋଇଗଲା ।

 

କୌଣସି ପ୍ରକାରର ଆଦର୍ଶବାଦୀ ଉଢ଼ୁଆଳ ଭିତରକୁ ଯିବାଲାଗି ମନ ନ କରି ପରଖି ଦେଖିଲେ, ଘରୋଇକରଣ ସମ୍ବନ୍ଧରେ ରହିଥିବା ଅସଲ ସମସ୍ୟାଟି ମଧ୍ୟ ଖୁବ୍ ସରଳ ବୋଲି ବୁଝି ହେବ । କେତେକ ବିଶେଷ ଅନୁକୂଳ ପରିବେଶ ଉପସ୍ଥିତ ରହିଥିବା ବେଳେ ଘରୋଇକରଣ ହୁଏତ ବେଶ୍ ଫଳପ୍ରଦ ହେବ, ଠିକ୍ ଯେପରି କେତେଗୁଡ଼ିଏ ଅନୁକୂଳ ପରିବେଶ ରହିଥିଲେ ସରକାରୀ କ୍ଷେତ୍ରଗୁଡ଼ିକ ମଧ୍ୟ ପ୍ରକୃତରେ ଉପଯୁକ୍ତ ଦକ୍ଷତାର ପରିଚୟ ଦେଇ ପାରିବେ । ଏହି ଯାବତୀୟ ପାରିବେଶିକ ଅବସ୍ଥାରେ ରହିଥିବା ସାମାନ୍ୟ ତଥା ସାଧାରଣ କଥାଟି ହେଉଛି ଯେ, ସରକାରୀ ଅଥବା ଘରୋଇ ଯେଉଁ ପ୍ରକାରର କ୍ଷେତ୍ରଟିଏ ହୋଇଥାଉ ପଛକେ, ତାହାକୁ ଉଚିତ ମାର୍ଗ ଶୃଙ୍ଖଳା ମଧ୍ୟରେ କ୍ରିୟାଶୀଳ କରି ରଖିବା ନିମନ୍ତେ ଆବଶ୍ୟକ ସାମର୍ଥ୍ୟଟିଏ ଥିବା ଏକାନ୍ତ ଆବଶ୍ୟକ । ଏବଂ, ଘରୋଇକରଣର ସମୁଦାୟ ପ୍ରକ୍ରିୟାଟି ଅତ୍ୟନ୍ତ ସଫା ହୋଇ ସଂପୃକ୍ତ ସମସ୍ତଙ୍କର ଗୋଚର ମଧ୍ୟରେ ରହିଥିବା ମଧ୍ୟ ଆବଶ୍ୟକ । ଏବଂ, ତାହାରି ଅନୁସାରେ ହିଁ ଦାୟିତ୍ଵ ତଥା ଉତ୍ତରଦାୟୀ ହୋଇ ରହିବାର ଗାରଗୁଡ଼ିକ ନିର୍ଦ୍ଧାରିତ ହୋଇ ପାରୁଥିବା ଉଚିତ୍ । ପୁନର୍ବାର ଏନ୍‍ରନ୍‍ର ଦୃଷ୍ଟାନ୍ତ ଦେଇ କହିବାକୁ ଗଲେ ଏକ ନିତାନ୍ତ ପକ୍ଷପାତ ପୂର୍ଣ୍ଣ ଭାବନାକୁ ଆଶ୍ରୟ ଦେଇ କିପରି ଯେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ପାରିଲା, ଭାରତ ସରକାର ଏପର୍ଯ୍ୟନ୍ତ ସେଥିଲାଗି ନିର୍ଦ୍ଦିଷ୍ଟ ଭାବରେ କାହାକୁ ଦାୟୀ କରି ପାରିନାହାନ୍ତି । ଏହି ସହଜ କଥାଟିକୁ ଏଡ଼ି ଦେବାକୁ ଚେଷ୍ଟା କରିବା ଏବଂ ସକଳ ପ୍ରସଙ୍ଗକୁ ଏକ ଘରୋଇ ବନାମ ସରକାରୀର ବିତର୍କରୂପେ ଦର୍ଶାଇବା ଲାଗି ଇଚ୍ଛା କରିବା, ତାହାକୁ କେବଳ ଏକ ପଳାୟନବାଦ ବୋଲି କୁହାଯିବ ଓ ତାହା ପଛରେ କୌଣସି ନିର୍ଦ୍ଦିଷ୍ଟ ଅଭିସନ୍ଧି ମଧ୍ୟ ଅବଶ୍ୟ ରହିଥିବ ।

 

ନିଅଣ୍ଟ ପରିମାଣରେ ବୃଦ୍ଧି ଘଟାଇ ଉଦ୍ୟୋଗ ଚଳାଇବାର ନୀତିଟିର ବିପକ୍ଷରେ ଆଉ ଗୋଟିଏ ଅଭିଯୋଗ କରାଯାଏ ଯେ, ଏ ପୁରୁଷର ବ୍ୟକ୍ତିମାନେ ଯଦି କିଛି କରଜ କରିବେ, ତେବେ ତାହା ପରବର୍ତ୍ତୀ ବଂଶଧରମାନଙ୍କ ନିମନ୍ତେ ନିଶ୍ଚୟ ଗୋଟାଏ ବୋଝ ହୋଇ ରହିବ । ସାମ୍ପ୍ରତିକ ଭାରତବର୍ଷର ସ୍ଥିତି ଉପରେ ବିଚାର କଲେ ଏହି ଯୁକ୍ତିଟି ଏକ ଅତ୍ୟନ୍ତ ହୃଦୟହୀନ ବିଦ୍ରୂପ ଭଳି ଅବଶ୍ୟ ଲାଗିବ । ଆମ ପିଲାମାନଙ୍କ ନିମନ୍ତେ ଅର୍ଥାତ୍ ଆମର ଠିକ୍ ପରବର୍ତ୍ତୀ ପୁରୁଷଟିକୁ ସମ୍ପ୍ରତି ଯଥେଷ୍ଟ ପରିମାଣର ଖାଦ୍ୟ ଏବଂ ପୋଷଣ ପ୍ରାପ୍ତ ହୋଇପାରୁନାହିଁ । ଉଚିତ୍ ଶିକ୍ଷା ମଧ୍ୟ ମିଳୁନାହିଁ-। ଏହି ଦେଶରେ ନିୟୂତ ନିୟୁତ ଶିଶୁ-ଶ୍ରମିକ ରହିଛନ୍ତି । ଯେଉଁମାନଙ୍କର ଭବିଷ୍ୟତ ବୋଲି ମୋଟେ କିଛି ନାହିଁ । ନିୟୂତ ନିୟୂତ ପିଲା ଯଥେଷ୍ଟ ପୁଷ୍ଟିକରତାର ଅଭାବ ହେତୁ ଅନ୍ଧ ଓ ଖଞ୍ଜ ହୋଇ କାଳ ଯାପନ କରୁଛନ୍ତି । ଉପଲବ୍ଧ ଆକଳନ ଗୁଡ଼ିକ ଅନୁସାରେ, ଭାରତରେ ପ୍ରାୟ ଅଧେ ପିଲା ଯଥେଷ୍ଟ ପୁଷ୍ଟିକର ଖାଦ୍ୟ ପାଆନ୍ତି ନାହିଁ । ଗାଆଁରେ ବାସ କରୁଥିବା ପିଲାଙ୍କର ଶତକଡ଼ା ୨୦ ଜଣ ହିଁ ଆବଶ୍ୟକ ପୌଷ୍ଟିକତାରୁ ଅତ୍ୟନ୍ତ ଶୋଚନୀୟ ଭାବରେ ବଞ୍ଚିତ ହୋଇ ରହିଛନ୍ତି-। ‘ମାନବ-ବିକାଶ’ର ଅଦ୍ୟତମ ବିବରଣୀଟି ଅନୁସାରେ ଦେଶର ଖୁବ୍ ଆର୍ଥିକ ସମୃଦ୍ଧି ସମ୍ଭବ ହୋଇଥିଲେ ମଧ୍ୟ ଦରିଦ୍ର ଘରର ଶିଶୁମାନଙ୍କର ଖାଦ୍ୟ-ପୌଷ୍ଟିକତାର ମାନ ପ୍ରକୃତରେ ବିଗତ ଦଶ ବର୍ଷର ଅବଧି ମଧ୍ୟରେ କ୍ଵଚିତ୍ ହିଁ ବୃଦ୍ଧି ପାଇଛି । ଶିଶୁ ମୃତ୍ୟୁର ସଂଖ୍ୟା ହ୍ରାସ ରେଖାଟି କ୍ରମେ ମନ୍ଥର ହୋଇଆସିଛି ଏବଂ ସର୍ବନିମ୍ନ ଔଷଧ ତଥା ଶୁଶ୍ରୂଷାର ଅଭାବ ହେତୁ ପାଞ୍ଚ ବର୍ଷ ହେବା ଆଗରୁ ହିଁ ପ୍ରତ୍ୟେକ ଏଗାର ଜଣରୁ ଜଣେ ପିଲା ମୃତ୍ୟୁ ମୁଖରେ ପଡ଼ୁଛି । ଏପରି ଯେ କେବଳ ଦୂରଦୂରାନ୍ତରେ ଅବସ୍ଥିତ ଗାଆଁମାନଙ୍କରେ ଘଟୁଛି ତା’ ନୁହେଁ, ମାତ୍ର ଦକ୍ଷିଣ ଭାରତର କେତେକ ବଡ଼ ବଡ଼ ସହରରେ ମଧ୍ୟ ଘଟୁଛି, ଯେଉଁମାନେ କି ସେମାନଙ୍କର ଚମତ୍କାର ସୂଚନା ପ୍ରଦାନ କୌଶଳ ଗୁଡ଼ିକର କ୍ଷେତ୍ରରେ ପ୍ରାୟ ଶୀର୍ଷ ସ୍ଥାନରେ ଯାଇ ପହଞ୍ଚିଲେଣି ବୋଲି ଗର୍ବ କରୁଛନ୍ତି-। ଏବେ ମଧ୍ୟ ଚାରିଜଣରେ ଜଣେ ଶିଶୁ କନ୍ୟା ଏବଂ ଦଶ ଜଣରେ ଜଣେ ବାଳକ ସ୍କୁଲରେ ପାଠ ପଢ଼ି ଯାଉନାହାନ୍ତି । ଅର୍ଥାତ୍, ଲିଙ୍ଗଗତ ଅସମାନତା ମାନେ ପୁରୁଷ ପୁରୁଷ ଧରି ଅତ୍ୟନ୍ତ ଗଭୀର ଚିରନ୍ତନ ହୋଇ ହିଁ ରହିଛି । ଆମର ପରବର୍ତ୍ତୀ ପୁରୁଷ ସେହି ପିଲାମାନଙ୍କର ଯେତେବେଳେ ଆମେ ଯତ୍ନ ନେଇ ପାରୁନାହୁଁ, ସେତେବେଳେ ଆହୁରି ଦୂରବର୍ତ୍ତୀ ଆମ ବଂଶଧରମାନେ ଆମେ କରିଥିବା କରଜବୋଝକୁ ବହନ କରିବେ ବୋଲି ଘୋର ହିସାବ ମାନ କରି କହିବା ପାଇଁ ମନ କରୁଥିବାରୁ କେବଳ ଏକ ତୁଚ୍ଛା ଆଳସ୍ୟ ବୋଲି ହିଁ କୁହାଯିବ ସିନା : ତେଣୁ, ଆମ ସମ୍ମୁଖରେ ସବାଆଗ ଅସଲ ସମସ୍ୟାଟି ଅତ୍ୟନ୍ତ ସ୍ପଷ୍ଟ ହୋଇ ରହିଛି । ଆମ ବଜେଟରେ କିଛି ଅଧିକ ନିଅଣ୍ଟ ଘଟାଇ ଆମେ ଏହି ପୁରୁଷଟି ତଥା ଆମର ନିଜ ପିଲାମାନଙ୍କ ସ୍ଥିତିରେ ଅନ୍ତତଃ କିଛି ଉନ୍ନତି ମଧ୍ୟ ସମ୍ଭବ କରି ପାରିବା କି ? ଏବେ ଜନ୍ମି ବି ଲାଭ କରି ନଥିବା ଆହୁରି ପରବର୍ତ୍ତୀମାନଙ୍କ ପାଇଁ ଉଦବେଗ ପ୍ରକାଶ କରିବାକୁ ପରେ ଅବଶ୍ୟ ସମୟ ମିଳିବ; ଆଗ ବର୍ତ୍ତମାନ ସମୟଟିର ଏହି ଅସମ୍ଭାଳ ପରି ହୋଇ ରହିଥିବା ସମସ୍ୟାଟିକୁ ସମ୍ଭାଳିବାର ସମର୍ଥ ହୋଇ ପାରିଲେ, ସେହି ଅନ୍ୟଟି ମଧ୍ୟ ଅବଶ୍ୟ ସମ୍ଭବ ହେବ ।

 

ବିଶ୍ଳେଷଣର ଦୃଷ୍ଟିରୁ ବିଚାର କଲେ ମଧ୍ୟ ଭବିଷ୍ୟତର ବଂଶଧର ମାନଙ୍କ ସମ୍ପର୍କରେ ଦିଆଯାଉଥିବା ଯୁକ୍ତିରେ ଦୋଷ ରହିଛି ବୋଲି ହୃଦୟଙ୍ଗମ କରି ହେବ । ଗୋଟିଏ ପାରିବାରିକ ସଂସାର ଓ ସମଗ୍ର ଜାତି ନାମକ ସଂସାରଟି ମଧ୍ୟରେ ଏକ ଭ୍ରାନ୍ତି ସୃଷ୍ଟିକାରୀ ସାମଞ୍ଜସ୍ୟର କଳ୍ପନା କରିବାରୁ ହିଁ ସେହି ପ୍ରମାଦଟି ଜନ୍ମଲାଭ କରୁଛି । କଥାଟି ତ ଏକକ ଭାବରେ କେଡ଼େ ସମୀଚୀନ ଭଳି ଲାଗୁଛି, ମାତ୍ର ଏକ ସମଗ୍ର ଆୟାମ ଦେଇ ଦେଖିଲେ ଅର୍ଥନୀତିର କ୍ଷେତ୍ରରେ ତାହା ବେଶ୍ ପଥଚ୍ୟୁତ କରିଦେଇ ପାରୁଛି । ଏଥିପୂର୍ବରୁ ଗୋଟିଏ ସ୍ଥାନରେ କୁହାଯାଇଛି ଯେ, ଏକାଧିକ କ୍ଷେତ୍ରରେ ଭାରତୀୟ ଅର୍ଥନୀତିରେ ଆପଣାର, ବର୍ତ୍ତମାନ ସାମର୍ଥ୍ୟଗୁଡ଼ିକର ସୀମାକୁ ଅତିକ୍ରମ କରିଯିବାର ବହୁତ ସାମର୍ଥ୍ୟ ରହିଛି । ସରକାରଙ୍କ ବଜେଟରେ ନିଅଣ୍ଟର ପରିମାଣକୁ ଅଧିକ କରି ସେହି ଅର୍ଥଦ୍ଵାରା ଅଧିକ ପୁଞ୍ଜିଲଗାଣ ସମ୍ଭବ କରିବା ଦ୍ଵାରା ତାଦ୍ଵାରା ଉତ୍ପାଦନର ସ୍ତରରେ ମଧ୍ୟ ସଙ୍ଗେ ସଙ୍ଗେ ବୃଦ୍ଧି ହେବ ଏବଂ, ହାତରେ ରହିଥିବା ସାମର୍ଥ୍ୟଗୁଡ଼ିକୁ ଅଧିକ ଉତ୍ତମ ରୂପେ କାର୍ଯ୍ୟରେ ଲଗାଇ ଆୟର କ୍ଷେତ୍ରରେ ମଧ୍ୟ ବୃଦ୍ଧି ଆଣିହେବ । ଏକ ସ୍ୱଳ୍ପମିଆଦୀ ସୁଫଳରୂପେ ଉତ୍ପାଦନ ବୃଦ୍ଧି ଦ୍ଵାରା ଆର୍ଥିକ କ୍ଷେତ୍ରରେ ସଞ୍ଚୟର ବୃଦ୍ଧିହେବ ଏବଂ ଏହି ପୁରୁଷରେ ଯେତେ ଅର୍ଥ ଋଣ କରି ଅଣାଯାଇଥିବ, ଏହି ପୁରୁଷଟି ହିଁ ଅଧିକ ସଞ୍ଚୟ ଲାଗି ସମର୍ଥ ହୋଇ ତାହାକୁ ଶୁଝି ଦେଇ ପାରିବ । ତେଣୁ, ସେଇ ପରିମାଣରେ ଗୋଟିଏ ପୁରୁଷର ଋଣଭାର ଆଉ ଗୋଟିଏ ପୁରୁଷକୁ ବୋଝପ୍ରାୟ ହୋଇ ଗଡ଼ିବାର କୌଣସି ଅବକାଶ ରହିବ ନାହିଁ ।

 

ବଜେଟରେ ନିଅଣ୍ଟ ପଡ଼ୁଥିଲେ ତାହା ମୁଦ୍ରାସ୍ଫୀତିର କାରଣ ହେବ ବୋଲି ଯେଉଁ ଭୟଟି ବ୍ୟକ୍ତ କରାଯାଇଥାଏ, ପ୍ରତ୍ୟକ୍ଷ ଅଭିଜ୍ଞତା ଦ୍ଵାରା ତାହା ଭାରତବର୍ଷରେ ନିରାଧାର ବୋଲି ପ୍ରମାଣିତ ହୋଇଛି । ସେହି କାଟର ଆଉ ଗୋଟିଏ ଭୟ ବେଳେବେଳେ ପ୍ରକାଶ କରାଯାଏ ଯେ ଯଦି ପୂର୍ଣ୍ଣ କର୍ମଯୋଗାଣକୁ ନୀତି ରୂପେ ଗ୍ରହଣ କରାଯିବ, ତେବେ ଶ୍ରମର ବଜାରଟି ଏତେ ଅଧିକ ପରିମାଣରେ କସିହୋଇଯିବ ଯେ, ଏହାଦ୍ୱାରା ଅଧିକ ମଜୁରି ନିମନ୍ତେ ଦାବି ହେବ ଓ ତାହା ଫଳରେ ବି ମୁଦ୍ରାସ୍ଫୀତି ଲାଗି ମଉକା ମିଳିଯିବ । ବର୍ତ୍ତମାନର ସନ୍ଦର୍ଭଟି ଉପରେ ଏହି କଥାଟି ମଧ୍ୟ ନିତାନ୍ତ ଅପ୍ରାସଙ୍ଗିକ ପରି ବୋଧ ହେଉଛି । ଆଇନ୍ ଅନୁସାରେ ସର୍ବନିମ୍ନ ମଜୁରି ବୋଲି ଯାହା ନିର୍ଦ୍ଧାରିତ ହୋଇଛି ଏବଂ ଯେଉଁ ହାରରେ ଭାରତବର୍ଷର ବୟସ୍କମାନେ କୌଣସି ନା କୌଣସି କର୍ମରେ ନିଯୁକ୍ତ ହେବାର ଅଧିକାର ପାଇବେ, ତଦ୍ୱାରା ପ୍ରଧାନତଃ, ଦରିଦ୍ରମାନେ ହିଁ ପ୍ରାୟ ଆପେ ଆପେ ନିଯୁକ୍ତିର ଗାର ଭିତରକୁ ଆସି ପାରିବେ । କାରଣ, ସାଧାରଣତଃ, ତାହା ଘୋଷିତ ନିମ୍ନତମ ମଜୁରି ଠାରୁ ଆହୁରି କମ୍ ହୋଇଥିବ । ଏବଂ, ସବାତଳ ପରିମାଣର ମଜୁରି ହୋଇଥିବାରୁ ଅପେକ୍ଷାକୃତ ଅଧିକ ମଜୁରିରେ କାମ କରୁଥିବା ଶ୍ରମିକମାନଙ୍କୁ ତାହା ଆଦୌ ଆକୃଷ୍ଟ ହିଁ କରିବ ନାହିଁ କିମ୍ବା ଅଧିକ ମଜୁରି ଦାବି କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବ ନାହିଁ । ଅବଶିଷ୍ଟ ଶ୍ରମିକ-ବଜାରଟିର ସ୍ଥିତିରେ ଏହି ଯୋଜନାଟି ମୋଟେ କୌଣସି ଚାପ ପଡ଼ିବ ନାହିଁ । କାରଣ, ବସ୍ତୁତଃ ତାହା ଶ୍ରମିକମାନଙ୍କର ଏକ ଆଉ ଏକ ଖଣ୍ଡକୁ ସୃଷ୍ଟି କରିବ । କେବଳ ଯେଉଁମାନେ ନିତାନ୍ତ କମ୍ ପରିମାଣର ମଜୁରି ପାଇ ଆସିଥିବେ, ଉଦାହରଣ ସ୍ୱରୂପ ଲିଙ୍ଗ ଭେଦର ବାଛ ବିଚାରର ଶିକାର ହୋଇ ରହିଥିବା ସ୍ତ୍ରୀଲୋକମାନେ ଅଥବା ଉଚ୍ଚଜାତିମାନେ ଏକତ୍ର ହେବା ଫଳରେ ଅଳ୍ପ ମଜୁରିରେ କାମ କରିବା ପାଇଁ ବାଧ୍ୟ ହେଉଥିବା ଦଳିତ ବର୍ଗ, ସେହିମାନଙ୍କର ହିଁ ହୁଏତ ମଜୁରିର ପରିମାଣ ବିଷୟରେ କିଛି ତୁଣ୍ଡ ଫିଟାଇବାର ସାମର୍ଥ୍ୟ ରହିଥିବ । ଏହି ପୂର୍ଣ୍ଣ କର୍ମନିଯୁକ୍ତି ଯୋଜନାରେ ପ୍ରକୃତରେ ଏଇଟି ହିଁ ଏକ ଅନ୍ୟତମ ଉଦ୍ଦେଶ୍ୟ ହୋଇ ରହିଛି । ସେହି ସବା ପଛର ମଜୁରିଆ ମାନଙ୍କୁ ଏହାଦ୍ୱାରା ନାନାବିଧ ଅନ୍ୟାୟ ପ୍ରେରିତ ବାଛ ବିଚାର ସହିତ ଲଢ଼ାଇ କରିବା ଲାଗି କିଛି ସହାୟତା ମିଳିବ । ସାଧାରଣ ଶ୍ରମିକ-ବଜାରକୁ ଅଧିକ ସରଗରମ କରି ପକାଇ ଏକ ମୁଦ୍ରାସ୍ଫୀତିର ସ୍ଥିତିକୁ ସୃଷ୍ଟି କରିଦେବାର ସେହି ଭୟଟିର ମଧ୍ୟ କୌଣସି ଆଧାର ହିଁ ନାହିଁ, କାରଣ, ସାଧାରଣ ଶ୍ରମବଜାରର କସି ହୋଇ ଆସିବା ସହିତ ତାହା ଏହି ଯୋଜନାଟିରେ ଅଭିପ୍ରେତ ପୂର୍ଣ୍ଣ କର୍ମନିଯୁକ୍ତିର ଭାବନାଟିକୁ ଏକତ୍ର ବଡ଼ ଗୋଳମାଳିଆ ଭାବରେ ମିଶାଇ ହିଁ ଦେଉଛି ।

 

ଏକ ଅଧିକ ପରିମାଣର ଅର୍ଥବ୍ୟବସ୍ଥାଗତ ନିଅଣ୍ଟ-ବ୍ୟବସ୍ଥାକୁ ବିରୋଧ କରି ଭାରତବର୍ଷରେ ଅଧିକାଂଶ ସମୟରେ ଯେଉଁ ଆପତ୍ତିଟିକୁ କରାଯାଏ, ସେଇଟି ଋଣ କରିବା ଦ୍ଵାରା ଉପସ୍ଥିତ ହୋଇଥିବା ନାନା କର୍ତ୍ତବ୍ୟ ବିଷୟରେ ହିଁ କରାଯାଇଥାଏ । ବର୍ତ୍ତମାନ (୨୦୦୪) ସୁଧ ପଇଠ ଏବଂ ସମ୍ବନ୍ଧିତ ଅନ୍ୟ କର୍ତ୍ତବ୍ୟଚୟର ସମ୍ପାଦନା କରିବା ବାବତରେ ପ୍ରାୟ ୧୩୦ ହଜାର କୋଟି ଟଙ୍କା ଦେବାକୁ ହେଉଛି, ଅର୍ଥାତ୍ କେନ୍ଦ୍ର ସରକାରଙ୍କର ମୋଟ ଯୋଜନା ବାହାର ଖର୍ଚ୍ଚର ପ୍ରାୟ ୪୦% ସେଇଥିରେ ବ୍ୟୟ କରାଯାଉଛି । ଏହି କ୍ଷେତ୍ରରେ ବାରମ୍ବାର ଏକ ଭୟ ବ୍ୟକ୍ତ କରାଯାଏ ଯେ, ଯଦି ସରକାର ଏହିପରି ଭାବରେ ଅଧିକରୁ ଅଧିକ ଋଣ କରିବାରେ ଲାଗିଥିବେ, ତେବେ ତ ତାହା ଅଚିରେ ସରକାରଙ୍କର ସବୁଯାକ ଖରଚକୁ ହିଁ ଗିଳି ପକାଇବ । ତେଣୁ, ଆମ ସରକାର ପ୍ରକୃତରେ କେତେ ଦିନଯାଏ ନିଜ ଅର୍ଥବ୍ୟବସ୍ଥାରେ ଏହିପରି ଭାବରେ ନିଅଣ୍ଟ ହିଁ ସୃଷ୍ଟି କରିବାରେ ମଧ୍ୟ ଲାଗିଥିବେ ?

 

ଦୁଇଟି କାରଣ ସକାଶେ ହିଁ ଏହି ପ୍ରଶ୍ନଟିକୁ ବଡ଼ ଆସ୍ଥାନରେ ହିଁ କରାଯାଇଛି ବୋଲି କୁହାଯିବ । ପ୍ରଥମତଃ, ଯଦି ସରକାର ସିଧା ରିଜର୍ଭବ୍ୟାଙ୍କରୁ ଋଣ ଆଣିବା ପାଇଁ ଅନୁମତି ଲାଭ କରନ୍ତେ, ଏବଂ ତଦ୍ଦ୍ୱାରା ଆବଶ୍ୟକ ପରିମାଣର କାଗଜମୁଦ୍ରା ଛାପିବାକୁ ହୁଅନ୍ତା, ତେବେ ପରବର୍ତ୍ତୀ କରଣୀୟ ଗୁଡ଼ିକୁ ପୂରଣ କରିବାର ବୋଝଟି ବହୁ ପରିମାଣରେ କମ୍ ହୋଇଯାଆନ୍ତା । ତେଣୁ, ଏହି ସ୍ଥିତିରେ ଆମେ ବରଂ ଏହି ଅନ୍ୟ ପ୍ରଶ୍ନଟିକୁ ହୁଏତ ପଚାରିବା : ଆମ ଦେଶରେ ଯେତେବେଳେ ଏପରି ଉତ୍କଟ ଦାରିଦ୍ର୍ୟ ଏବଂ ବେରୋଜଗାରୀ ବ୍ୟାପି ରହିଛି, ସିଆଡ଼େ ଆଖି ବୁଜିଦେଲା ପରି ଆମ ଜାତୀୟ ସରକାର କେଉଁ ବିବେଚନାରେ ସେହି ପୂର୍ବୋକ୍ତ ଅର୍ଥବ୍ୟବସ୍ଥାଗତ ଦାୟିତ୍ଵ ଏବଂ ବଜେଟ ପରିଚାଳନା ଆଇନ୍‍ଟିକୁ ଜାବୁଡ଼ି ଧରି ପଡ଼ି ରହିବ ? ଏହାଦ୍ୱାରା ପ୍ରକୃତରେ କାହାର ସ୍ଵାର୍ଥ ସାଧିତ ମଧ୍ୟ ହେବ ? ଦ୍ଵିତୀୟତଃ, ଏକ ସରକାରକୁ ଗୋଟିଏ ବ୍ୟକ୍ତି ବା ଏପରିକି ଗୋଟିଏ ବୃହଦାକାର ନିଗମ ପରି ଆଦୌ କଳ୍ପନା କରାଯାଇ ପାରିବ ନାହିଁ । ଆପଣାର ଅର୍ଥବୈଷୟିକ କର୍ମ ସମର୍ଥତା ହେତୁ ଗୋଟିଏ ସରକାର ଯେ ପର୍ଯ୍ୟନ୍ତ ତାହାର ଜନଗଣଙ୍କ ଦୃଷ୍ଟିରେ ଅର୍ଥନୈତିକ କ୍ଷେତ୍ରରେ ସେମାନଙ୍କର ବିଶ୍ଵାସଭାଜନ ହୋଇ ରହିଥିବ, ସେପର୍ଯ୍ୟନ୍ତ ତାହା ସର୍ବଦା ଅଧିକ ସଂଖ୍ୟାର ପ୍ରତିଭୂତିମାନ ଅବଶ୍ୟ ସୃଷ୍ଟି କରି ପାରିବ ଏବଂ ସେଥିପାଇଁ ଅଧିକ ପରିମାଣର ସୁଧ ନ ଦେଇ ଆପଣାର ଋଣଆଣିଥିବାର କ୍ଷେତ୍ରରେ ଆବଶ୍ୟକ କରଣୀୟ ଗୁଡ଼ିକୁ ମଧ୍ୟ କରିପାରିବ । ଏପରି ବିଶ୍ଵାସ କରିବାର କୌଣସି କାରଣ ନାହିଁ ଯେ, ସଂପୃକ୍ତ ଜନଗଣ ସେମାନଙ୍କର ସରକାର ଆଣିଥିବା ଋଣପରିମାଣ ବିଷୟରେ ନିଜର କର୍ତ୍ତବ୍ୟ କରିପାରୁଛି କି ନାହିଁ ପୂର୍ଣ୍ଣତଃ ବା ଏପରିକି ମୂଳତଃ ତାହାର ଆକାରଟି ଅନୁସାରେ ତା’ର ସାମର୍ଥ୍ୟଟିର ବିଚାର କରିଥାଆନ୍ତି । ରାଜନୀତିଗତ ସ୍ଥିରତା, କର୍ମନିଯୁକ୍ତିର ଅଭାବ, ସାମାଜିକ ଗତିଶୀଳତା, ଅଭିବୃଦ୍ଧି, ଅର୍ଥଗତ ଆୟ ତଥା ଦେୟର ପ୍ରକୃତ ପରିସ୍ଥିତି ଇତ୍ୟାଦି କେତେଭଳି ଅନ୍ୟ ମାନଦଣ୍ଡରେ ଅଧିକାଂଶ ଲୋକ ଗୋଟିଏ ସରକାରର ବିଶ୍ଵସନୀୟତା ବିଷୟରେ ବିଚାର କରନ୍ତି । ତେଣୁ, ଏକ ସରକାର କେତେ ପରିମାଣର ଋଣ କରିଛି ଅଥବା ଅର୍ଥବ୍ୟବସ୍ଥାଗତ ନିଅଣ୍ଟରକ୍ଷେତ୍ରରେ କେଉଁଠାରେ ରହିଛି, କେବଳ ଏହା ହିଁ ଗୋଟିଏ ସରକାରର ଅର୍ଥବ୍ୟବସ୍ଥା-ନୀତିକୁ ବିଶ୍ଵସନୀୟ କରାଏ, ସେପରି ଆଦୌ ନୁହେଁ । ବରଂ, ଏପରି କୁହା ବି ଯିବ ଯେ, ରାଷ୍ଟ୍ରର ଅର୍ଥନୀତି-ସମ୍ପର୍କୀୟ ଭୂମିକାଟିକୁ ଯଥାସମ୍ଭବ ଅଳପ କରି ଦର୍ଶାଇବାର ଏକ ସୁଯୋଜିତ ଚତୁର ଅଭିଯାନ ନିମନ୍ତେ ହିଁ ସେହିଭଳି କଥାମାନ କୁହାଯାଉଥାଏ । ଅନେକ ସମୟରେ ଅର୍ଥନୀତିକୁ ସମ୍ଭବତଃ କୌଣସି ପୂର୍ବନିର୍ଦ୍ଦିଷ୍ଟ ଆଦର୍ଶବାଦର ପରିଚର୍ଯ୍ୟାରେ ହିଁ ବ୍ୟବହାର କରାଯାଏ ଏବଂ, ସେହି ଆଦର୍ଶବାଦଟି ମୂଳତଃ ଅର୍ଥନୀତିର କ୍ଷେତ୍ରରେ ସର୍ବଥା ସକ୍ରିୟ ହୋଇ ରହିବାକୁ ଇଚ୍ଛା କରୁଥିବା ଏକସରକାର ପ୍ରତି ଆପଣାର ବିରୋଧ ହିଁ ପ୍ରକଟ କରେ । ଏଥିରେ ବିସ୍ମିତ ହେବାର କ୍ଵଚିତ୍ ଅବକାଶ ରହିଛି ଯେ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ବିଶ୍ଵବ୍ୟାଙ୍କ୍ ଆପଣାର ସକଳ ସାଧନ ଓ ଶକ୍ତିର ପ୍ରୟୋଗ କରି ସେହି ଆଦର୍ଶବାଦଟିର ପ୍ରଚାର କରନ୍ତି ଓ ତା’ ଠାରୁ ଆହୁରି ଅଧିକ ଦୟନୀୟ ସତ୍ୟଟି ହେଉଛି ଯେ, ସରକାର ମଧ୍ୟରେ ରହିଥିବା ଆମ ଅର୍ଥନୀତିକ ପଣ୍ଡିତମାନେ, ବିଶ୍ୱବିଦ୍ୟାଳୟ ତଥା ସାଧାରଣ ପ୍ରଚାର କ୍ଷେତ୍ରର ପ୍ରତିମାମାନେ ସତେଅବା ଗମ୍ଭୀର ଭାବରେ ମୋଟେ କିଛି ମଧ୍ୟ ଚିନ୍ତା ନ କରି ସତେଅବା ଏକ ଧର୍ମର ସତ୍ୟ ଭଳି ସେଗୁଡ଼ିକୁ ଗ୍ରହଣ କରି ନେଇଥାନ୍ତି ।

 

ଅର୍ଥବ୍ୟବସ୍ଥାରେ ନିଅଣ୍ଟ ପଡ଼ୁଥିଲେ ତାହା ଆହୁରି ବହୁ ବିପଦକୁ ଡାକି ଆଣୁଥିବ ଯେଉଁ ମତଟି ରହିଛି, ତାହାକୁ ଅନେକ ସମୟରେ ଗଣିତରେ ହିସାବ କରି ସଂଖ୍ୟାର ପରିଚ୍ଛେଦଟାଏ ପିନ୍ଧାଇ ଦିଆଯାଇଥାଏ ଏବଂ ବୁଦ୍ଧି ଗବେଷଣାର ଜ୍ଞାନୀମାନେ ତାହା କରିଥାନ୍ତି । ସେହି କର୍ମଟିର ବ୍ୟାପାରରେ ଏକ ‘ପଦ୍ଧତିଗତ ବ୍ୟକ୍ତିବାଦର’ ଛାଞ୍ଚକୁ ବ୍ୟବହାର କରାଯାଇଥାଏ । ଏବଂ, ସେହି ପଦ୍ଧତିଟି ସତେ ଅବା ବହୁତ ସୁବିଧା ହେବ ବୋଲି ଭାବି ଗୋଟିଏ ମୂଳ କଥାକୁ ବେଶ୍ ଭୁଲି ଦିଆଯାଇଥାଏ ଯେ, ଯେକୌଣସି ସମାଜରେ ସର୍ବଦା ଅନେକ ସଂଖ୍ୟକ ସ୍ଵାର୍ଥମାନେ ରହିଥାଆନ୍ତି ତଥା ଏକାଧିକ ଅବସରରେ ପରସ୍ପର ସହିତ ଆର୍ଥିକ ଦୃଷ୍ଟିରୁ ଦ୍ଵନ୍ଦ୍ୱରତ ହୋଇ ରହିଥାନ୍ତି । ତଥାପି ବାହାରକୁ ଏକ ମିଛ ଧାରଣା ସୃଷ୍ଟି ହୋଇ ରହିଥିବା ପରି ଲାଗୁଥାଏ ଯେ, ସମାଜ ସତେଯେପରି ସମନ୍ଵୟ ତଥା ସମରୂପ ହୋଇ ସବୁବେଳେ ହିଁ ଚାଲିଛି । ଗୋଟିଏ ସମରୂପ ସମାଜର ତ ଏହି ଅର୍ଥହେବା ଉଚିତ ଯେ, ସେଥିରେ ନମୁନା ହିସାବରେ ଜଣେ ବ୍ୟକ୍ତିକୁ ବିଚାରକୁ ନେଇ ଦେଖିଲେ ତାହା ଆମକୁ ସ୍ଥୂଳତଃ ସମ୍ପୂର୍ଣ୍ଣ ସମାଜଟିର ହିଁ ପରିଚୟଟିଏ ଦେଇ ପାରିବ । ପୁରୁଷ ହେଉ ଅଥବା ସ୍ତ୍ରୀ ହେଉ, ସିଏ ଏକ ବୃହତ୍ ଶିଳ୍ପପତି, କୌଣସି କର୍ମରେ ନିଯୁକ୍ତ ନଥିବା ଜଣେ ଶ୍ରମିକ, ଆଗାମୀ ନିର୍ବାଚନଟିରେ ଜୟଲାଭ କରିବାକୁ ବଡ଼ ପ୍ରାଣମୂର୍ଚ୍ଛା ହୋଇ ଉଦ୍ୟମ କରୁଥିବା ଜଣେ କ୍ଷମତାସୀନ ରାଜନୀତିକ ବ୍ୟକ୍ତି, ପ୍ରତିଦାନ ରୂପେ କେବଳ ଅସମ୍ମାନ ହିଁ ଲାଭ କରୁଥିବା ମାଗଣା କୌଣସି କାମ ଘଣ୍ଟା ଘଣ୍ଟା ଯାବତ୍ ଖଟିବାରେ ଲାଗିଥିବା ଗ୍ରାମାଞ୍ଚଳର ଜଣେ ଦରିଦ୍ର ମହିଳା ଏବଂ, ଯଥେଷ୍ଟ ପୁଷ୍ଟିକର ଖାଦ୍ୟ ଖାଇବାରୁ ବଞ୍ଚିତ ହୋଇ ରହି ରାତିଦିନ ଶ୍ରମ ଖଟୁଥିବା କୌଣସି ଶିଶୁ-ଶ୍ରମିକ, ଗୋଟିଏ ଏକରୂପ ସମାଜରେ କାହାକୁ ଗୋଟିକୁ ଜାଣିଲେ ସେହି ସମାଜସ୍ଥ ତଦନୁରୂପ ସମସ୍ତଙ୍କୁ ମୋଟାମୋଟି ଅବଶ୍ୟ ଜାଣି ହୋଇଯିବ । ଆମେ ଅନୁମାନ ବି କରି ନେଇଥାଉ ଯେ, ରହସ୍ୟାବୃତ ସେହି ପ୍ରତିନିଧିମୂଳକ ବ୍ୟକ୍ତିଟି ନିଶ୍ଚୟ ପୂର୍ଣ୍ଣ ପୁରୋଦୃଷ୍ଟି ସହିତ ଆପଣାର ଭବିଷ୍ୟତଟି ବିଷୟରେ ନିର୍ଭରଯୋଗ୍ୟ ନକ୍ସାଗୁଡ଼ିକୁ ମଧ୍ୟ ତିଆରି କରି ରଖିଥିବ, ଏହି ବିଷୟରେ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ସିଏ ଆପଣାର ବୁଦ୍ଧିଗତ ସାମର୍ଥ୍ୟକୁ ଅବଶ୍ୟ ଖଟାଇଥିବ । ଅର୍ଥାତ୍, ଆଗରେ ଅବସ୍ଥିତ ରହିଥିବା ଭବିଷ୍ୟତଟାକୁ ଜାଣିଥିବାରୁ ସେ ଆଦୌ ଅଟକି ନଯାଇ ଅଧିକରୁ ଅଧିକ ଆଶାର ସଂପୋଷଣ ଦେଇ ତା’ ଲାଗି ସମ୍ଭବ ସର୍ବୋତ୍ତମ ମାର୍ଗଟିକୁ ବାଛି ବି ପାରୁଥିବ । ଏବଂ, ବର୍ତ୍ତମାନ ଧୈର୍ଯ୍ୟର ସହିତ ଶ୍ରବଣ କରନ୍ତୁ, ଏହି କଳ୍ପନାଟିରୁ ଏହି ସିଦ୍ଧାନ୍ତ ଗୁଡ଼ିକୁ ବେଶ୍ ଲାଭ କରାଯାଏ ଯେ, ଆମର ଏହି ବଜାର-ନିୟନ୍ତ୍ରିତ ଅର୍ଥନୀତିଟା ପ୍ରକୃତରେ ଅତ୍ୟନ୍ତ ଚମତ୍କାର ଭାବରେ କାର୍ଯ୍ୟ କରୁଛି । ଏହି ପଦ୍ଧତିଟି ଦ୍ଵାରା ଉପଲବ୍ଧ ଅନୁମାନ ଗୁଡ଼ିକ ମଧ୍ୟ ଏପରି ଏକ ନିର୍ଦ୍ଦେଶିତ ହୋଇ ରହିଥାଏ ଯେ, ସର୍ବଦା କେବଳ ସର୍ବୋତ୍ତମ ପସନ୍ଦଗୁଡ଼ିକୁ ହିଁ କରାଯାଏ । ତେଣୁ, ସେହି ଅନୁସାରେ ଆମକୁ ମଧ୍ୟ କୁହାଯାଏ ଯେ ଏହି ବଜାର-ଅର୍ଥନୀତି ଦ୍ଵାରା ଆମେ ଆମ ଦ୍ଵାରା ଅଭିପ୍ରେତ ସର୍ବୋତ୍ତମ ସ୍ଥିତିଟିରେ ଅବଶ୍ୟ ଯାଇ ପହଞ୍ଚି ପାରିବା । ବଜାର-କାରବାର ରୀତିଟି କିପରି କାର୍ଯ୍ୟ କରୁଛି, ସେଇଟି ବୁଝିବା ନିମନ୍ତେ ଏହି ସିଦ୍ଧାନ୍ତଟି ଆଦୌ ଲକ୍ଷ୍ୟରଖି ନ ଥାଏ । ସିଏ ସର୍ବଦା କେବଳ ଏହି ସ୍ଵୀକୃତ ଆଦର୍ଶଟିର ପ୍ରଚାର କରିବାକୁ ଇଚ୍ଛା କରୁଥାଏ ଯେ, ମୁକ୍ତ ବଜାର-କାରବାରର ଏହି ପ୍ରଣାଳୀଟି ହେଉଛି ପୃଥିବୀ ଯାକରେ ସମ୍ଭାବ୍ୟ ସର୍ବଶ୍ରେଷ୍ଠ ପ୍ରଣାଳୀ; ବସ୍ତୁତଃ, ଏଥିରେ ବଜାର ଏଡ଼େ ଉତ୍ତମ ରୀତିରେ ଆପଣାକୁ କ୍ରିୟାଶୀଳ କରି ରଖିଥାଏ ଯେ, ଅର୍ଥନୈତିକ କ୍ଷେତ୍ରରେ ସରକାର କିଛି ହସ୍ତକ୍ଷେପ କରିବାକୁ ବାହାରିଲେ ହିଁ ତାଦ୍ୱାରା କେବଳ ଅନିଷ୍ଟ ଘଟିବା ସାର ହୁଏ । ‘ପ୍ରକୃତ ବାସ୍ତବ ଅବସ୍ଥାକୁ ଦେଖି କାର୍ଯ୍ୟ କରୁଥିବା’ କ୍ଷମତାସୀନ ବ୍ୟକ୍ତିମାନେ ରାଜନୀତି ମାହାଲର ନେତା ଓ ସେମାନଙ୍କର ପରାମର୍ଶଦାତା ତଥା ପ୍ରଚାରକ୍ଷେତ୍ରର ଦିଗ ନିର୍ଦ୍ଦେଶକମାନେ ବେଳେବେଳେ ଆପଣା ସ୍ଵାର୍ଥଦ୍ଵାରା ପରିଚାଳିତ ହୋଇ ଏହି ମତଟି ବ୍ୟକ୍ତ କରନ୍ତି; ମାତ୍ର, ବେଳେବେଳେ ମଧ୍ୟ ଏପରି ଏକ କାରଣରୁ ସେପରି ନୀତିଟିର ସମର୍ଥନ କରନ୍ତି ଯେ, ଏହି ମତଟିକୁ ଠିକ୍ ବୋଲି ଭାବି ଗ୍ରହଣ କରିବାକୁ ହେଲେ ଯେଉଁ ଅସଙ୍ଗତ ଅନୁମାନ ଗୁଡ଼ିକୁ କରିବାକୁ ହୁଏ, ସେମାନେ ସେଇ ବିଷୟରେ ମଧ୍ୟ ସଚେତନ ନଥାନ୍ତି ।

 

ଏପରି ଏକ ମତକୁ ଜାବୁଡ଼ି ରଖିଥିବା ଦ୍ଵାରା ଆମର ଏହି ଦରିଦ୍ର ଦେଶରେ ଆମେ ଜନଗଣଙ୍କ ପାଇଁ କାର୍ଯ୍ୟ କରିବାର କ୍ଷେତ୍ରରେ ପ୍ରଧାନତଃ ଏକ ପ୍ରକାରର ଆପେ ହିଁ ଆପଣା ପାଇଁ ଆଦରି ନେଇଥିବା ଏକ ଭୟାନକ ଜଡ଼ତା ମଧ୍ୟରେ ଯାଇ ପଡ଼ିଯାଉ । ଏବଂ ତଥାପି, ସେହି ଯୁକ୍ତିଟି ସତେଅବା ବେଶ୍ ଉପରଠାଉରିଆ ଭାବରେ ଆମକୁ ଅତ୍ୟନ୍ତ ଠିକ୍ ବୋଲି ଲାଗୁଥାଏ ଏବଂ ତାହା ଯେକୌଣସି ମନୁଷ୍ୟର ସାଧାରଣ ବିବେଚନାକୁ ନିଶ୍ଚେ ଠିକ୍ ବୋଲି ଲାଗିବ ବୋଲି ମଧ୍ୟ ମନେ ହେଉଥାଏ । କାରଣ, ଏକ ସରକାରକୁ ତାହା ଜଣେ ବ୍ୟକ୍ତି ସଦୃଶ କଳ୍ପନା କରେ । ଆମର ସାଧାରଣଜ୍ଞାନଟି ତ ବରଂ, ଏହିପରି କହିବାକୁ ସର୍ବଦା ଇଚ୍ଛା କରିବ ଯେ, ଜଣେ ବ୍ୟକ୍ତି ପକ୍ଷରେ ଗୁଡ଼ାଏ କରଜ କରିବା ଆଦୌ ଏକ ବୁଦ୍ଧିର କାର୍ଯ୍ୟ ହେବନାହିଁ । ତେଣୁ, ଦାବି କରାଯାଉଥାଏ ଯେ, କୌଣସି ସରକାରର ମଧ୍ୟ ତାହା କରିବା ମଧ୍ୟ ଉଚିତ ହେବନାହିଁ । ‘ସାଧାରଣ ଜ୍ଞାନ’ ର ଦ୍ଵାହି ଦେଇ ଏପରି କହିବା ଦ୍ଵାରା ସ୍ପଷ୍ଟତଃ ଯେକୌଣସି ସଂଗଠନର ବିଶେଷ ସ୍ଵଭାବଟି ବିଷୟରେ ସ୍ଵତନ୍ତ୍ର ଭାବରେ ମୋଟେ ବିଚାର କରି ହୁଏ ନାହିଁ । ଉଦାହରଣ ସ୍ୱରୂପ, କୌଣସି ସରକାର ଯେ ରିଜର୍ଭ ବ୍ୟାଙ୍କ୍ ମାଧ୍ୟମରେ କାଗଜର ନୋଟ୍ ଛାପି ପାରିବେ, ସେହି କଥାଟି ଆଉ ମନେ ନଥାଏ । ଅର୍ଥବ୍ୟବସ୍ଥାଗତ ଦାୟିତ୍ଵବୋଧ ଏବଂ ବଜେଟ୍ ପରିଚାଳନା ଆଇନ୍‍ଟିରେ କିଛି ଆବଶ୍ୟକ ସଂଶୋଧନ ଆଣି ଆମ ସରକାର ତାହା କରିପାରିବେ । ପୁନଶ୍ଚ, ଏହି କ୍ଷେତ୍ରରେ ଏହି ପ୍ରଶ୍ନଟି ମଧ୍ୟ ଭୁଲି ହୋଇଯାଏ ଯେ, କୌଣସି ସରକାରର ଅର୍ଥନୀତି-କ୍ଷେତ୍ରୀୟ ବିଶ୍ଵସନୀୟତା କହିଲେ କ’ଣ ବୁଝାଇବା ଉଚିତ, ସେକଥା ମଧ୍ୟ ସ୍ପଷ୍ଟ ଭାବରେ ଅବଶ୍ୟ ଉଚିତ୍ । ଅର୍ଥାତ୍, ଆମ ସରକାର ସାଧାରଣ ଅର୍ଥନୀତିଗତ ବ୍ୟବସ୍ଥାରେ କ୍ରମେ ଅଧିକ ଉନ୍ନତି ଲାଭ କରୁଥିଲେ ମଧ୍ୟ କେବଳ ଅଧିକ ମାତ୍ରାରେ ଋଣ କରିବା ଦ୍ଵାରା ଯେ ତାହା ପ୍ରକୃତରେ ଲୋକମାନଙ୍କର ବିଶ୍ଵସନୀୟତା ନିଶ୍ଚୟ ହରାଇ ବସିବ, ଆମ କେନ୍ଦ୍ର ସରକାର ବିଷୟରେ ଏଭଳି ଏକ ଆଶଙ୍କା କରାଯାଇପାରିବ କି ?

 

କୌଣସି ସରକାର ନିଜ ଦେଶରେ ହିଁ ଅଧିକ ଅର୍ଥରାଶି ସଂଗ୍ରହ କରିବାର ଅଭିପ୍ରାୟରେ ଋଣ କରିବାରେ କୌଣସି ସମଚୀନତା ରହିଛି କି ନାହିଁ, ଏହି ମୂଳ ପ୍ରଶ୍ନଟି ସାଧାରଣତଃ ଉପରଲିଖିତ ଅନ୍ୟ କଥାଗୁଡ଼ିକ ଉପରେ କୌଣସି ନଜର ଦେଇ ନଥାଏ : କାରଣ, ଏହିଗୁଡ଼ିକ ହିଁ ଗୋଟିଏ ସରକାରକୁ ଜଣେ ବ୍ୟକ୍ତିଠାରୁ ସ୍ଵତନ୍ତ୍ର ବୋଲି ପ୍ରତିପାଦିତ କରେ । ଏବଂ ତା’ପରେ ସମସ୍ୟାଟି ଅପେକ୍ଷାକୃତ ଅଧିକ ସରଳ ବି ହୋଇଯାଏ । ମନେକର, ଆମ ସରକାର ଗୋଟିଏ ପରିମାଣର ଅର୍ଥ ଋଣ କରି ଜଣେ ବ୍ୟକ୍ତି ସଦୃଶ ତାହାକୁ ବିଭିନ୍ନ କାର୍ଯ୍ୟରେ ଲଗାଇଲେ । ଅଧିକ ଋଣ ଆଣି ପୁଞ୍ଜିରୂପେ ଲଗାଇଲେ ଏବଂ ତଦ୍ଦ୍ୱାରା ଜାତୀୟ ଉତ୍ପାଦନ-ପରିମାଣରେ ବୃଦ୍ଧି ସାଧିତ ହେଲା; ମାତ୍ର ଏଣେ ତାହା ସେହି ଋଣର ଆବଶ୍ୟକ ସୁଧ-ପରିମାଣକୁ ମଧ୍ୟ ବୃଦ୍ଧି କରିବ । ଅର୍ଥାତ୍, ଏହିପରି ଭାବରେ ଋଣ-ପରିମାଣ ଓ ଶୁଝିବାକୁ ପଡ଼ୁଥିବା ସୁଧ-ପରିମାଣରେ ଏକ ଅଳ୍ପବହୁତ ଦଉଡ଼ ମଧ୍ୟ ଆରମ୍ଭ କରିଦେବ । ସେହି କ୍ଷେତ୍ରରେ ବେଶ୍ ସହଜରେ ଦେଖାଇ ଦିଆଯାଇ ପାରିବ ଯେ, ଜାତୀୟ ଆୟର ବୃଦ୍ଧି-ହାର ସୁଧ-ହାରର ବୁଦ୍ଧି ତୁଳନାରେ ଅଧିକ ନହୋଇ ପାରିଲେ ଆୟ ଅନୁପାତରେ ଋଣର ପରିମାଣଟି ମଧ୍ୟ ଅନିର୍ଦ୍ଦିଷ୍ଟ କାଳପାଇଁ ବୃଦ୍ଧି ପାଇବ ଏବଂ ଲଗାତାର ବୃଦ୍ଧି ପାଉଥିବା ଋଣର ସୁଧ-ପରିଶୋଧ କରିବା ମଧ୍ୟ ଆଖର ଅସମ୍ଭବ ହୋଇ ପଡ଼ିବ । ତେଣୁ, ମୂଳ ଓ ମହତ୍ତ୍ୱପୂର୍ଣ୍ଣ ସର୍ତ୍ତଟି ହେଉଛି ଯେ, ସର୍ବଦା ସୁସ୍ଥ ଆୟତ୍ତ ମଧ୍ୟରେ ରହିପାରିବା ନିମନ୍ତେ ସାଧାରଣ ଜାତୀୟ ଉତ୍ପାଦନର ବୃଦ୍ଧିହାର ସର୍ବଦା ସୁଧର ହାର ଠାରୁ ଅଧିକ ହୋଇ ରହିବା ହିଁ ଉଚିତ ହେବ । ଏଠାରେ ଏକଥାଟି ମଧ୍ୟ କହି ରଖିବା ଉଚିତ ଯେ, ଯଦି ବିଦେଶୀ ବିନିମୟ ମୁଦ୍ରାରେ ବିଦେଶରୁ କରାଯାଇଥିବା ଋଣର ସୁଧ ଦେବାକୁ ହେଉଥିବ ଏବଂ, ଆମଦାନୀ ଅପେକ୍ଷା ରପ୍ତାନୀ ବଢ଼ାଇବା ଦ୍ଵାରା ହିଁ ସେହି ମୁଦ୍ରାକୁ ଅର୍ଜନ କରାଯାଉଥିବ, ତେବେ ସେହି ସ୍ଥଳରେ ଆହୁରି ଅଧିକ କଠୋର ସର୍ତ୍ତଗୁଡ଼ିକୁ ମାନି ଆବଶ୍ୟକ ପ୍ରତିକାରଟିକୁ କରିବାକୁ ପଡ଼ିବ ।

 

ଅତି ସରଳୀକୃତ କରି ଦର୍ଶାଇ ଦିଆ ହୋଇଥିବା ଏହି ବିଶ୍ଳେଷଣଟି ଅନୁସାରେ, ସରକାର ସୁଧର ଯେଉଁ ହାରରେ ରାଜୀ ହୋଇ ଋଣ କରନ୍ତି, ସାଧାରଣ ଜାତୀୟ ଉତ୍ପାଦନର ବୃଦ୍ଧିହାରଟିକୁ ତା’ ତୁଳନାରେ ଅଧିକ ହେବାକୁ ହିଁ ପଡ଼ିବ । ଅଭିବୃଦ୍ଧି-ହାରକୁ ମାପିବା ସକାଶେ ନାନା ପ୍ରକାରର ହିସାବ ଓ ଉପାୟ ରହିଛି । ତଥାପି, ଅର୍ଥନୈତିକ ଯାବତୀୟ ବିଶ୍ଳେଷଣ ଏହି ଅଭିବୃଦ୍ଧିର ହାର ପୁଞ୍ଜିଲଗାଣ ଦ୍ଵାରା ସମ୍ଭବ ହେଉଥିବା ଉତ୍ପାଦନ-ସାମର୍ଥ୍ୟ ଉପରେ ନିର୍ଭରଶୀଳ ହୋଇ ରହିଥାଏ ବୋଲି ଗ୍ରହଣ କରିଥାଏ ତଥା ସାଧାରଣ ଆଭ୍ୟନ୍ତରୀଣ ଉତ୍ପାଦନରେ ସେହି ପୁଞ୍ଜିଲଗାଣର ଭାଗ ଉପରେ ବି ନିର୍ଭର କରେ । ଏହି ମୋଟାମୋଟି ହିସାବଟାରେ ଗୋଟିଏ ଏପରି ମସ୍ତ ଅଭାବ ରହିଯାଏ ଯେ, ତାହା ପୁଞ୍ଜିଲଗାଣର ଉତ୍ପାଦନ ସାମର୍ଥ୍ୟକୁ କେବଳ ଗୋଟିଏ ଯନ୍ତ୍ରକୌଶଳଗତ ଦତ୍ତ ବିବରଣୀ ରୂପେ ବିଚାର କରୁଥାଏ । ଯଦି ଅଧିକ ଉତ୍ପାଦନ-ପରିମାଣ ସହିତ ବେରୋଜଗାରୀ ମଧ୍ୟ ରହିଥାଏ, ତେବେ ଦେଶରେ ଏକ ବୃହତ୍ତର ବଜାର ସୃଷ୍ଟି କରି ଅଧିକ ପୁଞ୍ଜିଲଗାଣ ସମ୍ଭବ କରିବା ଦ୍ଵାରା ସାମର୍ଥ୍ୟଗତ ଉପଯୋଗର କ୍ଷେତ୍ରକୁ ମଧ୍ୟ ବଢ଼ାଇ ହୁଏ ଏବଂ ତାହାରିଦ୍ଵାରା ପୁଞ୍ଜିଲଗାଣର ଉତ୍ପାଦନ ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଏ । ଉଦାହରଣ ସ୍ୱରୂପ, ଧରାଯାଉ ଯେ, ତିନି କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରି ଗୋଟିଏ ଜୋତା କାରଖାନା ଆରମ୍ଭ କରାଗଲା ଏବଂ ସେଥିରୁ ବର୍ଷକୁ ହାରାହାରି କୋଟିଏ ଟଙ୍କାର ଦ୍ରବ୍ୟ ଉତ୍ପାଦିତ ହେଲା । ଏହାର ଅର୍ଥ ହେଉଛି ଯେ, ଏହି ନିର୍ଦ୍ଦିଷ୍ଟ ପୁଞ୍ଜିଲଗାଣଟିର ଉତ୍ପାଦନ କ୍ଷମତା ୧:୩ ଅନୁପାତରେ ହି ରହିଛି । ଆହୁରି ମନେକରିବା ଯେ, ପୂର୍ଣ୍ଣ କର୍ମନିଯୁକ୍ତିର କାର୍ଯ୍ୟକ୍ରମ ହେତୁ ଜୋତାର ଚାହିଦା ବୃଦ୍ଧି ପାଇଲା ଏବଂ ତାହାକୁ ତୁଲାଇବା ଉଦ୍ଦେଶ୍ୟରେ କାରଖାନା ଆପଣାର ଉତ୍ପାଦନକୁ ଦୁଇଗୁଣ ହିଁ କରିଦେଲା । ଫଳରେ ସେହି ପୁଞ୍ଜିଲଗାଣର ଉତ୍ପାଦନ-ସାମର୍ଥ୍ୟ ବୃଦ୍ଧି ପାଇ ୨:୩ କୁ ଆସିଲା । ଏଠାରେ ଏପରି ଏକ ସାଧାରଣ ଅନୁମାନ କରିବା ନିଶ୍ଚୟ ଭୁଲ ହେବଯେ, ପୁଞ୍ଜିଲଗାଣର ଉତ୍ପାଦନ-ସାମର୍ଥ୍ୟ ଯନ୍ତ୍ରକୌଶଳ ଦୃଷ୍ଟିରୁ ୧:୩ ଅନୁପାତରେ ଯେହେତୁ ରହିଛି, ସେହି କାରଣରୁ ତାହା ଚାହିଦାର ଅବସ୍ଥାଟି ଦ୍ଵାରା କୌଣସି ପ୍ରକାରେ ହିଁ ପ୍ରଭାବିତ ହେବନାହିଁ । ଭାରତବର୍ଷର ବହୁସଂଖ୍ୟକ ଉଦ୍ୟୋଗର କ୍ଷେତ୍ରରେ ପୁଞ୍ଜିଲଗାଣର ଉତ୍ପାଦନ-କ୍ଷମତା ଏହିପରି ଭାବରେ ଅବଶ୍ୟ ବୃଦ୍ଧି ଲାଭ କରିପାରିବ; ସାମର୍ଥ୍ୟର ଉଚ୍ଚତର ଉପଯୋଗ ଦ୍ଵାରା ପୂର୍ଣ୍ଣ କର୍ମଯୋଗାଣର କାର୍ଯ୍ୟକ୍ରମ ମାଧ୍ୟମରେ ବଜାରର ସଂପ୍ରସାରଣ ଘଟାଇ ତାହା ପ୍ରକୃତରେ ସମ୍ଭବ ହେବ । ସାଧାରଣ ଭାବରେ ହେଉଥିବା ସିଦ୍ଧାନ୍ତଟି ଏହି ପରିଷ୍କାର ସତ୍ୟକଥାଟିକୁ ମୋଟେ ଧରିପାରେନାହିଁ, କାରଣ ତାହା ଆଗରୁ ଅନୁମାନ କରି ନେଇଥାଏ ଯେ, ଅର୍ଥନୀତିର କ୍ଷେତ୍ରରେ ସବୁଯାକ ଉପଲବ୍ଧ ସମ୍ପଦଗୁଡ଼ିକୁ ପୂର୍ଣ୍ଣ ଭାବରେ କ୍ରିୟାଶୀଳ କରିବା ନିମନ୍ତେ ସର୍ବଦା ହିଁ ଯଥେଷ୍ଟ ଚାହିଦା ମହଜୁଦ ରହିଥାଏ । ଏବଂ, ଭାରତବର୍ଷର ସନ୍ଦର୍ଭରେ ସେହି ଅନୁମାନଟିକୁ ଆଦୌ ଯୁକ୍ତିଯୁକ୍ତ ବୋଲି କୁହାଯିବ ନାହିଁ । ପୁନଶ୍ଚ, ଆମେ ନିଜକୁ ଏହି କଥାଟିକୁ ମଧ୍ୟ ଅବଶ୍ୟ ସ୍ମରଣ କରାଇଦେବା ଯେ, ପୁଞ୍ଜିଲଗାଣଟିର ବିଭିନ୍ନ କ୍ଷେତ୍ରରେ କିପରି କ’ଣ ବିତରଣ ହୋଇପାରିଛି, ପୁଞ୍ଜିଲଗାଣର ସମଗ୍ର ଉତ୍ପାଦନ-ସାମର୍ଥ୍ୟ ସେଇଟି ଉପରେ ମଧ୍ୟ ନିର୍ଭରଶୀଳ ହୋଇ ରହିଥାଏ । ପୁଞ୍ଜିଲଗାଣ ବିଷୟରେ ନାନାବିଧ ବିକେନ୍ଦ୍ରୀକୃତ ଯୋଜନା ଯଦି ଆଗରୁ କର୍ମହୀନ ହୋଇ ବସିଥିବା ବହୁସଂଖ୍ୟକ ଶ୍ରମିକଙ୍କୁ ନିଯୁକ୍ତ କରି ଆଣିବ, ତେବେ ତଦ୍ଦ୍ୱାରା ଯାବତୀୟ ସମ୍ଭାବନା ସହିତ ପୁଞ୍ଜିଲଗାଣର ସମଗ୍ର ଉତ୍ପାଦନ-ସାମର୍ଥ୍ୟରେ ମଧ୍ୟ ବୃଦ୍ଧି ଘଟାଇ ପାରିବ । ଏବଂ ପଞ୍ଚାୟତର ସ୍ତରରେ ଯେତେବେଳେ ବହୁସଂଖ୍ୟାର ଶ୍ରମିକ ଅଳ୍ପ କିଛି ସାଧନ ଏବଂ ଉପକରଣ ସହିତ ନିଯୁକ୍ତ ହୋଇପାରିଲେ, ତାହା ବେଶ୍ ଆଖିଦୃଶିଆ ଭାବରେ ଉପକରଣ ଗୁଡ଼ିକର ଅନୁପାତରେ ଉତ୍ପାଦନରେ ଅବଶ୍ୟ ବୃଦ୍ଧି ଘଟାଇବ–ଏବଂ ତାହାକୁ ପୁଞ୍ଜିଲଗାଣର ଉତ୍ପାଦନ-ସାମର୍ଥ୍ୟରେ ବୃଦ୍ଧି ଘଟିଲା ବୋଲି ନିଶ୍ଚୟ କୁହାଯିବ । ତଥାପି, ଶ୍ରମିକମାନଙ୍କର ଉତ୍ପାଦନ-ସାମର୍ଥ୍ୟ ସେହି କ୍ଷେତ୍ରରେ ସାଧାରଣତଃ ବେଶ୍ ନିମ୍ନରେ ରହିଥିବ । ଆମେ ଅବଶ୍ୟ ମନେ ରଖିବା ଯେ, ଏହିସବୁ ଯୋଜନାରେ ଶ୍ରମିକମାନଙ୍କର ଉତ୍ପାଦନ-ସାମର୍ଥ୍ୟ ନିମ୍ନରେ ରହିଥିଲେ ମଧ୍ୟ ଯଦି ସେହି ଶ୍ରମିକମାନେ ପୂର୍ବ ପରି ନିଯୁକ୍ତିହୀନ ହୋଇ ରହିଥାଆନ୍ତେ, ତେବେ ସେମାନଙ୍କର ଉତ୍ପାଦନ-ସାମର୍ଥ୍ୟ ତ ଜିରୋ ସଂଖ୍ୟାରେ ଯାଇ ଥାଆନ୍ତା ।

 

ଏହି ଅଭିବୃଦ୍ଧିର ଚର୍ଚ୍ଚା କରିବା ସମୟରେ ଆମେ ବସ୍ତୁତଃ ଲଗା ଯାଇଥିବା ପୁଞ୍ଜିର ଉତ୍ପାଦନ ସାମର୍ଥ୍ୟ ଅଥବା ସେଥିରେ ଖଟା ଯାଇଥିବା ଶ୍ରମିକମାନଙ୍କର ଉତ୍ପାଦନ-ସାମର୍ଥ୍ୟ, ଦୁଇଟିରୁ ଯେକୌଣସି ଗୋଟିଏର ସାହାଯ୍ୟ ନେଇପାରିବା । ସାଧାରଣ ଆଭ୍ୟନ୍ତରୀଣ ଉତ୍ପାଦନର ପୁଞ୍ଜିଲଗାଣର କେଉଁଭଳି ଭାଗ ରହିଛି ଓ ଉପରେ ଆଲୋଚିତ ହୋଇଥିବା ପୁଞ୍ଜିଲଗାଣଟିରେ କେତେଦୂର ଉତ୍ପାଦନ-ସାମର୍ଥ୍ୟ ରହିଛି, ପ୍ରଥମ କ୍ଷେତ୍ରରେ ବୃଦ୍ଧି କହିଲେ ତାହାରି ପରିମାଣକୁ ବୁଝାଇବ । କିନ୍ତୁ, ଭାରତବର୍ଷର ସନ୍ଦର୍ଭରେ ଆୟତ୍ତ ମଧ୍ୟରେ ଥିବା ଋଣ ସହିତ କର୍ମନିଯୁକ୍ତି କ୍ଷେତ୍ରରେ ପୂର୍ଣ୍ଣ ଅଭିବୃଦ୍ଧିର ବିଶ୍ଳେଷଣ କରୁଥିବା ସମୟରେ ସେହି ପାରମ୍ପରିକ ନିର୍ଦ୍ଧାରଣରୀତିଟି ପ୍ରକୃତରେ ଖୁବ୍‍ ବେଶି ସହାୟତା କରିନଥାଏ । କୁ ପରିପ୍ରେକ୍ଷୀରେ ରଖି ସାଧାରଣ ଆଭ୍ୟନ୍ତରୀଣ ଉତ୍ପାଦନ-ପରିମାଣ ଉପରେ ଏକ ପ୍ରତ୍ୟକ୍ଷ ଦୃଷ୍ଟିପାତ କରିପାରିଲେ ତାହା ନିଶ୍ଚୟ ଅଧିକ ଉପଯୋଗୀ ହୋଇପାରିବ । କର୍ମନିଯୁକ୍ତିର ସ୍ତର ଏବଂ ଶ୍ରମିକ ମାନଙ୍କର ଉତ୍ପାଦନ-ସାମର୍ଥ୍ୟରେ ବୃଦ୍ଧି ସାଧନ, ଅର୍ଥାତ୍, କର୍ମନିଯୁକ୍ତ ଜଣେ ଶ୍ରମିକର ସାଧାରଣ ଆଭ୍ୟନ୍ତରୀଣ ଉତ୍ପାଦନ-କ୍ଷେତ୍ରରେ ସାମର୍ଥ୍ୟ–ଏହି ଦୁଇଟି ଏକତ୍ର ସାଧାରଣ ଆଭ୍ୟନ୍ତରୀଣ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଥାନ୍ତି । ଏବଂ ଏକ ପୂର୍ଣ୍ଣ ନିଯୁକ୍ତି ନୀତିକୁ କାର୍ଯ୍ୟକାରୀ କରି ଯଦି କର୍ମଯୋଗାଣର ହାରଟି ୧% ବୃଦ୍ଧି ପାଇଲା ବୋଲି ଧରାଯାଏ, ତେବେ ତଦ୍ଦ୍ୱାରା ସାଧାରଣ ଆଭ୍ୟନ୍ତରୀଣ ଉତ୍ପାଦନରେ ମଧ୍ୟ ବୃଦ୍ଧି ହେବ, ଅବଶ୍ୟ, ଶ୍ରମିକମାନଙ୍କର ଉତ୍ପାଦନ-କ୍ଷମତାରେ ୧% ଅଧିକ ହ୍ରାସ ନ ଘଟୁଥିଲେ ଯାଇ ତାହା ସମ୍ଭବ ହେବ । ସଂକ୍ଷିପ୍ତ ଭାବରେ କହିଲେ, ଶ୍ରମିକ-ଉତ୍ପାଦନ ସାମର୍ଥ୍ୟ-ବୃଦ୍ଧିର କ୍ଷେତ୍ରରେ ଏକ ପ୍ରଚଣ୍ଡ ହ୍ରାସ ନଘଟାଇ ଯଦି ଆଦ୍ୟ କର୍ମଯୋଗାଣର ଅଭିବୃଦ୍ଧି କ୍ଷେତ୍ରରେ ଏକ ଉନ୍ନତି ସମ୍ଭବ କରି ପାରୁଥିବା, ତେବେ ଅର୍ଥନୀତିର ବ୍ୟବସ୍ଥାକ୍ଷେତ୍ରଟି ନିଶ୍ଚୟ ଅଧିକ ବେଗର ସହିତ ବୃଦ୍ଧି ପାଉଥିବ । ଉଚ୍ଚତର ସୁଧହାରରେ ଋଣ କରିବାର କ୍ଷେତ୍ରରେ ମଧ୍ୟ ସମର୍ଥତା ଥିବା । ତେଣୁ, କର୍ମଯୋଗାଣର ଅଭିବୃଦ୍ଧି-ହାରରେ ଏକ ଉନ୍ନତି ଘଟାଇବାର ସମସ୍ୟାଟି ଉପରେ ଦୃଷ୍ଟି ଦେଇପାରିଲେ ତାହା ଅଧିକ ଫଳପ୍ରଦ ହେବ,–ଅବଶ୍ୟ ଦେଖିବାକୁ ହେବ ଯେ ସାଧାରଣ ଅର୍ଥ ବ୍ୟବସ୍ଥା ଉପରେ ଅନାବଶ୍ୟକ ଭାବରେ ଗୁଡ଼ାଏ ଗୁରୁତ୍ଵ ଦେଇ ତେଣେ ଶ୍ରମିକ-ଉତ୍ପାଦନ ସାମର୍ଥ୍ୟର ପରିମାଣରେ କୌଣସି ହ୍ରାସ ଘଟିବ ନହିଁ । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏକାଧିକ ଅସ୍ପଷ୍ଟ ଅନୁମାନ ଦ୍ଵାରା ପରିଚାଳିତ ହୋଇ ଅର୍ଥବ୍ୟବସ୍ଥାର କ୍ଷେତ୍ରରେ ନିଅଣ୍ଟ ଘଟିବ ବୋଲି ଅତ୍ୟନ୍ତ ରହସ୍ୟାବୃତ ଯେଉଁ ଅଙ୍କ ହିସାବ ମାନ ଦେଉଥାଏ ସେଥିରେ ଏତେ ବେଶି ଆବଦ୍ଧ ହୋଇ ରହିବା ଦ୍ଵାରା କେବଳ ପ୍ରକୃତ ସମସ୍ୟାଗୁଡ଼ିକ ବିଷୟରେ ଅନ୍ୟମନସ୍କ ହୋଇ ଅନ୍ୟତ୍ର ବ୍ୟସ୍ତ ରହିବା ହିଁ ସାର ହୋଇଥାଏ ।

 

ଏକ ରକ୍ଷଣଶୀଳ ଆକଳନର ହିସାବ ଅର୍ଥାତ୍ ଅନ୍ଦାଜଟିଏ କରି କହିଲେ ଆମ ଶ୍ରମକ୍ଷମ ଶ୍ରମିକଶକ୍ତିର ପ୍ରାୟ ୭ ରୁ ୮% (୧୫-୫୯ର ବୟସସୀମାର) ପାଖରେ ଆଦୌ କୌଣସି କାମ ନଥାଏ (ଏମାନଙ୍କର ସାଂପ୍ରତିକ ସ୍ଥିତିର ବିଚାର କରି ଉପଲବ୍ଧ ପରିସଂଖ୍ୟାନଗତ ପରିମାଣଟି ଅନୁସାରେ) ଅର୍ଥାତ୍ ଏହିପରି ଭାବରେ ଆମ ଦେଶରେ ପ୍ରାୟ ୩୩.୬ ନିୟୂତ ଲୋକ କର୍ମ ନପାଇ ବେରୋଜଗାର ହୋଇ ରହିଥାନ୍ତି । ସର୍ବନିମ୍ନ ଦୈନିକ ୬୦ ଟଙ୍କା ମଜୁରିର ହିସାବରେ ବର୍ଷକୁ ୩୦୦ ଦିନ କାମ କରିବାର ଅନ୍ଦାଜରେ ମୋଟ ଆନୁମାନିକ ପାରିଶ୍ରମିକ ପ୍ରାୟ ୬୧,୦୦୦ କୋଟି ଟଙ୍କାରେ ଯାଇ ପହଞ୍ଚିବ, ଅର୍ଥାତ୍ ଆମ ମୋଟ ଆଭ୍ୟନ୍ତରୀଣ ଉତ୍ପାଦନ–ଅର୍ଥର ପ୍ରାୟ ୨.୪% ତଥା କେନ୍ଦ୍ର ଓ ରାଜ୍ୟ ବଜେଟର ମିଳିତ ମୋଟ ଅର୍ଥ ପରିମାଣର ପ୍ରାୟ ୭ କି ୮ ପ୍ରତିଶତ । ଏବଂ ତା’ ସହିତ ତ ଶାସନଗତ ଓ ଦ୍ରବ୍ୟାଦି ବାବତର ଆନୁଷଙ୍ଗିକ ଖର୍ଚ୍ଚମାନ ମଧ୍ୟ ରହିଛି । ତେଣୁ, ପୂର୍ଣ୍ଣ କର୍ମନିଯୁକ୍ତିର ଏକ କାର୍ଯ୍ୟକ୍ରମ ପ୍ରକୃତରେ ଲାଗୁ କରିବାକୁ ବାହାରିଲେ ସେଥିପାଇଁ ସମ୍ଭବତଃ ସମଗ୍ର ଆଭ୍ୟନ୍ତରୀଣ ଅଧୌତ୍ପାଦନର ୩.୪% ଯାଏ ଆବଶ୍ୟକ ହେବ ।

 

ଉପରର ହିସାବ ଓ ଅଙ୍କ ଗୁଡ଼ିକ କେବଳ ସ୍ଥିତିଟିକୁ ଦର୍ଶାଇ ହିଁ ଦେଇ ପାରୁଥିବେ । ଏଥିଲାଗି କେତେ ପରିମାଣର କ’ଣ ସବୁ ପ୍ରୟୋଜନ ରହିଛି, ଏଥିରୁ କେବଳ ତାହାରି ଗୋଟିଏ ସ୍ଥୂଳ ଧାରଣା କରାଯାଇ ପାରୁଥିବା ଉଚିତ୍ । ଅଙ୍କ ଦ୍ଵାରା ହିସାବ କରୁଥିବା ସମୟରେ ତ ସବୁକିଛି ଖୁବ୍ ସରଳ ବୋଲି ମନେ ହେଉଥିବ । ଯଦି ମୋଟ ଆଭ୍ୟନ୍ତରୀଣ ଉତ୍ପାଦନର ୬-୮% ବୃଦ୍ଧି ହୁଏ ଏବଂ ତାହାର ଅଧେ ଭାଗ ଯଦି କର୍ମନିଯୁକ୍ତିର ସେହି କାର୍ଯ୍ୟକ୍ରମଟିକୁ ଚାଲୁ ରଖିବାରେ ବ୍ୟୟିତ ହୁଏ, ତେବେ ଏହାଦ୍ଵାରା ମୋଟ ଉପଲବ୍ଧ ପରିମାଣରେ ମଧ୍ୟ ସର୍ବଦା ଅଳ୍ପ ବହୁତ ବୃଦ୍ଧି ହିଁ ହେବ । ଏଇଟି ପ୍ରକୃତରେ ପ୍ରତ୍ୟକ୍ଷ କ୍ଷେତ୍ରରେ ମଧ୍ୟ ଏହିପରି ହେବ କି ନାହିଁ, ସେହି କଥାଟି ଆମର ଆଶାବାଦୀ ଅଥବା ନିରାଶାବାଦୀ ହୋଇଥିବା ଉପରେ ହିଁ ନିର୍ଭର କରିବ । ଯିଏ ସକଳ ସ୍ଥିତିରେ ହିଁ ନୈରାଶ୍ୟ ହିଁ ଦେଖୁଥିବ, ସିଏ ହୁଏତ ୬-୮% ବୃଦ୍ଧିର ଗିଲାସଟିଆଡ଼କୁ ଅନାଇଦେବ ଏବଂ ଖାସ୍ ଏହି ସଂପୂର୍ଣ୍ଣ କର୍ମଯୋଗାଣର ଯୋଜନାଟି ହେତୁ ହିଁ ଗିଲାସଟି ଅଧା ଖାଲି ହୋଇରହିଗଲା ବୋଲି ଅନାଶ୍ୟ କହିବ । ଏବଂ, ସର୍ବଦା ଆଶା ହିଁ ଦେଖି ପାରୁଥିବା ଅନ୍ୟ ପକ୍ଷର ମନୁଷ୍ୟଟି ସେହି ଗିଲାସଟି ଆଡ଼କୁ ଦୃଷ୍ଟିପାତ କରି ଗିଲାସଟି ଅଧାଯାଏ ପୂର୍ଣ୍ଣ ହୋଇ ରହିଛି ବୋଲି ମଧ୍ୟ କହିବ । ଅବଶ୍ୟ ଏସବୁ ଗଣିତ-ହିସାବ ମୋଟେ ଖୁବ୍ ବେଶି ଦୂରଯାଏ କାମକୁ ଆସିବେ ନାହିଁ । ଏବଂ, ସେହି କ୍ଷେତ୍ରରେ ଭୁଲ୍ ବାଟରେ ଆମକୁ ନେଇଯିବାର କିଛି ଆଶଙ୍କା ମଧ୍ୟ ଅବଶ୍ୟ ରହିଥିବ ।

 

ଏପରିକି, ଧରାଯାଉ ଯେ କିଞ୍ଚିତ୍ ପରିମାଣରେ ପୂର୍ବାପେକ୍ଷା ଅଧିକ ଉତ୍ତମ ଭାବରେ ଟିକସ ଆଦାୟ ହୋଇପାରୁଛି । ଏବଂ ଆହୁରି କେତେକ ଅଧିକ ଜମାବୃଦ୍ଧିକାରୀ ଟିକସ କାର୍ଯ୍ୟକାରୀ କରାଇବାକୁ ଗମ୍ଭୀର ଭାବରେ ଚିନ୍ତା ବି କରାଯାଉଛି : ମାତ୍ର ସେହି ଯାବତୀୟ ଯେତେ ଯାହା ଅଧିକ ଆଦାୟ ସତ୍ତ୍ୱେ ସାଧାରଣ ଆଭ୍ୟନ୍ତରୀଣ ଉତ୍ପାଦନର ଅନୁପାତ ବର୍ତ୍ତମାନ ୧୫% ରୁ ଖୁବ୍ ବେଶି ହେଲେ ୨୦% ଯାଏ ଯାଇ ପାରିବ । ଅର୍ଥାତ୍, ପୂର୍ବୋକ୍ତ ୮% ଅଭିବୃଦ୍ଧିଟି ସାଧାରଣ ଆଭ୍ୟନ୍ତରୀଣ ଉତ୍ପାଦନ ଆୟରେ କେବଳ ୧.୬% କୁ ହିଁ ବୁଝାଇବ । ଅର୍ଥାତ୍, ସରକାର କେବଳ ଏତିକି ଅଧିକ ସଂଗ୍ରହ କରି ପାରିବେ ଏବଂ ଏକ ପୂର୍ଣ୍ଣ କର୍ମଯୋଗାଣର କାର୍ଯ୍ୟକ୍ରମର ଆବଶ୍ୟକତାର କ୍ଷେତ୍ରରେ ତାହା ସମୁଦ୍ରକୁ ଶଙ୍ଖେ ମଧ୍ୟ ହେବନାହିଁ ।

 

ଏହି ଗଣନାଟିରୁ ପ୍ରଧାନ କଥାଟି ମଧ୍ୟ ବେଶ୍ ସ୍ପଷ୍ଟ ହୋଇଯିବ । ପୁରୁଣା ରକ୍ଷଣଶୀଳ ଅର୍ଥନୀତି ବ୍ୟବସ୍ଥାର ‘ସରକାର ପାରିବ ନାହିଁ’ ନାମକ ସେହି ଖୁବ୍ ପରିଚିତ ଜାଲଟି ଭିତରେ ପଡ଼ିବା ଲାଗି ଯଦି ଆମେ ପ୍ରକୃତରେ ଇଚ୍ଛା ନକରୁଥିବା, ତେବେ ଏହି ଅଭିନବ ପ୍ରସ୍ଥାୟତକର କାର୍ଯ୍ୟକ୍ରମଟି ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଡ଼ କରି ପାରିବାର ପ୍ରଶ୍ନଟିକୁ ମଧ୍ୟ ବେଶ୍ ଅଲଗା ପ୍ରକାରେ ଆଣି ଛିଡ଼ା କରିବାକୁ ପଡ଼ିବ । ବସ୍ତୁତଃ, କିଞ୍ଚିତ୍ ଅଧିକ କଳ୍ପନାଶକ୍ତିର ପ୍ରୟୋଗ କରିବାକୁ ପଡ଼ିବ । “ପ୍ରଥମେ ଅଭିବୃଦ୍ଧି ଏବଂ ତା’ପରେ ଯାଇ ପୂର୍ଣ୍ଣ କର୍ମଯୋଗାଣ”, ଆମେ ସେତେବେଳେ ଏପରି ଆଦୌ ଭାବିବା ନାହିଁ । କାରଣ, ଅଭିବୃଦ୍ଧିର ଖନ୍ଦାଟିକୁ ଯେତେ ଯେତେ ସୂତ୍ରରୁ ଅର୍ଥଆଣି ଭର୍ତ୍ତି କରୁଥିଲେ ମଧ୍ୟ ଭାରତବର୍ଷର ପରିପ୍ରେକ୍ଷୀରେ ତାହା ଆଦୌ ସଫଳ ହେବ ନାହିଁ । ତେଣୁ, କୌଶଳଟିକୁ ଠିକ୍ ଓଲଟା କରିଦେବାକୁ ହେବ ଓ “ପ୍ରଥମେ କର୍ମଯୋଗାଣ, ଏବଂ ସେଥିରୁ ସମ୍ଭବ ହେଉଥିବା ଅଭିବୃଦ୍ଧି”–ଏହିପରି ବିଚାର କରାଯିବ । ଏହିପରି ଏକ ଦୃଶ୍ୟପଟ ଉପରେ ଉତ୍ପାଦନକ୍ଷମ ପୂର୍ଣ୍ଣ କର୍ମନିଯୁକ୍ତିର କାର୍ଯ୍ୟକ୍ରମଟିକୁ ଆମେ ସୋପାନ ସୋପାନ କରି ସଂକ୍ଷେପରେ ବ୍ୟକ୍ତ କରି ପାରିବା, ପୂର୍ବରୁ ଉପସ୍ଥାପିତ ହୋଇଥିବା ଯୁକ୍ତିଗୁଡିକର ପ୍ରଚ୍ଛଦଟି ଉପରେ ତାହା କରି ପାରିବା ।

 

(୧) ସବୁଠାରୁ ଉତ୍ତମ ହେବ ଯଦି ଆବଶ୍ୟକ ଅର୍ଥକୁ ରିଜର୍ଭ ବ୍ୟାଙ୍କରୁ କରଜ ସୂତ୍ରରେ ଅଣାଯିବ । ଏବଂ, ତାହା ସହିତ ପ୍ରତିବନ୍ଧକ ସଦୃଶ ହୋଇ ରହିଥିବା ଅର୍ଥବ୍ୟବସ୍ଥାଗତ ଦାୟିତ୍ଵବୋଧ ଓ ବଜେଟ ପରିଚାଳନା ଆଇନରେ ସଂଶୋଧନ ହେବ ।

 

(୨) ଯଦି ଏକ ସ୍ଵତନ୍ତ୍ର ଜମାଖାତାରେ ରିଜର୍ଭବ୍ୟାଙ୍କରୁ କରଜ ଆସିବ ଏବଂ ସେହି ଅର୍ଥକୁ ସଂପୂର୍ଣ୍ଣ ଭାବରେ କର୍ମନିଯୁକ୍ତିର କାର୍ଯ୍ୟକ୍ରମ ନିମନ୍ତେ ଅର୍ଥ ସାହାଯ୍ୟ ହିସାବରେ ଗ୍ରାମ ଏବଂ ନଗର ପଞ୍ଚାୟତଗୁଡ଼ିକୁ ଦିଆଯିବ, ତେବେ ଯାଇ ସେହି ସଂଶୋଧନଟିକୁ ପ୍ରକୃତରେ ସମୁଚିତ ବୋଲି କୁହାଯାଇପାରିବ ।

 

(୩) ଏହି ପଦକ୍ଷେପଟି ବସ୍ତୁତଃ ଭାରତୀୟ ସମ୍ବିଧାନର ୭୩ ତମ ସଂଶୋଧନର ଅଭିପ୍ରାୟଟି ସହିତ ମଧ୍ୟ ସଙ୍ଗତି ରକ୍ଷା କରିବ, କାରଣ ସେହି ସଂଶୋଧନରେ ସରକାରଙ୍କ ଶାସନରେ ଏକ ତ୍ରିସ୍ତରୀୟ ସ୍ୱଶାସନ ପ୍ରଚଳିତ ହେବ ବୋଲି ଘୋଷଣା କରାଯାଇଛି । ଯଦି କେନ୍ଦ୍ର ଓ ରାଜ୍ୟମାନେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଅର୍ଥନୈତିକ ବ୍ୟବସ୍ଥାଗତ ବ୍ୟାପାରମାନଙ୍କରେ ସ୍ଵତନ୍ତ୍ର ନିଷ୍ପତ୍ତିମାନ ଗ୍ରହଣ କରିବାର କ୍ଷମତା ଲାଭ କରିଥିବେ, ତେବେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ କାହିଁକି ଯେ ତତୁଲ୍ୟ କ୍ଷମତାଗୁଡ଼ିକର ଅଧିକାର ଲାଭ କରି ପାରିବେ ନାହିଁ, ସେପରି ଭାବିବାର ପ୍ରକୃତରେ କୌଣସି କାରଣ ରହିବା ଉଚିତ୍ ନୁହେଁ । ପୂର୍ଣ୍ଣ କର୍ମନିଯୁକ୍ତିର କାର୍ଯ୍ୟକ୍ରମଟି ସଫଳତା ହାସଲ କରିବାକୁ ହେଲେ ବିକେନ୍ଦ୍ରୀକରଣ ଅତ୍ୟାବଶ୍ୟକ ଏବଂ, ଯଦି ପଞ୍ଚାୟତଗୁଡ଼ିକୁ ଯେତେବେଳେ ତୁଚ୍ଛା ଉପରୁ ଆସୁଥିବା କେନ୍ଦ୍ର ତଥା ରାଜ୍ୟସରକାରଙ୍କର ନିର୍ଦ୍ଦେଶକୁ କାର୍ଯ୍ୟ କରିବାର ମାଧ୍ୟମ ବୋଲି ବିଚାର କରାନଯିବ, ଅର୍ଥାତ୍ ସେମାନଙ୍କ ପାଖରେ କୌଣସି ସ୍ଵତନ୍ତ୍ର ନିଷ୍ପତ୍ତି କରିବାର କ୍ଷମତା ରହିଥିବ ଓ ଅର୍ଥନୀତିର ବ୍ୟବସ୍ଥାକ୍ଷେତ୍ରରେ ମଧ୍ୟ ସ୍ଵାଧୀନତା ରହିବ, ସେତେବେଳେ ଯାଇ ଆଦୌ କୌଣସି ବିକେନ୍ଦ୍ରୀକରଣ ସମ୍ଭବ ହୋଇଛି ବୋଲି କୁହାଯିବ ।

 

(୪) ବିକେନ୍ଦ୍ରୀକରଣ ମାଧ୍ୟମରେ ସୁନିଶ୍ଚିତ ପୂର୍ଣ୍ଣ କର୍ମନିଯୁକ୍ତି ସମ୍ଭବ ହେବାର ଦ୍ଵିତୀୟ ସ୍ତମ୍ଭଟି ହେଉଛି ଯେ, ସକଳ ସ୍ତରରେ ସଂପୂର୍ଣ୍ଣ ସ୍ୱଚ୍ଛତା ରହିବ, ଆଦୌ କିଛି ଘୋଡ଼ାଇ ରଖିବାର ଇଚ୍ଛା ନଥିବ, କେନ୍ଦ୍ର, ରାଜ୍ୟ ଏବଂ ପଞ୍ଚାୟତ ତିନୋଟି ଯାକ ସ୍ତରରେ । ସୂଚନା ପାଇବାର ଅଧିକାର ବିଷୟରେ ଯେଉଁ ଆଇନ୍ ରହିଛି ଏହିଠାରୁ ହିଁ ସେହି ଦିଗରେ ଏକ ପ୍ରଥମ ଆରମ୍ଭ ହୋଇପାରିବ । ଏହିପରି ଗୋଟିଏ ଯୁକ୍ତି ବହୁତ ସମୟରେ ଶୁଣିବାକୁ ମିଳିଥାଏ ଯେ, ପଞ୍ଚାୟତ ଉପରେ ସର୍ବଦା ହିଁ ସମାଜର ଭିନ୍ନ ଭିନ୍ନ ପ୍ରତିପତ୍ତି ଥିବା ଶ୍ରେଣୀ ବା ଗୋଷ୍ଠୀ ଖୁବ୍ ପ୍ରଭାବ ବିସ୍ତାର କରି ରହିଥାନ୍ତି । ଏହାର ସତ୍ୟତା ବିଷୟରେ ମୋଟେ ସନ୍ଦେହ ନାହିଁ । ପୁଣି, ଏକଥାଟି ମଧ୍ୟ ସତ୍ୟ ଯେ, ସେହି ଶ୍ରେଣୀର ବହୁ ମନୁଷ୍ୟ ଦୁର୍ନୀତିଗସ୍ତ ହୋଇ ବି ରହିଥାଆନ୍ତି । କିନ୍ତୁ ଏପରି ଯୁକ୍ତିର କୌଣସି ଯଥାର୍ଥତା ରହିବା ଉଚିତ୍ ନୁହେଁ । କାରଣ, କେନ୍ଦ୍ର ତଥା ରାଜ୍ୟମାନଙ୍କର ସରକାର ଗୁଡ଼ିକର କ୍ଷେତ୍ରରେ ମଧ୍ୟ ଠିକ୍ ସେହିକଥା କୁହାଯାଇ ପାରିବ । ଏକ ଗଣତନ୍ତ୍ର-ବ୍ୟବସ୍ଥା ଯେପରି ପ୍ରକୃତରେ କାର୍ଯ୍ୟକାରୀ ହୋଇପାରିବ, ସେଥିଲାଗି ଗୋଟିଏ ସର୍ବମୂଳ ଅବଶ୍ୟ ପ୍ରୟୋଜନଟି ହେଉଛି ଯେ ଆମର ନିର୍ବାଚିତ ପ୍ରତିନିଧିମାନଙ୍କୁ ଆମେ ସେମାନଙ୍କୁ ନିଜେ ନିଜର ନିଷ୍ପତ୍ତିମାନ ଗ୍ରହଣ କରିବାର କ୍ଷମତାରୁ କେବେହେଲେ ବଞ୍ଚିତ କରିବାନାହିଁ; ମାତ୍ର ସେମାନଙ୍କର ଯାବତୀୟ କାର୍ଯ୍ୟ ନିମନ୍ତେ ସେମାନେ ଯେ ଅବଶ୍ୟ ଦାୟୀ ରହିବେ, ଏହି ବିଷୟରେ ମଧ୍ୟ ଆମେ ଦୃଢ଼ ହୋଇ ରହିଥିବା ।

 

(୫) ଆମ ରାଜନୀତିକ ଓ ଅର୍ଥନୈତିକ ଜୀବନର ସତକୁ ସତ ଏକ ଦାୟିତ୍ଵ-ସଚେତନତା ସମ୍ଭବ କରିବାକୁ ହେଲେ ଏହି ସୂଚନା ପାଇବା ନିମନ୍ତେ ସମସ୍ତଙ୍କର ପ୍ରତ୍ୟେକ ସ୍ତରରେ ଅଧିକାରକୁ ଗୋଟିଏ ଅତ୍ୟାବଶ୍ୟକ ପୂର୍ବସର୍ତ୍ତ ରୂପେ ହିଁ ସ୍ଵୀକାର କରିନେବାକୁ ପଡ଼ିବ । ଏନ୍‍ରନ୍‍କୁ ନେଇ ମାନିନେବାକୁ ହୋଇଥିବା ବିଫଳତା ଭଳି ବହୁତ ନିଷ୍ପତ୍ତି ମଧ୍ୟରେ ଏପରି ବହୁତ ବହୁତ କଥା ରହିଥିଲା ଯେଉଁଥିରୁ କି କେନ୍ଦ୍ର ଏବଂ ରାଜ୍ୟ ଉଭୟ ସ୍ତରରେ ହିଁ ସ୍ଵଚ୍ଛତାର ଅଭାବ ରହିଥିଲା ବୋଲି ଧରା ପଡ଼ିଗଲା । ହଁ ଅତ୍ୟନ୍ତ ନିଶ୍ଚିନ୍ତ ଭାବରେ ଦାୟିତ୍ଵଗୁଡ଼ିକୁ ଧାର୍ଯ୍ୟ କରି ଦିଆଯିବ ଏବଂ ଅତ୍ୟନ୍ତ ନିଷ୍ଠାର ସହିତ ସଂପୃକ୍ତ ପକ୍ଷମାନେ ସେହି ବିଷୟରେ ସଚେତନ ଥିବେ ତଥା ଆପଣାକୁ ଉତ୍ତରଦାୟୀ ବୋଲି ବୁଝୁଥିବେ, ତେବେ ଯାଇ ପ୍ରକୃତରେ ପରିସ୍ଥିତିରେ କୌଣସି ଉନ୍ନତି ଘଟିବା ସମ୍ଭବ ହେବ ।

 

(୬) ଯେକୌଣସି ଉଦ୍ୟମରେ ଯେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତାର ବୋଧ ଅବଶ୍ୟ ରହିଛି, ତାହା ସମ୍ଭବ ହେବା ସକାଶେ ସର୍ବଦା ଏକ ସମ୍ମିତିର ନୀତି ଲାଗି ସମସ୍ତଙ୍କର ସମ୍ମାନ ରହିଥିବା ଆବଶ୍ୟକ ହେବ । ଯଦି କେନ୍ଦ୍ର ଅଥବା ରାଜ୍ୟ ପଞ୍ଚାୟତକୁ ଉତ୍ତରଦାୟୀ କରି ରଖିବାକୁ ଇଚ୍ଛା କରୁଥାଏ ଅଥଚ ଆପେ ମଧ୍ୟ ଉତ୍ତରଦାୟୀ ରହିବା ଲାଗି ସମ୍ମତ ହେଉନଥାଏ, ଏହାଦ୍ଵାରା କର୍ତ୍ତୃତ୍ଵର କାର୍ଯ୍ୟକାରୀ ହେବାରେ ନିଶ୍ଚୟ ଗୋଟିଏ ଅସନ୍ତୁଳନ ଆସି ପହଞ୍ଚିଯିବ । ତାହା ଅତ୍ୟନ୍ତ ଅସମୀଚୀନ ହେବ, ଏବଂ ଆଦୌ ସ୍ୱୀକାରର ଯୋଗ୍ୟ ମଧ୍ୟ ହେବ ନାହିଁ । ଆମର ଏହି ପୂର୍ଣ୍ଣ ନିଯୁକ୍ତି ପ୍ରଦାନର କ୍ଷେତ୍ରରେ ଏହାର ପ୍ରକୃତରେ ଏହିଭଳି ଏକ ଅର୍ଥ ହେବ ଯେ ସେମାନଙ୍କର ଅର୍ଥରାଶି ଗୁଡ଼ିକ କିପରି ବ୍ୟୟ କରାଯାଉଛି, ସେହି ବିଷୟରେ ସମାନ ପରିମାଣର ଗୋଟିଏ ସ୍ୱଚ୍ଛତା ରହିନଥିବାଯାଏ କେନ୍ଦ୍ର ଅଥବା ରାଜ୍ୟ କାହାରି ହେଲେ ସେହି ଅର୍ଥକୁ ନଦେଇ ନିଜ ପାଖରେ ଅଟକାଇ ରଖିବା ସକାଶେ ମଧ୍ୟ କୌଣସି କ୍ଷମତା ରହିବା ଉଚିତ ହେବନାହିଁ । ଦକ୍ଷତାର ଅଭାବ, ଦୁର୍ନୀତି ତଥା ନ୍ୟସ୍ତ ସ୍ଵାର୍ଥର ନାନା ଖେଳ ସଂପ୍ରତି ସରକାରଙ୍କର ସକଳ ସ୍ତରରେ ସମାନ ଭାବରେ ଯେ ବିଦ୍ୟମାନ ରହିଛି, ଖୁବ୍ ଔଚିତ୍ୟ ସହିତ ଯଦି ସେହି ଅନୁମାନଟି ଖୁବ୍ କରାଯାଇ ପାରୁଛି, ତେବେ ଆମେ ଏକତରଫା ଭାବରେ ପଞ୍ଚାୟତର ବିହିତ ବା ଅବିହିତ ଆଚରଣ ଗୁଡ଼ିକୁ ତନଖି ଦେଖିବା ଲାଗି କେନ୍ଦ୍ର କିମ୍ବା ରାଜ୍ୟ ହାତରେ ମୋଟେ କୌଣସି କ୍ଷମତା ନେଇ ଦେଇଦେବା ନାହିଁ । ପୂର୍ଣ୍ଣ କର୍ମଯୋଗଣର ପ୍ରକଳ୍ପ ଯୋଜନାରେ ତାହା ଏକାନ୍ତ ଆବଶ୍ୟକ ବୋଲି ବିଶେଷ ଭାବରେ ହିଁ କହିବାକୁ ହେବ । ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ବହୁତ ପଞ୍ଚାୟତ ବିଫଳ ହିଁ ହେବେ; ମାତ୍ର କେତୋଟି ନିଶ୍ଚୟ ସଫଳତା ହାସଲ ମଧ୍ୟ କରିବେ । ଏବଂ ସେହି ପଞ୍ଚାୟତମାନେ ସଂଖ୍ୟାରେ ଅନେକ ବେଶି ଏବଂ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଗୁଡ଼ିକର ତୁଳନାରେ କୌଣସି ନୂଆ ପ୍ରୟୋଗଟିଏ କରି ଦେଖିବା ପାଇଁ ତେଣୁ ସେମାନଙ୍କ କ୍ଷେତ୍ରରେ ସର୍ବଦା ଅଧିକ ଅଧିକ ଅନୁକୂଳତା ମହଜୁଦ ରହିଛି ।

 

(୭) ପଞ୍ଚାୟତ ଗୁଡ଼ିକର କାର୍ଯ୍ୟକୁ ନିୟମଗୁଡ଼ିକରେ ରଖିବାକୁ ହେଲେ ଏବଂ ସେମାନଙ୍କର କାର୍ଯ୍ୟଚୟ ଉଚିତ ପ୍ରକାରେ ଚାଲିଛି କି ନାହିଁ, ତାହା ତନଖି ଦେଖିବାକୁ ହେଲେ ଆମକୁ ସେଥିଲାଗି ଗୋଟିଏ ଭିନ୍ନ ପ୍ରକାରର ନକ୍‍ସା ଅନୁସାରେ ସବୁକିଛି କରିବାକୁ ପଡ଼ିବ । କୌଣସି ପଞ୍ଚାୟତର ନିର୍ବାଚିତ ସଦସ୍ୟମାନଙ୍କୁ ତ ସାଧାରଣତଃ ସ୍ଥାନୀୟ ଲୋକସମୂହର ଅପେକ୍ଷାକୃତ ଅଧିକ ସମୟରେ ସମ୍ମୁଖୀନ ହେବାକୁ ପଡ଼ୁଥିବ । ଯଦି ଆଇନ୍ ଅନୁସାରେ ପଞ୍ଚାୟତର ଯାବତୀୟ ବଜେଟ ସର୍ବସାଧାରଣ ତନଖି ଦେଖିବା ସକାଶେ ଖୋଲା ହୋଇ ରହିଥିବ, ତଦ୍ଦ୍ୱାରା ଅବିଚ୍ଛିନ୍ନ ଭାବରେ ପ୍ରକୃତରେ ଜବାବଦେହୀ ହୋଇ ରହିବାର ଗୋଟିଏ ତତୁଲ୍ୟ ଅନୁକୂଳ ଅବସ୍ଥା ମଧ୍ୟ ଅବଶ୍ୟ ଥିବ । କେନ୍ଦ୍ର କିମ୍ବା ରାଜ୍ୟ ବେଳକୁ ତ ତାହା ଅଧିକରୁ ଅଧିକ କଷ୍ଟସାଧ୍ୟ ହେବାରେ ହିଁ ଲାଗିଥିବ, କାରଣ ସେମାନଙ୍କର ପରିଶାସନର କ୍ଷେତ୍ରଟା ଅନେକ ଅଧିକ ବଡ଼ ହୋଇଥିବା ହେତୁ ସେହି ପଞ୍ଚାୟତର ସ୍ତରରେ ହିଁ ତାହା ଅଧିକ ସହଜରେ ସମ୍ଭବ ହେବ । ତେଣୁ, କୌଣସି କର୍ମନିଯୁକ୍ତି ଯୋଜନା ସମ୍ପର୍କରେ ତାହା ଅତ୍ୟନ୍ତ ସହଜ ସୂଚନା ଦେଇ ପାରୁଥିବ ଅର୍ଥାତ୍, ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କର ନାମ ଏବଂ ଠିକଣା, ମଜୁରି ହାର, କେତେ ଦିନର କାର୍ଯ୍ୟ କରାଯାଇଛି ଏବଂ, ସେହି ପ୍ରକଳ୍ପଟି ସକାଶେ କେତେ ଅର୍ଥ ମଞ୍ଜୁର ହୋଇଥିଲା ଏବଂ ସେହି ପରିପ୍ରେକ୍ଷୀରେ ମୋଟ କେତେ ଅର୍ଥ ଖରଚ କରାଯାଇଛି ଇତ୍ୟାଦି, ଇତ୍ୟାଦି । ଆଇନ୍ ଅନୁସାରେ ଏକ ରୁଟିନ୍ ହିସାବରେ ଏହିସବୁ ସୂଚନା ପ୍ରତ୍ୟେକ ପଞ୍ଚାୟତରେ ଜନସାଧାରଣଙ୍କର ନଜରରେ ପଡ଼ିଲା ପରି ପ୍ରହତ୍ତ ହୋଇ ରହିଥିବ ଏବଂ ଅର୍ଥ-ଅନୁଦାନ ପାଇବା ନିମନ୍ତେ ତାହାକୁ ଏକ ପୂର୍ବସର୍ତ୍ତ ରୂପେ ମାନିବାକୁ ପଡ଼ିବ ।

 

(୮) ଗୋଟିଏ ପ୍ରକଳ୍ପରେ ଅର୍ଥରାଶିକୁ ଉଚିତ ପ୍ରକାରେ ଯେ ଖରଚ କରାଯାଉଛି, ସେହି ବିଷୟରେ ନିଶ୍ଚିତ ରହିବାପାଇଁ ତାହାର ବାସ୍ତବ ଅଗ୍ରଗତିଟିକୁ ମଧ୍ୟ ତନଖି ଦେଖିବାକୁ ପଡ଼ୁଥିବ । ଆଗରୁ ଯେପରି ଉଲ୍ଲେଖ କରାଯାଇଛି, ସେହିସବୁ କାରଣରୁ ହିଁ ଏହା କେନ୍ଦ୍ର ଅଥବା ରାଜ୍ୟ ସ୍ତରର ରାଜନୀତିକ ବ୍ୟକ୍ତି ଏବଂ ଅମଲାତନ୍ତ୍ରୀ ମାନଙ୍କର କାର୍ଯ୍ୟ ହୋଇ ରହିବା ଉଚିତ ହେବନାହିଁ । ବରଂ, ତନଖି ଦେଖିବାର ପ୍ରକ୍ରିୟାଟି ତିନୋଟିଯାକ ସ୍ତରରେ ସ୍ୱତଃପ୍ରଣୋଦିତ ହୋଇ ହିଁ ରହିବ । ଆପେ ସେଥିପାଇଁ ଇଚ୍ଛା କରିବ ଓ ଆପେ ହିଁ ତନଖି ଦେଖିବ । ପ୍ରଥମତଃ, ଯେଉଁ ବୟସ୍କମାନେ ସର୍ବନିମ୍ନ ମଜୁରୀରେ କାମ କରିବାକୁ ନିଜେ ରାଜି ହେବେ, ସେହିମାନଙ୍କୁ ହିଁ ନିଯୁକ୍ତି ପ୍ରଦାନ କରାଯିବ । ଅଧିକତଃ, ଦରିଦ୍ରମାନେ ହିଁ ଏଥିପାଇଁ ନିଜେ ନିଜକୁ ବାଛିବେ ଓ ଏପରି ନିତାନ୍ତ ଅଳ୍ପ ମଜୁରି ମିଳୁଥିବା କାମ ପାଇଁ ରାଜି ହୋଇଥିବେ । ଦ୍ଵିତୀୟ କଥା ହେଉଛି, ହାତକୁ ନିଆ ଯାଇଥିବା ପ୍ରକଳ୍ପଟି ଯଥାସମ୍ଭବ ସେହିମାନଙ୍କୁ ପ୍ରତ୍ୟକ୍ଷ ଭାବରେ ଉପକୃତ କରିପାରୁଥିବ, ଯେଉଁମାନଙ୍କୁ ତାହା ନିଯୁକ୍ତି ଯୋଗାଇଛି । ଏହାଦ୍ଵାରା ନିଜେ ନିଜ ଉପରେ ନିଘା ରଖି ପାରିବାର ଆବଶ୍ୟକ ଏକ ବାତାବରଣକୁ ସୃଷ୍ଟି କରିବାରେ ସହାୟକ ହେବ । କାରଣ, ଯେହେତୁ ସେହି ସ୍ଥାନୀୟ ଅଞ୍ଚଳରୁ ହିଁ ପ୍ରାୟ ସବୁ ଲୋକମାନଙ୍କୁ ନିଯୁକ୍ତି ଦିଆଯାଇଥିବ, ତେଣୁ କେଉଁ ଧରଣର ଏକ ପ୍ରକଳ୍ପର କାର୍ଯ୍ୟ ହାତକୁ ନିଆଯିବ, ସେହି କ୍ଷେତ୍ରଟିରେ ମଧ୍ୟ ସେହି ପ୍ରକଳ୍ପରେ ନିଯୁକ୍ତ ଲୋକମାନଙ୍କର ମଧ୍ୟ ଭୋଟ ଅଧିକାର ରହିବ । ଏବଂ, ଶେଷ କଥାଟି ହେଉଛି, ପଞ୍ଚାୟତଗୁଡ଼ିକୁ ମଧ୍ୟ କହିଦିଆଯିବ ଯେ, ସେମାନେ ସଂପୃକ୍ତ ପ୍ରକଳ୍ପଟିରେ ଯେଉଁମାନଙ୍କ କାର୍ଯ୍ୟର ଦୃଷ୍ଟାନ୍ତ ଦେଖାଇବେ, ଏହାପରେ ଆଉ ଗୋଟିଏ ପ୍ରକଳ୍ପ ନିମନ୍ତେ ସେମାନଙ୍କୁ ଅର୍ଥ ଦିଆଯିବା ସମୟରେ ମଧ୍ୟ ସେହି ଦୃଷ୍ଟିରୁ ବିଚାର କରାଯିବ । ଅନ୍ତତଃ ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ଏପରି ପ୍ରକଳ୍ପମାନ ଦିଆଯିବ, ଯେଉଁଗୁଡ଼ିକ ଅପେକ୍ଷାକୃତ ଅଳ୍ପ ସମୟରେ ଫଳ ଦେଖାଇ ପାରୁଥିବେ ଏବଂ ଅପେକ୍ଷାକୃତ ଅଳ୍ପ ସମୟରେ ସମ୍ପୂର୍ଣ୍ଣ ବି ହୋଇ ପାରୁଥିବେ । ଏବଂ ଖାସ୍ ସେହିଗୁଡ଼ିକୁ ଆଧାର କରି ହିଁ ସେମାନଙ୍କର କାର୍ଯ୍ୟ ଦକ୍ଷତାର ମାନଟିକୁ ନିର୍ଦ୍ଧାରଣ କରାଯିବ ।

 

(୯) ପରିଶେଷରେ ଜାତୀୟ-କରଣର ତାଲିକାରେ ଥିବା କୌଣସି ସ୍ଥାନୀୟ ଶାଖାର ମାଧ୍ୟମରେ ହିଁ ପଞ୍ଚାୟତ ମାନଙ୍କୁ ଅର୍ଥରାଶି ପ୍ରଦାନ କରାଯିବ । ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପୂର୍ଣ୍ଣ ହୋଇଗଲା ବୋଲି ସେତେବେଳେ ଏକ ପ୍ରକଳ୍ପ ତଥା ବ୍ୟାଙ୍କ୍ ଉଭୟେ ମତ ଦେବେ, ସେତେବେଳେ ସେଇଟି ପଞ୍ଚାୟତର ସମ୍ପତ୍ତି ବୋଲି ଗଣା ହେବ ଏବଂ ସେଇଟିକୁ ଦେଖାଇ ସଂପୃକ୍ତ ପ୍ରକଳ୍ପଟି ବ୍ୟାଙ୍କରୁ ଅଧିକ ଋଣ ଆଣି ପାରିବ । ପ୍ରକଳ୍ପଟି ଯେ ପ୍ରକୃତରେ ସମ୍ପୂର୍ଣ୍ଣ ହୋଇଗଲା, ସେ ବିଷୟରେ ଯାଦୃଚ୍ଛିକ ଭାବରେ ବଛା ଯାଇଥିବା ବ୍ୟାଙ୍କ୍ ଅଫିସରମାନେ ମତ ଦେବେ (ସ୍ଥାନୀୟ ବ୍ୟାଙ୍କ୍‍ଟିର କୌଣସି କର୍ମକର୍ତ୍ତାକୁ ବାଦ୍ ଦେଇ) ପଞ୍ଚାୟତର ସବୁ ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ମତ ଦେଇଥିବେ । ବିଭିନ୍ନ ପ୍ରକଳ୍ପର ବାସ୍ତବ ଅଗ୍ରଗତି ବିଷୟରେ ଏଇଟିକୁ ଗୋଟିଏ ନିର୍ଣ୍ଣାୟକ ବୋଲି ସ୍ଵୀକାର କରାଯିବ; ସ୍ଥାନୀୟ ଆବଶ୍ୟକତାଗୁଡ଼ିକୁ ଧ୍ୟାନ ଦେବାରେ ଗୋଟିଏ ପ୍ରକଳ୍ପ କେତେଦୂର ସମର୍ଥ ହୋଇଛି, ଏହି କ୍ଷେତ୍ରରେ ସେଇଟି ଆଉ ଏକ ନିର୍ଣ୍ଣାୟକ ରୂପେ ମଧ୍ୟ କାର୍ଯ୍ୟ କରିବ । କୌଣସି ସାଧାରଣ ଦ୍ରବ୍ୟର ବ୍ୟବହାର କରିଥିବାର କାରଣରୁ ଲୋକମାନଙ୍କଠାରୁ ପଞ୍ଚାୟତମାନେ ଅବଶ୍ୟ ଏକ ମୂଲ୍ୟ କିମ୍ବା ଦେୟ ନିଶ୍ଚୟ ଆଦାୟ କରିପାରିବେ ସିନା, ମାତ୍ର ସେହି ପ୍ରକଳ୍ପରେ ସର୍ବନିମ୍ନ ପାରିଶ୍ରମିକରେ ନିଯୁକ୍ତ ହୋଇଥିବା ଲୋକମାନଙ୍କୁ ସେପରି କିଛି ଦେବାକୁ ଆଦୌ ପଡ଼ୁନଥିବ । କୌଣସି ଔଚିତ୍ୟର କାରଣରୁ ଯେ ତାହା ହେବ, ତାହା ନୁହେଁ । ଏହାଦ୍ଵାରା ‘ବ୍ୟକ୍ତି’ ସ୍ତରର ପ୍ରଦତ୍ତ ହେଉଥିବା କୌଣସି ପାରିଶ୍ରମିକର ଯେ ଗୋଟିଏ ‘ସମାଜ ସହିତ ସମ୍ପୃକ୍ତ’ ଦିଗଟିଏ ରହିଛି, ଏହି ବିଚାରଟିକୁ ହିଁ ପରିଚିତ କରାଇ ଦେଇହେବ । ଏପରି ମାଧ୍ୟମରେ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନେ କ୍ରମେ ଶିକ୍ଷା ମଧ୍ୟ କରିବେ ଯେ ପ୍ରକଳ୍ପଟି ଆପଣାର ନିର୍ଦ୍ଧାରିତ ଉଦ୍ଦେଶ୍ୟଟି ଅନୁସାରେ ଅବଶ୍ୟ ଯଥାଯୋଗ୍ୟ ହୋଇ କାର୍ଯ୍ୟ କରିବା ଉଚିତ ତଥା ଏଥିରେ ସେମାନଙ୍କର ବି ଖୁବ୍ ଦାୟିତ୍ଵ ରହିଛି । ସେମାନଙ୍କୁ କିଛି ଦୟା ଭଳି ଦେଖାଇ ଯେ ଏଠାରେ କାମଟିଏ ମିଳିଛି, ସେମାନେ ଆଦୌ ସେପରି ଭାବିବେ ନାହିଁ । ଏକ ଅତ୍ୟନ୍ତ ସ୍ଵାଭାବିକ କଥା ଯେ, ଗୋଟିଏ ପ୍ରକଳ୍ପ ହେତୁ ସମ୍ଭବ ହୋଇଥିବା ଏକ ସୁବିଧାକୁ ବ୍ୟବହାର କରି ପାରିବା ସକାଶେ କେତେସଂଖ୍ୟାର ମନୁଷ୍ୟ କିଛି ଅର୍ଥ ମଧ୍ୟ ଦେଉଛନ୍ତି, ତାହା ପରୋକ୍ଷ ଭାବରେ ପ୍ରକଳ୍ପଟି ପ୍ରକୃତରେ ସ୍ଥାନୀୟ ଆବଶ୍ୟକତା ଗୁଡ଼ିକର ପୂରଣ କରିପାରିଛି, ସେହି କଥାଟିକୁ ପ୍ରତିପାଦିତ ମଧ୍ୟ କରି ଦେଉଥିବ । ପୂର୍ଣ୍ଣ ହୋଇଥିବା ଏକ ପ୍ରକଳ୍ପର ଅବଦାନ-ମୂଲ୍ୟଟିକୁ ନିର୍ଦ୍ଧାରଣ କରୁଥିବାର କ୍ଷେତ୍ରରେ ବସ୍ତୁତଃ ଏଇଟି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାପକାଠି ହୋଇ ରହିଥିବା ଉଚିତ ।

 

ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତା ରହିଥିବା ଏବଂ ବିକେନ୍ଦ୍ରୀକରଣର ପ୍ରତ୍ୟେକ ସୋପାନରେ ଦରିଦ୍ର ଜନଗଣ ସକାରାତ୍ମକ ତଥା ସୃଜନଶୀଳ ଭାବରେ ସମୁଦାୟ କାର୍ଯ୍ୟଟିରେ ଅଂଶଗ୍ରହଣ କରୁଥିବେ, ଏହା ହିଁ ଆମ ବିକାଶ ସାଧନର କ୍ଷେତ୍ରରେ ଏକ ନୂତନ ପଥକୁ ସମ୍ଭବ ଓ ସାକାର କରି ଆଣିବ । ଏହାକୁ ଆମେ କେବଳ ଏକ ଅର୍ଥନୀତି କ୍ଷେତ୍ରର କଳ୍ପନାମାତ୍ର ବୋଲି ଆଦୌ କହିବା ନାହିଁ । ବରଂ, ବର୍ତ୍ତମାନର ଏହି ପରିସ୍ଥିତି ଆମକୁ ସେହିପରି ଗୋଟିଏ ପଥକୁ ଗ୍ରହଣ କରିବା ଲାଗି ବାଧ୍ୟ କରିବ, ଆମ ଉପସ୍ଥିତ ପରିସ୍ଥିତିରେ ନ୍ୟାୟତଃ ଏକମାତ୍ର ସମାଧାନ-ପଥ ବୋଲି ଅବଶ୍ୟ କହିବାକୁ ହେବ । ଯେଉଁମାନେ ଏଇଟିରେ ରାଜି ନହୋଇ ଅନ୍ୟପ୍ରକାରେ ବିଚାର କରନ୍ତି, ଜଗତୀକରଣର ସେହି ମାର୍ଗଟିକୁ ଗ୍ରହଣ କରି ନେଇଥିବା ପୃଥିବୀରେ ମୁକ୍ତ ବଜାରକାରବାରଟିକୁ ଗ୍ରହଣ କରିନେବାଦ୍ଵାରା ଦାରୁଣ ଅତିନିମ୍ନ ସ୍ତରରେ ପଡ଼ି ରହିଥିବା ଆମ ଦେଶର ନିୟୂତ ନିୟୂତ ନାଗରିକଙ୍କୁ ସେହି ଅବମାନବିକ ସ୍ତରରୁ ଉନ୍ନୀତ କରି ନିଆଯାଇ ପାରିବ–ଏପରି ବିଚାରୁଥିବା ବ୍ୟକ୍ତିମାନେ ସ୍ଵୟଂ ହିଁ ଏକ କଳ୍ପନା-ରାଜ୍ୟରେ ବାସ କରୁଛନ୍ତି ବୋଲି କୁହାଯିବ-। ଏବଂ, ସେମାନଙ୍କର ସେହି ରାଜ୍ୟଟି ଅବଶ୍ୟ ଭୁଷୁଡ଼ି ପଡ଼ିବ ।

Image

 

ସନ୍ଦର୍ଭ–ପୁସ୍ତକ ଏବଂ ଅଧିକ ଅଧ୍ୟୟନ ଲାଗି ସୂଚନା

(ପାଠକର ସହାୟକ ହେବା ଭଳି କିଛି ସଂକ୍ଷିପ୍ତ ମନ୍ତବ୍ୟ)

 

Statistical outline of India, ୨୦୦୪-୨୦୦୫, Tata services limited, Department of Economics and Statistics–ଅଧିକାଂଶ ତଥ୍ୟାଦି ଅତ୍ୟନ୍ତ ସୁବିଧାଜନକ ଭାବରେ ଏଇଟିରୁ ପ୍ରାପ୍ତ ହୋଇ ପାରିବ ।

 

‘Employment in India, ୧୯୭୭/୯୮ ରୁ ୧୯୯୯/୦୦ ପର୍ଯ୍ୟନ୍ତ । A. Vaidyanathanଙ୍କ ଦ୍ୱାରା ଲିଖିତ Charateristics and Trends–Journal of the Indian School of Political Economy, vol. ୧୩, no.୨, pp, ୨୧୭-୨୫୩ ରେ ଏହି ଲେଖାଟି ଭାରତବର୍ଷୀୟ କର୍ମନିଯୁକ୍ତି-କ୍ଷେତ୍ରରେ ଏକ ବିସ୍ତୃତ ପରିସଂଖ୍ୟାନଗତ ଚିତ୍ର ଯୋଗାଇ ଦେଇପାରିବ ।

 

B. De long ଙ୍କର ପ୍ରବନ୍ଧ : ‘India Since Independence, An Analytic Growth Narrative’–D. Rodrick ଙ୍କ ଦ୍ୱାରା ସମ୍ପାଦିତ In Search of Prosperity : Analytic Narratives on Economic Growth, New Jersey, Princeton University Press, ୨୦୦୩ ପୁସ୍ତକରୁ । ଏହି ଗ୍ରନ୍ଥଟି ବେଶ୍ ପଠନୀୟ, ମାତ୍ର ଭାରତବର୍ଷର ଅଭିବୃଦ୍ଧି ପ୍ରକ୍ରିୟା ବିଷୟରେ ଅବତରଣିକା ଦେବାକୁ ଯାଇ ଟିକିଏ ପାଣ୍ଡିତ୍ୟ ପ୍ରଧାନ ହୋଇଯାଇଛି ।

 

‘Volatility in Stock Market in India and Foreign Institutional Investors : A Study of Post Election Crash by P. Pal, Economic and Political Weekly, February ୧୯,୨୦୦୫, pp, ୭୬୫-୭୭୨–ଏଇ କ୍ଷୁଦ୍ର ପ୍ରବନ୍ଧଟିରେ ବହୁତ ଜାଣିବାର ଯୋଗ୍ୟ ଷ୍ଟକ୍ ମାର୍କେଟ୍ ଓ ବିଦେଶୀ ଆନୁଷ୍ଠାନିକ ପୁଞ୍ଜି ଲଗାଣକାରୀଙ୍କ ମଧ୍ୟରେ ରହିଥିବା ସମ୍ବନ୍ଧ ବିଷୟରେ ବହୁତ କ୍ରମବଦ୍ଧ ପ୍ରମାଣ ପ୍ରଦତ୍ତ ହୋଇଛି ।

 

‘Food and Nutrition Security for the poor : Emerging perspective and Policy Issues’ by R. Radha Krishnan,–Economic and Political Weekly. April ୨୦୦୫, pp ୧୮୧୭-୧୮୨୧ ଏଥିରେ ଭାରତବର୍ଷର ଦରିଦ୍ର ଜନସମୂହର ଖାଦ୍ୟ ପୁଷ୍ଟିଗତ ଅଭାବ ବିଷୟରେ ଗୋଟିଏ ହିସାବ-ସମ୍ବଳିତ ସଂକ୍ଷିପ୍ତ ପରିଚୟ ମିଳିପାରିବ ।

 

Privatisation in India : Challenging Economic Orthodoxy, T.T. Ram Mohan, New Yark, Routledge Curzon, ୨୦୦୫,–ଏହି ପୁସ୍ତକଟିରେ ଏକ ଯନ୍ତ୍ରକୌଶଳଗତ ଏବଂ ପରିସଂଖ୍ୟାନ ଉପରେ ଗୁରୁତ୍ଵ ଦିଆ ଯାଇଥିବା ବିଶ୍ଳେଷଣ ଉପଲବ୍ଧ ହୋଇପାରିବ । ଏହି କ୍ଷେତ୍ରରେ ଏପରି ନାନା ମିଥ୍ ସୃଷ୍ଟି କରି ରଖାଯାଇଛି ଯେ, ଏହି ବରଂ ପକ୍ଷପାତ-ରହିତ ବସ୍ତୁସତ୍ୟପ୍ରଧାନ ବିଶ୍ଳେଷଣକୁ ପାଠ କରି ଏକ ଅତ୍ୟାବଶ୍ୟକ ସଦ୍ୟ ପବନ ଅନୁଭୂତ ହେଉଥିବାପରି ହିଁ ଲାଗିବ ।

 

The Status of Panchayat Raj in the States and Union Territories of India, G. Mathew ଙ୍କ ଦ୍ଵାରା ସମ୍ପାଦିତ : Institute of Social Seciences, New Delhi, ୨୦୦୩ ବିଶେଷ କରି ଶ୍ରୀ ମାଥିଉଙ୍କ ଦ୍ଵାରା ଲିଖିତ ପରିଚିତିମୂଳକ ପ୍ରବନ୍ଧଟି Panchayat Raj in India : An Overview–ଏଥିରୁ ପ୍ରାୟ ଅଧିକାଂଶ ପୃଷ୍ଠଭୂମିଗତ ସୂଚନା ମିଳିଯାଇ ପାରିବ । ଖୁବ୍ ବିସ୍ତାରଯୁକ୍ତ ଏବଂ ବହୁ ସମ୍ବନ୍ଧିତ ସମସ୍ୟାଗୁଡ଼ିକ ବିଷୟରେ ଚର୍ଚ୍ଚା ମଧ୍ୟ କରାଯାଇଛି ।

 

‘Fiscal Deficit and Government Debt : Implications for Growth and Stabilisation’ by C, Rangarajan and D.K. Srivastava, Economic and Political Weekly, July ୨, ୨୦୦୫ pp, ୨୯୧୯-୨୯୩୪, ସାମ୍ପ୍ରତିକ ପ୍ରମୁଖ ମତ ଦୃଷ୍ଟିଟି ସହିତ ଖାପ ଖାଉଥିବା ଗୋଟିଏ ପ୍ରବନ୍ଧ, ଭାରତବର୍ଷର ସାଧାରଣ ଅର୍ଥବ୍ୟବସ୍ଥାର ସ୍ଥିତି ସମ୍ପର୍କରେ । କ୍ଷେତ୍ରରୁ ଉପଲବ୍ଧ ଅଭିଜ୍ଞତା ସହିତ ସେହି-ସମ୍ବନ୍ଧିତ ମୁଖ୍ୟ ସିଦ୍ଧାନ୍ତଗୁଡ଼ିକୁ ଆଣି ଯୋଡ଼ି କିଛି ସାଧାରଣ ପ୍ରବୃତ୍ତିର ସୂଚନା ଦେବାକୁ ଚେଷ୍ଟା କରିଥିବାରୁ, ଏଇଟି ବେଶ୍ ପଠନୀୟ ।

 

Budget Deficit, Sustainability Solvency and Optimality : M. Rakshit, in A, Bagchi (ସମ୍ପାଦିତ)–Readings in Public Finance, New Delhi, Oxford University Press, ୨୦୦୫–ଏହି ବିଷୟରେ ଆପଣାକୁ ସ୍ଵୀକୃତ କରାଇ ରଖିଥିବା ରକ୍ଷଣଶୀଳତାର ତୁଳନାରେ ଏହି ଲେଖାଟିରେ ପ୍ରକୃତରେ ଅଧିକ ଭାରସାମ୍ୟ ରହିଛି ।

 

Economic and Political Weekly ର ଗୋଟିଏ ବିଶେଷ ସଂଖ୍ୟା "Aspects of Employment”, ନଭେମ୍ବର ୨୭–ଡିସେମ୍ବର ୩, ୨୦୦୪ : ଏହି ପୁସ୍ତକରେ ଆଲୋଚିତ ବହୁତ ସମସ୍ୟା ସମ୍ବନ୍ଧରେ ପାଠକ ନିମନ୍ତେ ଅଧିକ ବୁଝିପାରିବା ସକାଶେ ଉପାଦାନ ମିଳି ପାରିବ ।

 

Poverty and Inequality in India : A Reexamination, ଲେଖକ A. Deaton and J. Drege)_ in Economic and political Weekly, ସେପ୍ଟେମ୍ବର ୨୦୦୨, pp, 3729-48–ବେଶ୍ ପଢ଼ିବାଯୋଗ୍ୟ ହୋଇଛି ।

 

ଅପେକ୍ଷାକୃତ ଏକ ଅଧିକ ସାଧାରଣ ସ୍ତରରେ ଅର୍ଥନୀତିର ତତ୍ତ୍ଵ ସମ୍ପର୍କରେ, ଜଣେ ଆଗ୍ରହୀ ପାଠକ ନିମ୍ନଲିଖିତ ରଚନାଗୁଡ଼ିକୁ ପାଠ କରିବାକୁ ହୁଏତ ଇଚ୍ଛା କରିପାରେ :

 

E. Domar: The Effect of Foreign Investment on the Balance of payments’–American Economic Review 1950–ଅଭିବୃଦ୍ଧି–ହାର ଓ ସୁଧ-ହାର ମଧ୍ୟରେ ରହିଥିବା ପାରସ୍ପରିକ ଯୋଗସୂତ୍ର ବିଷୟରେ ଗୋଟିଏ ପ୍ରାରମ୍ଭିକ ରଚନା । ସାଧାରଣ ଋଣର ସ୍ଥାୟୀ ମୂଲ୍ୟଟିର ବିଶ୍ଳେଷଣ କରି, ମୂଳତଃ ସମୂଳ ସୁଧର ଶକ୍ତିଟିକୁ ଦର୍ଶାଇ ଦେଉଥିବା ଏହି ସିଦ୍ଧାନ୍ତଟି ଏକ ବେଶ୍ ବହୁପ୍ରିୟ ବିଷୟରେ ପରିଣତ ହୋଇ ପାରିଛି ।

 

A Perspective on the Debt of Developing Countries, ଲେଖକ R. Solomon,–Brooking Papers on Economic Activity, 1977, No. 1 ଏହି ଦିଗରେ ବିଶ୍ଳେଷଣଟିକୁ କିଛି ଅଧିକ ଦୂରକୁ ଲମ୍ବାଇ ନେଇଛି ।

 

A. Bhaduriଙ୍କର Dependent and Self-reliant Growth with Foreign Borrowing, Cambridge Journal of Economics, Vol. 11, No. 3 : ଏହି ସର୍ତ୍ତମୂଳକ ସ୍ଥିତିଗୁଡ଼ିକ କିପରି ଅଧିକ ପରିମାଣରେ କଠୋର ହୁଅନ୍ତି, କାରଣ ଯଦି ବିଦେଶରୁ ଋଣ ଅଣା ଯାଇଥାଏ ଅର୍ଥାତ୍ ଦେଶର ଅଭ୍ୟନ୍ତରରୁ ହୋଇନଥାଏ ।

 

୧୯୯୧ ମସିହାର ବିଦେଶୀ ମୁଦ୍ରାବିନିମୟ ସମ୍ପର୍କିତ ସଙ୍କଟଟି ପଡ଼ିବାର ଢେର ପୂର୍ବରୁ ୧୯୮୦ ଦଶକଟି ନିମନ୍ତେ ଭାରତ ସରକାରଙ୍କର Committee on Export Stratergyର ଜଣେ ସଭ୍ୟ ରୂପେ ଅସମ୍ମତି ପ୍ରକାଶ କରିବାର ଏକ ଔପଚାରିକ ମୂଳ କାରଣକୁ ପ୍ରକଟ କରି ଲେଖକ ଏହି ପ୍ରବନ୍ଧଟିକୁ ଲେଖିଥିଲେ ।

 

A. Bhaduri ଓ S. A. Marglin ଙ୍କର : Unemployment and the Real Wage : The Economic Basis for Contesting Political Ideologies, Cambridge Journal of Economics, ୧୯୯୦ ଡିସେମ୍ବର, pp, ୩୭୫-୩୯୩, ଏହି ପୁସ୍ତକରେ ଉପସ୍ଥାପିତ ଅନ୍ତର୍ନିହିତ ତାତ୍ତ୍ୱିକ ଯୁକ୍ତିକୁ ବୁଝିବା ସକାଶେ ଲେଖାଟି ଜଣେ ଆଗ୍ରହୀ ପାଠକଙ୍କୁ ଉପାଦାନ ଯୋଗାଇଦେବ । ଆୟର ବିତରଣ ସମ୍ପର୍କରେ ଅଭ୍ୟନ୍ତରର ଓ ବାହାରର ବଜାର ମଧ୍ୟରେ ଯେଉଁ ସମ୍ପର୍କ ରହିଥାଏ, ଲେଖାଟି ବସ୍ତୁତଃ ତାହାରି ବିଶ୍ଳେଷଣ କରିବାକୁ ଇଚ୍ଛା କରିଛି ।

Image